ଆସୁଛି ଟିକା, ହାରିବ କରୋନା : ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଧରି ଭୁବନେଶ୍ୱର ଅଭିମୁଖେ ବିମାନ

କନକ ବ୍ୟୁରୋ : ବିଶ୍ୱ ମହାମାରୀ କରୋନାରୁ ଖୁବ ଶୀଘ୍ର ମିଳିବାକୁ ଯାଉଛି ମୁକ୍ତି । କାରଣ ୧୩୦ କୋଟି ଲୋକଙ୍କ ଦେଶ ଭାରତରେ ଏହି ମହାମାରୀର ମୁକାବିଲା ପାଇଁ ବଡ଼ ଧରଣର ଲଢେଇ ଆରମ୍ଭ ହେବାକୁ ଯାଉଛି । କେମିତି ପହଂଚିବ କରୋନା ଟିକା ? – ଦେଶର ୧୩ଟି ସହରରେ ପହଂଚିବ କୋଭିସିଲ୍ଡ ଟିକା – ଦିଲ୍ଲୀରେ ସ୍ପାଇସ ଜେଟ୍ରେ ପହଂଚିବ କରୋନା ଟିକା – ପୁଣେର ସେରମ ଇନଷ୍ଟିଚ୍ୟୁଟ ଦେଲା ୧ କୋଟିContinue reading “ଆସୁଛି ଟିକା, ହାରିବ କରୋନା : ପୁଣେର ସିରମ୍ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଧରି ଭୁବନେଶ୍ୱର ଅଭିମୁଖେ ବିମାନ”

ଗାଁ ଗାଁ ବୁଲି ଚୁଡି ବିକୁଥିଲେ, ଏବେ ଆଇଏଏସ ଅଫିସର । ଜାଣନ୍ତୁ ସଂଘର୍ଷର ସିଡି ଚଢି ସଫଳତା ପାଇଥିବା ଆଇଏଏସ ରମେଶଙ୍କ କାହାଣୀ ।

କନକ ବ୍ୟୁରୋ : ଯେକୌଣସି ସମୟରେ ଜୀବନ ପରିବର୍ତ୍ତନ ହୋଇପାରେ। ବାସ୍‌ ଖାଲି ପରିବର୍ତ୍ତନ ପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ରମେଶ ଘୋଲାପଙ୍କଠାରୁ ଏହି କଥାକୁ ଆଉକେହି ବେଶି ଭଲ ଭାବେ ବୁଝିପାରିବେ ନାହି। ୨୦୧୨ ବ୍ୟାଚର ଆଇଏଏସ୍‌ ଅଧିକାରୀ ରମେଶ ପିଲାଦିନରେ ରାମୁ ନାମରେ ପରିଚିତ ଥିଲେ ଓ ସେ ସମୟରେ ସେ ଅନେକ କଷ୍ଟକୁ ଅଙ୍ଗେ ନିଭାଇ ବଡ଼ ହୋଇଛନ୍ତି। ରମେଶଙ୍କ କାହାଣୀ ନିଶ୍ଚିତ ଭାବରେ ଆପଣଙ୍କୁ ଅନେକ ପ୍ରେରଣା ଦେବ। ରମେଶଙ୍କContinue reading “ଗାଁ ଗାଁ ବୁଲି ଚୁଡି ବିକୁଥିଲେ, ଏବେ ଆଇଏଏସ ଅଫିସର । ଜାଣନ୍ତୁ ସଂଘର୍ଷର ସିଡି ଚଢି ସଫଳତା ପାଇଥିବା ଆଇଏଏସ ରମେଶଙ୍କ କାହାଣୀ ।”

ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ : ନାଲକୋ ଛକରେ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ

କନକ ବ୍ୟୁରୋ : ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ । ନାଲକୋ ଛକରେ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି  । ଯୁବ କଂଗ୍ରେସର ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ଦେଖାଇଛନ୍ତି । ମାହାଙ୍ଗା ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତ କୁଳମଣି ବରଳାଙ୍କ ପରିବାରକୁ ଭେଟିବେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ରContinue reading “ରାଜଧାନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାପତାକା ପ୍ରଦର୍ଶନ : ନାଲକୋ ଛକରେ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ”

ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କୁ କରୋନା । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଥାଇଲାଣ୍ଡରେ ଅଛନ୍ତି ସାଇନା, ଟେଷ୍ଟ ପରେ ରହିଛନ୍ତି ସଙ୍ଗରୋଧରେ । 

କନକ ବ୍ୟୁରୋ : ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କୁ କରୋନା । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ  ଥାଇଲାଣ୍ଡରେ ଥିବା ସାଇନା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଥାଇଲାଣ୍ଡର ହସ୍ପିଟାଲରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ତେବେ ସାଇନାଙ୍କୁ କରୋନା ହେବା ଭାରତକୁ ବଡ ଝଟକା ଦେଇଛି । କାରଣ ୧୨ରୁ ୧୭ ମଧ୍ୟରେ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥାନ୍ତା । ଏହାପରେ ୧୯ରୁ ୨୪ ଜାନୁଆରୀ ମଧ୍ୟରେ ଆଉ ଏକ ଟୁର୍ଣ୍ଣାମେଣ୍ଟ ଖେଳିଥାନ୍ତେ । କରୋନା ପାଇଁContinue reading “ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲଙ୍କୁ କରୋନା । ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପାଇଁ ଥାଇଲାଣ୍ଡରେ ଅଛନ୍ତି ସାଇନା, ଟେଷ୍ଟ ପରେ ରହିଛନ୍ତି ସଙ୍ଗରୋଧରେ । “

କୁକୁଡ଼ା ଲଢ଼େଇକୁ ନେଇ ପୁଲିସ-ଜନତା ଖଣ୍ଡଯୁଦ୍ଧ: ଚଢ଼ାଉ ବେଳେ ଏସଡ଼ିପିଓଙ୍କ ଉପରକୁ ଟେକା ପଥର ମାଡ଼ କଲେ ଗାଁଲୋକ

କନକ ବ୍ୟୁରୋ: କୁକୁଡ଼ା ଲଢ଼େଇକୁ ନେଇ ପୁଲିସ ଜନତା ଖଣ୍ଡଯୁଦ୍ଧ । ଗାଁ ଲୋକଙ୍କ ଆକ୍ରମଣରେ ଆଇପିଏସ ଅଧିକାରୀଙ୍କ ସମେତ ୪ ପୁଲିସ କର୍ମୀ ଆହତ । ମାଲକାନଗିରି ପଡ଼ିଆ ବ୍ଲକ ମାରଣପାଲି ଠାରେ ଦେଖିବାକୁ ମିଳିଛି ଏହି ଘଟଣା । କୁକୁଡ଼ା ଲଢ଼େଇ ଖେଳ ଉପରେ ଘଟଣା ସ୍ଥଳକୁ ଚଢ଼ାଉ କରିବାକୁ ଯାଇଥିଲା ପୋଲିସ । ଚଢ଼ାଉ ସମୟରେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ଗାଁ ଲୋକ । ଘଟଣାରେ ୩୦ରୁ ଅଧିକContinue reading “କୁକୁଡ଼ା ଲଢ଼େଇକୁ ନେଇ ପୁଲିସ-ଜନତା ଖଣ୍ଡଯୁଦ୍ଧ: ଚଢ଼ାଉ ବେଳେ ଏସଡ଼ିପିଓଙ୍କ ଉପରକୁ ଟେକା ପଥର ମାଡ଼ କଲେ ଗାଁଲୋକ”

