ଶନିବାର ପଦ୍ମବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପଦ୍ମବେଶରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରବିବାର ଅବକାଶ ନୀତି ଯାଏଁ ରହିବ ପଦ୍ମବେଶ 

କନକ ବ୍ୟୁରୋ: ପଦ୍ମ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ମହାପ୍ରଭୁ । ଆସନ୍ତା ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପଦ୍ମବେଶ ହେବ । ରାତିରେ ପଦ୍ମବେଶରେ ମଇଲମ ହୋଇ ଦେବଦର୍ଶନ ହେବ । ଯାହାକି ରବିବାର ଦିନ ଅବକାଶ ନୀତି ଯାଏଁ ରହିବ । ଏହା ଭିତରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ପଦ୍ମବେଶରେ ଦର୍ଶନ କରିପାରିବେ । ଅନ୍ୟପଟେ ଏବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁନି । ଶ୍ରୀମନ୍ଦିର ପଞ୍ଜିକା ସମୀକରଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକContinue reading “ଶନିବାର ପଦ୍ମବେଶରେ ସଜ୍ଜିତ ହେବେ ମହାପ୍ରଭୁ । ପଦ୍ମବେଶରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ରବିବାର ଅବକାଶ ନୀତି ଯାଏଁ ରହିବ ପଦ୍ମବେଶ “

କ’ଣ ରହିବ ରାଜ୍ୟ ବଜେଟର ରୂପରେଖ ? ବଜେଟରେ କାହାକୁ ମିଳିବ କେତେ ? ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ ।

କନକ ବ୍ୟୁରୋ : କ’ଣ ରହିବ ବଜେଟର ରୂପରେଖ ? ବଜେଟରେ କାହାକୁ ମିଳିବ କେତେ ? ଆସନ୍ତା ୨୨ ତାରିଖରେ ଆସିବାକୁ ଯାଉଛି ରାଜ୍ୟ ବଜେଟ । କରୋନା ଯୋଗୁଁ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ଦୋହଲିଯାଇଛି, କେନ୍ଦ୍ରୀୟ ଅଂଶଧନ ମଧ୍ୟ କମିଛି । ଆଉ ଏପରି ସମୟରେ ବିଧାନସଭାରେ ବଜେଟ ଉପସ୍ଥାପିତ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷର ବଜେଟ ୧ଲକ୍ଷ ୭୦ହଜାର କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛିContinue reading “କ’ଣ ରହିବ ରାଜ୍ୟ ବଜେଟର ରୂପରେଖ ? ବଜେଟରେ କାହାକୁ ମିଳିବ କେତେ ? ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ ।”

କାଲିଠୁ ଖୋଲିବ ଇଞ୍ଜିନିୟରିଂ କଲେଜ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ ।

କନକ ବ୍ୟୁରୋ : ରାଜ୍ୟରେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ କାଲିଠୁ ଖୋଲିବ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ । କୋଭିଡ ଗାଇଡଲାଇନ ପାଳନ ସହ ଆରମ୍ଭ ହେବ ପାଠପଢା । ଆଇଟିଆଇ, ପଲିଟେକ୍ନିକ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ ।  ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ବି ଆରମ୍ଭ ହେବ ପାଠପଢା । କୋଭିଡ ମହାମାରୀ କାରଣରୁ ଗତ ବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲାContinue reading “କାଲିଠୁ ଖୋଲିବ ଇଞ୍ଜିନିୟରିଂ କଲେଜ । ୧୭ ତାରିଖରେ ଆରମ୍ଭ ହେବ କ୍ଲାସ ରୁମରେ ଶିକ୍ଷାଦାନ ।”

ଏବର୍ଷ ହେବନି ଖଣ୍ଡଗିରି ମେଳା । ମେଳା ଉପରେ ରୋକ୍ ଲଗାଇଲା ବିଏମସି । କେବଳ ପାଳନ ହେବ ପରମ୍ପରା ।

