ହିମାଚଳ କିନ୍ନୋରରେ ବଡ ଦୁର୍ଘଟଣା ।ମାଟି ଅତଡା ଖସି ୯ ଜଣଙ୍କର ମୃତ୍ୟୁ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା

କନକ ବ୍ୟୁରୋ : ହିମାଚଳପ୍ରଦେଶ କିନ୍ନୋରରେ ବଡ ଦୁର୍ଘଟଣା ଘଟିଛି । ସାଗଲା –ଚିତ୍ରକୁଲ ଭୂସ୍କଳନ ଘଟିବା ଫଳରେ ପଥରଗୁଡିକ ଏକ ପୋଲ ଉପରେ ପଡିଥିଲା । ଏହି ସମୟରେ ପୋଲ ଉପରେ ଯାଉଥିବା ଏକ ଟେମ୍ପୋ ପୋଲ ତଳକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪ ଜଣ ଲୋକ ଗୁରୁତର ହୋଇଛନ୍ତି । ଏହି ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ଦୁଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ସୂଚନା ମୁତାବକ ଏହି ଦୁର୍ଘଟଣା ରବିବାର ଦିନ ୧.୩୦ ମିନିଟ୍ ସମୟରେ ଘଟିଛି । ପୋଲ ଉପରେ ଏକ ଟେମ୍ପୋରେ ୧୧ ଜଣ ଲୋକ ଯାଉଥିବା ବେଳେ ପାହାଡରୁ ବଡ ବଡ ପଥର ଖସି ପୋଲଟି ଭାଙ୍ଗିଯାଇଥିଲା । ଫଳରେ ଟେମ୍ପୋରେ ଥିବା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ମୃତକଙ୍କ ପରିବାରକୁ ସହାୟତା ସହ ଆହତମାନଙ୍କ ଚିକିତ୍ସାର ସମସ୍ତ ବନ୍ଦୋବସ୍ତ ସରକାରୀ ସ୍ତରରେ କରାଯାଇଛି । କୁହାଯାଇଛି କି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ପରିଚୟ ମିଳିପାରି ନାହିଁ ।

ସୂଚନା ଥାଉକି ମୌସୁମୀ ବର୍ଷା କାରଣରୁ ମହାରାଷ୍ଟ୍ର, କର୍ଣ୍ଣାଟକ , ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଏହି କାରଣରୁ ଅଧା ମହାରାଷ୍ଟ୍ରରେ ଏବେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଅନେକ ସ୍ଥାନରେ ମାଟି ଅତଡା ଖସି ବହୁ ଲୋକଙ୍କର ଜୀବନ ଯାଇଛି   । ଏହାସହ ବନ୍ୟାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିବାକୁ ବାୟୁସେନା, ସ୍ଥଳସେନା ସହ ରାଜ୍ୟମାନଙ୍କର ଉଦ୍ଧାରକାରୀ ଦଳ କାମରେ ଲାଗିଛନ୍ତି ।

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ : କାଲିଠାରୁ ଖୋଲିବ ସ୍କୁଲ । ଦ୍ୱାଦଶ ଶ୍ରେଣୀ ପାଇଁ କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି

କନକ ବ୍ୟୁରୋ : ମଧ୍ୟପ୍ରଦେଶ ସରକାର କରୋନା କଟକଣା କୋହଳ କରିବା କ୍ରମରେ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସରକାର ଏକ ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନ ମୁତାବକ ଗୋଟିଏ ଶ୍ରେଣୀରେ ସର୍ବାଧିକ ୧୫ ଜଣ ପିଲା ବସିପାରିବେ । ଏହା ସହ ପିଲାଙ୍କୁ ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ହେବ ।

