କରୋନା ହେଲେ କରିବେ କ’ଣ ? ୧୯୨୯ ନମ୍ବରରେ ଫୋନକରି ପାରିବେ ଭୁବନେଶ୍ୱରବାସୀ । ରାପିଡ୍ ରେସପନ୍ସ ଟିମ୍ ସହ କରିପାରିବେ ଯୋଗାଯୋଗ ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ରାଜଧାନୀ ସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ନେଲାଣି । ଗତ ୭ ଦିନରେ ୧୬୯୭ ଜଣ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୮୧ ଜଣ । ଅର୍ଥାତ୍ ରାଜଧାନୀରେ ଗତ ୭ ଦିନରେ ସକ୍ରିୟ କେସ୍ ରହିଛି ୧୨୧୬ ଜଣ । ଯାହା ସିଧାସଳଖ ହସ୍ପିଟାଲ ଉପରେ ଚାପ ବଢାଇବାରେ ଲାଗିଛି । କେବଳ ରାଜଧାନୀର କରୋନା ଆକ୍ରାନ୍ତ ଯେ, ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେContinue reading “କରୋନା ହେଲେ କରିବେ କ’ଣ ? ୧୯୨୯ ନମ୍ବରରେ ଫୋନକରି ପାରିବେ ଭୁବନେଶ୍ୱରବାସୀ । ରାପିଡ୍ ରେସପନ୍ସ ଟିମ୍ ସହ କରିପାରିବେ ଯୋଗାଯୋଗ ।”

ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଟଳମଳ ହେଲାଣୀ ସ୍ୱାସ୍ଥ୍ୟ ସେବା । ସମ୍ବଲପୁର ଭିମସାର, ବ୍ରହ୍ମପୁର ଏମକେସିଜିରେ ସଂଗୀନ ହେଉଛି ସ୍ଥିତି ।

କନକ ବ୍ୟୁରୋ: କ୍ରମାଗତ ୨ ଦିନ ଧରି ରାଜ୍ୟରେ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୩୧୪୪ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଦୈନିକ ସଂକ୍ରମଣରେ ଏକ ନମ୍ବର, ଦୁଇ ନମ୍ବର ରହିଛନ୍ତି । ସୁନ୍ଦରଗଡ଼ରେ ସର୍ବାଧିକ ୫୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୪୯୭ ନୂଆ ମାମଲା ଆସିଛି । ନୂଆପଡ଼ାରେ ୩୯୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮Continue reading “ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଟଳମଳ ହେଲାଣୀ ସ୍ୱାସ୍ଥ୍ୟ ସେବା । ସମ୍ବଲପୁର ଭିମସାର, ବ୍ରହ୍ମପୁର ଏମକେସିଜିରେ ସଂଗୀନ ହେଉଛି ସ୍ଥିତି ।”

ବିଶ୍ବରେ ବଢିଚାଲିଛି କରୋନା ମୃତ୍ୟୁସଂଖ୍ୟା । ଟିକାକରଣ ଭିତରେ କୋଭିଡ୍ ମୃତ୍ୟୁସଂଖ୍ୟା ଟପିଲା ୩ ନିୟୁତ ।

କନକ ବ୍ୟୁରୋ: ଦେଶରେ ସଂକ୍ରମଣ ବଢ଼ିବା ସହ ଆଜି ବିଶ୍ବରେ କରୋନାଜନିତ ମୃତ୍ୟୁସଂଖ୍ୟା ୩ ନିୟୁତ ଟପିଛି। ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଲୋକଙ୍କ ମୃତ୍ୟୁସଂଖ୍ୟା ୟୁକ୍ରେନର ଓ କୀବର ଜନସଂଖ୍ୟା ସହିତ ସମାନ। ଏହା ଚିକାଗୋ ଜନସଂଖ୍ୟା (୨.୭ ମିଲିୟନ୍) ଠାରୁ ଅଧିକ ଏବଂ ଫିଲାଡେଲଫିଆ ଏବଂ ଡାଲାସ୍ ସହିତ ସମାନ। ତେବେ ଅନେକ ଦେଶର ସରକାର କରୋନା ତଥ୍ୟContinue reading “ବିଶ୍ବରେ ବଢିଚାଲିଛି କରୋନା ମୃତ୍ୟୁସଂଖ୍ୟା । ଟିକାକରଣ ଭିତରେ କୋଭିଡ୍ ମୃତ୍ୟୁସଂଖ୍ୟା ଟପିଲା ୩ ନିୟୁତ ।”

