କନକ ବ୍ୟୁରୋ : ଲୁଟେରାଙ୍କ ସହ ଲଢେଇ କଲେ ଯୁବତୀ । ଲଢେଇ କରିବା ସହ ଜଣେ ଲୁଟେରାକୁ କାବୁ ମଧ୍ୟ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ରୀନା ନାମକ ଜଣେ ଯୁବତୀଙ୍କଠାରୁ ମୋବାଇଲ ଲୁଟିବା ବେଳେ ଯୁବତୀ ଜଣକ ନିଜ ମୋବାଇଲ ବଞ୍ଚାଇବା ସହ ଜଣେ ଲୁଟେରାକୁ କାବୁ କରିଥିଲେ । ରାଜଧାନୀରେ ପୋଲିସକୁ ଖୋଲା ଚ୍ୟାଲେଂଜ ଦେଇ ଆତଙ୍କ ଖେଳାଇ ଚାଲିଛନ୍ତି ଲୁଟେରା । ଅଧିକାଂଶ ସମୟରେContinue reading “ଯୁବତୀ ଦେଖାଇଲେ ସାହସ । ଏକାକୀ ୨ ଲୁଟେରାଙ୍କ ସହ କଲେ ଲଢେଇ, ଜଣକୁ କଲେ କାବୁ”
Author Archives: Raghaba
୩୬ ଲକ୍ଷ ଟଙ୍କାର ଠକେଇ କାହାଣୀ । ଯେବେ ଆମାଜନ ଆଉ ପ୍ଲିପକାର୍ଟକୁ ଚୂନ ଲଗାଇ ଠକିଥଲା ଜଣେ କମ୍ପ୍ୟୁଟର ମେକାନିକ ।
କନକ ବ୍ୟୁରୋ: ଆପଣ ପ୍ରତିଦିନ ଅନେକ ଠକଙ୍କ କଳା କାରନାମାର କାହାଣୀ ଶୁଣୁଥିବେ ଆଉ ଦେଖୁଥିବେ । ଲୋକଙ୍କୁ ଚୂନ ଲଗେଇ ଠକମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା କଥା ଏବେ ଗଣମାଧ୍ୟମର ଚର୍ଚ୍ଚାରେ । ହେଲେ ଦେଶର ଦୁଇଟି ବଡ ଇ-କର୍ମସ କମ୍ପାନି ଫ୍ଲିପକାର୍ଟ ଆଉ ଆମାଜନ ଦିନେ ଏମିତି ଜଣେ ଠକର ସାମ୍ନା କରିଥିଲା ବୋଲି ଆଜି ବି ଅନେକ ଲୋକଙ୍କୁ ଅଜଣା । ଜଣେ ସାମାନ୍ୟ କମ୍ପ୍ୟୁଟର ମେକାନିକ ଦେଶର ଏହିContinue reading “୩୬ ଲକ୍ଷ ଟଙ୍କାର ଠକେଇ କାହାଣୀ । ଯେବେ ଆମାଜନ ଆଉ ପ୍ଲିପକାର୍ଟକୁ ଚୂନ ଲଗାଇ ଠକିଥଲା ଜଣେ କମ୍ପ୍ୟୁଟର ମେକାନିକ ।”
ଦେଶର ୬ଟି ସହରରେ ଖେଳାଯିବ ‘ଆଇପିଏଲ୍-୨୦୨୧’ । ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ମ୍ୟାଚ୍
କନକ ବ୍ୟୁରୋ : ଏପ୍ରିଲ୍ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାକୁ ଥିବା ‘ଆଇପିଏଲ୍-୨୦୨୧’ ମ୍ୟାଚ୍ ଦେଶର ୬ଟି ସହର ଆୟୋଜନ କରିବ ବୋଲି ‘ବିସିସିଆଇ’ ନିଷ୍ପତ୍ତି ନେଇଛି। କିନ୍ତୁ, ଏହି ମ୍ୟାଚ୍ ମୁମ୍ବାଇ ଏବଂ ପୁଣେରେ ଖେଳାଯିବା ସହ ଅହମଦାବାଦରେ ଫାଇନାଲ୍ ମ୍ୟାଚ୍ ହେବ ବୋଲି ପୂର୍ବରୁ ‘ବିସିସିଆଇ’ ଯୋଜନା କରିଥିଲା। ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲ୍କାତା, ଅହମଦାବାଦ ଏବଂ ଦିଲ୍ଲୀ ସହର ‘ଆଇପିଏଲ୍-୨୦୨୧’ ଆୟୋଜନ କରିବେ ବୋଲି ‘ବିସିସିଆଇ’ର ସଂକ୍ଷିପ୍ତ ତାଲିକାରୁ ଜଣାପଡ଼ିଛି। ହାଇଦ୍ରାବାଦର ସ୍ଥାନୀୟContinue reading “ଦେଶର ୬ଟି ସହରରେ ଖେଳାଯିବ ‘ଆଇପିଏଲ୍-୨୦୨୧’ । ଏପ୍ରିଲ ମାସ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ମ୍ୟାଚ୍”
ମନ କି ବାତରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ଜଗତସିଂହପୁରର ସିଲୁ ନାୟକଙ୍କ କଥା ଉଠାଇଲେ ପ୍ରଧାନମନ୍ତ୍ରୀ । ସେନାରେ ଭର୍ତ୍ତି ପାଇଁ ମାଗଣାରେ ଯୁବକଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ