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ସ୍କୁଲମାନଙ୍କରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ଏଥିପାଇଁ ସବୁ କ୍ଲାସର ଡେସ୍କରେ କ୍ରସ ଓ ଟିକ୍ ମାର୍କ ଲଗାଯାଇଛି । କ୍ଲାସରୁମରେ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ସ୍କୁଲ ଆସୁଥିବା ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟପଟେ ସ୍କୁଲ ଆସୁଥିବା ପିଲାମାନେ ସେମାନଙ୍କ ଅବିଭାବକମାନଙ୍କ ଠାରୁ ଅନୁମତି ପତ୍ର ଆଣିବାକୁ କୁହାଯାଇଛି । ଶିକ୍ଷା ବିଭାଗ ତରଫରୁ ପ୍ରତି ଛାତ୍ର ଛାତ୍ରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ଯାହାକୁ ଦେଖାଇ ସେମାନେ ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ।

ସେପଟେ ସ୍କୁଲ ପରିସର, ପାଇଖାନାକୁ ବିଶେଷଭାବେ ସାନିଟାଇଜ କରିବା ସହ ପରିସ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କ୍ଲାସ ଆରମ୍ଭ ପୂର୍ବରୁ ଓ କ୍ଲାସ ସରିବା ପରେ ଶ୍ରେଣୀଗୃହଗୁଡିକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କହିରଖୁ କି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାଖା ପାଖି ଦେଢବର୍ଷ ହେବ ସାରା ଦେଶରେ ସ୍କୁଲ ବନ୍ଦ ରହିଛି । ଏହାଫଳରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗ୍ରହଣ ବାଧାପ୍ରାପ୍ତ ହୋଇଛି । କରୋନା ସଂକ୍ରମଣ ହାର କମୁଥିବାରୁ ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ପରାଜୟ । ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୭-୧ ଗୋଲରେ ପରାସ୍ତ

କନକ ବ୍ୟୁରୋ: ଅଷ୍ଟ୍ରେଲିଆଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଭାରତୀୟ ପୁରୁଷ ହକି ଟିମ । ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍‌ କ୍ରୀଡ଼ାର ଦ୍ବିତୀୟ ଦିବସରେ ଆଜି ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌, ବ୍ୟାଡ୍‌ମିଣ୍ଟନ୍ ତାରକା ପି ଭି ସିନ୍ଧୁ ଓ ଷ୍ଟାର ଟେବୁଲ ଟେନିସ୍ ଖେଳାଳି ମୋନିକା ବାତ୍ରା ଜବରଦସ୍ତ ପ୍ରଦର୍ଶନ କରିଥିବା ବେଳେ ଭାରତକୁ ନିରାଶ କରିଛି ଭାରତୀୟ ହକି ଟିମ|

ପୁଲ୍ ଏ ମ୍ୟାଚରେ ଅଷ୍ଟ୍ରେଲିଆ ୭-୧ରେ ଭାରତକୁ ହରାଇଛି | ଆରମ୍ଭରୁ ହିଁ ଭାରତୀୟ ଦଳ ମ୍ୟାଚରେ ପଛରେ ପଡିଯାଇଥିଲା। ଅଷ୍ଟ୍ରେଲୀୟ ଖେଳାଳି ଭାରତୀୟ ଦଳକୁ ଆଗକୁ ବଢିବାର ସୁଯୋଗ ଦେଇନଥିଲେ। ଧିରେ ଧିରେ ନିଜର ସ୍କୋର ବଢ଼ାଇ ଚାଲିଥିଲା ଅଷ୍ଟ୍ରେଲିଆ | ମ୍ୟାଚ ମଝିରେ ଭାରତୀୟ ଟିମ ସ୍କୋର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଟିମକୁ ମାତ ଦେଇପାରିନଥିଲେ | ଶେଷରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଟିମ ବିଜୟୀ ହୋଇଥିବା ଦେଖାଯାଇଛି | ଭାରତୀୟ ହକି ଟିମ ଏପର୍ଯ୍ୟନ୍ତ ଏହି ଅଲିମ୍ପିକ୍ସରେ ୨ ଟି ମ୍ୟାଚ୍ ଖେଳିଛି | ସେଥିମଧ୍ୟରୁ ଗୋଟେ ମ୍ୟାଚ ଜିତିଥିବା ବେଳେ ଗୋଟେ ମ୍ୟାଚ ହାରିଛି |

from Kanak News
via <a href="https://ifttt.com/?

