ଘରୋଇ ହସ୍ପିଟାଲରେ କରୋନା ଟିକାର ଦାମ ହେଲା ସ୍ଥିର । ୨୫୦ଟଙ୍କାରେ ମିଳିବ ଗୋଟିଏ ଡୋଜ, ସର୍ଭିସ ଚାର୍ଜ ଶହେ ଟଙ୍କା

କନକ ବ୍ୟୁରୋ : କୋଭିଡ ଟିକାର ଦାମ ଅଢେଇ ଶହ ଟଙ୍କା । ମାର୍ଚ୍ଚ ପହିଲାରୁ ଦେଶର ସାଧାରଣ ଜନତାଙ୍କୁ ଟିକା ମିଳିବାକୁ ଥିବା ବେଳେ ଟିକାର ଦାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଟିକାର ଦାମ ସ୍ଥିର କରାଯାଇଥିବା ନେଇ ସୂଚନା ଦେଇଛି ପିଆଇବି ।  ମାର୍ଚ୍ଚ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟରେ ୬୦ ବୟସରୁ ଅଧିକ ବ୍ୟକ୍ତି ଓ ୪୫ରୁ ୬୦ ବର୍ଷ ବୟସର ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯିବContinue reading “ଘରୋଇ ହସ୍ପିଟାଲରେ କରୋନା ଟିକାର ଦାମ ହେଲା ସ୍ଥିର । ୨୫୦ଟଙ୍କାରେ ମିଳିବ ଗୋଟିଏ ଡୋଜ, ସର୍ଭିସ ଚାର୍ଜ ଶହେ ଟଙ୍କା”

ଅମ୍ବାନୀଙ୍କ ଘର ଆଗରୁ ସନ୍ଦିଗ୍ଧ କାର ଜବତ ଘଟଣା । କ୍ରାଇମବ୍ରାଂଚକୁ ମିଳିଲା ଠୋସ ପ୍ରମାଣ । ସିସିଟିଭି ଫୁଟେଜରୁ ମିଳିଲା ସ୍କୋର୍ପିଓ ଡ୍ରାଇଭର ଫଟୋ ।

କନକ ବ୍ୟୁରୋ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଟେଂଲିଆ ନିକଟରୁ ସନ୍ଦିଗ୍ଧ କାର ଓ ଏହା ଭିତରୁ ବିସ୍ଫୋରକ ସାମ୍ରଗୀ ଜବତ ଘଟଣାରେ କ୍ରାଇମବ୍ରାଂଚକୁ ମିଳିଛି ଠୋସ ପ୍ରମାଣ । ସିସିଟିଭି ଫୁଟେଜରୁ ସ୍କୋର୍ପିଓ କାରରୁ ଡ୍ରାଇଭର ଫଟୋ ମିଳିଛି । ଯିଏକି ଘଟଣାଦିନ ଆଟେିଂଲିଆ ସ୍କର୍ପିଓ ଗାଡିକୁ ଛାଡି ଏକ ଇନୋଭା କାରରେ ଫେରାର ହୋଇଥିଲା । ମୁମ୍ବାଇ କ୍ରାଇମବ୍ରାଂଚ ଟିମକୁ ମୁଲୁଣ୍ଡ ଟୋଲ ପ୍ଲାଜା ସିସିଟିଭି ଫୁଟେଜରୁ ଏହି ସୁରାକ ମିଳିଛି ।Continue reading “ଅମ୍ବାନୀଙ୍କ ଘର ଆଗରୁ ସନ୍ଦିଗ୍ଧ କାର ଜବତ ଘଟଣା । କ୍ରାଇମବ୍ରାଂଚକୁ ମିଳିଲା ଠୋସ ପ୍ରମାଣ । ସିସିଟିଭି ଫୁଟେଜରୁ ମିଳିଲା ସ୍କୋର୍ପିଓ ଡ୍ରାଇଭର ଫଟୋ ।”

୫ ଦିନର ଟେଷ୍ଟ ମ୍ୟାଚ୍, ସରିଗଲା ଦେଢ ଦିନରେ । ମୋଦି ଷ୍ଟାଡିୟମର ପିଚକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ : ୫ ଦିନର ଟେଷ୍ଟ ମ୍ୟାଚ୍ । ସରିଗଲା ଦେଢ ଦିନରେ । ମ୍ୟାଚ୍ ଖେଳାଗଲା ମାତ୍ର ୧୪୦ ଓଭର ୨ ଟି ବଲ୍ । ଏପରି ଖେଳ ପରେ କ୍ରିକେଟ୍ ପିଚକୁ ନେଇ ପ୍ରଶ୍ନ ଉଠିବା ତ ସ୍ୱଭାବିକ କଥା । ତେବେ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମର ନବନିର୍ମିତ ପିଚ୍ ର ଏପରି ପ୍ରଦର୍ଶନ, ଠିଆ କରୁଛି ଅନେକ ପ୍ରଶ୍ନ । ଇଂଲଣ୍ଡକୁ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯେତେବେଳେ ଭାରତContinue reading “୫ ଦିନର ଟେଷ୍ଟ ମ୍ୟାଚ୍, ସରିଗଲା ଦେଢ ଦିନରେ । ମୋଦି ଷ୍ଟାଡିୟମର ପିଚକୁ ନେଇ ଉଠିଲା ପ୍ରଶ୍ନ ।”

ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଆମେରିକା ଗୁଇନ୍ଦା ଦେଲା ରିପୋର୍ଟ ।

କନକ ବ୍ୟୁରୋ: ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଏପରି ସୂଚନା ଦେଇଛି ଆମେରିକା ଗୁଇନ୍ଦା । ତୁର୍କୀ ଇସ୍ତାନବୁଲ ସ୍ଥିତ ସାଉଦି ଆରବ ଦୂତାବାସରେ ହୋଇଥିଲା ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟା କରାଯାଇଥିଲା । ତୁର୍କୀ ଇସ୍ତାନବୁଲ ସ୍ଥିତ ସାଉଦି ଆରବ ଦୂତାବାସରେ ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟାକାଣ୍ଡକୁ ନେଇ ଆମେରିକା ଏହି ସାଂଘାତିକ ତଥ୍ୟ ଦେଇଛି । ସାମ୍ବାଦିକ ଜମାଲ ଖସୋଗିଙ୍କ ହତ୍ୟାରେ ସାଉଦି ଆରବରContinue reading “ସାଉଦି ଆରବ ରାଜକୁମାର ଦେଇଥିଲେ ସାମ୍ବାଦିକ ଜମାଲ ଖସୋଗୀ ହତ୍ୟା ପାଇଁ ଅନୁମତି । ଆମେରିକା ଗୁଇନ୍ଦା ଦେଲା ରିପୋର୍ଟ ।”

ଆସନ୍ତା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଫୋକସରେ ପୂର୍ବାଞ୍ଚଳ । ଆସାମ ଓ ପଶ୍ଚିମବଙ୍ଗ ଦଖଲ ପାଇଁ ଦଳ କରୁଛି ପ୍ରସ୍ତୁତି ।

କନକ ବ୍ୟୁରୋ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ତାରିଖ ଘୋଷଣା ହେବା ପରେ ଏବେ ସରଗରମ ରାଜନୀତି । ଏବେ ବିଜେପିର ଫୋକସରେ ରହିଛି ପୂର୍ବାଂଚଳ । ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ଭିତରୁ କେବଳ ଆସାମରେ ବିଜେପିର ସରକାର ଅଛି । ତେଣୁ ଏହି ନିର୍ବାଚନ ବିଜେପି ପାଇଁ ଯେତିକି ସମ୍ମାନର ପ୍ରଶ୍ନ ନୁହେଁ, ସେତିକି ଗଡ ଜିିତିବାର ଆହ୍ୱାନ । ସେପଟେ ଦିଦିଙ୍କ ଗଡରେ ଧସେଇ ପଶିବାକୁContinue reading “ଆସନ୍ତା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି ଫୋକସରେ ପୂର୍ବାଞ୍ଚଳ । ଆସାମ ଓ ପଶ୍ଚିମବଙ୍ଗ ଦଖଲ ପାଇଁ ଦଳ କରୁଛି ପ୍ରସ୍ତୁତି ।”

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ବଢୁଛି ହିଂସା । ମୁହାଁମୁହିଁ ବିଜେପି ଓ ଟିଏମସି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆରମ୍ଭ ହୋଇଯାଇଛି ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ତୃଣମୂଳ କଂଗ୍ରେସ । ମମତାଙ୍କ ଗଡରେ ଧସେଇ ପଶିବାକୁ ସବୁ ପ୍ରକାର ପ୍ରୟାସ ଚଳାଇଛି ବିଜେପି । ସେପଟେ ନିଜ ଗଡ ବଂଚାଇବାକୁ ସବୁ ବଳ ଲଗାଇଦେଇଛି ମମତାଙ୍କ ଦଳ । ନିର୍ବାଚନ ତାରିଖ ପାଖେଇ ଆସିବା ସହ ପଶ୍ଚିମବଙ୍ଗରେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ପ୍ରଚାର ପାଇଁContinue reading “ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ରାଜନୀତିର ରକ୍ତ ଚରିତ୍ର । ରାଜ୍ୟରେ ବଢୁଛି ହିଂସା । ମୁହାଁମୁହିଁ ବିଜେପି ଓ ଟିଏମସି ।”

ଆନ୍ଧ୍ର ବିଶାଖାପାଟଣାରେ ଫସିଥିବା ନାବାଳିକା ଉଦ୍ଧାର । ଦଲାଲ କବଳରୁ ଉଦ୍ଧାର କରି ଘରକୁ ଆଣିଲେ କନକ ନ୍ୟୁଜ ସାମ୍ବାଦିକ ।

କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶରେ ଅଟକ ଥିବା ଓଡ଼ିଆ ଝିଅ ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ମାଳ ବିହାରପୁର ଗାଁର ୧୪ ବର୍ଷର ନାବାଳିକାକୁ ଆନ୍ଧ୍ରପ୍ରଦେଶର ଜଣେ ଦଲାଲ ଅଟକ ରଖି ତାର ପରିବାରକୁ ୫୦ ହଜାର ଦାବି କରିଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଙ୍କୀ ପୋଲିସର ଏକ ଟିମ୍ ସେଠାକୁ ଯାଇ ଦଲାଲ ପାଖରୁ ନାବାଳିକାକୁ ଉଦ୍ଧାର କରିଥିଲା । ଦଲାଲ କିଭଳି ସେଠାରେ ଏହି ନାବାଳିକାକୁ ନିର୍ଯ୍ୟାତନାContinue reading “ଆନ୍ଧ୍ର ବିଶାଖାପାଟଣାରେ ଫସିଥିବା ନାବାଳିକା ଉଦ୍ଧାର । ଦଲାଲ କବଳରୁ ଉଦ୍ଧାର କରି ଘରକୁ ଆଣିଲେ କନକ ନ୍ୟୁଜ ସାମ୍ବାଦିକ ।”

ଯାଜପୁର ଜିଲ୍ଲା ଯୋଡିକୁଅ ଛକରେ ଚଳନ୍ତା ବାଇକ୍ ଉପରେ ପଡିଲା ଗଛ । ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ।

କନକ ବ୍ୟୁରୋ: ମାଆ ବିରଜାଙ୍କ ଦର୍ଶନ କରିବାକୁ ବେଶ ହସଖୁସିରେ ଯାଇଥିଲେ ବାପା, ମାଆ ଓ ପୁଅଝିଅ । ହେଲେ ଏହି ଖୁସି ବେଶୀ ସମୟ ରହିନଥିଲା । ଦର୍ଶନ ସାରି ବାଇକରେ ଫେରୁଥିଲେ ପୁରା ପରିବାର । ହେଲେ, ବାଟରେ ଜଗିଥିଲା ଯମ । ବାଇକ୍ ଉପରେ ଭାଙ୍ଗି ପଡିଲା ଗଛ ଆଉ ଘଟଣାସ୍ଥଳରେ ଆଖି ବୁଝିଦେଲା ୫ ବର୍ଷର ପୁଅ ଏବଂ ଏହି ଘଟଣାରେ ଆହତ ହେଲେ ବାପା-ମାଆ ଓ ଝିଅ । ଯାଜପୁରContinue reading “ଯାଜପୁର ଜିଲ୍ଲା ଯୋଡିକୁଅ ଛକରେ ଚଳନ୍ତା ବାଇକ୍ ଉପରେ ପଡିଲା ଗଛ । ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ।”

ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ

କନକ ବ୍ୟୁରୋ: ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ । ସର୍ବପୁରାତନ ଦଳକୁ ଦୁର୍ବଳ ହେଉଥିବାର ଦେଖିବାକୁ ଚାହୁଁନାହୁଁ । ଦେଶର ସର୍ବପୁରାତନ ଦଳ କଂଗ୍ରେସର ଭିତରି କନ୍ଦଳ ପୁଣି ପଦାରେ ପଡିଛି । ଦିଲ୍ଲୀ ହାଇକମାଣ୍ଡଙ୍କୁ ବାର୍ତା ଦେବାକୁ ଯାଇ ଅସନ୍ତୁଷ୍ଟ ୨୩ କଂଗ୍ରେସ ନେତା ଜମ୍ମୁରେ ଏକାଠି ହୋଇଛନ୍ତି । ଏକାକୀ ବୈଠକContinue reading “ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ”

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଆ ଜାତିର ବଡ ପରିଚୟ ହେଉଛନ୍ତି ଜଗନ୍ନାଥ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ଐତିହ୍ୟ କରିଡର ଯୋଜନାକୁ ସଫଳ କରିବା ପାଇଁ ବିଧାନସଭାରେ ସଂକଳ୍ପ । ବାଇ-ଲ ବିବାଦ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ବିକାଶ ଶୈଳୀକୁ ନେଇ ବିଜେପି ପ୍ରଶ୍ନ ଉଠାଉଥିବାବେଳେ ବିଧାନସଭାରେ ଏହି ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ କିଭଳି ବିନା ବାଧାରେ ଶେଷ ହେବ ସେଥିପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିକ୍ରମା ଯୋଜନା ସଫଳ ପାଇଁ ସଂକଳ୍ପ – ଯୋଜନାକୁ ସମ୍ପୂର୍ଣ୍ଣContinue reading “ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଆ ଜାତିର ବଡ ପରିଚୟ ହେଉଛନ୍ତି ଜଗନ୍ନାଥ ।”

Design a site like this with WordPress.com
Get started