ଲିଙ୍ଗରାଜ ମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ ଖୁସି ଖବର : ଏଣିକି ମନ୍ଦିରରେ ପ୍ରବେଶ ପାଇଁ ସମସ୍ତଙ୍କର ହେବ ନାହିଁ କୋଭିଡ୍ ଟେଷ୍ଟ; ମନ୍ଦିର ନିକଟରେ ହେବ ଥର୍ମାଲ ସ୍କ୍ରିନିଂ 

କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜ ଭକ୍ତଙ୍କ ଲାଗି ଖୁସି ଖବର । ଏଣିକି ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଲାଗି କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । ମନ୍ଦିର ନିକଟରେ ସ୍କ୍ରିନିଂ କରି ସମସ୍ତଙ୍କୁ ମନ୍ଦିରକୁ ଛଡାଯିବ ବୋଲି ନିଷ୍ପତି ନେଇଛି ପ୍ରଶାସନ । ସ୍କ୍ରିନିଂ ବେଳେ କୋଭିଡ୍ ଲକ୍ଷଣ ଦେଖାଦେଲେ ସେମାନଙ୍କର କେବଳ କୋଭିଡ୍ ପରୀକ୍ଷା କରାଯିବ । ୬ ତାରିଖରୁ ସମସ୍ତଙ୍କ ପାଇଁ ଲିଙ୍ଗରାଜ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବ ନିୟମContinue reading “ଲିଙ୍ଗରାଜ ମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ ଖୁସି ଖବର : ଏଣିକି ମନ୍ଦିରରେ ପ୍ରବେଶ ପାଇଁ ସମସ୍ତଙ୍କର ହେବ ନାହିଁ କୋଭିଡ୍ ଟେଷ୍ଟ; ମନ୍ଦିର ନିକଟରେ ହେବ ଥର୍ମାଲ ସ୍କ୍ରିନିଂ “

ଖୁବଶୀଘ୍ର ଦେଶରେ ହେବ ଟିକାକରଣ : ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ୮ ତାରିଖରେ ହେବ ଆଉ ଏକ ଡ୍ରାଏ ରନ୍

କନକ ବ୍ୟୁରୋ : ଆଜି ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । କୋଭିଡ ଟିକାକରଣ ପାଇଁ ରାଜ୍ୟଗୁଡିକ କିଭଳି ପ୍ରସ୍ତୁତି କରିଛନ୍ତି, ସେନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଦିନ ସାଢେ ୧୨ଟାରେ ଭିଡିଓ କନଫରେନସିଂ ଜରିଆରେ ହେବ ଏହି ଉଚ୍ଚସ୍ତରୀୟ ବୈଠକ । ଦୁଇଟି ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ପରେ ଦେଶବ୍ୟାପୀ ଟିକାକରଣକୁ ସୁଚାରୁ ରୂପେ କରିବା ପାଇଁ କୋ-ୱିନ ନାମରେ ଏକContinue reading “ଖୁବଶୀଘ୍ର ଦେଶରେ ହେବ ଟିକାକରଣ : ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ୮ ତାରିଖରେ ହେବ ଆଉ ଏକ ଡ୍ରାଏ ରନ୍”

୯ ମାସ ପରେ ରାଜ୍ୟରେ ଖୋଲିବ ମଦ ବାର : ଅବକାରୀ ବିଭାଗର ନିର୍ଦ୍ଦେଶନାମା; କରୋନା କଟକଣା ଭିତରେ ହୋଟେଲ, ରେଷ୍ଟ୍ରୁରାଂଟ ଓ ବିୟର ପାର୍ଲରରେ ବସି ମଦ ପିଇ ପାରିବେ ଗ୍ରାହକ

କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ମଦ ବାର । ଦୀର୍ଘ ୯ ମାସ ପରେ ବାର ଖୋଲିବାକୁ ଯାଉଛି । ଫଳରେ ବିୟର ପାର୍ଲର, ହୋଟେଲ, ରେଷ୍ଟୁରାଂଟ ଓ କ୍ଲବରେ ବସି ମଦ ପିଇ ପାରିବେ ଗ୍ରାହକ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ରାଜ୍ୟ ଅବକାରୀ ବିଭାଗ । ପୂର୍ବରୁ କେବଳ ଟେକ୍-ଆୱେ ଅର୍ଥାତ ମଦ କିଣିନେବା ପାଇଁ ଅନୁମତି ରହିଥିଲା । ହୋମ ଡେଲିଭରି ମଧ୍ୟ କରୁଥିଲେ ମଦ ବିକ୍ରେତା । କିନ୍ତୁContinue reading “୯ ମାସ ପରେ ରାଜ୍ୟରେ ଖୋଲିବ ମଦ ବାର : ଅବକାରୀ ବିଭାଗର ନିର୍ଦ୍ଦେଶନାମା; କରୋନା କଟକଣା ଭିତରେ ହୋଟେଲ, ରେଷ୍ଟ୍ରୁରାଂଟ ଓ ବିୟର ପାର୍ଲରରେ ବସି ମଦ ପିଇ ପାରିବେ ଗ୍ରାହକ”

ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ । ୩ ମାସ ବିତିଲା, ମିଳିଲାନି ଅଗ୍ନିବିପନ୍ନଙ୍କୁ ସହାୟତା ।

କନକ ବ୍ୟୁରୋ : ବେଗୁନିଆ ତହସିଲ ଅନ୍ତର୍ଗତ ବୋତଳମା ପଂଚାୟତର ରକତପାଟଣା ଗାଁରେ ଗତ ନଭେମ୍ବର ୧୪ ତାରିଖରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଏଯାଏଁ ସହାୟତା ମିଳିନଥିବାରୁ ଗାଁରେ ଅସନ୍ତୋଷ ସୃଷ୍ଟି ହୋଇଛି । ନଭେମ୍ବର ୧୪, ଦୀପାବଳି ରାତିରେ ଅଗ୍ନିକାଣ୍ଡ ଯୋଗୁଁ ଶ୍ରୀଧର ମହାପାତ୍ର, ମନୋରଂଜନ ମହାପାତ୍ର, ମନୋଜ ମହାପାତ୍ର, ବାସନ୍ତୀ ମହାପାତ୍ର, କୌଶଲ୍ୟା ମହାପାତ୍ରଙ୍କ ୫ ବଖରା ପୋଡ଼ି ଯାଇଥିଲା । ପଂଚାୟତ ଓ ବ୍ଲକ କର୍ତୃପକ୍ଷ ଅଗ୍ନିକାଣ୍ଡପରେ ସରଜମିନ ତଦନ୍ତ କରିContinue reading “ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ । ୩ ମାସ ବିତିଲା, ମିଳିଲାନି ଅଗ୍ନିବିପନ୍ନଙ୍କୁ ସହାୟତା ।”

ଘାଟିରୁ ଆସିଲା ବରଫପାତର ରୋମାଂଚକର ଚିତ୍ର । ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ୪ ଦିନ ଧରି ବରଫ ବର୍ଷାରେ ଜାମ୍ମୁ-ଲେହ ରାଜମାର୍ଗରେ ଗମନାଗମନ ଠପ୍ ।

କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତର ଭାରତ । ଏହା ମଧ୍ୟରେ ଜାମ୍ମୁକାଶ୍ମୀରରୁ ବରଫ ପାତର ଯେଉଁ ଚିତ୍ର ଆସିଛି, ତାହା ଆପଣଙ୍କ ଆଖିକୁ ତାଜା କରିଦେବ । ଲଗାତର ୪ ଦିନ ଧରି ଶ୍ରୀନଗରରେ ଜାରି ରହିଛି ବରଫ ପାତ । ଫଳରେ ଜାମ୍ମୁ-ଶ୍ରୀନଗରକୁ ସଂଯୋଗ କରୁଥିବା ରାଜପଥରେ ଗମନାଗମନ ପୁରା ଠପ୍ ହୋଇଯାଇଛି । ବରଫ ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର ସହର । ସାରା ସହରରେ ବରଫ ଭର୍ତି ।Continue reading “ଘାଟିରୁ ଆସିଲା ବରଫପାତର ରୋମାଂଚକର ଚିତ୍ର । ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ୪ ଦିନ ଧରି ବରଫ ବର୍ଷାରେ ଜାମ୍ମୁ-ଲେହ ରାଜମାର୍ଗରେ ଗମନାଗମନ ଠପ୍ ।”

