ଶିକ୍ଷା ପାଇଁ ବୟସ ବାଧା ନୁହେଁ, ବରଂ ଶିକ୍ଷା ପାଇଁ ଇଚ୍ଛାଶକ୍ତି ଆବଶ୍ୟକ । ଆଉ ଏହାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଜୟକିଶୋର ପ୍ରଧାନ । ୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପରେ ବୁର୍ଲାର ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କ୍ୟାରିୟରContinue reading “ଶିକ୍ଷା ପାଇଁ ବାଧକ ହେଲାନି ବୟସ : ୬୪ ବର୍ଷ ବୟସରେ ଡାକ୍ତରୀ ଛାତ୍ର ହେଲେ ବରଗଡ ଅତବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ , ନିଟରେ ପାଶ ହେବା ପରେ ଭିମସାରରେ ଲେଖାଇଲେ ନାଁ “
Author Archives: Raghaba
ସଦୈବ ଅଟଳ : ଅଟଳବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ୯୬ତମ ଜନ୍ମବାର୍ଷିକୀ ଅବସରରେ ଆଜି ‘ସଦୈବ ଅଟଳ’ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମନ୍ତ୍ରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନିକଟରେ ନିର୍ମିତ ସ୍ମାରକୀ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିର୍ମଳା ସୀତାରମଣ ଏବଂ ପୀୟୂଷ ଗୋୟାଲ୍। ‘ଉତ୍ତମ ଶାସନ ଦିବସ’ ଭାବେ ପାଳିତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେContinue reading “ସଦୈବ ଅଟଳ : ଅଟଳବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦୀ”
ବାଲୁକାରେ ବଡ଼ଦିନର ଶୁଭେଚ୍ଛା : ବାଲୁକା କଳା ଜରିଆରେ ବଡ଼ଦିନର ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଡ଼ଦିନ ଅବସରରେ ବାଲୁକା କଳା ଜରିଆରେ ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚଳିତ ବର୍ଷ କୋଭିଡ୍ ପାଇଁ ସଚେତନତାର ବାର୍ତା ରଖିଛନ୍ତି ସୁଦର୍ଶନ ପଟ୍ଟନାୟକ । ବେଳାଭୂମୀରେ ୬ ହଜାର ବର୍ଗଫୁଟ ଅଂଚଳରେ ନିର୍ମାଣ କରିଛନ୍ତି ବିଶ୍ୱର ସବୁଠୁ ବଡ଼ ୧୦୦ ଫୁଟ୍ ଲମ୍ବର ମାସ୍କ । ଆଉContinue reading “ବାଲୁକାରେ ବଡ଼ଦିନର ଶୁଭେଚ୍ଛା : ବାଲୁକା କଳା ଜରିଆରେ ବଡ଼ଦିନର ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ”
ଷ୍ଟେଜରେ ନାଚିଲେ ଦିଦି : ବଙ୍ଗୀୟ ସଙ୍ଗୀତ ମେଳାରେ ସଂଗୀତର ତାଳେ ତାଳେ ପାଦ ପକାଇ ଖୁବ୍ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଦିଦିଙ୍କ ନାଚକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା
ନାଚିଲେ ଦିଦି । ରାଜନୀତିରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀଙ୍କୁ ଜବାବ ଦେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଛି । ଦିଦି ଭାବେ ପରିଚିତ ମମତା ସଂଗୀତର ତାଳେ ତାଳେ ନାଚୁଥିବାର ଦୃଶ୍ୟ ନଜର ଆସିଛି । କୋଲକାତାରେ ବାଂଲା ସଂଗୀତ ମେଳାରେ ସଂଗୀତ ସହ ପାଦ ମିଳାଇଥିଲେ ଦିଦି । ଆଦିବାସୀ ସଂଗୀତକାର ବାସନ୍ତୀ ହେମ୍ବ୍ରମ ଓ ଅନ୍ୟ କିଛି କଳାକାର ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ବାଂଲାContinue reading “ଷ୍ଟେଜରେ ନାଚିଲେ ଦିଦି : ବଙ୍ଗୀୟ ସଙ୍ଗୀତ ମେଳାରେ ସଂଗୀତର ତାଳେ ତାଳେ ପାଦ ପକାଇ ଖୁବ୍ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଦିଦିଙ୍କ ନାଚକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା”
