କନକ ବ୍ୟୁରୋ : ସମାଜରେ ସଚେତନ ବାର୍ତା ବାଂଟୁଥିବା ଯୁବ ପରିବେଷବିତ୍ ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ, ଦିଲ୍ଲୀ ପୋଲିସ ଗିରଫ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏପରକି କୋର୍ଟରେ ହାଜର କରିବା ସମୟରେ ପକ୍ଷ ରଖିବା ପାଇଁ ଓକିଲଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ଦିଆ ନଯିବା ଆହୁରି ବିସ୍ମିତ କରିଛି । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଆନ୍ଦୋଳନକୁ ନେଇ ଅଡୁଆରେ ପଡିଥିବା କେନ୍ଦ୍ର ସରକାର ଅଭିବ୍ୟକ୍ତିରContinue reading “ଟୁଲ୍ କିଟ୍ ମାମଲାରେ ଗିରଫ ଦିଶା ରବିଙ୍କ ସମର୍ଥନରେ ଦିଲ୍ଳୀରୁ ବେଙ୍ଗାଲୁର ସବୁଠି ପ୍ରତିବାଦ । ସେପଟେ ଦିଲ୍ଲୀ ପୋଲିସକୁ ନୋଟିସ ନେଲା ଡିସିଡବ୍ଲୁ ।”
Author Archives: Raghaba
ମଧ୍ୟପ୍ରଦେଶରେ କେନାଲକୁ ବସ ଖସିବା ଘଟଣାରେ ୪୫ ମୃତଦେହ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ ଘୋଷଣା କଲେ ଶିବରାଜ ସିଂଚୌହାନ
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । କେନାଲକୁ ଖସିପଡିଲା ଯାତ୍ରୀବାହୀ ବସ । ମଧ୍ୟପ୍ରଦେଶ ସିଦ୍ଧିରେ ଆଜି ସକାଳ ପ୍ରାୟ ୭ଟା ସମୟରେ ୫୨ଜଣ ଯାତ୍ରୀନେଇ ବସଟି ସିଦ୍ଧିିରୁ ସତନା ଯାଉଥିବା ସମୟରେ ହଠାତ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଘଟଣାସ୍ଥଳରୁ ସମସ୍ତ ୪୫ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୭ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କେନାଲ ଭିତରେ ଦୀର୍ଘ ସମୟ ଧରି ଉଦ୍ଧାର କାମ ଚାଲିବାContinue reading “ମଧ୍ୟପ୍ରଦେଶରେ କେନାଲକୁ ବସ ଖସିବା ଘଟଣାରେ ୪୫ ମୃତଦେହ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଁଏ ସହାୟତ ଘୋଷଣା କଲେ ଶିବରାଜ ସିଂଚୌହାନ “
ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ ।
କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଛି ଏହି ନୂଆ ଷ୍ଟ୍ରେନ । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆର ଡିଜି ବଳରାମ ଭାର୍ଗବ । ସମସ୍ତ ଆକ୍ରାନ୍ତ ଆଇସୋଲେସନରେ ଥିବା କୁହାଯାଇଛି । ଏଙ୍ଗୋଲାରୁ ଜଣେ, ଟାଂଜାନିଆରୁ ଜଣେ ଓ ଦକ୍ଷିଣ ଆଫ୍ରିକାରୁ ଦୁଇ ଜଣ ଆସିଥିବା ସୂଚନା ରହିଛି । ଏହି ନୂଆ ଷ୍ଟ୍ରେନ ବ୍ରିଟେନରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଠାରୁ ଅଧିକContinue reading “ଭାରତରେ କରୋନା ଭୂତାଣୁର ନୂଆ ରୂପ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୪ଜଣଙ୍କ ଠାରେ ମିଳିଲା ନୂଆ ଷ୍ଟ୍ରେନ । “
ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ଠକିନେଲା ଦଲାଲ । ୧୫ ଲକ୍ଷ ଟଙ୍କା ନେଇ ଫେରାର ମାରିଥିବା ସୁନୀଲ ସାମନ୍ତରାୟକୁ ଗିରଫ କଲା ପୋଲିସ ।
