ଆନ୍ଧ୍ର ପୋଲାଭରମ ଯୋଗୁ ଫୁଲୁଛି ଗୋଦାବରୀ ନଦୀ । ଆନ୍ଧ୍ର ସହ ମାଲକାନଗିରି ଓ ଛତିଶଗଡ଼ର ଯୋଗାଯୋଗ ବିଚ୍ଛିନ୍ନ । କୁନାଭରମ- ଭଦ୍ରାଚଲମ ମୁଖ୍ୟ ରାସ୍ତାରେ ବନ୍ୟାଜଳ ।

କନକ ବ୍ୟୁରୋ: ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଫୁଲିବାରେ ଲାଗିଛି ଗୋଦାବରୀ ନଦୀ । ଏହାକୁ ନେଇ ବିପଦଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ୪୦ ଫୁଟ ଉଚ୍ଚରେ ଗୋଦାବରୀ ପାଣି ପ୍ରବାହିତ ହେଉଛି । ଯାହା ପାଇଁ କୁନାଭରମ-ଭଦ୍ରାଚଲମ ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହୋଇ ମାଲକାନଗିରିରୁ ଆନ୍ଧ୍ର ଏବଂ ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୋଦାବରୀ ନଦୀ ଅସ୍ୱାଭାବିକ ଭାବେ ଫୁଲିବା ଯୋଗୁ ଏଥରେ ମିଶିଥିବା ସାବେରୀ ଓ ସିଲେରୀ ନଦୀର ଜଳପତନ ବି ବୃଦ୍ଧି ପାଇବାରେ ଲାଗିଛି । ଗୋଦାବରୀ ନଦୀର ତଳମୁଣ୍ଡରେ ଆନ୍ଧ୍ରପ୍ରଦେଶର ବହୁମୁଖୀ ପୋଲାଭରମ ପ୍ରକଳ୍ପ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି ।

from Kanak News
via <a href="https://ifttt.com/?

ଦୈନିକ ଭାସ୍କର ଫାଙ୍କିଛି ୭ ଶହ କୋଟି ଟଙ୍କାର ଟ୍ୟାକ୍ସ । ସୂଚନା ଦେଲା ଆଇଟି ବିଭାଗ ।

କନକ ବ୍ୟୁରୋ: ଦୈନିକ ସମ୍ବାଦପତ୍ର ‘ଦୈନିକ ଭାସ୍କର’ ୭ଶହ କୋଟି ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ଆଣିଛି ଆଇଟି ବିଭାଗ  । ମୁମ୍ବାଇ , ଦିଲ୍ଲୀ, ଭୋପାଳ, ଅହମଦାବାଦ, ଇନ୍ଦୋର, ନୋଇଡାରେ ଥିବା ୨୦ରୁ ଅଧିକ ଘରୋଇ ଓ ବ୍ୟବସାୟିକ ସଂସ୍ଥା ଉପରେ ଚଢଉ କରି ଜବତ ହୋଇଥିବା କାଗଜପତ୍ରରୁ ଏହାର ପ୍ରମାଣ ମିଳିଛି ବୋଲି ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ କୁହାଯାଇଛି । କେବଳ ଗଣମାଧ୍ୟମରେ ନୁହେଁ ବରଂ ସେୟାର ହୋଲଡିଂ, ଟେକ୍ସଟାଇଲ ଓ ରିଅଲ ଇଷ୍ଟେଟ୍ ଆଦି କ୍ଷେତ୍ରରେ ୧୦ରୁ ଅଧିକ ବିଜିନେସ୍ ସେଣ୍ଟର ଚଳାଉଛି   ‘ଦୈନିକ ଭାସ୍କର’ ଗ୍ରୁପ୍ । ଏସବୁ ବିଜନେସ୍ ଗ୍ରୁପର ମାଲିକ ନୁହେଁ ବରଂ ଗ୍ରୁପରେ କାର୍ଯ୍ୟରତ କର୍ମଚାରୀଙ୍କ ନାଁରେ ଚାଲିଛି ।

