କନକ ବ୍ୟୁରୋ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ, ଇସ୍ରୋର ଜଣେ ବରିଷ୍ଠ ଓଡିଆ ବୈଜ୍ଞାନିକ ତପନ ମିଶ୍ର ବଡ ଖୁଲାସା କରିଛନ୍ତି । ମଙ୍ଗଳବାର ଦିନ ସେ ଦାବି କରିଛନ୍ତି, ୩ ବର୍ଷ ତଳେ ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା । ସେ ଅଭିଯୋଗ କରିଛନ୍ତି, ୨୦୧୭ରେ ସେ ବେଙ୍ଗାଲୁରୁର ଇସ୍ରୋ ମୁଖ୍ୟାଳୟରେ ପଦୋନ୍ନତି ପାଇଁ ସାକ୍ଷାତକାର ପାଇଁ ଆସିଥିବାବେଳେ ôତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଯୋଜନା ହୋଇଥିଲା ।Continue reading “ଇସ୍ରୋର ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କ ଚାଂଚଲ୍ୟକର ବୟାନ : ଦୋଷା ଓ ଚଟନୀରେ ବିଷ ଦେଇ ଓ ଘରେ ସାପ ଛାଡି ହୋଇଥିଲା ମାରିବାକୁ ଉଦ୍ୟମ”
Author Archives: Raghaba
ଏଥର ସ୍ୱତନ୍ତ୍ର ଭାବେ ପାଳିତ ହେବ ଗଣତନ୍ତ୍ର ଦିବସ । ଉପସ୍ଥିତ ରହିବେ ନାହିଁ କୌଣସି ମୁଖ୍ୟ ଅତିଥି । ବିଦେଶୀ ଅତିଥିଙ୍କୁ ବି ଦିଆଯିବ ନାହିଁ ନିମନ୍ତ୍ରଣ ।
କନକ ବ୍ୟୁରୋ : ଏଥର ଗଣତନ୍ତ୍ର ଦିବସ ପ୍ୟାରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ । ସରକାରଙ୍କ ତରଫୁରୁ ଏନେଇ ଅନ୍ୟ କୌଣସି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏହା ପୂର୍ବରୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ଏବେ ବ୍ରିଟେନରେ କରୋନାର ନୂଆ ଷ୍ଟେନ୍ ଦେଖିବାକୁ ମିଳିବା ପରେ ଏହାକୁ ନଜରରେ ରଖି ସେ ଭାରତ ଗସ୍ତ ରଦ୍ଦContinue reading “ଏଥର ସ୍ୱତନ୍ତ୍ର ଭାବେ ପାଳିତ ହେବ ଗଣତନ୍ତ୍ର ଦିବସ । ଉପସ୍ଥିତ ରହିବେ ନାହିଁ କୌଣସି ମୁଖ୍ୟ ଅତିଥି । ବିଦେଶୀ ଅତିଥିଙ୍କୁ ବି ଦିଆଯିବ ନାହିଁ ନିମନ୍ତ୍ରଣ ।”
ସାତକୋଶିଆରେ ଘଡିଆଳ କୁମ୍ଭୀର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆଣି ଛଡାଗଲା ଘଡିଆଳ କୁମ୍ଭୀର
କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆଣି ୬ଟି ଘଡିଆଳ କୁମ୍ଭୀର ଅନୁଗୁଳ ଜିଲ୍ଲା ସାତକୋଶିଆ ମହାନଦୀ ଗଣ୍ଡରେ ଛଡାଯାଇଛି । ସେମାନଙ୍କ ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ଦେହରେ ଲଗାଯାଇଛି ଟ୍ରାନ୍ସମିଟର । ଏହି ଘଡିଆଳଙ୍କ ଭିତରେ ୩ଟି ମାଈ ଓ ୩ଟି ଅଣ୍ଡିରା କୁମ୍ଭୀର ଅଛନ୍ତି । ଏଗୁଡିକର ଲମ୍ବ ୨.୩ ମିଟରରୁ ୩,୩ ମିଟର ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ଘଡିଆଳ କୁମ୍ଭୀରଙ୍କ ଦେହରେ ଟ୍ରାନ୍ସମିଟର ଲଗାଇ ଗତContinue reading “ସାତକୋଶିଆରେ ଘଡିଆଳ କୁମ୍ଭୀର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆଣି ଛଡାଗଲା ଘଡିଆଳ କୁମ୍ଭୀର”
ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ଜାନୁଆରୀ ୧୦ ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ କରିପାରିବେ ଆବେଦନ
