କ୍ଷୀର ବିକିବା ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ର ଚାଷୀ, କହିଲେ ବିନିଯୋଗ ବଢାଇଲେ ବଢିବ ଲାଭ

କନକ ବ୍ୟୁରୋ : ଗୋଟେ ପଟେ ହଜାର ହଜାର ଚାଷୀ ସରକାରଙ୍କ ନୂତନ କୃଷିିବିଲ୍ କୁ ବିରୋଧ କରି ପାଖା ପାଖି ୩ ମାସ ହେବ ଧାରଣାରେ ବସିଥିବା ବେଳେ ମହାରାଷ୍ଟ୍ରର ଜଣେ କ୍ଷୀର ବ୍ୟବସାୟୀ ନିଜର ବ୍ୟବସାୟ ବୃଦ୍ଧି କରିବା ଓ ସହଜରେ ସବୁ ସ୍ଥାନରେ କ୍ଷୀର ପହଂଚାଇବାକୁ ୩୦ କୋଟି ଟଙ୍କା ବିନିମୟରେ ଏକ ହେଲିକପ୍ଟର କିଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୂଚନା ମୁତାବକ ଦେଶର ପ୍ରତି ରାଜ୍ୟକୁ ସହଜରେ କ୍ଷୀର ପହଂଚାଇବାକୁContinue reading “କ୍ଷୀର ବିକିବା ପାଇଁ ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ର ଚାଷୀ, କହିଲେ ବିନିଯୋଗ ବଢାଇଲେ ବଢିବ ଲାଭ”

୪ ରାଜପଥ ଲୁଟେରା ଗିରଫ । ୨୭ ଗ୍ରାମ ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଜବତ ।

କନକ ବ୍ୟୁରୋ : ବଡ଼ଚଣା ପୁଲିସ ଦ୍ୱାରା ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରାଯାଇଛି। ଅଭିନବ ଉପାୟରେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫ୍ଟ ଦେଇ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ସୂଚନା ମିଳିଛି । ପୁଲିସ ସେମାନଙ୍କ ନିକଟରୁ ୨୭ଗ୍ରାମ ସୁନା ଅଳଙ୍କାର, ନଗଦ ୨୦ହଜାର ଟଙ୍କା, ୨ଟି ବାଇକ, ଦାମି ମୋବାଇଲ, ଲାପଟପ, କ୍ୟାମେରା ସହ ବିଭିନ୍ନ ସାମଗ୍ରୀContinue reading “୪ ରାଜପଥ ଲୁଟେରା ଗିରଫ । ୨୭ ଗ୍ରାମ ସୁନା ଅଳଙ୍କାର ସହ ୨୦ ହଜାର ଟଙ୍କା ଜବତ ।”

ଆଉ ପାଦେ ଆଗେଇଲା ଜୟପୁରରୁ ନବରଙ୍ଗପୁର-ମାଲକାନଗିରି ରେଳ ପ୍ରକଳ୍ପ । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ଆରମ୍ଭ ହେଲା ଜମି ଅଧିଗ୍ରହଣ ପ୍ରକ୍ରିୟା ।

କନକ ବ୍ୟୁରୋ : ବିଳମ୍ବରେ ହେଉ ପଛେ ଆଉ ପାଦେ ଆଗକୁ ଗଡ଼ିଲା ରେଳ ଲାଇନ୍ । ରେଳ ମାନଚିତ୍ରରୁ ବାଦ ପଡ଼ିଥିବା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଳାକୁ ଜୟପୁର ସହ ଯୋଡ଼ିବା ପାଇଁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣର ଜନ ଶୁଣାଣି । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ହେଲେ ରେଳ ଲାଇନ ପାଇଁ ଜମିହରାଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଅଙ୍କ ଛିଡ଼ୁନି । ପାଦେ ଆଗକୁ ଗଡ଼ିଲା ରେଳ ପଥContinue reading “ଆଉ ପାଦେ ଆଗେଇଲା ଜୟପୁରରୁ ନବରଙ୍ଗପୁର-ମାଲକାନଗିରି ରେଳ ପ୍ରକଳ୍ପ । ଏକାଠି ହେଲେ ନେତା, ଜନତା ଓ ଅଧିକାରୀ । ଆରମ୍ଭ ହେଲା ଜମି ଅଧିଗ୍ରହଣ ପ୍ରକ୍ରିୟା ।”

ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ ମିଶି ପାରିବେ ଦିଶା ରବି । କୋର୍ଟ ଦେଲେ ନିର୍ଦ୍ଦେଶ

କନକ ବ୍ୟୁରୋ : ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଟୁଲକିଟ୍ ମାମଲାରେ ଗତ ଶନିବାର ଦିନ ଦିଲ୍ଲୀ ପୋଲିସ ବେଙ୍ଗାଲୁରରୁ ଗିରଫ୍ କରିଥିଲା  । ଏହା ସହ ଦିଲ୍ଲୀର ଏକ ଅଦାଲତ ରବିବାର ଦିନ ଦିଶାଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଥିଲେ । ଏହି ମାମଲାର ଯାଂଚ ଏବେ ଦିଲ୍ଲୀ ପୋଲିସ କରୁଛି । ମଙ୍ଗଳବାର ଦିନ ପଟିଆଲା ହାଉସ୍ କୋର୍ଟ ଏହି ମାମଲାର ପ୍ରାଥମିକ ଶୁଣାଣି କରି ରବିଙ୍କ ପରିବାରକୁ ମାମଲାରContinue reading “ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ ମିଶି ପାରିବେ ଦିଶା ରବି । କୋର୍ଟ ଦେଲେ ନିର୍ଦ୍ଦେଶ”

ବନ୍ଦ ପଡିଛି ପ୍ଲାଣ୍ଟ, ରୋଜଗାର ହରାଇଛନ୍ତି ୪୦୦ କର୍ମଚାରୀ । ଛତ୍ରପୁରର ଟିଟାନିୟମ ପ୍ଲାଣ୍ଟ ନଖୋଲିଲେ, ରାସ୍ତାକୁ ଓହ୍ଲାଇବା ନେଇ କର୍ମଚାରୀ ଦେଲେ ଚେତାବନୀ ।

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ରହିଛି ଦେଶର ପ୍ରଥମ ଟିଟାନିୟମ ପ୍ଲାଂଟ । ଏହି ପ୍ଲାଂଟଟି ଗତ ୯ ମାସ ଧରି ବନ୍ଦ ହୋଇଥିବା ହେତୁ ଏଠାରେ କାମ କରୁଥିବା ୪୦୦ କର୍ମଚାରୀ ଏବେ ରୋଜଗାର ହରାଇ ବସିଛନ୍ତି । ଆଗାମୀ ଦିନରେ କମ୍ପାନୀ ନଖୋଲିଲେ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ୨୦୦୭ରେ ଛତ୍ରପୁର ବ୍ଲକରେ ଟିଟାନିୟମ ପାର୍କ କରିବା ପାଇଁ ୨୫୦ ଏକର ଜମି ନେଇଥିଲା ସରାଫ୍Continue reading “ବନ୍ଦ ପଡିଛି ପ୍ଲାଣ୍ଟ, ରୋଜଗାର ହରାଇଛନ୍ତି ୪୦୦ କର୍ମଚାରୀ । ଛତ୍ରପୁରର ଟିଟାନିୟମ ପ୍ଲାଣ୍ଟ ନଖୋଲିଲେ, ରାସ୍ତାକୁ ଓହ୍ଲାଇବା ନେଇ କର୍ମଚାରୀ ଦେଲେ ଚେତାବନୀ ।”

ଗଜପତି ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ଦୁଇ ଲଷ ଟଙ୍କା ଲେଖାଏଁ ସହାୟତା ରାଶି ।

