ମନ୍ତ୍ରୀ ପଦରୁ ଅବ୍ୟାହତି ପରେ ଓଡ଼ିଶାରେ ପହଂଚିଲେ ପ୍ରତାପ ଷଡ଼ଙ୍ଗୀ : କହିଲେ ମନ୍ତ୍ରୀ ପଦ ପାଇଁ ନଥିଲେ ଆଶାୟୀ, ଦାୟିତ୍ୱରୁ ଅବ୍ୟାହତି ପରେ ନିର୍ବାଚନୀ କ୍ଷେତ୍ର ପାଇଁ କରିବେ ଅଧିକ କାମ

କନକ ବ୍ୟୁରୋ : ମନ୍ତ୍ରୀପଦରୁ ଅବ୍ୟାହତି ପରେ ଓଡିଶା ଫେରିଛନ୍ତି ପ୍ରତୀପ ଷଡଙ୍ଗୀ । ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ପହଂଚିଥିଲେ ଅଳ୍ପ କିଛି ଦଳୀୟ କର୍ମୀ ।

ତେବେ ପୂର୍ବଭଳି ତାଙ୍କୁ ସ୍ୱାଗତ ସଂବର୍ଦ୍ଧନା କରିବା ପାଇଁ ବିରାଟ ଥାଟ ପଟୁଆର ଦେଖିବାକୁ ମିଳିନାହିଁ । ତଥାପି ଏଥିରେ ସେ ବିଚଳିତ ନଥିବା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ମଧ୍ୟ ସେ ମନ୍ତ୍ରୀପଦ ପାଇଁ ଆଶାୟୀ ନଥିଲେ ବୋଲି କହିଛନ୍ତି । ଏବେ ଦାୟିତ୍ୱରୁ ମୁକ୍ତି ମିଳିଥିବାରୁ ନିଜ ନିର୍ବାଚନ କ୍ଷେତ୍ରକୁ ଅଧିକ ସମୟ ଦେଇପାରିବେ ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

from Kanak News
via <a href="https://ifttt.com/?

ଷ୍ଟାର କପୁଲଙ୍କ ପାରିବାରିକ ବିବାଦ ପ୍ରସଙ୍ଗ : କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ଓ ଅନୁଭବ; ଆପୋଷ ବୁଝାମଣା ପାଇଁ ଆଜି ହାଜର ହେବାକୁ ଥିଲା ନିର୍ଦ୍ଦେଶ

କନକ ବ୍ୟୁରୋ : ପୁଣି କୋର୍ଟରେ ହାଜର ହେଲେ ଉଭୟ ବର୍ଷା ଓ ଅନୁଭବ । ପାରିବାରିକ ବିବାଦ ଓ ବିବାହ ବିଚ୍ଛେଦ ମାମଲା ନେଇ ଉଭୟ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ଆଜି ଉଭୟଙ୍କୁ ବିବାଦର ବୁଝାମଣା ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ଆଗରୁ ଉଭୟ କୋର୍ଟରେ ହାଜର ହୋଇଥିଲେ ସୁଦ୍ଧା ଏଯାଏଁ ବିବାଦର ସମାଧାନ ବାହାରିପାରିନାହିଁ ।

ଗତ ୯ ତାରିଖ ଦିନ ବିବାହ ବିଚ୍ଛେଦ ମାମଲାର ଆପୋଷ ବୁଝାମଣା କରିବା ପାଇଁ ଫ୍ୟାମିଲ କୋର୍ଟଙ୍କୁ ଉଭୟଙ୍କୁ ଡକା ଯାଇଥିଲା । ପ୍ରଥମ ଥର ପାଇଁ କୋର୍ଟ ରୁମରେ ଉଭୟ ସାମ୍ନା-ସାମ୍ନି ବସିଥିଲେ, ଅନୁଭବ କହିଥିଲେ, ସେ ବିବାହ ବିଚ୍ଛେଦ ଚାହାନ୍ତି କିନ୍ତୁ ବର୍ଷା ବିବାହ ବିଚ୍ଛେଦ ଚାହୁଁନଥିବା ଶୁଣିବାକୁ ମିଳିଥିଲା । ଆଜି ପୁଣି ଉଭୟଙ୍କୁ ସାମ୍ନା ସାମ୍ନି ବସାଇ କାଉନସେଲିଂ କରାଯିବ ବୋଲି ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ପୋଲିସ ପଞ୍ଝାରେ ଧଳାଜହର ବେପାରୀ । ଭୁବନେଶ୍ୱର କେଶୁରାର ଏକ ଘରୁ ୩୪ ଲକ୍ଷରୁ ଅଧିକ ଟଙ୍କା ସହ ୫୫୦ ଗ୍ରାମର ବ୍ରାଉନସୁଗାର ଜବତ, ୨ ଜଣଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ : ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମର ଧଳାଜହର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା । ସବୁଠୁ ବଡ କଥା ହେଲା, ବ୍ରାଉନ ସୁଗାର ଜବତ ସହ ପାଖାପାଖି ୩୪ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ କମିଶନରେଟ ପୋଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ଓ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ତେବେ ପୋଲିସର ଚଢାଉ କରିବା କ୍ଷଣି ବହୁ ପରିମାଣର ବ୍ରାଉନସୁଗାର ନଷ୍ଟ କରାଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଜବତ ବ୍ରାଉନସୁଗାରର ଜଳେଶ୍ୱର ଲିଙ୍କ୍ ରହିଛି । ଗିରଫ ହୋଇଥିବା ଯୁବକଙ୍କ ଜଳେଶ୍ୱର ଲିଙ୍କ୍ ରହିଥିବା କହିଛନ୍ତି ପୋଲିସ କମିଶନର । ସବୁଠୁ ବଡ କଥା ହେଲା, କଟକ ଓ ଭୁବନେଶ୍ୱରରୁ ଗତ ୪ ମାସ ମଧ୍ୟରେ ୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଏତେ ପରିମାଣରର ବ୍ରାଉନସୁଗାର ଓ ଟଙ୍କା ଜବତ ପୋଲିସ ବିଭାଗକୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଭୁବନେଶ୍ୱର ଓ କଟକକୁ ବ୍ରାଉନସୁଗାର ମୁକ୍ତ କରିବାକୁ ପୋଲିସ ପକ୍ଷରୁ ଏଭଳି ଅଚାନକ ଚଢାଉ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

