କେଉଁ ପରିସ୍ଥିତିରେ ଆସିବ କରୋନାର ତୃତୀୟ ଲହର ? ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର କହିଲେ, ନୁଆ ଭାରିଆଣ୍ଟ ବ୍ୟାପକ ଭାବେ ସଂକ୍ରମଣ ବଢ଼ାଇଲେ ଆସିପାରେ ତୃତୀୟ ଲହର । 

କନକ ବ୍ୟୁରୋ : କେବେ ଆସିବ କରୋନାର ତୃତୀୟ ଲହର ? କେଉଁ ପରିସ୍ଥିତିରେ ଆସିବ ତୃତୀୟ ଲହର ? ଯଦି ଆସିବ ଏହା କେତେ ଭୟଙ୍କର ହେବ ? ଏଭଳି କିଛି ଆକଳନ ଭିତରେ ଏକ ବଡ଼ ବୟାନ ରଖିଛନ୍ତି ଦିଲ୍ଲୀ ସବଦରଜଙ୍ଗ ହସ୍ପିଟାଲର ବରିଷ୍ଠ ଡାକ୍ତର ଜୁଗଲ କିଶୋର । ସେ କହିଛନ୍ତି ମୁଖ୍ୟତଃ ଦୁଇଟି ପରିସ୍ଥିତିରେ କରୋନାର ତୃତୀୟ ଲହରର ପ୍ରଭାବ ଦେଖିବାକୁ ମିଳିବ । ପ୍ରଥମରେ ବର୍ତମାନ ଥିବା କରୋନା ଭୂତାଣୁ ଲୋକଙ୍କୁ କ୍ରମାଗତ ଭାବେ ସଂକ୍ରମଣ କରି ଚାଲିବ, ଯେପର୍ଯ୍ୟନ୍ତ ଲୋକଙ୍କ ଦେହରେ ଆଂଟିବଡ଼ି ତିଆରି ନହୋଇଛି । ଯାହାର ପ୍ରଭାବରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି ।

ଦ୍ୱିତୀୟରେ ଯଦି କରୋନାର ଏକ ନୂଆ ଭାରିଆଂଟ ଆସିବ ଏବଂ କ୍ରମାଗତ ଭାବେ ସଂକ୍ରମଣ ବଢ଼ାଇବ, ତାଦ୍ୱାରା କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଜୁଗଲ କିଶୋରଙ୍କ କହିବା କଥା ହେଲା, ତୃତୀୟ ଲହର ଦ୍ୱିତୀୟ ଲହର ଭଳି ଏତେ ଭୟଙ୍କର ହୋଇନପାରେ । କିନ୍ତୁ ଏସବୁ ବାହରେ ଯଦି କୌଣସି ନୂଆ ଭାରିଆଂଟ ଆସିଲା ଏବଂ ତାହା ଟିକାର ସୁରକ୍ଷା ଏବଂ ଆଂଟିବଡ଼ିର ସୁରକ୍ଷାକୁ ପ୍ରତିହତ କରିପାରିଲା ତାହା ଭୟଙ୍କର ରୂପ ନେଇପାରେ ବୋଲି ସବଦରଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ୍ ବିଭାଗର ମୁଖ୍ୟ ଡାକ୍ତର ଜୁଗଲ କିଶୋର କହିଛନ୍ତି । ଏସବୁ ଭିତରେ ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ତାଙ୍କ ଆକଳନ ଅନୁସାରେ ଡେଲଟା ଭାଇରସ୍ ଏବଂ ଡେଲଟା ପ୍ଲସ୍ ଭାଇରସ୍ ଭିତରେ ବେଶି ବଡ଼ ପ୍ରଭେଦ ନାହିଁ ।

from Kanak News
via <a href="https://ifttt.com/?

ୟୁଏଇରେ ବାକିଥିବା ଆଇପିଏଲ ମ୍ୟାଚ ପାଇଁ ବିସିସିଆଇ ଘୋଷଣା କଲା ତାରିଖ । ଜାଣନ୍ତୁ କେବେ କାହା ସହିତ ରହିଛି ମ୍ୟାଚ୍

କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୟୁଏଇ ଠାରେ ଆୟୋଜିତ ହୋଇଥିବା ଆଇପିଏଲର ବାକି ମ୍ୟାଚ ପାଇଁ ତାରିଖ ଘୋଷଣା କରିଛନ୍ତି । ବିସିସିଆଇର ସୂଚନା ମୁତାବକ ୟୁଏଇରେ ୨୭ ଦିନ ଅବଧି ମଧ୍ୟରେ ବାକିଥିବା ୩୧ ଟି ମ୍ୟାଚ୍ ଖେଳାଯିବ । କହିରଖୁ କି କରୋନା ସଂକ୍ରମଣ କାରଣରୁ ଆଇପିଏଲର ୧୪ ତମ ସଂସ୍କରଣ ଅଧାରୁ ବନ୍ଦ କରିବାକୁ ପଡିଥିଲା । ବିସିସିଆଇ କହିଥିଲା କି ବାକି ମ୍ୟାଚ୍ ୟୁଏଇରେ ଖେଳାଯିବ ।

ବିସିସିଆଇର ସୂଚନା ମୁତାବକ ସେପ୍ଟେମ୍ବର ୧୯ ତାରିଖରେ ଦୁବାଇ ଠାରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହାପରେ ମ୍ୟାଚ୍ ଆବୁଧାବିକୁ ସ୍ଥାନାନ୍ତର କରାଯିବ । ସେଠାରେ କୋଲକତା ନାଇଟ ରାଇଡର୍ସ ସହ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଖେଳିବ । ସାରଜାହାରେ ସେପ୍ଟେମ୍ବର ୨୪ ତାରିଖ ଦିନ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ବିପକ୍ଷରେ ଖେଳିବ ଚେନ୍ନାଇ ସୁପର କିଙ୍ଗସ୍ ।

ୟୁଏଇରେ ୧୩ ଟି ମ୍ୟାଚ୍ ଦୁବାଇରେ ଖେଳାଯିବ, ୧୦ ଟି ମ୍ୟାଚ ସାରଜାହା ଓ ୮ ଟି ମ୍ୟାଚ୍ ଆବୁଧାବିରେ ଆୟୋଜିତ କରାଯିବ । ୭ ଟି ମ୍ୟାଚ୍ ଡବଲ ହେଡର ହେବ । ଯେଉଁଥିରେ ପ୍ରଥମ ମ୍ୟାଚର ଆରମ୍ଭ ଭାରତୀୟ ସମୟ ୩.୩୦ ରେ ହେବ ଓ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭.୩୦ ଟାରେ ଆରମ୍ଭ ହେବ ।

ଏହାସହ ଏହି ଲିଗର ଶେଷ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଅନୁଷ୍ଠିତ ହେବ  । ପ୍ରଥମ କ୍ୱାଲିଫାୟର ମୁକାବିଲା ୧୦ ଅକ୍ଟୋବରକୁ ଦୁବାଇରେ ଅନୁଷ୍ଠିତ ହେବ । ଏହାସହ କ୍ୱାଲିଫାୟାର ଓ ଏଲିମିନେଟର ୨,୧୧ ଓ ୧୩ ଅକ୍ଟୋବରକୁ ସାରାଜାହାରେ ଖେଳାଯିବ । ଆଇପିଏଲ ଏହି ସଂସ୍କରଣର ଫାଇନାଲ ମ୍ୟାଚ୍ ଦୁବାଇ ଠାରେ ଅକ୍ଟୋବର ୧୫ ତାରିଖରେ ଖେଳାଯିବ ।

from Kanak News
via <a href="https://ifttt.com/?

ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ । 

କନକ ବ୍ୟୁରୋ: ତାଲାବନ୍ଦ ଯେତେ ରୋଜଗାର ବାଟ ବନ୍ଦ କରିଦେଲା । ଭୂତାଣୁ ଯେବେ ମଣିଷକୁ ଭୋକ ଯନ୍ତ୍ରଣା ଭିତରକୁ ଠେଲି ଦେଇଥିଲା । ଠିକ୍ ସେତେବେଳେ କଁସାଏ ପଖାଳ ଓ ଗୋଟିଏ ପିଆଜ ଧରି, ୟୁଟ୍ୟୁବ୍ ଜରିଆ ଆପଣଙ୍କ ସାମ୍ନାକୁ ଆସିଥିଲେ ଜଣେ ଦିନ ମଜୁରିଆ

ସରଳତା, ସଂଘର୍ଷ ଓ ଗରିବ ମଣିଷର ଜୀବନ ଶୈଳୀ । ଏହି ତିନିଟି ବିନ୍ଦୁକୁ ନେଇ ଈଶାକ ମୁଣ୍ଡାଙ୍କ ୟୁଟ୍ୟୁବ୍ ଚ୍ୟାନେଲ- ଇଶାଇ ମୁଣ୍ଡା ଇଟିଂ । ଈଶାକ କେମିତି ଖାଏ ? ଇଶାକ କଣ ଖାଏ? ତାର ଭିଡିଓ ଏବେ ପଲ୍ଲୀରୁ ଦିଲ୍ଲୀ ପହଂଚିଯାଉଛି, ଯାହା ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ ।