ଏନେଇ ଆଇଟି ବିଭାଗ ସମ୍ପୃକ୍ତ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ ବି ସେମାନେ ଏ ବାବଦରେ କିଛି ଜାଣିନଥିବା କହିଥିଲେ । ସେମାନଙ୍କ ଠାରୁ କେବଳ ସେମାନଙ୍କ ଆଧାରକାର୍ଡ କପି ଓ ଡିଜିଟାଲ ସିଗ୍ନେଚର ନିଆଯାଇଥିଲା । ଯେହେତୁ ସେମାନେ ଦୀର୍ଘଦିନ ହେବ ଗ୍ରୁପରେ କାମ କରିଆସୁଛନ୍ତି ତେଣୁ ବିନା ଦ୍ୱିଧାରେ ଆବଶ୍ୟକ ପ୍ରମାଣପତ୍ର ଦେଇଦେଇଥିଲେ । ଆଉ କିଛି ସେୟାର , ଗ୍ରୁପ ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ମଧ୍ୟ ଜଣାପଡିଛି । ଚଢଉବେଳେ ବିଭିନ୍ନ ସ୍ଥାନରୁ ୨୬ଟି ଲକର ମଧ୍ୟ ଜବତ କରିଛି ଆଇଟି ବିଭାଗ । ଏନେଇ ଦୈନିକ ଭାସ୍କରର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

ସୂଚନା ମୁତାବକ, ଗତ ୨୨ ତାରିଖରେ  ଅତର୍କିତ ଭାବେ ଭାସ୍କରର ଡିଜିଟାଲ ‘ଭାରତ ସମାଚର’ ଉପରେ ଆଇଟି  ରାତିଅଧିଆ ଅତର୍କିତ ଚଢଉ ହୋଇଥିଲା । ତେବେ ବିଭାଗର ଯାଞ୍ଚ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ଏବଂ ଆହୁରି ତଥ୍ୟ ଆଗକୁ ଆସିପାରେ ବୋଲି ବିଭାଗୀୟ ଯାଞ୍ଚ ଅଧିକାରୀ କହିଛନ୍ତି । ଅନ୍ୟପଟେ ଆଇଟିର ଏପରି ଚଢଉକୁ ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି  କହିଥିଲେ ଦେଶର ବିଭିନ୍ନ ଗଣମାଧ୍ୟମ  । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ  ହୋଇଥିବା ମୃତ୍ୟୁ ସଂଖ୍ୟା, ସିଲିଣ୍ଡର ରାଜନୀତି ଆଦିକୁ ନେଇ ଭାସ୍କର ଯେଉଁ ଖବର ଛାପିଥିଲା ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବାବେଳେ ସରକାରଙ୍କ ଚିନ୍ତା ବଢିଯାଇଥିଲା । ତେଣୁ ସରକାର ଜାଣିଶୁଣି ଏପରି କାଣ୍ଡ ଘଟାଉଥିବା ଅନେକ ଗଣମାଧ୍ୟମ ପକ୍ଷରୁ ମତ ପ୍ରକାଶ ପାଇଛି ।

from Kanak News
via <a href="https://ifttt.com/?

ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଷ୍ଟାର ବକ୍ସର ମାରି କମ୍ । ସେପଟେ ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତର ଷ୍ଟାର ବକ୍ସର ମାରୀ କମ୍ । ପ୍ରଥମ ମୁକାବିଲାରେ ସହଜ ବିଜୟ ହାସଲ କରିଛନ୍ତି ମାରୀ କମ୍ । ୪୮ରୁ ୫୧ କିଲୋବର୍ଗରେ ଡୋମିନିକାର ଖେଳାଳିଙ୍କୁ ୪-୧ରେ ହରାଇଛନ୍ତି । ଏହି ବିଜୟ ସହ ମ୍ୟାରୀକମ୍ ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ମାରୀ କମ୍ ଆସିବା ମାତ୍ରେ ଆଟାକ୍ ଆରମ୍ଭ କରିଦେଇଥିଲେ । ତାଙ୍କ ପରବର୍ତୀ ମୁକାବିଲା ଜୁଲାଇ ୨୯ ତାରିଖରେ କଲମ୍ବିଆର ଭିକ୍ଟୋରିଆଙ୍କ ସହ ହେବ ।