କନକ ବ୍ୟୁରୋ : ମହଙ୍ଗା ପଡିଲା ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଲକ୍ଷ ଲକ୍ଷ ଠକେଇ କରିବା । ତେବେ ଏହାରି ଭିତରେ ଅଭିଯୁକ୍ତ ୧୦ ଲକ୍ଷ ଟଙ୍କା ଫେରାଇ ଦେଇଛି । ଗାଡି ନମ୍ବର ୱାନ, ଠକେଇରେ ବି ବାବୁ ନମ୍ବର ୱାନ୍ । ତେବେ ଏହି ଭିଆଇପି ମାର୍କା ୪୦ ଲକ୍ଷ ଟଙ୍କାର ଭିଆଇପି ଗାଡିରେ ଅଏସ କରୁଥିବା ବାବୁ ଜଣଙ୍କୁ ଘୋଷାଡି ଘୋଷାଡି ପିସିଆର ଭ୍ୟାନକୁ ନେଉଛି ପୁଲିସ ।Continue reading “ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ଠକିନେଲା ଦଲାଲ । ୧୫ ଲକ୍ଷ ଟଙ୍କା ନେଇ ଫେରାର ମାରିଥିବା ସୁନୀଲ ସାମନ୍ତରାୟକୁ ଗିରଫ କଲା ପୋଲିସ ।”
ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବିର୍ସାମୁଣ୍ଡାଙ୍କ ନାଁରେ ଷ୍ଟାଡିୟମକୁ ନାମିତ କଲେ ନବୀନ
କନକ ବ୍ୟୁରୋ: ମଞ୍ଚ ଉପରୁ ରିମୋଟରେ ବଟନ ଟିପି ରାଉରକେଲା ବିପିୟୁଟି ପରିସରରେ ହେବାକୁ ଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମର ଝଲକ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୨୦୨୩ ହକି ବିଶ୍ୱକପରେ ରାଉରକେଲାର ଏହି ଷ୍ଟାଡିୟମ ଏକ ଭେନ୍ୟୁ ହେବ ବୋଲି କହିଛନ୍ତି ନବୀନ । ରାଉରକେଲାକୁ ଆଶାର ସହର ଏବଂ ସୁନ୍ଦରଗଡ ଜିଲ୍ଲାର ବିକାଶରେ ସହରର ଭୂମିକାକୁ ସେ ପ୍ରଶଂସା କରିଛନ୍ତି । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନାଁରେ ଏହାକୁContinue reading “ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ବିର୍ସାମୁଣ୍ଡାଙ୍କ ନାଁରେ ଷ୍ଟାଡିୟମକୁ ନାମିତ କଲେ ନବୀନ”
ପୁଣି ଫେରିବେ ବିବାଦୀୟ ସାରଥୀ ବାବା । ଜୁଲାଇ ୧ରୁ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କରିବାକୁ ହାଇକୋର୍ଟଙ୍କ ଅନୁମତି ।
କନକ ବ୍ୟୁରୋ : ସାରଥୀ ବାବା । ଓଡିଶା ଇତିହାସରେ ବୋଧହୁଏ କୌଣସି ବାବାଙ୍କୁ ନେଇ ଏଭଳି କାହାଣୀ ସୃଷ୍ଟି ହୋଇନଥିବ ଯାହା ସାରଥୀଙ୍କ କ୍ଷେତ୍ରରେ ହୋଇଥିଲା । ସାରଥୀ ଦାବି କରୁଥିଲେ ତାଙ୍କ ପାଖରେ ଭଗବାନଙ୍କ ଶକ୍ତି ଅଛି । ହାତରୁ ବିଭୁତି ବାହାର କରିବା, ପାଦରୁ ମହୁ ଝରିବା, ସିମେଂଟ ଗାଈରୁ କ୍ଷୀର ବାହାର କରିବା ଭଳି ଅନେକ ଅଲୌକିକ ଶକ୍ତିର ଅଧିକାରୀ ବୋଲି ଦାବି କରୁଥିଲେ ବାବା । ଏହି ଘଟଣା ସାରଥୀଙ୍କContinue reading “ପୁଣି ଫେରିବେ ବିବାଦୀୟ ସାରଥୀ ବାବା । ଜୁଲାଇ ୧ରୁ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସତସଙ୍ଗ କରିବାକୁ ହାଇକୋର୍ଟଙ୍କ ଅନୁମତି ।”
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ ।
କନକ ବ୍ୟୁରୋ : ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି (ମଙ୍ଗଳବାର) ପବିତ୍ର ବସନ୍ତ ପଞ୍ଚମୀରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ୩ଟି ଧଉରା କାଠକୁ ରାଜପୁରୋହିତ ପୂଜାର୍ଚ୍ଚନା କରିଛନ୍ତି। କାର୍ୟ୍ୟକ୍ରମରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ ଓ ସେବାୟତ ଉପସ୍ଥିତ ଥିଲେ। ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁଖରେ ବାରିକେଡ୍ ପକାଇ ତିନି ରଥକାଠକୁ ଅଲଗା ରଖାଯାଇଥିଲା।Continue reading “ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ । “
ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ ।
କନକ ବ୍ୟୁରୋ : ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ଝୋବା, ଶ୍ରୀମୁଖ, ପଦ୍ମ ଆଦି ଅଳଙ୍କାର ପାଇଁ ଦାନ । ଜଣେ ଭକ୍ତ ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଶ୍ରୀଜୀଉଙ୍କୁ ଏହି ସବୁ ସୁନା ଅଳଙ୍କାର ଦାନ କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ସୁନା ଅଳଙ୍କାର ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟContinue reading “ମହାପ୍ରଭୁଙ୍କୁ ସାଢେ ୪ କେଜି ସୁନା ଦାନ । ୪ କେଜି ୮୭୫ ଗ୍ରାମର ସୁନା ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ ।”
ଲାଏ ଡିଟେକ୍ସନ ବେଳେ ପରୀକୁ ହତ୍ୟା ସଂପର୍କରେ କହିଥିଲା ଅଭିଯୁକ୍ତ । ଅଡିଓ ଭିଜୁଆଲ ମାଧ୍ୟମରେ ରେକର୍ଡ ହୋଇ ରହିଛି ସଂପୂର୍ଣ୍ଣ ସ୍ୱୀକାରୋକ୍ତି । ପ୍ରମାଣ ଭାବେ କୋର୍ଟରେ ଦାଖଲ କରିବ ଏସଆଇଟି
କନକ ବ୍ୟୁରୋ : ସାରା ରାଜ୍ୟରେ ଚହଳ ପକାଇଥିବା, କୁନି ଝିଅ ପରୀ ହତ୍ୟା ଘଟଣାରେ କ୍ରାଇମବ୍ରାଂଚ ତଦନ୍ତର ନିର୍ଣ୍ଣାୟକ ମୋଡରେ ପହଂଚିଛି । ଏହି ନାବାଳକ ସରୋଜ ସେଠୀ ଏହି ଚାଂଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ନିଷ୍କର୍ସରେ ପହଂଚିଛି କ୍ରାଇମବ୍ରାଞ୍ଚ । କୋର୍ଟରେ ଚାର୍ଜସିଟ୍ ଦାଖଲ କରି ପୁଲିସ କହିଛି, ଅଭିଯୁକ୍ତ ନାବାଳକ ହତ୍ୟା କରିବା ଏବଂ ପରୀର ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗି ଦେବା ଘଟଣାକୁ ସ୍ୱୀକାର କରିଛି । ଲାଇ ଡିଟେକ୍ସନ୍Continue reading “ଲାଏ ଡିଟେକ୍ସନ ବେଳେ ପରୀକୁ ହତ୍ୟା ସଂପର୍କରେ କହିଥିଲା ଅଭିଯୁକ୍ତ । ଅଡିଓ ଭିଜୁଆଲ ମାଧ୍ୟମରେ ରେକର୍ଡ ହୋଇ ରହିଛି ସଂପୂର୍ଣ୍ଣ ସ୍ୱୀକାରୋକ୍ତି । ପ୍ରମାଣ ଭାବେ କୋର୍ଟରେ ଦାଖଲ କରିବ ଏସଆଇଟି”
ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ: ଘୋଷଣା ହେଲା ୧୧ ଜଣିଆ ଇଂଲଣ୍ଡ ଦଳ । ଦଳରେ ସାମିଲ ହେଲେ ଜନି ବେୟାରଷ୍ଟୋ, ମାର୍କ ଉଡ୍
କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨୪ ତାରିଖରେ ଅହମ୍ମଦାବାଦରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ଏହି ଟେଷ୍ଟ ଡେ’-ନାଇଟ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡ ତାର ୧୧ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ବୋଲର ମାର୍କ ଉଡଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ମୋଇନ ଅଲ୍ଲୀ ଏହି ଟେଷ୍ଟରୁ ବାଦ ପଡିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ଟେଷ୍ଟContinue reading “ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ: ଘୋଷଣା ହେଲା ୧୧ ଜଣିଆ ଇଂଲଣ୍ଡ ଦଳ । ଦଳରେ ସାମିଲ ହେଲେ ଜନି ବେୟାରଷ୍ଟୋ, ମାର୍କ ଉଡ୍”