କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କ ଘରେ ଚଢାଉ ବେଳେ ପୁଣି ବନ୍ଧୁକ ଓ ଗୁଳି ଜବତ । ୩ଟି ବନ୍ଧୁକ ଓ ୧୪୦ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି । ଆଜିଠୁ ୩ ଦିନିଆ ରିମାଣ୍ଡରେ ଧଳସାମନ୍ତ ବ୍ରଦର୍ସଙ୍କୁ ନେଇଛି ପୁଲିସ । ପ୍ରଥମେ ସୁଶାନ୍ତ ଧଳସାମନ୍ତଙ୍କୁ କଟକ ଘରକୁ ଆଣି କେଉଁ କେଉଁ ସ୍ଥାନରେ ବନ୍ଧୁକ ଲୁଚାଇଥିଲା ତାହା ପୁଲିସ ପଚାରିଛି । ଏହା ପରେ ସାନContinue reading “ଗ୍ୟାଙ୍ଗଷ୍ଟରଙ୍କ ଘର, ଗୁଳିଗୋଳାର ଗନ୍ତାଘର… ପୁଣି ଡି’ ବ୍ରଦର୍ସଙ୍କ ଘରୁ ବନ୍ଧୁକ ଗୁଳି ଜବତ । ୩ ବନ୍ଧୁକ, ୧୪୦ ରାଉଣ୍ଡ ଗୁଳି ପାଇଲା ପୋଲିସ ।”
Author Archives: Raghaba
ଅଧାରେ ରହିଗଲା ବାପାଙ୍କ ସ୍ୱପ୍ନ, ପୁଅ ଡାକ୍ତର ହେବା ଆଗରୁ ଆଖିବୁଜିଲେ ବାପା । କୋକେଇରେ ଶୋଇଥିବା ବାପାଙ୍କ ଶବ ଛାତିରେ ଷ୍ଟେଥୋ ପକାଇ ଜୀବନ ଖୋଜୁଛି ପୁଅ…
କନକ ବ୍ୟୁରୋ: ଉଠ ବାପା ଉଠ… ତମ ପୁଅ ଡାକୁଛି ଉଠ । ଏଇ ଦେଖ ମୋ ହାତରେ ଷ୍ଟେଥୋ ଅଛି, ତମ ପୁଅ ଡାକ୍ତର ହେବାକୁ ଯାଉଛି… ତମ ସ୍ୱପ୍ନ ସତ ହେବାକୁ ଯାଉଛି… ଆଉ କେଇଟା ଦିନ ଅପେକ୍ଷା କରିଯାଇଥିଲେ କଣ ହୋଇନଥାନ୍ତା… ଏ ବାପା ଉଠ, ତମ ପୁଅ ଡାକୁଛି ପରା… ଜୀବନ ନଥିବା ବାପାର ଦେହକୁ ଯେତେ ଡାକିଲେ ବି ଶୁଣୁ ନାହାନ୍ତି ବାପା କି ଉଠୁ ନାହାନ୍ତି । ପୁଅContinue reading “ଅଧାରେ ରହିଗଲା ବାପାଙ୍କ ସ୍ୱପ୍ନ, ପୁଅ ଡାକ୍ତର ହେବା ଆଗରୁ ଆଖିବୁଜିଲେ ବାପା । କୋକେଇରେ ଶୋଇଥିବା ବାପାଙ୍କ ଶବ ଛାତିରେ ଷ୍ଟେଥୋ ପକାଇ ଜୀବନ ଖୋଜୁଛି ପୁଅ…”
ଓଡିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେଲେ ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ନୂଆପଡା ଜିଲ୍ଲାର ଜଣେ ଚାଷୀ ସହ କଥା ହେଲେ ମୋଦି ।
କନକ ବ୍ୟୁରୋ : ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ ଭିତରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଆଜି ନରେନ୍ଦ୍ର ମୋଦି ଓଡିଶା ୬ ରାଜ୍ୟର ଚାଷୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହା ସହିତ ଦେଶର ୯ କୋଟି ଚାଷୀଙ୍କ ଖାତାକୁ କିଷାନ୍ ସମ୍ମାନ ନିଧି ଯୋଜନା ଜରିଆରେ ୧୮ ହଜାର କୋଟି ଟଙ୍କା ପଠାଇଛନ୍ତି । ନୂଆପଡ଼ାContinue reading “ଓଡିଶା ସମେତ ୬ଟି ରାଜ୍ୟର ଚାଷୀଙ୍କ ସହ ସିଧାସଳଖ କଥା ହେଲେ ପ୍ରଧାନମନ୍ତ୍ରୀ । ପିଏମ୍ କିଷାନ୍ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା । ନୂଆପଡା ଜିଲ୍ଲାର ଜଣେ ଚାଷୀ ସହ କଥା ହେଲେ ମୋଦି ।”
ନିତୀଶଙ୍କୁ ବିଜେପି ଦେଲା ଝଟକ। । ୬ ଜେଡିୟୁ ବିଧାୟକ ବିଜେପି ସାମିଲ । ସଂଖ୍ୟା ବଢାଇବାକୁ କିଛି ବି କରିପାରେ ବିଜେପି ।
