ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦଙ୍କ ବିଦାୟୀ ଦିନରେ ମୋଦିଙ୍କ ଆଖିରେ ଲୁହ । କୋହ ରଖିପାରିଲେନି ପ୍ରଧାନମନ୍ତ୍ରୀ, ୨୦୦୭ ଆତଙ୍କୀ ଆକ୍ରମଣ ଘଟଣାରେ ଆଜାଦଙ୍କ ଭୂମିକା ମନେ ପକାଇ ହେଲେ ଭାବବିହ୍ୱଳ ।

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ବିଦାୟୀ ଦିନରେ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋକି ପାରିଲେନି ଲୁହ । ୨୦୦୭ ମସିହାର ଜମ୍ମୁକାଶ୍ମୀରର ଏକ ଆତଙ୍କବାଦୀ ଆକ୍ରମଣ ବେଳେ ଗୁଲାମ ନବୀ କରିଥିବା ସହାୟତା ମନେପକାଇ ହେଲେ ଭାବବିହ୍ୱଳ । କହିଲେ, ରାଜନୈତିକ ବିଚାରଧାରାର ମତଭେଦ ଠାରୁ ଉର୍ଦ୍ଧରେ ବନ୍ଧୁତା । ଜୁଲାଇ ୨୦୦୭, କଶ୍ମୀର । ଗୁଜରାଟରୁ କଶ୍ମୀର ବୁଲିବାକୁ ଯାଇଥିବା ଏକ ଟୁରିଷ୍ଟ ବସContinue reading “ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦଙ୍କ ବିଦାୟୀ ଦିନରେ ମୋଦିଙ୍କ ଆଖିରେ ଲୁହ । କୋହ ରଖିପାରିଲେନି ପ୍ରଧାନମନ୍ତ୍ରୀ, ୨୦୦୭ ଆତଙ୍କୀ ଆକ୍ରମଣ ଘଟଣାରେ ଆଜାଦଙ୍କ ଭୂମିକା ମନେ ପକାଇ ହେଲେ ଭାବବିହ୍ୱଳ ।”

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ବିବାହ ଉତ୍ସବରେ ଫଟୋସୁଟ ବେଳେ ଫଟୋଗ୍ରାଫରଙ୍କୁ ବରର ମାଡ । ପଦାକୁ ଆସିଲା ଭିଡିଓର ସତ ।

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏକ ବିବାହ ଉତ୍ସବରେ ବର ବଧୂଙ୍କ ଫଟୋସୁଟ ଚାଲିଛି । ଏହି ସମୟରେ ଫଟୋଗ୍ରାଫର ଜଣକ ବରକୁ ଅଣଦେଖା କରି କେବଳ ନୂଆବୋହୁର ଫଟୋ ଉଠାଇବା ସହ ତାଙ୍କୁ ଫଟୋ ପୋଜ ବତାଉଥିଲେ ହେଲେ ଏଥିରେ ଖପ୍ପା ହୋଇଯାଇଥିଲେ ବର । ଏବଂ କେହି କିଛି ବୁଝିବା ଆଗରୁ ଫଟୋଗ୍ରାଫରଙ୍କୁ ମାଡ ମାରିଥିଲେ ବର । ଏହି ଘଟଣାରେ ହସି ହସିContinue reading “ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ବିବାହ ଉତ୍ସବରେ ଫଟୋସୁଟ ବେଳେ ଫଟୋଗ୍ରାଫରଙ୍କୁ ବରର ମାଡ । ପଦାକୁ ଆସିଲା ଭିଡିଓର ସତ ।”

ଜୋ ବାଇଡେନଙ୍କ ସହ ମୋଦୀଙ୍କ ଆଲୋଚନା । ଆଂଚଳିକ ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଂଚଳିକ ପ୍ରସଙ୍ଗ ଓ ଭାରତ ଆମେରିକା ଦ୍ୱିପାକ୍ଷିକ ପ୍ରସଙ୍ଗରେ ହୋଇଛି ଆଲୋଚନା । ଏହାସହ ଜଳବାୟୁ ପରିବର୍ତ୍ତନ ବିରୋଧରେ ଆଗକୁ ଏକାଠି କାମ କରିବାକୁ ସହମତି ହୋଇଛି । ଏନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହ ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦୀ ଏକContinue reading “ଜୋ ବାଇଡେନଙ୍କ ସହ ମୋଦୀଙ୍କ ଆଲୋଚନା । ଆଂଚଳିକ ପ୍ରସଙ୍ଗ ଓ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ।”

ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପାଞ୍ଜିକାରଙ୍କ ବୈଠକ ପରେ ନୀତି ପ୍ରଶାସକଙ୍କ ସୂଚନା । 

କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ସୂଚନା ଦେଇଥିଲେ । ଚଳିତ ବର୍ଷ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ପଡୁଥିବା ନେଇ ପୂର୍ବରୁContinue reading “ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଶ୍ରୀମନ୍ଦିର ପାଞ୍ଜିକାରଙ୍କ ବୈଠକ ପରେ ନୀତି ପ୍ରଶାସକଙ୍କ ସୂଚନା । “

ଉତ୍ତରାଖଣ୍ଡ ତପୋବନରେ ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଏବେ ବି ଫସିଛନ୍ତି ୩୦ରୁ ଅଧିକ ଶ୍ରମିକ, ଶତାଧିକ ନିଖୋଜ ।

କନକ ବ୍ୟୁରୋ: ରବିବାର ଉତ୍ତରାଖଣ୍ଡ ହୋଇଥିବା ପ୍ରଳୟ ପରେ ଶତାଧିକ ଲୋକ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ରେସକ୍ୟୁ ଅପରେସନ । ଦ୍ୱିତୀୟ ଟନେଲରୁ ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଂଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ରବିବାର ଭୟାନକ ହିମସ୍ଖଳନକୁ ୫୫ ଘଂଟାରୁ ବି ଅଧିକ ସମୟ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇContinue reading “ଉତ୍ତରାଖଣ୍ଡ ତପୋବନରେ ୫୫ ଘଂଟାରୁ ଅଧିକ ସମୟ ଧରି ଜାରି ରହିଛି ଉଦ୍ଧାରକାର୍ଯ୍ୟ । ଏବେ ବି ଫସିଛନ୍ତି ୩୦ରୁ ଅଧିକ ଶ୍ରମିକ, ଶତାଧିକ ନିଖୋଜ ।”

ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ । ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ ।

କନକ ବ୍ୟୁରୋ: ଯାହା ସନ୍ଦେହ କରାଯାଉଥିଲା ତାହା ସତ ସାବ୍ୟସ୍ତ ହୋଇଛି । କରୋନା ଭୂତାଣୁ ସମ୍ପର୍କରେ ତଦନ୍ତ ପାଇଁ ଉହାନ ପ୍ରାନ୍ତ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ ଖାଲି ହାତରେ ଫେରୁଛନ୍ତି । ଏପରିକି ବିଶେଷଜ୍ଞ ମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ, ୨୦୧୯ ଡିସେମ୍ବର ପୂର୍ବରୁ ଉହାନ ଭୂତାଣୁ ମୁକ୍ତ ଥିଲା । ଏହାସହ ବାଦୁଡି ଦେହରୁ ଏହି ଭୂତାଣୁ ମଣିଷ ଶରୀରକୁ ଯାଇନଥିବା କୁହାଯାଉଛି । ବିଶ୍ୱContinue reading “ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ । ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ ।”

OLXରେ ୱାସିଂମେସିନ୍ ବିକ୍ରି ପାଇଁ ବିଜ୍ଞାପନ ଦେଇ ସାଇବର ଠକର ଫାଶରେ ଫଶିଗଲେ ଭୁବନେଶ୍ୱରର ଛାତ୍ରୀ । ଭୁଆଁ ବୁଲାଇ ଲୁଟି ନେଲା ଏକ ଲକ୍ଷ ଟଙ୍କା ।

କନକ ବ୍ୟୁରୋ : ସାଇବର ସୈତାନ ଜାଲରେ ବିଟେକ ଛାତ୍ରୀ । ବୋକା ବନାଇ ଲୁଟି ନେଲା ଲକ୍ଷେ ଟଙ୍କା । ମହଙ୍ଗା ପଡିଲା ଓଏଲଏକ୍ସରେ ବିଜ୍ଞାପନ । ଏକ ପୁରୁଣା ୱାସିଂ ମେସିନ ବିକ୍ରି କରିବାକୁ ବିଜ୍ଞାପନ ଦେଇ ହରଡଘଣାରେ ପଡିଛନ୍ତି ଏହି ବିଟେକ ଛାତ୍ରୀ । ଓଏଲଏକ୍ସରେ ବିଜ୍ଞାପନ ଦେଖିବା ପରେ ଯୁବତୀଙ୍କୁ ଟାର୍ଗେଟ କରିଥିଲା ସାଇବର ଠକ । ପ୍ରସ୍ତୁତ କରିଦେଇଥିଲା ଟଙ୍କା ଲୁଟର ଷଡଯନ୍ତ୍ର । ପ୍ରଥମେ ୱାଂସିମେସିନ କିଣିବା ପାଇଁContinue reading “OLXରେ ୱାସିଂମେସିନ୍ ବିକ୍ରି ପାଇଁ ବିଜ୍ଞାପନ ଦେଇ ସାଇବର ଠକର ଫାଶରେ ଫଶିଗଲେ ଭୁବନେଶ୍ୱରର ଛାତ୍ରୀ । ଭୁଆଁ ବୁଲାଇ ଲୁଟି ନେଲା ଏକ ଲକ୍ଷ ଟଙ୍କା ।”

