କନକ ବ୍ୟୁରୋ: ମେଣ୍ଡରାଜପୁରର ଭୟାନକ ବସ୍ ଅଘଟଣ ୧୦ଜଣ ବନ୍ଧୁ ପରିଜନଙ୍କ ସହ ମୋର ଦୁଇ ଭଉଣୀଙ୍କୁ ମୋ ଠାରୁ ଅଫେରା ରାଇଜକୁ ନେଇଯାଇଛି। ସେହି ଘଟଣାକୁ ବର୍ଷେ ପୂରିଛି। ସମୟ ବିତିଯାଇଛି କିନ୍ତୁ ସେହି ଛାତିଥରା ଅଘଟଣ ଆଜି ବି ମୋ ଆଖି ଆଗରେ ନାଚି ଉଠୁଛି। ଘଟଣାକୁ ସାରା ଜୀବନ ଭୁଲିବା ସମ୍ଭବ ନୁହେଁ’ ବୋଲି କହିଛନ୍ତି ଡଙ୍କଲପାଡ଼ୁ ଗାଁର ଅଶୋକ ରେଡ୍ଡୀ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଡଙ୍କଲପାଡ଼ୁ ଗ୍ରାମର ୟୁ. ସନ୍ୟାସୀContinue reading “ଦିନ ଯାଇଛି, ଦରଜ ଯାଇନି । ମେନ୍ଦ୍ରାଜପୁର ବସ ଟ୍ରାଜେଡିରୁ ବର୍ଷେ । ଛାତିଥରା ଦୁର୍ଘଟଣାକୁ ଏବେବି ଭୁଲିପାରୁ ନାହାନ୍ତି ବିବାହ କରିଥିବା ଦମ୍ପତ୍ତି ।”
Author Archives: Raghaba
ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ
କନକ ବ୍ୟୁରୋ : ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଆଜି ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ଜିଆର୍ କେସ୍ ନମ୍ବର ୧୩୫/୨୦୧୩ ତଥା ଛତ୍ରପୁର ଥାନା କେସ୍ ନମ୍ବର ୬୮/୧୩ରେ ଜାମିନ୍ ପାଇଁ ପ୍ରଦୀପଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜାରଞ୍ଜନ ପାଢୀଙ୍କ କୋର୍ଟରେ ଆବେଦନ ହୋଇଥିଲା। ଆବେଦନର ଶୁଣାଣି କରି ମାନ୍ୟବର କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି। ସରକାରଙ୍କContinue reading “ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲା । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀଙ୍କ ଜାମିନ ଆବେଦନ ଖାରଜ”
ଗୋଟିଏ ଜୀବନ ବଞ୍ଚାଇବାକୁ ବାଜିରେ ଲାଗିଛି ଆଉ ଏକ ଜୀବନ : ସ୍ୱାମୀଙ୍କୁ ବଞ୍ଚାଇବାକୁ ୫ ମାସର ପୁଅକୁ ବନ୍ଧା ପକାଇଲା ମା’
