ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଶବନମଙ୍କ ପାଇଁ କ୍ଷମା ଆବେଦନ କଲେ ପୁଅ । ରାଷ୍ଟ୍ରପତିଙ୍କୁ ଆବେଦନ କରି ଦୋଷ କ୍ଷମା ପାଇଁ କଲେ ନିବେଦନ ।

କନକ ବ୍ୟୁରୋ: ୨୦୦୮ ମସିହାର ଉତରପ୍ରଦେଶର ବହୁଚର୍ଚ୍ଚିତ ବାମନଖେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ଶବନମଙ୍କୁ ହେବ ଫାଶୀ । ଯେକୌଣସି ମୁହୁର୍ତରେ ତାଙ୍କ ଡେଥ ୱାରେଂଟ ବାହାରିପାରେ । ଏପରି ସମୟରେ ଶବନମଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ୧୨ବର୍ଷୀୟ ପୁଅ । ଫାଶୀ ଆଶଙ୍କା ଭିତରେ ଶବନମଙ୍କ ଦୋଷ ପାଇଁ ତାଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ପୁଅ । ଏହାସହ ସେ ତାଙ୍କ ମାଙ୍କୁ ସାକ୍ଷାତ କରିବା ପାଇଁContinue reading “ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଶବନମଙ୍କ ପାଇଁ କ୍ଷମା ଆବେଦନ କଲେ ପୁଅ । ରାଷ୍ଟ୍ରପତିଙ୍କୁ ଆବେଦନ କରି ଦୋଷ କ୍ଷମା ପାଇଁ କଲେ ନିବେଦନ ।”

ସତ ମାନିଲା ସଇତାନ୍ ଚୀନ । ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତ୍ତର ସମ୍ମାନ ପରେ ପଦାକୁ ଆସିଲା ସତ ।

କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଚୀନ୍ ବିବାଦର ସମାଧାନର ବାଟ ଫିଟିଛି । ଉଭୟ ଦେଶର ବୁଝାମଣା ପରେ ଏବେ ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ସେନା ପ୍ରତ୍ୟାହାର ଶେଷ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଜାନୁଆରୀ ୧୪ରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ବୁଝାମଣା ପରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିଛନ୍ତି । ତେବେ ଖୁବ ଶୀଘ୍ର ଗତ ବର୍ଷ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ନେଇ ଆଶାContinue reading “ସତ ମାନିଲା ସଇତାନ୍ ଚୀନ । ଗଲୱାନ ଘାଟି ସଂଘର୍ଷରେ ୪ ମୃତ ସୈନିକଙ୍କୁ ମରଣୋତ୍ତର ସମ୍ମାନ ପରେ ପଦାକୁ ଆସିଲା ସତ ।”

ଘରେ କଳାକନା ବୁଲାଇଲା ଚାକରାଣୀ । ସୁନା ଗହଣା ଲୁଟି ଚଢୁଥିଲା କାର୍ । ଅଭିଯୋଗ ପରେ ଗିରଫ କଲା ପୋଲିସ ।

କନକ ବ୍ୟୁରୋ: ଘରେ ଚାକରାଣୀ ବୁଲାଇଲା କଳାକନା । ଘରେ ମାଲିକାଣି ନଥିବା ସମୟରେ ସୁନା ଗହଣା ଲୁଟି ଫେରାର ହୋଇଗଲା ଚାକରାଣୀ । କାହାଣୀ କେବଳ ଏତିକିରେ ଅଟକି ନଥିଲା । ଚୋରି କରିଥିବା ସୁନାକୁ ବ୍ୟାଙ୍କରେ ବନ୍ଧକ ରଖି ଥିଲା ଚାକରାଣୀ । ଚୋରି ସୁନାକୁ ବନ୍ଧକ ରଖିବା ପରେ ଯେଉଁ ଟଙ୍କା ଆଣିଥିଲା , ସେହି ଟଙ୍କାରେ ଗାଡି କିଣି ଚଢୁଥିଲା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରContinue reading “ଘରେ କଳାକନା ବୁଲାଇଲା ଚାକରାଣୀ । ସୁନା ଗହଣା ଲୁଟି ଚଢୁଥିଲା କାର୍ । ଅଭିଯୋଗ ପରେ ଗିରଫ କଲା ପୋଲିସ ।”

