କୁମ୍ଭମେଳାକୁ ପ୍ରତିକାତ୍ମକ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ : ଜୁନା ଆଖଡାର ସ୍ୱାମୀ ଅଭଦେଶାନନ୍ଦଙ୍କ ସହ ଫୋନରେ କଥା ହେଲେ ମୋଦୀ

କନକ ବ୍ୟୁରୋ : ଦେଶରେ କରୋନା ଦ୍ବିତୀୟ ଲହର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ଦୁଇ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣର ବୃଦ୍ଧି ହେତୁ ଦେଶର ଡାକ୍ତରଖାନାଗୁଡ଼ିକର ଅବସ୍ଥା ବିଗିଡି ଯାଇଛି । ଦେଶରେ ଭେଣ୍ଟିଲେଟର, ଏବଂ ଅମ୍ଳଜାନର ଅଭାବ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ କୁମ୍ଭ ମେଳାକୁ ନେଇ ନୀରବତା ଭାଙ୍ଗିଛନ୍ତି । ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ ପ୍ରତିକାତ୍ମକ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କContinue reading “କୁମ୍ଭମେଳାକୁ ପ୍ରତିକାତ୍ମକ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ : ଜୁନା ଆଖଡାର ସ୍ୱାମୀ ଅଭଦେଶାନନ୍ଦଙ୍କ ସହ ଫୋନରେ କଥା ହେଲେ ମୋଦୀ”

ଆମେରିକାର ଇଣ୍ଡିୟାନା ଫେଡେକ୍ସ ସେଣ୍ଟର ଗୁଳି କାଣ୍ଡ ଘଟଣା । ୪ ଜଣ ଶିଖ୍ ଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଆମେରିକାର ଇଣ୍ଡିୟାନା ରାଜ୍ୟର ଫେଡେକ୍ସ ସେଣ୍ଟର ନିକଟରେ ହୋଇଥିବା ଗୁଳିମାଡ ଘଟଣାରେ ୪ ଜଣ ଶିଖ୍ ସଂପ୍ରଦାୟର ଲୋକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୫ ଜଣ ଗୁରୁତର ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଗୁଳି ଚଳାଇଥିବା ବ୍ୟକ୍ତି ଜଣଙ୍କୁ ପୋଲିସ ଚିହ୍ନଟ କରିବା ସହ କରିଛି । ପୋଲିସ କହିଛି କି ଆରୋପି ଜଣଙ୍କ ହେଉଛନ୍ତି ଇଣ୍ଡିୟାନା ରାଜ୍ୟର ୧୯ ବର୍ଷିୟ ବ୍ରେଣ୍ଡେନContinue reading “ଆମେରିକାର ଇଣ୍ଡିୟାନା ଫେଡେକ୍ସ ସେଣ୍ଟର ଗୁଳି କାଣ୍ଡ ଘଟଣା । ୪ ଜଣ ଶିଖ୍ ଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ”

କରୋନା କବଳରେ ପୁରା ଦେଶ । ୨୪ ଘଂଟାରେ ୨ ଲକ୍ଷ ୩୪ ହଜାର ପାର ସଂକ୍ରମିତଙ୍କ ସଂଖ୍ୟା । ପୁଣି କିଲର କରୋନା ନେଲା ୧,୩୪୧ ଜୀବନ

କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପର ମୁହାଁ । ଦେଶର ପ୍ରତିଟି ରାଜ୍ୟ ଓ ସହର ର ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ କରୋନା ସଂକ୍ରମଣ ତା’ର ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨ ଲକ୍ଷ ୩୪ ହଜାର ୬୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧ ଲକ୍ଷ ୨୩Continue reading “କରୋନା କବଳରେ ପୁରା ଦେଶ । ୨୪ ଘଂଟାରେ ୨ ଲକ୍ଷ ୩୪ ହଜାର ପାର ସଂକ୍ରମିତଙ୍କ ସଂଖ୍ୟା । ପୁଣି କିଲର କରୋନା ନେଲା ୧,୩୪୧ ଜୀବନ”

