କନକ ବ୍ୟୁରୋ: ସିଂଘୁ ଏବଂ ଟିକ୍ରି ସୀମା ଚାଷୀ ଆନ୍ଦୋଳନସ୍ଥଳରେ ମଙ୍ଗଳବାର ଆଉ ୨ ଜଣ କୃଷକଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନକାରୀ ଚାଷୀ ହରିନ୍ଦର (୫୦)ଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯୁବ ସ୍ବେଚ୍ଛାସେବୀ ଦୀପକ (୨୮)ଙ୍କର ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଜଣାପଡ଼ିଛି। ଦୀପକ ଜାନୁଆରି ୨୬ ଟ୍ରାକ୍ଟର ରାଲିରେ ଆହତ ହୋଇଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ନିକଟରେ ତାଙ୍କ ଅବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ ରୋହତକର ଏକ ହସ୍ପିଟାଲରେContinue reading “ଚାଷୀ ଆନ୍ଦୋଳନ ଭିତରେ ଆଖି ବୁଜିଲେ ଆଉ ୨ ଚାଷୀ । ଜଣେ ହୃଦଘାତରେ ଏବଂ ଆଉ ଜଣେ ଦୁର୍ଘଟଣାରେ ପ୍ରାଣ ହରାଇଲେ ।”
Author Archives: Raghaba
ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ । ଲୋକଙ୍କ ନିକଟତର ହେବା ପାଇଁ ପ୍ରଶାସନର ଉଦ୍ୟମ । ଚର୍ଚ୍ଚାରେ ଦୁଇ ରାଜ୍ୟର ଭତ୍ତା ଟଙ୍କା ।
କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶ ସରକାର ବିଭିନ୍ନ ଭତ୍ତା ବାବଦକୁ ୨୨୫୦ଟଙ୍କା ଦେଉଥିବାବେଳେ ଓଡ଼ିଶା ସରକାର ମାତ୍ର ୫ଶହ ଦେଉଛନ୍ତି। ପିଲାଙ୍କ ପାଠପଢା ଲାଗି ଜଗନ୍ନାନ୍ କିଟ୍ ପ୍ରଦାନ କରୁଛି ଆନ୍ଧ୍ର। ପଞ୍ଚାୟତ ନିର୍ବାଚନ ପୋଷ୍ଟରରେ ଆନ୍ଧ୍ରପ୍ରଦେଶ ଏହିଭଳି ଭାବେ ଉଲ୍ଲେଖକରି ଲୋକମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଉଦ୍ୟମ କରୁଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହିଛି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଳକ୍ର ୮ଟି ପଞ୍ଚାୟତର ୩୨ ଗାଁ। ଅଧିକାଂଶ ଗ୍ରାମବାସୀଙ୍କ ନିକଟରେ ଦ୍ୱୈତ ପ୍ରମାଣପତ୍ର ଅର୍ଥାତContinue reading “ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ । ଲୋକଙ୍କ ନିକଟତର ହେବା ପାଇଁ ପ୍ରଶାସନର ଉଦ୍ୟମ । ଚର୍ଚ୍ଚାରେ ଦୁଇ ରାଜ୍ୟର ଭତ୍ତା ଟଙ୍କା ।”
ଯାହା ସନ୍ଦେହ ଥିଲା ତାହା ସତ ପ୍ରମାଣିତ ହେଲା : ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ; ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ
କନକ ବ୍ୟୁରୋ : ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । ଚୀନର ଉହାନରେ କରୋନାର ଉତ୍ପତ୍ତିସ୍ଥଳ ଖୋଜିବାକୁ ଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ର ତଦନ୍ତକାରୀ ଦଳ ଖାଲି ହାତରେ ଫେରୁଛନ୍ତି । ଏପରିକି ଏହି ବିଶେଷଜ୍ଞମାନେ ଚୀନର ପୂର୍ବ ଦାବିକୁ ସମର୍ଥନ କରି କହିଛନ୍ତି ଯେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନ ଭୁତାଣୁମୁକ୍ତ ଥିଲା । ତେବେ ବାଦୁଡ଼ି ଶରୀରରୁ କୌଣସିପ୍ରକାରେ ଏହି ଭୁତାଣୁ ମଣିଷ ଶରୀରକୁ ଯାଇଥିବା ଅନୁମାନ କରାଯାଉଛି ।Continue reading “ଯାହା ସନ୍ଦେହ ଥିଲା ତାହା ସତ ପ୍ରମାଣିତ ହେଲା : ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଲିନ ଚିଟ; ବିଶେଷଜ୍ଞ ଦଳ କହିଲା, ୨୦୧୯ ଡିସେମ୍ବର ପୂର୍ବରୁ ଭୂତାଣୁ ମୁକ୍ତ ଥିଲା ଉହାନ”
ବାପାଙ୍କ ମୁହଁରେ ମୁଖାଗ୍ନି ଦେଲା ଝିଅ । ପୁରୁଣା ପରମ୍ପରାକୁ ପଛରେ ପକାଇ ସୃଷ୍ଟି କଲେ ନିଆରା ଉଦାହରଣ ।
କନକ ବ୍ୟୁରୋ: ସବୁ ବାପା-ମାଆଙ୍କ ଆଶା ଥାଏ ପୁଅଟିଏ ହେଲେ ବୁଢା ବୟସରେ ତାଙ୍କୁ ପୋଷିବ, ଆଉ ଜୀବନର ଶେଷ ସମୟରେ ତାଙ୍କ ମୁହଁରେ ମୁଖାଗ୍ନି ଦେବ । ତାଛଡା ଆମର ଏ ସମାଜ ବି ବାପା-ମାଆଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ପୁଅଙ୍କର କର୍ତ୍ତବ୍ୟ ବୋଲି ମାନିନେଇଛି । କିନ୍ତୁ ମାଲକାନଗିରି ସହର ଉପକଣ୍ଠରେ ଥିବା ପ୍ରଧାନୀଗୁଡା ଗାଁରୁ ଆସିଥିବା ଏହି ଚିତ୍ର ସମାଜକୁ ପରିବର୍ତ୍ତନର ଏକ ବାର୍ତ୍ତା ଦେଇଛି । ଗତ ଶନିବାର ରାତିରେ ଏକContinue reading “ବାପାଙ୍କ ମୁହଁରେ ମୁଖାଗ୍ନି ଦେଲା ଝିଅ । ପୁରୁଣା ପରମ୍ପରାକୁ ପଛରେ ପକାଇ ସୃଷ୍ଟି କଲେ ନିଆରା ଉଦାହରଣ ।”
ଭାରତୀୟ କ୍ରିକେଟ ଇତିହାସରେ ଆଜିର ଦିନ ସ୍ମରଣୀୟ । ୧୯୫୨ ମସିହା ଫେବୃଆରୀ ୧୦ରେ ଭାରତ ଜିତିଥିଲା ପ୍ରଥମ ଟେଷ୍ଟ ମ୍ୟାଚ ।
କନକ ବ୍ୟୁରୋ : ଟେଷ୍ଟ କ୍ରିକେଟ ଇତିହାସରେ ଆଜିର ଦିନ ଭାରତ ପାଇଁ ସବୁଠାରୁ ସ୍ମରଣୀୟ ଦିନ । ଆଜିର ଦିନ ଭାରତ ଟେଷ୍ଟ କ୍ରିକେଟ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପି ବଦ୍ଧ ହୋଇ ରହିଛି । କାରଣ ଆଜିର ଦିନରେ ଅର୍ଥାତ ୧୯୫୨ ମସିହା ଫେବୃଆରୀ ୧୦ ତାରିଖରେ ଭାରତ ଜିତିଥିଲା ପ୍ରଥମ ଟେଷ୍ଟ ମ୍ୟାଚ । ଏହି ସଫଳତା ପାଇବା ପାଇଁ ଭାରତକୁ ଅପେକ୍ଷା କରିବାକୁ ପଡିଥିଲା ଦୀର୍ଘ ୨୦ ବର୍ଷ । ଏହିContinue reading “ଭାରତୀୟ କ୍ରିକେଟ ଇତିହାସରେ ଆଜିର ଦିନ ସ୍ମରଣୀୟ । ୧୯୫୨ ମସିହା ଫେବୃଆରୀ ୧୦ରେ ଭାରତ ଜିତିଥିଲା ପ୍ରଥମ ଟେଷ୍ଟ ମ୍ୟାଚ । “
ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି । ବରଗଡରେ ଜଳସେଚନ ପାଇଁ ୩୪୦ କୋଟି । ୨୬ ହଜାର ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ
କନକ ବ୍ୟୁରୋ : ବରଗଡ଼ ଜିଲ୍ଲାରେ ଜଳସେଚନ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଏ ସଂକ୍ରାନ୍ତ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଆଜି ମୋହର ଲଗାଇଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଏକାଧିକ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିରେ କନ୍ଧମାଳ, ଯାଜପୁର ଜିଲ୍ଲାର କିଛି ଅଞ୍ଚଳ ସାମିଲ ଅଛି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେContinue reading “ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି । ବରଗଡରେ ଜଳସେଚନ ପାଇଁ ୩୪୦ କୋଟି । ୨୬ ହଜାର ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ”
ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ : ଶ୍ରୀମନ୍ଦିର ପାଞ୍ଜିକାରଙ୍କ ବୈଠକ ପରେ ନୀତି ପ୍ରଶାସକଙ୍କ ସୂଚନା
କନକ ବ୍ୟୁରୋ : ଚଳିତ ବର୍ଷ ପଡୁନି ମହାପ୍ରଭୁଙ୍କ ଦୁଲର୍ଭ ନାଗାର୍ଜୁନ ବେଶ । ବର୍ଷକ ପାଇଁ ନୀତି ନିର୍ଘଂଟ ପରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପଞ୍ଜିଗଣନାକାରୀ ଏବଂ ଶ୍ରୀମନ୍ଦିର ନୀତିପ୍ରଶାସକ ଏହା ସ୍ପଷ୍ଟ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନାଗାର୍ଜ୍ଜୁନ ବେଶ ପଡୁନାହିଁ । ଏନେଇ କେତେକ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପାଞ୍ଜିକାରକ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନContinue reading “ଏ ବର୍ଷ ପଡୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ : ଶ୍ରୀମନ୍ଦିର ପାଞ୍ଜିକାରଙ୍କ ବୈଠକ ପରେ ନୀତି ପ୍ରଶାସକଙ୍କ ସୂଚନା”
ଯେବେ ଭାରତକୁ ଅପମାନ କରିଥିଲା ଆମେରିକା, ସେବେ ତେଜସ ତିଆରି କରି ଆମେରିକାକୁ ଜବାବ ଦେଇଥିଲେ ଓଡିଆ ବୈଜ୍ଞାନିକ । ଆକାଶରେ ଆତଙ୍କ ରଚି ଶତ୍ରୁଙ୍କୁ ସାବାଡ କରୁଥିବା ତେଜସ ପଛରେ ରହିଛି ଓଡିଆ ପୁଅଙ୍କ ବଳିଷ୍ଠ ଅବଦାନ ।
କନକ ବ୍ୟୁରୋ: ତେଜସ ପଛରେ ଓଡିଆ ପୁଅ । ଲଢୁଆ ବିମାନରେ ଲାଗିଛି ଓଡିଆ ପୁଅଙ୍କ ବୁଦ୍ଧି । ଯେତେବେଳେ ଆକାଶରେ ଆକ୍ରମଣ ମୁଖା ହୋଇ ଉଡିଯାଏ ତେଜସ ସେତେବେଳେ ଆତଙ୍କରେ ଥରହର ହୁଏ ଶତ୍ରୁ । ଆଉ ମଝି ଆକାଶରେ ତେଜସର ତେଜ ଦେଖି ଭାରତ ଉପରେ ଆଖି ଉଠାଇବାକୁ ଶହେ ଥର ଭାବେ ଶତ୍ରୁଦେଶ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ହାଲୁକା ଲଢୁଆ ବିମାନ ତେଜସ ପଛରେ ଯେ ଜଣେ ଓଡିଆ ପୁଅଙ୍କContinue reading “ଯେବେ ଭାରତକୁ ଅପମାନ କରିଥିଲା ଆମେରିକା, ସେବେ ତେଜସ ତିଆରି କରି ଆମେରିକାକୁ ଜବାବ ଦେଇଥିଲେ ଓଡିଆ ବୈଜ୍ଞାନିକ । ଆକାଶରେ ଆତଙ୍କ ରଚି ଶତ୍ରୁଙ୍କୁ ସାବାଡ କରୁଥିବା ତେଜସ ପଛରେ ରହିଛି ଓଡିଆ ପୁଅଙ୍କ ବଳିଷ୍ଠ ଅବଦାନ ।”
ଉତରାଖଣ୍ଡ ଚମୋଲିରେ ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ : ଏବେବି ଫସିଛନ୍ତି ୩୦ରୁ ଅଧିକ ଶ୍ରମିକ, ଶତାଧିକ ନିଖୋଜ
କନକ ବ୍ୟୁରୋ : ହିମସ୍ଖଳନର କାରଣ କ’ଣ ? କାହିଁକି ଘଟିଲା ଏହି ପ୍ରଳୟ ? ଏହାର କାରଣ ଖୋଜା ଚାଲିଥିବା ବେଳେ ଏକ ଚର୍ଚ୍ଚା ଏବେ ସାମ୍ନାକୁ ଆସିଛି । ରେଡିଓ ଆକ୍ଟିଭ୍ ଡିଭାଇସ୍ ଅର୍ଥାତ୍ ବିକିରଣ ଛାଡ଼ୁଥିବା କୌଣସି ଯନ୍ତ୍ର ପ୍ରଭାବରେ ହିମଖଣ୍ଡ ତରଳି ଏପରି ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଆଉ ଏହି ଆଶଙ୍କା କରିଛନ୍ତି ଚମୋଲିର ତପୋବନ ଅଂଚଳର ରାଇନି ଗାଁର ଲୋକ । ସେମାନଙ୍କ କହିବା କଥା ୧୯୬୫ରେContinue reading “ଉତରାଖଣ୍ଡ ଚମୋଲିରେ ପ୍ରଳୟର ୩ ଦିନ ପରେ ବି ଜାରି ରହିଛି ଉଦ୍ଧାରକାର୍ଯ୍ୟ : ଏବେବି ଫସିଛନ୍ତି ୩୦ରୁ ଅଧିକ ଶ୍ରମିକ, ଶତାଧିକ ନିଖୋଜ”
ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ହେବା ପରେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁରୀ ସେବାୟତ, ଅନ୍ୟପଟେ ଅମିତ ଶାହାଙ୍କୁ ଧନ୍ୟବାଦ ଦେଲେ, ଆଉ ଗୋଟିଏ ଗୋଷ୍ଠୀ ସେବାୟତ ।
କନକ ବ୍ୟୁରୋ : ବାଇ-ଲ ନିଷ୍ପତି ପ୍ରତ୍ୟାହାର ପରେ ଆରମ୍ଭ ହେଲା ଶ୍ରେୟ ରାଜନୀତି । ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ବିଜେପି ନେତାଙ୍କ ସହ ପୁରୀ ସେବାୟତ, ଏପଟେ ଭୁବନେଶ୍ୱରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଉ ଏକ ସେବାୟତ ଟିମ । ରାଜ୍ୟରେ ଆରମ୍ଭ ହେଲା ରାଜନୈତିକ ବୟାନ ବାଜି । ଗୋଟିଏ ପଟେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ଭେଟିଛନ୍ତି କିଛି ସେବାୟତ । ଅନ୍ୟ ଏକ ଦୃଶ୍ୟରେ ଦିଲ୍ଳୀContinue reading “ଶ୍ରୀମନ୍ଦିର ବାଇ-ଲ’ ପ୍ରତ୍ୟାହାର ହେବା ପରେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁରୀ ସେବାୟତ, ଅନ୍ୟପଟେ ଅମିତ ଶାହାଙ୍କୁ ଧନ୍ୟବାଦ ଦେଲେ, ଆଉ ଗୋଟିଏ ଗୋଷ୍ଠୀ ସେବାୟତ ।”