
କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ଟିକସରେ କୌଣସି ପରିବର୍ତ୍ତନ ପ୍ରସ୍ତାବ ଦେଇନାହାନ୍ତି। ଆମଦାନୀ ଶୁଳ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ପାଇଁ ପ୍ରଚଳିତ ଟିକସ ହାରକୁ ବଜାୟ ରଖିବାକୁ ସୀତାରମଣ ପ୍ରସ୍ତାବ ଦେଇଛନ୍ତି। ଏବେ ଏହି ବଜେଟ୍ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବଜେଟ୍ ବିକଶିତ ଭାରତ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି ।
ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି, ‘ଏହି ଅନ୍ତରୀଣ ବଜେଟ୍ ସମୃଦ୍ଧ ଏବଂ ଅଭିନବ। ତଥା ନିରନ୍ତରତାର ଏକ ପ୍ରତିଶ୍ରୁତି । ଏଥିରେ ବିକଶିତ ଭାରତର ୪ଟି ସ୍ତମ୍ଭ ଯଥା ଯୁବକ, ଗରିବ, ମହିଳା ଓ କୃଷକ ସଶକ୍ତ ହେବେ। ଏହି ବଜେଟ୍ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଗ୍ୟାରେଣ୍ଟି ଦେଇଛି। ଆମେ ଏକ ବଡ଼ ଲକ୍ଷ୍ୟ ଧାର୍ୟ୍ୟ କରିଥିଲୁ, ଯାହା ହାସଲ କରିଛୁ ଏବଂ ତା’ପରେ ନିଜ ପାଇଁ ଆହୁରି ବଡ଼ ଲକ୍ଷ୍ୟ ଧାର୍ୟ୍ୟ କରିଛୁ । ଗାଁ ଓ ସହରରେ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ ଏବଂ ଏବେ ଆହୁରି ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରିଛୁ। ଆମେ ୨ କୋଟି କୋଟିପତି ଦିଦିଙ୍କୁ ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲୁ, ଏବେ ଏହାକୁ ୩ କୋଟିକୁ ବୃଦ୍ଧି କରାଯାଇଛି।’
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ , ଆଜି ଘୋଷଣା କରାଯାଇଥିବା ଆୟକରର ନୂତନ ଯୋଜନା ମଧ୍ୟବିତ୍ତ ବର୍ଗର ୧ କୋଟି ଲୋକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ। ନୂତନ ଆୟକର ଯୋଜନା ମଧ୍ୟବିତ୍ତ ଶ୍ରେଣୀର ଏକ କୋଟି ଲୋକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ। ଏହା ସହ ଆଜିର ବଜେଟରେ କୃଷକ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଐତିହାସିକ ବଜେଟ୍ ପାଇଁ ମୁଁ ପୁଣି ଥରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦୀ ।
The post ‘ବିକଶିତ ଦେଶ ବନାଇବାର ଗ୍ୟାରେଣ୍ଟି…’ ବଜେଟ୍ ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ । first appeared on Kanak News.
from Kanak News
via <a href="https://ifttt.com/?









