୩୦ବର୍ଷର ଅପେକ୍ଷା ଶେଷ । ଜ୍ଞାନବ୍ୟାପି ତହଖାନାରେ ଶୁଭିଲା ଘଂଟଧ୍ୱନୀ, ଶ୍ଳୋକମନ୍ତ୍ର,କରାଗଲା ପୂଜା

କନକ ବ୍ୟୁରୋ : ୩୦ବର୍ଷ ଅପେକ୍ଷାର ହେଲା ଅନ୍ତ । ୩ଦଶନ୍ଧି ପରେ ଜ୍ଞାନବାପୀ ମସଜିଦ ପରିସରରେ ଥିବା ‘ବ୍ୟାସଜୀ କା ତହଖାନା’ରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ବୁଧବାର ମାମଲାର ଶୁଣାଣୀ ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ ବାରଣାସୀ କୋର୍ଟ ରାୟ ଶୁଣାଇଥିଲେ । ଏହାପରେ ଗୁରୁବାର ସକାଳୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ହିନ୍ଦୁପକ୍ଷର ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ପୂଜାବେଳର ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଁଟରେ ସେୟାର କରିଛନ୍ତି  । ପୂର୍ବରୁ ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗାଯାଇଥିବା ବେଳେ କୋର୍ଟଙ୍କ ଐତିହାସିକ ରାୟ ପରେ ବଦଳିଛି ନିୟମ । ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସପ୍ତାହେ ମଧ୍ୟରେ ବ୍ୟାରିକେଡ ହଟାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ବଡ଼ ବିଜୟ କହିବା ସହ ମସଜିଦ ପରିସରରେ ଦୀପଜାଳି ହିନ୍ଦୁପକ୍ଷ ଉତ୍ସବ ମନାଇଛନ୍ତି ।

ଜ୍ଞାନବ୍ୟାପୀ ମନ୍ଦିର ପରିସରରେ ଥିବା ‘ବ୍ୟାସଜୀ କା ତହଖାନା’ରେ ପୂଜାର୍ଚ୍ଚନାକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ମୁସଲିମ୍ ପକ୍ଷ । ତେବେ ମୁସଲିମ୍ ପକ୍ଷର ଏହି ଆବେଦନକୁ ଖାରଜ କରିବା ସହିତ ଆହ୍ଲାବାଦ ହାଇକୋର୍ଟ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୯୯୩ ମସିହାରେ ତହଖାନା ବନ୍ଦ ହେବା ପର୍ଯ୍ୟନ୍ତ ଏଠାରେ ହିନ୍ଦୁ ପୁରୋହିତଙ୍କ ପକ୍ଷରୁ ପୂଜାର୍ଚ୍ଚନା କରାଯାଉଥିଲା । ପୂର୍ବରୁ ଏହି ଅଂଚଳରୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତିର ଭଗ୍ନାବଶେଷ ହୋଇଥିଲା । ଏପରିକି ଏଠାରୁ ସଂଗୃହିତ ପ୍ରମାଣ ଆଧାରରେ ଏହା ହିନ୍ଦୁ ମନ୍ଦିରର ଅଂଶ ବୋଲି ବାରାଣାସୀ କୋର୍ଟରେ ଦାଖଲ ତଥ୍ୟରେ କହିଥିଲା ଏଏସଆଇ ।

‘ୱଜୁଖାନା’ରୁ ମିଳିଥିବା ଶିବଲିଙ୍ଗ ଏବଂ ଏବଂ ଉକ୍ତ ସ୍ଥାନର ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ୪ଜଣ ମହିଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାର ଗୋଟିଏ ଦିନ ପରେ ଐତିହାସିକ ରାୟ ଶୁଣାଇଥିଲେ ବାରଣାସୀ କୋର୍ଟ । ‘ବ୍ୟାସଜୀ କା ତହଖାନା’ରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

The post ୩୦ବର୍ଷର ଅପେକ୍ଷା ଶେଷ । ଜ୍ଞାନବ୍ୟାପି ତହଖାନାରେ ଶୁଭିଲା ଘଂଟଧ୍ୱନୀ, ଶ୍ଳୋକମନ୍ତ୍ର,କରାଗଲା ପୂଜା first appeared on Kanak News.

from Kanak News
via <a href="https://ifttt.com/?

କାରିଗରଙ୍କ ଗହଣରେ କଂଗ୍ରେସ ସାଂସଦ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ବିଡି କାରିଗରଙ୍କୁ ଭେଟି ହାଲଚାଲ ପଚାରିବୁଝିଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଗୋଟିଏ ପଟେ ସଂସଦରେ ବଜେଟ୍ ଆଗତ ହେଉଥିଲା, ସେପଟେ ରାସ୍ତାରେ ଶ୍ରମିକଙ୍କ ସହ ବସି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଥିବା ରାହୁଲ ଶ୍ରମିକଙ୍କ ସହ ଆଲୋଚନା କରୁଥିବା ଭିଡିଓ ସାମ୍ନାକୁ ଆସିଛି । ବିଡି ପ୍ରସ୍ତୁତ କରୁଥିବା ଶ୍ରମିକଙ୍କ ସହ ବେଶ କିଛି ସମୟ କାଟିଛନ୍ତି ରାହୁଲ । ଏହି ସମୟରେ ରାହୁଲ କହିଛନ୍ତି କେନ୍ଦ୍ର ସରକାର ଗରିବ ଦିନ ମଜୁରିଆଙ୍କ ବିକାଶ ପାଇଁ ସେଭଳି କିଛି କରୁ ନାହାଁନ୍ତି । ରାହୁଲ ଆହୁରି ମଧ୍ୟ କହିଛନ୍ତି ଯଦି ତାଙ୍କ ଦଳ ଆଗାମୀ ନିର୍ବାଚନରେ ବିଜୟ ହାସଲ କରି ସରକାର ଗଢେ, ତାହାଲେ ପ୍ରଥମେ ଦେଶରେ ଜାତିଗତ ଜନଗଣନା କରାଇବେ । ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ବିଭିନ୍ନ ରାଜ୍ୟ ଗୁଡିକରେ ପଦଯାତ୍ରା କରୁଛନ୍ତି ରାହୁଲ ।

