ଭୁବନେଶ୍ୱରରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ବୃତ୍ତିଗତ ଦକ୍ଷତା ସହ କାମ କରୁ ପୋଲିସ ।

କନକ ବ୍ୟୁରୋ : ଭୁବନେଶ୍ୱରରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିସହ ଉତ୍କଳ ଦିବସ ଅବସରରେ ରିଜର୍ଭ ଗ୍ରାଉଣ୍ଡରେ ଆୟୋଜିତ ଦୀକ୍ଷାନ୍ତ ପରେଡରେ ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ। ଭୁବନେଶ୍ୱର- କଟକ କମିସନରେଟ ପୁଲିସ ଆଗାମୀ ଦିନରେ ଉତ୍ତମ ସେବା ଏବଂ ସେବାର ମାନ ଅଧିକ କରିବା ଦିଗରେ ସଂକଳ୍ପବଦ୍ଧ ବୋଲି ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏଥିସହ ପୁଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କContinue reading “ଭୁବନେଶ୍ୱରରେ ୮୬ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ବୃତ୍ତିଗତ ଦକ୍ଷତା ସହ କାମ କରୁ ପୋଲିସ ।”

ଆଜିଠାରୁ କଡାକଡି ଭାବେ ଲାଗୁ ହେବ ନୂଆ ଗାଇଡ ଲାଇନ : ପିପିଲି ଉପନିର୍ବାଚନ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ଆଧାରରେ ରାଜନୈତିକ ସମାବେଶ କରିହେବ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆଜିଠାରୁ ନୂଆ ଗାଇଡ ଲାଇନ କଡାକଡି ଭାବେ ଲାଗୁ ହେବ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକଣାକୁ କଠୋର କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ମାସ ପାଇଁ ଜାରି ଗାଇଡଲାଇନ ଅନୁସାରେ ସମସ୍ତ ବଡ ସମାବେଶ, ବା ଭିଡକୁ ପୂର୍ବ ଭଳି ନିଷିଦ୍ଧ କରାଯିବ । ସର୍ତମୂଳକ ଭାବେ ୨ଶହ ଲୋକଙ୍କୁ ନେଇ ସଭା, ସମାବେଶ କରାଯାଇପାରିବ । ସ୍ଥାନୀୟContinue reading “ଆଜିଠାରୁ କଡାକଡି ଭାବେ ଲାଗୁ ହେବ ନୂଆ ଗାଇଡ ଲାଇନ : ପିପିଲି ଉପନିର୍ବାଚନ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ଆଧାରରେ ରାଜନୈତିକ ସମାବେଶ କରିହେବ”

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି : ନନ୍ଦିଗ୍ରାମ ସହିତ ୩୦ ଆସନ ପାଇଁ ନେତା ବାଛୁଛନ୍ତି ଜନତା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୭୫ ଲକ୍ଷ ମତଦାତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ହାଇଭୋଲଟେଜ୍ ନନ୍ଦୀଗ୍ରାମ ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ପଡୁଛି । ଯେଉଁଠାରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।Continue reading “ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି : ନନ୍ଦିଗ୍ରାମ ସହିତ ୩୦ ଆସନ ପାଇଁ ନେତା ବାଛୁଛନ୍ତି ଜନତା”

କିଶୋରଙ୍କ ପାଇଁ ଭ୍ୟାକ୍ସିନ୍ ନିରାପଦ କହିଲା ଫାଇଜର୍ : ଆମେରିକା କମ୍ପାନି ଫାଇଜର୍ ଓ ଜର୍ମାନର ବାୟୋନଟେକ୍ ପକ୍ଷରୁ ପ୍ରସ୍ତୁତ ଟିକା

କନକ ବ୍ୟୁରୋ : ବିଶ୍ୱବ୍ୟାପୀ ବୟସ୍କଙ୍କ କରୋନା ଟିକାକରଣ ଚାଲିଥିବାବେଳେ ଶିଶୁଙ୍କୁ କେବେ ମିଳିବ ଟିକା, ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ଏହାରି ଭିତରେ ବୁଧବାର କରୋନା ବିରୋଧୀ ଲଢେଇକୁ ଆଉଏକ ପ୍ରୋତ୍ସାହନ ମିଳିଛି । ଆମେରିକା କମ୍ପାନି ଫାଇଜର ଓ ଜାର୍ମାନର ବାୟୋନଟେକ୍ ପକ୍ଷରୁ ପ୍ରସ୍ତୁତ ଟିକା ୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ଶତ ପ୍ରତିଶତ ଫଳପ୍ରଦ ବୋଲି ଦାବି କରାଯାଇଛି । ବିଶ୍ୱର ପ୍ରଥମ ଟିକା ଭାବେ ଏହିContinue reading “କିଶୋରଙ୍କ ପାଇଁ ଭ୍ୟାକ୍ସିନ୍ ନିରାପଦ କହିଲା ଫାଇଜର୍ : ଆମେରିକା କମ୍ପାନି ଫାଇଜର୍ ଓ ଜର୍ମାନର ବାୟୋନଟେକ୍ ପକ୍ଷରୁ ପ୍ରସ୍ତୁତ ଟିକା”

