ଆଜି ପାରାଦୀପ ଯାଉଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବର କରିବେ ଉଦଘାଟନ ।

କନକ ବ୍ୟୁରୋ: ଆଜି ପାରାଦୀପ ଯିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେଠାରେ ବୋଇତ ବନ୍ଧାଣ ଉତ୍ସବର ଉଦଘାଟନ କରିବେ ମହାମହିମ । ଆଜି ସକାଳ ସାଢେ ୮ ଟାରେ ତାଙ୍କ କାରକେଟ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ । ସେଠାରୁ ବାୟୁନୋର ସ୍ୱତନ୍ତ୍ର ବିମାନରେ ପାରାଦୀପ ଯିବେ । ଏଥିପାଇଁ ମୋଟ ୩ଟି ହେଲିକ୍ୟାପ୍ଟର ବ୍ୟବସ୍ଥା କରାଯାଇଛି । ପ୍ରାୟ ୯ ଟା ବେଳେ ରାଷ୍ଟ୍ରପତି ପାରାଦୀପରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।Continue reading “ଆଜି ପାରାଦୀପ ଯାଉଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବର କରିବେ ଉଦଘାଟନ ।”

ଆଜିଠୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଡସେମ୍ବର ୪ ତାରିଖ ଯାଏଁ ଚାଲିବ ମେଳା , ପଡିଛି ୧୬ ଶହ ଷ୍ଟଲ । ମୁଖ୍ୟ ଆକର୍ଷଣ ଗ୍ରାମୀଣ କଟକର ଝଲକ, ଅଣ୍ଡର ୱାଟର ଆକ୍ୱାରିଅମ ।

କନକ ବ୍ୟୁରୋ: ସପ୍ତାହେରୁ ଅଧିକ ସମୟ ଧରି ଲାଗିବ ମେଳା । ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଉତ୍କଳୀୟ ପରମ୍ପରାକୁ ବହନ କରୁଥିବା ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରସ୍ତୁତ ହୋଇଛି ସେଲଫି ଜୋନ । କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ ପ୍ରସ୍ତୁତ କରାଯାଇଛି । ଅଣ୍ଡର ୱାଟର ଟନେଲ ଆକ୍ୱାରିଆମର ବି ବ୍ୟବସ୍ଥା ରହିଛି ।Continue reading “ଆଜିଠୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ଡସେମ୍ବର ୪ ତାରିଖ ଯାଏଁ ଚାଲିବ ମେଳା , ପଡିଛି ୧୬ ଶହ ଷ୍ଟଲ । ମୁଖ୍ୟ ଆକର୍ଷଣ ଗ୍ରାମୀଣ କଟକର ଝଲକ, ଅଣ୍ଡର ୱାଟର ଆକ୍ୱାରିଅମ ।”

କାର୍ତ୍ତିକ ପୂର୍ଣ୍ଣମାରେ ସୁନାବେଶରେ ଶ୍ରୀଜିଉ । ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ।

କନକ ବ୍ୟୁରୋ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତରେ ଲକ୍ଷାଧିକ ଶ୍ରଦ୍ଧାଳଙ୍କୁ ଭିଡ । ପ୍ରବଳ ଭିଡ ଯୋଗୁ ସାରା ରାତି ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା । ପଞ୍ଚୁୁକ ତଥା ପୂର୍ଣ୍ଣମୀ ପାଇଁ ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ତେବେ ଆଜି ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନContinue reading “କାର୍ତ୍ତିକ ପୂର୍ଣ୍ଣମାରେ ସୁନାବେଶରେ ଶ୍ରୀଜିଉ । ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ।”

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ । ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ, ଆ-କା-ମା-ବୈ ଧ୍ୱନୀରେ କମ୍ପିଲା ପରିବେଶ ।

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ସାରା ଓଡ଼ିଶା । ଭୋରୁ ଭୋରୁ ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ । ଯେଉଁଥିପାଇଁ ଲୋକେ ଡଙ୍ଗାରେ ପାନ, ଗୁଆରContinue reading “ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଭୋରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ । ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ, ଆ-କା-ମା-ବୈ ଧ୍ୱନୀରେ କମ୍ପିଲା ପରିବେଶ ।”

ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ କୁନି ଝିଅ ଉପରେ ପଡିଲା ପ୍ରଧାନମନ୍ତ୍ରୀଙ୍କ ଆଖି: ଭାରତ ମାତା ବେଶରେ ସଜେଇ ହୋଇ ହାତରେ ଧରିଥିଲା ତ୍ରିରଙ୍ଗା