 ମାୟାବତୀଙ୍କ ପରେ ଏବେ ବ୍ରାହ୍ମଣ ଭୋଟ ଉପରେ ଅଖିଳେଶଙ୍କ ନଜର । ସମାଜବାଦୀ ପାର୍ଟି କରିବ ବ୍ରାହ୍ମଣ ସମ୍ମିଳନୀ

କନକ ବ୍ୟୁରୋ : ଆଗାମୀ ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବହୁଜନ ସମାଜବାଦୀ ପାର୍ଟି ପରେ ଏବେ ସମାଜବାଦୀ ପାର୍ଟି ବି ବ୍ରାହ୍ମଣ ଭୋଟ ଉପରେ ନଜର ପକାଇଛି । ସମାଜବାଦୀ ପାର୍ଟି ପକ୍ଷରୁ ଖୁବଶୀଘ୍ର ବାହ୍ମଣ ସମ୍ମିଳନୀ କରିବ ବୋଲି ସୂଚନା ମିଳିଛି । ଏନେଇ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ରବିବାର ଦିନ ପାର୍ଟିର ୫ ବରିଷ୍ଠ ବ୍ରାହ୍ମଣ ନେତାଙ୍କୁ ଭେଟିଛନ୍ତି । ଏହି ଅବସରରେ ବ୍ରାହ୍ମଣ ନେତାମାନେ ଅଖିଳେଶଙ୍କୁ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ପ୍ରଦାନ କରିଛନ୍ତି । ସୂଚନା ମୁତାବକ ସମାଜବାଦୀ ପାର୍ଟିର ଏହି ବ୍ରାହ୍ମଣ ସମ୍ମିଳନୀ ୟୁପିର ବାଲିଆ ଜିଲ୍ଲାରେ ଅନୁଷ୍ଠିତ ହେବ ।

କହିରଖୁ କି ୟୁପିରେ ମୋଟ ଭୋଟରୁ ୧୩ ପ୍ରତିଶତ ବ୍ରାହ୍ମଣ ଭୋଟ ରହିଛି । ଯାହାକୁ ହାସଲ କରିବାକୁ ଏବେ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । କିଛିଦିନ ଆଗରୁ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରବୁଦ୍ଧ ବର୍ଗ ସମ୍ବାଦ ସୁରକ୍ଷା ସମ୍ମାନ ବିଚାର ଗୋଷ୍ଠୀ ବା ବ୍ରହ୍ମଣ ସମ୍ମିଳନୀ ଆରମ୍ଭ କରିଛି । ଜୁଲାଇ ୨୩ ତାରିଖରୁ ଅଯୋଧ୍ୟାରେ ଆରମ୍ଭ ହୋଇଥିବା ବ୍ରାହ୍ମଣ ସମ୍ମିଳନୀ ୫ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

ପଥର କୁଆଁରୀକୁ ଲିଜ ଦେଇ ଅଡୁଆରେ ତହସିଲଦାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାରଙ୍କୁ ନୋଟିସ କଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ।

