କନକ ବ୍ୟୁରୋ: ଭାରତକୁ ଖୁବଶୀଘ୍ର ମିଳିପାରେ ଆଉ ଏକ କୋଭିଡ୍ ଟିକା । ଦେଶରେ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଦେଶକୁ ଆଉ ଏକ ଟିକା ଆଣିବାକୁ ପ୍ରସ୍ତୁତ ହେଉଛି । ଯାହାର ନାଁ ରହିଛି ନୋଭାଭାକ୍ସ । ସମ୍ଭବତ ଏହି ଟିକାକୁ କମ୍ପାନୀ ଜୁନ୍ ମାସରେ ଲଞ୍ଚ କରିପାରେ । କମ୍ପାନୀର ସିଇଓ ଅଦାର ପୁନାୱାଲା ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ନୋଭାଭାକ୍ସ ସହିତ ତାଙ୍କ କମ୍ପାନୀContinue reading “ସେରମ୍ ଇନଷ୍ଟିଚ୍ୟୁଟ୍ ଆଣୁଛି ଆଉ ଏକ କୋଭିଡ୍ ଟିକା । ଭାରତରେ ପରୀକ୍ଷଣ ପାଇଁ ମାଗିଛି ଅନୁମତି । ଜୁନ୍ ମାସରେ କରିପାରେ ଲଞ୍ଚ୍”
Author Archives: Raghaba
କୋଇଲା ପରିବହନ ପାଇଁ ରାସ୍ତା ନିର୍ମାଣ ଦାବିରେ ଜାରି ରହିଛି ଆନ୍ଦୋଳନ । ୧୨ ଦିନ ପରେ ବି ଜିଦରେ ଅଟଳ ଗ୍ରାମବାସୀ, ବିଫଳ ହେଲା ଜିଲ୍ଲାପାଳଙ୍କ ସହ ଆଲୋଚନା ।
କନକ ବ୍ୟୁରୋ : ୧୨ ଦିନରେ ବନ୍ଦ ପାଳନ । ଏମସିଏଲ-ଟପରିଆ ରାସ୍ତା ନିର୍ମାଣ ଏବଂ କୋଇଲା ପରିବହନ ବନ୍ଦ ଦାବିରେ ଆନ୍ଦୋଳନ ଜାରି ରହିଛି । ଫଳରେ ପଡୋଶୀ ଛତିଶଗଡକୁ ସଡକପଥରେ କୋଇଲା ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏପଟେ ଗାଁ ଲୋକେ ସେମାନଙ୍କ ଦାବିରେ ଅଟଳ । ଏମସିଏଲ ସ୍ୱତନ୍ତ୍ର କୋଲ୍ କରିଡର ନିର୍ମାଣ କରି କୋଇଲା ପରିବହନ କରୁ, ଗାଁ ରାସ୍ତାରେ କୋଇଲା ପରିବହନ ସଂପୂର୍ଣ୍ଣ ବନ୍ଦ କରୁ । ଅନ୍ୟପଟେContinue reading “କୋଇଲା ପରିବହନ ପାଇଁ ରାସ୍ତା ନିର୍ମାଣ ଦାବିରେ ଜାରି ରହିଛି ଆନ୍ଦୋଳନ । ୧୨ ଦିନ ପରେ ବି ଜିଦରେ ଅଟଳ ଗ୍ରାମବାସୀ, ବିଫଳ ହେଲା ଜିଲ୍ଲାପାଳଙ୍କ ସହ ଆଲୋଚନା ।”
ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରେ ଇଣ୍ଟରନେଟ୍ ସେବା ବନ୍ଦ । ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସେବା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀ ନେତାଙ୍କ ଅନୁରୋଧ
କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରରେ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହିସବୁ ଅଞ୍ଚଳରେ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିବ ନାହିଁ ବୋଲି କୁହାଯାଇଛି । ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି । କେବଳContinue reading “ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରେ ଇଣ୍ଟରନେଟ୍ ସେବା ବନ୍ଦ । ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସେବା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀ ନେତାଙ୍କ ଅନୁରୋଧ”
ପ୍ରେମିକାକୁ ଭେଟିବା ପାଇଁ ବାବା ବେଶରେ ଆସିଥିଲା ପ୍ରେମିକ । ପିଲା ଚୋର ସନ୍ଦେହରେ ଅଟକ ରଖିଲେ ଗ୍ରାମବାସୀ, ମାଡ ଖାଇବା ପରେ ସତ ମାନିଲା ପ୍ରେମିକ ।