ମହାପଞ୍ଚାୟତରେ ଗର୍ଜିଲେ ଚାଷୀ ନେତା ଟିକାୟତ । କହିଲେ, ୪ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାରିବ ।

କନକ ବ୍ୟୁରୋ: କୁରୁକ୍ଷେତ୍ରର ପିହୋବାରେ ମଙ୍ଗଳବାର କୃଷକ ମହାପଞ୍ଚାୟତରେ ସମ୍ବୋଧନ କରି ବଡ ବୟାନ ରଖିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେ କହିଛନ୍ତି ଏ ଆନ୍ଦୋଳନ ଆଗକୁ ବଢିବ ଏବଂ ପୂରା ଦେଶରେ ଖେଳିବ । ୪ ଲକ୍ଷ ନୁହେଁ ବଂର ଚାଷୀମାନେ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାର କରିବେ ବୋଲି ରାକେଶ ଟିକାୟତ କହିଛନ୍ତି । ମଙ୍ଗଳବାର ମହାପଞ୍ଚାୟତରେ ରାକେଶ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ଏବଂ ଏହି ଟ୍ରାକ୍ଟରContinue reading “ମହାପଞ୍ଚାୟତରେ ଗର୍ଜିଲେ ଚାଷୀ ନେତା ଟିକାୟତ । କହିଲେ, ୪ ଲକ୍ଷ ନୁହେଁ ବରଂ ୪୦ ଲକ୍ଷ ଟ୍ରାକ୍ଟର ରାଲି ବାହାରିବ ।”

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବା ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା।

କନକ ବ୍ୟୁରୋ : ବଢିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆସନ୍ତାକାଲି ଅର୍ଥାତ ବୁଧବାର ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିବା ବେଳେ ଆବଶ୍ୟକତା ଦେଖି ତାହାକୁ ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । ୨୦୧୯-୨୦ ଶିକ୍ଷାବର୍ଷ ରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ପିଲାଙ୍କୁ ଚଳିତ ୨୦୨୧ ମେ ମାସରେ ମାଟ୍ରିକ ବୋର୍ଡContinue reading “ବଢ଼ିପାରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ । ଆଉ ଦୁଇରୁ ତିନି ଦିନ ବୃଦ୍ଧି କରାଯିବା ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା।”

ମାହାଙ୍ଗା ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ମୋଡ଼ । ନାବାଳକ ପୁଅ କହିଲେ, ମୃତ୍ୟୁ ପୂର୍ବରୁ ଫୋନ୍ କରିଥିଲେ ବାପା, କହିଥିଲେ ଦୁର୍ଘଟଣାରେ ମୃତ୍ୟୁ ହେଲେ, କାହାକୁ କରିବନି ଦାୟୀ । ଉଠିଲା ପ୍ରଶ୍ନ, ଦୁର୍ଘଟଣା ହେବ ବୋଲି କେମିତି ଜାଣିଥିଲେ ପ୍ରଫୁଲ୍ଲ ?

କନକ ବ୍ୟୁରୋ : କୁଳମଣି ବରାଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢୁଛି । ମୃତ୍ୟୁର ଦିନକ ପୂର୍ବରୁ ପ୍ରଫୁଲ୍ଲ ନିଜ ପୁଅକୁ ଫୋନ କରି କହିଥିଲେ, ସେ ଟେନସନରେ ଅଛନ୍ତି, ଯଦି ତାଙ୍କର କିଛି ହୋଇଯାଏ । ତେବେ କାହାକୁ ଦାୟୀ କରିବ ନାହିଁ, କି କାହାକୁ ଦୋଷ ଦେବ ନାହିଁ । ମୃତ୍ୟୁର ଦିନକ ପୂର୍ବରୁ ପ୍ରଫୁଲ୍ଲଙ୍କ ଏପରି ଫୋନ୍ କଲ୍ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।Continue reading “ମାହାଙ୍ଗା ପ୍ରଫୁଲ୍ଲ ବିଶ୍ୱାଳ ମୃତ୍ୟୁ ଘଟଣାରେ ଆଶ୍ଚର୍ଯ୍ୟଜନକ ମୋଡ଼ । ନାବାଳକ ପୁଅ କହିଲେ, ମୃତ୍ୟୁ ପୂର୍ବରୁ ଫୋନ୍ କରିଥିଲେ ବାପା, କହିଥିଲେ ଦୁର୍ଘଟଣାରେ ମୃତ୍ୟୁ ହେଲେ, କାହାକୁ କରିବନି ଦାୟୀ । ଉଠିଲା ପ୍ରଶ୍ନ, ଦୁର୍ଘଟଣା ହେବ ବୋଲି କେମିତି ଜାଣିଥିଲେ ପ୍ରଫୁଲ୍ଲ ?”

Design a site like this with WordPress.com
Get started