କନକ ବ୍ୟୁରୋ: ପଥର କୁଆଁରୀ ଲିଜ ଦେଇ ଅଡୁଆରେ ତହସିଲଦାର । କାହିଁକି ଏନଜିଟି ଗାଇଡ୍ଲାଇନ ଓ ପ୍ରଦୁଷଣ ବୋର୍ଡର ନିୟମ ଉଲ୍ଲଂଘନ କରି ଦେଲେ ଖଣି ଲିଜ୍ । ୨ ମାସ ମଧ୍ୟରେ କାରଣ ଦର୍ଶାଇବା ପାଇଁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାରଙ୍କୁ ନୋଟିସ କରିଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ । ପଟିଗୁଡ଼ା ଠାରେ ଥିବା ପଥର କୁଆଁରୀକୁ ଲିଜ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ । ଲିଜ୍ ନେଇଥିବା ବ୍ୟକ୍ତି ନିୟମର ଉଲ୍ଲଂଘନ କରି ପଥର ବ୍ଲାଷ୍ଟିଂ କରୁଛି, ଫଳରେ ସ୍ଥାନୀୟ ଅଞ୍ଚଳରେ ଘର କାନ୍ଥ ଓ ଛାତ ଫାଟି ଯାଉଛି । ଏହାସହ ସେହି ପାହାଡରେ ପୂଜା ପାଉଥିବା ଗ୍ରାମଦେବତୀଙ୍କ ମନ୍ଦିର ମଧ୍ୟ ଭାଙ୍ଗି ଭୁଶୁଡ଼ି ପଡ଼ିଛି ।

ବେଆଇନ୍ ବ୍ଲାଷ୍ଟିଂ ଯୋଗୁଁ ଲୋକ ଅସୁବିଧା ଭୋଗୁଥିବା ନେଇ ଶତ୍ରୁଘ୍ନ ଜେନା ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେହି ଆବେଦନର ଶୁଣାଣି କରି ୨ ମାସ ଭିତରେ ତହସିଲଦାରଙ୍କୁ ଜବାବ ତଲବ କରିଛନ୍ତି ଏନ୍ଜିଟି । ସେପଟେ ସାନଖେମୁଣ୍ଡି ପୋଦମାରିର ଯୁବରାଜ ବୀରକିଶୋର ଦେଓ ମଧ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି, ଏହି ଅଞ୍ଚଳଟିକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ କରାଯାଇପାରିବ ବୋଲି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ।

ପଟିଗୁଦା ଗ୍ରାମଟି ଏକ ପାହାଡ ତଳି ସମତଳ ଅଞ୍ଚଳରେ ଅବସ୍ଥିତ । ଗାଁର ଅତି ନିକଟରେ ବହୁ ଛୋଟ ବଡ଼ ପାହାଡ ରହିଛି । ତେଣୁ ଏହାର ବିକାଶ କରାଗଲେ ଏହା ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା ବୋଲି ସ୍ଥାନୀୟ ଲୋକେ କୁହନ୍ତି ।

from Kanak News
via <a href="https://ifttt.com/?

ରାତି ପାହିଲେ କାରଗିଲ ବିଜୟ ଦିବସ । ମନେ ପଡୁଛନ୍ତି ବୀର ସହିଦ ଓଡିଆ ପୁଅ ଗୋପୀନାଥ ମହାରଣା ।

କନକ ବ୍ୟୁରୋ: ୧୯୯୯ ଜୁଲାଇ ୨୬ ତାରିଖରେ କାରଗିଲ ଯୁଦ୍ଧର ଅବସାନ ଘଟିଥିଲା । ପାକିସ୍ତାନକୁ ପରାସ୍ତ କରି ବିଜୟ ଦିବସ ପାଳନ କରିଥିଲେ ଭାରତୀୟ ଯବାନ । ଶତ୍ରୁ ସହ ଲଢେଇ କରି ଏହି ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଯବାନ । ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରଥମ ଓଡିଆ କାରଗିଲ ସହିଦ ଗୋପୀନାଥ ମହାରଣା । ଦେଶ ପାଇଁ ମାତ୍ର ୨୩ ବର୍ଷ ବୟସରେ ୧୯୯୯ ମେ ୧୯ ତାରିଖରେ ଶତ୍ରୁ ଗୁଳିର ସାମ୍ନା କରିଥିଲେ ଭାରତୀୟ ସେନାରେ ଡ୍ରାଇଭର ଭାବେ କାମ କରୁଥିବା ସହିଦ ଗୋପୀନାଥ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁରେ ବୀର ସହିଦ ଗୋପୀନାଥ ମହାରଣାଙ୍କ ଜନ୍ମ। ସେଠାରେ ରହିଛି ସହିଦ ଗୋପୀନାଥଙ୍କ ପ୍ରତିମୂର୍ତ୍ତି। ପ୍ରତିଦିନ ସହିଦଙ୍କ ମା ଏଠାକୁ ଆସନ୍ତି, ଆଉ ଯେତେବେଳେ ନିଜ ପୁଅର ପ୍ରତିମୂର୍ତ୍ତିରେ ଧୂପ ଦିଅନ୍ତି ସେତେବେଳେ ଆଖିରୁ ଦୁଇଟୋପା ଲୁହ ଝରିପଡ଼େ। ପ୍ରତିମୂର୍ତ୍ତିକୁ ଜୀବନ୍ତ ପୁଅ ଭାବି ନିଜ ପଣତ କାନିରେ ପୋଛି ଦିଅନ୍ତି। ପୁଅର ଛାତିରେ ଆଉଜି କଣ ସବୁ ମନେ ମନେ କହି ପକାନ୍ତି । ଜଣେ ବୀର ସହିଦଙ୍କ ମାଆ ଭାବେ ଯେତିକି ଗର୍ବିତ ପୁଅକୁ ହରାଇ ସେତିକି କଷ୍ଟ ପାଆନ୍ତି ସହିଦଙ୍କ ମାଆ ।