କନକ ବ୍ୟୁରୋ: ଏ ବର୍ଷ ହେବନି ଖଣ୍ଡଗିରି ମେଳା । କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏହି ମେଳା ଉପରେ ରୋକ ଲଗାଇଛି ପ୍ରଶାସନ । କେବଳ ପରମ୍ପରାକୁ ବଜାୟ ରଖିବାକୁ ଏହି ମେଳା ପାଳନ ହେବ । ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି ନେଇଛି । ଅନ୍ୟପଟେ ପରମ୍ପରାକୁ ବଜାୟ ରଖିବାକୁ ଯାଇ କୋଭିଡ୍ ଗାଇଡଲାଇନ୍ ସହିତ କେବଳ ମେଳା ହେବContinue reading “ଏବର୍ଷ ହେବନି ଖଣ୍ଡଗିରି ମେଳା । ମେଳା ଉପରେ ରୋକ୍ ଲଗାଇଲା ବିଏମସି । କେବଳ ପାଳନ ହେବ ପରମ୍ପରା ।”

ଶବ ଭାସୁଥିଲା, କାହାର କିଛି ପତ୍ତା ମିଳୁନଥିଲା । ମହାବାତ୍ୟା ପରର ଦୃଶ୍ୟ ଆଖି ଓଦା କରିଥିଲା । ସଂସଦରେ ବିଦାୟକାଳୀନ ଭାଷଣରେ ଓଡିଶାର ମହାବାତ୍ୟାର କାହାଣୀ ବଖାଣିଲେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ।

କନକ ବ୍ୟୁରୋ : ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, କଂଗ୍ରେସର ଟାଣୁଆ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଆଜି ରାଜ୍ୟସଭାରେ ନିଜର ଶେଷ ଉଦବୋଧନ ରଖିଛନ୍ତି । ଏହି ବିଦାୟୀ ଅଭିଭାଷଣରେ ଆଜାଦ ମନଖୋଲି ନିଜ ଜୀବନର ଅନେକ ଅଭୁଲା ମୂହୁର୍ତ୍ତ ବଖାଣିଥିଲେ । ସେ ଜୀବନରେ ମାତ୍ର ୫ ଥର ଚିତ୍କାର କରି କାନ୍ଦିଥିବା କହିଥିଲେ । ଇନ୍ଦିରା ଗାନ୍ଧି, ସଞ୍ଜୟ ଗାନ୍ଧି, ରାଜୀବContinue reading “ଶବ ଭାସୁଥିଲା, କାହାର କିଛି ପତ୍ତା ମିଳୁନଥିଲା । ମହାବାତ୍ୟା ପରର ଦୃଶ୍ୟ ଆଖି ଓଦା କରିଥିଲା । ସଂସଦରେ ବିଦାୟକାଳୀନ ଭାଷଣରେ ଓଡିଶାର ମହାବାତ୍ୟାର କାହାଣୀ ବଖାଣିଲେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ।”

ଶେଷ ହେଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ୨୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ।

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାର କେବଳ ୮ଟି ପ୍ରକଳ୍ପ ପାଇଁ ୧୨୪୨ କୋଟି ଟଙ୍କା ଅନୁମୋଦନ ଦେଇଛନ୍ତି । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି । ଏହାସହ ଆଜି କ୍ୟାବିନେଟContinue reading “ଶେଷ ହେଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ୨୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ।”

ଜାନୁଆରୀ ୨୬ରେ ଲାଲକିଲ୍ଲାରେ ହିଂସାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ୭ ଦିନ ପାଇଁ ରିମାଣ୍ଡରେ ନେଲା ପୋଲିସ ।

କନକ ବ୍ୟୁରୋ: ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁୁକୁ ମଙ୍ଗଳବାର ତିସ ହଜାରୀ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି ବିଚାରପତି ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୋଲିସ ପକ୍ଷରୁ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଥିଲେ ହେଁ କୋର୍ଟ ୭ ଦିନ ପାଇଁ ରିମାଣ୍ଡ ଦେଇଛନ୍ତି । ମଙ୍ଗଳବାର କୋର୍ଟରେ ହାଜର ହେବା ସମୟରେ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଗତContinue reading “ଜାନୁଆରୀ ୨୬ରେ ଲାଲକିଲ୍ଲାରେ ହିଂସାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ୭ ଦିନ ପାଇଁ ରିମାଣ୍ଡରେ ନେଲା ପୋଲିସ ।”

ଅସହାୟ ଅବସ୍ଥାରେ ରାସ୍ତାକଡରେ ପଲିଥିଲା ତଳେ ଦିନ କାଟୁଛନ୍ତି ଅସହାୟ । ହିତାଧିକାରୀ ତାଲିକାରେ ନାଁ ଥାଇ ବି ହାତ ଗୁଞ୍ଜା ଦେଇ ନପାରିବାରୁ ମିଳୁନି ଅନୁମତି

