କନକ ବ୍ୟୁରୋ: କୁହୁଡି ହେଲା କାଳ । କୁହୁଡି ପାଇଁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ଓଲଟିଲା ଘରୋଇ ବସ୍ । ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ । ଆହତଙ୍କୁ କଟକ ଏସସିବିରେ ଭର୍ତି କରାଯାଇଛି । ଢେଙ୍କାନାଳରୁ କଟକ ଆସୁଥିବା ଲକ୍ଷ୍ମୀ ନାମକ ଏକ ଘରୋଇ ବସ ଭୋର ୩ଟାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଚୌଦ୍ୱାର ଥାନା, ଗୁରୁଡିଝାଟିଆ ଥାନା ଓ ଆଠଗଡ ଥାନା ଅଗ୍ନିଶମ ବିଭାଗ ପହଁଚି ଆହତକୁ ଉଦ୍ଧାର କରିContinue reading “କୁହୁଡି ହେଲା କାଳ: ସକାଳୁ ଏକାଧିକ ଦୁର୍ଘଟଣା । ଆଠଗଡରେ ଡିଭାଇଡରକୁ ପିଟିଲା ବସ୍ । ୨୦ ଯାତ୍ରୀ ଆହତ ଏସସିବିରେ ଭର୍ତ୍ତି । ଚୌଦ୍ୱାରରେ କୁହୁଡି ପାଇଁ ଓଲଟିଲା ବସ୍ ।”
Author Archives: Raghaba
ଆକାଶଛୁଆଁ ରସୁଣ ଦର । ଅମଳ ସମୟରେ କେଜି ଦର ୫ଶହ ।
କନକ ବ୍ୟୁରୋ: ରୋଷେଇ ଶାଳର ଅତ୍ୟାବଶ୍ୟକ ସାମଗ୍ରୀ ରସୁଣର ଦର ଆକାଶ ଛୁଆଁ ହୋଇଛି । ଅମଳ ସମୟରେ ବଜାରରେ ରସୁଣ କିଲୋକୁ ପାଖାପାଖି ୫ ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । କୋରାପୁଟରୁ ଆସିଛି ରସୁଣର ଆକାଶ ଛୁଆଁ ଦରବୃଦ୍ଧିର ଖବର । ବଜାରରେ ଏବେ ରସୁଣ ଦର ଅକାଶContinue reading “ଆକାଶଛୁଆଁ ରସୁଣ ଦର । ଅମଳ ସମୟରେ କେଜି ଦର ୫ଶହ ।”
କାରରେ ଚୋରେଇ ନେଉଥିଲେ ଛେଳି । ୪ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ ।
କନକ ବ୍ୟୁରୋ: କାରରେ ଛେଳି ଚୋରି, ଧରାପଡିବା ପରେ ୪ଜଣ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଲେ ଗ୍ରାମବାସୀ । ମାଲକାନଗିରି ଥାନା ତୋଙ୍ଗଗୁଡା ଗାଁରେ ହାଇଟେକ ଉପାୟରେ ଏଭଳି ଛେଳି ଚୋରିର ଦୃଶ୍ୟ ଦେଖିବାକୁ ମିଳିଛି । କୋରାପୁଟରୁ ଆସି ମାଲକାନଗିରି ର ବିଭିନ୍ନ ଗାଁରେ ଆସି ଛେଳି ଚୋରି କରି ନେଉଥିଲେ ହାଇ ଟେକ୍ ଚୋର । ତୋଙ୍ଗଗୁଡା ଗାଁରୁ ଚୋରମାନେ ଛେଳି ଚୋରି କରି ନେଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଛନ୍ତି ।Continue reading “କାରରେ ଚୋରେଇ ନେଉଥିଲେ ଛେଳି । ୪ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ ।”
ହେମନ୍ତ ସୋରେନଙ୍କୁ ଗିରଫ ପରେ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ ଦଳ । ସେପଟେ ଗିରଫ ପ୍ରତିବାଦରେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ।