କନକ ବ୍ୟୁରୋ: ବର୍ଷର ଦ୍ୱିତୀୟ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଜଣେ ଓଡ଼ିଆ ଯୁବକଙ୍କ ପ୍ରେରଣାଦାୟୀ କାହାଣୀ କହିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ଗାଁର ଏହି ଯୁବକ ସିଲୁ ନାୟକ । ନିଜର ବିଫଳତା କେମିତି ଅନ୍ୟମାନଙ୍କୁ ସଫଳ କରିବା ପାଇଁ ପ୍ରେରଣା ଯୋଗାଇଲା ସେହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୬ରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁContinue reading “ମନ କି ବାତରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ଜଗତସିଂହପୁରର ସିଲୁ ନାୟକଙ୍କ କଥା ଉଠାଇଲେ ପ୍ରଧାନମନ୍ତ୍ରୀ । ସେନାରେ ଭର୍ତ୍ତି ପାଇଁ ମାଗଣାରେ ଯୁବକଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ “
ନିର୍ବାଚନ ନେଇ ତାରିଖ ଘୋଷଣା ପରେ ଆସିଲା ସି ଭୋଟର ସର୍ଭେ । ୪ ରାଜ୍ୟରେ ବଦଳିବ ନାହିଁ ସରକାର । ଦିଦି ଓ ବିଜୟନଙ୍କ ସରକାର ସ୍ଥିର
କନକ ବ୍ୟୁରୋ : ଦେଶର ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ପାଇଁ ୨୬ ତାରିଖ ଦିନ କେନ୍ଦ୍ର ନିର୍ବାଚନ କମିଶନର ସୁନିଲ ଆରୋରା ତାରିଖ ଘୋଷଣା କରିବା ପରେ ଫଳା ଫଳ ନେଇ ବିଭିନ୍ନ ସର୍ଭେ ସଂସ୍ଥା ତର୍ଜମା ଆରମ୍ଭ କରିଛନ୍ତି । ଏହି କ୍ରମରେ ଦେଶରେ ସବୁଠାରୁ ବିଶ୍ୱସ୍ଥ ସର୍ଭେ ସଂସ୍ଥା ସି ଭୋଟର ଶନିବାର ଦିନ ତାର ଓପିନିୟନ ପୋଲ ଫଳା ଫଳ ପ୍ରକାଶ କରିଛି ।Continue reading “ନିର୍ବାଚନ ନେଇ ତାରିଖ ଘୋଷଣା ପରେ ଆସିଲା ସି ଭୋଟର ସର୍ଭେ । ୪ ରାଜ୍ୟରେ ବଦଳିବ ନାହିଁ ସରକାର । ଦିଦି ଓ ବିଜୟନଙ୍କ ସରକାର ସ୍ଥିର”
ସମ୍ବୁଲପୁର ମଣ୍ଡଳ କାରାଗାରର ଜେଲରଙ୍କୁ ଆକ୍ରମଣ । ନିଶାସକ୍ତ ୱାର୍ଡରଙ୍କ ଆକ୍ରମଣରେ ଜେଲରଙ୍କ ସହ ଦୁଇ କର୍ମଚାରୀ ଆହତ ।
କନକ ବ୍ୟୁରୋ: ସମ୍ବଲପୁର ମଣ୍ଡଳ କାରାଗର ଜେଲରଙ୍କୁ ଆକ୍ରମଣ । ନିଶାସକ୍ତ ୱାର୍ଡର ଅଶୋକ ଥାଟିଙ୍କ ଆକ୍ରମଣରେ ଜେଲର ଓ ଜେଲର ଦୁଇ କର୍ମଚାରୀ ଆହତ ହୋଇଛନ୍ତି । ଏନେଇ ଧନୁପାଲି ଥାନାରେ ଜେଲର ଅଭିଯୋଗ କରିବା ପରେ ଅଶୋକଙ୍କ ବିରୋଧରେ ମାମଲାର ରୁଜୁ କରିଛି ପୋଲିସ । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ମଦ ପିଇ ଜେଲ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ ୱାର୍ଡର । ଏହି ସମୟରେ ନିଶାସକ୍ତ ୱାର୍ଡରଙ୍କୁ ବୁଝାସୁଝା କରିଥିଲେContinue reading “ସମ୍ବୁଲପୁର ମଣ୍ଡଳ କାରାଗାରର ଜେଲରଙ୍କୁ ଆକ୍ରମଣ । ନିଶାସକ୍ତ ୱାର୍ଡରଙ୍କ ଆକ୍ରମଣରେ ଜେଲରଙ୍କ ସହ ଦୁଇ କର୍ମଚାରୀ ଆହତ ।”
ଜଳ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ମନ କୀ ବାତରେ ଦେଶବାସୀଙ୍କୁ ମୋଦି ଦେଲେ ପରାମର୍ଶ ।