The post କାରିଗରଙ୍କ ଗହଣରେ କଂଗ୍ରେସ ସାଂସଦ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ବିଡି କାରିଗରଙ୍କୁ ଭେଟି ହାଲଚାଲ ପଚାରିବୁଝିଲେ ରାହୁଲ ଗାନ୍ଧୀ first appeared on Kanak News.

from Kanak News
via <a href="https://ifttt.com/?

ଅନ୍ତରୀଣ ବଜେଟ ଲାକ୍ଷାଦ୍ୱୀପ ପାଇଁ ସ୍ୱତନ୍ତ୍ର ଘୋଷଣା । ଲାକ୍ଷାଦ୍ୱୀପ ସହ ଅନ୍ୟାନ୍ୟ ଦ୍ୱୀପପୁଂଜର ମଜଭୁତ ଭିତିଭୂମି ପାଇଁ ସରକାର କରିବେ ବଡ ନିବେଶ

କନକ ବ୍ୟୁରୋ : ଲାକ୍ଷାଦ୍ୱୀପ ପାଇଁ କାମଚଳା ବଜେଟରେ ସ୍ୱତନ୍ତ୍ର ଘୋଷଣା । ଭାରତୀୟ ପର୍ଯଟନକ୍ଷେତ୍ରର ଭିତିଭୂମିକୁ ଅଧିକ ମଜଭୁତ କରିବା ପାଇଁ ଅନ୍ତରୀଣ ବଜେଟରେ ବଡ ଘୋଷଣା କରାଯାଇଛି । ଲାକ୍ଷାଦ୍ୱୀପକୁ ଅଧିକ ଆକର୍ଷିତ କରିବା ପାଇଁ ସରକାର କରିବେ ବଡ ନିବେଶ । ସରକାର କହିଛନ୍ତି ପର୍ଯ୍ୟଟନକ୍ଷେତ୍ରରେ ସବୁପ୍ରକାର ସୁବିଧା ଓ ବ୍ୟବସ୍ଥା ରହିଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆକର୍ଷିିତ ହେବେ । ତେଣୁ ଲାକ୍ଷାଦ୍ୱୀପରେ ପୋର୍ଟ କନେକ୍ଟବିଟି, ଟୁରିଜିମ ଇନଫାଷ୍ଟ୍ରକଚର ଓ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ବିମାନପଥ ବଢ଼ାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ ନୂଆ ୫୭୦ ବିମାନ ପଥ କରାଯିବ । ଯାହାଦ୍ୱାରା ଏକକୋଟିରୁ ଅଧିକ ପର୍ଯ୍ୟଟକ ସୁବିଧା ପାଇବେ ।ସେହିପରି ଆଗାମୀ ଦିନରେ ରେଳ ଯାତ୍ରାକୁ ଅଧିକଫୋକସ କରାଯିବ । ଏହାର ମୁଳ ଲକ୍ଷ୍ୟ ହେଉଛି କିଭଳି ଭାରତୀୟ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକରୁ ଅଧିକ ପର୍ଯଟକ ଆସିବେ । ଘରୋଇ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆର୍କଷଣୀୟ କରିବା ଦିଗରେ କାମ କରାଯିବା । ଏହାଦ୍ୱାରା ସରକାର ଓ ସ୍ଥାନୀୟ ବାସିନ୍ଦା ଅଧିକ ଲାଭବାନ ହେବେ ।

The post ଅନ୍ତରୀଣ ବଜେଟ ଲାକ୍ଷାଦ୍ୱୀପ ପାଇଁ ସ୍ୱତନ୍ତ୍ର ଘୋଷଣା । ଲାକ୍ଷାଦ୍ୱୀପ ସହ ଅନ୍ୟାନ୍ୟ ଦ୍ୱୀପପୁଂଜର ମଜଭୁତ ଭିତିଭୂମି ପାଇଁ ସରକାର କରିବେ ବଡ ନିବେଶ first appeared on Kanak News.

from Kanak News
via <a href="https://ifttt.com/?