କନକ ବ୍ୟୁରୋ : ଗଜପତି ଜିଲ୍ଲାର ଆର୍ ଉଦୟଗିରି ଠାରେ ଆଜି ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ବରଣ କରିଥିଲେ । ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନିକଟତମ ଆତ୍ମୀୟଙ୍କ ପାଇଁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆହତ ମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟContinue reading “ଗଜପତି ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଘୋଷଣା କଲେ ଦୁଇ ଲଷ ଟଙ୍କା ଲେଖାଏଁ ସହାୟତା ରାଶି ।”

୨୦୧୬ ଜେଏନୟୁ ମାମଲା । କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ କୋର୍ଟଙ୍କ ସମନ । ମାର୍ଚ୍ଚ ୧୫ ରେ ହାଜର ହେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ୨୦୧୬ ରେ ଜବାହରଲାଲ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦେଶଦ୍ରୋହ ମାମଲାକୁ ନେଇ ପଟିଆଲା ହାଉସ୍ କୋର୍ଟ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ ସମନ ଜାରି କରିଛି । ୨୦୧୬ ମସିହାରେ ଜେଏନୟୁରେ ହୋଇଥିବା ଏକ ରାଲିରେ ଦେଶ ବିରୋଧି ନାରା ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ କହ୍ନେୟା କୁମାରଙ୍କ ସମେତ ଅନେକ ଛାତ୍ର ଗିରଫ୍ ହୋଇଥିଲେ । ହେଲେ ପୂର୍ବବର୍ଷ ଏହି ମାମଲାରେ ସମସ୍ତଙ୍କୁ ଜାମିନ୍ ମିଳିଥିବା ବେଳେ ବର୍ଷେContinue reading “୨୦୧୬ ଜେଏନୟୁ ମାମଲା । କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କୁ କୋର୍ଟଙ୍କ ସମନ । ମାର୍ଚ୍ଚ ୧୫ ରେ ହାଜର ହେବାକୁ ନିର୍ଦ୍ଦେଶ”

ରୋଗ ଭଲ ପାଇଁ ପୂଜାପାଠ । ରାୟଗଡା କଲ୍ୟାଣସିଂହପୁର ବ୍ଲକର ଗ୍ରାମାଞ୍ଚଳରେ ଏବେ ବି ବସା ବାନ୍ଧିଛି ଅନ୍ଧବିଶ୍ୱାସ, ମିଳିମିଳା ରୋଗୀଙ୍କୁ ଡାକ୍ତରଖାନାକୁ ନନେଇ ଗାଁରେ କରୁଛନ୍ତି ପୂଜାର୍ଚ୍ଚନା ।

କନକ ବ୍ୟୁରୋ : ସରକାର ଯେତେ ଡିଜିଟାଲ ଯୁଗ କଥା କହିଲେ ବି ଶିକ୍ଷାଠାରୁ ଦୂରରେ ଥିବା ଲୋକଙ୍କ ମନରୁ ଦୂରେଇ ପାରୁନାହିଁ ଅନ୍ଧ ବିଶ୍ୱାସ । ଆଜି ବି ରୋଗ ଭଲ କରିବା ପାଇଁ ଲୋକେ ଡାକ୍ତରୀ ଚିକିତ୍ସା ଅପେକ୍ଷା ପୂଜା ପାଠକୁ ଭରସା କରୁଛନ୍ତି । ଔଷଧ ଖାଇଲେ ରୋଗ ବଢିବ କହି, ଗାଁ ଦାଣ୍ଡରେ ରୋଗୀଙ୍କୁ ବସାଇ ପୂଜାର୍ଚ୍ଚନା କରୁଛନ୍ତି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଉପାନ୍ତ ଅଂଚଳରୁ ଆସିଛି ସେମିତି ଏକContinue reading “ରୋଗ ଭଲ ପାଇଁ ପୂଜାପାଠ । ରାୟଗଡା କଲ୍ୟାଣସିଂହପୁର ବ୍ଲକର ଗ୍ରାମାଞ୍ଚଳରେ ଏବେ ବି ବସା ବାନ୍ଧିଛି ଅନ୍ଧବିଶ୍ୱାସ, ମିଳିମିଳା ରୋଗୀଙ୍କୁ ଡାକ୍ତରଖାନାକୁ ନନେଇ ଗାଁରେ କରୁଛନ୍ତି ପୂଜାର୍ଚ୍ଚନା ।”