ରାଜଧାନୀକୁ ଡରାଉଛି ଭୂତାଣୁ । ଗତ ୨୪ ଘଂଟା ଭିତରେ ଚିହ୍ନଟ ହେଲେ ୪୫୧ କରୋନା ସଂକ୍ରମିତ । କ୍ୱାରେଣ୍ଟାଇନରୁ ୯୧, ସ୍ଥାନୀୟ ସଂକ୍ରମିତ ୩୬୦ ଜଣ। 

କନକ ବ୍ୟୁରୋ: ରାଜଧାନୀରେ ୪ ଶହ ପାର୍ କଲା ଦୈନିକ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ମୋଟ ୪୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ତେବେ ରାଜଧାନୀରୁ ଏତେ ମାତ୍ରାରେ ଲୋକାଲ୍ କେସ୍ ସାମ୍ନାକୁ ଆସିବା ସାଧାରଣ ଲୋକଙ୍କ ମନରେ ଛନକା ପଶାଇଛି । ବିଏମସିର ରିପୋର୍ଟ ମୁତାବକ, ଆଜି କ୍ୱାରେଣ୍ଟାଇନରେ ଥିବା ୯୧ ଜଣContinue reading “ରାଜଧାନୀକୁ ଡରାଉଛି ଭୂତାଣୁ । ଗତ ୨୪ ଘଂଟା ଭିତରେ ଚିହ୍ନଟ ହେଲେ ୪୫୧ କରୋନା ସଂକ୍ରମିତ । କ୍ୱାରେଣ୍ଟାଇନରୁ ୯୧, ସ୍ଥାନୀୟ ସଂକ୍ରମିତ ୩୬୦ ଜଣ। “

ରାତି ୮ରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କରୋନା ସ୍ଥିତି ଏବଂ ଟୀକାରଣ ନେଇ କରିବେ ଆଲୋଚନା । 

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଭିତରେ ବଡ଼ ଖବର । ଆଜି ରାତି ୮ଟାରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ କରୋନା ସ୍ଥିତି ଓ ବିଭିନ୍ନ ରାଜ୍ୟରେ ଟୀକାକରଣ କିଭଳି ଚାଲିଛି ଓ ଆଗକୁ କେମିତି ହେବ, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଫିସରଙ୍କ ସହ ଏନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । fromContinue reading “ରାତି ୮ରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । କରୋନା ସ୍ଥିତି ଏବଂ ଟୀକାରଣ ନେଇ କରିବେ ଆଲୋଚନା । “

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ସମୁଦ୍ରରୁ ବେଆଇନ ଭାବେ ଚାଲିଛି ପାଣି ଉଠାଣ । ହାଇକୋର୍ଟଙ୍କ ରୋକ୍ ପରେ ବି ନିୟମ ଭାଙ୍ଗୁଛନ୍ତି ଚିଙ୍ଗୁଡି ହେଚେରି ମାଲିକ ।