କନକ ବ୍ୟୁରୋ: ଜେଏମଏମ ଅଧକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ବିରୋଧ । ଆଦିବାସୀ ସଂଘ ପକ୍ଷରୁ ଆଜି ଦିନିକିଆ ଝାଡ଼ଖଣ୍ଡ ବନ୍ଦ ପାଳନ କରାଯାଉଛି । ଆଦିବାସୀ ମୂଳବାସୀ ସଂଗଠନ ରାଜ୍ୟବାସୀଙ୍କୁ ଏହି ବନ୍ଦ ପାଳନରେ ସାମିଲ ହେବାକୁ ସୋସିଆଲ ମିଡିଆରେ ରାଜ୍ୟବାସୀଙ୍କୁ ଅପିଲ କରିଛି । ତେବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପକ୍ଷରୁ କୌଣସି ବନ୍ଦ ଡାକରା ଦିଆଯାଇନଥିବା ବେଳେ ଦଳୀୟ ନେତା ଓ କର୍ମୀମାନେ ସଂଯମତା ରକ୍ଷା କରିବାକୁ ଦଳ ପକ୍ଷରୁContinue reading “ହେମନ୍ତ ସୋରେନଙ୍କୁ ଗିରଫ ପରେ ତେଜିଲା ରାଜନୀତି । କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ ଦଳ । ସେପଟେ ଗିରଫ ପ୍ରତିବାଦରେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ।”
ବଜେଟ୍ ଦିନ ଗ୍ରାହକଙ୍କୁ ଝଟକା … ଏଲପିଜି ସିଲିଣ୍ଡର ହେଲା ମହଙ୍ଗା, ଜାଣନ୍ତୁ ନୂଆ ଦର ।
କନକ ବ୍ୟୁରୋ: ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି । ବଜେଟ୍ ଦିନ ମହଙ୍ଗା ଝଟକା ଲାଗିଛି । ପ୍ରତି କମର୍ସିଆଲ ସିଲିଣ୍ଡର ପିଛା ୧୪ ଟଙ୍କା ବଢିଛି । ଏହାସହ ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ଦର ୧୭୬୯. ୫୦ ଟଙ୍କାରେ ପହଞ୍ଚିଛି । ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ଆଗତ କରିବେ । କିନ୍ତୁ ଏହା ପୂର୍ବରୁ ଏଲପିଜି ଦର ବୃଦ୍ଧି ହୋଇଛି । ତାଜାContinue reading “ବଜେଟ୍ ଦିନ ଗ୍ରାହକଙ୍କୁ ଝଟକା … ଏଲପିଜି ସିଲିଣ୍ଡର ହେଲା ମହଙ୍ଗା, ଜାଣନ୍ତୁ ନୂଆ ଦର ।”
କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ ।
କନକ ବ୍ୟୁରୋ: ଶୀତଦିନେ ଶିଶିର ମେଳା । କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ କଟକିଆଙ୍କ ଭିଡ ଲାଗୁଛି । ମେଳା ବୁଲିବା ସହ ବିଭିନ୍ନ ଘରକରଣା ଜିନିଷ କିଣିକିଣି କରୁଛନ୍ତି । ଖେଳାଖେଳି କରୁଛନ୍ତି କୁନିପିଲା । ପରିବାର ଓ ସାଙ୍ଗ ସାଥିଙ୍କ ସହ ଖିଆପିଆର ମଜା ଉଠାଉଛନ୍ତି ଦର୍ଶକ । The post କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେContinue reading “କଟକ ବାଲିଯାତ୍ରା ଉପର ପଡିଆରେ ଜମୁଛି ମେଳା । ସଂଧ୍ୟା ହେଲେ ଶିଶିର ମେଳାରେ ଲାଗୁଛି ଲୋକଙ୍କ ଭିଡ ।”
କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା । ବାରକୋଡ୍ ସ୍କାନ କରି ସିଧାସଳଖ ମାଆଙ୍କ ଆକାଉଣ୍ଟକୁ ଦାନ ଦେଇପାରିବେ ଭକ୍ତ ।
କନକ ବ୍ୟୁରୋ: ମା’ ମଙ୍ଗଳାଙ୍କ ଇ- ହୁଣ୍ଡି । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ସମ୍ମୁଖରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏକ ଇ-ହୁଣ୍ଡି ସ୍ଥାପନ କରାଯାଇଛି । ଏଥିରେ ମାଆ ମଙ୍ଗଳାଙ୍କ ଟ୍ରଷ୍ଟ ବୋର୍ଡ ନାଁରେ ରହିଥିବା ୟୁକୋ ବ୍ୟାଙ୍କ ଆକାଉଂଟ ନମ୍ବରର ଏକ ସ୍କାନର ରଖାଯାଇଛି । ସ୍କାନର ଜରିଆରେ ଟଙ୍କା ଦେଲେ ତାହା ସିଧା ସଳଖ ମା’ ମଙ୍ଗଳାଙ୍କ ଆକାଉଣ୍ଟକୁ ଯିବ । ଭକ୍ତଙ୍କ ଅର୍ଥ ଦାନ ସହଜ ଓ ସୁବିଧାରେContinue reading “କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା । ବାରକୋଡ୍ ସ୍କାନ କରି ସିଧାସଳଖ ମାଆଙ୍କ ଆକାଉଣ୍ଟକୁ ଦାନ ଦେଇପାରିବେ ଭକ୍ତ ।”
