କନକ ବ୍ୟୁରୋ: ସର୍ବନିମ୍ନ ଆବଶ୍ୟକତା ପୂରଣ କ୍ଷେତ୍ରରେ ପଛରେ ପଡ଼ିଛନ୍ତି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ତ୍ରିପୁରା ଆଦି ରାଜ୍ୟ । ୨୦୧୨ରେ ୧୧ଟି ରାଜ୍ୟର ସ୍ଥିତି ଭଲ ନଥିଲା, ତେବେ ୨୦୧୮ରେ ଏଥିରୁ ୬ଟି ରାଜ୍ୟରେ ଆଖିଦୃଶିଆ ଉନ୍ନତି ଘଟିଛି । ଶୂନ ଦଶମିକ ୫ରୁ କମ୍ ସ୍କୋର କରି ଓଡ଼ିଶା ସମେତ ୫ଟି ରାଜ୍ୟ ପଛରେ ପଡିଛନ୍ତି । ଜାତୀୟ ପରିସଂଖ୍ୟନ ସଂସ୍ଥାର ତଥ୍ୟକୁ ନେଇ ସର୍ବନିମ୍ନ ଆବଶ୍ୟକତା ସୂଚୀ ପ୍ରକାଶ କରାଯାଏ ।Continue reading “ଚିନ୍ତା ବଢ଼ାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ ତଥ୍ୟ । ସର୍ବନିମ୍ନ ଆବଶ୍ୟକତା ସୂଚୀରେ ପଛରେ ପଡ଼ିଲା ଓଡ଼ିଶା”
Author Archives: Raghaba
ଏସିଆନ କ୍ରିକେଟ କାଉନସିଲର ସଭାପତି ହେଲେ ଜୟ ଶାହା । ଟ୍ୱିଟ କରି ସୂଚନା ଦେଲା ଏସିଆନ କ୍ରିକେଟ କାଉନସିଲ ।
କନକ ବ୍ୟୁରୋ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ)ର ସଂପାଦକ ଜୟ ଶାହା ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ନାଜମୁଲ ହାସନ ପାପନଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ “ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଟୁଇଟର ଜରିଆରେ ଜୟ ଶାହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ପ୍ରତି ଦୁଇ ବର୍ଷରେ ଏସିଆନ୍ କ୍ରିକେଟ୍ କାଉନସିଲର ସମସ୍ତContinue reading “ଏସିଆନ କ୍ରିକେଟ କାଉନସିଲର ସଭାପତି ହେଲେ ଜୟ ଶାହା । ଟ୍ୱିଟ କରି ସୂଚନା ଦେଲା ଏସିଆନ କ୍ରିକେଟ କାଉନସିଲ ।”
ନକଲି କାରବାର କରି ଗିରଫ ହୋଇଛନ୍ତି ସୁବାଷ ଘିଅର ମାଲିକ ସୁବାଷ ମଲିକ । ନକଲି ଘିଅ କାରବାର ଅଭିଯୋଗରେ ଗିରଫ କଲା ପୋଲିସ
କନକ ବ୍ୟୁରୋ: ଆପଣ ଠାକୁର ଘରେ ସୁବାଷ ଘିଅରେ ଦୀପ ଜାଳୁଛନ୍ତି କି, ସତର୍କ ରୁହନ୍ତୁ । ସେ ଘିଅ ନକଲି । କାରଣ ନକଲି ଘିଅ କାରବାର ଅଭିଯୋଗରେ ସୁବାଷ ଘିଅର ମାଲିକ, ସୁବାଷ ମଲିକଙ୍କୁ ଗିରଫ କରିଛି ଜଗତପୁର ପୁଲିସ । ଅନ୍ୟମାନେ ଲୁଚା ଛପାରେ ନକଲି କାରବାର ଚଳାଉଥିବା ବେଳେ ସୁବାଷ ଘିଅ ଏକ ଲୋକାଲ ବ୍ରାଣ୍ଡ ପାଲଟିଯାଇଥିଲା । ଗ୍ରାହକଙ୍କ ବିଶା୍ୱସ ଜିତିବା ପାଇଁ ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଟିଭିରେ ବିଜ୍ଞାପନContinue reading “ନକଲି କାରବାର କରି ଗିରଫ ହୋଇଛନ୍ତି ସୁବାଷ ଘିଅର ମାଲିକ ସୁବାଷ ମଲିକ । ନକଲି ଘିଅ କାରବାର ଅଭିଯୋଗରେ ଗିରଫ କଲା ପୋଲିସ”
ରମାଦେବୀ ଛାତ୍ରୀ ଝରାଫୁଲର ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ହେଲେ ତାଙ୍କର ମୃତ୍ୟୁ କେମିତି ହେଲା ସେ ନେଇ ଛାନଭିନ୍ ଜାରି ରଖିଛି ପୋଲିସ