କନକ ବ୍ୟୁରୋ: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନବା ସାମୁଦ୍ରିକ କଇଁଚ ସୁରକ୍ଷା ଶିବିର ନିକଟ ସମୁଦ୍ରରୁ ବେଆଇନ୍ ଭାବରେ ପାଣି ଉଠାଣ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । କୋର୍ଟଙ୍କ ନିର୍ଦେଶ ପରେ ସମୁଦ୍ର କୂଳରେ କୃଷ୍ଣପ୍ରସାଦ ତହସିଲଦାର, ରମ୍ଭା ରେଞ୍ଜର ପହଁଚି ପାଣି ପମ୍ପକୁ ଉଚ୍ଛେଦ କରିବା ସହ ଏହାକୁ ଜବତ କରିଥିଲେ । ହେଲେ ଆଜି ପୁଣି ଚିଙ୍ଗୁଡି ଘେରି ମାଲିକ ବେଆଇନ୍ ଭାବେ ସମୁଦ୍ରରୁ ପାଣି ଉଠାଉ ଥିବା ଦେଖିବାକୁ ମିଲିଛିContinue reading “ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ସମୁଦ୍ରରୁ ବେଆଇନ ଭାବେ ଚାଲିଛି ପାଣି ଉଠାଣ । ହାଇକୋର୍ଟଙ୍କ ରୋକ୍ ପରେ ବି ନିୟମ ଭାଙ୍ଗୁଛନ୍ତି ଚିଙ୍ଗୁଡି ହେଚେରି ମାଲିକ ।”

ନାଇଟ୍ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ୍ । ରାତିରେ ପଇଁତରା ମାରିବ ପାଟ୍ରୋଲିଂ ଗାଡି । ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ନାଇଟ୍ କର୍ଫ୍ୟୁ ସମୟରେ ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅମାନିଆଙ୍କୁ ସାବାଡ କରିବାକୁ ଟୁଇନ ସିଟିରେ ପଇଁତରା ମାରିବ ପୋଲିସ । ଆଜି ନାଇଟ୍ କର୍ଫ୍ୟୁ ସମ୍ବନ୍ଧରେ ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠୁ  ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ନାଇଟ୍ କର୍ଫ୍ୟୁ । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଆଜି ରାତି ୯ଟାରୁ କର୍ଫ୍ୟୁ ଲାଗିବContinue reading “ନାଇଟ୍ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ୍ । ରାତିରେ ପଇଁତରା ମାରିବ ପାଟ୍ରୋଲିଂ ଗାଡି । ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।”

ରାୟଗଡାରେ ଉତ୍କଟ ହେଲାଣି ପାଣି ସମସ୍ୟା । କେଉଁଠି ପାଣି ପାଇଁ ପଂଚାୟତ ଅଫିସରେ ତାଲା । କେଉଁଠି ଆଦିବାସୀଙ୍କ ଶୋଷ ମେଂଟାଉଛି ନାଳର ଦୂଷିତ ପାଣି ।

କନକ ବ୍ୟୁରୋ: ଆମକୁ ପାଣି ମୁନ୍ଦେ ଦିଅ, ଆଉ କିଛି ଦରକାର ନାହିଁ । ପ୍ରଶାସନକୁ ଏପରି କିଛି ଆକୁଳ ନିବେଦନ କରିଛନ୍ତି ରାୟଗଡା ଜିଲ୍ଲାର ଦୁଇ ଗ୍ରାମବାସୀ । ବର୍ଷ ବର୍ଷ ଧରି ଜଳକଷ୍ଟ ଲାଗି ରହିଥିଲେ ମଧ୍ୟ ଗ୍ରାମବାସୀଙ୍କ କେହି କର୍ଣ୍ଣପାତ କରୁନାହାନ୍ତି । ଫଳରେ ନାଳର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଖାଲି ସେତିକି ନୁହେଁ, ୧୫ ଦିନ ହେବ ପିଇବା ପାଣି ନପାଇ ପଂଚାୟତ ଅଫିସ ବିContinue reading “ରାୟଗଡାରେ ଉତ୍କଟ ହେଲାଣି ପାଣି ସମସ୍ୟା । କେଉଁଠି ପାଣି ପାଇଁ ପଂଚାୟତ ଅଫିସରେ ତାଲା । କେଉଁଠି ଆଦିବାସୀଙ୍କ ଶୋଷ ମେଂଟାଉଛି ନାଳର ଦୂଷିତ ପାଣି ।”

