ମାସ ମାସର ପ୍ରତୀକ୍ଷାରେ ହେବାକୁ ଯାଉଛି ଅବସାନ । ଖୁସି ଖବର ଶୁଣାଇଲେ କେନ୍ଦ୍ର ସରକାର । ଜାନୁଆରୀ ୧୩-୧୪ ତାରିଖ ସୁଦ୍ଧା ଆରମ୍ଭ ହେବ ଟିକାକରଣ ।

କନକ ବ୍ୟୁରୋ : କୋଭିଡ ଟିକାକରଣ ନେଇ ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଟିକାକରଣ ପାଇଁ ଅନୁମତି ମିଳିଥିବାରୁ ଏହାର ୧୦ ଦିନ ଭିତରେ ଟିକା ଦିଆଯାଇପାରିବ । ଏଥିସହ ସେ କହିଛନ୍ତି ପୁରା ଟିକାକରଣ ପ୍ରକ୍ରିୟାର ଡିଜିଟାଲ ମନିଟରିଂ କରାଯିବ । ଟିକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ । ଯେଉଁ ମୂହୁର୍ତକୁ ସାରାContinue reading “ମାସ ମାସର ପ୍ରତୀକ୍ଷାରେ ହେବାକୁ ଯାଉଛି ଅବସାନ । ଖୁସି ଖବର ଶୁଣାଇଲେ କେନ୍ଦ୍ର ସରକାର । ଜାନୁଆରୀ ୧୩-୧୪ ତାରିଖ ସୁଦ୍ଧା ଆରମ୍ଭ ହେବ ଟିକାକରଣ ।”

ମାହାଙ୍ଗା ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡରେ ୪ ଗିରଫ । କାହିଁକି କୂଳମଣୀଙ୍କୁ କରାଗଲା ହତ୍ୟା ? ନଜର ପକାନ୍ତୁ କେତୋଟି କାରଣ… ?

କନକ ବ୍ୟୁରୋ: ମାହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାର ପ୍ରକୃତ କାରଣ କ’ଣ? ଏହାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । କିଏ ରାଜନୈତିକ ବିବାଦର ପରିମାଣ କହୁଛି, ତ ଆଉ କିଏ କହୁଛି ବ୍ୟକ୍ତିଗତ ବିବାଦର ଫଳ । ପ୍ରକୃତ କାରଣ ନେଇ ପୁଲିସ୍ ତଦନ୍ତ କରୁଥିବା ବେଳେ କ’ଣ ହୋଇପାରେ ହତ୍ୟାକାଣ୍ଡ ପଛର କାରଣ । କାରଣ ନମ୍ବର-୧ ସରକାରୀ ଅନୁଦାନ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବାContinue reading “ମାହାଙ୍ଗା ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡରେ ୪ ଗିରଫ । କାହିଁକି କୂଳମଣୀଙ୍କୁ କରାଗଲା ହତ୍ୟା ? ନଜର ପକାନ୍ତୁ କେତୋଟି କାରଣ… ?”

ସ୍କୁଲ ଖୋଲିଲା, କରୋନା ମାଡିଲା ! ୯ ମାସ ପରେ ସ୍କୁଲ ଖୋଲୁ ଖୋଲୁ ୬୨ ଶିକ୍ଷକ ହେଲେ କୋଭିଡ୍ ପଜିଟିଭ୍

କନକ ବ୍ୟୁରୋ: କରୋନା ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ଅବସ୍ଥା ଧୀରେଧୀରେ ସୁଧୁରିବାରେ ଲାଗିଛି। ମନ୍ଦିର ଓ ଅନ୍ୟ ଧାର୍ମିକସ୍ଥଳ ପରେ ୯ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ। ଏହି ଅନୁମତି ପରେ ଗତ ସୋମବାର ସକାଳେ ସ୍କୁଲ ଖୋଲିଥିଲା। କରୋନାକୁ ନେଇ ଜାରି ହୋଇଥିବା ନୂଆ ଗାଇଡଲାଇନ ମୁତାବକ ସ୍କୁଲରେ ଶିକ୍ଷକଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୬୨ଜଣ ଶିକ୍ଷକଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଥିଲା।Continue reading “ସ୍କୁଲ ଖୋଲିଲା, କରୋନା ମାଡିଲା ! ୯ ମାସ ପରେ ସ୍କୁଲ ଖୋଲୁ ଖୋଲୁ ୬୨ ଶିକ୍ଷକ ହେଲେ କୋଭିଡ୍ ପଜିଟିଭ୍”

୧୧ରୁ ଖୋଲିବ ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।

କନକ ବ୍ୟୁରୋ: ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ବୈଠକ । ପିଜି କାଉନସିଲ ସମ୍ମିଳନୀ ଗୃହରେ ଏହି ବୈଠକ ଆୟୋଜନ ହୋଇଛି। ବୈଠକ ପରେ କୁଳପତି ସବିତା ଆଚାର୍ୟ୍ୟ ସୂଚନା ଦେଇଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ତିନିଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ପ୍ରଦର୍ଶନ ଆଧାରରେ ଅନ୍ତେବାସୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟContinue reading “୧୧ରୁ ଖୋଲିବ ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।”

