ବିଜେଡିରେ ଯୋଗଦେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବେ ଯୋଗଦେଲେ ଭିକେ ପାଣ୍ଡିଆନ୍ ।

କନକ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ବଡ ରାଜନୈତିକ ହଲଚଲ । ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍ । ଅକ୍ଟୋର ମାସରେ ସେ ପ୍ରଶାସନିକ ଅଧିକାରୀ ପଦରୁ ଅବ୍ୟାହତି ନେଇଥିଲେ । ଏହାପରେ କ୍ୟାବିନେଟ୍ ପାହ୍ୟା ସହିତ ତାଙ୍କୁ ନବୀନ ଓଡିଶା ଏବଂ ଫାଇଭ୍ ଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପାଖାପାଖି ସବୁ ଜିଲ୍ଲା ବୁଲି ଲୋକଙ୍କର ଦାବୀ ଓ ସମସ୍ୟା ଶୁଣିଥିଲେ ପାଣ୍ଡିଆନ୍ ।Continue reading “ବିଜେଡିରେ ଯୋଗଦେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବେ ଯୋଗଦେଲେ ଭିକେ ପାଣ୍ଡିଆନ୍ ।”

ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ । ବରିଷ୍ଠ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ହୋଇପାରେ ବଡ଼ ନିଷ୍ପତ୍ତି ।

କନକ ବ୍ୟୁରୋ: ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ସକାଳୁ ସକାଳୁ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡିର ବରିଷ୍ଠ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ସୂଚନା ମିଳିଛି । ଏହି ବୈଠକରେ ବଡ ନିଷ୍ପତ୍ତିି ନିଆଯାଇପାରେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ବୈଠକରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତContinue reading “ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ । ବରିଷ୍ଠ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ହୋଇପାରେ ବଡ଼ ନିଷ୍ପତ୍ତି ।”

ସୁଡଙ୍ଗରୁ ବାହାରିଲା ଫଶିଯାଇଥିବା ଅଗର ମେସିନ୍ । ଏଥର ଶ୍ରମିକଙ୍କୁ ବାହାର କରିବାକୁ ହାତରେ ହେବ ଖନନ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଟନେଲ ଭୁଶୁଡିବା ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ୟ୍ୟରେ ଏକ ବଡ ସଫଳତା ମିଳିଛି । ସୁଡ଼ଙ୍ଗ ଖୋଳି ପାଇପ ପକାଇ ଶ୍ରମିକମାନଙ୍କୁ ବାହାର କରିବା ପ୍ରୟାସରେ ଫସି ରହିଥିବା ଆମେରିକୀୟ ଅଗର ମେସିନର ଏକ ବଡ଼ ଅଂଶକୁ ଏବେ ପ୍ଲାଜମା କଟର ସାହାଯ୍ୟରେ କାଟି ବାହାର କରାଯାଇଛି। ଏହାମଧ୍ୟରେ ଆମେରିକୀୟ ଡ୍ରିଲିଂ ମେସିନ୍ ମରାମତି କାମ ମଧ୍ୟ ଚାଲିଛି। ଉଦ୍ଧାରକାରୀ ଦଳ ସହ ଜଡ଼ିତ ଅଧିକାରୀମାନେ କହିଛନ୍ତିContinue reading “ସୁଡଙ୍ଗରୁ ବାହାରିଲା ଫଶିଯାଇଥିବା ଅଗର ମେସିନ୍ । ଏଥର ଶ୍ରମିକଙ୍କୁ ବାହାର କରିବାକୁ ହାତରେ ହେବ ଖନନ ।”

ଲୋକଙ୍କ ନିଦ ହଜେଇ ଦେଇଛି ହାତୀ । କେନ୍ଦୁଝର ତେଲକୋଇ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଭାଙ୍ଗିଲା ଘରଦ୍ୱାର ।

କନକ ବ୍ୟୁରୋ: କେନ୍ଦୁଝର ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଲୋକଙ୍କ ନିଦ ହଜେଇ ଦେଇଛି । ଲୋକେ ଘର ଜଗିବେ ନା ବିଲରେ ଫସଲ ଜଗିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଅନେକ ଚାଷୀ ପାଚିଲା ଧାନକୁ ସୁରକ୍ଷା ଦେବା ପାଇଁ ଗଛରେ ମଞ୍ଚା ବାନ୍ଧି ଜଗି ରହୁଛନ୍ତି । ଅନ୍ୟପଟେ ବିଜୁଳି କାଟ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ସଞ୍ଜ ନଇଁବା ମାତ୍ରେ ଅପରାହ୍ନ ୫ଟାରୁ ବିଦ୍ୟୁତ୍ କାଟ୍ ଯୋଗୁଁ ଅନ୍ଧାରି ଜୀବନ କାଟୁଛନ୍ତିContinue reading “ଲୋକଙ୍କ ନିଦ ହଜେଇ ଦେଇଛି ହାତୀ । କେନ୍ଦୁଝର ତେଲକୋଇ ଅଞ୍ଚଳରେ ଫସଲ ନଷ୍ଟ କରିବା ସହ ଭାଙ୍ଗିଲା ଘରଦ୍ୱାର ।”