ମାତ୍ର ସପ୍ତମ ଶ୍ରେଣୀ ଯାଏଁ ପଢିଥିବା ଈଶାକ ଦେଶୀ ଶୈଳୀରେ ହିନ୍ଦୀ କହି ୟୁଟ୍ୟୁବ୍ରେ ଶତାଧିକ ଭିଡିଓ ପୋଷ୍ଟ କରିଛନ୍ତି । ତାଙ୍କ ସବସ୍କ୍ରାଇବ ସଂଖ୍ୟା ୭ଲକ୍ଷ ଟପି ଗଲାଣି । ନୂଆ ଦୁନିଆର ଏହି ନୂଆ ପ୍ରୟାସ ଅଖ୍ୟାତ ପଲ୍ଲୀର ଜଣେ ଅଜଣା ଯୁବକୁ ୟୁଟ୍ୟୁବ୍ ସେନସେସନ୍ କରିଦେଇଛି । ଆଉ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ତାଙ୍କୁ ପ୍ରେରଣା ଦେବ ବୋଲି ଈଶାକ କହିଛନ୍ତି ।

ଦିନେ ଦୁଇ ଓଳି ଖାଇବାକୁ ସଂଘର୍ଷ କରୁଥିବା ଈଶାକ, ଏବେ ଲକ୍ଷପତି । ଦିନେ କୁଡ଼ିଆରେ ମୁଣ୍ଡ ଗୁଂଜୁଥିବା ପରିବାରଙ୍କ ମୁଣ୍ଡ ଉପରେ ଏବେ ଛାତଘର । ଈଶାକଙ୍କ ଜୀବନ ବଦଳାଇ ଦେଇଛି ୟୁଟ୍ୟୁବ୍ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ ସମ୍ବଲପୁର ବାବୁପାଲି ଗାଁର ଈଶାକଙ୍କୁ ନେଇ ଟୁଇଟ୍ କରିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଲେଖିଛନ୍ତି- ଯୁବ ଶକ୍ତିଙ୍କ ପାଇଁ କିଛି ନୂଆ କରିବାର ପ୍ରତୀକ ହେଉଛନ୍ତି ଈଶାକ ମୁଣ୍ଡା ।

from Kanak News
via <a href="https://ifttt.com/?

ରାଜକୁନ୍ଦ୍ରାଙ୍କ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ଓଡ଼ିଆ ହିରୋ ସେକ୍ସସ୍ପିୟର ତ୍ରିପାଠୀ,କହିଲେ, ଫିଲ୍ମରେ ନାହିଁ କୌଣସି ଅସୁବିଧା, ପରବର୍ତୀ ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ

କନକ ବ୍ୟୁରୋ :  ଅଶ୍ଳୀଳ  ସିନେମା ବନାଇ ଶିଳ୍ପାସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ, ଏବେ ଚାରିଆଡେ ଏହାକୁ ନେଇ ଚର୍ଚ୍ଚା । ପତ୍ନୀ ତଥା ବଲିଉଡ ବିଶିଷ୍ଟ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ପୋଲିସର ଜେରାବେଳେ କାନ୍ଦି ପକାଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏହି ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏବେ ଏହାର ଓଡିଶା କନେକସନକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେକ୍ସପିୟର ତ୍ରିପାଠୀ ଲୋକପ୍ରିୟ ଓଟିଟି ପ୍ଳାଟଫର୍ମ ହଟସଟ୍ରେ ପ୍ରସାରିତ ହେଉଥିବା ଦୁଇଟି ଆଡଲ୍ଟ ମୁଭିରେ ଅଭିନୟ କରିଛନ୍ତି ଏହି ଓଡିଆ ହିରୋ । ପେଜ୍ ଥ୍ରୀ ଓ ସୁର୍ତାଲ । ପେଜ୍ ଥ୍ରୀ ଏକ ରୋମାଂଟିକ୍ ଫିଲ୍ମ ହୋଇଥିବାବେଳେ, ସୁରତାଲରେ ଏକ ନୃତ୍ୟ ପ୍ରଶିକ୍ଷକ ଭାବରେ ଅଭିନୟ କରିଛନ୍ତିି । ଗଣମାଧ୍ୟମ ସହ ସାକ୍ଷାତକାରରେ ସେକସପିୟର କହିଛନ୍ତିି, ଏହି ଦୁଇଟି ଯାକ ଫିଲ୍ମରେ କୌଣସି ଅଶ୍ଳୀଳ ଦୃଶ୍ୟ ନଥିଲା, ଏବଂ ସେ ଜାଣି ବି ନଥିଲେ ଏହା ବେଆଇନ ବୋଲି ।

