ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ କହିଲେ, ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା, ତ୍ୟାଗ ପାଇଁ ପୁରୀବାସୀଙ୍କୁ ଜଣାଇଲେ ଧନ୍ୟବାଦ । 

କନକ ବ୍ୟୁରୋ : ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ଯୋଜନାକୁ ଗୃହରେ ଉପସ୍ଥାପିତ କରିଛନ୍ତି । ଏହାସହ ନବୀନ କହିଛନ୍ତି, ଓଡ଼ିଶା ଜାତିର ସବୁଠୁ ବଡ ପରିଚୟ ମହାପ୍ରଭୁ ଜଗନ୍ନାଥ  । ମହାପ୍ରଭୁଙ୍କୁ ଟିକିଏ ଦର୍ଶନ କରିବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଚ୍ଛା । ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କର ଇଚ୍ଛା ରହିଛି । ଯେଉଁଥିପାଇଁ ଶ୍ରୀମନ୍ଦିର ପରିକ୍ରମାContinue reading “ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ କହିଲେ, ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା, ତ୍ୟାଗ ପାଇଁ ପୁରୀବାସୀଙ୍କୁ ଜଣାଇଲେ ଧନ୍ୟବାଦ । “

କଟକ ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ : ଆଖପାଖ ଅଂଚଳ ଧୂଆଁ ଧୂଆଁ; କେମିତି ଲାଗିଲା ନିଆଁ, କାରଣ ଅସ୍ପଷ୍ଟ 

କନକ ବ୍ୟୁରୋ : ପୁଣି ଲାଗିଲା ନିଆଁ । କଟକ ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କରିବାକୁ କଟକ ଚୌଦ୍ୱାର ଓ ଏଆରସିର ଦମକଳ ନିୟୋଜିତ ହୋଇଛନ୍ତି । ଦୀର୍ଘ ସମୟରୁ ନିଆଁ ଲାଗିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପର୍ଯ୍ୟନ୍ତ ଲାଗି ଥିବା ନିଆଁକୁ ଆୟତ କରାଯାଇ ନାହିଁ । ପାଖାପାଖି ୬ଟା ଦମକଳ ନିଆଁ ଲଭା କାର୍ଯ୍ୟରେ ଲାଗିଥିବା ବେଳେ ନିଆଁ କେମିତି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛିContinue reading “କଟକ ଚୌଦ୍ୱାର ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ : ଆଖପାଖ ଅଂଚଳ ଧୂଆଁ ଧୂଆଁ; କେମିତି ଲାଗିଲା ନିଆଁ, କାରଣ ଅସ୍ପଷ୍ଟ “

ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ ‘ଏମିତି କିଛି ସ୍ଥାନ ନାହିଁ ଯେଉଁ ସ୍ଥାନରୁ ସରକାର ଲୁଟ୍ କରୁ ନାହାନ୍ତି’

କନକ ବ୍ୟୁରୋ : ଦରବୃଦ୍ଧି ଓ ବେରୋଜଗାରକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଆଜି ଏକ ଟ୍ୱିଟ୍ କରି ଶ୍ରୀ ଗାନ୍ଧୀ କହିଛନ୍ତି କି, ମୋଦି ସରକାର ପ୍ରତ୍ୟେକ କ୍ଷେତ୍ରରେ ଜନତାଙ୍କ ଠାରୁ ଲୁଟ୍ କରୁଛନ୍ତି । ଏନେଇ ସେ ସାଧାରଣ ଲୋକଙ୍କୁ ପଚାରିଛନ୍ତି କି ‘ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଆପଣ କଣ ଅନୁଭବ କରିପାରୁ ନାହାନ୍ତି କି କେନ୍ଦ୍ର ସରକାର ଆପଣContinue reading “ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ ‘ଏମିତି କିଛି ସ୍ଥାନ ନାହିଁ ଯେଉଁ ସ୍ଥାନରୁ ସରକାର ଲୁଟ୍ କରୁ ନାହାନ୍ତି’”

ରାଜ୍ୟରେ ୨୦ଟି ସାଇନ୍ସ ପାର୍କ କରାଯିବ : ସାଇନ୍ସ ପାର୍କ କରିବା ପାଇଁ ୩୦ମାସ ସମୟ ଲାଗିବ; ଗୃହରେ ଉତ୍ତର ରଖିଲେ ଅଶୋକ ପଣ୍ଡା

