କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଉଦଘାଟନ କଲେ ଦେଶର ପ୍ରଥମ ଡ଼୍ରାଇଭରଲେସ୍ ଟ୍ରେନ୍ । ୩୭ କିଲୋମିଟର ଯାତ୍ରା କରିବ ଏହି ଟ୍ରେନ୍ । ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋରେ ସାମିଲ ହେବ । ଏହି ଟ୍ରେନ୍ ବିନା ଡ଼୍ରାଇଭରରେ ଅଟୋମେଟିକ୍ ଭାବେ ଚାଲିବ । ଦେଶର ପ୍ରଥମ ଡ଼୍ରାଇଭରଲେସ୍ ଟ୍ରେନ୍ ଭାବେ ଏହି ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଜେଂଟା ଲାଇନ୍ ଓ ପିଙ୍କ ଲାଇନରେ ଚାଲିବ । ପ୍ରଥମ ପର୍ଯ୍ୟାୟରେContinue reading “ବିନା ଡ୍ରାଇଭରରେ ଚାଲିବ ମେଟ୍ରୋ ଟ୍ରେନ : ଦିଲ୍ଲୀରେ ଚାଳକ ବିହୀନ ସେବାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ”
Author Archives: Raghaba
ମାରାତ୍ମକ ହେଉଛି ନୂଆ କରୋନା : ୪ ମହାଦେଶକୁ ମାଡ଼ିଗଲାଣି; ଜାପାନରେ ବିଦେଶୀଙ୍କୁ ପ୍ରବେଶ ମନା
କନକ ବ୍ୟୁରୋ : ନୂଆବର୍ଷ ଆସି ଅତି ନିକଟରେ ପହଞ୍ଚିଲାଣି । ବିଶ୍ବବାସୀ ‘ଜିରୋ ଆୱାର’ ମନାଇବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବ୍ରିଟେନ୍ରେ ନିକଟରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ବିଶ୍ବବାସୀଙ୍କ ନିଦ ହଜାଇ ଦେଲାଣି । ୟୁରୋପ ମହାଦେଶର ଏକାଧିକ ଦେଶପରେ ଏହି ଭୂତାଣୁ ବିଶ୍ବର ୪ଟି ମହାଦେଶକୁ ଇତିମଧ୍ୟରେ ବ୍ୟାପିଗଲାଣି । ବ୍ରିଟେନ୍ ପକ୍ଷରୁ ନୂଆ କରୋନା ଭୂତାଣୁ ସଂପର୍କରେ ଘୋଷଣା ହେବା ପରେContinue reading “ମାରାତ୍ମକ ହେଉଛି ନୂଆ କରୋନା : ୪ ମହାଦେଶକୁ ମାଡ଼ିଗଲାଣି; ଜାପାନରେ ବିଦେଶୀଙ୍କୁ ପ୍ରବେଶ ମନା”
କନ୍ଧମାଳରେ ପୁଣି ଦବଦବା ଜାହିର କଲେ ମାଓବାଦୀ : ଗଛପକାଇ କୋଟଗଡ-ମୁନିଗୁଡା ରାସ୍ତା ଅବରୋଧ; ପୁଲିସର କଥିତ ଦମନଲୀଳାକୁ ବିରୋଧ
କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ମାଓବାଦୀ ମାନେ ପୁଣି ତାଙ୍କର ଦବ୍ଦବା ଜାହିରି କରିଛନ୍ତି । କୋଟଗଡ ଓ ତୁମୁଡ଼ିବନ୍ଧ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହା ସହ ସିଆରପିଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ, ଗଂଜେଇ ଗଛ ନଷ୍ଟ ନକରିବା, ପୋଲିସର ଦମନ ନୀତିକୁ ପୋଷ୍ଟରରେ ଲିଖିତ ଭାବେ ବିରୋଧ କରିଛନ୍ତି ମାଓବାଦୀ । କୋଟଗଡ଼-ମୁନିଗୁଡ଼ା ରାସ୍ତାର ବଣ୍ଡା ପିପିଲିContinue reading “କନ୍ଧମାଳରେ ପୁଣି ଦବଦବା ଜାହିର କଲେ ମାଓବାଦୀ : ଗଛପକାଇ କୋଟଗଡ-ମୁନିଗୁଡା ରାସ୍ତା ଅବରୋଧ; ପୁଲିସର କଥିତ ଦମନଲୀଳାକୁ ବିରୋଧ”
କୁନି ପିଲାଙ୍କୁ ପାଠ ପଢାଇବାକୁ ପ୍ରୟାସ : ବଣ୍ଡା ଘାଟିରେ ଶିକ୍ଷାର ଆଲୋକ ଦେଖାଉଛନ୍ତି ଶିକ୍ଷିତ ଯୁବକ ଯୁବତୀ
କନକ ବ୍ୟୁରୋ : ବଣ୍ଡା ଘାଟିରେ ଶୀକ୍ଷାର ଆଲୋକ ଦେଖାଉଛନ୍ତି ଶିକ୍ଷିତ ଯୁବକ ଯୁବତୀ । ଏଠି ଶିକ୍ଷକ ଶିକ୍ଷୟତ୍ରୀ ନୁହେଁ ଗାଁ ଗଣ୍ଡାର ଶିକ୍ଷିତ ଯୁବକ ଯୁବତୀ ପିଲାଙ୍କୁ ପଢାଉଛନ୍ତି । କରୋନା କଟକଣା ପାଇଁ ସ୍କୁଲ ବନ୍ଦ ରହିଥିବା ବେଳେ ଘାଟିର କୁନି କୁନି ପିଲା ଶିକ୍ଷା ଅଭାବରୁ ପାଠ ମଧ୍ୟ ପାଶୋରି ଗଲେଣି । ଏପରି ସ୍ଥିତିରେ ଘାଟିର କୁନି କୁନି ପିଲାଙ୍କୁ ଖୋଲା ଆକାଶ ତଳେ ଗଛ ତଳେ ପାଠ ପଢାଉଛନ୍ତିContinue reading “କୁନି ପିଲାଙ୍କୁ ପାଠ ପଢାଇବାକୁ ପ୍ରୟାସ : ବଣ୍ଡା ଘାଟିରେ ଶିକ୍ଷାର ଆଲୋକ ଦେଖାଉଛନ୍ତି ଶିକ୍ଷିତ ଯୁବକ ଯୁବତୀ”
ଆଜି ୪ ରାଜ୍ୟରେ ଟିକାର ଡ୍ରାଏ ରନ୍ : ଜାଣନ୍ତୁ କେମିତି ହେବ ଟିକାକରଣର ଡ୍ରାଏ ରନ୍ ?
କନକ ବ୍ୟୁରୋ : ଆସନ୍ତା ଜାନୁଆରୀରୁ ଦେଶରେ କରୋନା ଟୀକା ଦେବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଉ ଟିକା ପ୍ରିକ୍ରିୟାର ପ୍ରାକ ଅଭ୍ୟାସ ସ୍ୱରୂପ ଆନ୍ଧ୍ର ସମେତ ଆସାମ, ଗୁଜରାଟ ଓ ପଞ୍ଜାବରେ ଏହି ଡ୍ରାଏ ରନ ବ୍ୟବସ୍ଥା କରାଯିବ । ଆଜି ଓ ଆସନ୍ତାକାଲି ଏହି ଡ୍ରାଏ ରନ ପ୍ରକ୍ରିୟାରେ ବିଭିନ୍ନ କ୍ଷେତ୍ରରେ ସତର୍କତା ଅବଲମ୍ବନ ସହ ଆନୁଷଙ୍ଗିକ ଭିତିଭୂମି ବ୍ୟବସ୍ଥାର ସମୀକ୍ଷା ହେବ । କେବଳ ଲକ୍ଷଦ୍ୱୀପକୁ ବାଦଦେଲେ ଦେଶର ସମସ୍ତContinue reading “ଆଜି ୪ ରାଜ୍ୟରେ ଟିକାର ଡ୍ରାଏ ରନ୍ : ଜାଣନ୍ତୁ କେମିତି ହେବ ଟିକାକରଣର ଡ୍ରାଏ ରନ୍ ?”
ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ପୀଠ : ଆଜିଠାରୁ କେବଳ ସେବାୟତ ଓ ତାଙ୍କ ପରିବାରକୁ ଦର୍ଶନ ଅନୁମତି
କନକ ବ୍ୟୁରୋ : ଆଜିଠୁ ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ପୀଠ । କରୋନା କଟକଣା ମଧ୍ୟରେ ଆଜି ଓ ଆସନ୍ତାକାଲି ସେବାୟତ ଓ ସେବାୟତଙ୍କ ପରିବାର ଠାକୁରଙ୍କ ଦର୍ଶନ କରିପାରିବେ । ୩୦ ଓ ୩୧ ତାରିଖରେ ଆଖପାଖ ୪ଟି ପଂଚାୟତ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁରର ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିବ । ତେବେ ଜାନୁଆରୀ ପହିଲା ଓ ୨ ତାରିଖରେ ଦର୍ଶନ ହୋଇପାରିବ ନାହିଁ । ଜାନୁଆରୀ ୩ ତାରିଖରେContinue reading “ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ପୀଠ : ଆଜିଠାରୁ କେବଳ ସେବାୟତ ଓ ତାଙ୍କ ପରିବାରକୁ ଦର୍ଶନ ଅନୁମତି”
ଅସ୍ତରଙ୍ଗର ଦେବୀ ମୁହାଁଣରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ : ଠାବ କଲା ବନ ବିଭାଗର ପାଟ୍ରୋଲିଂ ଟିମ୍
କନକ ବ୍ୟୁରୋ : ଅସ୍ତରଙ୍ଗ ଦେବୀ ମୁହାଣରେ ଅଲିଭ ରିଡଲେ କଇଁଛଙ୍କ ଅପ୍ରତ୍ୟାସିତ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଅସ୍ତରଙ୍ଗ ଦେବୀ ମୁହାଣ ଅବବାହିକାରେ ସମୁଦ୍ର ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଚାଲିଥିବାବେଳେ ଗତକାଲି ମଧ୍ୟରାତ୍ରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ୨ଟି ଅଲିଭ ରିଡଲେ କଇଁଛ ଅପ୍ରତ୍ୟାସିତ ଭାବେ ସମୁଦ୍ର କୂଳକୁ ଆସି ଅଣ୍ଡାଦାନ କରିଥିବା ବନ ବିଭାଗ ପେଟ୍ରୋଲିଂ ଟିମ୍ ଦେଖିବାକୁ ପାଇଛନ୍ତି । ଗୋଟିଏ କଇଁଛ ଦେବୀContinue reading “ଅସ୍ତରଙ୍ଗର ଦେବୀ ମୁହାଁଣରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ : ଠାବ କଲା ବନ ବିଭାଗର ପାଟ୍ରୋଲିଂ ଟିମ୍”
ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ : ବିଜେଡି-ବିଜେପି ମଧ୍ୟରେ ଟ୍ବିଟ୍ ଯୁଦ୍ଧ
କନକ ବ୍ୟୁରୋ : ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୟାନକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବିଜୁଜନତା ଦଳ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ । ପ୍ରଣବ ଟୁଇଟ୍ କରି କହିଛନ୍ତି , ମୁଖ୍ୟମନ୍ତ୍ରୀ ଚାହାଁନ୍ତି ରାଜ୍ୟର ମହିଳାମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ । ଧର୍ମେନ୍ଦ୍ରଙ୍କୁ ଇସାରା କରି ପ୍ରଣବ କହିଛନ୍ତି ଆପଣ କଣ ଚାହାଁନ୍ତି ମହିଳାମାନେ ଚାରିକାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ ।Continue reading “ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ : ବିଜେଡି-ବିଜେପି ମଧ୍ୟରେ ଟ୍ବିଟ୍ ଯୁଦ୍ଧ”
ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ : ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନରେ ଅଲଆଉଟ
କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ପଂହଚିଛି ଭାରତ । ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନରେ ଅଲଆଉଟ ହୋଇଯାଇଛି । ଭାରତ ପାଇଁ ଆଜିଙ୍କ୍ୟ ରାହାଣେ ୧୧୨ ରନ କରିଥିବାବେଳେ ରବୀନ୍ଦ୍ର ଜାଡେଜା ୫୭ ରନର ପାରି ଖେଳିଛନ୍ତି । ଉଭୟ ମିଶି ୧୨୧ରନ ପାରି ଖେଳିଛନ୍ତି । ଏହାସହ ଭାରତ ମୋଟ ୧୩୧ ରନର ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟ୍ରାକContinue reading “ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ : ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନରେ ଅଲଆଉଟ”
ବଢିଲା ଗାଡି କାଗଜପତ୍ର ବୈଧତା : କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା
କନକ ବ୍ୟୁରୋ : ଆସନ୍ତା ମାର୍ଚ ୩୧ ତାରିଖ ଯାଏଁ ବଢିଲା ଗାଡ଼ିର ଡ୍ରାଇଭିଂ ଲାଇସନ୍ସ, ଆରସି, ଫିଟନେସ୍ କାଗଜପତ୍ରର ବୈଧତା । ଏନେଇ ରାଜ୍ୟ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି । କରୋନା କଟକଣା କାରଣରୁ ଗତ ମାର୍ଚ ୧୮ ତାରିଖ ପର ଠାରୁ ଚୂଡାନ୍ତ ଡ୍ରାଇଭିଂ ଲାଇସନ୍ସ ପାଇଁ ସ୍ଲଟ୍ ବୁକିଂ ବାତିଲ ହୋଇ ଯାଇଥିଲା । କରୋନା କଟକଣା କାଳରେ ଆରଟିଓ ଅଫିସରେ ସୀମିତ ସଂଖ୍ୟକ ଡ୍ରାଇଭିଂ ଟେଷ୍ଟContinue reading “ବଢିଲା ଗାଡି କାଗଜପତ୍ର ବୈଧତା : କୋଭିଡ ସ୍ଥିତି ପାଇଁ ୩୧ ମାର୍ଚ୍ଚ ଯାଏ ବଢିଲା ଡିଏଲ, ଆରସି, ଫିଟନେସ୍ ସାର୍ଟିଫିକେଟର ବୈଧତା”