ସହିଦ୍ ଗୋପୀନାଥ ମାଆ ଝୁମୁରି ମହାରଣା ଓ ପିତା ଯଦୁମଣି ମହାରଣାଙ୍କ ବଡପୁଅ । ମାତ୍ର ୧୮ ବର୍ଷ ବୟସରେ ଭାରତୀୟ ସଞ୍ଜୁଆ ବାହିନୀ ୫୨୮ ଏ ଏସପି ବାଟାଲିୟନରେ ଡ୍ରାଇଭର ଭାବେ କାରଗିଲ ସୈନ୍ୟମାନଙ୍କୁ ଗାଡିରେ ନେବା ବେଳେ ଶତୃପକ୍ଷ ଗୁଳିରେ ସହିଦ୍ ହୋଇଥିଲେ ଗୋପୀନାଥ। ଶତ୍ରୁ ଗୁଳିରେ ପ୍ରାଣ ହରାଇବା ପୂର୍ବରୁ ଅତ୍ୟନ୍ତ ପରାକ୍ରମ ଦେଖାଇ ପୁରା ବାଟାଲିୟନକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥିଲେ। ତାଙ୍କ ବୀରତ୍ବ ପାଇଁ ତାଙ୍କୁ ମରଣ ଉପରାନ୍ତ ବହୁ ସମ୍ମାନ ମିଳିଛି।

from Kanak News
via <a href="https://ifttt.com/?

ବାହାଘରର ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ମଥାରୁ ଲିଭିଗଲା ସିନ୍ଦୂର । ସ୍ୱାମୀର ଚିତାକୁ ବାହୁନି କାନ୍ଦୁଛି ପତ୍ନୀ, ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନି ମାଆ ।

କନକ ବ୍ୟୁରୋ: ପାଦରୁ ଅଳତା ଲିଭିନି, ଘର କାନ୍ଥରୁ ସାତ-ଜନ୍ମର ସମ୍ପର୍କର ରଙ୍ଗ ଧୋଇନି । ହେଲେ ମଥାରୁ ବିଧାତା ପୋଛିଦେଲା ସିନ୍ଦୂର । ବିବାହକୁ ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ପରପାରିକୁ ଚାଲିଗଲା ସ୍ୱାମୀ । ଜନ୍ମ ଜନ୍ମ ପାଇଁ ସାଥ୍ ଦେବାକୁ ଶପଥ କରିଥିବା ସିନ୍ଦୂରକୁ ହରାଇ କାନ୍ଦୁଛି ସ୍ତ୍ରୀ । ଘରର ଭେଣ୍ଡିଆ ପୁଅ ଆଖି ବୁଜିଦେଲା ପରେ ରାହା ଧରି ବାହୁନି ହେଉଛି ଜନ୍ମକଲା ମାଆ ।