କନକ ବ୍ୟୁରୋ : ଚଳିତ ମାସ ୮ ତାରିଖରୁ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବାର ନିଷ୍ପତ୍ତି ନେଇଛନ୍ତି । ଶିକ୍ଷାନୁଷ୍ଠାନ ଖୋଲିବାର ମାତ୍ର ୨ ଦିନ ଅର୍ଥାତ ଜାନୁଆରୀ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ପରୀକ୍ଷା ଦେୟ ଓ ଫର୍ମପୂରଣ ଦେୟ ଆଦାୟ ହେବ (ରେଗୁଲାର ଓ ଏକ୍ସ-ରେଗୁଲାର) । ଏନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ନୋଟିଫିକେସନ ବାହାର କରାଯାଇଛି । ମାଟ୍ରିକ ପରୀକ୍ଷାContinue reading “ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ଜାନୁଆରୀ ୧୦ ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ କରିପାରିବେ ଆବେଦନ”
ଚାଷୀ ପାଉନି ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା: ଆମରଣ ଅନଶନରେ ବସିଲେ ବରଗଡ ଗାଇସିଲଟ ବ୍ଲକର ଶତାଧିକ ଚାଷୀ; କୃଷି ସମବାୟ ସମିତି ସମ୍ପାଦକ ପଦକ୍ଷେପ ନନେବାରୁ ଆନ୍ଦୋଳନ
କନକ ବ୍ୟୁରୋ: ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ କଠଉମାଲ କୃଷି ସମବାୟ ସମିତିର ଶତାଧିକ ଚାଷୀ ଆମରଣ ଅନଶନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଂଚିତ ହେବା ପରେ ଚାଷୀମାନେ ଏହି ପଦକ୍ଷେପ ନେଇଛନ୍ତି । ୨୦୧୯-୨୦୨୦ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସମବାୟ ସମିତିର ଚାଷୀ ପ୍ରିମିୟମ ଭରିଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୬ ଜଣ ଚାଷୀ ଏ ଯାଏଁ ବୀମାଟଙ୍କା ପାଇନାହାନ୍ତି । ଆଉ ଏହାର ପ୍ରତିବାଦରେ ଚାଷୀମାନେ କଠଉମାଲContinue reading “ଚାଷୀ ପାଉନି ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା: ଆମରଣ ଅନଶନରେ ବସିଲେ ବରଗଡ ଗାଇସିଲଟ ବ୍ଲକର ଶତାଧିକ ଚାଷୀ; କୃଷି ସମବାୟ ସମିତି ସମ୍ପାଦକ ପଦକ୍ଷେପ ନନେବାରୁ ଆନ୍ଦୋଳନ”
ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଚଢ଼ାଉ ସମୟରେ କରିଥିଲା ତୀର ମାଡ
କନକ ବ୍ୟୁରୋ: ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରୟା ମୁଣ୍ଡା ଗିରଫ । ରୟା ମୁଣ୍ଡାକୁ ଗତ ରାତିରେ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଗିରଫ କରିବାକୁ ଯାଇଥିବା ସମୟରେ ବି ଅଭିଯୁକ୍ତ ପୋଲିସ ଉପରକୁ ପୁଣି ତୀର ମାଡ କରିଥିଲା । ଏହି ସମୟରେ ଅଳ୍ପକେ ବର୍ତି ଯାଇଥିଲେ ଲହୁଣିପଡା ଥାନା ଆଇଆଇସି । ବେଆଇନ ମଦ ବେପାର କରୁଥିବା ଅଭିଯୋଗ ପାଇବା ପରେ ଗତକାଲି ରୟାContinue reading “ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ: ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଚଢ଼ାଉ ସମୟରେ କରିଥିଲା ତୀର ମାଡ”
ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଗିରଫ : ମୁଖ୍ୟ ଅଭିଯୁକ୍ତକୁ ମିଶାଇ ଏପର୍ଯ୍ୟନ୍ତ ୫ଜଣଙ୍କୁ ବାନ୍ଧିଲାଣି ପୋଲିସ; ଅନ୍ୟମାନଙ୍କୁ ଚାଲିଛି ଖୋଜା
କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି । ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ ସମେତ ୪ଜଣକୁ ଗିରଫ କରିଥିଲା ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ କଟକ ଗ୍ରାମଂଚଳ ଏସପି ବି. ଯୁଗଳ କିଶୋର । ୪ ଅଭିଯୁକ୍ତ ହେଲେ ଅରବିନ୍ଦ ଖଟୁଆ, ପଂଚାନନ ସେଠୀ(ମୁଖ୍ୟ ଅଭିଯୁକ୍ତ), ଲଳିତମୋହନ ବରାଳ ଓContinue reading “ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଗିରଫ : ମୁଖ୍ୟ ଅଭିଯୁକ୍ତକୁ ମିଶାଇ ଏପର୍ଯ୍ୟନ୍ତ ୫ଜଣଙ୍କୁ ବାନ୍ଧିଲାଣି ପୋଲିସ; ଅନ୍ୟମାନଙ୍କୁ ଚାଲିଛି ଖୋଜା”