ବ୍ରିଟେନରେ ସ୍ଥିତି ସାଙ୍ଘାତିକ । ଭାରତ ଆସିବେନି ବୋରିସ୍ । ମୋଦିଙ୍କୁ ଫୋନ କରି ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

କନକ ବ୍ୟୁରୋ: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ବାତିଲ । ଆସନ୍ତା ଜାନୁଆରି ୨୬ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁଥିବା ଗଣତନ୍ତ୍ର ଦିବସ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ । ଆଜି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥାହୋଇ ଭାରତ ଗସ୍ତ ଲାଗି ନିଜ ଅକ୍ଷମତାକୁ ପ୍ରକାଶ କରିଥିଲେ । ଏହି ଟେଲିଫୋନ ଆଲୋଚନା ବେଳେ ଦୁଇ ରାଷ୍ଟ୍ରମୁଖ୍ୟ ଦ୍ବିପାକ୍ଷିକ ଓ ଅନ୍ୟ ଦେଶମାନଙ୍କ ସହContinue reading “ବ୍ରିଟେନରେ ସ୍ଥିତି ସାଙ୍ଘାତିକ । ଭାରତ ଆସିବେନି ବୋରିସ୍ । ମୋଦିଙ୍କୁ ଫୋନ କରି ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।”

ବିଚ୍ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ ।

କନକ ବ୍ୟୁରୋ: ବିଚ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ନୋଟ୍ ବିଡା । ଭୁବନେଶ୍ୱର ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ ବିଡା ପଡିଛି ।  ସେ ଟଙ୍କା କିଏ ପକାଇଛି ଓ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ପୁଲିସ  ଘଟଣା ସ୍ଥଳରେ ଟଙ୍କା ବିଡାକୁ ଜବତ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଗଙ୍ଗନଗର ଛକContinue reading “ବିଚ୍ ରାସ୍ତାରେ ବିଡା ବିଡା ଟଙ୍କା । ରାଜଧାନୀ ରାସ୍ତା ଉପରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ ।”

ବଡ ଖବର: ଭୂତାଣୁ ଭୟ ଭିତରେ ଭ୍ୟାକସିନର ଭଲ ଖବର । ଆଗାମୀ ୧୦ ଦିନ ଭିତରେ ଦେଶରେ ହୋଇପାରେ ଟୀକାକରଣ ।

କନକ ବ୍ୟୁରୋ: କରୋନା ଟୀକାକରଣ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରେ ଆରମ୍ଭ ହେବାକୁ ଯାଉଛି ଟୀକାକରଣ । ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟୀକାକରଣ । ଜାନୁୟାରୀ ୧୩ କିମ୍ବା ୧୪ ଭିତରେ ଦେଶରେ ହୋଇପାରେ ଟୀକାକରଣ । ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ତେବେ ଭାଇରସ ଭୟ ଭିତରେ ଭ୍ୟାକସିନ ନେଇ ଭଲ ଖବର ଆସିଛି । ଏହାରି ଭିତରେ ଡ୍ରାଏରନ ସରିଛି ।Continue reading “ବଡ ଖବର: ଭୂତାଣୁ ଭୟ ଭିତରେ ଭ୍ୟାକସିନର ଭଲ ଖବର । ଆଗାମୀ ୧୦ ଦିନ ଭିତରେ ଦେଶରେ ହୋଇପାରେ ଟୀକାକରଣ ।”

ସାବଧାନ ଫେସବୁକ ବ୍ୟବହାରକାରୀ ! ଆକାଉଣ୍ଟ ଖାଲି କରି ଦେଉଛି ନ୍ୟୁଡ କଲ୍ । ଏବେ ଅନଲାଇନ ଠକେଇର ନୂଆ ତରିକା ଆପଣେଇଛନ୍ତି ସାଇବର ଠକ ।