ବାଲେଶ୍ୱରର ମାଟିଆଳପଦାରେ ମାମିନା-ପ୍ରଦୀପଙ୍କ ହାତଗଣ୍ଠି ପଡ଼ିଥିଲା । ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଦୁହେଁ । କଟକଣା ହଟିଲେ ଶ୍ରୀକ୍ଷେତ୍ର ଯାଇ କାଳିଆକୁ ଦର୍ଶନ କରି କୃପାଲାଭ କରିଥାନ୍ତେ, ହେଲେ ସବୁକିଛି ଓଲଟିଗଲା । ବାହାଘରକୁ ମାସଟିଏ ପୂରିଥିବାବେଳେ ପର କରି ଚାଲିଗଲେ ପ୍ରଦୀପ । ଆଉ ସାଆନ୍ତେଙ୍କୁ ଦେଖିବାର ସ୍ୱପ୍ନ ଖାଲି ସ୍ୱପ୍ନରେ ରହିଗଲା ।

ସବୁଦିନ ପରି ଗତକାଲି ବି ପ୍ରଦୀପ ମାଲିକର ଟ୍ରାକ୍ଟର ନେଇ ବିଲକୁ ହଳ କରିବାକୁ ଯାଇଥିଲେ । ବିଲ କାମ ସାରି ଘରକୁ ଫେରି ଖାଇ-ପିଇ ଶୋଇଥିଲେ । କିନ୍ତୁ ମଧ୍ୟରାତ୍ରୀରେ ପ୍ରଦୀପଙ୍କ ଦେହହାତ ହଠାତ୍ ଜଳାପୋଡା ହୋଇଥିଲା । ଏହାକୁ ଦେଖି ତାଙ୍କ ସ୍ତ୍ରୀ ଆଉ ପରିବାର ଲୋକେ ତୁରନ୍ତ ସୋର ମେଡ଼ିକାଲକୁ ନେଇଥିଲେ । ସେଠାରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିବାନେଇ ଡାକ୍ତର କହିଥିଲେ । ଘରର ଭରସା ଆଖିବୁଜିଦେବା ଖରବ ଜାଣି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ପଡ଼ିଥିଲା । ଅନ୍ୟପଟେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ତେବେ ପତ୍ନୀ ମାମିନାଙ୍କୁ ପ୍ରଦୀପ କଥା ଦେଇଥିଲେ ବିଲ କାମ ସରିଲେ ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ପୁରୀକୁ ଯିବା । ହେଲେ ସ୍ୱପ୍ନ ଓ ଆଶା ଆଶାରେ ରହିଗଲା । ବାହାଘରର ମାସକରେ ପ୍ରଦୀପଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ଗାଁରେ ଚାଞ୍ଚଲ୍ୟ ଖେଳାଇଛି । ଘର କାନ୍ଥରେ ଲେଖା ହୋଇଥିବା ଶୁଭ ବିବାହ ଲେଖାର ରଙ୍ଗ ଲିଭିବା ପୂର୍ବରୁ ତାଙ୍କ ଜୀବନ ଦ୍ୱୀପ ଲିଭିଯାଇଛି । ଜଣେ ସଧବାକୁ ବିଧାତା ବିଧବାର ବାଟରେ ଆଣି ଛିଡ଼ା କରିଦେଇଛି । ସତରେ ବିଧିର ବିଧାନ ଏତେ ଦାରୁଣ ହୋଇପାରେ । ସମୟ କେତେବେଳେ କେଉଁ ଖେଳ ଖେଳିବ ତାହା ଏହି ସଧବାରୁ ବିଧବା ପାଲଟିଯାଇଥିବା ମାମିନାଙ୍କ ମଥାକୁ ଦେଖିଲେ ଜଳ ଜଳ ବାରି ହୋଇପଡୁଛି ।

from Kanak News
via <a href="https://ifttt.com/?