ଭାରତର ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରାଙ୍କ ଜବରଦସ୍ତ ପ୍ରଦର୍ଶନ । ଓମେନ ସିଙ୍ଗିଲ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ଉତୀର୍ଣ୍ଣ ହୋଇଛନ୍ତି । କଡା ମୁକାବିଲାରେ ସେ ୟୁକ୍ରେନ୍ ପେସୋତ୍୍ସ୍କାଙ୍କୁ ୪-୩ରେ ହରାଇଛନ୍ତି । ମନିକା ପେସୋତ୍୍ସ୍କାଙ୍କୁ ୪-୧୧, ୪-୧୧, ୧୧-୦୭, ୧୨-୧୦, ୮-୧୧, ୧୧-୧୫ ଓ ୧୧-୧୭ରେ ହରାଇ ବିଜୟୀ ହୋଇଛନ୍ତି । ପଂଚମ ଗେମ୍ ପର୍ଯ୍ୟନ୍ତ କଡା ମୁକବିଲା ଦେଖିବାକୁ ମିଳିଥିଲା । ହେଲେ ଷଷ୍ଠ ରାଉଣ୍ଡରେ ବିଜୟୀ ହୋଇଥିଲେ ମନିକା ।

from Kanak News
via <a href="https://ifttt.com/?

ସନ୍ଧ୍ୟା ସୁଦ୍ଧା ବଦଳି ପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ଦୌଡରେ ଆଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

କନକ ବ୍ୟୁରୋ : କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ରାଜନୀତି ଜୋର ଧରିଛି । ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୂୟେରପ୍ପା କହିଛନ୍ତି କି ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ହାଇକମାଣ୍ଡ ନିଷ୍ପତ୍ତି ନେଇ ପାରିନ୍ତି । କହିରଖୁ କି ୭୮ ବର୍ଷିୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୂୟେରପ୍ପା ଚଳିତ ମାସ ପ୍ରାରମ୍ଭରେ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ । ସେବେଠାରୁ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ୟେଦୂୟେରପ୍ପାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେବ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ କର୍ଣ୍ଣାଟକରେ ଜଣେ ଦଳିତ ନେତାଙ୍କୁ ମୁଖ୍ୟମନ୍ତୀ କରାଯିବା ନେଇ ଉଠିଥିବା ପ୍ରଶ୍ନର ଉତର ଦେଇ ୟେଦୂୟେରପ୍ପା କହିଛନ୍ତି କି ଏନେଇ ହାଇକମାଣ୍ଡ ନିଷ୍ପତ୍ତି କରିବେ । ଅନ୍ୟପଟେ ନିଜ ବାବଦରେ ସଫେଇ ଦେଇ ସେ କହିଛନ୍ତି କି ଲୋକମାନେ ଯଦି ମୋ କାମରେ ସନ୍ତୋଷ୍ଟ ଅଛନ୍ତି ତେବେ ତାହା ମୋ ପାଇଁ ଯଥେଷ୍ଟ ।

ସେପଟେ ୟେଦୁୟେରପ୍ପାଙ୍କ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ପ୍ରହ୍ଲାଦ ଯୋଶୀ କାର୍ଯ୍ୟଭାର ସମ୍ଭାଳୀ ପାରନ୍ତି ବୋଲି ହେଉଥିବା ଆଲୋଚନାକୁ ନେଇ ଶ୍ରୀ ଯୋଶୀ କହିଛନ୍ତି କି ଏନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରୁ କିଛି ସୂଚନା ମିଳିନାହିଁ । ଏହା କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ବିଜେପିର ଦାବି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲା ଦଳ ।

କନକ ବ୍ୟୁରୋ: ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ଦାବି କଲା ବିଜେପିି । ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲା ଦଳ । ଆଜି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ଟାଳଟୁଳ ନୀତି ବିରୋଧରେ ହାଇକୋର୍ଟ ଯିବୁ । ରାଜ୍ୟ ନିର୍ବାଚନ କମିଶନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚେତାବନୀ ଦେଇଛି ବିଜେପି । ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ନିର୍ବାଚନ କମିଶନଙ୍କୁ ମହାଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଏ, ସେମିତି ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବହିଷ୍କାର କରାଯାଇପାରିବ । ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୂରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ, ସେମିତି ପଞ୍ଚାୟତ ଓ ପୌର ସମୟ ଅବଧି ଶେଷ ହେଲେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ ।

from Kanak News
via <a href="https://ifttt.com/?