ଅର୍ଥମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରଶଂସା ମୋଦୀ କହିଲେ ଦେଶର ୪ ସମ୍ଭକୁ ମଜଭୁତ କରିବ କାମଚଳା ବଜେଟ

କନକ ବ୍ୟୁରୋ : ବଜେଟ ଉପସ୍ଥାପନ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଏହି ବଜେଟ ଦେଶର ୪ ସମ୍ଭକୁ ଯଥା ଯୁବଗୋଷ୍ଠୀ, ମହିଳା, ଗରିବ ଓ ଚାଷୀଙ୍କୁ ମଜଭୁତ କରିବ । ବଜେଟ ଦେଶର ଭବିଷ୍ୟତ ନିର୍ମାଣ କରିବ । ୪୭.୬୭ ଲକ୍ଷ କୋଟି ଟଙ୍କାର ବ୍ୟବବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ୨୦୪୭ ବିକଶିତ ଭାରତ ଗଠନ ପାଇଁ ବ୍ୟବସ୍ଥା ହୋଇଛି । ଯୁବ ଭାରତର ଯୁବ ଆକାଂକ୍ଷାର ଛାପ ରହିଛି । ଆଜିର ବଜେଟ ଅଦଭୁତ ଅଟେ । ନିରନ୍ତର ଆତ୍ମବିଶ୍ୱାସର ଝଲକ ରହିଛି । ଏଥିସହ ମୋଦୀ କହିଛନ୍ତି ଏହି ବଜେଟ ଦେଶର ଭବିଷ୍ୟତ ଗଠନ ପାଇଁ ବଜେଟ ଅଟେ । ୨୦୪୭ ବିକଶିତ ଭାରତର ମୁଳଦୁଆକୁ ଦୃଢ କରିବ ।

The post ଅର୍ଥମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରଶଂସା ମୋଦୀ କହିଲେ ଦେଶର ୪ ସମ୍ଭକୁ ମଜଭୁତ କରିବ କାମଚଳା ବଜେଟ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କାମଚଳା ବଜେଟରେ ୪୭ ଲକ୍ଷ ୬୬ ହଜାର କୋଟି ଟଙ୍କାର ବ୍ୟୟବରାଦ

କନକ ବ୍ୟୁରୋ : ୫୭ ମିନିଟର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛନ୍ତି । କହିଛନ୍ତି ଆମ ସରକାରଙ୍କ ୪ଟି ଜାତି । ଗରିବ, ମହିଳା, ଚାଷୀ ଓ ଯୁବବର୍ଗ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଶେଷ ବଜେଟ୍ରେ ମୋଟାମୋଟି ଏହି ୪ ବର୍ଗକୁ ଫୋକସ କରାଯାଇଛି ।
ଗରିବ
– ୩କୋଟି ଗରିବଙ୍କ ମୁଣ୍ଡ ଉପରେ ଛାତ ନିର୍ମାଣ ସରିଛି, ଆଗାମୀ ୫ ବର୍ଷରେ ଆଉ ୨ କୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଲକ୍ଷ୍ୟ
– ୧ କୋଟି ଘର ଛାତ ଉପରେ ସୌର ପ୍ୟାନେଲ ଲଗାଇ ମାସିକ ୩୦୦ ୟୁନିଟ ଯାଏଁ ମାଗଣା ବିଜୁଳି ଯୋଗାଇ ଦିଆଯିବ
ମହିଳା
– ଏସ୍ଏଚ୍ଜି ଜରିଆରେ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି, ଏହାକୁ ୩ କୋଟି କରିବାକୁ ଲକ୍ଷ୍ୟ
– ସର୍ଭିକାଲ କ୍ୟାନ୍ସରରୁ ସୁରକ୍ଷା ପାଇଁ ୯ରୁ ୧୪ ବର୍ଷର ଝିଅଙ୍କ ମାଗଣାରେ ହେବ ଟିକାକରଣ
– ‘ଆୟୁଷ୍ମାନ’ ଯୋଜନାରେ ସାମିଲ ହେବେ ସମସ୍ତ ଆଶାକର୍ମୀ, ଆଙ୍ଗନବାଡି ଦିଦି ଓ ସହାୟିକା
ଚାଷୀ
– ଭାରତ ବିଶ୍ୱର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦକ, ଆଗକୁ ଉତ୍ପାଦକତା ବୃଦ୍ଧି ନେଇ ପଦକ୍ଷେପ ନିଆଯିବ
– ମତ୍ସ୍ୟ ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ଅଲଗା ବିଭାଗ, ମତ୍ସ୍ୟ ସଂପଦ ଯୋଜନାରେ ୫୫ ଲକ୍ଷ ନୂଆ ରୋଜଗାର ସୃଷ୍ଟି
– ନାନୋ ୟୁରିଆକୁ ଚାଷୀ ଆପଣାଇଛନ୍ତି, ନାନୋ ଡିଏପିର ପ୍ରୟୋଗ ପାଇଁ ପ୍ରୋତ୍ସାହିତ କରାଯିବ
ଯୁବବର୍ଗ
– ଦେଶରେ ୩ ହଜାର ନୂଆ ଆଇଟିଆଇ ଅନୁଷ୍ଠାନ ଖୋଲି, ୫୪ ଲକ୍ଷ ଯୁବକ, ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ
– ୫୦ ବର୍ଷ ପାଇଁ ୧ ଲକ୍ଷ କୋଟିର କର୍ପସ ପାଣ୍ଠି ହେବ, ଟେକ୍ନୋସାଭି ଯୁବବର୍ଗଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ
ପ୍ରଧାନମନ୍ତ୍ରୀ କହିଛନ୍ତି ବଜେଟ୍ରେ ବିକଶିତ ଭାରତର ୪ଟି ସ୍ତମ୍ବକୁ ଗୁରୁତ୍ୱ ଦିଆଯାଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତକୁ ନଜରରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି ।

