ବିବାହ ବାର୍ଷିକୀରେ ବଡ ଉପହାର । ଜହ୍ନରେ ଜାଗା କିଣି ପତ୍ନୀ ସ୍ୱପ୍ନାର ସ୍ୱପ୍ନ ପୂରଣ କଲେ ସ୍ୱାମୀ । 

କନକ ବ୍ୟୁରୋ : ଜହ୍ନ ରାଇଜରେ ଜାଗାଟେ କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ, ନିଜ ପ୍ରେମିକାକୁ କିଏ ଜହ୍ନ ସହ ତୁଳନା କରେ ତ କିଏ ଜହ୍ନକୁ ନେଇଯିବାକୁ କହି ସ୍ୱପ୍ନ ଦେଖାଏ । ହେଲେ ସେହି ସ୍ୱପ୍ନକୁ ସତ କରିଛନ୍ତି ଜଣେ ବ୍ୟକ୍ତି । ନିଜ ପତ୍ନୀକୁ ଦେଇଛନ୍ତି ଜହ୍ନ ଉପହାର । ଆଉ ପୂରଣ କରିଛନ୍ତି ନିଜ ପତ୍ନୀଙ୍କ ସ୍ୱପ୍ନ । ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟାକୁ ଖୁସି କରିବା ପାଇଁ ସ୍ୱାମୀ କିଛିContinue reading “ବିବାହ ବାର୍ଷିକୀରେ ବଡ ଉପହାର । ଜହ୍ନରେ ଜାଗା କିଣି ପତ୍ନୀ ସ୍ୱପ୍ନାର ସ୍ୱପ୍ନ ପୂରଣ କଲେ ସ୍ୱାମୀ । “

ସଉକ ପାଲଟିଛି ନିଶା । ଦେଶ ବିଦେଶର ପୁରୁଣା ମୁଦ୍ରା ସଂଗ୍ରହ କରି ‘ଗ୍ଲୋବାଲ ମ୍ୟାନ’ ଭାବେ ପରିଚିୟ ଅନୁଗୁଳର ପବିତ୍ର ମୋହନ ପ୍ରଧାନ ।

କନକ ବ୍ୟୁରୋ: ସଉକ ଯେତେବେଳେ ନିଶା ପାଲଟିଯାଏ ସେତେବେଳେ ଜଣେ ବ୍ୟକ୍ତି ଏକ ନୂଆ ପରିଚୟ ପାଏ । ଏଇ ଯେମିତି ଦିଶ ବିଦେଶର ବହୁ ପୁରାତନ ମୁଦ୍ରା ଓ ଡାକ ଟିକଟ ସଂଗ୍ରହ କରି ଗ୍ଲୋବାଲ ମ୍ୟାନ ଭାବେ ଅନୁଗୁଳର ୮୦ ବର୍ଷିୟ ବ୍ୟକ୍ତି ପବିତ୍ର ମୋହନା ପ୍ରଧାନ । ଚାକିରି କାଳରେ ନେପାଳ ଭ୍ରମଣରେ ଯାଇଥିବା ବେଳେ ମୁଦ୍ରା ସଂଗ୍ରହ କରିବା ଆରମ୍ଭ କରିଥିଲେ ପବିତ୍ର । ଦେଖନ୍ତୁ ଏହି ରିପୋର୍ଟ । ଏଇ ସମାଜରେContinue reading “ସଉକ ପାଲଟିଛି ନିଶା । ଦେଶ ବିଦେଶର ପୁରୁଣା ମୁଦ୍ରା ସଂଗ୍ରହ କରି ‘ଗ୍ଲୋବାଲ ମ୍ୟାନ’ ଭାବେ ପରିଚିୟ ଅନୁଗୁଳର ପବିତ୍ର ମୋହନ ପ୍ରଧାନ ।”

