୬ମାସ ହେଲା ଯାଜପୁରର କୁନି ଝିଅ ପିହୁର ମିଳୁନି ପତ୍ତା । ପୁଲିସଠୁ ନିରାଶ ହେବା ପରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ବାସଭବନ ଆଗରେ ପରିବାର ଲୋକଙ୍କ ଧାରଣା

କନକ ବ୍ୟୁରୋ: ଯାଜପୁର ବିଂଝାରପୁରର କୁନି ଝିଅ ପିହୁର ନିଖୋଜକୁ ୬ ମାସ ବିତିଗଲାଣି । ହେଲେ ଏଯାଏ ପିହୁର ପତ୍ତା ମିଳୁନି । ପୁଲିସ ଓ ଜିଲ୍ଲା ପ୍ରଶାସନଠାରୁ ନିରାଶ ହେବା ପରେ ପିହୁର ବାପା ମାଆ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଘର ଆଗରେ ଧାରଣା ଦେଇଛନ୍ତି । କୁନି ଝିଅ ପିହୁକୁ ଘରକୁ ଫେରାଇ ଆଣିବା ଦାବିରେ ପରିବାର ଲୋକ ମନ୍ତ୍ରୀଙ୍କ ଘର ଆଗରେ ବସିଛନ୍ତି । ଗତ ୪Continue reading “୬ମାସ ହେଲା ଯାଜପୁରର କୁନି ଝିଅ ପିହୁର ମିଳୁନି ପତ୍ତା । ପୁଲିସଠୁ ନିରାଶ ହେବା ପରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ବାସଭବନ ଆଗରେ ପରିବାର ଲୋକଙ୍କ ଧାରଣା”

ଆଜିଠୁ ସଂସଦର ବଜେଟ ଅଧିବେଶନ: ସଂସଦରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ସଦନର ମିଳିତ ଅଧିବେଶନକୁ କରିବେ ସମ୍ବୋଧିତ

କନକ ବ୍ୟୁରୋ: ଆଜିଠାରୁ ସଂସଦର ବଜେଟ ଅଧିବେଶନ । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଆଜି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ସରକାରଙ୍କ ଭାବି ଯୋଜନାର ରୂପରେଖ ବାବଦରେ ସୂଚନା ଦେବେ । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସବୁ ସାଂସଦ, ସଂସଦର ସେଂଟ୍ରାଲ ହଲ ଛଡା ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ । Delhi: President Ram Nath KovindContinue reading “ଆଜିଠୁ ସଂସଦର ବଜେଟ ଅଧିବେଶନ: ସଂସଦରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ସଦନର ମିଳିତ ଅଧିବେଶନକୁ କରିବେ ସମ୍ବୋଧିତ”

ଶିଶୁବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର ! କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଉଦ୍ଧାର କଲା ଚାଇଲ୍ଡ ଲାଇନ

କନକ ବ୍ୟୁରୋ: କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ  । ସିଡବ୍ଲୁସି ଅଧିକାରୀ ଏନେଇ ଖବର ପାଇବା ପରେ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଏହ ଶିଶୁକୁ କିଏ କାହିଁକି ବିକ୍ରି କରୁଥିଲା ସେ ନେଇ ତଦନ୍ତ ଚାଲିଛି । ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିବା ସୂଚନା ମିଳିଛି ।Continue reading “ଶିଶୁବିକ୍ରି ଉଦ୍ୟମ ବେଳେ ଶିଶୁକୁ ଉଦ୍ଧାର ! କଟକ କାଠଯୋଡି ବିହାର ବସ୍ତିରୁ ଶିଶୁ ବିକ୍ରି ଉଦ୍ୟମ ବେଳେ ଉଦ୍ଧାର କଲା ଚାଇଲ୍ଡ ଲାଇନ”