କନକ ବ୍ୟୁରୋ: ପ୍ରଚାର ସଭାରେ କୁନି ଝିଅକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଲେଙ୍ଗାନା ନିରମଲ୍ରେ ନିର୍ବାଚନ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ । ଭାଷଣ ଦେଉଥିବା ବେଳେ ତାଙ୍କ ଆଖି କୁନିଝିଅ ଉପରେ ପଡିଥିଲା । ଭାରତ ମାତା ବେଶରେ ସଜେଇ ହୋଇ କୁନିଝିଅଟି ହାତରେ ଧରିଥିଲା ତ୍ରିରଙ୍ଗା । ତା’ର ଭାବଭଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଝିଅର ଭାରତମାତା ବେଶ ତାଙ୍କୁ ପ୍ରଭାବିତ କରିଥିଲା । ସଭା ମଂଚ ଉପରୁContinue reading “ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ କୁନି ଝିଅ ଉପରେ ପଡିଲା ପ୍ରଧାନମନ୍ତ୍ରୀଙ୍କ ଆଖି: ଭାରତ ମାତା ବେଶରେ ସଜେଇ ହୋଇ ହାତରେ ଧରିଥିଲା ତ୍ରିରଙ୍ଗା”

ରେଭେନ୍ସା ବନାମ ଉତ୍କଳ ବିଶ୍ୱବିଦ୍ୟାଳୟ: ନାକ୍ ମାନ୍ୟତା ପରେ ବିତର୍କ

କନକ ବ୍ୟୁରୋ: ରେଭେନ୍ସା ବିଦ୍ୟାଳୟକୁ ନାକ୍ ପକ୍ଷରୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିବା ପରେ ଏବେ ସମସ୍ତଙ୍କ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟ ଉପରେ, କାରଣ ଚଳିତବର୍ଷ ଏ ପ୍ଲସ୍ ମାନ୍ୟତାରୁ କେବଳ ଏ’ ମାନ୍ୟତାକୁ ଖସିଆସିଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ । ହେଲେ ଏହାପଛର କାରଣ କ’ଣ? କ’ଣ କହୁଛନ୍ତି ଛାତ୍ରଛାତ୍ରୀ ଓ କ’ଣ କହୁଛନ୍ତି ଶିକ୍ଷାବିତ? ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ ଟିମ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଦେବା ପରେ ଏବେ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟContinue reading “ରେଭେନ୍ସା ବନାମ ଉତ୍କଳ ବିଶ୍ୱବିଦ୍ୟାଳୟ: ନାକ୍ ମାନ୍ୟତା ପରେ ବିତର୍କ”

ସାପ ଚୋଟରେ ସ୍ତ୍ରୀ-ଝିଅଙ୍କୁ ହତ୍ୟା: ହତ୍ୟା ପଛରେ ୮ ଲକ୍ଷ ଟଙ୍କାର ଲୋଭ!

କନକ ବ୍ୟୁରୋ: ଆଠ ଲକ୍ଷ ଟଙ୍କାର ଲୋଭ ସ୍ୱାମୀକୁ ସଜାଇଦେଲା ହତ୍ୟାକାରୀ । କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଚାଂଚଲ୍ୟକର ହତ୍ୟାକାଣ୍ଡ ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଗୋଟିଏ ପଟେ ପରକୀୟା ପ୍ରୀତି, ଅନ୍ୟପଟେ କ୍ଷତିପୂରଣ ଟଙ୍କାର ଲୋଭ ଅଭିଯୁକ୍ତକୁ ବନାଇ ଦେଇଥିଲା ସଇତାନ । ବଲିଉଡ ହରର ଫିଲ୍ମର କାହାଣୀ ଠାରୁ ଏହି ହତ୍ୟାକାଣ୍ଡର ରହସ୍ୟ କିଛି କମ୍ ନୁହେଁ । କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଏହି ଚାଂଚଲ୍ୟକର ଘଟଣା ଦିନକୁ ଦିନ ଭିନ୍ନContinue reading “ସାପ ଚୋଟରେ ସ୍ତ୍ରୀ-ଝିଅଙ୍କୁ ହତ୍ୟା: ହତ୍ୟା ପଛରେ ୮ ଲକ୍ଷ ଟଙ୍କାର ଲୋଭ!”