କନକ ବ୍ୟୁରୋ : ସଂଯୁକ୍ତ ଜନତା ଦଳ ବା ଜେଡିୟୁ ମୁଖ୍ୟ ନିତୀଶ କୁମାରଙ୍କୁ ବଡ ଝଟକା ଦେଇଛି ବିଜେପି । ବିହାରରେ ମିଳିତ ଭାବେ ସରକାର ଗଠନ କରିଥିବା ବିଜେପି ଏବେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିଛି । ସେଠାରେ ନିତୀଶ କୂୁମାରଙ୍କ ଜେଡିୟୁ ମୋଟ ୭ ଟି ଆସନରେ ବିଜୟଲାଭ କରିଥିଲା । ଏହା ସହ ସେଠାରେ ଚାଲିଥିବା ସରକାରକୁ ବି ସମର୍ଥନ ଦେଇଥିଲା ଜେଡିୟୁ ।Continue reading “ନିତୀଶଙ୍କୁ ବିଜେପି ଦେଲା ଝଟକ। । ୬ ଜେଡିୟୁ ବିଧାୟକ ବିଜେପି ସାମିଲ । ସଂଖ୍ୟା ବଢାଇବାକୁ କିଛି ବି କରିପାରେ ବିଜେପି ।”
ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ । ହଠାତ୍ ରକ୍ତଚାପ ବୃଦ୍ଧି ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ : ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯିବା ଯୋଗୁଁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ରକ୍ତଚାପ ବାରମ୍ବାର କମ୍ ବେସି ହେବା ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । ଏବେ ରଜନୀକାନ୍ତ ତାଙ୍କର ନୂଆ ଫିଲ୍ମ (Annaatthe) ପାଇଁ ସୁଟିଂ ଚଲାଇଥିଲେ । ହେଲେ ସେଠାରେ ତାଙ୍କ ସହିତ କାମ କରୁଥିବା ୮ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହିContinue reading “ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ । ହଠାତ୍ ରକ୍ତଚାପ ବୃଦ୍ଧି ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି”
ଦ୍ୱିତୀୟ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆଜିଙ୍କ୍ୟ ରାହାଣେ ଅଧିନାୟକ । ଶୁଭମନ ଗିଲ୍, ମହମ୍ମଦ ସିରାଜ କରିବେ ଡେବ୍ୟୁ ।
କନକ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଦଳରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେହିପରି ରିଦ୍ଧିମାନ ଶାହାଙ୍କ ସ୍ଥାନରେ ରିଷବ ପନ୍ତଙ୍କୁ ଦଳରେ ସ୍ଥାନ ମିଳିଛି । ସେହିପରି ଏହି ଦ୍ୱିତୀୟ ଟେଷ୍ଟ ଜରିଆରେ ଶୁଭମନ ଗିଲ ଓ ମହମ୍ମଦ ସିରାଜ ନିଜ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବେContinue reading “ଦ୍ୱିତୀୟ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଆଜିଙ୍କ୍ୟ ରାହାଣେ ଅଧିନାୟକ । ଶୁଭମନ ଗିଲ୍, ମହମ୍ମଦ ସିରାଜ କରିବେ ଡେବ୍ୟୁ ।”
ନୟାଗଡ ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ୨ ଆକ୍ରମଣକାରୀଙ୍କୁ ଗିରଫ୍ କଲା ପୋଲିସ
କନକ ବ୍ୟୁରୋ : ପରୀ ମାମଲାରେ ବିଜେପିର ପଦଯାତ୍ରା ବେଳେ ନୟାଗଡ ଜିଲ୍ଲା ଯଦୁପୁର ଠାରେ ଜଣେ ସାମ୍ବାଦିକଙ୍କ ସହ ତାଙ୍କ ଟିମ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ୍ କରିଛି । ଗତକାଲି ପରୀକୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ଯଦୁପୁର ଠାରେ ରାଲି ଚାଲିଥିବା ବେଳେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମ ଟିମ୍ ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ଏଥିରେ ସାମ୍ବାଦିକ ଜଣକ ଆହତ ହୋଇଥିବା ବେଳେContinue reading “ନୟାଗଡ ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ୨ ଆକ୍ରମଣକାରୀଙ୍କୁ ଗିରଫ୍ କଲା ପୋଲିସ”