ଭଙ୍ଗା କ୍ୟାବିନରେ ଜୀବନ । କରୋନା ଯୋଗୁଁ ରୋଜଗାର ନଥିବାରୁ ଦେଇ ପାରିଲେନି ଘରଭଡା । ଘର ଛାଡି କ୍ୟାବିନ ଭିତରେ ରହୁଛନ୍ତି ଭୂମିହୀନ ପରିବାରର ବାପା-ମାଆ ଓ ଝିଅ ।

  • ଭଙ୍ଗା କ୍ୟାବିନରେ ଜୀବନ
  • କାହା ପାଇଁ ସରକାରୀ ଯୋଜନା?
  • କେଉଁ ଭଳି ବ୍ୟକ୍ତିଙ୍କୁ ମିଳୁଛି ସରକାରୀ ପକ୍କା ଘର?

ଏମିତି କିଛି ପ୍ରଶ୍ନ ସହ କ୍ୟାବିନ ଭିତରେ ରହୁଛନ୍ତି କେନ୍ଦ୍ରାପଡା ରାଜକନିକା ବ୍ଲକ ନମତରା ଗାଁର ମଙ୍ଗୁଳି ଜେନାଙ୍କ ପରିବାର । ଭୂମିହୀନ ଏହି ପରିବାର ପାଇଁ ସରକାରଙ୍କ ସମସ୍ତ ଯୋଜନା ସତେ ଯେମିତି ସାତ ସପନ । ଦୀର୍ଘ ୧୩ ବର୍ଷ ହେବ କାମ ଧନ୍ଦା କରି ଭଡା ଘରେ ରହୁଥିଲେ ମଙ୍ଗୁଳିଙ୍କ ପରିବାର । ହେଲେ କରୋନା ଯୋଗୁଁ କାମ ଧନ୍ଦା ବନ୍ଦ ହେବାରୁ ଭଡା ଘର ଛାଡି ନମତରା ଇନ୍ଦିରା ଛକରେ ଥିବା ଏକ ଭଙ୍ଗା କ୍ୟାବିନରେ ରହୁଛନ୍ତି ମଙ୍ଗୁଳି, ତାଙ୍କ ସ୍ତ୍ରୀ ମିନତି ଜେନା ଓ ୯ ବର୍ଷର ଝିଅ ସରସ୍ୱତୀ ଜେନା । ଝିଅର ପାଠପଢା ବନ୍ଦ ହୋଇଯାଇଥିବା ବେଳେ ଦିନକୁ ଦୁଇ ଓଳି ଦାନା ଯୋଗାଡ କରିବା କଷ୍ଟକର ହୋଇପଡିଛି ।

ଭଙ୍ଗା କ୍ୟାବିନ ଭିତରେ ରୋଷେଇ, ଖିଆ-ପିଆ ସବୁ କିଛି ଆଉ ରାତିର ଭୟରେ ସେହି କ୍ୟାବିିନରେ ଶୁଅନ୍ତି ବାପା-ମାଆ ଓ ଝିଅ । ମଙ୍ଗୁଳି ଭୂମିହୀନ ହୋଇଥିବାରୁ ସରକାରୀ ଯୋଜନାରେ ଜମିପଟା ଖଣ୍ଡେ ପାଇଁ ବାରମ୍ବାର ତହସିଲରେ ଆବେଦନ କରିଛନ୍ତି । ହେଲେ କେହି ତାଙ୍କ କଥା ଶୁଣୁନାହାନ୍ତି । ତେଣୁ ମଙ୍ଗୁଳି ଜେନାଙ୍କୁ ତୁରନ୍ତ ଜାଗା ସହିତ ସରକାରୀ ଯୋଜନାରେ ପକ୍କା ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

from Kanak News
via <a href="https://ifttt.com/?