ଗଜପତି ଏସସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତନାଘନା । ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିିଲା ପାରଳାଖେମୁଣ୍ଡି ପୋଲିସ

କନକ ବ୍ୟୁରୋ: ଗଜପତି ଏସସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତନାଘନା ଜାରି ରଖିଛି ପୋଲିସ । ଏନେଇ ଆଜି ଅଧିକ ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ । ବିଦ୍ୟାଭାରତୀ ପଢ଼ୁଥିବା ପ୍ରାଣୀଧନ ସ୍କୁଲରେ ପହଞ୍ଚିି ଛାନଭିନ ଚଳାଇଛନ୍ତି ୫ଜଣିଆ ଟିମ୍ । ସେଠାରେ ବ୍ୟାଚଲର ପାର୍ଟି ନେଇ ଖୋଳତାଡ଼ କରିବ ପୋଲିସ । ସୌମ୍ୟଙ୍କ ମୃତ୍ୟୁ ପରେ ପରିବାର ଲୋକେ ବିଦ୍ୟାଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ଯାହାର ସତ୍ୟାସତ ଜାଣିବାକୁ ବଲାଙ୍ଗୀରରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ପାରଳାଖେମୁଣ୍ଡି ପୋଲିସ ।

from Kanak News
via <a href="https://ifttt.com/?

‘ଡୋମିନସ୍’ ର ବଡ ଘୋଷଣା । ଟୋକିଓ ଅଲମ୍ପିକରେ ଭାରତୀୟ ପଦକ ବିଜେତା ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା

କନକ ବ୍ୟୁରୋ :  ଭାର ଉତ୍ତୋନଳକାରୀ ମୀରାବାଇ ଚାନୁ ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ ଜିତି ଭାରତୀୟଙ୍କୁ ଗୌରବାନ୍ୱିତ କରିଛନ୍ତି  । ସେ ପଦକ ଜିତିବା ପରେ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ବହୁଦିନ ହେବ ପିଜା ଖାଇନଥିବା ନେଇ କହିଥିଲେ । ଏହାସହ ସେ ପିଜା ଖାଇବାକୁ ଇଚ୍ଛା ପ୍ରକାଶ କରିବା ପରେ ଏହାକୁ ନେଇ ଦେଶର ସବୁଠାରୁ ଅଧିକ ପିଜା ବିକ୍ରେତା କମ୍ପାନୀ ‘ଡୋମିନସ’ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି ।

ଡୋମିନସ୍ ପକ୍ଷରୁ କୁହାଯାଇଛି କି, ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଭାର ଉତ୍ତୋଳନକାରୀ ମୀରାବାଇଙ୍କୁ କମ୍ପାନୀ ତରଫରୁ ଆଜୀବନ ମାଗଣାରେ ପିଜା ଯୋଗାଇ ଦିଆଯିବ ।

କହିରଖୁ କି ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିଥିବା ମୀରବାଇ ଚାନୁ ଏବେ ଗଣମାଧ୍ୟମରେ ଛାଇ ହୋଇଯାଇଛନ୍ତି  । ଗାଁ ଠୁ ସହର ସବୁ ବର୍ଗର ଲୋକେ ମୀରାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୂଲି ନାହାନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମେତ ଅନେକ ନେତା ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ ବାଦଶାହା ଅମିତାଭ ବଚନ, ଅଭିଶେକ ବଚନ, ସ୍ୱରା ଭାସ୍କର ସମେତ ଅନେକ କଳାବାର ବି ତାଙ୍କୁ ଭାରତର ତାରକା ବୋଲି ଅଭିହିତ କରିଛନ୍ତି ।

from Kanak News
via <a href="https://ifttt.com/?