କନକ ବ୍ୟୁରୋ : ଚଳିତ ବର୍ଷର ମୋଦିଙ୍କ ଦ୍ୱିତୀୟ ମନ କୀ ବାତ୍ କାର୍ଯ୍ୟକ୍ରମ । ମାସିକ ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣ କରନ୍ତୁ । ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରୟାସ ଜରୁରୀ । ଜଳ ଆମର ଜୀବନ ଓ ଆସ୍ଥା । ବର୍ଷା ଜଳକୁ ନଷ୍ଟ ନକରି ତାହାର ସଠିକ ବ୍ୟବହାରContinue reading “ଜଳ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ । ମନ କୀ ବାତରେ ଦେଶବାସୀଙ୍କୁ ମୋଦି ଦେଲେ ପରାମର୍ଶ ।”
୨୦୨୧ ପ୍ରଥମ ମିଶନରେ ଇସ୍ରୋକୁ ସଫଳତା । ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ ହେଲା ଉପଗ୍ରହ ଆମାଜୋନିଆ-୧
କନକ ବ୍ୟୁରୋ : ସରିଲା କାଉଣ୍ଟ ଡାଉନ୍ । ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୦.୨୪ ରେ ଉପଗ୍ରହ ଆମାଜୋନିଆ-୧ର ସଫଳ ଉତକ୍ଷେପଣ କରାଯାଇଛି । ୨୦୨୧ ମସିହାରେ ଏହା ଇସ୍ରୋର ପ୍ରଥମ ମିଶନ ହୋଇଥିବା ବେଳେ ଏହାର ସଫଳତାକୁ ନେଇ ଖୁସି ଅଛନ୍ତି ବୈଜ୍ଞାନିକ ମାନେ । ସୂଚନା ମୁତାବକ ପିଏସଏଲଭି –ସି-୫୧ ରକେଟ୍ ସହାୟତାରେ ବ୍ରାଜିଲର ଅପ୍ଟିକାଲ ଅବଜରଭେଶନ ସାଟେଲାଇଟକୁ ମହାକାଶକୁ ପଠାଯାଇଛି । ଏହା ପିଏସଏଲଭିରContinue reading “୨୦୨୧ ପ୍ରଥମ ମିଶନରେ ଇସ୍ରୋକୁ ସଫଳତା । ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ ହେଲା ଉପଗ୍ରହ ଆମାଜୋନିଆ-୧”
ଦେଶରେ ପୁଣି ବଢୁଛି କରୋନା ଟେନସନ୍ । ୨୪ ଘଣ୍ଟାରେ ଗଲା ୧୧୩ ଆକ୍ରାନ୍ତଙ୍କ ଜୀବନ
ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୫୨ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୩ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୭୫୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୧୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୯୬,୭୩୧ରେ ପହଞ୍ଚିଛି। ଗତContinue reading “ଦେଶରେ ପୁଣି ବଢୁଛି କରୋନା ଟେନସନ୍ । ୨୪ ଘଣ୍ଟାରେ ଗଲା ୧୧୩ ଆକ୍ରାନ୍ତଙ୍କ ଜୀବନ”
ରାଉରକେଲା ଝିରିପାଣି ଥାନାରେ ଚାପା ଉତ୍ତେଜନା । ମୃତଦେହ ରଖି କ୍ଷତିପୂରଣ ଦାବି କଲେ ପରିବାର ଲୋକ ।
କନକ ବ୍ୟୁରୋ: ରାଉରକେଲାର ସେକ୍ଟର-୨୦ ବସ୍ତିରେ ପ୍ରାଣାନ୍ତକ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବସ୍ତି ବାସିନ୍ଦା ଥାନାରେ ଶବ ରଖି ଧାରଣରେ ବସିଛନ୍ତି । ଏହାକୁ ନେଇ ଝିରିପାଣି ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ହତ୍ୟା ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରି ଦୁଇ ଦିନ ପୂର୍ବରୁ କୋର୍ଟ ଚାଲାଣ କରିଥିଲା । ମିଳିଥିବା ସୂଚନା ମୁତାବକ ଗତ ଚାରି ଦିନ ତଳେ ବୈକୁଣ୍ଠ ଘାଟ ବସ୍ତିରେ ଆରଏସିContinue reading “ରାଉରକେଲା ଝିରିପାଣି ଥାନାରେ ଚାପା ଉତ୍ତେଜନା । ମୃତଦେହ ରଖି କ୍ଷତିପୂରଣ ଦାବି କଲେ ପରିବାର ଲୋକ ।”