କନକ ବ୍ୟୁରୋ : ରାଜ୍ୟ ହେଉ କି କେନ୍ଦ୍ର ସବୁବେଳେ ଗରିବଙ୍କ ପାଇଁ କେତେକଣ ଯୋଜନା କରୁଥିବାର କହୁଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ମାଲକାନଗିରି କାଲିମେଳା ବ୍ଲକର ଏମଭି-୭୯ ଅଂଚଳର ସାଲିବାନ ନାଗଙ୍କ ପରି ଅସହାୟ ପରିବାର କ୍ଷେତ୍ରରେ କିନ୍ତୁ ଏହା ସଂପୂର୍ଣ୍ଣ ଅଲଗା । ଏଇ ହାତରେ ବାଲି ସିମେଂଟ ଗୋଳେଇ ଅନେକ କୋଠା ତିଆରି କରିଛନ୍ତି ଏହି ବୃଦ୍ଧ ବ୍ୟକ୍ତି । ତାଙ୍କ ପରିଶ୍ରମରେ ସିନା ପକାରାସ୍ତା, କୋଠାContinue reading “ଅସହାୟ ଅବସ୍ଥାରେ ରାସ୍ତାକଡରେ ପଲିଥିଲା ତଳେ ଦିନ କାଟୁଛନ୍ତି ଅସହାୟ । ହିତାଧିକାରୀ ତାଲିକାରେ ନାଁ ଥାଇ ବି ହାତ ଗୁଞ୍ଜା ଦେଇ ନପାରିବାରୁ ମିଳୁନି ଅନୁମତି”

ରାଜ୍ୟ ସରକାରଙ୍କ ବଡ ଘୋଷଣା । ୨୦୨୧ ମଇ ମାସରେ ମାଟ୍ରିକ ପରୀକ୍ଷା ଦେଇପାରିବେ ନବମ ପିଲା । ଯୁକ୍ତ ଦୁଇ ପ୍ରଥମ ବର୍ଷର ପିଲା ଦେବେ ଦ୍ୱିତୀୟ ବର୍ଷର ପରୀକ୍ଷା

କନକ ବ୍ୟୁରୋ: ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ ମାସରେ ମାଟ୍ରିକ ପରୀକ୍ଷା ଦେଇପାରିବେ । ଏନେଇ ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଏହା ସବୁ ଓଡିଆ ମାଧ୍ୟମ ପିଲାଙ୍କ ପାଇଁ ପଯୁଜ୍ୟ ହେବ । ସୂଚନାଯୋଗ୍ୟ ଯେ, କୋଭିଡ୍ ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଥିଲା । ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ହୋଇପାରିନଥିଲା । ପରବର୍ତ୍ତୀ ସମୟରେ ୨୦୨୧Continue reading “ରାଜ୍ୟ ସରକାରଙ୍କ ବଡ ଘୋଷଣା । ୨୦୨୧ ମଇ ମାସରେ ମାଟ୍ରିକ ପରୀକ୍ଷା ଦେଇପାରିବେ ନବମ ପିଲା । ଯୁକ୍ତ ଦୁଇ ପ୍ରଥମ ବର୍ଷର ପିଲା ଦେବେ ଦ୍ୱିତୀୟ ବର୍ଷର ପରୀକ୍ଷା”

୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ । ରାଜ୍ୟ ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ସୂଚନା

କନକ ବ୍ୟୁରୋ : କ୍ୟାବିନେଟ ବୈଠକରେ ୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି । ୧୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ପ୍ରକଳ୍ପକୁ ଅନୁମତି ମିଳିଛି । ପ୍ରକଳ୍ପ ଯୋଗୁଁ ରାଜ୍ୟର ୩୧୩୫ ଜଣଙ୍କୁ ନିଯୁକ୍ତି ମିଳିବ । ଏହାସହ ଆଜି ଶେଷ ହୋଇଛି କ୍ୟାବିନେଟ ବୈଠକ । ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ସୂଚନା ମିଳିଛି । ବଜେଟ ଚିଠାContinue reading “୮ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ । ରାଜ୍ୟ ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ସୂଚନା”

Design a site like this with WordPress.com
Get started