ଧରାବତରଣ କଲେ ପ୍ରଭୁ ଯୀଶୁ : ବାଇବେଲ ପାଠ ଓ ପ୍ରାର୍ଥନା ପରେ ସମସ୍ତେ ପରସ୍ପରକୁ ଜଣାଇଲେ ଶୁଭେଚ୍ଛା , ପ୍ରଭୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ । ବଡ଼ ଦିନରେ ଦେଶବ୍ୟାପୀ ଉତ୍ସବର ମାହୋଲ
ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ତଥା ଭକ୍ତି ଅର୍ଘ୍ୟ ଢାଳିବା ପାଇଁ ପ୍ରାୟ ୩ଟା ଯାଏଁ ଚଳଚଂଚଳ ଥିଲା ବିଭିନ୍ନ ଚର୍ଚ୍ଚ । ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ଚର୍ଚ୍ଚ । ଝଲସୁଥିଲା ଜିଙ୍ଗଲ ବେଲ । ଝଲସୁଥିଲା ବିଭିନ୍ନ ଉପହାରରେ ସଜ୍ଜିତ ଖ୍ରୀଷ୍ଟମାସ ବୃକ୍ଷ । ଭାସିଆସୁଥିଲା ସମବେତ କାରୋଲ ସଙ୍ଗୀତ । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରିContinue reading “ଧରାବତରଣ କଲେ ପ୍ରଭୁ ଯୀଶୁ : ବାଇବେଲ ପାଠ ଓ ପ୍ରାର୍ଥନା ପରେ ସମସ୍ତେ ପରସ୍ପରକୁ ଜଣାଇଲେ ଶୁଭେଚ୍ଛା , ପ୍ରଭୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କଲେ ଖ୍ରୀଷ୍ଟଧର୍ମାବଲମ୍ବୀ । ବଡ଼ ଦିନରେ ଦେଶବ୍ୟାପୀ ଉତ୍ସବର ମାହୋଲ”
ଆଫଗାନିସ୍ଥାନରୁ ଧରାହେଲେ ୧୦ ଜଣିଆ ଚୀନ୍ ଗୁପ୍ତଚର : ୧୦ ଗୁପ୍ତଚର ଅଟକ
ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ୧୦ଜଣିଆ ସଦସ୍ୟବିଶିଷ୍ଟ ଏକ ଚୀନା ଗୁପ୍ତଚର ଦଳ ଧରାପଡ଼ିଥିବା କଥା କୂଟନୀତିଜ୍ଞ ଏବଂ ନିରାପତ୍ତା ଅଧିକାରୀମାନେ କହିଛନ୍ତି। ଗୁପ୍ତଚରଗିରି ଏବଂ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ଅଭିଯୋଗରେ ସେହି ୧୦ଜଣ ଚୀନ୍ ନାଗରିକଙ୍କୁ ଆଫଗାନିସ୍ତାନର ‘ନ୍ୟାସ୍ନାଲ୍ ଡାଇରେକ୍ଟୋରେଟ୍ ଅଫ୍ ସିକ୍ୟୁରିଟି’ (ଏନ୍ଡିଏସ୍) ଅଟକ ରଖିଛି। ସେମାନେ ଚୀନ୍ର ଗୁପ୍ତଚର ଏଜେନ୍ସି ଏବଂ ରାଷ୍ଟ୍ରୀୟ ନିରାପତ୍ତା ମନ୍ତ୍ରାଳୟ ସହ ସମ୍ପୃକ୍ତ ଥିବା ପରି ମନେହେଉଛି। ଡିସେମ୍ବର ୧୦ ତାରିଖ ଦିନ ‘ଏନ୍ଡିଏସ୍’Continue reading “ଆଫଗାନିସ୍ଥାନରୁ ଧରାହେଲେ ୧୦ ଜଣିଆ ଚୀନ୍ ଗୁପ୍ତଚର : ୧୦ ଗୁପ୍ତଚର ଅଟକ “
୨ ମାସ ଭିତରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ବଢାଇଛି ଦୁର୍ଘଟଣା : ଦୁର୍ଘଟଣାରେ ୫୯ ଲୋକଙ୍କ ଗଲାଣି ଜୀବନ ।
ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲ୍ଲା ମଧ୍ୟରେ ଗଞ୍ଜାମ ସ୍ଥିତି ଉଦ୍ବେଗଜନକ। ଜିଲ୍ଲାରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁ କମାଇବାକୁ ସୁପ୍ରିମକୋର୍ଟ ବାରମ୍ବାର ତାଗିଦ୍ କରୁଛନ୍ତି। କିନ୍ତୁ ଜିଲ୍ଲାରେ ଦୁର୍ଘଟଣା କମିବା ନାଁ ଧରୁନି। ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ୨ମାସ ମଧ୍ୟରେ ଗଞ୍ଜାମରେ ସଡ଼କ ଦୁର୍ଘଟଣାରେ ୩୫ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ଦୁଇ ମାସରେ ୬୮.୫୭ ପ୍ରତିଶତ ଅଧିକ ଲୋକ ଦୁର୍ଘଟଣାରେContinue reading “୨ ମାସ ଭିତରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ବଢାଇଛି ଦୁର୍ଘଟଣା : ଦୁର୍ଘଟଣାରେ ୫୯ ଲୋକଙ୍କ ଗଲାଣି ଜୀବନ । “