ଯୁବପିଢ଼ୀଙ୍କ ପାଇଁ କାଳ ସାଜୁଛି ମୋବାଇଲ ଗେମ୍‌…ଅଭିଭାବକଙ୍କ ଆକାଉଣ୍ଟ୍ରୁ ଚାଲିଗଲା ୪୦ ହଜାର

କନକ ବ୍ୟୁରୋ: ଯୁବପିଢ଼ୀଙ୍କୁ ପାଗଳ କରିଦେଇଛି ମୋବାଇଲ୍‌ ଗେମ୍‌। ପିୟୁବିଜି(ପବ୍‌ଜୀ),  ଫ୍ରିଫାୟର, କ୍ୟାଣ୍ତିକ୍ରସ, କାଉଣ୍ଟର ଷ୍ଟ୍ରାଇକ, କଲ୍‌ଅଫ୍‌ ଡ୍ୟୁଟି, ସିଓସି ଇତ୍ୟାଦି ଖେଳ ଓ ଟେମ୍ପୁଲ ରନ୍‌  ଇତ୍ୟାଦି ମୋବାଇଲ୍‌ରେ ଖେଳିବା ଓ ଏହାକୁ ଧରି ପ୍ରତିଦିନ ଘଣ୍ଟାଘଣ୍ଟା ବ୍ୟର୍ଥରେ ବିତାଇବା ନିତିଦିନିଆରେ ପରିଣତ ହୋଇଯାଇଛି। କିଛିମାସ ତଳେ କେନ୍ଦ୍ର ସରକାର ଚୀନ୍‌ର ମୋବାଇଲ ଆପ୍‌ ଗୁଡିକୁ ବାରଣକରିବା ପରେ ଏହାର ସମାନ୍ତରାଳ ମୋବାଇଲ୍‌ ଆପ୍‌ ବର୍ତ୍ତମାନ ମାଗଣାରେ ଡାଉନ୍‌ଲୋଡ ହେଉଛି। କିନ୍ତୁ ଟଙ୍କାଦେଇ ଟପ୍‌ଅପ୍‌ କରିବା,Continue reading “ଯୁବପିଢ଼ୀଙ୍କ ପାଇଁ କାଳ ସାଜୁଛି ମୋବାଇଲ ଗେମ୍‌…ଅଭିଭାବକଙ୍କ ଆକାଉଣ୍ଟ୍ରୁ ଚାଲିଗଲା ୪୦ ହଜାର”

ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିବ ବିମାନ: ପ୍ରଥମ ଦିନରେ ବେଙ୍ଗାଲୁରୁ ପାଇଁ ୮୦% ଓ ମୁମ୍ବାଇକୁ ୫୦% ଟିକେଟ ବୁକିଂ

କନକ ବ୍ୟୁରୋ: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଳୁରୁ ଓ ମୁମ୍ବାଇକୁ ବିମାନ ଉଡିବ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ପ୍ରଥମ ବିମାନ ଉଡାଣ ପାଇଁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସ୍ପାଇସ ଜେଟ୍ ପକ୍ଷରୁ ବୋଇଂ -୭୩୭,  ସପ୍ତାହକୁ ୪ ଦିନ ଏହି ବିମାନ ଚାଲିବ । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରିContinue reading “ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିବ ବିମାନ: ପ୍ରଥମ ଦିନରେ ବେଙ୍ଗାଲୁରୁ ପାଇଁ ୮୦% ଓ ମୁମ୍ବାଇକୁ ୫୦% ଟିକେଟ ବୁକିଂ”

ପାସବୁକ ପାଇଁ ୪୫ କିଲୋମିଟର ପଦଯାତ୍ରା: ଖାତା ଖୋଲିବାକୁ ତୁଳସୀ ଘାଟିରୁ ମାଥିଲି ସଦରକୁ ଚାଲି ଚାଲି ଆସିଛନ୍ତି ଘାଟି ମଣିଷ; ହାଡଭଙ୍ଗା ଶୀତରେ ଜଙ୍ଗଲ ରାସ୍ତାରେ ରାତି ବିତାଇଲେ ବୃଦ୍ଧବୃଦ୍ଧା

କନକ ବ୍ୟୁରୋ: ବ୍ୟାଙ୍କ ପାସବୁକ ପାଇଁ ୪୫ କିଲୋମିଟର ଯାତ୍ରା । ହାଡଭଙ୍ଗା ଶୀତରେ ଜଙ୍ଗଲ ରାସ୍ତାରେ ରାତି ବିତାଇଲେ ବୃଦ୍ଧ ବୃଦ୍ଧା । ମାଲକାନଗିରି ଜିଲା ମାଥିଲି ବ୍ଲକର ମାଓ ପ୍ରବଣ ତୁଳସୀ ଘାଟିରୁ ୧୫ରୁ ଅଧିକ ବୟସ୍କ ପୁରୁଷ, ମହିଳା ଏହିପରି ରାତି ବିତାଇଛନ୍ତି । ପାଦରେ ଚାଲି ଚାଲି ପାସବୁକ ଖୋଲିବା ପାଇଁ ସଦର କୁ ଚାଲି ଆସିଛନ୍ତି ଘାଟି ମଣିଷ । ପେନସନ କୁ ସରକାର ବାଧ୍ୟତାମୂଳକ ପାସବୁକ ସଂଯୋଗକରଣ କରିଥିବାରୁContinue reading “ପାସବୁକ ପାଇଁ ୪୫ କିଲୋମିଟର ପଦଯାତ୍ରା: ଖାତା ଖୋଲିବାକୁ ତୁଳସୀ ଘାଟିରୁ ମାଥିଲି ସଦରକୁ ଚାଲି ଚାଲି ଆସିଛନ୍ତି ଘାଟି ମଣିଷ; ହାଡଭଙ୍ଗା ଶୀତରେ ଜଙ୍ଗଲ ରାସ୍ତାରେ ରାତି ବିତାଇଲେ ବୃଦ୍ଧବୃଦ୍ଧା”