ବଢିବ ତାତି : ୪ ଦିନରେ ବଢ଼ିବ ୪ ଡିଗ୍ରି; ପୁଣି ୪୦ ଡେଇଁବ ଅଧିକାଂଶ ରାଜ୍ୟର ପାରଦ

କନକ ବ୍ୟୁରୋ : ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗତ ୨ ଦିନ ହେଲା ୪୦ ଡିଗ୍ରି ତଳକୁ ଖସିଥିବା ତାପମାତ୍ରା ପୁଣିଥରେ ୪୨ ଛୁଇଁବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ନଥିବାରୁ ତାତି ବଢ଼ିବ। ୧୯ ଓ ୨୦ ତାରିଖ ଅପରାହ୍‌ଣ ଆଡ଼କୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛିContinue reading “ବଢିବ ତାତି : ୪ ଦିନରେ ବଢ଼ିବ ୪ ଡିଗ୍ରି; ପୁଣି ୪୦ ଡେଇଁବ ଅଧିକାଂଶ ରାଜ୍ୟର ପାରଦ”

ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । ରାଜ୍ୟକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦେବାକୁ କଲେ ଅନୁରୋଧ

କନକ ବ୍ୟୁରୋ : ଟିକା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଚାହିଦା ମୁତାବକ ରାଜ୍ୟକୁ ଟିକା ମିଳୁନଥିବାରୁ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏଥିସହ ବିଶ୍ୱସ୍ତରରେ ସ୍ୱୀକୃତି ପାଇଥିବା କରୋନା ଟିକାଗୁଡିକର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଚିଠିରେ ଲେଖିଛନ୍ତି । ଭାରତରେ ଟିକା ଉତ୍ପାଦନ ପାଇଁ ଯଥେଷ୍ଟ କ୍ଷମତା ରହିଛିContinue reading “ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । ରାଜ୍ୟକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦେବାକୁ କଲେ ଅନୁରୋଧ”

ଆଂଟିଜେନ୍ ପରେ ଆରଟିପିସିଆର ଟେଷ୍ଟରେ ବି ହାଇଦର କରୋନା ପଜିଟିଭ : ଚୌଦ୍ୱାର ଜେଲରେ ସଙ୍ଗରୋଧରେ ଅଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର

କନକ ବ୍ୟୁରୋ : ପୋଲିସର ହୋସ ଉଡାଇ ଦେଇଛି ହାଇଦର । ୧୨୦ ଘଂଟାର ଅପରେସନ ହାଇଦରକୁ ସଫଳତା ମିଳିଛି ସହ, ହେଲେ ଗ୍ୟାଙ୍ଗଷ୍ଟର ହାଇଦର କରୋନା ଆକ୍ରାନ୍ତ ବୋଲି ଜଣାପଡିବା ପରେ ପୋଲିସର ନିଦ ହଜି ଯାଇଛି । କଟକ ବଡ ମେଡିକାଲରୁ ହାଇଦର ଫେରାର ହୋଇ ଧରା ପଡିବା ଯାଏଁ ପୋଲିସ ଆଖିକୁ ନିଦ ନଥିଲା । ଏବେ ପୁଣି ହାଇଦରର ଆଂଟିଜେନ୍ ରିପୋର୍ଟ ପରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିିଛିContinue reading “ଆଂଟିଜେନ୍ ପରେ ଆରଟିପିସିଆର ଟେଷ୍ଟରେ ବି ହାଇଦର କରୋନା ପଜିଟିଭ : ଚୌଦ୍ୱାର ଜେଲରେ ସଙ୍ଗରୋଧରେ ଅଛି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର”

ରାଜ୍ୟର ଦୁଇଟି ପ୍ରମୁଖ ହସ୍ପିଟାଲ ଏମକେସିଜି ଓ ଭିମସାରରୁ ଆସିଲା ଉଦବେଗଜନକ ଚିତ୍ର : କରୋନା ରୋଗୀଙ୍କ ସଂଖ୍ୟା ବଢିବାରୁ ଅଭାବ ପଡିଲାଣି ଆଇସିୟୁ

