ଆଜିଠୁ ଲିଙ୍ଗରାଜରେ ସର୍ବସାଧାରଣ ଦର୍ଶନ । ଆଜିଠାରୁ ଭୁବନେଶ୍ୱର ବାହାର ଲୋକଙ୍କ ପାଇଁ ଖୋଲିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱାର

କନକ ବ୍ୟୁରୋ: ଆଜିଠୁ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । କୋଭିଡ୍ କଟକଣା ଭିତରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ଡିସେମ୍ବର ୨୭ ତାରିଖରୁ ୩୧ ପର୍ଯ୍ୟନ୍ତ ସେବାୟତଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ତାପରେ ନୂଆବର୍ଷରେ ମନ୍ଦିର ୨ ଦିନ ବନ୍ଦ ରହିବା ପରେ ପୁଣି ଜାନୁଆରୀ ୩ରୁ ଭୁବନେଶ୍ୱର ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦେଇଥିଲା ପ୍ରଶାସନ । ଆଜିଠାରୁ ଭୁବନେଶ୍ୱର ବାହାର ଲୋକ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି ।Continue reading “ଆଜିଠୁ ଲିଙ୍ଗରାଜରେ ସର୍ବସାଧାରଣ ଦର୍ଶନ । ଆଜିଠାରୁ ଭୁବନେଶ୍ୱର ବାହାର ଲୋକଙ୍କ ପାଇଁ ଖୋଲିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱାର”

ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ : କରୋନା ସଂକ୍ରମଣ ବୃଦ୍ଧି ହେତୁ ନିଆଯାଇଛି ନିଷ୍ପତ୍ତି; ସଂଘୀୟ ସରକାର ଓ ୧୬ ଟି ରାଜ୍ୟରେ ଲକଡ଼ାଉନ୍ ଘୋଷଣା

କନକ ବ୍ୟୁରୋ : ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ୍ । ବଢୁଥିବା କରୋନାର ସଂକ୍ରମଣକୁ ଦେଖି ମଙ୍ଗଳବାର ଏଭଳି କଠୋର କଟକଣା ଘୋଷଣା କରିଛନ୍ତି ଜର୍ମାନ ଚାନସିଲର ଆଞ୍ଜେଲା ମର୍କେଲ । ଜର୍ମାନୀର ୧୬ଟି ସଂଘୀୟ ରାଜ୍ୟର ମୁଖ୍ୟଙ୍କ ସହ ଆଲୋଚନା ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଲି ପଦକ୍ଷେପ ଘୋଷଣା କରାଯାଇଛି । ଅର୍ଥାତ ଦେଶବ୍ୟାପୀ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୋଷାଣା ହୋଇଛି ଲକଡାଉନ୍ । ଜରୁରୀ ନଥିଲେ ଘରୁContinue reading “ଇଂଲଣ୍ଡ ପରେ ଜର୍ମାନୀରେ ଜାରି ହେଲା ଶକ୍ତ ଲକଡାଉନ : କରୋନା ସଂକ୍ରମଣ ବୃଦ୍ଧି ହେତୁ ନିଆଯାଇଛି ନିଷ୍ପତ୍ତି; ସଂଘୀୟ ସରକାର ଓ ୧୬ ଟି ରାଜ୍ୟରେ ଲକଡ଼ାଉନ୍ ଘୋଷଣା”

ସ୍କୁଲ ଖୋଲିବାକୁ ସଜବାଜ : ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ନିଆଯାଉଛି ପଦକ୍ଷେପ ?

କନକ ବ୍ୟୁରୋ : କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇଥିବାରୁ ୮ ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଭୁବନେଶ୍ବରରେ ଥିବା ସ୍କୁଲ କର୍ତୃପକ୍ଷମାନେ ତତ୍ପରତା ପ୍ରକାଶ କରିଛନ୍ତି । କ୍ଲାସରୁମ୍, ଲାବ୍ରୋଟାରି, ଶୌଚାଳୟକୁ ବିଶୋଧନ କରିବା ସହ ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି । କର୍ମଚାରୀମାନେ କ୍ୟାମ୍ପସକୁ ଆସିବା ସମୟରେ ସେମାନଙ୍କ ଥର୍ମାଲ୍‌ ସ୍କ୍ରିନିଂ ଚାଲିଛି। ହ୍ୟାଣ୍ଡ୍‌ ସାନିଟାଇଜ୍‌Continue reading “ସ୍କୁଲ ଖୋଲିବାକୁ ସଜବାଜ : ଜାଣନ୍ତୁ କେଉଁ ସବୁ ଦିଗ ପ୍ରତି ନିଆଯାଉଛି ପଦକ୍ଷେପ ?”