ପେଟିଏମକୁ ରିଜର୍ଭ ବ୍ୟାଙ୍କର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଇଲେ ଅଙ୍କୁଶ । ଫେବ୍ରୁଆରୀ ୨୯ ଯାଏଁ ଗ୍ରାହକଙ୍କ ଜମାରାଶି ସୁରକ୍ଷିତ ।
କନକ ବ୍ୟୁରୋ: ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ । ଏପରି ଖବର ଶୁଣି ଆପଣ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ । ଏବଂ ଏଥିରେ ଥିବା ସଞ୍ଚୟକୁ ଆପଣ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିପାରିବେ । ସଞ୍ଚୟ ଶେଷ ହୋଇଯିବା ପରେ ଆଉ ଜମା କରିପାରିବେ ନାହିଁ । ଦେଶରContinue reading “ପେଟିଏମକୁ ରିଜର୍ଭ ବ୍ୟାଙ୍କର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଇଲେ ଅଙ୍କୁଶ । ଫେବ୍ରୁଆରୀ ୨୯ ଯାଏଁ ଗ୍ରାହକଙ୍କ ଜମାରାଶି ସୁରକ୍ଷିତ ।”
ଜ୍ଞାନବ୍ୟାପୀ ମସଜିଦରେ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ସକାଳୁ ପୂଜକ କଲେ ପୂଜାର୍ଚ୍ଚନା ।
କନକ ବ୍ୟୁରୋ: ୩୦ବର୍ଷ ପରେ ଜ୍ଞାନବ୍ୟାପୀ ମସଜିଦରେ ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ଭୋରରୁ ପୂଜକ କରିଛନ୍ତି ପୂଜାର୍ଚ୍ଚନା । ଗତକାଲି ମାମଲାର ଶୁଣାଣୀ ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ କୋର୍ଟ ନିଷ୍ପତ୍ତିି ନେଇଥିଲେ । ଆଜି ରାତି ୩ଟାରୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ମାନଙ୍କ ଦ୍ୱାରା ‘ବ୍ୟାସ୍ କା ତହଖାନା’ରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ୩୦ବର୍ଷ ପରେ ପୁଣିଥରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁContinue reading “ଜ୍ଞାନବ୍ୟାପୀ ମସଜିଦରେ ପୂଜାର୍ଚ୍ଚନା । କୋର୍ଟଙ୍କ ଅନୁମତି ପରେ ସକାଳୁ ପୂଜକ କଲେ ପୂଜାର୍ଚ୍ଚନା ।”
ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ୍ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
କନକ ବ୍ୟୁରୋ: ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ହେବ । ଆଜି ଅନ୍ତରୀଣ ବଜେଟ ଆଗତ ହେବାକୁ ଥିବା ବେଳେ ଜୁଲାଇ ମାସରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ।Continue reading “ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ୍ । ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।”