ପଞ୍ଜାବ ପରେ ରାଜସ୍ଥାନରେ ଘନଉଛି କଂଗ୍ରେସ କନ୍ଦଳ । ୨୮ ହୋଇପାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବଢୁଛି ଦାବି

କନକ ବ୍ୟୁରୋ : ରାଜସ୍ତାନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସଦସ୍ୟ ଅଜୟ ମାକେନ କହିଛନ୍ତି କି ମନ୍ତ୍ରୀମଣ୍ଡଳ ବିସ୍ତାର ଓ ରାଜନୈତିକ ପଦରେ ନିଯୁକ୍ତି ନେଇ କେନ୍ଦ୍ର ନେତୃତ୍ୱଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱିକାର କରିବେ ।

ଅନ୍ୟପଟେ କ୍ୟାବିନେଟ୍ ବିସ୍ତାର କଥା ଉଠିବା ପରେ ରାଜସ୍ଥାନ କଂଗ୍ରେସ ୨ ଭାଗରେ ବିଭକ୍ତ ହୋଇଛି । ବୈଠକ ପୂର୍ବରୁ ପାଇଲଟଙ୍କ ସମର୍ଥକମାନେ ଜୋରଦାର ନାରାବାଜି କରିବା ସହ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଛନ୍ତି । ଅନ୍ୟପଟେ ଅଜୟ ମାକେନ କହିଛନ୍ତି କି ସେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସମ୍ବନ୍ଧରେ ନିଷ୍ପତ୍ତି ଘୋଷଣା କରିବେ । ଜିଲ୍ଲା ଓ ବ୍ଲକ ସ୍ତରରେ ଦଳର ନେତୃତ୍ୱ ନିଯୁକ୍ତି ନେଇ ସ୍ଥାନୀୟ ବିଧାୟକଙ୍କ ପରାମର୍ଶ ଗ୍ରହଣ କରାଯିବ । ଏନେଇ ଜୁଲାଇ ୨୮ ଓ ୨୯ ତାରିଖରେ ସେ ପୁଣି ରାଜସ୍ଥାନ ଆସିବେ ବୋଲି କହିଛନ୍ତି ।

ରାଜସ୍ଥାନର ଆସନ୍ତା ସପ୍ତାହରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ଆଶା କରାଯାଉଛି । ଏହାସହ ରାଜ୍ୟରେ ରାଜନୈତିକ ନିଯୁକ୍ତି ବି କରାଯିବ । ଏହାପରେ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ତୁଟାଇବାକୁ ବି ଦଳ ହାଇକମାଣ୍ଡ ଓ ରାଜ୍ୟ ପ୍ରଭାରୀ ନିଷ୍ପତ୍ତି ନେବେ ।

କହିରଖୁ କି , ରାଜସ୍ଥାନରେ ଦଳ ଭିତରେ ଚାଲିଥିବା କନ୍ଦଳ ମେଣ୍ଟାଇବାକୁ ଶନିବାର ଦିନ ଅଜୟ ମାକେନ ଓ କେ.ସି ବେଣୁଗୋପାଳ ରାଜସ୍ଥାନରେ ପହଂଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ରାଜନୈତିକ ନିଯୁକ୍ତି ନେଇ ବିଶେଷ ଆଲୋଚନା ହୋଇଥିବା କୁହାଯାଇଛି ।

from Kanak News
via <a href="https://ifttt.com/?

ଶବ ବ୍ୟବଚ୍ଛେଦ ଗୃହରୁ ଗ୍ୟାଙ୍ଗଷ୍ଟାର ହାଇଦରର ଆସିଲା ଏକ୍ସକ୍ଲୁସିଭ ଫଟୋ । ଦେହରେ ବାଜିଛି ଚାରୋଟି ଗୁଳି ।