ବିକାଶ ଚାହୁଁଛି ଲାଲଗଡ । ସ୍ୱାଭିମାନ ଅଂଚଳରେ ମେଳି କଲେ ୧୭ଟି ଗାଁର ହଜାର ହଜାର ଲୋକେ ।

କନକ ବ୍ୟୁରୋ: ବିକାଶ ଚାହୁଁଛି ଲାଲଗଡ । ନୂତନ ଗ୍ରାମ ପଂଚାୟତ ସହ ମୌଳିକ ସୁବିଧା ଦାବି ନେଇ ଲାଲଗଡରେ ରଣହୁଁକାର ଦେଇଛନ୍ତି ୧୭ଟି ଗାଁର ଲୋକେ । ବର୍ଷ ବର୍ଷ ଧରି ରାସ୍ତା, ପାନୀୟ ଜଳ, ଆଙ୍ଗନୱାଡି, ସ୍ୱାସ୍ଥ୍ୟକେନ୍ଦ୍ର ଆଦି ମୌଳିକ ସୁବିଧା ପାଇଁ ସରକାରଙ୍କୁ ଅବଗତ କରାଇ ଆସୁଥିଲେ ହେଁ ବିଚ୍ଛିନ୍ନାଂଚଳର ଆରପଟେ ବସବାସ କରୁଥିବା ଲୋକଙ୍କ ଦୁଃଖ ଶୁଣୁ ନାହାନ୍ତି କେହି । ସ୍ୱାଭିମାନ ଅଂଚଳ ଘୋଷଣା କରି ଚିତ୍ରକୋଣ୍ଡା ବ୍ଲକର ୫ଟିContinue reading “ବିକାଶ ଚାହୁଁଛି ଲାଲଗଡ । ସ୍ୱାଭିମାନ ଅଂଚଳରେ ମେଳି କଲେ ୧୭ଟି ଗାଁର ହଜାର ହଜାର ଲୋକେ ।”

ଭୋପାଳ ହମିଦିଆ ହସ୍ପିଟାଲରୁ ୮ ଶହ ରେମଡେସିଭିର ଇଂଜେକ୍ସନ ଚୋରୀ । ଚୋର ଧରିବାକୁ ସିସିଟିଭି ଯାଂଚ କରୁଛି ପୋଲିସ

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ସଂଜୀବନୀ କୁହାଯାଉଥିବା ରେମଡେସିଭିର ଇଂଜେକ୍ସନ ଏବେ ବଜାରରେ ଘୋର ଅଭାବ । ଏହାରି ମଧ୍ୟରେ ଭୋପାଳର ହମିଦିଆ ହସ୍ପିଟାଲରୁ ଏହି ଇଂଜେକ୍ସନର ୮୦୦ ଡୋଜ ଚୋରୀ ହୋଇଯାଇଥିବା ଖବର ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଖବର ଆସିବା ପରେ ପୋଲିସ ହସ୍ପିଟାଲରେ ଲାଗିଥିବା ସମସ୍ତ ସିସିଟିଭି ଯାଂଚ କରୁଛି । ଅନୁମାନ କରାଯାଉଛି କି ମେଡିକାଲ କର୍ମଚାରୀ ଏହି ଚୋରୀରେ ସଂପୃକ୍ତ ଅଛନ୍ତିContinue reading “ଭୋପାଳ ହମିଦିଆ ହସ୍ପିଟାଲରୁ ୮ ଶହ ରେମଡେସିଭିର ଇଂଜେକ୍ସନ ଚୋରୀ । ଚୋର ଧରିବାକୁ ସିସିଟିଭି ଯାଂଚ କରୁଛି ପୋଲିସ”

Design a site like this with WordPress.com
Get started