ଭିତ୍ତିଭୂମି ବିକାଶକୁ ଦୃଷ୍ଟିରେ ରଖି ମୋଦୀ ସରକାର ପୁଞ୍ଜି ଖର୍ଚ୍ଚ ୧୧.୧ ଲକ୍ଷ କୋଟି କରିଛନ୍ତି ।
ଭିତ୍ତିଭୂମି ବିକାଶ ଲକ୍ଷ୍ୟ
– ବିମାନ ବନ୍ଦର ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି
– ୧୦୦୦ ନୂଆ ବିମାନ କିଣିବାକୁ ଅର୍ଡର କରିଛନ୍ତି ବିମାନ କମ୍ପାନି
– ୩ଟି ନୂଆ ରେଳ କରିଡର ଆରମ୍ଭ ହେବ
– ବନ୍ଦେ ଭାରତ ଏକ୍ସପ୍ରେସ୍ ବଗିରେ ହେବ ୪୦ ହଜାର ସାଧାରଣ ବଗି
– ଅଧିକ ମେଡିକାଲ କଲେଜ ଖୋଲାଯିବ, ଏଥିପାଇଁ ଗଠନ ହେବ କମିଟି
କେନ୍ଦ୍ରମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ମଳାଙ୍କ ବଜେଟରେ ଆଗାମୀ ଦିନର ରୋଡ୍ମ୍ୟାପ ପ୍ରତିଫଳିତ ହେଉଛି । ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ପାଇଁ ବଜେଟ୍ରେ କିଛି ନଥିବା କହି ସମାଲୋଚନା କରିଛି କଂଗ୍ରେସ ।
ଦେଶର ଅର୍ଥ ବ୍ୟବସ୍ଥାକୁ ଗତି ଦେବା ସହ ବିତ୍ତିୟ ନିୟଂଟକୁ କମ୍ କରିବା ପାଇଁ ବଜେଟରେ ପ୍ରୟାସ କରାଯାଇଛି । ନିର୍ବାଚନୀ ବର୍ଷ ହୋଇଥିଲେ ମଧ୍ୟ କୌଣସି ବଡ ଘୋଷଣା କରିନାହାନ୍ତି ଅର୍ଥମନ୍ତ୍ରୀ । ବରଂ କହିଛନ୍ତି ପୁଣିଥରେ ସରକାରକୁ ଆସିବା ପରେ ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ମୋଦୀ ସରକାର ।

The post ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କାମଚଳା ବଜେଟରେ ୪୭ ଲକ୍ଷ ୬୬ ହଜାର କୋଟି ଟଙ୍କାର ବ୍ୟୟବରାଦ first appeared on Kanak News.

from Kanak News
via <a href="https://ifttt.com/?

ସୋରେନଙ୍କୁ ହାତକଡ଼ି, ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ

କନକ ବ୍ୟୁରୋ : କିଛି ଘଂଟା ମଧ୍ୟରେ ବଦଳିଯାଇଛି ଝାଡ଼ଖଣ୍ଡ ରାଜ୍ୟରାଜନୀତିର ମାନଚିତ୍ର । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ପରେ ଏବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଏଣିକି ଚମ୍ପାଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଯିବା ପରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସମସ୍ତ ରାସ୍ତା ସଫା ହୋଇଛି । ଜେଏମଏମର ସବୁଠୁ ବରିଷ୍ଠ ନେତା ହେଉଛନ୍ତି ଚମ୍ପଇ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖ୍ୟ ଶିବ ସୋରେନ ଓ ହେମନ୍ତ ସୋରେନଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଦଳ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିବା କୁହାଯାଉଛି । ସେପଟେ ଚମ୍ପଇ ସୋରେନ କହିଛନ୍ତି ଝାଡ଼ଖଣ୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯିବ ତାକୁ ସେ ସୁଚରାରୂପେ ତୁଳାଇବେ ବୋଲି କହିଛନ୍ତି ।

