ଦେଶବାସୀଙ୍କୁ ନୂଆବର୍ଷର ଶୁଭେଛା ଜଣାଇଲେ ରଷ୍ଟ୍ରପତି ରାମନାଥ କୋବିନ୍ଦ : କହିଲେ ପ୍ରଗତି ପଥରେ ଆଗେଇ ଚାଲୁ ଦେଶ

କନକ ବ୍ୟୁରୋ : ନୂଆ ସମ୍ଭାବନା ଓ ସମ୍ବୃଦ୍ଧିର ବର୍ଷ ହେଉ ୨୦୨୧ । ନୂଆ ବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ନୂଆ ବର୍ଷା କିଛି ନୂଆ ଆରମ୍ଭ କରିବାର ଅବସର ହେଉ । ସମସ୍ତେ ସୁସ୍ଥ ରୁହନ୍ତୁ । ଏହାସହ ବ୍ୟକ୍ତିଗତ ଓ ସାମୁହିକ ବିକାଶ ପାଇଁ ନେଇଥିବା ସଂକଳ୍ପକୁ ପୂରଣ କରିବା ପାଇଁ ଶକ୍ତି ଦେଉ ଏହି ନୂଆ ବର୍ଷ । ଆସନ୍ତୁContinue reading “ଦେଶବାସୀଙ୍କୁ ନୂଆବର୍ଷର ଶୁଭେଛା ଜଣାଇଲେ ରଷ୍ଟ୍ରପତି ରାମନାଥ କୋବିନ୍ଦ : କହିଲେ ପ୍ରଗତି ପଥରେ ଆଗେଇ ଚାଲୁ ଦେଶ”

ସହିଦ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଭୁବନେଶ୍ୱରରେ ହେବ ସ୍ମାରକୀ : ଲିପିବଦ୍ଧ ହେବ ସହିଦଙ୍କ ନାଁ

କନକ ବ୍ୟୁରୋ : ସହିଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକ ସ୍ମାରକୀ ପ୍ରତିଷ୍ଠା ହେବ । ଏଥିରେ ମହାମାରୀ କରୋନା ମୁକାବିଲା ସମୟରେ ସହିଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ । ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସହିଦ କୋଭିଡ୍ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିିସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇ କହିଛନ୍ତିContinue reading “ସହିଦ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଭୁବନେଶ୍ୱରରେ ହେବ ସ୍ମାରକୀ : ଲିପିବଦ୍ଧ ହେବ ସହିଦଙ୍କ ନାଁ”

ଆସନ୍ତାକାଲିଠୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ-ରନ୍ : କେମିତି ଦିଆଯିବ ଟିକା, ପୂରା ପ୍ରକିୟାର କରାଯିବ ଅଭ୍ୟାସ

କନକ ବ୍ୟୁରୋ : ଜାନୁଆରୀ ୨ ତାରିଖରୁ ଅର୍ଥାତ ଆସନ୍ତାକାଲି ଦେଶର ସମସ୍ତ ରାଜ୍ୟରେ ଆରମ୍ଭ ହେବ କୋଭିଡ୍ ଟିକାର ଡ୍ରାଏ ରନ୍ । ଏହା ଭିତରେ ଓଡିଶା ମଧ୍ୟ ଟିକାର ଡ୍ରାଏ ରନ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି । ପ୍ରତ୍ୟକ ଟିକାକରଣ କେନ୍ଦ୍ରରେContinue reading “ଆସନ୍ତାକାଲିଠୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ-ରନ୍ : କେମିତି ଦିଆଯିବ ଟିକା, ପୂରା ପ୍ରକିୟାର କରାଯିବ ଅଭ୍ୟାସ”

ପୁରୀରେ ନୂଆବର୍ଷକୁ ସ୍ୱାଗତ : ବେଳାଭୂମିରେ ନୂତନ ସୂର୍ଯ୍ୟ ଉଦୟ ଦର୍ଶନ ପାଇଁ ଲୋକଙ୍କ ଭିଡ

କନକ ବ୍ୟୁରୋ : ବିଦାୟ ନେଲା ପୁରୁଣା ବର୍ଷ ୨୦୨୦ । ନୂଆ ଉତ୍ସାହ ଓ ସମ୍ଭାବନା ନେଇ ଆସିଲା ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ଉଦୟ ସୂର୍ଯ୍ୟର ଅରୁଣିମାର ସାଗର ଦେହରେ ପ୍ରତିବିମ୍ବ ସୃଷ୍ଟି କରି ମନୋରମ ଦୃଶ୍ୟ । ଶାନ୍ତ, ଶୀତଳ ପରିବେଶରେ ନୂଆ ବର୍ଷର ସୂର୍ଯ୍ୟୋଦୟ ଦେଖିବାକୁ ପୁରୀ ବେଳାଭୂମିରେ ଜମିଛିContinue reading “ପୁରୀରେ ନୂଆବର୍ଷକୁ ସ୍ୱାଗତ : ବେଳାଭୂମିରେ ନୂତନ ସୂର୍ଯ୍ୟ ଉଦୟ ଦର୍ଶନ ପାଇଁ ଲୋକଙ୍କ ଭିଡ”

ଘୁଂଚିଲା ଫାସଟ୍ୟାଗରେ ଶତ ପ୍ରତିଶତ ଟୋଲ ଫି ଆଦାୟ ତାରିଖ : ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଫାସଟ୍ୟାଗ ଓ ନଗଦ ଟଙ୍କା ଆକାରରେ ଟୋଲ ଗେଟରେ ଦେଇପାରିବେ ଦେୟ

କନକ ବ୍ୟୁରୋ : ଘୁଂଚିଲା ଫାସଟ୍ୟାଗରେ ଶତ ପ୍ରତିଶତ ଟୋଲ ଫି ଆଦାୟ କରିବା ତାରିଖ । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଏହି ତାରିଖକୁ ଘୁଂଚାଇ ଦେଇଛି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଉଭୟ ଫାସଟ୍ୟାଗ ଓ ନଗଦ ଟଙ୍କା ଆକାରରେ ଟୋଲ ଫି ଦେଇ ପାରିବେ ଗାଡି ଚାଳକ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଫାସଟ୍ୟାଗକୁ ଶତ ପ୍ରତିଶତ କରିବା ପାଇଁ ଲୋକମାନଙ୍କୁContinue reading “ଘୁଂଚିଲା ଫାସଟ୍ୟାଗରେ ଶତ ପ୍ରତିଶତ ଟୋଲ ଫି ଆଦାୟ ତାରିଖ : ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଫାସଟ୍ୟାଗ ଓ ନଗଦ ଟଙ୍କା ଆକାରରେ ଟୋଲ ଗେଟରେ ଦେଇପାରିବେ ଦେୟ”

ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍ : କୋଭିଡ୍ ଗାଇଡଲାଇନ୍ ମାନି ଚାଲିବ ହଲ୍

କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍ । ସରକାରଙ୍କ ଗାଇଡଲାଇନ ଅନୁସାରେ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ମାଲିକମାନେ ହଲକୁ ସାନିଟାଇଜ୍ କରିବା ସହ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା କରିଛନ୍ତି । ହେଲେ, କୋଭିଡ୍ କମି ନଥିବାରୁ ଦର୍ଶକ ଆସିବେ କି ନାହିଁ ତାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ମାଲିକ । ଅନ୍ୟପଟେ, ବର୍ତମାନ କୌଣସି ସିନେମା ରିଲିଜ୍ ହେଉନଥିବାରୁ କେଉଁContinue reading “ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ୍ : କୋଭିଡ୍ ଗାଇଡଲାଇନ୍ ମାନି ଚାଲିବ ହଲ୍”

ଆଜିଠୁ ଜୋରଦାର ହେବ ହେଲମେଟ ଚେକିଂ : ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ; ନହେଲେ ଗଣିବାକୁ ପଡିବ ତଣ୍ଡ

କନକ ବ୍ୟୁରୋ : ଆଜିଠୁ ହେଲମେଟ ଚେକିଂ ଜୋରଦାର । ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ସେମାନଙ୍କୁ ଫାଇନ ଦେବାକୁ ପଡିବ । ଏଥିସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯିବ । ଜାନୁଆରୀ ପହିଲାରୁ ହେଲମେଟ ଚେକିଂକୁ କଡାକଡି କରିବା ପାଇଁ ପୂର୍ବରୁ ଘୋଷଣା କରିଥିଲା ପରିବହନ ବିଭାଗ । ତେବେ ଅନ୍ୟାନ୍ୟ କାଗଜପତ୍ର ଯାଂଚ ଅବଧିକୁ ସରକାର ଘୁଂଚାଇ ଦେଇଛନ୍ତି । ରାଜ୍ୟରେContinue reading “ଆଜିଠୁ ଜୋରଦାର ହେବ ହେଲମେଟ ଚେକିଂ : ବାଇକ ଚଳାଉଥିବା ଓ ବସିଥିବା ଲୋକ ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ; ନହେଲେ ଗଣିବାକୁ ପଡିବ ତଣ୍ଡ”

ବିଦାୟ ନେଲା ୨୦୨୦, ନୂୂଆ ସମ୍ଭାବନା ନେଇ ଆସିଲା ୨୦୨୧ : କୋଭିଡ୍ କଟକଣା ଯୋଗୁଁ, ହେଲା ନାହିଁ ଜିରୋ ନାଇଟ୍ ସେଲିବ୍ରେସନ; ଶୂନଶାନ ଭିତରେ ନୂଆବର୍ଷକୁ ସ୍ୱାଗତ

କନକ ବ୍ୟୁରୋ : ବିଦାୟ ନେଲା ପୁରୁଣା ବର୍ଷ ୨୦୨୦ । ନୂଆ ଉତ୍ସାହ ଓ ସମ୍ଭାବନା ନେଇ ଆସିଲା ୨୦୨୧ । ୨୦୨୧ ପ୍ରଥମ ଦିନର ପ୍ରଥମ ସୂର୍ଯ୍ୟ ଉଇଁ ସାରିଛି । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ଉଦୟ ସୂର୍ଯର ଅରୁଣିମା ଜଳାଶୟରେ ପ୍ରତିବିମ୍ବ ସୃଷ୍ଟି କରି ମନ ମୋହୁଛି । ଶାନ୍ତ, ଶୀତଳ ପରିବେଶରେ ନୂଆ ବର୍ଷର ସୂର୍ଯ୍ୟୋଦୟ ଖୁବ୍ ମନୋରମ । ସୂର୍ଯ୍ୟର ଆଲୋକContinue reading “ବିଦାୟ ନେଲା ୨୦୨୦, ନୂୂଆ ସମ୍ଭାବନା ନେଇ ଆସିଲା ୨୦୨୧ : କୋଭିଡ୍ କଟକଣା ଯୋଗୁଁ, ହେଲା ନାହିଁ ଜିରୋ ନାଇଟ୍ ସେଲିବ୍ରେସନ; ଶୂନଶାନ ଭିତରେ ନୂଆବର୍ଷକୁ ସ୍ୱାଗତ”

ନୂଆ ବର୍ଷ ପାଇଁ ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପ୍ରଥମ ପସନ୍ଦ ।

କନକ ବ୍ୟୁରୋ : ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ସାରା ଦେଶରୁ ଲୋକଙ୍କ ଭିଡ ଜମିଛି ଗୋଆରେ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ହୋଇଥାଏ । ସମୁଦ୍ର ତଟରେ ସମୟ ବିତାଇବା ସହ ନୂଆ ସକାଳର ସୂର୍ଯ୍ୟକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଛନ୍ତି ପର୍ଯ୍ୟଟକ । ୨୦୨୦ରେ କରୋନା କଟକଣା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବାContinue reading “ନୂଆ ବର୍ଷ ପାଇଁ ଗୋଆରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ନୂଆ ବର୍ଷ ପାଳନ ପାଇଁ ଗୋଆ ସବୁବେଳେ ପ୍ରଥମ ପସନ୍ଦ ।”

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା । ଘଟଣାରେ ୨୫ରୁ ଅଧିକ ଲୋକଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ ।

କନକ ବ୍ୟୁରୋ : ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ । ଖୈବର ପଙ୍ଖତୁନଖ୍ୱା ପ୍ରାନ୍ତର କରକ ଜିଲ୍ଲାରେ ବୁଧବାର ଦିନ ମୌଲବୀଙ୍କ ନେତୃତ୍ୱରେ ଉତେଜିତ ଲୋକେ ଏକ ବହୁପରାତନ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି । ଶତାଧିକ ଲୋକେ ଏକତ୍ରିତ ହୋଇ ଏହି କାଣ୍ଡ ଭିଆଇଛନ୍ତି । କେବଳ ଏତିକି ନୁହେଁ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।Continue reading “ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା । ଘଟଣାରେ ୨୫ରୁ ଅଧିକ ଲୋକଙ୍କୁ ଗିରଫ କଲା ପାକିସ୍ତାନ ପୋଲିସ ।”

Design a site like this with WordPress.com
Get started