ନୂଆ ବର୍ଷରେ ପିକନିକର ନୂଆ ଠିକଣା ପାଲଟିଛି ମାଲକାନଗିରିର ସତୀଗୁଡା । ସବୁଜ ବନାନୀ ଭିତରେ ଜଳଭଣ୍ଡାରରେ ବୋଟିଂ ପାଇଁ ବନ ବିଭାଗ କରିଛି ସବୁ ପ୍ରକାର ବ୍ୟବସ୍ଥା

କନକ ବ୍ୟୁରୋ : ଆମ ରାଜ୍ୟରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି । ସେଗୁଡିକ ମଧ୍ୟରୁ ଅନେକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମଧ୍ୟ ପାଇ ସାରିଛି । ଆଉ ଏବେ ନିତି ନୁଆ ନୁଆଁ ସ୍ଥାନ ପ୍ରତି ପର୍ଜ୍ୟଟକଙ୍କ ଚାହିଦା ବାଢିବା ରେ ଲାଗିଛି । ଆଉ ଏହି କ୍ରମରେ ମାଲକନଗିରି ସତିଗୁଡା ସ୍ଥିତ ପରିବେଶୀୟ ଉଦ୍ୟାନ କୁ ପରିବେଶ ପ୍ରେମୀଙ୍କ ଭିଡ ଜମିବାରେ ଲାଗିଛି । ସେଠାକାର ଜଳଭଣ୍ଡାର ସହ ପାହାଡ ଓ ସବୁଜ ବନାନୀContinue reading “ନୂଆ ବର୍ଷରେ ପିକନିକର ନୂଆ ଠିକଣା ପାଲଟିଛି ମାଲକାନଗିରିର ସତୀଗୁଡା । ସବୁଜ ବନାନୀ ଭିତରେ ଜଳଭଣ୍ଡାରରେ ବୋଟିଂ ପାଇଁ ବନ ବିଭାଗ କରିଛି ସବୁ ପ୍ରକାର ବ୍ୟବସ୍ଥା”

ଆସ ଆଲୋଚନା କରିବା… କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲା କେନ୍ଦ୍ର । ୩୦ରେ ବୈଠକ ପାଇଁ ଡାକିଲେ କେନ୍ଦ୍ର ସରକାର ।

କନକ ବ୍ୟୁରୋ: ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏହାରି ଭିତରେ କୃଷକ ସଙ୍ଗଠନ ସହ ଆଲୋଚନା କରିବାକୁ ପୁଣି ଆଗେଇ ଆସିଛନ୍ତି ସରକାର । ଯଦିଓ ପୂର୍ବରୁ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ତେଣୁ ଏଥର କିଛି ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ସରକାର ପୁଣି ଥରେ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି । ତେଣୁ ଆସନ୍ତା ୩୦ ତାରିଖରେ ବୈଠକ ପାଇଁ ପ୍ରସ୍ତାବ ଦେଇଛି କେନ୍ଦ୍ର । ବୁଧବାର ଅର୍ଥାତContinue reading “ଆସ ଆଲୋଚନା କରିବା… କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲା କେନ୍ଦ୍ର । ୩୦ରେ ବୈଠକ ପାଇଁ ଡାକିଲେ କେନ୍ଦ୍ର ସରକାର ।”

ପୁରୀ ଅସ୍ତରଙ୍ଗରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁ ଦାଣ୍ଡରେ ବୁଲିଲା ଠେଙ୍ଗା, ଜଣେ ଆହତ ।

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଳଙ୍ଗପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଏସିଡ୍ ମାଡରେ ଜଣେ ଗୁରୁତର । ଏହାସହ କିଛି ଉତ୍ୟେକ୍ତ ବ୍ୟକ୍ତି ପାଳଗଦାରେ ନିଆଁ ଲଗାଇ ଦେବା ସହ ଗାଁ ଦାଣ୍ଡରେ ଠେଙ୍ଗା ବୁଲାଇ ଭାଷା ଅଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି । ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳଙ୍ଗପୁର ଗାଁରେContinue reading “ପୁରୀ ଅସ୍ତରଙ୍ଗରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁ ଦାଣ୍ଡରେ ବୁଲିଲା ଠେଙ୍ଗା, ଜଣେ ଆହତ ।”