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ସୌରଭ ଗାଙ୍ଗୁଲି : ହୃଦଘାତରୁ କୋଲକାତା ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିସିସିଆଇ ଅଧ୍ୟକ୍ଷ

କନକ ବ୍ୟୁରୋ : ଆଜି ହସ୍ପିଟାଲରୁ ଜିଶ୍ଚାର୍ଜ ହେବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛି କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲ । ଗତ ୨ ତାରିଖରେ କୋଲକାତା ବାସଭବନରେ ଥିବା ଜିମରେ ଅଭ୍ୟାସ ବେଳେ ହୃଦଘାତର ଶିକାର ହୋଇଥିଲେ ଗାଙ୍ଗୁଲି । ତାଙ୍କର ଆର୍ଟେରି ବ୍ଲକେଜ ରହିଥିବା ହେତୁ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା କହିଛନ୍ତି ଡାକ୍ତର । ଉଡଲ୍ୟାଣ୍ଡସ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ କରାଯାଇଛି । ଏହାପରେContinue reading “ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ସୌରଭ ଗାଙ୍ଗୁଲି : ହୃଦଘାତରୁ କୋଲକାତା ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିସିସିଆଇ ଅଧ୍ୟକ୍ଷ”

ବଡ ଠାକୁରଙ୍କ ଦର୍ଶନ ନପାଇ ଆଉ ଫେରିବ ନାହିଁ ଭକ୍ତ : କଟକଣା କୋହଳ କଲା ପୁରୀ ପ୍ରଶାସନ; ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ଟେଷ୍ଟ କରିପାରିବେ ପର୍ଯ୍ୟଟକ

କନକ ବ୍ୟୁରୋ : ପୁରୀରେ ପର୍ଯ୍ୟଟକ ଘରୋଇ ହସ୍ପିଟାଲ କୋଭିଡ ଟେଷ୍ଟ କରିପାରିବେ । କିନ୍ତୁ ଘରୋଇ ହସ୍ପିଟାଲକୁ ନିୟନ୍ତ୍ରଣରେ ରହି ଏହି ଟେଷ୍ଟ କରିବାକୁ ପଡିବ । ଏହି ସୂଚନା ଦେଇଛନ୍ତି ସିଡିଏମଓ । ପାଖରେ କରୋନା ନେଗେଟିଭ୍ ରିପୋର୍ଟ ନଥିବା କାରଣରୁ ବଡଦେଉଳରେ ବଡଠାକୁରଙ୍କ ଦର୍ଶନ ପାଇଁ ଅନୁମତି ମିଳିନଥିଲା ଅନେକ ଭକ୍ତଙ୍କୁ । ଜଗା ଦର୍ଶନ କରିନପାରି ବଡଦାଣ୍ଡରୁ କାନ୍ଦି କାନ୍ଦି ଫେରିଥିଲେ ଭକ୍ତ । ସେପଟେ ପୁରୀରେ ୧୦ ପର୍ଯ୍ୟଟକ କରୋନାContinue reading “ବଡ ଠାକୁରଙ୍କ ଦର୍ଶନ ନପାଇ ଆଉ ଫେରିବ ନାହିଁ ଭକ୍ତ : କଟକଣା କୋହଳ କଲା ପୁରୀ ପ୍ରଶାସନ; ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ଟେଷ୍ଟ କରିପାରିବେ ପର୍ଯ୍ୟଟକ”

ମଣ୍ଡିରେ ପଡିରହିଛି ଧାନ, ଶୀତ କାକରରେ ଜଗିଛି ଚାଷୀ : କଟନି ଛଟନିରେ ରାଜି ନହେବାରୁ ଧାନ ଉଠାଉ ନାହାନ୍ତି ମିଲର୍ସ; ପଦ୍ମପୁର ଧାନମଣ୍ଡିରେ ତାଲା ପକାଇଲେ ଉତ୍ୟେକ୍ତ ଚାଷୀ

