କନକ ବ୍ୟୁରୋ : ବିଧାନସଭାରେ ଉଠିଲା ମାହାଙ୍ଗା ମର୍ଡର ପ୍ରସଙ୍ଗ । ମାହାଙ୍ଗା ମର୍ଡର ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମାହାଙ୍ଗା ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ରହିଛି । ଏତଲା ଥିଲେ ସୁଦ୍ଧା ସରକାର ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ କରୁନାହାନ୍ତି । ଏତଲାର ୧୩ ନଂରେ ମନ୍ତ୍ରୀଙ୍କ ନାଁ ଅଛି, ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି । ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତକୁ ମଧ୍ୟ ରାସ୍ତାରୁ ହଟାଇContinue reading “ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ଉଠିଲା ପଡ଼ିଲା ବିଧାନସଭା : ଶୂନ୍ୟ କାଳରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା”
Author Archives: Raghaba
ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଆଗକୁ ଜୋରଦାର ହେବ ଚେକିଂ ଓ ଚାଲିବ ଚଢାଉ; ଉନ୍ନୟନ କମିଶନରଙ୍କ ସୂଚନା
କନକ ବ୍ୟୁରୋ : ରାଜ୍ୟରେ କରୋନା ସ୍ଥିତି ନେଇ ଉନ୍ନୟନ କମିଶନରଙ୍କ ସୂଚନା । ରାଜ୍ୟରେ କରୋନା ସଂକ୍ରମଣ ବଢିବାକୁ ଲାଗିଲାଣି । ଆଗକୁ ଜୋରଦାର ଚେକିଂ ଓ ଚଢାଉ ଚାଲିବ । ହୋଲି ଓ ଦୋଳ ପାଇଁ କଟକଣା ଜାରି ହୋଇଛି । ଚଢାଉ ପାଇଁ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପ୍ରବଣ ରାଜ୍ୟରୁ ଫେରନ୍ତାଙ୍କ ଉପରେ ନଜର ରହିଛି । ବିମାନବନ୍ଦରରେ ଯାତ୍ରୀଙ୍କ ବିଧିବଦ୍ଧ ଭାବେ ସ୍କ୍ରିନିଂ ଚାଲିଛିContinue reading “ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଆଗକୁ ଜୋରଦାର ହେବ ଚେକିଂ ଓ ଚାଲିବ ଚଢାଉ; ଉନ୍ନୟନ କମିଶନରଙ୍କ ସୂଚନା”
ସୁରଟରେ କରୋନା ସ୍ଥିତି ଅଣାୟତ : ୨୪ ଘଣ୍ଟାରେ ସହରରୁ ୩୪୯ ପଜିଟିଭ୍ ଚିହ୍ନଟ; ବନ୍ଦ ରହିବ ହୀରା ବଜାର ଓ କପଡା ବଜାର
କନକ ବ୍ୟୁରୋ : ସୁରଟରେ କରୋନା ସ୍ଥିତି ଅଣାୟତ । ୨ ଦିନ ପାଇଁ ବନ୍ଦ ରହିବ ସୁରଟର ହୀରା ବଜାର ଏବଂ କପଡା ବଜାର । ଗତ ୨୪ ଘଂଟାର ରିପୋର୍ଟ ଅନୁସାରେ ସୁରଟ ସହରରୁ ୩୪୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁରଟ ସହର ଆଖପାଖ ଅଂଚଳରେ ୧୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସୁରଟ ସହରରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୭ ହଜାର ୫୮୬ରେ ପହଁଚି ଯାଇଛି ।Continue reading “ସୁରଟରେ କରୋନା ସ୍ଥିତି ଅଣାୟତ : ୨୪ ଘଣ୍ଟାରେ ସହରରୁ ୩୪୯ ପଜିଟିଭ୍ ଚିହ୍ନଟ; ବନ୍ଦ ରହିବ ହୀରା ବଜାର ଓ କପଡା ବଜାର”
ଦାମନଯୋଡି ନାଲକୋ ବିସ୍ଥାପିତଙ୍କ ୩ୟ ଦିନରେ ଧର୍ମଘଟ । ଧର୍ମଘଟ ସ୍ଥଳରେ ପୋଲିସ-ବିସ୍ଥାପିତ ହେଲେ ମୁହାଁମୁହିଁ
କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ନାଲକୋ ପରିସରରେ ପୁଲିସ-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ହୋଇଥବା ପ୍ରଶାସନିକ ଆଲୋଚନା ବିଫଳ ହେବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ଏହାକୁ ଅମାନ୍ୟ କରି ମୁତୟନ ଥିବା ୫ ପ୍ଲାଟୁନ ପୁଲିସ ଉପରେ ଟେକାପଥର ମାଡ଼ କରିଥିଲେ ବିକ୍ଷୋଭକାରୀ। ଏହାପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ କରିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତିନି ଦିନ ବନ୍ଦ ରହିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ିContinue reading “ଦାମନଯୋଡି ନାଲକୋ ବିସ୍ଥାପିତଙ୍କ ୩ୟ ଦିନରେ ଧର୍ମଘଟ । ଧର୍ମଘଟ ସ୍ଥଳରେ ପୋଲିସ-ବିସ୍ଥାପିତ ହେଲେ ମୁହାଁମୁହିଁ”
ସୁନ୍ଦରଗଡରେ ଦୃଷ୍ଟିବାଧିତ ଶିକ୍ଷୟିତ୍ରୀଙ୍କୁ ପୁଣି ଚାକିରି ଦେଲେ ସରକାର : ଦାୟିତ୍ୱ ନିର୍ବାହରେ ଅକ୍ଷମ ଦର୍ଶାଇ ତପେଶ୍ୱରୀ ପାଣ୍ଡାଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର
କନକ ବ୍ୟୁରୋ : ଖବର ବାଜିବା ପରେ ଜଣେ ଶିକ୍ଷୟିତ୍ରୀ ଚାକିରି ଫେରି ପାଇଛନ୍ତି । ସୁନ୍ଦରଗଡର ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା, ଚାକିରିରେ ଥାଇ ଦୃଷ୍ଟିଶକ୍ତି ହରାଇବା ପରେ, ତାଙ୍କୁ ଦାୟିତ୍ୱ ନିର୍ବାହରେ ଅକ୍ଷମ ଦର୍ଶାଇ ବାଧ୍ୟତାମୂଳକ ଅବସର ଦେଇଥିଲେ ସରକାର । ଏହି ଖବର କନକ ନ୍ୟୁଜରେ ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ତାଙ୍କୁ ପୁଣିଥରେ ଚାକିରିରେ ଅବସ୍ଥାପିତ କରାଯାଇଛି । ଏନେଇContinue reading “ସୁନ୍ଦରଗଡରେ ଦୃଷ୍ଟିବାଧିତ ଶିକ୍ଷୟିତ୍ରୀଙ୍କୁ ପୁଣି ଚାକିରି ଦେଲେ ସରକାର : ଦାୟିତ୍ୱ ନିର୍ବାହରେ ଅକ୍ଷମ ଦର୍ଶାଇ ତପେଶ୍ୱରୀ ପାଣ୍ଡାଙ୍କୁ ଦିଆଯାଇଥିଲା ବାଧ୍ୟତାମୂଳକ ଅବସର”
ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟପତି : ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିବେ; ରାଷ୍ଟ୍ରପତିଙ୍କ ପହଁଚିବା ଆଗରୁ କାରକେଡ୍ ରିହର୍ସଲ
କନକ ବ୍ୟୁରୋ : ଆଜି ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟପତି ରାମନାଥ କୋବିନ୍ଦ । ଆଜି ସଂଧ୍ୟା ୬ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଆଗରୁ ଆଜି କାରକେଡ୍ ରିହର୍ସଲ କରାଯାଇଛି । ବିମାନବନ୍ଦରରୁ ରାଜଭବନ ଯାଏଁ କାରକେଡ୍ ରିହର୍ସଲ୍ କରିଛି କମିଶନରେଟ୍ ପୋଲିସ । ଏହି ଗସ୍ତ ଅବସରରେ ରାଉରକେଲାର ଏନଆଇଟି ସମାବର୍ତନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବାରContinue reading “ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟପତି : ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିବେ; ରାଷ୍ଟ୍ରପତିଙ୍କ ପହଁଚିବା ଆଗରୁ କାରକେଡ୍ ରିହର୍ସଲ”
ତିରୁପତି ମନ୍ଦିରରୁ ବାଳ ଚୋରୀ ରାକେଟର ପର୍ଦ୍ଦାଫାସ୍ । ମ୍ୟାଁମାର ରାସ୍ତା ଦେଇ ଚୀନକୁ ହେଉଛି ରପ୍ତାନୀ