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତର ଦ୍ୱିତୀୟ ଦିନ ପାଇଁ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶେଷ କରି ପଶ୍ଚିମ ଓଡିଶାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରୋଗୀ ଗୁରୁତର ହେଉଥିବାରୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ କରୁଛନ୍ତି । ତେଣୁ ହସ୍ପିଟାଲରେ ଅଭାବ ପଡିଲାଣି ଆଇସିୟୁ ବେଡ୍ । ବିଶେଷ କରି ପଶ୍ଚିମାଂଚଳର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ବୁର୍ଲା ଭିମସାର ଓ ଦକ୍ଷିଣାଂଚଳରContinue reading “ରାଜ୍ୟର ଦୁଇଟି ପ୍ରମୁଖ ହସ୍ପିଟାଲ ଏମକେସିଜି ଓ ଭିମସାରରୁ ଆସିଲା ଉଦବେଗଜନକ ଚିତ୍ର : କରୋନା ରୋଗୀଙ୍କ ସଂଖ୍ୟା ବଢିବାରୁ ଅଭାବ ପଡିଲାଣି ଆଇସିୟୁ”

ଲଗାତାର ଦ୍ୱିତୀୟ ଦିନ ପାଇଁଁ ରାଜ୍ୟରେ ୩ହଜାର ଉପରେ କୋଭିଡ ପଜିଟିଭ : ଗତ ୨୪ଘଂଟାରେ ୩ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଆଜି ରାଜ୍ୟରେ ପୁଣି ୩ହଜାର ଉପରେ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୨୧ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୭ଜଣ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧାContinue reading “ଲଗାତାର ଦ୍ୱିତୀୟ ଦିନ ପାଇଁଁ ରାଜ୍ୟରେ ୩ହଜାର ଉପରେ କୋଭିଡ ପଜିଟିଭ : ଗତ ୨୪ଘଂଟାରେ ୩ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ”

ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିବା ପରେ କେନ୍ଦ୍ର ସରକାରଙ୍କ ବଢିଲା ଚିନ୍ତା : ଆଜି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଜାରି ରହିଛି । ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଯିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢି ଯାଇଛି । ବିଶେଷ କରି ଦେଶର ମୋଟ ସଂକ୍ରମଣରେ ୧୦ଟି ରାଜ୍ୟର ଯୋଗଦାନ ୭୯.୧୦ ପ୍ରତିଶତ ରହିଛି । ମହାରାଷ୍ଟ୍ରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଉତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ, କର୍ଣ୍ଣାଟକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ମଧ୍ୟ ପ୍ରଦେଶ,Continue reading “ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିବା ପରେ କେନ୍ଦ୍ର ସରକାରଙ୍କ ବଢିଲା ଚିନ୍ତା : ଆଜି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ”

୧୪ ହଜାର କୋଟି ପିଏନବି ଦୁର୍ନୀତିର ମାଷ୍ଟର ମାଇଣ୍ଡ ନିରବ ମୋଦିଙ୍କ ବଢିଲା ଅଡୁଆ : ଭାରତକୁ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନର ମଞ୍ଜୁରୀ

କନକ ବ୍ୟୁରୋ : ୧୪ ହଜାର କୋଟି ପିଏନବି ଦୁର୍ନୀତିର ମାଷ୍ଟର ମାଇଣ୍ଡ ନିରବ ମୋଦିଙ୍କ ବଢିଲା ଅଡୁଆ । ଭାରତକୁ ପ୍ରତ୍ୟାର୍ପଣ ପାଇଁ ମଞ୍ଜୁରୀ ଦେଇଛି ବ୍ରିଟେନ୍ । ସେଠାକାର ଗୃହ ସଚିବ ପ୍ରୀତି ପଟେଲ ଏହି ମଞ୍ଜୁରୀ ଦେଇଛନ୍ତି । ଫଳରେ ଭାରତକୁ ନିରବଙ୍କ ପ୍ରତ୍ୟର୍ପଣ ନେଇ ରାସ୍ତା ସଫା ହେଇଛି । ଗତ ଫେବ୍ରୁଆରୀ ୨୫ ତାରିଖରେ ହୀରା ବ୍ୟବସାୟୀ ନିରବଙ୍କ ବିରୋଧରେ ଠକେଇର ପ୍ରମାଣ ଥିବା କହିଥିଲେ ବ୍ରିଟେନର ଏକ କୋର୍ଟContinue reading “୧୪ ହଜାର କୋଟି ପିଏନବି ଦୁର୍ନୀତିର ମାଷ୍ଟର ମାଇଣ୍ଡ ନିରବ ମୋଦିଙ୍କ ବଢିଲା ଅଡୁଆ : ଭାରତକୁ ପ୍ରତ୍ୟାର୍ପଣ ପାଇଁ ବ୍ରିଟେନର ମଞ୍ଜୁରୀ”

Design a site like this with WordPress.com
Get started