କନକ ବ୍ୟୁରୋ : ଜାଡ଼ରେ ଥରୁଛି ଓଡ଼ିଶା । ୧୦ ଡିଗ୍ରୀ ତଳେ ୮ ସ୍ଥାନର ପାରଦ । କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ୩ ଦଶମିକ ୫ ଡିଗ୍ରୀ ଏବଂ ଫୁଲବାଣୀରେ ୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ଼ ହୋଇଛି । ସେହିପରି ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କେନ୍ଦୁଝର- କୋରପୁଟରେ ୯ ଡିଗ୍ରୀ, ଝାରସୁଗୁଡ଼ା- ଭବାନୀପାଟଣାରେ ୯ ଦଶମିକ ୨ ଡିଗ୍ରୀ, ଏବଂ ବଲାଙ୍ଗୀରରେ ୯ ଦଶମିକ ୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛିContinue reading “ଜାଡରେ ଥରୁଛି ଓଡିଶା : ୧୦ ଡିଗ୍ରୀ ତଳେ ୮ ସ୍ଥାନର ପାରଦ; ଆଉ ୩ ଦିନ ଶୀତ ଲହରି”
Author Archives: Raghaba
ମୁଖ୍ୟ ଶାସନ ସଚିବ ଓ ଫାଇଭ୍-ଟି ସଚିବଙ୍କ ପଶ୍ଚିମଓଡ଼ିଶା ଗସ୍ତ । ବରଗଡ଼-ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ବିକାଶ କାର୍ଯ୍ୟର କରିବେ ସମୀକ୍ଷା ।
କନକ ବ୍ୟୁରୋ: ପର୍ଯ୍ୟଟନ କ୍ଷେତ୍ରକୁ ସରକାରଙ୍କ ଫୋକସ୍ । ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଉନ୍ନତି କରଣ କରିବା ପାଇଁ ଅଣ୍ଟା ଭଡ଼ିଛନ୍ତି ରାଜ୍ୟ ସରକାର । ତେଣୁ ପୁଣିଥରେ ମୁଖ୍ୟ ଶାସନ ସଚିବ ଏବଂ ଫାଇଭ୍ ଟି ସଚିବଙ୍କ ପଶ୍ଚିମ ଓଡ଼ିଶା ଗସ୍ତ । ଏଥର ଫୋକସରେ ଅଛି ବରଗଡ ଓ ବଲାଙ୍ଗିର ଜିଲ୍ଲା । ତେବେ ଏହି ଗସ୍ତ କାଳରେ ବଲାଙ୍ଗିରର ନୃସିଂହନାଥ ମନ୍ଦିର ଓ ହରିଶଙ୍କର ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରାଯିବContinue reading “ମୁଖ୍ୟ ଶାସନ ସଚିବ ଓ ଫାଇଭ୍-ଟି ସଚିବଙ୍କ ପଶ୍ଚିମଓଡ଼ିଶା ଗସ୍ତ । ବରଗଡ଼-ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ବିକାଶ କାର୍ଯ୍ୟର କରିବେ ସମୀକ୍ଷା ।”
ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା
କନକ ବ୍ୟୁରୋ : ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ତିନି ଦିନିଆ ରିମାଣ୍ଡରେ ଆଣିଥିବା ରାକେଶଠାରୁ ଗୋଟି ଗୋଟି କରି ସତ ଓଗାଳିବ କୁଆଖିଆ ପୋଲିସ । ଅଭିଯୁକ୍ତ ରାକେଶ ସ୍ୱାଇଁ ପୂର୍ବରୁ ଦେଇଥିବା ବୟାନରେ କେତେ ସତ୍ୟତା ରହିଛି ତାହା ଜାଣିବା ପାଇଁ ପ୍ରଥମ ଦିନରେ ଝରାଫୁଲଙ୍କ ବାପା ଓ ରାକେଶକୁ ମୁହାଁମୁହିଁ ପଚରାଉଚରା କରିଛି ପୋଲିସ । ଝରାଫୁଲଙ୍କ ବାପାଙ୍କ ସାମନାରେ ରାକେଶକୁ ଗୁଡାଇତୁଡାଇ ପ୍ରଶ୍ନ କରିଛି ପୋଲିସ୍ ।Continue reading “ଫିଟିବ ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ : ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା”
ଆସନ୍ତା ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା । କରୋନା ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା, ପ୍ରଥମ ଦଫାରେ ଏହିସବୁ ବିଭାଗର କର୍ମଚାରୀଙ୍କୁ ଦିଆଯିବ ଟୀକା ।