କନକ ବ୍ୟୁରୋ : ଏଲଏସିରେ ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଦକ୍ଷିଣ ଭାରତର ବିଶ୍ୱ ପ୍ରଶିଦ୍ଧ ତିରୁପତି ମନ୍ଦୀରରୁ ବାଳ ଚୋରି ମାମଲାରେ ଚୀନର ସଂପୃକ୍ତି ଥିବା କଥା ଏବେ ପଦାକୁ ଆସିଛି । ସୂଚନା ମୁତାବକ ତିରୁପତି ମନ୍ଦିରରୁ ବହୁ ପରିମାଣର ବାଳ ଉତ୍ତର-ପୂର୍ବ ରାଜ୍ୟ ଦେଇ ମ୍ୟାଁମାର ରାସ୍ତାରେ ଚୀନକୁ ଚୋରାରେ ପଠାଯାଉଛି । ଏନେଇ ଆସାମ ରାଇଫଲ ମ୍ୟିାଁମାର ସୀମା ମିଜୋରମ ନିକଟରୁ ଏହି ବାଳଚୋରୀ ରାକେଟର ଏକContinue reading “ତିରୁପତି ମନ୍ଦିରରୁ ବାଳ ଚୋରୀ ରାକେଟର ପର୍ଦ୍ଦାଫାସ୍ । ମ୍ୟାଁମାର ରାସ୍ତା ଦେଇ ଚୀନକୁ ହେଉଛି ରପ୍ତାନୀ”
ମାହାଙ୍ଗା ଡବଲ ମର୍ଡର ମାମଲା : ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ମାହାଙ୍ଗା ବିଜେପିର ଶୋଭାଯାତ୍ରା
କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିବା ପାଇଁ ମାହାଙ୍ଗା ବିଜେପିର ବଡ ଧରଣର ରାଜନୈତିକ ଶୋଭାଯାତ୍ରା । ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ମାର୍ଚ୍ଚ ୧୭ ତାରିଖରୁ କୁଳିଆ ମଠରୁ ବାହାରି ଜଗତପୁରରେ ପହଂଚିଥିଲା । ପରେ ଶୁକ୍ରବାର କଟକ ଜିଲ୍ଲା ପ୍ରତାପ ନଗରୀରୁ ବାହାରି ଭୁବନେଶ୍ୱର ରାମମନ୍ଦିର ନିକଟରେ ପହଂଚିବା ପରେ ବିଧାନସଭା ଘେରାଓ କରିବେ ମାହାଙ୍ଗା ବିଜେପି ନେତା ଓContinue reading “ମାହାଙ୍ଗା ଡବଲ ମର୍ଡର ମାମଲା : ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ମାହାଙ୍ଗା ବିଜେପିର ଶୋଭାଯାତ୍ରା”
ଆକ୍ସନ ମୋଡରେ ‘ମୋ ସରକାର’ । ଲୋକେ ଆଣିଲେ ଅଭିଯୋଗ, ବିଦା ହେଲେ ସରକାରୀ ବାବୁ ।
କନକ ବ୍ୟୁରୋ : ଲୋକେ ଅଭିଯୋଗ ଆଣିଲେ, ସରକାରୀ ବାବୁ ବିଦା ହେଲେ । ଜାତି ପ୍ରମାଣପତ୍ର ଦେବାରେ ଅହେତୁକ ବିଳମ୍ବ କରୁଥିବାରୁ ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାରଙ୍କୁ ସଙ୍ଗେ ସଙ୍ଗେ ବିଦା କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଭଣ୍ଡାରିପୋଖରୀ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ୱାଇଁଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକେ । ଜାତି ପ୍ରମାଣପତ୍ର ଦେବାରେ ଅହେତୁକ ବିଳମ୍ବ କରୁଥିବା ନେଇ ମୋ ସରକାର ମାଧ୍ୟମରେ ମୁଖ୍ୟମନ୍ତ୍ରୀContinue reading “ଆକ୍ସନ ମୋଡରେ ‘ମୋ ସରକାର’ । ଲୋକେ ଆଣିଲେ ଅଭିଯୋଗ, ବିଦା ହେଲେ ସରକାରୀ ବାବୁ ।”
ମହାରାଷ୍ଟ୍ର ଯୋଗାଣ ବିଭାଗର ବିଚିତ୍ର ଚିତ୍ର । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲରେ ପହଂଚିଲା ଗୋଖାଦ୍ୟ । ଘଟଣାର ତଦନ୍ତ ଜାରି
କନକ ବ୍ୟୁରୋ : ସ୍କୁଲ ମାନଙ୍କରେ ଛାତ୍ର ଛାତ୍ରୀଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦେବାକୁ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ମଧ୍ୟାହ୍ନ ଭୋଜନ କାର୍ଯ୍ୟର ତଦାରଖ ଓ ପରିଚାଳନା ପାଇଁ ହଜାର ହଜାର କର୍ମଚାରୀ ବି ନିଯୁକ୍ତି କରାଯାଇଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୋଗାଣ ବିଭାଗ ଅଧିକାରୀଙ୍କ ଖାମ୍ ଖିଆଲି ନୀତି ଯୋଗୁଁ ଏମିତି ଏକ ଖ ବର ଆସିଛି ତାହା ସରକାରଙ୍କContinue reading “ମହାରାଷ୍ଟ୍ର ଯୋଗାଣ ବିଭାଗର ବିଚିତ୍ର ଚିତ୍ର । ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲରେ ପହଂଚିଲା ଗୋଖାଦ୍ୟ । ଘଟଣାର ତଦନ୍ତ ଜାରି”