କନକ ବ୍ୟୁରୋ: ୨୬ ତାରିଖ, ଝାଡ଼େଶ୍ୱର ବସରେ ଜୟଦେବ ବିହାରରୁ ଚଢ଼ିବା ପରେ ବାଣୀବିହାରରେ ଓହ୍ଲାଇଯାଇଥିଲା ଝରାଫୁଲ । ବାଣୀବିହାରେ ଓହ୍ଲାଇବା ପରେ ମୋତେ ଫୋନ୍ କରିଥିଲା । ମୁଁ ଅପେକ୍ଷା କରିବା ପାଇଁ କହିବା ଭିତରେ ବାଣୀବିହାରରୁ ରୁପାଲି ଛକ ଯାଏଁ ଆସିଯାଇଥିଲା । ମୁଁ ଝରାଫୁଲ ପାଖରେ ପହଂଚିବା ପରେ ଦେହଭଲ ଲାଗୁ ନାହିଁ ବୋଲି କହିଥିଲା । କିଛି ସମୟ ଧରି ବୁଲାବୁଲି କରିବା ପରେ ଆମେ ଯାଇ ଫାଷ୍ଟଫୁଡ୍ ଖାଇଥିଲୁ ।Continue reading “ରମାଦେବୀ ଛାତ୍ରୀ ଝରାଫୁଲର ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ହେଲେ ତାଙ୍କର ମୃତ୍ୟୁ କେମିତି ହେଲା ସେ ନେଇ ଛାନଭିନ୍ ଜାରି ରଖିଛି ପୋଲିସ”
ଶତ୍ରୁଙ୍କୁ ସହଜରେ ଛାଡେନି ମୋସାଦ, ଫୋନ ବମ, ବିଷ ଛୁଞ୍ଚିକୁ ଅସ୍ତ୍ର କରି ଶତ୍ରୁକୁ କରେ ନାଶ । ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ପରେ ଭାରତକୁ ଯାଞ୍ଚ ପାଇଁ ଆସିପାରେ ମୋସାଦ ।
କନକ ବ୍ୟୁରୋ : ଭାରତକୁ ଆସିପାରନ୍ତି ବିଶ୍ୱର ସବୁଠୁ ଦୁର୍ଦ୍ଦଷ ଗୁଇନ୍ଦା ଏଜେନ୍ସି ମୋସାଦ । ଯିଏ ଶତ୍ରୁଙ୍କୁ ଖୋଜିବା ସହ ହତ୍ୟା କରିବାକୁ ପଛାଇ ନଥାଏ । ଇସ୍ରାଏଲ ଦୂତାବାସ ବାହାରେ ଗତକାଲି ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ଏହାକୁ ଗୁରୁତ୍ୱର ସହ ନେଇଛି ଇସ୍ରାଏଲ । କୁହାଯାଉଛି ଯେ ଏହି ଘଟଣାର ତଦନ୍ତ କରିବାକୁ ଭାରତ ଆସିବାକୁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଦୁର୍ଦ୍ଧଷ ଗୁଇନ୍ଦା ଏଜେନ୍ସି ମୋସାଦ । ଏହି ଘଟଣାରେ ଏବେContinue reading “ଶତ୍ରୁଙ୍କୁ ସହଜରେ ଛାଡେନି ମୋସାଦ, ଫୋନ ବମ, ବିଷ ଛୁଞ୍ଚିକୁ ଅସ୍ତ୍ର କରି ଶତ୍ରୁକୁ କରେ ନାଶ । ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ପରେ ଭାରତକୁ ଯାଞ୍ଚ ପାଇଁ ଆସିପାରେ ମୋସାଦ ।”
ନୟାଗଡରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ଯୁବକ । ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ: ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଦେଇଛି ଜଣେ ଯୁବକ। ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିବା ପରେ ଅଭିଯୁକ୍ତ ଯୁବକ ନିଜର ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟାରେ ଗୋଡ଼ିପଡ଼ାର ସର୍ଦ୍ଦାର ପଟେଲ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଲିଲିମା ବେହେରାଙ୍କ ତଣ୍ଟି କାଟି ଦେଇଥିଲା ଜଣେ ଯୁବକ।Continue reading “ନୟାଗଡରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ଯୁବକ । ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି”
ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ
କନକ ବ୍ୟୁରୋ: ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଓଡ଼ିଶା ପିସିସିଏପ୍ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି । ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ନିଆଯାଇ ସେଠାରେ କାହ୍ନା ଅଭୟାରଣ୍ୟରେ ରଖାଯିବ । ସେଠାରେ ତାର ଜଙ୍ଗଲୀ ସ୍ୱଭାବକୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ ବୋଲି କୁହାଯାଇଛି । ଦୁଇ ବର୍ଷ ତଳେ ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାContinue reading “ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ”
ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ବର୍ଷାରେ ଭିଜିଲା ମଣ୍ଡିରେ ଥିବା ଧାନ ବସ୍ତା, ଓଦାଧାନକୁ କେମିତି ବିକିବେ, ଚିନ୍ତାରେ ଚାଷୀ ।
କନକ ବ୍ୟୁରୋ : ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ଟାର୍ଗେଟ୍ ନଥିବା କହି ମଣ୍ଡିରେ ଧାନ କିଣୁନାହାନ୍ତି ଚାଷୀ । ଏଣେ ରାତି ଅଧରେ ବର୍ଷା ଚାଷୀଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବର୍ଷାରେ ଭିଜିଯାଇଛି ମଣ୍ଡିରେ ଥିବା ଧାନ ବସ୍ତା । ସମ୍ବଲପୁର କୁଚିଣ୍ଡା ଓ ଗଜପତିରୁ ଆସିଛି ଓଦା ଧାନ ମଣ୍ଡିର ଦୃଶ୍ୟ । ସରିଗଲା ଟାର୍ଗେଟ, ଧାନ କିଣିଲେନି ମିଲର୍ସ । ଧାନ ମଣ୍ଡିରେContinue reading “ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ବର୍ଷାରେ ଭିଜିଲା ମଣ୍ଡିରେ ଥିବା ଧାନ ବସ୍ତା, ଓଦାଧାନକୁ କେମିତି ବିକିବେ, ଚିନ୍ତାରେ ଚାଷୀ ।”
ମମତା ବାନାର୍ଜୀଙ୍କ ଚିନ୍ତା ବଢିଲା । ଦଳ ଛାଡିଲେ ରାଜୀବ ବାନାର୍ଜୀ । ବିଜେପିରେ ସାମିଲ ହେବାକୁ ଏକାଧିକ ଟିଏମସି ନେତାଙ୍କ ଦିଲ୍ଲୀ ଗସ୍ତ
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ନେତାମାନଙ୍କ ଦଳ ବଦଳ ପ୍ରକ୍ରିୟା ଏବେ ଜୋର ଧରିଛି । ବିଶେଷକରି ତୃଣମୂଳ କଂଗ୍ରେସରୁ ତମାମ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଏହାରି ଭିତରେ ଦିଦିଙ୍କ ବିଶ୍ୱସ୍ତ କୁହାଯାଉଥିବା ତୃଣମୂଳ କଂଗ୍ରେସ ନେତା ରାଜୀବ ବାନାର୍ଜୀ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଛନ୍ତି । କୁହାଯାଉଛି ଯେ, ସେ ବିଜେପିରେ ସାମିଲ ହେବେContinue reading “ମମତା ବାନାର୍ଜୀଙ୍କ ଚିନ୍ତା ବଢିଲା । ଦଳ ଛାଡିଲେ ରାଜୀବ ବାନାର୍ଜୀ । ବିଜେପିରେ ସାମିଲ ହେବାକୁ ଏକାଧିକ ଟିଏମସି ନେତାଙ୍କ ଦିଲ୍ଲୀ ଗସ୍ତ”
ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚାରିପଟେ ଥିବା ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
କନକ ବ୍ୟୁରୋ: ପ୍ରାଚୀନ ମନ୍ଦିରର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚାରିପାଖେ ଥିବା ମନ୍ଦିରର ପୁନଃରୁଦ୍ଧାର ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ଏସଏସଆଇର ବିଶେଷଜ୍ଞ ଦଳକୁ ଭୁବନେଶ୍ୱର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଏହି କ୍ଷେତ୍ରର ଖନନ କରି ଏହାର ଗବେଷଣା କରିବା ଦିଗରେ ହସ୍ତକ୍ଷେପ କରିବାକୁ ଉଲ୍ଲେଖContinue reading “ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ଚାରିପଟେ ଥିବା ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର”