କନକ ବ୍ୟୁରୋ : ଭାରତରେ ଆଜି ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି । ଗତକାଲି ୨୫ ଜଣ କରୋନା ଭୁତାଣୁର ନୂଆ ରୁପରେ ଆକ୍ରାନ୍ତ ହୋଇଥିଲେ । ଆଜି ୪ ଜଣ ଆକ୍ରାନ୍ତ ହେବା ପରେ ଏହାକୁ ମିଶାଇ ଦେଶରେ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୯କୁ ଛୁଇଁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି । \କରେନାର ପୁରୁଣା ରୁପ ଠାରୁ ଏହି ନୂଆ ଷ୍ଟ୍ରେନ ୫୬ ପ୍ରତିଶତContinue reading “ଭାରତରେ ଆଉ ୪ ଜଣ ବ୍ରିଟେନ ଷ୍ଟ୍ରେନ ପଜିଟିଭ । ଦେଶରେ ମୋଟ ୨୯ ଜଣ ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ।”
Author Archives: Raghaba
ନୂଆବର୍ଷରେ ବିହାର ଦେଖିପାରେ ନୂଆ ସରକାର । ରାବ୍ରୀ ଦେବୀ କହିଲେ ମହାଗଠବନ୍ଧନରେ ନିତୀଶଙ୍କୁ ସାମିଲ କରିବା ନେଇ ଚାଲିଛି ବିଚାର । ସେପଟେ ଜେଡିୟୁ ଓ ବିଜେପି ସଂପର୍କରେ ଫାଟକୁ ନେଇ ଚର୍ଚ୍ଚା
କନକ ବ୍ୟୁରୋ : ନୂଆବର୍ଷରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀ ନିତୀଶ କୁମାରଙ୍କ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାବ୍ରୀ ଦେବୀ କହିଛନ୍ତି କି, ନିତୀଶ କୁମାରଙ୍କୁ ପୁଣିଥରେ ମହାଗଠବନ୍ଧନରେ ସାମିଲ କରିବା ନେଇ ଆରଜେଡି ଭିତରେ ଆଲୋଚନା ଚାଲିଛି । ଅରୁଣାଚଳ ପ୍ରଦେଶରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବାକୁ ନେଇ ରାରାବ୍ରୀ ଦେବୀ କହିଛନ୍ତି କି ଖାଲି ଅରୁଣାଚଳ ପ୍ରଦେଶContinue reading “ନୂଆବର୍ଷରେ ବିହାର ଦେଖିପାରେ ନୂଆ ସରକାର । ରାବ୍ରୀ ଦେବୀ କହିଲେ ମହାଗଠବନ୍ଧନରେ ନିତୀଶଙ୍କୁ ସାମିଲ କରିବା ନେଇ ଚାଲିଛି ବିଚାର । ସେପଟେ ଜେଡିୟୁ ଓ ବିଜେପି ସଂପର୍କରେ ଫାଟକୁ ନେଇ ଚର୍ଚ୍ଚା”
ବିଚାରପତି ହେବ କ୍ଷୀର ବିକାଳିର ଝିଅ । ଗୋବର ଗୋଟେଇ, ଗାଈ ଗୁହାଳରେ ପାଠପଢି ବିଚାରପତି ବନିଲେ ଗରିବ ଘରର ଝିଅ । ସୋନଲ ଶର୍ମା…