ବାଲେଶ୍ୱରରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ

କନକ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ସିକୁନ୍ ମାଝି ଏବଂ ଗୋପାଳ ଦଳେଇ ନାମକ ଦୁଇଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବନ୍ଧୁକ ଏବଂ ୩ଟି ଅଫୁଟା ଗୁଳି ଜବତ ହୋଇଛି । ପୋଲିସ ସୂଚନା ଅନୁସାରେ ସେମାନଙ୍କ ନାଁରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଛି । ଏହି ଘଟଣାରେ ଆଉ କିଛିContinue reading “ବାଲେଶ୍ୱରରେ ବିଜୁଳି ସଂଯୋଗକୁ ନେଇ ଗାଁ ଦାଣ୍ଡରେ ଖଣ୍ଡା ବୁଲିବା ଘଟଣା । ଦୁଇ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ”

ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ: ରାଜନଗର ଓକିଲପାଲି ଗାଁରେ ଅଘଟଣ । ଧାନ ଖଳାରେ ନିଆଁ ଲାଗି ୩ବର୍ଷର ଶିଶୁ ଜୀବନ୍ତ ଦଗ୍ଧ । ବାପା, ମା’ ଓ ୧୨ ବର୍ଷର ଝିଅ ଗୁରୁତର ଭାବେ ଆହତ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ରମାକାନ୍ତ ସାଉଁଟିଙ୍କ ୩ବର୍ଷର ଝିଅ କ୍ରିଷ୍ଣା । from Kanak News via <a href="https://ifttt.com/?

ପୁରୀ ସର୍କଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ । 

କନକ ବ୍ୟୁରୋ : ଆରଆଇଙ୍କ ଘରେ ଭିଜିଲାନ୍ସ ରେଡ଼ । ଆରଆଇ ବସନ୍ତ କୁମାର ମହାନ୍ତିଙ୍କ କୁରୁଂଟି ସ୍ଥିତ ବାସଭବନରେ ଆଜି ସକାଳ ୫ଟାରୁ ରେଡ଼ କରିଛି ଭିଜିଲାନ୍ସ । ବସନ୍ତ ପୁରୀ ସର୍କଲରେ ଆରଆଇ ଅଛନ୍ତି । ଭିଜିଲାନ୍ସ ତାଙ୍କ ଘରେ ପହଂଚି ବହୁ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ଯାଂଚ କରିଛନ୍ତି । ଭୁବନେଶ୍ୱରର ଏକ ଟିମ୍ ଚଢାଉ ଜାରି ରଖିଛି । ବସନ୍ତ ମହାନ୍ତିଙ୍କ ବଡ଼ ଭାଇ ରାଜନଗର ବ୍ଲକ କୁରୁଂଟି ପଂଚାୟତର ସମିତିContinue reading “ପୁରୀ ସର୍କଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ । “

ପୁଣି ଯନ୍ତ୍ରଣାରେ ଜନନୀ । ରାୟଗଡାରେ ଖଟିଆରେ ବୁହାହେଲେ ପ୍ରସୁତି । ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ

କନକ ବ୍ୟୁରୋ: ପୁଣି ସମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଦୁଃଖ । ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବାରୁ ୩ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକେ । ରାୟଗଡ଼ା କାଶିପୁର ବ୍ଲକ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲେ ମଧ୍ୟ ରାସ୍ତା ଖରାପ ଥିବାରୁ ୩ କିମି ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା ।Continue reading “ପୁଣି ଯନ୍ତ୍ରଣାରେ ଜନନୀ । ରାୟଗଡାରେ ଖଟିଆରେ ବୁହାହେଲେ ପ୍ରସୁତି । ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ”

ଜିଓ ନମ୍ବର ରିଚାର୍ଜ କଥା କହିଲେ, ଲକ୍ଷେ ୯୪ ହଜାର ଲୁଟିନେଲେ । କ୍ରାଇମବ୍ରାଞ୍ଚରେ ଏତଲା ଦେବା ପରେ ଠକାମୀର ଶିକାର ବ୍ୟକ୍ତି ଫେରି ପାଇଲେ ଲକ୍ଷେ ୭୬ ହଜାର ଟଙ୍କା ।