ନକଲି ମିକ୍ସଚର ଫ୍ୟାକ୍ଟ୍ରି ଓ ତେଲ ଗୋଦାମ ଉପରେ ଚଢାଉ : ବିନା ଲାଇସେନ୍ସରେ ଚାଲିଥିଲା ମିକ୍ସଚର୍ ଫ୍ୟାକ୍ଟ୍ରି

କନକ ବ୍ୟୁରୋ : କଂଟାବାଞ୍ଜି ସହରର ବିଭିନ୍ନ ମିକ୍ସଚର୍ ଫ୍ୟାକ୍ଟ୍ରି ଓ ତେଲ ମିଲ୍ ଉପରେ ଚଢାଉ କରିଛି ବଲାଙ୍ଗିର ପୋଲିସ । ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ, ଓଜନ ମାପଦଣ୍ଡ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଛି । ବିକାଶ ଜୈନ ନାମକ ଜନୈକ ବ୍ୟକ୍ତି ବିନା ଲାଇସେନ୍ସରେ ମିକ୍ସଚର୍ ଫ୍ୟାକ୍ଟ୍ରି ପରିଚାଳନା କରୁଥିବା ଜଣାପଡିଛି । ସେହିପରି ଚଟୁଅନକା ଲକ୍ଷ୍ମୀଷ୍ଟୋରରେ ଚଢାଉ ବେଳେ ଏଠାରେ ନକଲି ତେଲ ମହଜୁଦ୍ ଥିବା ଜଣାପଡିଛିContinue reading “ନକଲି ମିକ୍ସଚର ଫ୍ୟାକ୍ଟ୍ରି ଓ ତେଲ ଗୋଦାମ ଉପରେ ଚଢାଉ : ବିନା ଲାଇସେନ୍ସରେ ଚାଲିଥିଲା ମିକ୍ସଚର୍ ଫ୍ୟାକ୍ଟ୍ରି”

ମଦ୍ୟପଙ୍କୁ ପିଟିଲେ ମଦ ଦୋକାନୀ: ବଚସାରୁ ହେଲେ ହାତାହାତି…ଲୁହା ରଡ଼ରେ ପିଟିିଲେ ଦୋକାନୀ

କନକ ବ୍ୟୁରୋ: ମଦ୍ୟପଙ୍କୁ ପିଟିଲେ ମଦ ଦୋକାନୀ । ମଦ ଦୋକାନୀଙ୍କ ଆକ୍ରମଣର ପୁରା ଘଟଣା କଏଦ ହେଲା ସିସିଟିଭିରେ । ମଦ୍ୟ ଦାମ ଅଧିକକୁ ନେଇ ଘଟିଛି ଏହି ଘଟଣା । କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ଘାଗରା ଗାଁର ୩ଜଣ ଯୁବକ ନିଶା ସେବନ ପାଇଁ ଦୋକାନକୁ ଯାଇଥିଲେ । ଦୋକାନୀ ମଦ ଦାମ୍ ଅଧିକ ନେବାରୁ ଏମାନେ ପ୍ରତିବାଦ କରିଥିଲେ । ମଦ୍ୟପଙ୍କContinue reading “ମଦ୍ୟପଙ୍କୁ ପିଟିଲେ ମଦ ଦୋକାନୀ: ବଚସାରୁ ହେଲେ ହାତାହାତି…ଲୁହା ରଡ଼ରେ ପିଟିିଲେ ଦୋକାନୀ”

Design a site like this with WordPress.com
Get started