ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । 

କନକ ବ୍ୟୁରୋ : ମରିକି ବି ଅମର ହେଇଗଲା କୁନି ଝିଅ ଧନିଷ୍ଠା । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଅଙ୍ଗଦାନ କରି ଜୀବନ ଦେଇଗଲା । ଏଭଳି ମହତ କାମ କରି ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି କୁନି ଝିଅ । ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । ଜୀବନ କଣ ଜାଣିନଥିବା କୁନି ଝିଅContinue reading “ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । “

ବ୍ରିସବେନ୍ ଟେଷ୍ଟ: ପ୍ରଥମ ଦିନ ସୁଦ୍ଧା ୫ ୱିକେଟରେ ୨୭୪ ରନ୍ କରିଛି ଅଷ୍ଟ୍ରେଲିଆ । ପଦାର୍ପଣ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ, ନଟରାଜନଙ୍କୁ ମିଳିଲା ୨ଟି ୱିକେଟ୍ ।

କନକ ବ୍ୟୁରୋ : ବ୍ରିସବେନ ଟେଷ୍ଟର ପ୍ରଥମ ଦିନର ଖେଳ ଆଜି ଶେଷ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୨୭୪ ରନ କରିଛି । ଦଳ ପକ୍ଷରୁ ମାର୍ନସ ଲାବୁସେନ ୧୦୮ ରନ କରି ଶତକ ହାସଲ କରିଛନ୍ତି । ସେହିପରି କାମରେନ ଗ୍ରୀନ ଓ ଟିମ ପାଇନ ନଟଆଉଟ ରହିଛନ୍ତି । କାଲି ପୁଣି ଏହି ଦୁଇ ଖେଳାଳି ବ୍ୟାଟିଂ ଆରମ୍ଭ କରିବେ । ଏହିContinue reading “ବ୍ରିସବେନ୍ ଟେଷ୍ଟ: ପ୍ରଥମ ଦିନ ସୁଦ୍ଧା ୫ ୱିକେଟରେ ୨୭୪ ରନ୍ କରିଛି ଅଷ୍ଟ୍ରେଲିଆ । ପଦାର୍ପଣ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ, ନଟରାଜନଙ୍କୁ ମିଳିଲା ୨ଟି ୱିକେଟ୍ ।”

ଋଣ ସୁଝି ନ ପାରିବାରୁ ପାକିସ୍ତାନକୁ ଝଟକା ଦେଲା ମାଲେସିଆ । ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଜବତ୍ କଲା ବିମାନ

କନକ ବ୍ୟୁରୋ : ପାକିସ୍ତାନ ର ଅସୁବିଧା ସମୟରେ ବି ତା’ର ବନ୍ଧୁ ଦେଶ ମାନେ ତାକୁ ଝଟକା ଦେବାରେ ଲାଗିଛନ୍ତି । ପ୍ରଥମରୁ କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନକୁ ତା’ର ବନ୍ଧୁ ଦେଶ ମାଲେସିଆ ବି ଦାଉ ସାଧିଛି । ମାଲେସିଆର ସରକାରୀ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ (ପିଆଇଏ) ର ଏକ ଯାତ୍ରୀବାହୀ ବିମାନ ୭୭୭ ରୁ ଯାତ୍ରୀ ମାନଙ୍କୁ ଉହ୍ଲାଇ ଦେଇ ବିମାନଟିକୁ ଜବତ କରିଛି    । ଏହି ବିମାନଟି ପାକିସ୍ତାନContinue reading “ଋଣ ସୁଝି ନ ପାରିବାରୁ ପାକିସ୍ତାନକୁ ଝଟକା ଦେଲା ମାଲେସିଆ । ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଜବତ୍ କଲା ବିମାନ”

୯ମ ରାଉଣ୍ଡ ବୈଠକରେ ବି ବାହାରିଲାନି ସମାଧାନର ରାସ୍ତା । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ, ୧୯ରେ ପରବର୍ତ୍ତୀ ବୈଠକ ।

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ଶେଷ ହୋଇଛି । ତେବେ ନବମ ରାଉଣ୍ଡ ବୈଠକରୁ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ । ଆସନ୍ତା ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ ପରବର୍ତ୍ତୀ ବୈଠକ ବସିବ । ତେବେ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ କୃଷି ଆଇନ୍ ସମ୍ପର୍କରେ ଆଲୋଚନା ହୋଇଥିଲା । କିନ୍ତୁ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାରContinue reading “୯ମ ରାଉଣ୍ଡ ବୈଠକରେ ବି ବାହାରିଲାନି ସମାଧାନର ରାସ୍ତା । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ, ୧୯ରେ ପରବର୍ତ୍ତୀ ବୈଠକ ।”

ଖୋଲିବ କିଡନୀ କେଳେଙ୍କାରୀ । ୩ ଦିନିଆ ରିମାଣ୍ଡ ପାଇଁ କମିଶନରେଟ୍ ପୋଲିସକୁ ମିଳିଲା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ।