ହାତଗୋଡ ବନ୍ଧା ଅବସ୍ଥାରେ ବାଉଁଶ ଡୋଲି ଭିତରୁ ନବବଧୂ ଉଦ୍ଧାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି । ଶାଶୁ-ଶ୍ୱଶୁର ଥାନାରେ ଅଟକ

କନକ ବୁରୋ : ହାତଗୋଡ ବନ୍ଧା ଅବସ୍ଥାରେ ମହିଳା ଉଦ୍ଧାର । ନବବିବାହ ମହିଳାଙ୍କ ହାତ ଓ ଗୋଡକୁ ଦଉଡିରେ ବାନ୍ଧି ବାଉଁଶ ଡୋଲି ଭିତରୁ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଡାଙ୍ଗସାହି ଅଂଚଳରେ । ଡୋଲି ଭିତରୁ ଉଦ୍ଧାର ହୋଇଥିବା ମହିଳାଙ୍କ ନାମ ଝିଲି ପ୍ରଧାନ । ବୁଗୁଡା ଥାନା ଅନ୍ତର୍ଗତ ମଣିତରାContinue reading “ହାତଗୋଡ ବନ୍ଧା ଅବସ୍ଥାରେ ବାଉଁଶ ଡୋଲି ଭିତରୁ ନବବଧୂ ଉଦ୍ଧାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି । ଶାଶୁ-ଶ୍ୱଶୁର ଥାନାରେ ଅଟକ”

ରାତି ହେଲେ ଶୀତ ସାଜୁଛି ଶତ୍ରୁ । ହାଡଭଙ୍ଗା ଜାଡ ନା ଶୋଇବାକୁ ଦେଉଛି ନା ବଞ୍ଚିବାକୁ । ମାନସିକ ବିକାରଗ୍ରସ୍ତ ବୋଲି ରାସ୍ତାକଡେ ବିତୁଛି ଜୀବନ, ନଜର ଦେଉନି ପ୍ରଶାସନ ।

କନକ ବ୍ୟୁରୋ: ଯଦି ପଚରାଯାଏ ଆପଣଙ୍କ ପ୍ରିୟ ଋତୁ କଣ ? ଅନେକ ଉତ୍ତରରେ କୁହନ୍ତି ବର୍ଷା, ବସନ୍ତ କି ଶୀତ… ଏ ଶୀତ ଅନେକଙ୍କୁ ଆନନ୍ଦ ଦିଏ, ଏ ଶୀତ ଅନେକଙ୍କୁ ଉଲ୍ଲସିତ କରେ । ହେଲେ ହାଡଭଙ୍ଗା ଶୀତ ଯେ ଶାସ୍ତି ଦିଏ, ଅଧ ରାତିରେ ଆଖିବୁଜା ନିର୍ଯାତନା ଦିଏ ତାହା ଅସହାୟର ଆତ୍ମଲିପି ପଢିଲେ ହିଁ ଜାଣିହେବ, ଜାଡ କେତେ ଯନ୍ତ୍ରଣା ଦିଏ ବୋଲି… ଶୀତ କିଛି ଲୋକଙ୍କ ପାଇଁ ମଉଜ ଆଣିଦେଇଥିବାContinue reading “ରାତି ହେଲେ ଶୀତ ସାଜୁଛି ଶତ୍ରୁ । ହାଡଭଙ୍ଗା ଜାଡ ନା ଶୋଇବାକୁ ଦେଉଛି ନା ବଞ୍ଚିବାକୁ । ମାନସିକ ବିକାରଗ୍ରସ୍ତ ବୋଲି ରାସ୍ତାକଡେ ବିତୁଛି ଜୀବନ, ନଜର ଦେଉନି ପ୍ରଶାସନ ।”

କଟକରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସିର ପଦକ୍ଷେପ

କନକ ବ୍ୟୁରୋ : କଟକରେ ଜିରୋନାଇଟ ସେଲିବ୍ରେସନ ଉପରେ ଲାଗିଲା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସି ନେଲା ପଦକ୍ଷେପ । ହୋଟେଲ, ମଣ୍ଡପ, କ୍ଲବରେ ଭିଡ ନକରିବାକୁ ନିର୍ଦ୍ଦେଶ । ନିଜ ନିଜ ଘରେ ରହି ନୂଆ ବର୍ଷ ପାଳିବାକୁ ଦିଆଗଲା ପରାମର୍ଶ । ଏହା ପୂର୍ବରୁ ଭୁବନେଶ୍ୱରରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛି ବିଏମସି । ଏଥର ଭୁବନେଶ୍ୱରର କୌଣସି ଜାଗାରେ ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେସନ ହେବନି । ଏହାସହContinue reading “କଟକରେ ଜିରୋନାଇଟ ସେଲିବ୍ରେସନ ଉପରେ କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଏମସିର ପଦକ୍ଷେପ”

ରାଜସ୍ଥାନର ଝଲୱାଇ ଜିଲ୍ଲାରେ ମନ୍ଦିର ପାଇଁ…୧୧ହଜାର ଲିଟର କ୍ଷୀର ଓ ଘିଅ ଢାଳିଲେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : ମନ୍ଦିର ପ୍ରତିଷ୍ଠା ଦିବସରେ ୧୧ହଜାର ଲିଟର କ୍ଷୀର, ଦହି ଓ ଘିଅ ଢାଳିଲେ ଶ୍ରଦ୍ଧାଳୁ । ରାଜସ୍ତାନ ରତଲାଇ ଅଂଚଳର ଝଲୱାର ଜିଲ୍ଲାରେ ଶନିବାର ଦେବନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଥିଲା । ଏହି ଅବସରରେ ୧୧ହଜାର ଲିଟର କ୍ଷୀର, ଦହି, ଘିଅ ଢାଳିଛନ୍ତି ଶ୍ରଦ୍ଧାଳୁ । ଏହି ୧୧ ହଜାର ଲିଟର ଭିତରେ ୧୫ଶହ ଲିଟର ଦହି ଓ ଏକ କ୍ୱିଂଟାଲ ଦେଶୀ ଘିଅ ଓ ଅବଶିଷ୍ଠାଂଶ କ୍ଷୀର ଥିବା ଜଣାପଡ଼ିଛିContinue reading “ରାଜସ୍ଥାନର ଝଲୱାଇ ଜିଲ୍ଲାରେ ମନ୍ଦିର ପାଇଁ…୧୧ହଜାର ଲିଟର କ୍ଷୀର ଓ ଘିଅ ଢାଳିଲେ ଶ୍ରଦ୍ଧାଳୁ”

ଗାଇସିଲଟ ବ୍ଲକ କାଲପାଲି ପଞ୍ଚାୟତ ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସର ଚଢାଉ : କଲଙ୍ଗାପାଲି ସ୍ଥିତ ପୈତୃକ ବାସଭବନ ଓ ଅଫିସରେ ରେଡ୍

କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସର ଚଢାଉ । ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଂଚାୟତ ପିଇଓଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଟିମ ଚଢାଉ କରିଛି । ପିଇଓ ପାଣ୍ଡବ ନନ୍ଦଙ୍କ ନିଜସ୍ୱ ବାସଭବନ ସହିତ ତାଲପାଲିରେ ଥିବା କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ପାଣ୍ଡବ ନନ୍ଦଙ୍କContinue reading “ଗାଇସିଲଟ ବ୍ଲକ କାଲପାଲି ପଞ୍ଚାୟତ ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସର ଚଢାଉ : କଲଙ୍ଗାପାଲି ସ୍ଥିତ ପୈତୃକ ବାସଭବନ ଓ ଅଫିସରେ ରେଡ୍”

Design a site like this with WordPress.com
Get started