କନକ ବ୍ୟୁରୋ :  କ୍ରାଇମବ୍ରାଞ୍ଚରେ ଏତଲା ହେବାର ମାତ୍ର ୨ ଦିନ ବ୍ୟବଧାନରେ ସାଇବର୍ନ‌ ଅପରାଧୀଙ୍କ ଠାରୁ ଲୁଟ୍‌ ଟଙ୍କା ଫେରସ୍ତ ଆସିଛି। ଲୁଟର ଶିକାର ହୋଇଥିବା ମଙ୍ଗଳାବାଗର ଜଣେ ସାନିଟାରି ସାମଗ୍ରୀ ବ୍ୟବସାୟୀ ନିଜ ଲୁଟ୍‌ ଟଙ୍କା ଫେରିପାଇଛନ୍ତି। ମୋଟ ୧ ଲକ୍ଷ ୯୪ ହଜାର ଟଙ୍କାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଫେରିପାଇଛନ୍ତି। କିନ୍ତୁ ଏହି ମାମଲାରେ ସମ୍ପୃକ୍ତ ସାଇବର୍ର‌ ଅପରାଧୀଙ୍କୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଠାବ କରିନଥିବା ସୂଚନା ମିଳିଛି। ସୂଚନାContinue reading “ଜିଓ ନମ୍ବର ରିଚାର୍ଜ କଥା କହିଲେ, ଲକ୍ଷେ ୯୪ ହଜାର ଲୁଟିନେଲେ । କ୍ରାଇମବ୍ରାଞ୍ଚରେ ଏତଲା ଦେବା ପରେ ଠକାମୀର ଶିକାର ବ୍ୟକ୍ତି ଫେରି ପାଇଲେ ଲକ୍ଷେ ୭୬ ହଜାର ଟଙ୍କା ।”

ଯାଜପୁର କୁଆଖିଆ ଥାନା ଦିଆଲଖଣ୍ଡରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ କଲେ ଅନୁଧ୍ୟାନ

କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିଛନ୍ତି ମହିଳା କମିଶନ । ଆଜି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଯାଜପୁର କୁଆଖିଆର ଦିଆଲଖଣ୍ଡରେ ପହଞ୍ଚିଛନ୍ତି । ଏହାଠାରୁ ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ରାକେଶ ଓ ତାର ସହଯୋଗୀ ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଆଣି ଏହିଠାରେ ପିଙ୍ଗିଦେଇ ଯାଇଥିଲେ । ଏଠାରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ପୁରା ଚିତ୍ର ।Continue reading “ଯାଜପୁର କୁଆଖିଆ ଥାନା ଦିଆଲଖଣ୍ଡରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଝରାଫୁଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରେ କଲେ ଅନୁଧ୍ୟାନ”

ଅର୍ଥନୀତି ଉପରେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବ: ଅର୍ଥନୀତିରେ ଗତି ଦେବା ପାଇଁ ବଜେଟରେ ପୁଞ୍ଜି ପ୍ରତ୍ୟାହାର ଘୋଷଣା ସମ୍ଭାବନା

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନା ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ପ୍ରବଳ ଚାପ ରହିଛି । ଆଗାମୀ ୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ । ତେଣୁ ଅର୍ଥନୀତିକୁ ଗତି ଦେବା ପାଇଁ ବ୍ୟାପକ ପୁଞ୍ଜି ପ୍ରତ୍ୟାହାର ଯୋଜନା ରଖିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଏନେଇ ବଜେଟରେ ଘୋଷଣା କରାଯାଇପାରେ । ବିଶେଷ କରି ସରକାରୀ ଜୀବନContinue reading “ଅର୍ଥନୀତି ଉପରେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବ: ଅର୍ଥନୀତିରେ ଗତି ଦେବା ପାଇଁ ବଜେଟରେ ପୁଞ୍ଜି ପ୍ରତ୍ୟାହାର ଘୋଷଣା ସମ୍ଭାବନା”

Design a site like this with WordPress.com
Get started