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରକାଶ ପାଇଁଛି । ତେବେ ଏଥିରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ, କନ୍ଧମାଳ ଓ ନୟାଗଡ଼ ରହିଛି । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ବୋଲି କୁହାଯାଇଛି । ଏଥିପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ୨୬ରୁ ୨୭ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ,ସମ୍ବଲପୁର,ବରଗଡ଼, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଏଥିସହିତ ୨୭ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଯାବତ ଚାନ୍ଦବାଲିରେ ସର୍ବାଧିକ ୩୩.୭ଡିଗ୍ରି ସେଲସିୟସ ତାପମାତ୍ରା ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୯.୦ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।

from Kanak News
via <a href="https://ifttt.com/?

କର୍ଣ୍ଣାଟକରେ ବର୍ଷା ବିତ୍ପାତ । ଓଲଟିଲା ଏକ୍ସପ୍ରେସ୍ , ଧୋଇଗଲା ରାଜପଥ । ସେପଟେ ମହାରାଷ୍ଟ୍ର ବନ୍ୟାରେ ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି ।

କନକ ବ୍ୟୁରୋ: କର୍ଣ୍ଣାଟକରେ ଭୀଷଣ ବର୍ଷା ଯୋଗୁଁ ଶନିବାର  ନିଜାମୁଦ୍ଦିନ ୱାସ୍କୋଡିଗାମା ଏକ୍ସପ୍ରେସ୍ ଟ୍ରାକରୁ ଖସିପଡିଛି । ଏଥିରେ କୌଣସି ଧନଜୀବନ ହାନି ହୋଇନାହିଁ । ତେବେ କିଛି ଟ୍ରେନର ଚଳାଚଳ ବାତିଲ କରାଯାଇଛି ଏବଂ କିଛି ସ୍ଥାନରେ ମୂଷଳଧାରରେ ବର୍ଷା ଯୋଗୁଁ ଟ୍ରେନ୍ ଲାଇନ୍ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଉତ୍ତର କର୍ଣ୍ଣାଟକରେ କିଛି ରାଜପଥ ମଧ୍ୟ ଭୀଷଣ ବର୍ଷାରେ ଧୋଇଯାଇଛି । ଅନ୍ୟପଟେ ମହରାଷ୍ଟ୍ର ଓ ଗୁଜୁରାଟରେ ବନ୍ୟା ସ୍ଥିତିରେ କୌଣସି ସୁଧାର ଆସିନାହିଁ । ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୧୫୦ ଛୁଇଁଥିବାବେଳ କେବଳ ଭୂସ୍ଖଳନରେ ୪୪ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରାୟଗଡ ଜିଲ୍ଲାର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।  ମାସକର ବ୍ୟବଧାନ ପରେ ଫେରିଅସିଥିବା ମୌସୁମୀରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରିଆଡେ ହାହାକାର । ତଳେ ପାଣି ଉପରେ କଳାହାଣ୍ଡିଆ ବାଦଲ ଏହା ଭିତରେ ହନ୍ତସନ୍ତ ହେଉଛନ୍ତି ଲୋକେ । କିଛି ସ୍ଥାନରେ ଏକ ମହଲା ବୁଡି ଦୁଇମହଲାକୁ ଧରିଲାଣି ପାଣି । ଫଳରେ ଆତଙ୍କିତ ଲୋକେ ଘରଛାଡି ପଳାଇବାକୁ ବାଧ୍ୟ ହେଉଛନ୍ତି । କିଛି ସ୍ଥାନରେ ମହିଳାମାନେ ମଧ୍ୟ ଟ୍ୟୁବ ଯୋଗେ ଅନ୍ୟତ୍ର ପଳାଇବା ଦେଖିବାକୁ ମିଳୁଛି । ଏପଟେ ରତ୍ନପୁରୀର ଚିପଲୁନ୍ ଇଲାକରେ ମଧ୍ୟ ପରିସ୍ଥିତି ଅସମ୍ଭାଳ । ଏବେବି ସେଠାରେ ସେନାର ଉଦ୍ଧାର କାର୍ଯ୍ୟ ଚଲାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started