କନକ ବ୍ୟୁରୋ: ଆତ୍ମବିଶ୍ୱାସ ଆଗରେ ଆତ୍ମସମର୍ପଣ କଲା ଅଭାବ । ଜିତିଗଲା ଗରିବ ଝିଅ, ହାରିଗଲା ଦାରିଦ୍ରତା । ଇଚ୍ଛାଶକ୍ତି ସାମ୍ନାରେ ସଙ୍ଘର୍ଷର ପରିଭାଷା ବି ବଦଳିଗଲା । ହଁ ସିନେମାର ସୁନ୍ଦର ସ୍କ୍ରିପ୍ଟ ପରି ଏ ସତସତିକା କାହାଣୀ । ଯେଉଁଠି ଜଣେ କ୍ଷୀର ବିକାଳିର ଝିଅ ବିଚାରପତି ହୋଇଛି । ଅଭାବ ଅନଟନ ଭିତରେ ଭୟଙ୍କର ପରିସ୍ଥିତିକୁ ସାମ୍ନା କରି ଗରିବ ଝିଅ ସୁନା ଝିଅ ସାଜିଛି ଆଉ ସାରା ଦେଶ ପାଇଁ ଗାଇContinue reading “ବିଚାରପତି ହେବ କ୍ଷୀର ବିକାଳିର ଝିଅ । ଗୋବର ଗୋଟେଇ, ଗାଈ ଗୁହାଳରେ ପାଠପଢି ବିଚାରପତି ବନିଲେ ଗରିବ ଘରର ଝିଅ । ସୋନଲ ଶର୍ମା…”
କରୋନାରୁ ଉପଶମ ପାଇଁ ନାଲି ପିମ୍ପୁଡିର ଆଚାର ଉପରେ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ । କାହିଁକି ଏହା ବ୍ୟବହାର ହେଉନାହିଁ ବୋଲି କୋର୍ଟରେ ହୋଇଥିଲା ଜନସ୍ୱାର୍ଥ ମାମଲା
କନକ ବ୍ୟୁରୋ : ଆଦିବାସୀ ଅଂଚଳରେ ପାରମ୍ପରିକ ଔଷଧ ଭାବେ ବ୍ୟବହାର ହେଉଥିବା ନାଲି ପିମ୍ପୁଡିର ଆଚାର ଉପରେ ଅଧିକ ତଥ୍ୟ ମାଗିଛନ୍ତି ଓଡିଶା ହାଇକୋର୍ଟ । ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ବାରିପଦାର ଜଣେ ବ୍ୟକ୍ତି ଜନସ୍ୱାର୍ଥ ମାମଲା ରୁଜୁ କରି କହିଥିଲେ, ଆଦିବାସୀ ଅଂଚଳରେ ଥଣ୍ଡା ହେଲେ, କଫ, ହାଲିଆ ଲାଗିଲେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଭଳି, ଫ୍ଲୁ ପରି ରୋଗର ଚିକିତ୍ସା ପାଇଁ ନାଲି ପିମ୍ପୁଡିର ଆଚାରContinue reading “କରୋନାରୁ ଉପଶମ ପାଇଁ ନାଲି ପିମ୍ପୁଡିର ଆଚାର ଉପରେ ନିଷ୍ପତି ନେବାକୁ କହିଲେ ହାଇକୋର୍ଟ । କାହିଁକି ଏହା ବ୍ୟବହାର ହେଉନାହିଁ ବୋଲି କୋର୍ଟରେ ହୋଇଥିଲା ଜନସ୍ୱାର୍ଥ ମାମଲା “
ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ : ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ୱ
କନକ ବ୍ୟୁରୋ : ରାଜ୍ୟ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଓଏମସି ଏମଡି ଭାବେ ନିଯୁକ୍ତ କରିଛନ୍ତି ସରକାର । ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ଦାୟିତ୍ୱ ପାଇଛନ୍ତି । ସମର୍ଥ ବର୍ମା ଏବେ କେନ୍ଦ୍ରାପଡା ଜିଲ୍ଲାପାଳ ଅଛନ୍ତି । ସେହିପରି ବରିଷ୍ଠ ଆଇଏଏସ ପାରୁଲ ପଟୱାରୀContinue reading “ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ : ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ୱ”