କନକ ବ୍ୟୁରୋ: କରୋନା ଟୀକାକରଣ ନେଇ ଦିନକୁ ଦିନ ଭଲ ଖବର ସାମ୍ନାକୁ ଆସୁଛି । ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକାକରଣ ଚାଲୁଥିବାବେଳେ ଆସନ୍ତା ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଏହି କ୍ରମରେ ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଦିଆଯିବ କରୋନା ଟିକା । ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ ଏଥିପାଇଁ କରାଯିବ ଟିକାକରଣ ରୁମ୍ । ପ୍ରଥମ ଦଫାରେ ଗୃହ ଓContinue reading “ଆସନ୍ତା ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା । କରୋନା ଯୋଦ୍ଧାଙ୍କୁ ଅଫିସରେ ଦିଆଯିବ ଟିକା, ପ୍ରଥମ ଦଫାରେ ଏହିସବୁ ବିଭାଗର କର୍ମଚାରୀଙ୍କୁ ଦିଆଯିବ ଟୀକା ।”
ବାଇସିଂ ସରପଞ୍ଚ ଉପନିର୍ବାଚନ : ପ୍ରାର୍ଥୀ ପତ୍ର ନାକଚକୁ ନେଇ ଉତ୍ତେଜନା, ବିଡ଼ିଓଙ୍କୁ ଘେରାଉ
କନକ ବ୍ୟୁରୋ : ରାୟଗଡ଼ା ବ୍ଲକ୍ ବାଇସିଂ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ ପ୍ରାର୍ଥୀ ପତ୍ର ଯାଞ୍ଚକୁ ନେଇ ବ୍ଲକ୍ ଅଫିସ୍ ପରିସରରେ ଉତ୍ତେଜନା । ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ନାମାଙ୍କନ ଦାଖଲ କରିଥିବା ୪ ପ୍ରାର୍ଥୀଙ୍କ ମଧ୍ୟରୁ ୩ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହେବା ନେଇ ଘୋଷଣା କରିବା ପରେ କଂଗ୍ରେସ ସମେତ ଅନ୍ୟ ପ୍ରାର୍ଥୀ ବିଡ଼ିଓଙ୍କୁ ଘେରାଉ କରିଛନ୍ତି। ଦୀର୍ଘ ୭ ଘଣ୍ଟା ଧରି ବିରୋଧୀ ବିଡ଼ିଓଙ୍କୁ ଘେରାଉContinue reading “ବାଇସିଂ ସରପଞ୍ଚ ଉପନିର୍ବାଚନ : ପ୍ରାର୍ଥୀ ପତ୍ର ନାକଚକୁ ନେଇ ଉତ୍ତେଜନା, ବିଡ଼ିଓଙ୍କୁ ଘେରାଉ”
ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ : ପୋଲିସର ତଦନ୍ତ ଜାରି
କନକ ବ୍ୟୁରୋ : ପାରାଦୀପ-ଗଡ଼ ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୂର୍ବତନ କର୍ମଚାରୀ ଓ ମ୍ୟାନେଜରଙ୍କ ନାେଁରେ ଥାନାରେ ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ୨୦୧୬ରୁ ୨୦୨୦ ଭିତରେ ୧୪ ଲକ୍ଷ ୮୬ ହଜାର ୭ଶହ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବର୍ତ୍ତମାନର ବ୍ୟାଙ୍କ୍ ମ୍ୟାନେଜର, ଦୁଇ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଜଣେ ଆକାଉଂଟ ଓ ଜଣେContinue reading “ୟୁନିୟମ ବ୍ୟାଙ୍କରେ ୧୪ ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ : ପୋଲିସର ତଦନ୍ତ ଜାରି”
କୋରାପୁଟରୁ ୧୯୩ କେଜି ଗଞ୍ଜେଇ ଜବତ, ୩ଗିରଫ । ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କଲା ପୁଲିସ
କନକ ବ୍ୟୁରୋ : ୧୯୩ କେଜି ଗଞ୍ଜେଇ ସହ ୩ ଜଣକୁ ଗରିଫ କରିଛି କୋରାପୁଟ ବୈପାରିଗୁଡ଼ା ପୁଲିସ୍ । ବୈପାରୀଗୁଡ଼ା ଲକ୍ଷ୍ମୀପୁର ଛକରେ ଗାଡ଼ି ଯାଂଚ୍ ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ଗିରଫ ବ୍ୟକ୍ତିମାନଙ୍କଠାରୁ ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କରିଛି ପୁଲିସ୍ । ଗାଡ଼ିଟି ବୈପାରୀଗୁଡ଼ାରୁ ଉତରପ୍ରଦେଶ ଗଜେଇ ଚାଲାଣ କରାଯାଉଥିବା ପୁଲିସ ସୂଚନା ଦେଇଛି । ସେହିପରି ଲମତାପୁଟ ପୁଲିସ୍ କଡ୍ର ଛକରେContinue reading “କୋରାପୁଟରୁ ୧୯୩ କେଜି ଗଞ୍ଜେଇ ଜବତ, ୩ଗିରଫ । ୨ ହଜାର ୫୬୦ ନଗଦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କଲା ପୁଲିସ”
ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ : ଆତଙ୍କରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ; ଏଯାଏଁ ଭାଲୁ ଧରିବାରେ ବିଫଳ ହୋଇଛି ବନବିଭାଗ
କନକ ବ୍ୟୁରୋ : ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ । ଏହାକୁ ନେଇ ପୁରା ଅଂଚଳରେ ଆତଙ୍କ ଖେଳିଯାଇଛି । ଭାଲୁ ବିଶ୍ୱବିଦ୍ୟାଳୟ ପରିସରରେ ବୁଲିବା ପରେ ଆତଙ୍କରେ ଅଛନ୍ତି ଏଠାରେ ପାଠ ପଢୁଥିବା ଛାତ୍ରଛାତ୍ରୀ । ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭାଲୁଟି ପଶିବା ପରେ ଚିନ୍ତାରେ ପଡିଯାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଗତକାଲି ଏହିଠାରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ସୁରକ୍ଷାContinue reading “ଫକିର ମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବୁଲୁଛି ଭାଲୁ : ଆତଙ୍କରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ; ଏଯାଏଁ ଭାଲୁ ଧରିବାରେ ବିଫଳ ହୋଇଛି ବନବିଭାଗ”
ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା : ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସରେ ହୋଇପାରେ ସିନ୍ ରି-କ୍ରିଏସନ
କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ ମାମଲାରେ ତନାଘନା ଚଳାଇଛି ଯାଜପୁର ପୋଲିସ । ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଯାଜପୁର ଥାନାରେ ଚାଲିଛି ଜେରା । ଆଜି ଭୁବନେଶ୍ୱରକୁ ଆଣି ଧର୍ମ ବିହାର ସ୍ଥିତି ଶିବସାଇ ଗେଷ୍ଟ ହାଉସରେ ସିନ୍ ରି କ୍ରିଏସନ କରିପାରେ ପୋଲିସ । ଗତକାଲି ମୃତଦେହ ଫିଙ୍ଗିଥିବା ସ୍ଥାନକୁ ରାକେଶକୁ ନେଇଥିଲା ପୋଲିସ । ମୃତ ଦେହକୁ ଭୁବନେଶ୍ୱରରୁ ଯାଜପୁର କୁଆଖିଆକୁ କେମିତି ଆଣିଥିଲେ ସେContinue reading “ଦ୍ୱିତୀୟ ଦିନରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଚାଲିିଛି ଜେରା : ଭୁବନେଶ୍ୱରକୁ ଆଣି ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟ ହାଉସରେ ହୋଇପାରେ ସିନ୍ ରି-କ୍ରିଏସନ”
ଆଇଆରସି ଭିଲେଜ ସରକାରୀ ସ୍କୁଲରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫେଲ ଘଟଣା : ସ୍କୁଲର ନିଷ୍ପତ୍ତିକୁ ବିରୋଧ କରି ଗେଟରେ ତାଲା ପକାଇଲେ ପିଲା
କନକ ବ୍ୟୁରୋ : ଗେଟରେ ତାଲା ପକାଇ ସ୍କୁଲ ଭିତରେ ବସିଲେ ପିଲା, ବାହାରେ ରହିଲେ ଶିକ୍ଷକ ଶିକ୍ଷୟିତ୍ରୀ । ଭୁବନେଶ୍ୱର ଆଇଆରସି ଭିଲେଜ ସରକାରୀ ସ୍କୁଲରୁ ଆସିଛି ଏଭଳି ଚିତ୍ର । ସ୍କୁଲ କର୍ତ୍ତୃପକ୍ଷ ୧୨୧ ଜଣ ପିଲାଙ୍କୁ ଫେଲ କରିଦେବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍କୁଲରେ କରୋନା ପୂର୍ବରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଶେଷ ହୋଇଥିଲା । ୪ଟି ପରୀକ୍ଷା ସରିଥିବା ବେଳେ ୨ଟିContinue reading “ଆଇଆରସି ଭିଲେଜ ସରକାରୀ ସ୍କୁଲରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫେଲ ଘଟଣା : ସ୍କୁଲର ନିଷ୍ପତ୍ତିକୁ ବିରୋଧ କରି ଗେଟରେ ତାଲା ପକାଇଲେ ପିଲା”