ବଜ୍ରପାତ ନେଲା ୧୪ ଜୀବନ । ଗୁଜରାଟରେ ଅଦିନିଆ ବର୍ଷା ବିତ୍ପାତ

କନକ ବ୍ୟୁରୋ: ଗୁଜରାଟରେ ଅଦିନିଆ ବର୍ଷା ଲୋକଙ୍କୁ ଭୟଭୀତ କରିଛି । ବର୍ଷା ସାଙ୍ଗକୁ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ଜୀବନ ଯାଇଛି । ରବିବାର ସାରା ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ଶୀତଦିନ ଆରମ୍ଭରୁ ପଶ୍ଚିମ –ଉପକୂଳ ରାଜ୍ୟ ଗୁଜୁରାଟରେ ହଠାତ୍ ମୌସୁମୀ ସକ୍ରିୟ ହେବା ପରିସ୍ଥିତି ଦେଖାଯାଇଥିଲା । ଫଳରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । The post ବଜ୍ରପାତ ନେଲା ୧୪ ଜୀବନ ।Continue reading “ବଜ୍ରପାତ ନେଲା ୧୪ ଜୀବନ । ଗୁଜରାଟରେ ଅଦିନିଆ ବର୍ଷା ବିତ୍ପାତ”

ଧାନକାଟିଲେ ଲୋଇସିଂହା ବିଧାୟକ । ବିଧାନସଭା ଅଧିବେସନ ପରେ ଶ୍ରମିକଙ୍କ ସହ ମିଶି ଧାନ କାଟିଲେ ମୁକେଶ ମହାଲିଙ୍ଗ

କନକ ବ୍ୟୁରୋ: ବିଭିନ୍ନ ସମୟରେ ନିର୍ବାଚିତ ପ୍ରତିନିଧି ଆଡମ୍ବରରେ ଜୀବନଯାପନ କରିବାର ନଜର ଆସନ୍ତି । ବଡ଼ ବଡ଼ ଗାଡି, ଦାମି ମୋବାଇଲ ଧରୁଥିବାର ନଜର ଆସନ୍ତି । କିନ୍ତୁ ଓଡ଼ିଶାରେ ଏପରି ଜଣେ ବିଧାୟକ ଅଛନ୍ତି, ଯିଏ ସମସ୍ତଙ୍କଠୁ ଭିନ୍ନ । ଆମେ କହୁଛୁ ବଲାଙ୍ଗିର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କଥା । ବିଧାନସଭା ଅଧିବେସନ ପରେ ବିଲରେ ଧାନ କାଟିଲେ ମୁକେଶ ମହାଲିଙ୍ଗ । ନିଜ ଗାଁରେ ଶ୍ରମିକଙ୍କ ସହ ମିଶି ମୁକେଶContinue reading “ଧାନକାଟିଲେ ଲୋଇସିଂହା ବିଧାୟକ । ବିଧାନସଭା ଅଧିବେସନ ପରେ ଶ୍ରମିକଙ୍କ ସହ ମିଶି ଧାନ କାଟିଲେ ମୁକେଶ ମହାଲିଙ୍ଗ”

ଉଦ୍ଧାର ଟଙ୍କାକୁ ନେଇ ନିର୍ମମ ହତ୍ୟା । ମହିଳାଙ୍କୁ ପଥରରେ ଛେଚି ହତ୍ୟା କଲେ ଅଭିଯୁକ୍ତ

କନକ ବ୍ୟୁରୋ: ଉଦ୍ଧାର ଟଙ୍କାକୁ ନେଇ ନିର୍ମମ ହତ୍ୟା । ମହିଳାଙ୍କୁ ପଥରରେ ଛେଚି ହତ୍ୟା କଲେ ଅଭିଯୁକ୍ତ । ମୟୁରଭଞ୍ଜ ରୁମାପାହାଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଧବା ମହିଳା ତପୋଇ ମହାନ୍ତ ରାଇରଙ୍ଗପୁର ସପ୍ତାହିକ ହାଟକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ । ହେଲେ ଗତ ନଭେମ୍ବର ୧୩ ତାରିଖରେ ମହିଳାଙ୍କ ମୃତଦେହ ବୁଢାରଣା ଅଞ୍ଚଳରୁ ଉଦ୍ଧାର ହୋଇଥିଲା । ପରେ ପୁଲିସ ତପୋଇଙ୍କ ବନ୍ଧୁ ବିଶ୍ୱେଶ୍ୱର ବେହେରା ଓ ତାଙ୍କContinue reading “ଉଦ୍ଧାର ଟଙ୍କାକୁ ନେଇ ନିର୍ମମ ହତ୍ୟା । ମହିଳାଙ୍କୁ ପଥରରେ ଛେଚି ହତ୍ୟା କଲେ ଅଭିଯୁକ୍ତ”