ଧାନ କିଣାରେ ଅନିୟମିତତା ଅଭିଯୋଗ: ପ୍ୟାକ୍ସର କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ ।

କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ପଲେଇ ପ୍ୟାକ୍ସର ସେଲସ୍‌ମ୍ୟାନ୍‌ ତଥା କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ । ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନସ୍ଥ ପଲେଇ ପ୍ରାଥମିକ କୃଷି ସମବାୟ ସମିତିର ସେଲ୍ସମ୍ୟାନ୍‌ ତଥା କାର୍ଯ୍ୟକାରୀ ସଂପାଦକ କ୍ଷୀରୋଦ ଚନ୍ଦ୍ର ଭଦ୍ର ଏବଂ କ୍ୟାସିୟର ତଥା ଲେଜର କ୍ଲର୍କ ହିମାଂଶୁ ଶେଖର ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତେବେContinue reading “ଧାନ କିଣାରେ ଅନିୟମିତତା ଅଭିଯୋଗ: ପ୍ୟାକ୍ସର କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ ।”

ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଏଥରର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ।

କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହି କାର୍ଯ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ହେବ । ଏହାକୁ ନେଇ ଆଜି କୃଷି ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତContinue reading “ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଏଥରର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ।”

ପରୀ ହତ୍ୟାକାରୀର ଭିଡିଓକୁ ନେଇ ଘନେଇଲା ବିଜେପି-ବିଜେଡି କଳି । ଲେଖାଶ୍ରୀଙ୍କ ଅଭିଯୋଗ, ଅପରାଧୀଙ୍କୁ ଖସାଇ ଦେବା ପାଇଁ କରାଯାଉଛି ପ୍ରୟାସ । ବିଜେଡିର ଜବାବ୍ ଆଇନ ଉପରେ କେହି ନାହାଁନ୍ତି ।

କନକ ବ୍ୟୁରୋ: ପରୀ ଅଭିଯୁକ୍ତର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ନଜର ଏବେ କୋର୍ଟଙ୍କ ଉପରେ । କାରଣ କୋର୍ଟ ଏହି ପ୍ରମାଣକୁ ଗ୍ରହଣ କରିବେ କି ନାହିଁ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ସେପଟେ ଭିଡିଓକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଆଉ ବିଜେଡି । ମାମଲାରେ ଏସଆଇଟି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେପି । ଏପରି ଭିଡିଓ ସାମ୍ନାକୁ ଆସିବା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛି ବିଜେପି ।Continue reading “ପରୀ ହତ୍ୟାକାରୀର ଭିଡିଓକୁ ନେଇ ଘନେଇଲା ବିଜେପି-ବିଜେଡି କଳି । ଲେଖାଶ୍ରୀଙ୍କ ଅଭିଯୋଗ, ଅପରାଧୀଙ୍କୁ ଖସାଇ ଦେବା ପାଇଁ କରାଯାଉଛି ପ୍ରୟାସ । ବିଜେଡିର ଜବାବ୍ ଆଇନ ଉପରେ କେହି ନାହାଁନ୍ତି ।”

କଟକ ଡାକ୍ତରଙ୍କ ବ୍ୟାଙ୍କ୍ ଖାତାରୁ ୭୭ ଲକ୍ଷ ଗାଏବ୍ ହେବା ଘଟଣା । ଲୁଟ୍ ପଛରେ ଜମତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ।