କନକ ବ୍ୟୁରୋ : ଚାଷୀ, ଚାଷ ଆଉ ଚାଷୀ ଉତ୍ପାଦିତ ଦ୍ରବ୍ୟ ବିକ୍ରିକୁ ନେଇ ସବୁ ବେଳେ ଲାଗି ରହିଛି ସମସ୍ୟା । ଏଇ ଏବେ ଯେମିତି ଚାରିଆଡୁ ଆସୁଛି ମଣ୍ଡି ସମସ୍ୟା ସଂପର୍କୀତ ଖବର । ଧାନ କିଣିବା ପାଇଁ ସରକାର ସୁବ୍ୟବସ୍ଥା କରୁଥିବା କଥା କହୁଥିବା ବେଳେ, ବରଗଡ଼ ପଦ୍ମପୁରରୁ ଆସିଛି ଅବ୍ୟବସ୍ଥା ଖବର । ପ୍ରତି ଧାନବସ୍ତାରେ କଟନି ଛଟନି ନଦେଲେ ଧାନ ଉଠାଇବାକୁ ମନା କରୁଛନ୍ତି ମିଲର ଏଜେଂଟ । ଫଳରେContinue reading “ମଣ୍ଡିରେ ପଡିରହିଛି ଧାନ, ଶୀତ କାକରରେ ଜଗିଛି ଚାଷୀ : କଟନି ଛଟନିରେ ରାଜି ନହେବାରୁ ଧାନ ଉଠାଉ ନାହାନ୍ତି ମିଲର୍ସ; ପଦ୍ମପୁର ଧାନମଣ୍ଡିରେ ତାଲା ପକାଇଲେ ଉତ୍ୟେକ୍ତ ଚାଷୀ”

ସରିନି କରୋନା ଭୟ, ମାଡି ଚାଲିଲାଣି ବାର୍ଡ ଫ୍ଲୁ ଭୂତାଣୁ : ୫ଟି ରାଜ୍ୟରେ ସଂଖ୍ୟାଧିକ ପକ୍ଷୀଙ୍କ ମୃତ୍ୟୁ; କେରଳରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା

କନକ ବ୍ୟୁରୋ : କରୋନା ଯାଇନାହିଁ, ଆସିଗଲାଣି ବାର୍ଡ ଫ୍ଲୁ । ସାରାଦେଶକୁ ଘାରିଲାଣି ବାର୍ଡ ଫ୍ଲୁ ଭୂତାଣୁର ଭୟ । ଦେଶୀ, ବିଦେଶୀ ପକ୍ଷୀଙ୍କ ମୃତ୍ୟୁ ପରେ ରାଜ୍ୟଗୁଡିକ ଆଲର୍ଟ ହୋଇଯାଇଛନ୍ତି । ହିମାଚଳ ପ୍ରଦେଶରୁ ନେଇ କେରଳ ଏବଂ ଗୁଜରାଟରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏଁ ବାର୍ଡ ଫ୍ଲୁର ପଦଚିହ୍ନ ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ମାମଲା କେରଳ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ୨୫ ଡିସେମ୍ବରରେ ରାଜସ୍ଥାନରୁ ପ୍ରଥମେContinue reading “ସରିନି କରୋନା ଭୟ, ମାଡି ଚାଲିଲାଣି ବାର୍ଡ ଫ୍ଲୁ ଭୂତାଣୁ : ୫ଟି ରାଜ୍ୟରେ ସଂଖ୍ୟାଧିକ ପକ୍ଷୀଙ୍କ ମୃତ୍ୟୁ; କେରଳରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା”

ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ମଧ୍ୟରେ ଲଢେଇ: ନୂଆ ରୂପରେ କରୋନାର ବ୍ୟାପକ ସଂକ୍ରମଣ ସଂପୂର୍ଣ୍ଣ ଲକଡାଉନ; ଫେବ୍ରୁଆରୀ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ଲକ୍ଷ୍ୟ