ଆସନ୍ତୁ ଜାଣିବା କିଏ ଚମ୍ପଇ ସୋରେନ……
-ଝାଡ଼ଖଣ୍ଡ ସରକାରର ପରିବହନ ଓ ଏସସି-ଏସଟି ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି
-ଜେଏମଏମର ଉପାଧ୍ୟକ୍ଷ ଦାୟିତ୍ୱରେ ଥିଲେ
-ଝାଡ଼ଖଣ୍ଡ ଆନ୍ଦୋଳନ ସମୟରେ ଶିବୁ ସୋରେନଙ୍କ ସହଯୋଗୀ ଥିଲେ
-ପ୍ରଥମେ ଷଢେଇକଳା ଆସନରୁ ସ୍ୱାଧୀନ ଭାବେ ଲଢି ଜିତିଥିଲେ
-ଏହାପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଥିଲେ
-୨୦୦୫ରେ ପ୍ରଥମଥର ପାଇଁ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
-୨୦୦୯ରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ
-୨୦୧୦ରୁ ୨୦୧୩ ପର୍ଯନ୍ତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶ୍ରମ, ଗୃହମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ।
-୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ଥିଲେ
-୨୦୧୪ରେ ତୃତୀୟ ଥର ପାଇଁ ଝାଡ଼ଖଣ୍ଡ ବିଧାନସଭାକୁ ମନୋନୀତ ହୋଇଥିଲେ
-୨୦୧୯ରେ ଚତୁର୍ଥ ଥର ପାଇଁ ବିଧାୟକ ହୋଇଥିଲେ ଚମ୍ପଇ
-ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପଇ ସୋରେନ କ୍ୟାବିନେଟ ମନ୍ତ୍ରୀ ଥିଲେ
ଚମ୍ପାଇ ସୋରେନଙ୍କୁ ଝାଡ଼ଖଣ୍ଡ ଟାଇଗର କୁହାଯାଏ । କାରଣ ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟଗଠନ ଆନ୍ଦୋଳନରେ ଚମ୍ପାଇ ସୋରେନ ବଡ଼ ଭୂମିକା ତୁଳାଇଥିଲେ । ଜେଏମଏମ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ସହ ମିଶି ବିଶାଳ ଆନ୍ଦୋଳନରେ ଭାଗ ନେଇଥିଲେ । ଝାଡ଼ଖଣ୍ଡ ସ୍ୱତନ୍ତ୍ର ରାଜ୍ୟ ହେବା ପରେ ଆନ୍ଦୋଳନର ଏହି ଚର୍ଚ୍ଚିତ ଚେହେରା ଝାଡ଼ଖଣ୍ଡ ଟାଇଗର ନାଁରେ ଜଣାଗଲେ । ଚମ୍ପାଇ ସୋରେନଙ୍କ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବାପରେ ତାଙ୍କ ଗାଁ ଓ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ପାରମ୍ପାରିକ ବାଦ୍ୟଯନ୍ତ୍ର ବଜାଇ, ମିଠା ଖୁଆଇ ଖୁସି ପାଳୁଛନ୍ତି ସମ୍ପର୍କୀୟ

ଏବେ ପ୍ରଶ୍ନ ଉଠୁଛି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବା ନେଇ ଯେଉଁ ଚର୍ଚ୍ଚା କରାଯାଉଥିଲା ସେଥିରେ ପୂର୍ଣ୍ଣଛେଦ କାହିଁକି ପଡିଲା ? କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଥିଲେ ବି ଶେଷ ସମୟରେ ଫେଲ ମାରିଛି । କାରଣ ଚଳିତବର୍ଷ ଶେଷରେ ବିଧାନସଭା ନିର୍ବାଚନ । ଏପରି ସ୍ଥିତିରେ କଳ୍ପନା ପୁଣି ଉପନିର୍ବାଚନ ଜରିଆରେ ବିଧାୟକ ହେବା ସହଜ ନୁହେଁ । କିଛି ମାସ ପରେ ସାଧାରଣ ନିର୍ବାଚନ ଅଛି ତେଣୁ ନିର୍ବାଚନ କମିଶନଙ୍କ ଅନୁମତି ମଧ୍ୟ ମିଳିନପାରେ । କଳ୍ପନାଙ୍କ ପାଇଁ ଉପନିର୍ବାଚନ ଯଦି ହୁଏ ତେବେ ତାହା ବିଳମ୍ବ ମଧ୍ୟ ହୋଇପାରେ । ଏପରି ସ୍ଥିତିରେ ସାମ୍ବାଧାନିକ ସଙ୍କଟ ସୃଷ୍ଟି ଆଶଙ୍କା ରହିଛି । ଫଳରେ ଚମ୍ପଇଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଛି ।

The post ସୋରେନଙ୍କୁ ହାତକଡ଼ି, ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ first appeared on Kanak News.

from Kanak News
via <a href="https://ifttt.com/?

ଜେଲରେ କଟିବ ହେମନ୍ତ ସୋରେନଙ୍କ ଆଜି ରାତି । ଦୁର୍ନୀତି ମାମଲାରୁ ଶୁଣାଣୀ କରି ଦିନିକିଆ ବିଚାରବିଭାଗୀୟ ହାଜତକୁ ପଠାଇଲେ ରାଂଚି ପିଏମଏଲଏ କୋର୍ଟ

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଆଜି ଜେଲରେ ବିତିବ ହେମନ୍ତଙ୍କ ରାତି । କୋର୍ଟରୁ ତାଙ୍କୁ ସିଧା ବିର୍ସା ମୁଣ୍ଡା ଜେଲକୁ ନିଆଯାଇଛି । ବୁଧବାର ରାତିରେ ଇଡି ହେମନ୍ତଙ୍କୁ ଗିରଫ କରିଥିଲା । ଗୁରୁବାର କଡ଼ା ସୁରକ୍ଷାବଳୟରେ ମଧ୍ୟରେ ରାଚିଂ ସ୍ୱତନ୍ତ୍ର ପିଏମଏଲଲ କୋର୍ଟରେ ହାଜର କରାଯାଇଥିଲା । ହେମନ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି । କୋର୍ଟ ରାୟ ସଂରକ୍ଷିତ ରଖିଛନ୍ି । କାଲି ଆସିପାରେ ରାୟ ।