କନକ ବ୍ୟୁରୋ : ଖୋଲିବ କିଡନୀ ରାକେଟର ଗୁମର । କିଡନୀ ରାକେଟରେ ଗିରଫ ଠକ ହିମାଂଶୁ ନନ୍ଦଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସ ମାଗିଥିବା ରିମାଣ୍ଡକୁ ଏସଡିଜିଏମ କୋର୍ଟ ମଞ୍ଜୁର କରିଛନ୍ତି । ଆସନ୍ତାକାଲି ଠାରୁ କିଡନୀ ଠକ ହିମାଂଶୁଙ୍କୁ ରିମାଣ୍ଡରେ ଆଣି ଏହି ରାକେଟ ପଛରେ କିଏ କିଏ ଅଛନ୍ତି, କିଡନୀ ରାକେଟର ଚେର କେତେ ବାଟ ରହିଛି ଅଧିକ ଖୋଳତାଡ କରାଯିବ ବୋଲି ସୂଚନାContinue reading “ଖୋଲିବ କିଡନୀ କେଳେଙ୍କାରୀ । ୩ ଦିନିଆ ରିମାଣ୍ଡ ପାଇଁ କମିଶନରେଟ୍ ପୋଲିସକୁ ମିଳିଲା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ।”

ଭିନ୍ନ ଭାବେ ସକ୍ଷମ ଗଜପତିର ହରିଶ୍ଚନ୍ଦ୍ର: ଦିବ୍ୟାଙ୍ଗ ହୋଇବି ପରିବା ଚାଷ କରି ନିଜ ପାଇଁ ତିଆରି କରିଛନ୍ତି ସ୍ୱତନ୍ତ୍ର ପରିଚୟ

କନକ ବ୍ୟୁରୋ: ଅକ୍ଷମ ନୁହଁ ସେ ସକ୍ଷମ । ଦିବ୍ୟାଙ୍ଗ ହୋଇସୁଦ୍ଧା ସେ ଜଣେ ସଫଳ ଚାଷୀ । ଗଜପତି ଜିଲ୍ଲାର ହରିଶ୍ଚନ୍ଦ୍ର ବେହେରା ଭିନ୍ନକ୍ଷମ ହୋଇ ବି ପରିବା ଚାଷ କରି ପାଂଚ ପ୍ରାଣୀ କୁଟୁମ୍ବକୁ ଯୋଗାଇ ଆସୁଛନ୍ତି ଆହାର । ଭିନ୍ନକ୍ଷମ ଭତାକୁ ଛାଡିଦେଲେ ତାଙ୍କୁ ଆଉ କୌଣସିି ସରକାରୀ ସହାୟତା ମିଳୁନାହିଁ । ଦିବ୍ୟାଙ୍ଗ ପାଇଁ ବହୁ ସରକାରୀ ଯୋଜନା ରହିଥିଲେ, ମଧ୍ୟ ହରିଶ୍ଚନ୍ଦ୍ରଙ୍କୁ କୌଣସି ଯୋଜନାରେ ସାମିଲ କରାଯାଇନାହିଁ । କ୍ଷେତରେContinue reading “ଭିନ୍ନ ଭାବେ ସକ୍ଷମ ଗଜପତିର ହରିଶ୍ଚନ୍ଦ୍ର: ଦିବ୍ୟାଙ୍ଗ ହୋଇବି ପରିବା ଚାଷ କରି ନିଜ ପାଇଁ ତିଆରି କରିଛନ୍ତି ସ୍ୱତନ୍ତ୍ର ପରିଚୟ”

ଖୋର୍ଦ୍ଧାର ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ଚମ୍ପେଇଲର ଦୁଃଖ: ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ ୨୯ ଜଣ; ଏବେ କେବଳ ମାନପତ୍ରରେ ଅଟକି ଯାଇଛି ସଂଗ୍ରାମୀଙ୍କ ସ୍ମାରକ

କନକ ବ୍ୟୁରୋ: ଦେଶକୁ ସ୍ୱାଧୀନ କରିବା ପାଇଁ ଦିନେ ଯେଉଁମାନେ ଲଢେଇ କରିଥିଲେ ବ୍ରିଟିଶ ବିରୋଧରେ । ଆଜି ସେମାନଙ୍କ ସ୍ମତି ଖଣ୍ଡିଏ ନାହିଁ ଗାଁ ଭିତରେ । ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ସଂଗ୍ରାମରେ ଝାସ ଦେଇଥିଲେ ଖୋର୍ଧା ଜିଲ୍ଲାର ଚମ୍ପାଇଲ ଗାଁର ୨୯ ଜଣ ସଂଗ୍ରାମୀ । ମାନପତ୍ରକୁ ବାଦ ଦେଲେ ଏବେ ସ୍ମୃତି କହିଲେ କିଛି ବି ନାହିଁ । ଖୋର୍ଧା ବଲାଙ୍ଗିର ୫୭ ନଂବର ଜାତୀୟ ରାଜପଥ ପିଚୁକୁଳି ଠାରୁContinue reading “ଖୋର୍ଦ୍ଧାର ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ଚମ୍ପେଇଲର ଦୁଃଖ: ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ ୨୯ ଜଣ; ଏବେ କେବଳ ମାନପତ୍ରରେ ଅଟକି ଯାଇଛି ସଂଗ୍ରାମୀଙ୍କ ସ୍ମାରକ”

