କନକ ବ୍ୟୁରୋ : ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗ ଉଠାଇ ଜୋରଦାର ହଙ୍ଗାମା କଲେ ବିରୋଧୀ । ଗୃହରେ ଉଭୟ କଂଗ୍ରେସ ଓ ବିଜେପି ପ୍ଲାକାର୍ଡ ଦେଖାଇ ନାରାବାଜି କରିଥିଲେ । ତେଣୁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତ୍ତି । ଗତକାଲି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହାଲ୍ଲା କରିଥିଲେ ବିରୋଧୀContinue reading “ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତ୍ତି “
Author Archives: Raghaba
କାହାକୁ ଦିଆଯିବ କରୋନା ଟିକା? ନିଷ୍ପତ୍ତି ନେବେ ସରକାର, ଜରୁରୀ ଆବଶ୍ୟକତା ଓ ପରିସ୍ଥିତିକୁ ଦେଖି ଟିକାକରଣ କରିବାକୁ କହିଲେ ହାଇକୋର୍ଟ ।
କନକ ବ୍ୟୁରୋ : ପ୍ରାଥମିକତା ଭିତ୍ତିରେ କାହାକୁ ଦିଆଯିବ କରୋନା ଟିକା ଏନେଇ ନିଷ୍ପତି ନେବେ ସରକାର । ରାଜ୍ୟ ସରକାର ନିଷ୍ପତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । କୋର୍ଟର ସଦସ୍ୟମାନଙ୍କୁ ପ୍ରାଥମିକତା ଦେବା ପାଇଁ ଏକ ଆବେଦନ ହୋଇଥିଲା । ଏହାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଟିକା ସୀମିତ ପରିମାଣରେ ଉପଲବ୍ଧ ରହିଛି । ତେଣୁ ଜରୁରୀ ଆବଶ୍ୟକତା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଟିକାକରଣContinue reading “କାହାକୁ ଦିଆଯିବ କରୋନା ଟିକା? ନିଷ୍ପତ୍ତି ନେବେ ସରକାର, ଜରୁରୀ ଆବଶ୍ୟକତା ଓ ପରିସ୍ଥିତିକୁ ଦେଖି ଟିକାକରଣ କରିବାକୁ କହିଲେ ହାଇକୋର୍ଟ ।”
ଓଡ଼ିଶାର ୭ ପଡ଼ୋଶୀ ଜିଲ୍ଲାଙ୍କ ସହିତ ରହିଛି ସୀମା ବିବାଦ । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କହିଲେ ସୀମାନ୍ତବର୍ତୀ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ସରକାର ।
କନକ ବ୍ୟୁରୋ : ଓଡ଼ିଶା ସୀମାରେ ପଡ଼ିଶାଙ୍କ ଆଖି । ୭ଟି ଜିଲ୍ଲାରେ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ବିବାଦ ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ନୂଆଁପଡ଼ା କୋରାପୁଟ, ଗଂଜାମ ଓ ଗଜପତି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତର ଦେଇଛନ୍ତି । ପଡ଼ୋଶୀ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସୀମା ବିବାଦର ସମାଧାନ ପାଇଁ ସରକାର ଉଦ୍ୟମContinue reading “ଓଡ଼ିଶାର ୭ ପଡ଼ୋଶୀ ଜିଲ୍ଲାଙ୍କ ସହିତ ରହିଛି ସୀମା ବିବାଦ । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କହିଲେ ସୀମାନ୍ତବର୍ତୀ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ସରକାର ।”
ପରୀ ମୃତ୍ୟୁ ମାମଲାରେ ଏସଆଇଟିକୁ ନିରାଶ କଲେ କୋର୍ଟ ।ଏଲଭିଏ ଟେଷ୍ଟ ପାଇଁ ମିଳିଲାନି ଅନୁମତି ।
କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଏସଆଇଟି ନିରାଶ । ପୂର୍ବରୁ ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ୍ ଟେଷ୍ଟ ଓ ବ୍ରେନ ମାପିଂ ଟେଷ୍ଟ କରାଇବାକୁ ଚାହୁଁଥିଲା ଏସଆଇଟି । ୨ଟି ଯାକ ପରୀକ୍ଷା ପାଇଁ ଅଭିଯୁକ୍ତର ସ୍ୱୀକୃତି ଆବଶ୍ୟକ ଥିବାରୁ ଏହା ସମ୍ଭବ ହୋଇପାରିନଥିଲା । ହେଲେ ପରୀ ମାମଲାରେ କ୍ରାଇମବ୍ରାଞ୍ଚ ଏସଆଇଟି କେବଳ ବୈଜ୍ଞାନିକ ପ୍ରମାଣ ଉପରେ ଅଧିକ ନିର୍ଭରଶୀଳ ହୋଇଥିବାରୁ ଅଭିଯୁକ୍ତର ଏଲଭିଏ ଅର୍ଥାତ ଲାୟର ଭଏସ ଆନାଲିସିସ୍ ଟେଷ୍ଟ ପାଇଁContinue reading “ପରୀ ମୃତ୍ୟୁ ମାମଲାରେ ଏସଆଇଟିକୁ ନିରାଶ କଲେ କୋର୍ଟ ।ଏଲଭିଏ ଟେଷ୍ଟ ପାଇଁ ମିଳିଲାନି ଅନୁମତି ।”
କେଉଁ ଗାଡି ପାଇଁ ଫାସ-ଟ୍ୟାଗ୍ ନିହାତି ଜରୁରୀ? ଦୁଇ ଚକିଆ ପାଇଁ ଲାଗୁ ହୋଇନି ତ ଫାସ୍-ଟ୍ୟାଗ୍ ବ୍ୟବସ୍ଥା? ଏହି ଖବର ଆପଣ ଜାଣିବା ନିହାତି ଆବଶ୍ୟକ
କନକ ବ୍ୟୁରୋ : ୧୬ ଫେବୃଆରୀରୁ ଦେଶରେ ଲାଗୁ ହୋଇଛି ଫସ୍-ଟ୍ୟାଗ୍ ବ୍ୟବସ୍ଥା । ଏହାକୁ ନେଇ ଅନେକ ଗାଡି ମାଲିକଙ୍କ ଚିନ୍ତା ବଢିଯାଇଛି । କାରଣ ଅନେକ ଲୋକ ଠିକ ଭାବେ ଜାଣି ନାହାନ୍ତି ଫାସ-ଟ୍ୟାଗ୍ ଲଗାଯାଏ କେମିତି? ତେବେ ଆସନ୍ତୁ ଜାଣିବା ଫାସ-ଟ୍ୟାଗ୍ କେଉଁ କେଉଁ ଗାଡି ପାଇଁ ଲାଗୁ ହୋଇଛି, କେମିତି କରିବେ ଫାସ୍-ଟ୍ୟାଗ୍ ଏବଂ ଏହାକୁ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଧଳା ନମ୍ବର ପ୍ଲେଟ୍Continue reading “କେଉଁ ଗାଡି ପାଇଁ ଫାସ-ଟ୍ୟାଗ୍ ନିହାତି ଜରୁରୀ? ଦୁଇ ଚକିଆ ପାଇଁ ଲାଗୁ ହୋଇନି ତ ଫାସ୍-ଟ୍ୟାଗ୍ ବ୍ୟବସ୍ଥା? ଏହି ଖବର ଆପଣ ଜାଣିବା ନିହାତି ଆବଶ୍ୟକ “
କିଏ ଦେଉଛି ମାଫିଆଙ୍କୁ ସୁରକ୍ଷା? ଓଡ଼ିଶାର ବଜ୍ରକାପ୍ତା ଚୀନରେ ପହଞ୍ଚୁଛି, ଭାୟା ସାଜିଛି ମିଆଁମାର । କିନ୍ତୁ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଖସି ଯାଉଛନ୍ତି ବଡ ବଡ ମାଫିଆ ।