କନକ ବ୍ୟୁରୋ : ଫେସବୁକରେ ଆପଣଙ୍କୁ ଆସୁଛି କି ଅଜଣା ଲୋକଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ । ତେବେ ତାକୁ ଆକ୍ସେପ୍ଟ କରିବା ଆଗରୁ ଅନେକ ଥର ଭାବି ନିଅନ୍ତୁ । କାରଣ ଏହି ଅଜଣା ଲୋକମାନେ ହିଁ ଆପଣଙ୍କୁ ବିଭିନ୍ନ ମାଧ୍ୟମରେ ଠକି ପାରନ୍ତି । ଆପଣଙ୍କ ଏହି ଅଜଣା ବନ୍ଧୁଙ୍କ ଯୋଗୁଁ ଆପଣ ବିପଦରେ ପଡିପାରନ୍ତି । ବିଭିନ୍ନ ପ୍ରକାର ପ୍ରଲୋଭନ ଓ ବ୍ଲାକମେଲିଂ କରି ସେମାନେ ଆପଣଙ୍କଠାରୁ ଲୁଟି ପାରନ୍ତି ଅନେକ ଟଙ୍କା ।Continue reading “ସାବଧାନ ଫେସବୁକ ବ୍ୟବହାରକାରୀ ! ଆକାଉଣ୍ଟ ଖାଲି କରି ଦେଉଛି ନ୍ୟୁଡ କଲ୍ । ଏବେ ଅନଲାଇନ ଠକେଇର ନୂଆ ତରିକା ଆପଣେଇଛନ୍ତି ସାଇବର ଠକ ।”

ଆନ୍ଧ୍ରର ଚାଲାଖିକୁ ଧରିଲା ଓଡିଶା । ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ୱେ ପଟାଙ୍ଗୀର ସମ୍ବାଇରେ ହୋଇପାରୁନି ସୀମା ବିବାଦର ସମାଧାନ ।

କନକ ବ୍ୟୁରୋ : ପୁଣି ସୀମାନ୍ତରେ ତେଜିଲା ବିବାଦ । ପଥର ଚିହ୍ନକୁ ଭାଙ୍ଗିଦେଲା ଆନ୍ଧ୍ର । ସବୁ ବେଳେ ବିବାଦର ଦାନା ବୁଣୁଥିବା ପଡୋଶୀକୁ କଡ଼ା ଜବାବ ଦେବା ପାଇଁ ଏକଜୁଟ ହୋଇଛନ୍ତି ଓଡ଼ିଶା ସୀମାନ୍ତ ବାସୀ । ଆନ୍ଧ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ଓଡ଼ିଆ ନେତା । ସୀମାନ୍ତରେ ରାଲି କରିବା ସହ ସାବଧାନ ରହିବାକୁ ଦେଲେ ଚେତାବନି । ମୁଖ୍ୟ ମନ୍ତ୍ରୀଙ୍କ ପାଖରେ ସୀମା ବିବାଦର ପୁରା କାହାଣୀ ପହଚିଂବ ବୋଲି କହିଛନ୍ତିContinue reading “ଆନ୍ଧ୍ରର ଚାଲାଖିକୁ ଧରିଲା ଓଡିଶା । ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ୱେ ପଟାଙ୍ଗୀର ସମ୍ବାଇରେ ହୋଇପାରୁନି ସୀମା ବିବାଦର ସମାଧାନ ।”

ପୂରା ବିଶ୍ୱ ପାଳୁଛି ନୂଆବର୍ଷ, କିନ୍ତୁ ୭ ବର୍ଷ ପଛରେ ରହିଛି ଏହି ଦେଶ । ବିଶ୍ୱ ୨୦୨୧କୁ ସ୍ୱାଗତ କରୁଥିବା ବେଳେ ଇଥିଓପିଆରେ ଚାଲିଛି ୨୦୧୪ । ଜାଣନ୍ତୁ ଏମିତି କାହିଁକି ?

କନକ ବ୍ୟୁରୋ: ୨୦୨୧ରୁ ସାତ ବର୍ଷ ପଛରେ ଚାଲିଛି ଦେଶ । ୨୦୧୪ରେ ଅଟକିଛି ଇଥିଓପିଆ । କ୍ୟାଲେଣ୍ଡରର ପୃଷ୍ଠା ବଦଳିଛି, ନୂଆବର୍ଷ ୨୦୨୧ ଆସିଛି । ପୂରା ବିଶ୍ୱ ୨୦୨୧କୁ ସ୍ୱାଗତ କରୁଛି । ବାଣ ଫୁଟାଇ, ନାଚି ଗାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । କିନ୍ତୁ ବିଶ୍ୱରେ ଏମିତି ବି ଏକ ଦେଶ ଅଛି ଯେଉଁଠି ଏବେ ୨୦୧୪ ଚାଲିଛି । ଅଥାର୍ତ ପୂରା ବିଶ୍ୱଠାରୁ ଏହି ଦେଶ ୭ ବର୍ଷ ପଛରେContinue reading “ପୂରା ବିଶ୍ୱ ପାଳୁଛି ନୂଆବର୍ଷ, କିନ୍ତୁ ୭ ବର୍ଷ ପଛରେ ରହିଛି ଏହି ଦେଶ । ବିଶ୍ୱ ୨୦୨୧କୁ ସ୍ୱାଗତ କରୁଥିବା ବେଳେ ଇଥିଓପିଆରେ ଚାଲିଛି ୨୦୧୪ । ଜାଣନ୍ତୁ ଏମିତି କାହିଁକି ?”

Design a site like this with WordPress.com
Get started