କନକ ବ୍ୟୁରୋ : ବାବା ବେଶରେ ଆସିଥିଲେ ପ୍ରେମିକ । ପ୍ରେମିକାକୁ ଭେଟିବାକୁ ଆସି ହଟହଟା ହେଲେ ପ୍ରେମିକ । ଯାଜପୁର ରୋଡ଼ ଥାନା ଫେରୋକ୍ରୋମ୍ ଗେଟ୍ କଲୋନୀ ନିକଟରେ ଘଟିଛି ଏଭଳି ଏକ ଘଟଣା । ଯୁବକଙ୍କୁ ପିଲା ଚୋର ସନ୍ଦେହରେ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାରContinue reading “ପ୍ରେମିକାକୁ ଭେଟିବା ପାଇଁ ବାବା ବେଶରେ ଆସିଥିଲା ପ୍ରେମିକ । ପିଲା ଚୋର ସନ୍ଦେହରେ ଅଟକ ରଖିଲେ ଗ୍ରାମବାସୀ, ମାଡ ଖାଇବା ପରେ ସତ ମାନିଲା ପ୍ରେମିକ ।”
ମକା ଚାଷୀଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଅଭିଯୋଗକାରୀ ହିଁ ନିଜେ ଅଭିଯୁକ୍ତ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
କନକ ବ୍ୟୁରୋ : ମକା ଚାଷୀଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଅଭିଯୋଗକାରୀ ହିଁ ଅଭିଯୁକ୍ତ । ଅନ୍ୟ ଉପରେ ଦୋଷ ଲଦିବାକୁ ଯାଇ ପୁଲିସକୁ ମୋହରା କରି ଏତଲା ଦେଇଥିଲା ଅଭିଯୁକ୍ତ । ଆଉ ଶେଷରେ ଲୁଟ୍ ଘଟଣାର ଖୋଳତାଡ କରି ଅଭିଯୋଗକାରୀଙ୍କୁ ହିଁ ବାନ୍ଧିଛି ପୁଲିସ । ଗତ ୨୫ ତାରିଖ ଦିନ ମକା ଚାଷୀଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ନେଇ ତେନ୍ତୁଳିଖୁଂଟି ଥାନାରେ ଏତଲା ଦିଆଯାଇଥିଲା । ତେନ୍ତୁଳିଖୁଂଟିContinue reading “ମକା ଚାଷୀଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଅଭିଯୋଗକାରୀ ହିଁ ନିଜେ ଅଭିଯୁକ୍ତ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।”
ରକ୍ତମୁଖା ଲାଲବାହିନୀ । ଘରୁ ଡାକି ନେଇ ୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ ।
କନକ ବ୍ୟୁରୋ : ଘରୁ ଡାକି ନେଇ ମାରିଦେଲେ ମାଓବାଦୀ । କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତ କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ କଲେ ହତ୍ୟା କଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଭଣ୍ଡରଙ୍ଗି ପଂଚାୟତରେ ଲାଲବାହିନୀ ରକ୍ତମୁଖା ହୋଇଛି । ଗତକାଲି ରାତିରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ । ପ୍ରଥମେ ସରପଞ୍ଚ ଦୌପଦୀ ପାତ୍ରଙ୍କContinue reading “ରକ୍ତମୁଖା ଲାଲବାହିନୀ । ଘରୁ ଡାକି ନେଇ ୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ ।”
ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବଦଳିଲା ଭାଗ୍ୟ । ପୋଷ୍ୟ ସନ୍ତାନ ଭାବେ ସ୍ନେହାକୁ ଆଦରି ନେଲେ ଇଟାଲୀ ଦମ୍ପତି ।