ସୋସିଆଲ ମିଡିଆରୁ ଶ୍ୟାମ ଚାଚାଙ୍କ ସଙ୍ଗୀତ ଶୁଣି ପହଁଞ୍ଚିଲେ ବର୍ଷା । ଜଗନ୍ନାଥଙ୍କ ଭଜନରେ ଭିଜିବା ପରେ ପ୍ଲାଟଫର୍ମ ଦେବାକୁ ଦେଲେ ପ୍ରତିଶ୍ରୁତି । ଦ୍ୱିତୀୟ ସାଲବେଗ ଭାବେ ଜଣାଶୁଣା କଟକର ଦିବ୍ୟାଙ୍ଗ ଅବଦୁଲ ସମଦ ନିଜାମୀ…

କନକ ବ୍ୟୁରୋ: ଓଡିଶା ଶୁଣିବ ଶ୍ୟାମ ଚାଚାଙ୍କ ସ୍ୱର । ଆଉ କଟକର ଗୋଟିଏ ଗଳିରେ ଅଟକି ଯିବନି ଚାଚାଙ୍କ ସୁରିଲା ସୁରିଲା ଗୀତ, ହୃଦୟସ୍ପର୍ଶୀ ଜଗନ୍ନାଥ ଜଣାଣ । ୨ୟ ସାଲବେଗ କୁହାଯାଉଥିବା କଟକର ଅବଦୁଲ ସମଦ ନିଜାମୀଙ୍କୁ ଏବେ ଶୁଣିବ ସାରା ଓଡିଶା । କାଳିଆ ପାଇଁ ତାଙ୍କ କଣ୍ଠରୁ ବାହାରୁଥିବା ମନଛୁଆଁ ଭଜନକୁ ମନଭରି ଶୁଣିବେ ଓଡିଶାବାସୀ । କାରଣ ଶ୍ୟାମ ଚାଚା ସଙ୍ଗୀତକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସୁଯୋଗଟିଏ ଦେବେ ଅଭିନେତ୍ରୀContinue reading “ସୋସିଆଲ ମିଡିଆରୁ ଶ୍ୟାମ ଚାଚାଙ୍କ ସଙ୍ଗୀତ ଶୁଣି ପହଁଞ୍ଚିଲେ ବର୍ଷା । ଜଗନ୍ନାଥଙ୍କ ଭଜନରେ ଭିଜିବା ପରେ ପ୍ଲାଟଫର୍ମ ଦେବାକୁ ଦେଲେ ପ୍ରତିଶ୍ରୁତି । ଦ୍ୱିତୀୟ ସାଲବେଗ ଭାବେ ଜଣାଶୁଣା କଟକର ଦିବ୍ୟାଙ୍ଗ ଅବଦୁଲ ସମଦ ନିଜାମୀ…”

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ ।

କନକ ବ୍ୟୁରୋ : ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ । କଅଁଳା ପିଲାଙ୍କୁ ଇଲେକ୍ଟ୍ରିକ ଶକ୍ ଦେଲେ ପୁଲିସ ବାବୁ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ । ଥାନାର ଜଣେ ପୁଲିସ କର୍ମଚାରୀଙ୍କ ଘରେ ଚୋରି ହୋଇଥିବାରୁ ୪ ଜଣ ନାବାଳକଙ୍କୁ ଥାନାକୁ ଆଣି, ୩ ଦିନ ଧରି ନିସ୍ତୁକ ମାଡ ମରା ଯାଇଥିବା ନେଇ ଚାଇଲ୍ଡ ଲାଇନ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏପରିContinue reading “ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ ।”

Design a site like this with WordPress.com
Get started