ସେପଟେ ଜମି ଦୁର୍ନୀତି ମାମଲାରେ ଗିରଫଦାରି ବିରୋଧରେ ହାଇକୋର୍ଟ ଯାଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଝଟ୍କା । ଜରୁରୀ ଶୁଣାଣିର ଆବଶ୍ୟକତା ନାହିଁ ବୋଲି କହିଲେ ଉଚ୍ଚ ନ୍ୟାୟାଳୟ । ଏଥିପାଇଁ ଆସନ୍ତାକାଲି ଶୁଣାଣି ହେବ । ଏପଟେ ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟରେ ଆବଦନ ହୋଇଛି । ଆସନ୍ତାକାଲି ସୁପ୍ରିମକୋର୍ଟରେ ବି ଶୁଣାଇ ହୋଇପାରେ । ଦୀର୍ଘ ଘଂଟାର ପଚରା ଉଚୁରା ପରେ ହେମନ୍ତ ସୋରେନ୍ଙ୍କୁ ଗିରଫ କରିଥିଲା ଇଡି । ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ।

ହେମନ୍ତ ସୋରେନ ଗିରଫ ହେବା ପରେ ଜେଏମଏମକୁ ଘାରିଛି ସରକାର ଭାଙ୍ଗିବା ଭୟ । ମେଂଟ ସରକାରକୁ ସୁରକ୍ଷିତ ରଖିବାକୁ ଜେଏମଏମ ପ୍ରାଣପ୍ରଣେ ଚେଷ୍ଟା କରୁଛି   । ମିଳିଥିବା ସୂଚନା ଅନୁସାରେ ବିଧାୟକଙ୍କୁ ରାଜ୍ୟବାହାରକୁ ସ୍ଥାନାନ୍ତର କରାଯାଉଛି । ଚାଟାର୍ଡ ବିମାନରେ ହାଇଦ୍ରାବାଦ ପଠାଯାଉଛି । ଦଳ ଦାବି କରିଛି ତା ନିକଟରେ ୪୩ ବିଧାୟକଙ୍କ ସମର୍ଥନ ରହିଛି । ରାଜ୍ୟ ସର୍କିଟ ହାଉସର ବିଧାୟକଙ୍କୁ ହାଇଦ୍ରାବାଦ, ବେଙ୍ଗାଲୁର ଓ ସୁରଟ ପଠାଯାଇପାରେ । ତେବେ ଘୋଡ଼ା ବେପାର ଭୟରେ ବିଧାୟକଙ୍କୁ ସ୍ଥାନାନ୍ତର କରିବାକୁ ଦଳ ଉଚିତ ମନେ କରିଛି ।

The post ଜେଲରେ କଟିବ ହେମନ୍ତ ସୋରେନଙ୍କ ଆଜି ରାତି । ଦୁର୍ନୀତି ମାମଲାରୁ ଶୁଣାଣୀ କରି ଦିନିକିଆ ବିଚାରବିଭାଗୀୟ ହାଜତକୁ ପଠାଇଲେ ରାଂଚି ପିଏମଏଲଏ କୋର୍ଟ first appeared on Kanak News.

from Kanak News
via <a href="https://ifttt.com/?

ବିର୍ସା ମୁଣ୍ଡା ଜେଲରେ ହେମନ୍ତ ସୋରେନ । ଜମି ଦୁର୍ନୀତି ମାମଲାରେ ଇଡି କରିଛି ଗିରଫ

କନକ ବ୍ୟୁରୋ : ବିର୍ସା ମୁଣ୍ଡା ଜେଲ୍ ଗଲେ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ମାମଲାରେ ଫସିବା ପରେ ଇଡି ବୁଧବାର ତାଙ୍କୁ ଗିରଫ କରିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି । ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ସରକାର ଗଠନ ପାଇଁ ବଳକଷୁଥିବା ଚର୍ଚ୍ଚା ହେଉଛି ।

ସେପଟେ ରାଂଚି ଜମି ଦୁର୍ନୀତି ମାମଲାରେ ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ଗିରଫ ହେବା ପରେ ରାଜନୈତିକ ସରଗରମ ବଢିଯାଇଛି । ହେମନ୍ତ ସୋରେନ ବୁଧବାର ରାତିରେ ଇସ୍ତଫା ଦେଇଥିଲେ । ଇଡି ୧୦ ଦିନ ପାଇଁ ରିମାଣ୍ଡ ମାଗିଥିବାବେଳେ ତାଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଏହାର ଶୁଣାଣି ଶୁକ୍ରବାର ଦିନ ହେବ । ଝାଡଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କ ଆବେଦନର ତୁରନ୍ତ ଶୁଣାଣି କରିବାକୁ ମନାକରିଦେବା ପରେ ଆଜି ରାତିରେ ବିସ୍ରା ମୁଣ୍ଡା ଜେଲରେ ରହିବେ ହେମନ୍ତ ସୋରେନ । ସେପଟେ ଜେଏମଏମ ମୁଖ୍ୟ କହିଛନ୍ତି, ଲଢିବୁ, ସଂଘର୍ଷ କରିବୁ ଓ ଜିତିବୁ ।