ଦିଲ୍ଲୀରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା ୨.୩ , ସକାଳ ପ୍ରାୟ ୫ ଟା ୨ ମିନିଟରେ ଭୂକମ୍ପ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ
ଆଜି ଭୋରରୁ ଦିଲ୍ଲୀରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଂଟର ଫର ସିସମୋଲଜି ଅନୁସାରେ, ରିକ୍ଟର ସ୍କେଲର ଭୂମିକମ୍ପର ତୀବ୍ରତା ୨.୩ ଥିଲା । ଭୋର ପ୍ରାୟ ୫ଟା ୦୨ ମିନିଟରେ ଏହି ଭୂମିକମ୍ପ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ । ଗତ ୧୭ ଡିସେମ୍ବରରେ ମଧ୍ୟ ଦିଲ୍ଲୀ-ଏନସିଆରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେତେବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୨ ।Continue reading “ଦିଲ୍ଲୀରେ ପୁଣି ମୃଦୁ ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା ୨.୩ , ସକାଳ ପ୍ରାୟ ୫ ଟା ୨ ମିନିଟରେ ଭୂକମ୍ପ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ”
ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀକୁ ବିଏମସିର ଚରମବାଣୀ : ଦୋକାନ ସାମ୍ନାରେ ଦୁଇଟି ଡଷ୍ଟବିନ୍ ନରଖିଲେ ସିଲ୍ ହେବ ଦୋକାନ
ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ ପାଇଁ ବିଏମ୍ସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଯେପରି ଭଲ ରୢାଙ୍କ ମିଳିବ, ସେଥିପାଇଁ ବିଏମ୍ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପରିମଳ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେଉଥିବା ବେଳେ ବିଏମ୍ସି ପକ୍ଷରୁ ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଦୁଇଟି ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଦୋକାନରେ ଦୁଇଟି ଡଷ୍ଟବିନ୍ ରଖିବେନି, ସେମାନଙ୍କ ଦୋକାନ ସିଲ୍ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ବିଏମ୍ସିContinue reading “ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀକୁ ବିଏମସିର ଚରମବାଣୀ : ଦୋକାନ ସାମ୍ନାରେ ଦୁଇଟି ଡଷ୍ଟବିନ୍ ନରଖିଲେ ସିଲ୍ ହେବ ଦୋକାନ”
ଆଜି ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ : ପିଏମ୍ କିଷାନ୍ ଯୋଜନାରେ ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟିର ସହାୟତା ପଠାଇବେ ମୋଦି ।
ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଭିତରେ ଆଜି ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଆଜି ନରେନ୍ଦ୍ର ମୋଦି ୬ ରାଜ୍ୟର ଚାଷୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ । ଏହା ସହିତ ଦେଶର ୯ କୋଟି ଚାଷୀଙ୍କ ଖାତାକୁ କିଷାନ୍ ସମ୍ମାନ ନିଧି ଯୋଜନା ଜରିଆରେ ୧୮ ହଜାର କୋଟି ଟଙ୍କା ପଠାଇବେ । ଏସମ୍ପର୍କରେ ଟ୍ୱିଟ୍ କରି ମଧ୍ୟContinue reading “ଆଜି ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେବେ ପ୍ରଧାନମନ୍ତ୍ରୀ : ପିଏମ୍ କିଷାନ୍ ଯୋଜନାରେ ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟିର ସହାୟତା ପଠାଇବେ ମୋଦି ।”