କନକ ବ୍ୟୁରୋ : ଗୋଟିଏ ଜୀବନ ବଞ୍ଚାଇବାକୁ ଆଉ ଏକ ଜୀବନ ଲାଗିଲା ବାଜିରେ । ଅଭାବ ଅନଟନ ଭିତରେ ସନ୍ତୁଳି ହେଉଥିବା ପତ୍ନୀଟିଏ ସ୍ବାମୀଙ୍କ ଚିକିତ୍ସା ପାଇଁ ବଡ଼ଭଉଣୀଠୁ ୧୦ ହଜାର ଟଙ୍କା ଆଣି ତା’ବଦଳରେ ନିଜର ଜନ୍ମକଲା ପୁଅକୁ ତା’ ହାତକୁ ଟେକିଦେଇଛି । ଆଉ ଟଙ୍କା ପରିଶୋଧ ପରେ ପୁଅକୁ ପୁଣି ନିଜ କୋଳକୁ ନେବ ବୋଲି ମା’ ପଣ କରିଛି। ସମୟଚକ୍ରରେ ତାକୁ ଏହି ନିଷ୍ଠୁର ନିଷ୍ପତ୍ତି ନେବାକୁ ପଡ଼ିଛି। ଗଞ୍ଜାମContinue reading “ଗୋଟିଏ ଜୀବନ ବଞ୍ଚାଇବାକୁ ବାଜିରେ ଲାଗିଛି ଆଉ ଏକ ଜୀବନ : ସ୍ୱାମୀଙ୍କୁ ବଞ୍ଚାଇବାକୁ ୫ ମାସର ପୁଅକୁ ବନ୍ଧା ପକାଇଲା ମା’”
ସମ୍ବଲପୁରୀ ଗୀତ ଗାଇଲେ ବଲିଉଡ୍ ଗାୟକ ଉଦିତ ନାରାୟଣ । ୧୪ ତାରିଖରେ ଆର୍କେ ମିଡିଆ ୟୁଟ୍ୟୁବ୍ରେ ହେବ ମୁକ୍ତିଲାଭ
କନକ ବ୍ୟୁରୋ: ପ୍ରଥମ ଥର ପାଇଁ ବଲିଉଡ୍ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ ନାରାୟଣ ସମ୍ବଲପୁରୀ ଗୀତ ଗାଇଛନ୍ତି। ଏହି ଗୀତର ନିର୍ଦ୍ଦେଶନା ଦେଇଛନ୍ତି ବୃନ୍ଦାବନ ମେହେର। ଗୀତଟି ବରଗଡ଼ ଷ୍ଟୁଡିଓ ମେଲୋଡିରେ ପ୍ରସ୍ତୁତ କରାଯାଇଛି। ଗୀତକୁ ପ୍ରଥମେ ଉଦିତଙ୍କ ପାଖକୁ ମୁମ୍ବାଇ ପଠାଯାଇଥିଲା। ସେ ସମ୍ବଲପୁରୀରେ ଏହି ଗୀତ ବୋଲିବା ପରେ ତାକୁ ପୁଣି ଏଠାରେ ବାଦ୍ୟରେ ସଜା ଯାଇଚି। ୧୪ ତାରିଖ ଆର୍କେ ମିଡିଆ ୟୁଟ୍ୟୁବ୍ରେ ଏହି ଗୀତ ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି। fromContinue reading “ସମ୍ବଲପୁରୀ ଗୀତ ଗାଇଲେ ବଲିଉଡ୍ ଗାୟକ ଉଦିତ ନାରାୟଣ । ୧୪ ତାରିଖରେ ଆର୍କେ ମିଡିଆ ୟୁଟ୍ୟୁବ୍ରେ ହେବ ମୁକ୍ତିଲାଭ”
ବ୍ୟାଙ୍କ ବିରୋଧରେ ଗ୍ରାହକମାନଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି । ୨୦୧୯-୨୦ରେ ବ୍ୟାଙ୍କ ଲୋକପାଳ କାର୍ଯ୍ୟାଳୟରେ ୩ ଲକ୍ଷରୁ ଅଧିକ ଅଭିଯୋଗ ହୋଇଛି ।
କନକ ବ୍ୟୁରୋ: ବ୍ୟାଙ୍କ ବିରୋଧରେ ଗ୍ରାହକମାନଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି। ୨୦୧୯-୨୦ରେ ବିଭିନ୍ନ ବ୍ୟାଙ୍କ ବିରୋଧରେ ବ୍ୟାଙ୍କ ଲୋକପାଳ କାର୍ଯ୍ୟାଳୟଗୁଡ଼ିକରେ ୩,୩୦,୫୪୩ ଅଭିଯୋଗ ଦାଖଲ ହୋଇଥିଲା। ୨୦୧୮-୧୯ରେ ଦାଖଲ ହୋଇଥିବା ୨,୦୦,୩୬୨ ଅଭିଯୋଗ ତୁଳନାରେ ଏହା ୬୪.