କନକ ବ୍ୟୁରୋ : ରାଜ୍ୟରେ ବନୀକରଣରେ ଦୁର୍ନୀତି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। କୋଟି କୋଟି ଟଙ୍କା ହଡ଼ପର ଗନ୍ଧ ଓଡ଼ିଶାର ସବୁ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଲାଣି। ତିନି ତିନିଟି ମାମଲାରେ ଲୋକାୟୁକ୍ତ ତନାଘନା କରୁଛନ୍ତି। ବନ ବିଭାଗର ସର୍ବୋଚ୍ଚସ୍ତରରେ ଥିବା ଅଧିକାରୀ ଅଭୟ ପାଠକଙ୍କ ଦୁର୍ନୀତିର ପେଡ଼ି ପ୍ରଶାସନିକ ଇତିହାସରେ ସବୁଦିନପାଇଁ ଆଲୋଚନା ଭିତରେ ରହିବ। ଏହାସତ୍ତ୍ବେ ବନ ବିଭାଗର ବାବୁମାନେ ଏତେ ବେଫିକର ଯେ ଯାଜପୁର ଜିଲ୍ଲାରେ ଭୂତ ଗାଡ଼ିରେ ଗଛରେ ପାଣିContinue reading “କିଏ ଦେଉଛି ମାଫିଆଙ୍କୁ ସୁରକ୍ଷା? ଓଡ଼ିଶାର ବଜ୍ରକାପ୍ତା ଚୀନରେ ପହଞ୍ଚୁଛି, ଭାୟା ସାଜିଛି ମିଆଁମାର । କିନ୍ତୁ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଖସି ଯାଉଛନ୍ତି ବଡ ବଡ ମାଫିଆ ।”
ମହାରାଷ୍ଟ୍ରରେ ପୁଣି ବ୍ୟାପିଲାଣି କରୋନା ମହାମାରୀ! ୨୪ ଘଣ୍ଟାରେ ଚିହ୍ନଟ ହେଲେଣି ୬ ହଜାରରୁ ଅଧିକ ଆକ୍ରାନ୍ତ, କଡା କଟକଣା ଜାରି କଲେ ମହାରାଷ୍ଟ୍ର ସରକାର ।
କନକ ବ୍ୟୁରୋ : ଶୁକ୍ରବାର ଦିନ ୬,୧୧୨ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ଓ ୪୪ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହେବା ପରେ ମହାରାଷ୍ଟ୍ରରେ କଡ଼ା କଟକଣା ଜାରି କରାଯାଇଛି। ବିଶେଷକରି ମହାରାଷ୍ଟ୍ରର ୩ଟି ଜିଲ୍ଲା ଯବତମଲ, ଅକୋଲା ଏବଂ ଅମରାବତୀରେ ସପ୍ତାହନ୍ତ ମାନଙ୍କରେ ସାମାଜିକ ଦୂରତ୍ୱ ନିୟମ ଜାରି କରିବାକୁ ଆଦେଶ ଦିଆଯାଇଛି। ଏହାଛଡ଼ା, ରବିବାର ଦିନ ଏହି ଜିଲ୍ଲାମାନଙ୍କରେ ଲକଡାଉନ୍ ପାଇଁ ଘୋଷଣା କରାଯାଇଛି। ଜନ ସମାବେଶ ନିମନ୍ତେ ଅନୁମତି ନ ଦେବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁContinue reading “ମହାରାଷ୍ଟ୍ରରେ ପୁଣି ବ୍ୟାପିଲାଣି କରୋନା ମହାମାରୀ! ୨୪ ଘଣ୍ଟାରେ ଚିହ୍ନଟ ହେଲେଣି ୬ ହଜାରରୁ ଅଧିକ ଆକ୍ରାନ୍ତ, କଡା କଟକଣା ଜାରି କଲେ ମହାରାଷ୍ଟ୍ର ସରକାର । “
ଏ କେମିତି ହେଲା, ବାଂଲାଦେଶୀ ନାଗରିକ ଉତ୍ତର ମୁମ୍ବାଇର ବିଜେପି ସଂଖ୍ୟାଲଘୁ ସେଲର ସଭାପତି । ଟ୍ୱିଟ୍ କରି କଂଗ୍ରେସ କଲା ଟାର୍ଗେଟ?