ସ୍ତ୍ରୀର ବେକ କାଟି ଥାନାରେ ଆତ୍ମସମର୍ପଣ କଲେ ସ୍ୱାମୀ । ଘରୋଇ କଳିକୁ ନେଇ ଅଘଟଣ ।

କନକ ବ୍ୟୁରୋ: ସ୍ତ୍ରୀଙ୍କ ବେକ କାଟି ଥାନା ରେ ଆତ୍ମସମର୍ପଣ  କଲେ ସ୍ୱାମୀ । ମାଲାକନଗିରି ଏମଭି ୧୫ ଗାଁ ର କାକୋଲି ଚୌଧୁରୀ ଓ ତାଙ୍କ ସ୍ୱାମୀ କୈଳାଶ ଚୌଧୁରୀ ଙ୍କ ମଧ୍ୟରେ ଘରୋଇ କଳି ଲାଗି ରହୁ ଥିଲା । ତେବେ ଗତ କାଲି କାଲୋଲି ଘରେ କାମ କରୁ ଥିବା ସମୟରେ ତାଙ୍କ ସ୍ୱାମୀ କୌଣସି ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କ ବେକକୁ ପଛପଟି ଆଘାତ କରି ଥିବା ଅଭିଯୋଗ ହୋଇଛି ।Continue reading “ସ୍ତ୍ରୀର ବେକ କାଟି ଥାନାରେ ଆତ୍ମସମର୍ପଣ କଲେ ସ୍ୱାମୀ । ଘରୋଇ କଳିକୁ ନେଇ ଅଘଟଣ ।”

ଭାରତର ଲଗାତାର ଦ୍ୱିତୀୟ ବିଜୟ । ଟି-୨୦ରେ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଟିମ୍ ।

କନକ ବ୍ୟୁରୋ: ଭାରତର ଲଗାତାର ଦ୍ୱିତୀୟ ବିଜୟ । ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଟିମ ଇଣ୍ଡିଆ । ଜୟସ୍ୱାଲ, ଗାଇକ୍ୱାଡ, କିଶାନଙ୍କ ଅର୍ଦ୍ଧଶତକ ପରେ କମାଲ ଦେଖାଇଲେ ରିଙ୍କୁ ସିଂ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୩୫ ରନ କରିଥିଲା । ଭାରତର ପ୍ରଥମ ତିନି ବ୍ୟାଟର ଅର୍ଦ୍ଧଶତକ ହାସଲ କରିଥିଲେ । ପରେ ଶେଷ ଆଡକୁ ରିଙ୍କୁ ସିଂ ପୁଣି ଜଲୱା ଦେଖାଇଥିଲେ । ମାତ୍ରContinue reading “ଭାରତର ଲଗାତାର ଦ୍ୱିତୀୟ ବିଜୟ । ଟି-୨୦ରେ ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଟିମ୍ ।”

ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିବ ସମୟ । ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗିଯାଇଥିବା ଅଗର ମେସିନ, ପାହାଡ଼ ଉପରୁ ବି ଚାଲିଛି ଡ୍ରିଲିଂ

କନକ ବ୍ୟୁରୋ: ଉତ୍ତରକାଶୀରେ ଫଶିଥିବା ଶ୍ରମିକ କେବେ ଉଦ୍ଧାର ହେବେ ତାକୁ ନେଇ ସବୁଠି ଚର୍ଚ୍ଚା । ସୁଡ଼ଙ୍ଗରୁ ଶ୍ରମିକ ଆଜି ବାହାରିବେ, କାଲି ବାହାରିବେ, ଆଉ କିଛି ଘଣ୍ଟାର ଅପେକ୍ଷା, ଏହିଭଳି ଖବର ଭିତରେ କୌଣସି ଆଶ୍ୱସ୍ତିକର ସୂଚନା ଆସିପାରୁନାହିଁ । ଆଉ ସମୟ ଗଡିବା ସହ ଭୟ ବି ବଢୁଛି । କିନ୍ତୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ବିଶେଷଜ୍ଞ ଅତି ସତର୍କତାର ସହ ଆଗକୁ ବଢୁଛନ୍ତି । ରବିବାରଠାରୁ ସୁଡଙ୍ଗର ଉପରପଟୁ କିଛି ଏହିଭଲି ଭର୍ଟିକାଲContinue reading “ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଲାଗିବ ସମୟ । ପ୍ଲାଜମା କଟରରେ କଟା ଚାଲିଛି ଭାଙ୍ଗିଯାଇଥିବା ଅଗର ମେସିନ, ପାହାଡ଼ ଉପରୁ ବି ଚାଲିଛି ଡ୍ରିଲିଂ”

Design a site like this with WordPress.com
Get started