 ସେକସପିୟରଙ୍କ ସିନେମା ପ୍ରତି ରୁଚି ସେତେବେଳେ ବଢ଼ିଥିଲା ଯେତେବେଳେ ତାଙ୍କ ଭଉଣୀ ଲେସଲି ତ୍ରିପାଠୀ ଆଲବମ ଓ ସିନେମା ଜଗତରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ମୁମ୍ବାଇରେ ରହି ବଲିଉଡ୍ରେ ସୁଯୋଗ ଖୋଜୁଥିବା ସେକସପିୟର ରାଜ କୁନ୍ଦ୍ରାଙ୍କ ଫିଲ୍ମରେ କାମ କରିବା ପାଇଁ ଅଫର ପାଇଥିଲେ ।

from Kanak News
via <a href="https://ifttt.com/?

ଗ୍ୟାଙ୍ଗଷ୍ଟର ହାଇଦରର ଗାଁରେ ବଡ଼ଧରଣର ହଲଚଲ । କୌଣସି ଅପ୍ରିତିକର ପରିସ୍ଥିତିର ଆଶଙ୍କା କରି ପହରା ଦେଉଛି ପୁଲିସ୍, କେନ୍ଦ୍ରପଡ଼ା ସହର ସମେତ ୪ ପଂଚାୟତରେ ୧୪୪ ଧାରା ଲାଗୁ

କନକ ବ୍ୟୁରୋ: ଦୁର୍ଦ୍ଦାନ୍ତ ଅପରାଧୀ, ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦରର ଏନକାଉଣ୍ଟ ପରେ ପୋଲିସ ଛାଉଣିରେ ପରିଣତ ହୋଇଛି ସମ୍ପୂର୍ଣ୍ଣ କେନ୍ଦ୍ରାପଡା ସହର । ଯେ କୌଣସି ପ୍ରକାର ଅପ୍ରୀତିକର ପରସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ୧୪୪ ଧାରା ଲାଗୁ ହୋଇଛି । ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବଳବତର ରହିବ । କଟକଣାକୁ ମାନିବାକୁ ଲୋକଙ୍କୁ ସତର୍କ କରିଛି ପ୍ରଶାସନ ।

ହାଇଦର ଜେଲ ଭିତରେ ଥାଇ ବି ବାହାରେ ତାର ଅପରାଧିକ ସାମ୍ରାଜ୍ୟକୁ ଚଳାଉଥିଲା । ଜେଲ ଭିତରୁ ଥାଇ ପ୍ରସ୍ତୁତ କରୁଥିଲା କ୍ରାଇମର ବ୍ଲୁପ୍ରିଂଟ । ଆଉ ତାକୁ ରୂପ ଦେଉଥିଲେ ତାର ସହଯୋଗୀ । ତେଣୁ ଏବେ ହାଇଦରର ମୃତ୍ୟୁ ପରେ ତାର ସହଯୋଗୀମାନେ ସହରରେ ଯେଭଳି କୌଣସି ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ନକରନ୍ତି ତାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି କରିଛି ପ୍ରଶାସନ । ସହରର ପ୍ରମୁଖ ସ୍ଥାନ ସମେତ ଛକ ଛକରେ ଜଗିଛନ୍ତି ପୋଲିସ ।

ହାଇଦରର ଘରକୁ ଯିବାକୁ ଥିବା ସମସ୍ତ ବାଟକୁ ସିଲ କରିଛି ପୋଲିସ । ହାଇଦର ଘରକୁ ସଂଯୋଗ କରୁଥିବା ରାସ୍ତାରେ ଲୋକଙ୍କ ଯାଆସ ଉପରେ କଟକଣା ଲଗାଇଛି ପୋଲିସ ।

from Kanak News
via <a href="https://ifttt.com/?