ଝାଡଖଣ୍ଡର ଶାସକ ଦଳ ଜେଏମଏମ ଏବଂ କଂଗ୍ରେସ ସରକାର ବଂଚାଇବାକୁ ପ୍ରସ୍ତୁତି ଚଲାଇ ଥିବାବେଳେ ସ୍ଥିତି ସ୍ପଷ୍ଟ ହୋଇନଥିବାରୁ ଟେନସନ ବଢିଯାଇଛି । ଝାଡଖଣ୍ଡ ଗଣିତ ଉପରେ ନଜର ପକାଇଲେ ସରକାର ସପକ୍ଷରେ
ଜେଏମଏମ-୨୯,କଂଗ୍ରେସ-୧୭, ସିପିଏମ(ଏଲ)-୦୧, ଆରଜେଡି-୦୧=୪୮
ବିରୋଧୀ
ବିଜେପି-୨୬, ଏଜେଏସୟୁ-୩, ଏନସିପି-୦୧, ଅନ୍ୟ-୦୨=୩୨ ବିଧାୟକ ଅଛନ୍ତି ।

ଜେଏମଏମ ବିଧାୟକ ଦଳ ନେତା ଚମ୍ପଇ ସୋରେନ ୪୩ ଜଣ ବିଧାୟକ ସମର୍ଥନ ଥିବା ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି । କିନ୍ତୁ ସରକାର ଗଠନକୁ ଅପେକ୍ଷା କରାଯାଇଛି । ବିଜେପି ଖେଳ ବିଗାଡିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଜେଏମଏମ ଓ କଂଗ୍ରେସ ବିଧାୟକଙ୍କୁ ଝାଡଖଣ୍ଡ ବାହାରକୁ ନେବାକୁ ପ୍ରସ୍ତୁତି ଚାଲିଛି । ଗୁରବାର ସନ୍ଧ୍ୟାରେ ୫ଜଣ ପ୍ରତିନିଧିଙ୍କୁ ନେଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ଚମ୍ପଇ ସୋରେନ ।

ଶୁକ୍ରବାର ପୁଣିଥରେ ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରାଯିବ । ଅନ୍ୟପଟେ ସୁପ୍ରିମକୋର୍ଟରେ ମଧ୍ୟ ଶୁକ୍ରବାର ଶୁଣାଣି ରହିଛି । ରାଂଚି ଜମି ଦୁର୍ନୀତି ମାମଲାରେ ଇଡି ଏକ ଦସ୍ତାବିଜ ଦାଖଲ କରିଛି । ଯେଉଁଥିରେ ସରକାରୀ ଜମିକୁ ହେମନ୍ତ ସୋରେନ ବଳ ପୂର୍ବକ କବଜା କରି ରଖିଛନ୍ତି ବୋଲି ଅଭିଯୋଗ ରହିଛି । ଜମି ଘୋଟାଲା ବ୍ୟତୀତ ବେଆଇନ ଖଣି ଖନନ ମାମଲାରେ ମଧ୍ୟ ହେମନ୍ତ ସୋରେନ୍ ଇଡି ସ୍କାନରରେ ରହିଛନ୍ତି ।

The post ବିର୍ସା ମୁଣ୍ଡା ଜେଲରେ ହେମନ୍ତ ସୋରେନ । ଜମି ଦୁର୍ନୀତି ମାମଲାରେ ଇଡି କରିଛି ଗିରଫ first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ, ରାଜଧାନୀବାସୀ ହନ୍ତସନ୍ତ

କନକ ବ୍ୟୁରୋ : ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା । ଆଉ ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ସ୍ୱଚ୍ଛତାକୁ ନେଇ ପୁରସ୍କୃତ ହୋଇଥିବା ସହରରେ ଦ୍ରୁ୍ଗନ୍ଧ ପାଇଁ ଅତିଷ୍ଠ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ସହର ଭିତରେ ଗାଡକଣ ଡ଼ମ୍ପିଂୟାର୍ଡ଼ର ର୍ଦୁଗନ୍ଧ କାରଣରୁ ହନ୍ତସନ୍ତ ହେଉଥିଲେ ସହରବାସି । ହେଲେ ଭୁବନେଶ୍ୱରର ଅନେକ ସ୍ଥାନରେ ଏହିଭଳି ଛୋଟ ଛୋଟ ଅସ୍ଥାୟୀ ଅଳିଆ ଗଦା ଦେଖିବାକୁ ମିଳିଛି, ଯାହା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇଛି ।

କେବଳ ବରମୁଣ୍ଡା-ଖଣ୍ଡଗିରି ରାସ୍ତା ନୁହେଁ ନୁହେଁ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଭଳି ଅଳିଆ ଗଦା ଦେଖିବାକୁ ମିଳିଛି । ଗାଡକଣରେ ପଡୁଥିବା ଭୁବନେଶ୍ୱରର ଅଳିଆ ଆବର୍ଜନାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଯତିକି ଅଳିଆ ଆବର୍ଜନାର ପ୍ରକ୍ରିୟାକରଣ ହେଉଛି, ସେତିକି ଆବର୍ଜନା ଆସି ଜମା ହେଉଛି । ଡ଼ମ୍ପିଂୟାର୍ଡ଼କୁ ସଂପୂର୍ଣ୍ଣ ଭାବେ ଉଠାଇବାକୁ ବିଏମସିର ଯୋଜନା ଫେଲ ମାରିଛି ।

ସ୍ୱଚ୍ଛ ସର୍ବେକ୍ଷଣରେ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ୪ର୍ଥ ସ୍ଥାନରେ ରହିଥିଲା । ୧ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ସହରରେ ଭୁବନେଶ୍ୱର ୩୪ତମ ସ୍ଥାନରେ ଥିଲା । କିନ୍ତୁ ସହରରେ ଅଳିଆ ଆବର୍ଜନାକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ବିଏମସିର ପାରିବାରପଣିଆ ଉପରେ ପ୍ରଶ୍ନ ଉଠାଇଛି ।

The post ରାସ୍ତା କଡରେ ଗଦା ହୋଇଛି କୁଢ କୁଢ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ, ରାଜଧାନୀବାସୀ ହନ୍ତସନ୍ତ first appeared on Kanak News.

from Kanak News
via <a href="https://ifttt.com/?