ନୂଆବର୍ଷରେ ଦେଶ ପାଇଁ ନୂଆ ଆଶା । ଆଜିଠାରୁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେବ ଭାରତ
କନକ ବ୍ୟୁରୋ : ଜାତିସଂଘରେ ଭାରତର ପ୍ରତିନିଧିତ୍ୱକୁ ନେଇ ନୂଆ ବର୍ଷରେ ନୂଆ ଆଶା ସଂଚାର ହୋଇଛି । ଆଜିଠାରୁ ଭାରତ ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟ ଭାବେ ଯୋଗ ଦେବ । ଏନେଇ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍ ତିରୁମୂର୍ତ୍ତି ଭାରତର ସ୍ଥାୟୀ ପ୍ରତିନିଧି ଭାବେ କହିଛନ୍ତି କି ବହୁପକ୍ଷବାଦ ଉପରେ ମଧ୍ୟ ଭାରତ ଗୁରୁତ୍ୱ ଦେବ । ସେପଟେ ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଭାରତ ତରଫରୁ କୁହାଯାଇଛି କିContinue reading “ନୂଆବର୍ଷରେ ଦେଶ ପାଇଁ ନୂଆ ଆଶା । ଆଜିଠାରୁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଯୋଗ ଦେବ ଭାରତ”
ପୁରୀରେ ହେଉ ଆନ୍ତର୍ଜାତୀୟ ବିମାନ ବନ୍ଦର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ଧାମ ଯୋଗୁଁ ବଢୁଛି ପର୍ଯ୍ୟଟକଙ୍କ ଭିଡ
କନକ ବ୍ୟୁରୋ : ପୁରୀରେ କରାଯାଉ ଅନ୍ତର୍ଜାତୀୟ ବିମାନ ବନ୍ଦର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ରକୁ ଦେଶ ବିଦେଶର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଏହି ବିମାନବନ୍ଦରକୁ ଶ୍ରୀ ଜଗନ୍ନାଥ ଇଂଟରନାସନାଲ ଏୟାରପୋର୍ଟ ନାଁରେ ନାମିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଚାରି ପ୍ରସିଦ୍ଧ ଧାମ ମଧ୍ୟରୁ ପୁରୀ ହେଉଛି ଗୋଟିଏ ପ୍ରମୁଖ ଧାମ । ସାରା ବିଶ୍ୱର ଶ୍ରଦ୍ଧାଳୁ ପୁରୀContinue reading “ପୁରୀରେ ହେଉ ଆନ୍ତର୍ଜାତୀୟ ବିମାନ ବନ୍ଦର । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ଧାମ ଯୋଗୁଁ ବଢୁଛି ପର୍ଯ୍ୟଟକଙ୍କ ଭିଡ”
ଜୟପୁରରେ ନୂଆବର୍ଷର ଆମିଷ ବଜାର : ଆମିଷ କିଣିବାକୁ ଦୋକାନ ଆଗରେ ପ୍ରବଳ ଭିଡ; ପାଦ ପକାଇବାକୁ ନାହିଁ ଜାଗା