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ହାଇଦର ମୃତଦେହରେ ଏକାଧିକ ଗୁଳି ବାଜିଥିବା ଦେଖିବାକୁ ମିଳିଛି । ହାଇଦର ମୃତଦେହ ଫଟୋରୁ ଏହା ସ୍ପଷ୍ଟ ଭାବେ ଜଣାପଡୁଛି । ହାଇଦରର ହାତରେ ଗୁଳି ବାଜିବା ସହ ତାର ପେଟରେ ୩ଟି ଗୁଳି ବାଜିଛି । ଅଣ୍ଟା ଉପରକୁ ଗୋଟିଏ ଗୁଳି ଦାଗ ରହିଥିବାବେଳେ ପେଟ ଉପରକୁ ଛାତି ତଳକୁ ରହିଛି ଏକ ଗୁଳି ଚିହ୍ନ ରହିଛି । ସେହିପରି ବାମପଟ ଛାତିରେ ବାଜିଛି ଆଉ ଏକ ଗୁଳି । ପୋଷ୍ଟମର୍ଟମ କରିବା ପୂର୍ବରୁ ହାଇଦରର ସ୍ତ୍ରୀ ଓ ସଂପର୍କୀୟଙ୍କୁ ଶବ ଗୃହକୁ ଯିବା ପାଇଁ ଅନୁମତି ଦେଇଥିଲା ପୋଲିସ । ସେମାନେ ବାହାରକୁ ବାହାରିବା ପରେ କହିଛନ୍ତି ହାଇଦର ଦେହରେ ୩ରୁ ୪ଟି ଗୁଳି ବାଜିଛି । ତାଙ୍କ ସ୍ତ୍ରୀ କହିଛନ୍ତି ଦୁଇ ହାତରେ ଦୁଇଟି ଗୁଳି ବାଜିଥିବାବେଳେ ଦେହରେ ବାଜିଛି ୩ଟି ଗୁଳି ।

ଅନ୍ୟପଟେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରର ଆରମ୍ଭ ହୋଇଛି ଶବ ବ୍ୟବଚ୍ଛେଦ । ୩ ଜଣିଆ ଡାକ୍ତରୀ ଟିମ୍, ମାଜିଷ୍ଟ୍ରେଟ, ୨ଟି କ୍ୟାମେରା, ପୁଲିସ ଶବ ବ୍ୟବଚ୍ଛେଦ ଗୃହରେ ଉପସ୍ଥିତ ଅଛନ୍ତି । ବ୍ୟବଛେଦ ପରେ ହାଇଦରର ମୃତ ଦେହକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ହେବା ଖବର ଜଣାପଡିବା ପରେ ମୃତ ଦେହ ପରିବାର ଲୋକଙ୍କୁ ଦେବା ପାଇଁ ସମ୍ପର୍କୀୟମାନେ ଦାବି କରିଥିଲେ ।

from Kanak News
via <a href="https://ifttt.com/?

ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଖପ୍ପା । ବିଚାରକ ପ୍ୟାନେଲକୁ ନେଇ ମତାନ୍ତର ।

କନକ ବ୍ୟୁରୋ: ଦିଲ୍ଲୀରେ ଆମନାସାମନା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ । ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀର ଗଠନକୁ ନେଇ ଦୁହିଁଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ଚାଷୀ ଆନ୍ଦୋଳନ ସମ୍ପର୍କିତ ଘଟଣାର ବିଚାର କରିବାକୁ ଦିଲ୍ଲୀ ସରକାର ନିଜ ପସନ୍ଦର କିଛି ବିଚାରପତିଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଥିଲେ । ହେଲେ ସରକାରଙ୍କ ଏପରି ନିଷ୍ପତ୍ତିକୁ ରାଜ୍ୟପାଳ ଅଗ୍ରାହ୍ୟ କରିବା ପରେ ଦୁର୍ହିଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ରାଜ୍ୟପାଳଙ୍କ ଏପରି ମନୋଭାବ ଦିଲ୍ଲୀବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି କେଜରିୱାଲ । ଏହାସହ ଦିଲ୍ଲୀବାସୀଙ୍କ ଐତିହାସିକ ଭୋଟରେ ଆପ ସରକାର ଶାସନକୁ ଆସିଛି । ତେଣୁ ଭାରତ ସରକାର ଏଥିରେ ମୁଣ୍ଡ ନଖେଳାଇ ଦେଶ ଶାସନରେ ମନ ଦିଅନ୍ତୁ ବୋଲି କେଜରିୱାଲ ଟୁଇଟ୍ କରିଛନ୍ତି ।

https://platform.twitter.com/widgets.js

from Kanak News
via <a href="https://ifttt.com/?

Design a site like this with WordPress.com
Get started