ଇସ୍ରୋର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ କରାଯାଇଥିଲା ଷଡଯନ୍ତ୍ର । ତିନି ବର୍ଷ ତଳେ ଖାଦ୍ୟରେ ଦିଆଯାଇଥିଲା ବିଷାକ୍ତ ଆର୍ସେନିକ ଟ୍ରାଇ-ଅକ୍ସାଇଡ୍ 

କନକ ବ୍ୟୁରୋ : ଆମେ ଯାହା କହିବାକୁ ଯାଉଛୁ, ତାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା କୌଣସି ଚଳଚିତ୍ରର କାହାଣୀ ଠାରୁ କିଛି କମ୍ ନୁହେଁ । ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ଦିଆଯାଇଥିଲା ବିଷ । ତିନି ବର୍ଷ ତଳେ ଦୋଷା ସହ ବିଷ ଦିଆଯାଇଥିବା କହିଛନ୍ତି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ର । ବଲିଉଡ୍ କାହାଣୀ ଭଳି ଲାଗୁଥିଲେ ବି ଏପରି ଘଟିଛି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ରଙ୍କ ଜୀବନରେContinue reading “ଇସ୍ରୋର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ମାରିବାକୁ କରାଯାଇଥିଲା ଷଡଯନ୍ତ୍ର । ତିନି ବର୍ଷ ତଳେ ଖାଦ୍ୟରେ ଦିଆଯାଇଥିଲା ବିଷାକ୍ତ ଆର୍ସେନିକ ଟ୍ରାଇ-ଅକ୍ସାଇଡ୍ “

ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ ବାଟ ଛାଡୁନି ବେଜିଂ ।

କନକ ବ୍ୟୁରୋ : କରୋନାର ଉତ୍ପତି ସ୍ଥଳ ବିଷୟରେ ଜାଣିବା ପାଇଁ ବେଜିଂରେ ଓହ୍ଲାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ । ଅନ୍ତିମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳକୁ ଯିବାକୁ ବାରଣ କରିଛି ଚୀନ୍ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଧାହୋନମ୍ ଟେଡ୍ରୋସ୍ । ଟେଡ୍ରୋସ୍ କହିଛନ୍ତି ତଦନ୍ତ ସମ୍ପର୍କରେ ଚାଇନା ସହିତ ସମସ୍ତ କଥାବାର୍ତା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ଟିମ୍ ବେଜିଂ ଗସ୍ତ କରିଥିଲା । ହେଲେContinue reading “ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ ବାଟ ଛାଡୁନି ବେଜିଂ ।”

ବ୍ରିଟେନର ଡର ବଢାଇଲା କରୋନା ନ୍ୟୁ ଷ୍ଟ୍ରେନ୍ । ଫେବ୍ରୁଆରୀ ୧୫ ଯାଏଁ ସାରା ବ୍ରିଟେନ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କନକ ବ୍ୟୁରୋ : ବ୍ରିଟେନରେ ଭୟଙ୍କର ହେଉଛି କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ରିଟେନର ଚିନ୍ତା ବଢି ଯାଇଛି । ସ୍ଥିତିକୁ ଦେଖି ଫେବ୍ରୁଆରୀ ୧୫ ଯାଏଁ ବ୍ରିଟେନରେ ଲକଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ସେପଟେ ଜର୍ମାନରେ ବି ଲାଗୁ ହୋଇଛି ଲକଡାଉନ୍ । ଆମେରିକାରେ ବି ସ୍ଥିତି ଜଟିଳ । ଏପଟେ ଭାରତରେ କରୋନାର ନୂଆଷ୍ଟ୍ରେନକୁContinue reading “ବ୍ରିଟେନର ଡର ବଢାଇଲା କରୋନା ନ୍ୟୁ ଷ୍ଟ୍ରେନ୍ । ଫେବ୍ରୁଆରୀ ୧୫ ଯାଏଁ ସାରା ବ୍ରିଟେନ ଲକଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍”