କନକ ବ୍ୟୁରୋ: କଟକର ଡାକ୍ତର ସନାତନ ମହାନ୍ତିଙ୍କ ବ୍ୟାଙ୍କ ଆକାଉଂଟରୁ ୭୭ ଲକ୍ଷ ଟଙ୍କା ଲୁଟ କିପରି ହେଲା ସେନେଇ କ୍ରାଇମବ୍ରାଂଚ ତନାଘନା କରୁଥିବା ବେଳେ ଲୁଟ ପଛରେ ଝାଡଖଣ୍ଡ ଜମତରା ସାଇବର ଅପରାଧୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ଡାକ୍ତରଙ୍କ ୬ଟି ଫିକ୍ସଡ ଡିପୋଜିଟକୁ ଭାଙ୍ଗି ସେଭିଙ୍ଗସ ଆକାଉଂଟକୁ ନେବା ପରେ ଏହି ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ବଡ କଥା ହେଲା ୪ଟି ରାଜ୍ୟରେ ଥିବା ୪ଟି ଭିନ୍ନ ଭିନ୍ନ ଆକାଉଂଟକୁContinue reading “କଟକ ଡାକ୍ତରଙ୍କ ବ୍ୟାଙ୍କ୍ ଖାତାରୁ ୭୭ ଲକ୍ଷ ଗାଏବ୍ ହେବା ଘଟଣା । ଲୁଟ୍ ପଛରେ ଜମତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ।”

ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ୱାସ୍ଥ୍ୟ ବିଭାଗ । ବଜାର ଓ ମନ୍ଦିରରେ ଭିଡ କମାଇବାକୁ ଗୁରୁତ୍ୱ ।

କନକ ବ୍ୟୁରୋ: ଓଡିଶାରେ କଡାକଡି ହେବ କୋଭିଡ୍ ନିୟମ । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ସତର୍କ କରାଇଛନ୍ତି। ଏଣିକି ସବୁ ଜିଲ୍ଲାରେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁContinue reading “ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ୱାସ୍ଥ୍ୟ ବିଭାଗ । ବଜାର ଓ ମନ୍ଦିରରେ ଭିଡ କମାଇବାକୁ ଗୁରୁତ୍ୱ ।”

ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ ।

କନକ ବ୍ୟୁରୋ: ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତ୍ତନ କରିବା ସହିତ ମୋଦି ସରକାରଙ୍କୁ ସରକାରକୁ ଅଣାଯିବା ଜରୁରୀ । ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ ଅନେକ ସ୍ଥାନରେ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟContinue reading “ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ ।”

ନିର୍ବାଚନ ପରେ ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ପୋଲ ନିର୍ମାଣ । ସେପଟେ କୋଟିଆ ପାଇଁ ବଡ଼ ଡିଲ୍ ହୋଇଥିବା କହିଲେ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲପାଳ ଗଦାଧର ପରିଡ଼ା ।

କନକ ବ୍ୟୁରୋ: କୋଟିଆ ବିବାଦ ପଛରେ କେଉଁ ଶକ୍ତି ରହିଛି କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କିଛି ଏପରି ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି, ଯାହା ଚମକେଇ ଦେଲା ଭଳି … ଆନ୍ଧ୍ର ସରକାର ଆଢୁଆଳରେ ଆଉ ଏକ ଶକ୍ତି କୋଟିଆ ଉପରେ ଆଖି ପକାଇଛି ବୋଲି ଗଦାଧର କହିଛନ୍ତି । କିଛି କଂପାନୀ କୋଟିଆ ପାଇଁ ବଡ ଡିଲ କରିଛନ୍ତି । କୋଟିଆର ଖଣିଜ ପଦାର୍ଥ ଉତ୍ତୋଳନContinue reading “ନିର୍ବାଚନ ପରେ ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ପୋଲ ନିର୍ମାଣ । ସେପଟେ କୋଟିଆ ପାଇଁ ବଡ଼ ଡିଲ୍ ହୋଇଥିବା କହିଲେ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲପାଳ ଗଦାଧର ପରିଡ଼ା ।”

Design a site like this with WordPress.com
Get started