କନକ ବ୍ୟୁରୋ : ଜଣେ ବାଂଲାଦେଶୀ ନାଗରିକଙ୍କ ଗିରଫକୁ ନେଇ ଏବେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଦଳର ମୁଖପାତ୍ର ସଚିନ ସାୱନ୍ତ ଏନେଇ ଟ୍ୱିଟ୍ କରିବା ସହ ବିଜେପି ଉପରେ ବର୍ଷିଛନ୍ତି । ତେବେ ଏହି ବାଂଲାଦେଶୀ ନାଗରିକଙ୍କ ପରିଚୟ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । କାରଣ ଗିରଫ ହୋଇଥିବା ବାଂଲାଦେଶୀ ନାଗରିକ ଜଣକ ହେଉଛନ୍ତି ବିଜେପିର ଉତ୍ତର ମୁମ୍ବାଇ ସଂଖ୍ୟାଲଘୁ ସେଲର ସଭାପତି । ଯିଏ ଦୀର୍ଘ ବର୍ଷContinue reading “ଏ କେମିତି ହେଲା, ବାଂଲାଦେଶୀ ନାଗରିକ ଉତ୍ତର ମୁମ୍ବାଇର ବିଜେପି ସଂଖ୍ୟାଲଘୁ ସେଲର ସଭାପତି । ଟ୍ୱିଟ୍ କରି କଂଗ୍ରେସ କଲା ଟାର୍ଗେଟ? “
ସାଧୁ ସନ୍ଥଙ୍କୁ ଇଏ କି ସମ୍ମାନ? ଖଣ୍ଡଗିରିରେ ଅନ୍ଧାରରେ ପଡିଛନ୍ତି କୁମ୍ଭମେଳାର ଅତିଥି, ଜଳ ପାଇଁ ଡହଳବିକଳ ।
କନକ ବ୍ୟୁରୋ : ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହୋଇଯାଇଛି। ନାଗା ସାଧୁଙ୍କ ସହିତ ଓଡ଼ିଶାର ବିଭିନ୍ନ କୋଣ ଅନୁ କୋଣରୁ ସାଧୁସନ୍ଥମାନେ ଜପତପ ପାଇଁ ଖଣ୍ଡଗିରି ପାହାଡ଼ରେ ଆସ୍ଥାନ ଜମାଇଛନ୍ତି। ମାତ୍ର ପରିତାପର କଥା ହେଲା, ଚଳିତ ବର୍ଷ ସେମାନଙ୍କୁ ଏହି ପାହାଡ଼ରେ ଅନ୍ଧାରରେ ରହିବାକୁ ପଡ଼ୁଛି। ନା ସେମାନଙ୍କ ପାଇଁ ଆଲୋକ ବ୍ୟବସ୍ଥା କରାଯାଇଛି, ନା ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଫଳରେ ମୌଳିକ ସୁବିଧା ନ ପାଇ ସାଧୁସନ୍ଥମାନେ ବହୁ ସମସ୍ୟାର ସମ୍ମୁଖୀନContinue reading “ସାଧୁ ସନ୍ଥଙ୍କୁ ଇଏ କି ସମ୍ମାନ? ଖଣ୍ଡଗିରିରେ ଅନ୍ଧାରରେ ପଡିଛନ୍ତି କୁମ୍ଭମେଳାର ଅତିଥି, ଜଳ ପାଇଁ ଡହଳବିକଳ । “
ଆଉ ୨୪ ଘଣ୍ଟା ରହିବ କୋହଲା ପାଗ, କିଛି କିଛି ସ୍ଥାନରେ ହୋଇପାରେ ବର୍ଷା
କନକ ବ୍ୟୁରୋ : ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତକାଲି ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେContinue reading “ଆଉ ୨୪ ଘଣ୍ଟା ରହିବ କୋହଲା ପାଗ, କିଛି କିଛି ସ୍ଥାନରେ ହୋଇପାରେ ବର୍ଷା”