୩ ତାରିଖରୁ ଆରମ୍ଭ ହେବ ଓଡ଼ିଆ ଭାଷା ମହାକୁମ୍ଭ । ସାରା ଓଡିଶା ଗାଇବ ‘ବନ୍ଦେ ଉତ୍କଳ ଜନନୀ”, ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ ପାଇଁ ବିଶାଳ ଆୟୋଜନ

କନକ ବ୍ୟୁରୋ : ଭାଷା ଅତୀତର ଅସ୍ତିତ୍ୱ, ଭାଷା ହିଁ ଭବିଷ୍ୟତ । ଏଭଳି କିଛି ଆହ୍ୱାନ ଦେଇ ଫେବୃଆରି ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ । ଏନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶାଳ ଆୟୋଜନ । ଓଡିଆ ଭାଷା, ସଂସ୍କୃତିର ଗୌରବମୟ ଇତିହାସକୁ ମନ୍ଥନ କରାଯିବ । ମୟୁରଭଂଜରୁ ମାଲକାନଗିରି, କଟକରୁ କଳାହାଣ୍ଡି ଚାରିଆଡ଼େ ଶୁଭିବ ଭାଷା ସାହିତ୍ୟର ଗାଥା । ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀ ଫେବୃଆରି ୫ ତାରିଖ ଯାଏଁ ଚାଲିବ । ବନ୍ଦେ ଉତ୍କଳ ଜନୀନ ଗୀତ ସମସ୍ତେ ବୋଲିବାକୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଅପିଲ ମଧ୍ୟ କରାଯାଇଛି ।

ଓଡ଼ିଆ ଅସ୍ମିତାର ମହାପର୍ବ
ଓଡ଼ିଆ ଅସ୍ମିତାର ମହାପର୍ବକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି
-ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ ଅବସରରେ ରାଜ୍ୟର ସବୁ ପଂଚାୟତରେ ଗ୍ରାମସଭା ଆୟୋଜନ ହେବ – ପ୍ରତ୍ୟେକ ପଂଚାୟତ ଓ ବ୍ଲକରେ ଏଲଇଡି ମାଧ୍ୟମରେ ପ୍ରଚାର ପ୍ରସାର ସହିତ ସିଧାପ୍ରସାରଣ କରାଯିବ
– ପ୍ରତି ବ୍ଲକକୁ ୫୦ ହଜାର ଓ ପ୍ରତି ପଂଚାୟତକୁ ୨୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି
– ମିଶନ ଶକ୍ତି ମହିଳା ଫେଡରେସନକୁ ଦିଆଯାଇଛି ୨୦ ହଜାର
– ପଂଚାୟତ ବ୍ଲକ ଓ ଜିଲ୍ଲାରେ କବି, ଲେଖକ ଓ ସାହିତ୍ୟିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବ
– ସମ୍ମିଳନୀର ଗୌରବ ବଖାଣିବ “ଅକ୍ଷର ଭୂମୀ’
– ଭାଷାର ଭବିଷ୍ୟତକୁ ନେଇ ହେବ ବଡ଼ ନିଷ୍ପତି

ଏପଟେ ଭାଷା ସମ୍ମିଳନୀ ଆୟୋଜନକୁ ନେଇ ତେଜିଛି ରାଜନୀତି । ୨୩ ବର୍ଷ ପରେ ଭାଷା କଥା ମନେ ପଡିଲା କି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଓଡିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସରକାର ସବୁବେଳେ ତତ୍ପର ।

ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ଓଡ଼ିଶାର ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଆୟୋଜନ କରିଛନ୍ତି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ବର୍ତମାନର ଯୁବପୀଢି ସର୍ବଦା ନୁତନତ୍ୱକୁ ପ୍ରାଧାନ୍ୟ ଦେଉଥିବାରୁ, ଓଡିଆ ଭାଷାକୁ କିପରି ପ୍ରୟୋଗାତ୍ମକ ଭାବେ ଅଧିକରୁ ଅଧିକ ଉପଯୋଗ କରାଯାଇ ପାରିବ ସେ ନେଇ ସମ୍ମିଳନୀରେ ମାନସମନ୍ଥନ କରାଯିବ ।

The post ୩ ତାରିଖରୁ ଆରମ୍ଭ ହେବ ଓଡ଼ିଆ ଭାଷା ମହାକୁମ୍ଭ । ସାରା ଓଡିଶା ଗାଇବ ‘ବନ୍ଦେ ଉତ୍କଳ ଜନନୀ”, ବିଶ୍ୱ ଓଡ଼ିଆ ଭାଷା, ସଂସ୍କୃତି ସମ୍ମିଳନୀ ପାଇଁ ବିଶାଳ ଆୟୋଜନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started