୯୭% ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବ୍ୟାଙ୍କ ଲୋକପାଳ ସମ୍ପର୍କିତ ରିପୋର୍ଟରୁ ଏହା ଜଣାପଡ଼ିଛି। ବ୍ୟାଙ୍କ ଲୋକପାଳ ସ୍କିମ୍ ଅଧୀନରେ ୨୦୧୯-୨୦ରେ ୩,୦୮,୬୩୦ ଅଭିଯୋଗ ଆସିଥିଲା। ସେଥିରୁ ୮୫.୬୫% ଅଭିଯୋଗ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଆସିଛି। ଅଭିଯୋଗContinue reading “ବ୍ୟାଙ୍କ ବିରୋଧରେ ଗ୍ରାହକମାନଙ୍କ ଅଭିଯୋଗ ବଢ଼ିବାରେ ଲାଗିଛି । ୨୦୧୯-୨୦ରେ ବ୍ୟାଙ୍କ ଲୋକପାଳ କାର୍ଯ୍ୟାଳୟରେ ୩ ଲକ୍ଷରୁ ଅଧିକ ଅଭିଯୋଗ ହୋଇଛି ।”
ଉହାନ ଲ୍ୟାବରୁ ମିଳିଲାନି କରୋନା ଭୂତାଣୁ ବ୍ୟାପିବାର କୌଣସି ସଂକେତ । ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
କନକ ବ୍ୟୁରୋ : ଚୀନର ଉହାନ ସ୍ଥିତ ଲାବରେଟୋରିରୁ କରୋନା ଭୂୁତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ର୍ୟ ସଂଗଠନ ପକ୍ଷରୁ ଉହାନରେ ତଦନ୍ତ କରୁଥିବା ଟିମ୍ । ଏହି ଟିମ୍ କହିଛି କି ଉହାନ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂତାଣୁ ବ୍ୟାପିଥିବା ନେଇ କୌଣସି ସୂଚନା ମିଳିନାହିଁ । ଏହା ପରେ ହିଁ ଭୂତାଣୁ ବିଭିନ୍ନ ଅଞ୍ଚଳରେ ବ୍ୟାପିଥିବା ନେଇ ଟିମ୍Continue reading “ଉହାନ ଲ୍ୟାବରୁ ମିଳିଲାନି କରୋନା ଭୂତାଣୁ ବ୍ୟାପିବାର କୌଣସି ସଂକେତ । ସୂଚନା ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ”
ଖାକି ପୋଷାକ ବଦଳରେ କୋଲକାତା ପୋଲିସ କାହିଁକି ପିନ୍ଧେ ଧଳା ରଙ୍ଗର ୟୁନିଫର୍ମ । ଆପଣ ଜାଣିଛନ୍ତି କି?
କନକ ବ୍ୟୁରୋ: ପୋଲିସ ମାନେ ଆମ ବୁଝୁ ଖାକି ପୋଷାକ ପିନ୍ଧା ଜଣେ ଅଫିସର । ଆମ ଦେଶର ଯେକୌଣସି କଣକୁ ଗଲେ ପୋଲିସ ଅଫିସରମାନେ ଖାକି ପୋଷାକ ପିନ୍ଧିଥିବା ଆମେ ଦେଖିବା । ଖାକିକୁ ନେଇ ପୋଲିସ ଅଫିସରମାନେ ଗର୍ବ ବି କରନ୍ତି । ତେଣୁ ଥରେ ଖାକିରେ କଳଙ୍କ ଲାଗିଗଲେ ତା ଜଣେ ପୋଲିସ ଅଧିକାରୀ ପାଇଁ ବଡ ଅପମାନ ହୁଏ ବୋଲି କୁହାଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକContinue reading “ଖାକି ପୋଷାକ ବଦଳରେ କୋଲକାତା ପୋଲିସ କାହିଁକି ପିନ୍ଧେ ଧଳା ରଙ୍ଗର ୟୁନିଫର୍ମ । ଆପଣ ଜାଣିଛନ୍ତି କି?”
