କନକ ବ୍ୟୁରୋ : ଚାରା ଘୋଟାଲା ମାମଲାରେ ଏକବର୍ଷରୁ ଅଧିକ ହେବ ଜେଲରେ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦୁମକା କୋଷାଗାରରୁ ବେଆଇନ ଅର୍ଥ କାରବାର ମାମଲାକୁ ନେଇ ଏହାପୂର୍ବରୁ ଲାଲୁଙ୍କ ଜାମିନ ଆବେଦନ ଉପରେ ଅନେକ ବାର ଶୁଣାଣି ହୋଇ ସାରିଛି । ଚାରା ଘୋଟାଲାର ଏହି ମାମଲା ସହିତ ଦୁମକା କୋଷାଗାରରୁ ବେଆଇନ ଭାବେ ୩.୧୩ କୋଟି ଟଙ୍କା କାରବାରContinue reading “ଜେଲରୁ ମୁକୁଳି ପାରନ୍ତି ଲାଲୁ ଯାଦବ । ଚାରା ଘୋଟାଲା ମାମଲାରେ ଝାଡଖଣ୍ଡ ହାଇକୋର୍ଟରୁ ମିଳିଲା ଜାମିନ”
Author Archives: Raghaba
ଶାନ୍ତିନଗରରେ ଅଶାନ୍ତି । ଭୋଟ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ଟେକାପଥର ଫିଙ୍ଗାଫିଙ୍ଗି, ବୁଥ ପାଖରେ ମୁହାଁମୁହିଁ ହେଲେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀ ।
କନକ ବ୍ୟୁରୋ : ଆଜି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବିଧାନନଗରରେ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି। ଘଟଣାଟି ବିଧାନନଗର ଅଞ୍ଚଳର ଶାନ୍ତିନଗରେ ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଗୋଟାଏ ମତଦାନ କେନ୍ଦ୍ର ନିକଟରେ ଏହି ସଂଘର୍ଷ ଘଟିଥିଲା। କୌଣସି କଥାକୁ ନେଇ ବିବାଦ ଦେଖାଦେବା ପରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ବିଜେପି ସମର୍ଥକମାନେ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ। ଏହିContinue reading “ଶାନ୍ତିନଗରରେ ଅଶାନ୍ତି । ଭୋଟ ଗ୍ରହଣ ବେଳେ ପଶ୍ଚିମବଙ୍ଗରେ ଟେକାପଥର ଫିଙ୍ଗାଫିଙ୍ଗି, ବୁଥ ପାଖରେ ମୁହାଁମୁହିଁ ହେଲେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀ ।”
ଇଂଲଣ୍ଡରେ ଟିକା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ମତ, ଗର୍ଭବତୀଙ୍କ ପାଇଁ ଏହି ଦୁଇଟି ଟିକା ସୁପାରିସ କଲା ଇଂଲଣ୍ଡର ବିଶେଷଜ୍ଞ କମିଟି ।
କନକ ବ୍ୟୁରୋ : କରୋନା ମହାମାରୀ ଏବେ ବିଶ୍ୱରେ ଭୟାନକ ରୂପ ନେବାରେ ଲାଗିଛି । ଏହି କ୍ରମରେ ଆମଦେଶରେ ଏବେ ଅଢେଇ ଳକ୍ଷ ମୁହାଁ ଦୈନିକ ସଂକ୍ରମଣ । ଏହରି ମଧ୍ୟରେ କରୋନାରୁ ରକ୍ଷା ପାଇବାକୁ ଟିକା ଉପରେ ଭରଶା କରିଛି ବିଶ୍ୱ । ହେଲେ ଏପର୍ଯ୍ୟନ୍ତ ସବୁ ଶ୍ରେଣୀ ଓ ସବୁ ପ୍ରକାରର ପରିସ୍ଥିତି ପାଇଁ ଟିକା ପ୍ରସ୍ତୁତ ହୋଇ ନଥିବା ବେଳେ ଗର୍ଭବତୀ ମହିଳା ମାନଙ୍କ ପାଇଁ ୨ ଟି ଟିକାକୁ ସୁପାରିସContinue reading “ଇଂଲଣ୍ଡରେ ଟିକା ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ମତ, ଗର୍ଭବତୀଙ୍କ ପାଇଁ ଏହି ଦୁଇଟି ଟିକା ସୁପାରିସ କଲା ଇଂଲଣ୍ଡର ବିଶେଷଜ୍ଞ କମିଟି ।”
ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ : ନାଇଟ୍ କର୍ଫ୍ୟୁ ପାଇଁ ରାତି ୮ଟାରୁ ଶ୍ରୀମନ୍ଦିରରେ ଦର୍ଶନ ମନା