କନକ ବ୍ୟୁରୋ : ସାଇନ୍ସ ପାର୍କ ଖୋଲିବା ପାଇଁ ଆଜି ଗୃହରେ ଆଲୋଚନା ହୋଇଛି। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ମୋଟ ୨୦ଟି ସାଇନ୍ସ ପାର୍କ କରାଯିବ। ଗୋଟିଏ ସାଇନ୍ସ ପାର୍କ ନିର୍ମାଣ ପାଇଁ ୩୦ ମାସ ସମୟ ଲାଗିବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବାContinue reading “ରାଜ୍ୟରେ ୨୦ଟି ସାଇନ୍ସ ପାର୍କ କରାଯିବ : ସାଇନ୍ସ ପାର୍କ କରିବା ପାଇଁ ୩୦ମାସ ସମୟ ଲାଗିବ; ଗୃହରେ ଉତ୍ତର ରଖିଲେ ଅଶୋକ ପଣ୍ଡା”

ମାଆ ବିରଜାଙ୍କୁ ଦର୍ଶନ କରି ଫେରୁଥିଲେ ବାପା, ମା’, ଝିଅ ଆଉ ପୁଅ : ଉପରେ ଭାଙ୍ଗିପଡିଲା ଗଛ, ଚାଲିଗଲା କୁନି ପୁଅର ଜୀବନ

କନକ ବ୍ୟୁରୋ :  ମାଆ ବିରଜାଙ୍କ ଦର୍ଶନ କରି ଫେରିବା ବେଳେ ଅଘଟଣ । ଚଳନ୍ତା ବାଇକ ଉପରେ ଗଛ ପଡିଯିବାରୁ ଜଣେ ନାବାଳକର ମୃତ ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାଜପୁର ଟାଉନ ଥାନା ଅଧିନ ଯୋଡିକୁଅ ଛକରେ ଏହି ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ, ଭଦ୍ରକ ଅଂଚଳର ବାପା, ମାଆ, ଭାଇ, ଭଉଣୀ ଏକ ବାଇକରେContinue reading “ମାଆ ବିରଜାଙ୍କୁ ଦର୍ଶନ କରି ଫେରୁଥିଲେ ବାପା, ମା’, ଝିଅ ଆଉ ପୁଅ : ଉପରେ ଭାଙ୍ଗିପଡିଲା ଗଛ, ଚାଲିଗଲା କୁନି ପୁଅର ଜୀବନ”

ମାର୍ଚ୍ଚ ୧ରୁ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ : ବୟସ୍କଙ୍କୁ ଟିକା ଦେବା ପାଇଁ ବିଏମସିର ପ୍ରସ୍ତୁତି

କନକ ବ୍ୟୁରୋ : ମାର୍ଚ୍ଚ ୧ରୁ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ । ବୟସ୍କଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଯାଇଛି ବିଏମସିର ପ୍ରସ୍ତୁତି । ୧୦ଟି ଘରୋଇ ହସ୍ପିଟାଲ ଓ ୧୨ଟି ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ । ଟିକାକରଣରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୪୫ରୁ ୬୦ ବର୍ଷର ଏକାଧିକ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ । ରାଜ୍ୟର ୧୨ ସରକାରୀ ମେଡିକାଲରେ ପୂର୍ବରୁContinue reading “ମାର୍ଚ୍ଚ ୧ରୁ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ : ବୟସ୍କଙ୍କୁ ଟିକା ଦେବା ପାଇଁ ବିଏମସିର ପ୍ରସ୍ତୁତି”

କେମିତି ତିଆରି ହେଉଛି ନକଲି ମଦ ଡେମୋ ଦେଖାଇଲା ଅଭିଯୁକ୍ତ : ବେଆଇନ ମଦ ୟୁନିଟ ଉପରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ; ୨ଶହ ଲିଟର ମଦ ଜବତ, ୫ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : କେମିତି ତିଆରି ହୁଏ ନକଲି ମଦ । ନକଲି ମଦକୁ କେମତି ନାମୀଦାମୀ ବ୍ରାଣ୍ଡର ବଟଲରେ ପ୍ୟାକ କରି ସିଲ କରାଯାଏ । ଅବକାରୀ ଅଧିକାରୀଙ୍କ ଆଗରେ ତାହାର ଡେମୋ କରି ଦେଖାଇଛି ଗିରଫ ଅଭିଯୁକ୍ତ । ପ୍ରଥମେ ବଟଲରେ ଏକ ବଡ ଜାରରେ ରଖାଯାଇଥିବା ମଦକୁ ପ୍ୟାକ କରିବା ପରେ ଏକ ହୁଗୁଳା ଠିପିକୁ ବୋତଲ ମୁହଁରେ ରଖି କେମତି ମେସିନ ଜରିଆରେ ସିଲ କରାଯାଏ । ଏହାପରେ ଠିପି ଉପରେContinue reading “କେମିତି ତିଆରି ହେଉଛି ନକଲି ମଦ ଡେମୋ ଦେଖାଇଲା ଅଭିଯୁକ୍ତ : ବେଆଇନ ମଦ ୟୁନିଟ ଉପରେ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ; ୨ଶହ ଲିଟର ମଦ ଜବତ, ୫ ଅଭିଯୁକ୍ତ ଗିରଫ”

ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ : ୨ ଦିନ ଭିତରେ ୩ଟି ହଷ୍ଟେଲରେ ବ୍ୟାପିଲା କରୋନା; ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା ଜାରି

କନକ ବ୍ୟୁରୋ : ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରେ ବ୍ୟାପିଛି କରୋନା । ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉ ଥିବା ବେଳେ ଅନ୍ୟ ଆକ୍ରାନ୍ତ ଛାତ୍ରଛାତ୍ରୀ ନିଜ ନିଜ ଘରକୁ ଚାଲି ଯାଇଛନ୍ତି । ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଯିବାକୁ କୁଳପତି ଅନୁରୋଧ କରିଛନ୍ତି । ଏପରିକି ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଆସିବାକୁ ବାରଣ କରାଯାଇଛି ।Continue reading “ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ : ୨ ଦିନ ଭିତରେ ୩ଟି ହଷ୍ଟେଲରେ ବ୍ୟାପିଲା କରୋନା; ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା ଜାରି”

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ଅଛି, ନକ୍ସଲ ସମସ୍ୟା ନିୟନ୍ତ୍ରଣରେ ରହିଛି । ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ । 

କନକ ବ୍ୟୁରୋ : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା। ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉତ୍ତରରେ କହିଛନ୍ତି, ୨୦୨୦ ସୁଦ୍ଧା ରାଜ୍ୟର ଆଇନ ଶୃଙ୍ଖଳା ଭଲ ଅଛି। ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି। ତିର୍ତ୍ତୋଲ ଓ ବାଲେଶ୍ୱରରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପାଦିତ ହୋଇଛି । କୋଭିଡ ସ୍ଥିତିରେ ଶୃଙ୍ଖଳିତ କାମ ହୋଇଛି। ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ହୋଇନି। ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ଅଛି। ରାଜ୍ୟରେ ଅପରାଧContinue reading “ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ଅଛି, ନକ୍ସଲ ସମସ୍ୟା ନିୟନ୍ତ୍ରଣରେ ରହିଛି । ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ । “

ଶ୍ରୀମନ୍ଦିର ଚାରିପଟେ ଐତିହ୍ୟ କରିଡର ନିର୍ମାଣକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ : କହିଲେ ଆଇନକୁ ଉପେକ୍ଷା କରି ଚାଲିଛି ବିକାଶ କାମ

କନକ ବ୍ୟୁରୋ : ପୁରୀକୁ ଗଲେ ପ୍ରଶ୍ନ କଲେ । ଏକ୍ରାମ କ୍ଷେତ୍ର ଐତିହ୍ୟ କରିଡରକୁ ନେଇ ପ୍ରଶ୍ନ ଉଠାଉଥିବା ଭୁବନେଶ୍ୱର ସାଂସଦ ଆଜି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ଚାରିପଟେ ଐତିହ୍ୟ କରିଡର ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ବିକାଶ କାମ ହେଉ, କିନ୍ତୁ ବେଆଇନ ଭାବରେ ନୁହେଁ । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ବିକାଶ କାମ ପାଇଁ ଏନଏମଏ ଓ ଏଏସଆଇର ଅନୁମତି କାହିଁକି ନିଆଗଲା ନାହିଁ ବୋଲି ସେ ପ୍ରଶ୍ନContinue reading “ଶ୍ରୀମନ୍ଦିର ଚାରିପଟେ ଐତିହ୍ୟ କରିଡର ନିର୍ମାଣକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ : କହିଲେ ଆଇନକୁ ଉପେକ୍ଷା କରି ଚାଲିଛି ବିକାଶ କାମ”

Design a site like this with WordPress.com
Get started