କନକ ବ୍ୟୁରୋ : ନୂଆବର୍ଷକୁ ନେଇ ଜୟପୁର ଉତ୍ସବମୁଖର । ଗତକାଲି ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲାଗିବା ପରେ ଆଜି କଟକଣା ହଟିବା ପରେ ପରେ ଜୟପୁର ଆମିଷ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ମନ ପସନ୍ଦର ଆମିଷ କିଣିନେବାକୁ ଦୋକାନ ଆଗରେ ଲାଗିଛି ଲୋକଙ୍କ ଗହଳି । ସ୍ଥିତି ଏପରି ଯେ ଖାଲିରେ ପାଦ ପକାଇବାକୁ ବି ଜାଗା ନାହିଁ । କରୋନା କଟକଣାକୁ ଏଡାଇ ନୂଆବର୍ଷର ପ୍ରଥମ ଦିନରେContinue reading “ଜୟପୁରରେ ନୂଆବର୍ଷର ଆମିଷ ବଜାର : ଆମିଷ କିଣିବାକୁ ଦୋକାନ ଆଗରେ ପ୍ରବଳ ଭିଡ; ପାଦ ପକାଇବାକୁ ନାହିଁ ଜାଗା”
ଦାବି ନମାନିଲେ ୪ ତାରିଖରୁ ଜୋରଦାର ଆନ୍ଦୋଳନ । ୨୬ ରେ ପ୍ୟାରେଡ୍ ଗ୍ରାଉଣ୍ଡରେ ପଶିବାକୁ ଅଭ୍ୟାସ । ଆଜି ୮୦ ଟି ଚାଷୀ ସଂଗଠନ ମଧ୍ୟରେ ଗରୁତ୍ୱପୂର୍ଣ୍ଣ ବୈଠକ ।
କନକ ବ୍ୟୁରୋ : ୨ ଡିଗ୍ରୀ ତାପମାତ୍ରାରେ ଥରୁଛି ଦେଶର ରାଜଧାନୀ ଦିଲ୍ଲୀ । ଏହାରି ମଧ୍ୟରେ ଦେଶର ଅନ୍ନଦାତାଙ୍କ ଆନ୍ଦୋଳନ ୩୭ ଦିନରେ ପହଂଚିଛି । ହଜାର ହଜାର ଅନ୍ନଦାତା ସେମାନଙ୍କର ଦାବି ନେଇ ଦିଲ୍ଲୀର ଗାଜିପୁର, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନ ଚଳାଇଛନ୍ତି । ନିଜର ହକ ଗଣ୍ଡାକ ନେବାକୁ ପଣକରି ଆନ୍ଦୋଳନରେ ଝାସ ଦେଇଥିବା କୃଷକ ମାନଙ୍କ ପାଇଁ ଏହି ଶୀତ କିଛି ବି ପ୍ରଭାବ ପକାଇପାରି ନାହିଁ । ବରଂContinue reading “ଦାବି ନମାନିଲେ ୪ ତାରିଖରୁ ଜୋରଦାର ଆନ୍ଦୋଳନ । ୨୬ ରେ ପ୍ୟାରେଡ୍ ଗ୍ରାଉଣ୍ଡରେ ପଶିବାକୁ ଅଭ୍ୟାସ । ଆଜି ୮୦ ଟି ଚାଷୀ ସଂଗଠନ ମଧ୍ୟରେ ଗରୁତ୍ୱପୂର୍ଣ୍ଣ ବୈଠକ ।”
ଘନ କୁହୁଡିରେ ଛାଇ ରହିଛି ସାରା ଉତ୍ତର ଭାରତ : ଦିଲ୍ଲୀରେ ଅନେକ ସ୍ଥାନରେ ଘନ କୁହୁଡି କାରଣରୁ ଦୃଶ୍ୟମାନ ହେଉନି ରାସ୍ତାଘାଟ , ଗମନାଗମନ ପ୍ରଭାବିତ
କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଉତ୍ତର ଭାରତ । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଛାଇ ରହିଛି । ଦନ ୧୧ଟା ସୁଦ୍ଧା ମଧ୍ୟ ସୂର୍ଯ୍ୟଙ୍କର ଦେଖା ମିଳିନି । ଘନ କୁହୁଡି କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଜିରୋ ଭିଜିବିଲିଟି ସ୍ଥିତି ଦେଖା ଦେଇଛି । ଅର୍ଥାତ୍ ଖାଲି ଆଖିରେ କିଛି ମିଟର ଦୂରକୁ ଦେଖିବା ବି ସମ୍ଭବ ନୁହଁ । ଦିଲ୍ଲୀର ଆଇଟିଓ ଏବଂContinue reading “ଘନ କୁହୁଡିରେ ଛାଇ ରହିଛି ସାରା ଉତ୍ତର ଭାରତ : ଦିଲ୍ଲୀରେ ଅନେକ ସ୍ଥାନରେ ଘନ କୁହୁଡି କାରଣରୁ ଦୃଶ୍ୟମାନ ହେଉନି ରାସ୍ତାଘାଟ , ଗମନାଗମନ ପ୍ରଭାବିତ”