ଏନକାଉଣ୍ଟର ବେଳେ ଗ୍ୟାଙ୍ଗଷ୍ଟର ହାଇଦରକୁ ୩ଟି ଗୁଳି ମାରିଥିଲା ପୁଲିସ୍ । ପେଟରେ ୨ଟି ଓ ଗୋଡ଼ରେ ବାଜିଥିଲା ଗୋଟିଏ ଗୁଳି 

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ମୃତଦେହରେ ସ୍ପଷ୍ଟ ଭାବେ ଦେଖାଯାଉଛି ଗୁଳି ଚିହ୍ନ । ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର, ମୃତଦେହରୁ ୩ଟି ଗୁଳି ପାଇଛନ୍ତି, ଗୋଟିଏ ପୁରୁଣା ଗୁଳି ମଧ୍ୟ ମିଳିଛି । ପୁରୁଣା ଗୁଳିକୁ ଛାଡିଦେଲେ, ସିମୁଳିଆ ଏନକାଉଣ୍ଟରରେ ହାଇଦରର ପଂଜରା ତଳେ ୨ଟି ଏବଂ ଜଂଘ ଭିତରେ ଗୋଟିଏ ଗୁଳି ବାଜିଥିବା ଜଣାପଡିଛି ।

ଦୀର୍ଘ ସମୟ ଧରି ଚାଲିଥିଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା । ୩ଜଣିଆ ଡାକ୍ତରୀ ଟିମ୍, ମାଜିଷ୍ଟ୍ରେଟ, ୨ଟି କ୍ୟାମେରା ଓ ପୁଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ଶବ ନେବା ପାଇଁ ସକାଳୁ ହାଇଦରର ପତ୍ନୀ, ଝିଅ, ବୋହୂ ଓ ତା’ର ସଂପର୍କୀୟ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ପହଁଚିଥିଲେ । ପୋଷ୍ଟମର୍ଟମ ପୂର୍ବରୁ ଶବ ଗୃହରେ ମୃତଦେହକୁ ଦେଖିଥିଲେ ହାଇଦରର ପତ୍ନୀ । ତାଙ୍କ ସ୍ୱାମୀଙ୍କୁ ଯୋଜନାବଦ୍ଧ ଭାବେ ପୁଲିସ ହତ୍ୟା କରିଥିବା ଅଭିଯୋଗକୁ ପୁଣିଥରେ ସେ ଦୋହରାଇଛନ୍ତି । ସେ କହିଛନ୍ତି,

ପ୍ରଶ୍ନ ଉଠାଇଲେ ପତ୍ନୀ ଓ ପରିବାର

ହାତରେ ହାଣ୍ଡକପ୍ ଥିଲା ବେଳେ କିପରି ପୁଲିସଠାରୁ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କଲା?

ଖସିଯିବାକୁ ଉଦ୍ୟମ କରିଥିଲେ ପଛପଟେ ଗଳି ବାଜିଥାନ୍ତା, ପେଟରେ ଗୁଳି ବାଜିଲା କେମିତି?

ପ୍ୟାଂଟ, ସାର୍ଟ ନପିନେ୍ଧଇ ଲୁଙ୍ଗି ପିନ୍ଧାଇ କାହିଁକି ନିଆଯାଇଥିଲା ହାଇଦରକୁ?

ଯଦି ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା, ତେବେ ତା’ର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କାହିଁକି ନିଆଯାଇନଥିଲା?

ଏନକାଉଂଟରକୁ ନେଇ ହାଇଦରର ପତ୍ନୀ ଓ ପରିବାର ପ୍ରଶ୍ନ ଉଠାଉଥିବା ବେଳେ ଏନ୍କାଉଂଟର ସ୍ଥଳରେ ଛାନଭିନ ଆରମ୍ଭ କରିଛି ସାଇଂଟିଫିକ୍ ଟିମ୍ । ଘଟଣା ସ୍ଥଳରୁ ଖୋକା ଜବତ କରାଯାଇଛି । ପୋଷ୍ଟମର୍ଟମ ପରେ ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ହାଇଦରର ମୃତଦେହକୁ ଧରି କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲେ ତା’ର ପରିବାର ବର୍ଗ ।

from Kanak News
via <a href="https://ifttt.com/?

ମେଡ଼ାଲ୍ ଅପେକ୍ଷାରେ ଭାରତ, ଷ୍ଟାର ବକ୍ସର ମ୍ୟାରି କମ୍ ୪-୧ରେ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ପ୍ରବେଶ, ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା

କନକ ବ୍ୟୁରୋ : ଭାରଉତୋଳନରେ ମିରାବାଇ ଚାନୁ ରୌପ୍ୟ ପଦକ ହାସଲ କରି ଟୋକିଓ ଅଲିମ୍ପିକ୍ସରେ ଭାରତର ଆଶା ବଢ଼ାଇଥିବା ତୃତୀୟ ଦିନରେ ଚମକିଛନ୍ତି ବକ୍ସର ମ୍ୟାରି କମ୍, ବାଡମିଂଟନ ତାରକା ପିଭି ସିନ୍ଧୁ ଓ ମହିଳା ଟେବୁଲ ଟେନିସ୍ର ମନିକା ବାତ୍ରା । ସେହିପରି ରୋଇଂ ବା ନୌଚାଳନାରେ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂ ।