ଦେଶବାସୀଙ୍କୁ ୯ ଦିନ ଭିତରେ ମିଳିବ କୋରନା ଟିକା । କେବଳ ଦର ସ୍ଥିର ହେବାକୁ ଅପେକ୍ଷା । ଭାକସିନର ଦାମକୁ ନେଇ ସରକାର ଓ ଟିକା ନିର୍ମାଣକାରୀ କମ୍ପାନୀ ମଧ୍ୟରେ ଚାଲିଛି ଆଲୋଚନା ।

କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଲୋକଙ୍କୁ ମିଳିଯିବ କରୋନା ଟିକା । ବାସ୍ ଟିକାର ଦାମ୍ ସ୍ଥିର ହୋଇଗଲେ ହେଲା । ଏନେଇ ଏବେ ଟିକା ତିଆରି କରୁଥିବା ସଂସ୍ଥା ସହିତ ଭାରତ ସରକାର ଆଲୋଚନା ଜାରି ରଖିଛନ୍ତି । ଭାରତ ସରକାର ବଡ ପରିମାଣରେ ଟିକା ମଗାଇବାକୁ ଥିବାରୁ , ଏବେ ଦାମ୍ ଆଉ କିଛିଟା କମାଇବାକୁ ଚାହୁଥିବାରୁ , ସଂସ୍ଥା ସହିତ ଟିକାକୁ ନେଇ ଦର ଛିଡୁନି । ଏହି ଅଡୁଆ ତୁଟିଗଲେContinue reading “ଦେଶବାସୀଙ୍କୁ ୯ ଦିନ ଭିତରେ ମିଳିବ କୋରନା ଟିକା । କେବଳ ଦର ସ୍ଥିର ହେବାକୁ ଅପେକ୍ଷା । ଭାକସିନର ଦାମକୁ ନେଇ ସରକାର ଓ ଟିକା ନିର୍ମାଣକାରୀ କମ୍ପାନୀ ମଧ୍ୟରେ ଚାଲିଛି ଆଲୋଚନା ।”

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତର ଚାଂଚଲ୍ୟକର ବୟାନ । ପଞ୍ଚାନନ ସେଠୀ କହିଲା, ତାକୁ ଘରୁ ଉଠାଇ ନେଇ ମାଡ଼ ମାରିଥିବାରୁ ରାଗରେ ନେଲା ପ୍ରତିଶୋଧ ।

କନକ ବ୍ୟୁରୋ : ମହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି । ଆଉ ସନ୍ଦିଗ୍ଧ ଥିବା ଆହୁରୀ ୫ ଜଣଙ୍କୁ ଧରିବା ପାଇଁ ଜାଲ ବିଛାଇଛି । ହେଲେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ, ତା ଉପରୁ ପରଦା ହଟିଛି । ପୁଲିସ୍ ଆଖିରେ ଧୁଳି ଦେଇ ଗୋଟିଏ ଥର ଖସିଯିବାକୁ ସଫଳ ହୋଇଥିବା ପଂଚାନନ ସେଠୀ, ଶେଷରେ ପୁଲିସ୍ ପଞ୍ଝାରେ ପଡ଼ିଥିଲା । ଆଉ ଯେତେବେଳେ ଆଜିContinue reading “ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତର ଚାଂଚଲ୍ୟକର ବୟାନ । ପଞ୍ଚାନନ ସେଠୀ କହିଲା, ତାକୁ ଘରୁ ଉଠାଇ ନେଇ ମାଡ଼ ମାରିଥିବାରୁ ରାଗରେ ନେଲା ପ୍ରତିଶୋଧ ।”

Design a site like this with WordPress.com
Get started