ନବମ ଓ ଏକାଦଶରେ ସମସ୍ତେ ପାସ୍ : ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା ଦେବାକୁ ଅନୁମତି
କନକ ବ୍ୟୁରୋ : ୨୦୨୧ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବେ ୨୦୧୯-୨୦ରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ । ଅର୍ଥାତ୍ ୨୦୧୯-୨୦ରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଆପେ ଆପେ ଯୋଗ୍ୟ ବିବେଚିତ ହୋଇଛନ୍ତି । ମ୍ରୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । କରୋନା ଯୋଗୁଁ ନବମ ଶ୍ରେଣୀର କ୍ଲାସ୍ ପ୍ରମୋସନ ପରୀକ୍ଷା ହୋଇ ପାରିନଥିଲା । ତେଣୁContinue reading “ନବମ ଓ ଏକାଦଶରେ ସମସ୍ତେ ପାସ୍ : ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା ଦେବାକୁ ଅନୁମତି”
୬୪ ଲକ୍ଷରୁ ଅଧିକ ଲୋକ ନେଲେଣି ଟିକା । କରୋନା ଟିକାକରଣରେ ୯୭% ସନ୍ତୁଷ୍ଟ । ମାର୍ଚ୍ଚ ୧ ସୁଦ୍ଧା ଶେଷ ହେବ ଆଗଧାଡିର କର୍ମୀଙ୍କ ଟିକାକରଣ
କନକ ବ୍ୟୁରୋ: କରୋନା ଭାଇରସ୍ ସଂକ୍ରମଣ ମାମଲାରେ ଏବେ ଦେଶର ସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି। ବିଗତ ୫ ସପ୍ତାହରେ ଦୈନିକ ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୧୫୦ ତଳେ ରହୁଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଟିକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ୧ ମାର୍ଚ ସୁଦ୍ଧା ସମସ୍ତ ଆଗ ଧାଡ଼ିର କର୍ମୀଙ୍କୁ ଟିକାContinue reading “୬୪ ଲକ୍ଷରୁ ଅଧିକ ଲୋକ ନେଲେଣି ଟିକା । କରୋନା ଟିକାକରଣରେ ୯୭% ସନ୍ତୁଷ୍ଟ । ମାର୍ଚ୍ଚ ୧ ସୁଦ୍ଧା ଶେଷ ହେବ ଆଗଧାଡିର କର୍ମୀଙ୍କ ଟିକାକରଣ”
ଅଧାବାଟରେ ଅଟକିଗଲା ନୂଆ ସମ୍ପର୍କର ସ୍ୱପ୍ନ । ଠିକ୍ ବର୍ଷେ ତଳେ ନିର୍ବନ୍ଧ ପାଇଁ ବସରେ ଯାଉଥିବା ବେଳେ ରାସ୍ତାରେ ଝୁଲି ରହିଥିବା ବିଦ୍ୟୁତ ତାର ଲାଗି ଚାଲିଯାଇଥିଲା ୧୨ ଜୀବନ । ମନେ ପଡିଲେ ଆଜି ବି ଲୋମଟାଙ୍କୁରି ଉଠେ ।
କନକ ବ୍ୟୁରୋ: ଦୁର୍ଘଟଣାର ଏହା ଏପରି ଏକ ଛାତିଥରା କାହାଣୀ ଯାହା ମନେପଡିଲେ ଆଜି ବି ଲୋମଟାଙ୍କୁରି ଉଠୁଛି । ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ୱପ୍ନ, ମଝି ରାସ୍ତାରେ ଛାରଖାର ହୋଇଯାଇଥିଲା । ମଝି ରାସ୍ତାରେ ମାଡିଆସିଲା ମୃତ୍ୟୁ, ଆଉ ନେଇଗଲା ୧୨ଟି ଜୀବନ । ଗଞ୍ଜାମ ଜିଲ୍ଲା ମେନ୍ଦରାଜପୁର ଠାରେ ଘଟିଥିବା ଏହି ଲୋମହର୍ଷଣକାରୀ ଭୟଙ୍କର ଦୁର୍ଘଟଣାକୁ ପୂରିଛି ୧ ବର୍ଷ । ବର୍ଷେ ସିନା ବିତିଯାଇଛି, ହେଲେ ସେହିContinue reading “ଅଧାବାଟରେ ଅଟକିଗଲା ନୂଆ ସମ୍ପର୍କର ସ୍ୱପ୍ନ । ଠିକ୍ ବର୍ଷେ ତଳେ ନିର୍ବନ୍ଧ ପାଇଁ ବସରେ ଯାଉଥିବା ବେଳେ ରାସ୍ତାରେ ଝୁଲି ରହିଥିବା ବିଦ୍ୟୁତ ତାର ଲାଗି ଚାଲିଯାଇଥିଲା ୧୨ ଜୀବନ । ମନେ ପଡିଲେ ଆଜି ବି ଲୋମଟାଙ୍କୁରି ଉଠେ ।”