୫୧ କେଜି ବର୍ଗରେ ମୁଷ୍ଟିଯୋଦ୍ଧା ମ୍ୟାରି କମ୍ ଜୟରୁ ଆରମ୍ଭ କରିଛନ୍ତି ତାଙ୍କର ଅଲିମ୍ପିକ୍ସ ଅଭିଯାନ । ଡୋମିନିକା ଗଣରାଜ୍ୟର ମିଗୁଏଲିନା ଗାର୍ସିଆଙ୍କୁ ୪-୧ରେ ହରାଇ ଦେଇଛନ୍ତି । ପ୍ରଥମରୁ ପ୍ରତିରକ୍ଷାତ୍ମକ ଥିବା ବେଳେ ୬ ଥର ବିଶ୍ୱ ଚାମ୍ପିଅନ୍ ରହିଥିବର ମ୍ୟାରି କମ୍ ଶେଷ ଆଡକୁ ଆକ୍ରାମକ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷକୁ ଧରାଶାୟୀ କରିଥିଲେ ।

ସେହିପରି ଭାରତୀୟ ବ୍ୟାଡମିଂଟନ ତାରକା ତଥା ବିଶ୍ୱ ଚାମ୍ପିଅନ୍ ପିଭି ସିନ୍ଧୁ ପ୍ରଥମ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମାତ୍ର ୩୦ ମିନିଟ ଭିତରେ ଇସ୍ରାଏଲର ସେନିଆ ପଲିକାର୍ପୋଭାଙ୍କୁ ସହଜରେ ପରାଜିତ କରି ବିଜୟ ହାସଲ କରିଛନ୍ତି ପିଭି ସିନ୍ଧୁ । ସେପଟେ ନୌଚାଳନାରେ ପଦକ ଆଡକୁ ଏକ ପାଦ ଆଗେଇଛନ୍ତି ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂ । ଏପଟେ ଟେବୁଲ ଟେନିସ୍ରେ ଚମକିଛନ୍ତି ମନିକା ବାତ୍ରା । ୟୁକ୍ରେନର ମାର୍ଗାରିଟା ପେସୋସ୍କାଙ୍କୁ ୪-୩ରେ ହରାଇ ଦେଇଛନ୍ତି ମନିକା ।

ହେଲେ ଭାରତୀୟ ହକି ପାଇଁ ଭଲ ଖବର ଆସିନି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ହାରିଯାଇଛି । ୭-୧ ଗୋଲରେ ଏକପାଖିଆ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।

ସେହିପରି ମହିଳା ଟେନିସ୍ ଡବଲ୍ସରେ ହାରି ଯାଇଛନ୍ତି ସାନିଆ ମିର୍ଜା ଓ ଅଙ୍କିତା ରାଇନା । ୟୁକ୍ରେନ ପ୍ରତିପକ୍ଷ ଠାରୁ ହାରିବା ପରେ ସାନିଆ-ଅଙ୍କିତାଙ୍କ ଯୋଡି ପ୍ରତିଯୋଗିତାରୁ ବାଦ ପଡ଼ିଛନ୍ତି ।

ଏହାସହ ସୁଟିଂରେ ମଧ୍ୟ ଫାଇନାଲ ରାଉଣ୍ଡକୁ ଯାଇ ପାରିନାହାନ୍ତି ମନୁ ଭାକର, ଯଶସ୍ୱିନୀ ସିଂହ ଦେଶୱାଲ, ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପନୱାର । ୧୦ ନମ୍ବର ସ୍ଥାନରେ ରହି ଷ୍ଟାର ସୁଟର ଅଙ୍ଗଦବୀର ସିଂହ ବାଜୱା ମଧ୍ୟ ନିରାଶ କରିଛନ୍ତି । ସେହିପରି ଜିମନାଷ୍ଟିକ୍ରେ ପ୍ରଣତି ନାୟକ ପଦକ ଦୌଡ଼ରୁ ବାଦ ପଡିଛନ୍ତି । ସନ୍ତରଣରେ ମାନା ପଟେଲ ଓ ଶ୍ରୀହରି ନଟରାଜ ପରବର୍ତି ରାଉଣ୍ଡକୁ ଯାଇପାରିନାହାନ୍ତି ।

from Kanak News
via <a href="https://ifttt.com/?

ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଭାରତ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ । ଉଭୟ ଦଳ ପ୍ରଥମ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ।

ଶ୍ରୀଲଙ୍କା ବିପକ୍ଷରେ ଭାରତ ୨-୧ରେ ସିରିଜ ବିଜୟୀ ହୋଇଥିଲା । ବର୍ତ୍ତମାନ ଟି-୨୦ ସିରିଜ ଉପରେ ନଜର ରଖିଛି ଭାରତ । ଶିଖର ଧାୱନଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଜି ମୈଦାନକୁ ଓହ୍ଲାଇବ ।

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଂଶସିତ ସମ୍ବଲପୁର ଜିଲ୍ଲାର ଇସାକ ମୁଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ, “ଯୁବ ଶକ୍ତିଙ୍କ ପାଇଁ ପ୍ରତୀକ ହୋଇଛନ୍ତି ଇସାକ ମୁଣ୍ଡା”

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୭୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ସମ୍ବଲପୁର ଜିଲ୍ଲାର ଇସାକ ମୁଣ୍ଡାଙ୍କ ସହ ଟେଲିଫୋନରେ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନଜାତି ସମ୍ପ୍ରଦାୟର ଇସାକ୍ ମୁଣ୍ଡା ଯୁବ ଶକ୍ତିଙ୍କ ପାଇଁ କିଛି ନୂଆ କରିବାର ସଂକଳ୍ପର ପ୍ରତୀକ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବା ପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିବା ଅବସରରେ ପ୍ରଧାନମନ୍ତ୍ରୀଜୀଙ୍କ ଦ୍ୱାରା ଓଡ଼ିଶାର ସମ୍ବଲପୁର ଜିଲ୍ଲା ଯୁଜୁମୁରା ବାବୁପାଲି ଅଂଚଳର ଜନଜାତି ସମ୍ପ୍ରଦାୟର ଇସାକ ମୁଣ୍ଡାଜୀଙ୍କର ଇଂଟରନେଟ୍ ମାଧ୍ୟମରେ ପରିବର୍ତିତ ଜୀବନଶୈଳିର ଉଦାହରଣ ଆମ ପାଇଁ ଏକ ନୂଆ ଅନୁଭବ । ଦିନ ମଜୁରିଆରୁ ଇଂଟରନେଟ୍ ସେନ୍ସସନ ପାଲଟିଥିବା ଇସାକ ମୁଣ୍ଡାଜୀ ଓଡ଼ିଆଙ୍କ ସାମାଜିକ ଜୀବନର ଦୈନିକ ଖାଦ୍ୟ ‘ପଖାଳ’ ଖାଇବାର ଭିଡ଼ିଓ ପ୍ରସ୍ତୁତ କରି ଆଜି ଜଣେ ସଫଳ ୟୁଟ୍ୟୁବର ହେବା ସହ ଲକ୍ଷାଧିକ ଟଙ୍କା ଉପାର୍ଜନ କରି ପାରୁଛନ୍ତି । ତାଙ୍କର ଏହି ପ୍ରୟାସ ସବୁଠାରୁ ଅନନ୍ୟ । ଇସାକ ମୁଣ୍ଡା ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ସ୍ଥାନୀୟ ପାରମ୍ପାରିକ ବ୍ୟଞ୍ଜନ ପ୍ରସ୍ତୁତ କରିବାର ପଦ୍ଧତି, ସାମାଜିକ ଜୀବନଶୈଳିର ଭିଡ଼ିଓ ପ୍ରସ୍ତୁତ କରିବା ତଥା ସଂସ୍କୃତି ଏବଂ ବ୍ୟଞ୍ଜନର ପ୍ରଚାରପ୍ରସାର କରି ଆମକୁ ପ୍ରେରଣା ଦେବା ସହ ଯୁବ ଶକ୍ତିଙ୍କ ପାଇଁ କିଛି ନୂଆ କରିବାର ସଂକଳ୍ପର ପ୍ରତୀକ ହୋଇଛନ୍ତି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ଅଲମ୍ପିକ ଗେମ୍ସରେ ଭାରତୀୟ ଖେଳାଳୀଙ୍କ ମନୋବଳ ବୃଦ୍ଧି କରିବା ସହ କାରଗିଲର ବୀରଯୋଦ୍ଧାଙ୍କ ଗାଥା, ମାଇଁ ହ୍ୟାଣ୍ଡଲୁମ, ମାଇଁ ପ୍ରାଇଡ, ଅମୃତ ମହୋତ୍ସବ ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀଙ୍କ ଯୋଗଦାନ ଭଳି ଅନେକ ବିଷୟ ଉପରେ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି । ଆଇଆଇଟି ମାଡ୍ରାସର ଷ୍ଟାର୍ଟ-ଅଫ୍ ଦ୍ୱାରା ପ୍ରସ୍ତୁତ ଥ୍ରୀଡି ପ୍ରିଣ୍ଟେଡ ହାଉସ ତଥା ରାଂଚି, ଇନ୍ଦୋ. ରାଜକୋଟରେ ନିର୍ମାଣ କ୍ଷେତ୍ରରେ ଟେକ୍ନୋଲୋଜି ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଅଭିନବ ପ୍ରୟାସ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଖୁସି ଓ ଗର୍ବର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