କନକ ବ୍ୟୁରୋ: ଭାରତରେ ୧୦ଦିନ ଭିତରେ ଆରମ୍ଭ ହୋଇପାରେ କୋଭିଡ ଟିକାକରଣ । ଏଥିପାଇଁ ଭାରତ ସରକାର ମଧ୍ୟ ସବୁ ପ୍ରସ୍ତୁତି ଚୂଡାନ୍ତ କରିସାରିଛନ୍ତି । ଏହା ଜରୁରୀ ମଧ୍ୟ । କାରଣ ମହାମାରୀ କରୋନା ପୁଣିଥରେ ଶକ୍ତିଶାଳୀ ହେଉଛି । ବ୍ରିଟେନରେ ବଜାର ବନ୍ଦ । ଦୋକାନ, ଅଫିସ, ସ୍କୁଲ, କଲେଜ ସବୁଠି ତାଲା । ରାସ୍ତାଘାଟ ଶୂନସାନ । ଗତବର୍ଷ ମାର୍ଚ୍ଚ, ଏପ୍ରିଲ ପରେ ତୃତୀୟଥର ପାଇଁ ଇଂଲଣ୍ଡରେ ଏଭଳି ଶକ୍ତ ଲକଡାଉନ ଲଗାଯାଇଛିContinue reading “ବ୍ରିଟେନରେ ଭାଇରସ ଓ ଭ୍ୟାକ୍ସିନ ମଧ୍ୟରେ ଲଢେଇ: ନୂଆ ରୂପରେ କରୋନାର ବ୍ୟାପକ ସଂକ୍ରମଣ ସଂପୂର୍ଣ୍ଣ ଲକଡାଉନ; ଫେବ୍ରୁଆରୀ ସୁଦ୍ଧା ୧ କୋଟି ୩୦ ଲକ୍ଷ ଲୋକଙ୍କ ଟିକାକରଣ ଲକ୍ଷ୍ୟ”

ଗଲୱାନ ଗଣ୍ଡଗୋଳରେ ଅଣ-ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଚୀନ: ତେଂଟା, ଲମ୍ବା ଛୁରୀ ଓ କଂଟା ଲଗା ବାଡିରେ ଆକ୍ରମଣ କରିଥିଲା ଶତ୍ରୁ ସେନା

କନକ ବ୍ୟୁରୋ: ଗଲୱାନ ଗଣ୍ଡଗୋଳ ବେଳେ ଅଣ-ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଚୀନ ସେନା । ତେଂଟା, ଲମ୍ବା ଛୁରୀ ଓ କଂଟା ଲଗା ବାଡିରେ ଆକ୍ରମଣ କରିଥିଲା ଚୀନ ସେନା । ୨୦୨୦ ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ତାର ବାର୍ଷିକ ସମୀକ୍ଷା ରିପୋର୍ଟରେ ଏହିକଥା କହିଛି । ଏକ ପାଖିଆ ଭାବେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥାତାବସ୍ଥା ପରିବର୍ତନ କରିବାକୁ ଚେଷ୍ଟା କରିଥିଲା ଚୀନର ପିପୁଲ୍ସ ଲିବରେସନ ଆର୍ମି ।Continue reading “ଗଲୱାନ ଗଣ୍ଡଗୋଳରେ ଅଣ-ପାରମ୍ପରିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା ଚୀନ: ତେଂଟା, ଲମ୍ବା ଛୁରୀ ଓ କଂଟା ଲଗା ବାଡିରେ ଆକ୍ରମଣ କରିଥିଲା ଶତ୍ରୁ ସେନା”

ଦିଲ୍ଲୀ, ଏନସିଆରରେ ଗତ ୩ଦିନ ହେଲା ଲାଗିରହିଛି ବର୍ଷା: ଆଜି ଅପରାହ୍ନରେ ମେଘମୁକ୍ତ ହୋଇପାରେ ଆକାଶ, ତଥାପି ବଢିବ ଶୀତ

କନକ ବ୍ୟୁରୋ: ଗତ ୩ ଦିନ ହେଲା ବର୍ଷା କାରଣରୁ ଦିଲ୍ଲୀ, ଏନସିଆରରେ ଅବସ୍ଥା ଅସମ୍ଭାଳ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଅପରାହ୍ନ ସୁଦ୍ଧା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆକାଶ ମେଘମୁକ୍ତ ହୋଇପାରେ । କିନ୍ତୁ ଥଣ୍ଡାରୁ ମୁକ୍ତି ମିଳିବ ନାହିଁ । ଜାମ୍ମୁ-କାଶ୍ମୀରରେ ପ୍ରବଳ ତୁଷାରପାତର ପ୍ରଭାବ ଦିଲ୍ଲୀରେ ଅନୁଭୂତ ହେଉଛି । ଦିଲ୍ଲୀ, ଏନସିଆରରେ ୪୮ ଘଂଟା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ସେହିପରିContinue reading “ଦିଲ୍ଲୀ, ଏନସିଆରରେ ଗତ ୩ଦିନ ହେଲା ଲାଗିରହିଛି ବର୍ଷା: ଆଜି ଅପରାହ୍ନରେ ମେଘମୁକ୍ତ ହୋଇପାରେ ଆକାଶ, ତଥାପି ବଢିବ ଶୀତ”

Design a site like this with WordPress.com
Get started