ମରୁଡି ପ୍ରବଣ ଅଂଚଳରେ ହସୁଛି ସୁନାର ଫସଲ: ପଦ୍ମପୁର ଚାଷୀଙ୍କ ମୁହଁରେ ହସ ଫୁଟାଇଲା ସରକାରଙ୍କ ଉଠାଜଳସେଚନ ପ୍ରକଳ୍ପ

କନକ ବ୍ୟୁରୋ: ଚାଷୀ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ଚାଷୀଙ୍କୁ ଚାଷ କାମରେ ଅଗ୍ରଗତି କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତାମଧ୍ୟରୁ ଉଠାଜଳସେଚନ ଯୋଜନା ଅନ୍ୟତମ । ଏହି ଯୋଜନା ଯୋଗୁଁ ଟାଙ୍ଗରା ଭୁଇଁରେ ଚାଷୀ ସୁନାର ଫସଲ ଫଳାଇ ପାରୁଛି । ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପିଡିତ ଅଂଚଳ । ଏଠାକାର ଚାଷୀ କେବଳ ବର୍ଷାContinue reading “ମରୁଡି ପ୍ରବଣ ଅଂଚଳରେ ହସୁଛି ସୁନାର ଫସଲ: ପଦ୍ମପୁର ଚାଷୀଙ୍କ ମୁହଁରେ ହସ ଫୁଟାଇଲା ସରକାରଙ୍କ ଉଠାଜଳସେଚନ ପ୍ରକଳ୍ପ”

ସ୍ୱାଭିମାନ ଅଂଚଳର ଭାତ ହାଣ୍ଡି ପାଲଟିବ ବାଲିମେଳା ଜଳଭଣ୍ଡାର: ମାଛ ମାରି ଜୀବିକା ନିର୍ବାହ ପାଇଁ ଲୋକଙ୍କୁ ସହାୟତା କରୁଛି ମତ୍ସ୍ୟ ବିଭାଗ

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳବାସୀଙ୍କୁ ରୋଜଗାର ଯୋଗାଉଛି ବାଲିମେଳା ଜଳଭଣ୍ଡାର । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଳମ୍ବୀ କରିବା ଉଦେଶ୍ୟରେ ବାଲିମେଳା ଜଳଭଣ୍ଡାରରେ ୩ ବର୍ଷ ହେଲା ମାଛ ଯାଅଁଳା ଛାଡୁଛି ଜିଲ୍ଲା ପ୍ରଶାସନ । ୨୦୧୮ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସେତୁ ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସେଥିରେ ମତ୍ସ୍ୟ ଚାଷ ପାଇଁ ୨୦ କୋଟି ଅଂଶ ରଖାଯାଇଥିଲା । ଆଉ ସେହି ସେତୁ ଯୋଜନା ଏବେ ସ୍ୱାଭିମାନ ଅଂଚଳରContinue reading “ସ୍ୱାଭିମାନ ଅଂଚଳର ଭାତ ହାଣ୍ଡି ପାଲଟିବ ବାଲିମେଳା ଜଳଭଣ୍ଡାର: ମାଛ ମାରି ଜୀବିକା ନିର୍ବାହ ପାଇଁ ଲୋକଙ୍କୁ ସହାୟତା କରୁଛି ମତ୍ସ୍ୟ ବିଭାଗ”

ଶପଥ ନେବା ପୂର୍ବରୁ ଆମେରିକାବାସୀଙ୍କୁ ଖୁସି କରିଦେଲେ ଜୋ-ବାଇଡେନ୍ । ଘୋଷଣା କଲେ ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ । ପ୍ରତି ନାଗରିକଙ୍କ ଖାତାକୁ ଯିବ ୩୦ ହଜାର ଟଙ୍କା

କନକ ବ୍ୟୁରୋ : ସବୁ ଘାତ ପ୍ରତିଘାତ ଭିତରେ ଆସନ୍ତା ୨୦ ତାରିଖରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ- ବାଇଡେନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସେ ତାଙ୍କର ନିର୍ବାଚନ ପ୍ରତିଶୃତି ପାଳନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡିଥିବା ଆମେରିକା ଅର୍ଥନୀତିର ସୁଧାର ଆଣିବାକୁ ସେ ୧.୯ ଟ୍ରିିଲିୟନ ଡଲାର ବା ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ।Continue reading “ଶପଥ ନେବା ପୂର୍ବରୁ ଆମେରିକାବାସୀଙ୍କୁ ଖୁସି କରିଦେଲେ ଜୋ-ବାଇଡେନ୍ । ଘୋଷଣା କଲେ ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ । ପ୍ରତି ନାଗରିକଙ୍କ ଖାତାକୁ ଯିବ ୩୦ ହଜାର ଟଙ୍କା”

Design a site like this with WordPress.com
Get started