ଘୁଷୁରି ଚାଷ କରି ସ୍ୱାବଲମ୍ବୀ ହେଲେ ଗୋପ ନାହିଟି ଗାଁର ଉଚ୍ଚ ଶିକ୍ଷିତ ଦମ୍ପତ୍ତି । ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରୁ ମିଳୁଛି ଭଲ ରୋଜଗାର

କନକ ବ୍ୟୁରୋ : ଉଚ୍ଚଶିକ୍ଷିତ ଦମ୍ପତ୍ତିଙ୍କ ଧଳା ଘୁଷୁରି ଚାଷ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନାହିଟି ଗାଁର ଦମ୍ପତି ଲିଟନ ବେହେରା ଓ ଝୁନା ବେହେରା ଘୁଷୁରି ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ଦେଶ ବିଦେଶରେ ବିଭିନ୍ନ ଘରୋଇ କମ୍ପାନୀରେ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ ଲିଟନ । ଏବେ ମୁଖ୍ୟମନ୍ତ୍ରୀ କୃଷିContinue reading “ଘୁଷୁରି ଚାଷ କରି ସ୍ୱାବଲମ୍ବୀ ହେଲେ ଗୋପ ନାହିଟି ଗାଁର ଉଚ୍ଚ ଶିକ୍ଷିତ ଦମ୍ପତ୍ତି । ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରୁ ମିଳୁଛି ଭଲ ରୋଜଗାର”

କତା, ଉଲ ଓ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଘରସଜ୍ଜା ସାମଗ୍ରୀ । ୬ ମାସ ପ୍ରଶିକ୍ଷଣ ପରେ ରୋଜଗାରକ୍ଷମ ହୋଇଛନ୍ତି ମହିଳା

କନକ ବ୍ୟୁରୋ : ନଡ଼ିଆ କତାରେ ତିଆରି ହେଉଛି ଘରସଜା ସାମଗ୍ରୀ । କତା, ଅଦରକାରୀ କାଗଜ ଓ ଉଲ୍ରେ ତିଆରି ହୋଇଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂତି । ଘର, ହାତୀଘୋଡ଼ା, ଫୁଲତୋଡ଼ା, କଳସୀ ଓ କଣ୍ଢେଇ ଭଳି ସୁନ୍ଦର ସୁନ୍ଦର ଗୃହ ଉପକରଣ ତିଆରି କରୁଛନ୍ତି ମହିଳା । ଦେଖିବାକୁ ଯେତିକି ଆକର୍ଷଣୀୟ ହୋଇଛି ଲୋକଙ୍କୁ ମଧ୍ୟ ସେତିକି ପସନ୍ଦ ଆସୁଛି । ବାଲେଶ୍ୱର ଭୋଗରାଇ ବ୍ଲକ ପସରବିନ୍ଧା ଗାଁର ୧୫ରୁ ଅଧିକ ଏସଏଚଜିContinue reading “କତା, ଉଲ ଓ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଘରସଜ୍ଜା ସାମଗ୍ରୀ । ୬ ମାସ ପ୍ରଶିକ୍ଷଣ ପରେ ରୋଜଗାରକ୍ଷମ ହୋଇଛନ୍ତି ମହିଳା”

ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ଜୀବନ ଯୁଦ୍ଧରେ ହାରି ନାହାଁନ୍ତି ଯାଜପୁରର ଅଶୋକ । ବାୟୋଫ୍ଲେକ୍ସ ପଦ୍ଧତିରେ ମାଛ ଚାଷ କରି କରୁଛନ୍ତି ଭଲ ରୋଜଗାର

କନକ ବ୍ୟୁରୋ : ଯୁବକ ଜଣକ ହେଉଛନ୍ତି ରସୁଲପୁର ବ୍ଲକ ଗନ୍ଧଣ ପଂଚାୟତ ଏକତଳା ଗାଁର ଅଶୋକ ମହାନ୍ତି । ଯୁକ୍ତତିନି ବାଣିଜ୍ୟ ପଢୁଥିବା ବେଳେ ଅଧାରୁ ପାଠଛାଡି ଭୁବନେଶ୍ୱରର ଏକ କୋରିଅର ସଂସ୍ଥାରେ କାର୍ୟ୍ୟକରୁଥିଲେ । କୋରିଅର ସଂସ୍ଥାରେ ନିଜସହ କର୍ମି ଥିବା ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମନରେ ଅନେକ ଆଶା ଓ ସ୍ୱପ୍ନ ଥିଲା ଜୀବନକୁ ନେଇ ହେଲେ ୨୦୧୩ ମସିହାରେ ବଦଳିଯାଇଥିଲା ଜୀବନର ଗତିପଥContinue reading “ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ଜୀବନ ଯୁଦ୍ଧରେ ହାରି ନାହାଁନ୍ତି ଯାଜପୁରର ଅଶୋକ । ବାୟୋଫ୍ଲେକ୍ସ ପଦ୍ଧତିରେ ମାଛ ଚାଷ କରି କରୁଛନ୍ତି ଭଲ ରୋଜଗାର”

Design a site like this with WordPress.com
Get started