କନକ ବ୍ୟୁରୋ : ପୁରୀ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାଜ୍ୟରେ କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ୨୦ଟି ଜିଲ୍ଲାର ସହରାଂଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଘୋଷଣା କରାଯାଇଛି । ତେବେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ପ୍ରସ୍ତୁତି ଭିତରେ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ରାତି ୮ଟାରେ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଥିବା ସ୍ୱତନ୍ତ୍ର ବ୍ୟରିକେଡ଼କୁ ସିଲ କରାଯିବ ।Continue reading “ଆଜିଠାରୁ ଆରମ୍ଭ ହେବ ନାଇଟ କର୍ଫ୍ୟୁ : ନାଇଟ୍ କର୍ଫ୍ୟୁ ପାଇଁ ରାତି ୮ଟାରୁ ଶ୍ରୀମନ୍ଦିରରେ ଦର୍ଶନ ମନା”
ରାଜ୍ୟରେ ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡ ଫେରନ୍ତା : ଛତିଶଗଡରୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୩୦ ସଂକ୍ରମିତ ହେଉଛନ୍ତି
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡରୁ ଆସୁଥିବା ଲୋକ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଛତିଶଗଡରୁ ଆସୁଥିବା ଜଣେ ଲେଖାଏଁ ବ୍ୟକ୍ତିଙ୍କ ଠାରୁ ୩୦ଜଣ ସଂକ୍ରମିତ ହେଉଛନ୍ତି । କରୋନାର ଡ୍ରପଲେଟ ବାୟୁମଣ୍ଡଳରେ ବୁଲୁଛି । ଏହା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି । ବିଶେଷ କରି କରୋନାର ଦ୍ୱିତୀୟ ଲହରରେ ଏଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । ତେଣୁ ନିହାତୀContinue reading “ରାଜ୍ୟରେ ସଂକ୍ରମଣ ବୃଦ୍ଧିର କାରଣ ପାଲଟିଛନ୍ତି ଛତିଶଗଡ ଫେରନ୍ତା : ଛତିଶଗଡରୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୩୦ ସଂକ୍ରମିତ ହେଉଛନ୍ତି “
କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ରାହୁଲ କାଷ୍ଟ୍ରୋ । ୬୦ ବର୍ଷ ପରେ କ୍ୟୁବାରେ ଗୋଟିଏ ଯୁଗର ଅନ୍ତ ଘଟିଲା
କନକ ବ୍ୟୁରୋ : କ୍ୟୂୁବାର ପୂର୍ବତନ ରାଷ୍ଟ୍ରପତି ରାହୁଲ କାଷ୍ଟ୍ରୋ ଶୁକ୍ରବାର ଦିନ କହିଛନ୍ତି କି ସେ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଉଛନ୍ତି ଓ ଯୁବପୀଢିକୁ ପାର୍ଟିର ଦାୟିତ୍ୱ ସମର୍ପିତ କରୁଛନ୍ତି । ଏହି ଦ୍ୱୀପ ଦେଶରେ ପାଖାପାଖି ୬ ଦଶକ ମଧ୍ୟରେ ପ୍ରଥମ ଥର ଏଭଳି ହେଉଛି । ଯାହାକି କାଷ୍ଟ୍ରୋ ପରିବାରରୁ କେହି ଦେଶର ନେତୃତ୍ୱ ନେବେ ନାହିଁ । କାଷ୍ଟ୍ରୋ କହିଥିଲେ କି ସେ ଖୁସିର ସହContinue reading “କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ରାହୁଲ କାଷ୍ଟ୍ରୋ । ୬୦ ବର୍ଷ ପରେ କ୍ୟୁବାରେ ଗୋଟିଏ ଯୁଗର ଅନ୍ତ ଘଟିଲା”
୨୬ ଜାନୁଆରୀ ଲାଲକିଲ୍ଲା ହିଂସା ମାମଲା । ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ
କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ହିଂସା ମାଲାରେ ଗିରଫ ହୋଇଥିବା ଅଭିନେତା ଦୀପ ସିଦ୍ଧୁ ଙ୍କୁ ଆଜି ଦିଲ୍ଲୀ ତୀସ ହଜାରୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ମିଳିଛି । ଗତ ସୋମବାର ଦିନ ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲା । ଶୁଣାଣି ବେଳେ ଦୀପ୍ ଙ୍କ ଓକିଲ କୋର୍ଟରେ କହିଥିଲେ କି ଭିଡ ଭିତରେContinue reading “୨୬ ଜାନୁଆରୀ ଲାଲକିଲ୍ଲା ହିଂସା ମାମଲା । ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ”
ରାଜ୍ୟରେ କରୋନା ଟିକାର ଘୋର ଅଭାବ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ୧୫ଶହ କେନ୍ଦ୍ରରୁ ବନ୍ଦ ହେଲା ହଜାରେ ୭୩
କନକ ବ୍ୟୁରୋ : ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି। ସେ କହିଛନ୍ତି, ୧୦ଟି ଜିଲ୍ଲାର ସହରାଞ୍ଚଳରେ ହୋଇଥିବା ସପ୍ତାହନ୍ତ ସଟଡାଉନ ଯୋଗୁ ସେଠି ବି ଟିକାକରଣ ବନ୍ଦ ରଖାଯାଇଛି। ରାଜ୍ୟରେ ଯେତିକି ଟିକା ରହିଛି,Continue reading “ରାଜ୍ୟରେ କରୋନା ଟିକାର ଘୋର ଅଭାବ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା, ୧୫ଶହ କେନ୍ଦ୍ରରୁ ବନ୍ଦ ହେଲା ହଜାରେ ୭୩”
ଭୟାନକ ହେଉଛି କରୋନାର ଦ୍ୱିତୀୟ ଲହର । ଏବେ ଅଧିକ ସଂକ୍ରମିତ ହେଉଛନ୍ତି ଯୁବବର୍ଗ ଓ ଛୋଟ ପିଲା । କେମିତି ଜାଣିବେ ଆପଣଙ୍କ ପିଲାକୁ ହୋଇଛି କି ନାହିଁ ସଂକ୍ରମଣ
କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରରେ ଅଧିକାଂଶ ଛୋଟ ପିଲା ଓ ଯୁବବର୍ଗ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଯାହାକି ପ୍ରଥମ ଲହର ବେଳେ କମ୍ ଥଲା । ଏବେ ଦେଶରେ ଅଧିକାଂଶ ଯୁବକ ଓ ଛୋଟ ପିଲା ସଂକ୍ରମିତ ହେଉଥିବା ନେଇ ସରକାରଙ୍କ ଚିନ୍ତା ବଢିଛି । କରୋନାର ଏହି ନୂଆ ଷ୍ଟେନରେ କିଛି ନୂଆ ଲକ୍ଷଣ ଦେଖିବାକୁ ମିଳୁଥିବା ବେଳେ ସଂକ୍ରମଣର ବେଗ ୩ ଗୁଣା ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟContinue reading “ଭୟାନକ ହେଉଛି କରୋନାର ଦ୍ୱିତୀୟ ଲହର । ଏବେ ଅଧିକ ସଂକ୍ରମିତ ହେଉଛନ୍ତି ଯୁବବର୍ଗ ଓ ଛୋଟ ପିଲା । କେମିତି ଜାଣିବେ ଆପଣଙ୍କ ପିଲାକୁ ହୋଇଛି କି ନାହିଁ ସଂକ୍ରମଣ”
ବିକାଶ ଚାହୁଁଛି ଲାଲଗଡ : ନୂତନ ପଞ୍ଚାୟତ ଗଠନ ଦାବିରେ ଲାଲଗଡ଼ରେ ୧୭ ଟି ଗାଁ ଲୋକଙ୍କ ରଣହୁଙ୍କାର
କନକ ବ୍ୟୁରୋ : ବିକାଶ ଚାହୁଁଛି ଲାଲଗଡ । ନୁତନ ଗ୍ରାମ ପଂଚାୟତ ସହ ମୌଳିକ ସୁବିଧା ଦାବୀ ନେଇ ଲାଲଗଡରେ ରଣହୁଁକାର ଦେଇଛନ୍ତି ୧୭ଟି ଗାଁର ଲୋକେ । ମାଲକାନଗିରି ଜିଲ୍ଲାର ଅନ୍ୟତମ ବିଚ୍ଛିନ୍ନାଂଚଳ ଭାବେ ପରିଚିତ ନାକାମାମୁଡି ପଂଚାୟତର ୧୭ ଖଣ୍ଡ ଗାଁର ଲୋକେ ବାୟାପଡାରେ ନୁତନ ଗ୍ରାମ ପଂଚୟାତ କାର୍ଯ୍ୟାଳୟ ସାଙ୍ଗକୁ ଅଂଚଳରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଡାକ୍ତରଖାନା, ପାନୀୟ ଜଳ ଆଦି ମୌଳିକ ସୁବିଧା ଦାବୀ ନେଇ ବାୟାପଡାରେ ଏକାଠି ହୋଇଥିଲେContinue reading “ବିକାଶ ଚାହୁଁଛି ଲାଲଗଡ : ନୂତନ ପଞ୍ଚାୟତ ଗଠନ ଦାବିରେ ଲାଲଗଡ଼ରେ ୧୭ ଟି ଗାଁ ଲୋକଙ୍କ ରଣହୁଙ୍କାର”