କନକ ବ୍ୟୁରୋ : ଆଜି ଗଞ୍ଜାମ ଜିଲ୍ଲାର ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ଏକ ଦମ୍ପତ୍ତି । ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁକୁ ଆଇନ ଅନୁଯାୟୀ ହସ୍ତାନ୍ତର ଲାଗି ଆବଶ୍ୟକୀୟ ପ୍ରକ୍ରିୟା ସଂପନ୍ନ କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ କନ୍ୟା ସ୍ନେହାଙ୍କୁ ଇଟାଲୀ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତିContinue reading “ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବଦଳିଲା ଭାଗ୍ୟ । ପୋଷ୍ୟ ସନ୍ତାନ ଭାବେ ସ୍ନେହାକୁ ଆଦରି ନେଲେ ଇଟାଲୀ ଦମ୍ପତି ।”
ପାରାଦୀପରେ ପହଞ୍ଚିଲା ଆଇଓସିଏଲ୍ର ସୁପର କ୍ରିଟିକାଲ ଓଡିସି ।
କନକ ବ୍ୟୁରୋ : ଏଲ୍ଆଣ୍ତଟି ମୋଡୁଲାର ଫାବ୍ରିକେସନ ଫାସିଲିଟି ଦ୍ୱାରା ନିର୍ମିତ ସୁପର କ୍ରିଟିକାଲ୍ ଓଭର ଡାଇମେନସନ୍ କନସାଇନ୍ମେଣ୍ଟ୍ (ଓଡିସି) ଗତକାଲି ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ପହଞ୍ଚିଛି । ଏହି କନସାଇନମେଣ୍ଟ୍ ୧୯ରେ ଆଦାନୀ ବନ୍ଦରରୁ ବାହାରିଥିଲା ଓ ୪ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଇଣ୍ତିଆନ୍ ଅଏଲ ଅଧ୍ୟକ୍ଷ ଏସ୍ଏମ୍ ବୈଦ୍ୟ, ଏଲ୍ଆଣ୍ତଟି ସିଇଓ ଏସ୍ଏନ୍ ସୁବ୍ରମନ୍ୟମ୍, ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକContinue reading “ପାରାଦୀପରେ ପହଞ୍ଚିଲା ଆଇଓସିଏଲ୍ର ସୁପର କ୍ରିଟିକାଲ ଓଡିସି ।”
ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ଚାଷୀ ଆନ୍ଦୋଳନ ଓ ଦାବିକୁ ନେଇ ଜୋରଦାର ଆଲୋଚନା । ମୋଦୀ କହିଲେ ଚାଷୀଙ୍କଠୁ ଏବେ ଗୋଟିଏ କଲ୍ ଦୂରରେ
କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟ୍ ଆସିବା ପୂର୍ବରୁ ଶନିବାର ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି । ଯେଉଁଥିରେ ଚାଷୀ ଆନ୍ଦୋଳନ ଓ ସେମାନଙ୍କର ଦାବିକୁ ନେଇ ଆଲୋଚନା ହୋଇଛି । ଏହି ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଓ ଶିବସେନା ସାଂସଦ ବିନାୟକ ରାଉତ ଚାଷୀ ଆନ୍ଦୋଳନକୁ ନେଇ ନିଜର ମତ ରଖିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେContinue reading “ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ଚାଷୀ ଆନ୍ଦୋଳନ ଓ ଦାବିକୁ ନେଇ ଜୋରଦାର ଆଲୋଚନା । ମୋଦୀ କହିଲେ ଚାଷୀଙ୍କଠୁ ଏବେ ଗୋଟିଏ କଲ୍ ଦୂରରେ”
ଝରାଫୁଲଙ୍କ ମୃତ୍ୟୁ ମାମଲାରେ ପୋଲିସର ଛାନଭିନ୍ । ସିଲ୍ ହେଲା ଶିବସାଇ ଗେଷ୍ଟ ହାଉସର ରୁମ୍ ନମ୍ବର ୨୦୧ ।
କନକ ବ୍ୟୁରୋ : ଝରାଫୁଲ ମୃତ୍ୟୁ ଘଟଣାରେ ସିଲ୍ ହେଲା ଗେଷ୍ଟ ହାଉସର ରୁମ୍ । ଭୁବନେଶ୍ୱର ଶିବସାଇ ଗେଷ୍ଟ ହାଉସର ରୁମ ନମ୍ବର ୨୦୧କୁ ସିଲ୍ କରିଛି ପୋଲିସ । ରୁମ୍ ନଂ ୨୦୧ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ । ତେବେ ଆଜି ପାଖାପାଖି ୨ ଘଣ୍ଟା ଧରି ଯାଞ୍ଚ କରିବା ପରେ ଏହି ରୁମକୁ ସିଲ୍ କରିଛି କୁଆଖିଆ ଥାନା ପୋଲିସ । ରମାଦେବୀ ଛାତ୍ରୀ ଝରାଫୁଲ ନାଏକContinue reading “ଝରାଫୁଲଙ୍କ ମୃତ୍ୟୁ ମାମଲାରେ ପୋଲିସର ଛାନଭିନ୍ । ସିଲ୍ ହେଲା ଶିବସାଇ ଗେଷ୍ଟ ହାଉସର ରୁମ୍ ନମ୍ବର ୨୦୧ ।”