ଭାରତରୁ ଯାଉଛି ପଥର, ମୁସଲିମବହୁଳ ଦେଶରେ ନିର୍ମାଣ ହେଉଛି ମନ୍ଦିର । ଖର୍ଚ୍ଚ ହେବ ପାଖାପାଖି ୯୦୦ କୋଟି ।

କନକ ବ୍ୟୁରୋ: ଭାରତରୁ ପଥର ଯାଇ ବିଦେଶରେ ନିର୍ମାଣ ହେଉଛି ଭବ୍ୟ ମନ୍ଦିର । ଅକ୍ଷର ପୁରୁଷୋତ୍ତମ ସ୍ଵାମୀନାରାୟଣ ସଂସ୍ଥା ପକ୍ଷରୁ ଆବୁଧାବିରେ ଏହି ମନ୍ଦିରର ନିର୍ମାଣ ଚାଲିଛି । ତେବେ ଏହି ମନ୍ଦିର ପାଇଁ ପାଖାପାଖି ୪୫ କୋଟି ଦୀରହମ ବା ୮୮୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଆବୁଧାବିର ମୁରେଇଖାହରେ ୨୭ ଏକର ଜମିରେ ଏହି ମନ୍ଦିରର ନିର୍ମାଣ ଚାଲିଛି । ପ୍ରୋଜେକ୍ଟ ଇଂଜିନିୟରଙ୍କ କହିବା ମୁତାବକ ବର୍ତ୍ତମାନ ମନ୍ଦିରର ମୂଳଦୁଆContinue reading “ଭାରତରୁ ଯାଉଛି ପଥର, ମୁସଲିମବହୁଳ ଦେଶରେ ନିର୍ମାଣ ହେଉଛି ମନ୍ଦିର । ଖର୍ଚ୍ଚ ହେବ ପାଖାପାଖି ୯୦୦ କୋଟି ।”

୨୪ ଘଂଟାରେ ବଦଳିଗଲା ନିଷ୍ପତ୍ତି : ସ୍ୱଳ୍ପ ସଂଚୟ ଜମା ଉପରେ ସୁଧ ହ୍ରାସ ନିଷ୍ପତ୍ତସ୍ଥଗିତ ରଖିଲେ କେନ୍ଦ୍ର ସରକାର; ଲାଗୁ ହେବ ପୁରୁଣା ସୁଧହାର

କନକ ବ୍ୟୁରୋ : ସ୍ୱଳ୍ପ ସଂଚୟ ଜମା ଉପରେ ସୁଧ ହ୍ରାସ ନିଷ୍ପତିକୁ ସ୍ଥଗିତ ରଖିଲେ କେନ୍ଦ୍ର ସରକାର । ଘୋଷଣା ହୋଇଥିବା ନୂଆ ସୁଧହାର ପରିବର୍ତେ ପୂର୍ବ ସୁଧହାର ଲାଗୁହେବ । ଅର୍ଥାତ ସ୍ୱଳ୍ପ ସଂଚୟ ଜମା ଉପରେ ୨୦୨୦-୨୧ ଆର୍ଥିକ ବର୍ଷରେ ଯେଉଁ ସୁଧହାର ଥିଲା ତାହା ବଳବତର ରହିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବରୁ ଏପ୍ରିଲ ୧ରୁ ସ୍ୱଳ୍ପ ସଂଚୟ ଜମାContinue reading “୨୪ ଘଂଟାରେ ବଦଳିଗଲା ନିଷ୍ପତ୍ତି : ସ୍ୱଳ୍ପ ସଂଚୟ ଜମା ଉପରେ ସୁଧ ହ୍ରାସ ନିଷ୍ପତ୍ତସ୍ଥଗିତ ରଖିଲେ କେନ୍ଦ୍ର ସରକାର; ଲାଗୁ ହେବ ପୁରୁଣା ସୁଧହାର”

ରାଜ୍ୟର ୨୧ଟି ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ଖରା : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା । ବାଦ୍ ପଡିନି ଉତର ଓଡିଶା । ସବୁଠି ଏବେ ଖରା ପ୍ରକୋପ ବଢି ବଢି ଚାଲିଛି । ସକାଳ ହେଉ ହେଉ ତାତି ଏମିତି ବଢିଯାଉଛି ଯେ ଦିନ ୧୦ଟା ବେଳେ ଅନେକ ସ୍ଥାନରେ ବାଟଘାଟ ଖାଁ ଖାଁ ହୋଇ ପଡୁଛି । ରାଜ୍ୟର ୨୧ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଖରା ହେବ । ଏ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗContinue reading “ରାଜ୍ୟର ୨୧ଟି ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ଖରା : ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ”

ପଶୁଙ୍କ ପାଇଁ ରୁଷ ଆଣିଲା କରୋନା ଟିକା । ପରୀକ୍ଷଣରେ ସଫଳତା ପରେ ଚଳିତ ମାସରେ ଆରମ୍ଭ ହେବ ଟିକା ପ୍ରସ୍ତୁତି 

କନକ ବ୍ୟୁରୋ : ପଶୁଙ୍କ ପାଇଁ ପ୍ରଥମ କୋଭିଡ ଟିକା ଆଣିଲା ରୁଷିଆ । ଏଣିକି କରୋନା ମହାମାରୀରୁ ପଶୁଙ୍କୁ ମଧ୍ୟ ବଞ୍ଚାଇ ହେବ । ପଶୁଙ୍କ ପାଇଁ କାର୍ଣ୍ଣିଭାକ୍-କୋଭ ନାମକ କରୋନା ଟିକା ବିକଶିତ କରିଥିବା ରୁଷ ଦାବି କରିଛି । ସୂଚନା ଅନୁସାରେ ଗତ ଅକ୍ଟୋବର ମାସରେ ବିଭିନ୍ନ ପଶୁଙ୍କ ଠାରେ ରୁଷିଆ ଚଳାଇଥିବା ନୈଦାନିକ ପରୀକ୍ଷଣରେ କୁକୁର, ବିରାଡି, କୋକିଶିଆଳି, ମିଙ୍କ ଭଳି ପ୍ରାଣୀଙ୍କ ଠାରେ କରୋନା ବିରୋଧୀ ଆଣ୍ଟିବଡି ବିକଶିତ ହୋଇଥିବାContinue reading “ପଶୁଙ୍କ ପାଇଁ ରୁଷ ଆଣିଲା କରୋନା ଟିକା । ପରୀକ୍ଷଣରେ ସଫଳତା ପରେ ଚଳିତ ମାସରେ ଆରମ୍ଭ ହେବ ଟିକା ପ୍ରସ୍ତୁତି “

କମିଲା ଜମାର ସୁଧହାର : ପିପିଏଫରେ ୬ ଦଶମିକ ୪ ପ୍ରତିଶତକୁ ଖସିଲା ସୁଧହାର; ଗତ ୪୬ ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର

କନକ ବ୍ୟୁରୋ : ସଂଚୟଜମା ଉପରେ କମିଲା ସୁଧହାର । ଏନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ନୂଆ ଆର୍ଥିକ ବର୍ଷରେ ନୂଆ ନୀତି ହେବ ଲାଗୁ । ଫଳରେ ସ୍ୱଳ୍ପ ଜମା ଯୋଜନାରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ଲାଗିଛି ଝଟକା । ଅର୍ଥ ମନ୍ତ୍ରାଳୟରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସୁଧହାର ୧.୧୦ ପ୍ରତିଶତ ଯାଏଁ କମାଇଛନ୍ତି । ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ- ପିପିଏଫରେ ସୁଧହାରରେ ୭୦ ବେସିସ୍ ପଏଂଟ ହ୍ରାସ କରିଛନ୍ତିContinue reading “କମିଲା ଜମାର ସୁଧହାର : ପିପିଏଫରେ ୬ ଦଶମିକ ୪ ପ୍ରତିଶତକୁ ଖସିଲା ସୁଧହାର; ଗତ ୪୬ ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର”

ଆଜିିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା : ହାଇରିସ୍କ ଗ୍ରୁପରୁ ମିଳିବ ପ୍ରାଥମିକତା

କନକ ବ୍ୟୁରୋ : ଆଜିଠାରୁ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ କରାଯିବ । ଆଜି ଠାରୁ ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢୁଥିବାରୁ ଟିକାକରଣ ହେବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ । ବଲାଙ୍ଗିର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ, ନବରଙ୍ଗପୁର, ମୟୁରଭଞ୍ଜରେ ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ । ମାଛମାଂସ ବିକ୍ରେତା, ସେଲୁନ, ବୁଲା ବିକାଳି, ଅଟୋ ଓ ବସ ଡ୍ରାଇଭର,Continue reading “ଆଜିିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା : ହାଇରିସ୍କ ଗ୍ରୁପରୁ ମିଳିବ ପ୍ରାଥମିକତା”

Design a site like this with WordPress.com
Get started