ନୂଆ ବର୍ଷରେ ବିଜେଡିର ନୂଆ ମିଡିଆ ଟିମ୍ । ଜାତୀୟ ସ୍ତରରେ ୬ ମୁଖାପତ୍ର ସହ ୧୬ ଜଣଙ୍କୁ ନିଯୁକ୍ତି । ପ୍ୟାନେଲିଷ୍ଟରେ ୧୪ ଜଣଙ୍କ ନାମ
କନକ ବ୍ୟୁରୋ : ନୂଆ ବର୍ଷରେ ବିଜେଡି ପ୍ରସ୍ତୁତ କଲା ନୂଆ ମିଡିଆ ଟିମ୍ । ଏହି ନୂଆ ମିଡିଆ ଟିମ୍ ରେ ଜାତୀୟ ସ୍ତରରେ ୬ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଅନ୍ୟ ୧୬ ଜଣ ମଧ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି । ଜାତୀୟ ମୁଖପାତ୍ର ଭାବେ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ସସମିତ ପାତ୍ର, ଶର୍ମିଷ୍ଠା ସେଠୀContinue reading “ନୂଆ ବର୍ଷରେ ବିଜେଡିର ନୂଆ ମିଡିଆ ଟିମ୍ । ଜାତୀୟ ସ୍ତରରେ ୬ ମୁଖାପତ୍ର ସହ ୧୬ ଜଣଙ୍କୁ ନିଯୁକ୍ତି । ପ୍ୟାନେଲିଷ୍ଟରେ ୧୪ ଜଣଙ୍କ ନାମ”
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୁଲିସ : ଏପଟେ ଘଟଣାକୁ ନିନ୍ଦା କରି ଆଜି ଭୁବନେଶ୍ୱରରେ ପ୍ରତିବାଦ କରିଛନ୍ତି ସାମ୍ବାଦିକ
ନୟାଗଡ ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ । ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା । । ଏହାର ପ୍ରତିବାଦରେ ରାସ୍ତା ରୋକ କରିଥିଲେ ଜନସାଧାରଣ । ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଏବଂ କ୍ୟାମେରାମ୍ୟାନ ଉପରେ ହୋଇଥିଲା ଆକ୍ରମଣ । ଏଥିସହ ଏକ ୱେବ ଚ୍ୟାନେଲର ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଖବରContinue reading “ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୁଲିସ : ଏପଟେ ଘଟଣାକୁ ନିନ୍ଦା କରି ଆଜି ଭୁବନେଶ୍ୱରରେ ପ୍ରତିବାଦ କରିଛନ୍ତି ସାମ୍ବାଦିକ”
ଗଞ୍ଜାମ ଜିଲ୍ଲାରେ ବାହାରିଲା କରୋନା ସଚେତନତା ରଥ : ଜିଲ୍ଲାର ଗାଁ ଗାଁରେ ବୁଲି ଏହି ରଥ କରୋନା ସମ୍ପର୍କରେ ସଚେତନତା ଦେବ । ବ୍ରହ୍ମପୁର ସହ ୧୦ ବ୍ଲକରେ ବୁଲିବ ଏହି ରଥ ।
ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ୟୁନିସେଫ୍ ଓଡିଶା ଶାଖା ସହାୟତାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଯୋଡି ଶଙ୍ଖ ବାଦନ ପୂର୍ବକ କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୂର୍ବାହ୍ନରେ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥContinue reading “ଗଞ୍ଜାମ ଜିଲ୍ଲାରେ ବାହାରିଲା କରୋନା ସଚେତନତା ରଥ : ଜିଲ୍ଲାର ଗାଁ ଗାଁରେ ବୁଲି ଏହି ରଥ କରୋନା ସମ୍ପର୍କରେ ସଚେତନତା ଦେବ । ବ୍ରହ୍ମପୁର ସହ ୧୦ ବ୍ଲକରେ ବୁଲିବ ଏହି ରଥ ।”