ପରୀ ହତ୍ୟା ମାମଲାରେ ଏସଆଇଟିକୁ ଝଟକା: ବାଲ୍ ସୁଧାର ଗୃହ ଗଲା ଅଭିଯୁକ୍ତ; ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ମାମଲା ସ୍ଥାନାନ୍ତର
କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାରେ ଗିରଫ ନାବାଳକ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାରଗୃହକୁ ନିଆଯାଇଛି । ଗତକାଲି ମଧ୍ୟରାତ୍ରିରେ କଡା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ଅଣାଯାଇଥିଲା । ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇଥିଲେ କୋର୍ଟ । ଅଭିଯୁକ୍ତର ବୟସ ନେଇ ବିବାଦ ଭିତରେ ପକ୍ସୋ କୋର୍ଟ କହିଥିଲେ, ସ୍କୁଲ ଓ ଜନ୍ମ ପ୍ରମାଣପତ୍ର ଆଧାରରେ ସେ ଜଣେ ନାବାଳକ । କିନ୍ତୁ ଏନେଇ ଅଧିକ ଅନୁସନ୍ଧାନ କରିବେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡContinue reading “ପରୀ ହତ୍ୟା ମାମଲାରେ ଏସଆଇଟିକୁ ଝଟକା: ବାଲ୍ ସୁଧାର ଗୃହ ଗଲା ଅଭିଯୁକ୍ତ; ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ମାମଲା ସ୍ଥାନାନ୍ତର”
ଆମାଜନ୍ ସହ ବ୍ୟବସାୟ କରିବ ଫାଲ୍କନ୍ ମେରାଇନ୍ : ତାରାରଞ୍ଜନ ପଟ୍ଟନାୟକଙ୍କ ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ
ସିଫୁଡ୍ ବ୍ୟବସାୟ ଓ ରପ୍ତାନି କ୍ଷେତ୍ରର ଏକ ପରିଚିତ ନାମ ହେଉଛନ୍ତି ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟସ୍ ଲିମିଟେଡ୍ର ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ। ଓଡ଼ିଶାର ଚିଙ୍ଗୁଡ଼ିକୁ ବିଶ୍ବ ବଜାରରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ମହାମାରୀର ପ୍ରଭାବ, ରପ୍ତାନି ବଜାର ଓ ନିଜ ସଂସ୍ଥା ସମ୍ପର୍କରେ ସେ ଯାହା ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି କରୋନା ମହାମାରୀ ପ୍ରଭାବରେ ରାଜ୍ୟ ସିଫୁଡ୍ ବଜାର କିଭଳି ପ୍ରଭାବିତ ହୋଇଛି? କରୋନା ମହାମାରୀ ପୂର୍ବ ବର୍ଷ ଉତ୍ପାଦନContinue reading “ଆମାଜନ୍ ସହ ବ୍ୟବସାୟ କରିବ ଫାଲ୍କନ୍ ମେରାଇନ୍ : ତାରାରଞ୍ଜନ ପଟ୍ଟନାୟକଙ୍କ ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ”
ଚିଲିକାରେ ପକ୍ଷୀ ଗଣନା : ଗତବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ବିଦେଶୀ ପକ୍ଷୀ ସଂଖ୍ୟା
କନକ ବ୍ୟୁରୋ : ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢିଛି । ଟାଙ୍ଗୀ ରେଂଜରେ ସର୍ବାଧିକ ଓ ରମ୍ଭା ରେଂଜରେ ସବୁଠୁ କମ ପକ୍ଷୀ ଠାବ ହୋଇଛି । ଗତ ବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଚିଲିକାରେ ୨୧ଟି ଗ୍ରୁପ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ । ପ୍ରତି ଗ୍ରୁପରେ ଜଣେContinue reading “ଚିଲିକାରେ ପକ୍ଷୀ ଗଣନା : ଗତବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ବିଦେଶୀ ପକ୍ଷୀ ସଂଖ୍ୟା”