from Kanak News
via <a href="https://ifttt.com/?

ଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା ଓଡିଶା । ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ ଦେଖାଇ ପ୍ରଥମ ହେଲା ନୃତ୍ୟ ନୈବେଦ୍ୟ । ପୁରସ୍କାର ଘୋଷଣା କଲେ ସାଂସଦ ସୋନାଲ ମାନସିଂହ ।

କନକ ବ୍ୟୁରୋ: ପୁଣି ସର୍ବଭାରତୀୟ ସ୍ତରରେ ଓଡିଶା ଆଣିଲା ସୁନାମ । ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶୀ ନୃତ୍ୟ । ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥାକୁ ଓଡିଶୀ ଛାନ୍ଦରେ ପରିବେଷଣ କରି ପ୍ରଥମ ପୁରସ୍କାର ହାତେଇଛି ଭୁବନେଶ୍ୱରର ନୃତ୍ୟ ନୈବେଦ୍ୟ । ପୁରସ୍କାର ବାବଦକୁ ୧ ଲକ୍ଷ ୨୫ ହଜାର ଟଙ୍କା ଘୋଷଣା କରିଛନ୍ତି ସିଆଇସିଡିର ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ, ପଦ୍ମବିଭୂଷଣ ଡ. ସୋନାଲ ମାନସିଂହ ।

ତେବେ ପ୍ରଥମ ପୁରସ୍କାର ନେଇ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଭାତ ସ୍ୱାଇଁ ସୂଚନା ଦେଇଥିବା ବେଳେ ନୂଆଦିଲ୍ଲୀରେ ଏହି ପୁରସ୍କାର ଘୋଷଣା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଲୁଚି ଯାଉଥିବା ପ୍ରତିଭାଙ୍କୁ ସୁଯୋଗ ଦେବାକୁ ଦୀର୍ଘ ଦିନ ହେବ ସେଣ୍ଟର ଫର ଇଣ୍ଡିଆନ କ୍ଲାସିକାଲ ଡ୍ୟାନ୍ସ କାମ କରି ଆସୁଥିବା ବେଳେ ଚଳିତ ଥର ୭୫ ବର୍ଷ ପୂରଣ କରିଛି । ୭୫ବର୍ଷ ପୂର୍ତ୍ତି ଅବସର ବିଭିନ୍ନ କାଟାଗୋରୀରେ ନୃତ୍ୟ ଭିଡିଓ ଆହ୍ୱାନ କରାଯାଇଥିଲା । ଅନସଙ୍ଗ ହିରୋ ଅଫ ଇଣ୍ଡିଆ ଥିମରେ ନୃତ୍ୟ ନୈବେଦ୍ୟ ପାଇକ ବିଦ୍ରୋହର କାହାଣୀ ଭରା ଭିଡିଓ ପଠାଇଥିଲେ । ଦେଶର ଅନେକ ସ୍ଥାନରୁ ୨୦୦ରୁ ଅଧିକ ଭିଡିଓ ଆସିଥିବା ବେଳେ ଓଡିଶାର ଭିଡିଓ ପ୍ରଥମ ସ୍ଥାନ ଅଧିକାର କରିଛି ।

୧୫ରୁ ୩୦ ବର୍ଷ ବୟସ ଭିତରେ ଏହି ପ୍ରତିଯୋଗିତା ହେଉଥିବା ବେଳେ ଭୁବନେଶ୍ୱର ଧଉଳି ପାହାଡରେ ନୃତ୍ୟ ଭିଡିଓ ସୁଟ୍ କରାଯାଇଛି । ତେବେ କରୋନା କଟକଣା ପାଇଁ ପୁରସ୍କାର ଉତ୍ସବକୁ ଭର୍ଚୁଆଲ ପ୍ଲାଟଫର୍ମରେ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started