from Kanak News
via <a href="https://ifttt.com/?

ମନ୍ତ୍ରୀ ଓ ନେତାଙ୍କୁ ଫିଟନେସ ମନ୍ତ୍ର ଦେଲେ ନବୀନ : ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କହିଲେ ୨୦ କେଜି କମାଇଛନ୍ତି ଓଜନ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କେଜି ଓଜନ କମ୍ କରିଛନ୍ତି । ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କିନ୍ତୁ ଏହା ସତ । ଗତକାଲି ମନ୍ତ୍ରୀ ଓ ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ବେଳେ ଏହା ନିଜେ କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସି ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ମନ୍ତ୍ରୀ ଓ ନେତା । ଆଲୋଚନା ସମୟରେ ବେଶ ହାଲୁକା ମୁଡରେ ଥିଲେ ନବୀନ । ଏବଂ ସେମାନଙ୍କୁ ଫିଟ୍ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ଏକଥା ସେତେବେଳେ ଉଠିଥିଲା, ଯେତେବେଳେ ଜଣେ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ଆପଣ ବେଶ ଫିଟ୍ ଦେଖାଯାଉଛନ୍ତି’ । ଏକଥାରେ ନବୀନ ହସି ପକାଇଥିଲେ ଏବଂ କହିଥିଲେ ‘ ଆପଣମାନେ ବି ଫିଟ୍ ରୁହନ୍ତୁ, ତେବେ ଯାଇ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିପାରିବେ’ । ସେ ଆହୁରି କହିଥିଲେ ମୁଁ ଏହା ଭିତରେ ୨୦ କେଜି ଓଜନ କମ କରିଛି । ଗତକାଲି ବୈଠକ ପରେ ଏହି ଚିତ୍ର ସାମ୍ନାକୁ ଆସିଥିଲା । ଯେଉଁଥିରେ ନବୀନ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ ଏବଂ ପାଖରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ମାସ୍କ ପିନ୍ଧି ଠିଆ ହୋଇଥିଲେ ।

from Kanak News
via <a href="https://ifttt.com/?

ଦେଶର କରୋନା ମିଟର : ଦିନକରେ ୩୮ ହଜାର ୭୯୨ ଆକ୍ରାନ୍ତ ଚିହ୍ନଟ, ୬୨୪ ମୃତ

କନକ ବ୍ୟୁରୋ : ଦେଶରେ ଗତ ୨୪ ଘଂଟାରେ ୩୮,୭୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୨୪ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ସୁସ୍ଥ ହୋଇଛନ୍ତି ୪୧ ହଜାର ଜଣ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୯ଲକ୍ଷ ୪୬ ହଜାର ୭୪ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୩କୋଟି ୧ଲକ୍ଷ ୪ହଜାର ୭୨୦ଜଣ । ଏବେ ବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪ ଲକ୍ଷ ୨୯ ହଜାର ୯୪୬ଜଣ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୧ ହଜାର ୪୦୮ । ଅନ୍ୟପକ୍ଷରେ ଗତକାଲି ଦେଶରେ ମୋଟ ୩୭ ଲକ୍ଷ ୧୪ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୮,୭୬,୯୭,୯୩୫ ଜଣଙ୍କୁ ଟିକା ଦିଆଯାଇଛି ।

 

from Kanak News
via <a href="https://ifttt.com/?

ଆତଙ୍କୀଙ୍କୁ ମୁହଁତୋଡ ଜବାବ । ପାକିସ୍ତାନରୁ ଆସି ଭାରତରେ ଆକ୍ରମଣ କରିବାକୁ ଥିଲା ଯୋଜନା, ପୁଲୱାମାରେ ୩ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ବୀର ଯବାନ ।

କନକ ବ୍ୟୁରୋ : ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଗୁଳିବିନିମୟରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ଅବୁ ହୁରାଇରା ଥିବା ଜଣାପଡ଼ିଛି ।

ଦକ୍ଷିଣ କାଶ୍ମୀର ଜିଲ୍ଲାର ପୁଲୱାମା ସହରର ଏକ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ଯବାନମାନଙ୍କ ଉପରକୁ ଗୁଳି ଚଳାଇବାରୁ ତୁରନ୍ତ ତାହାର ଜବାବ ଦିଆଯାଇଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

https://platform.twitter.com/widgets.js

ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲସ୍କର କମାଣ୍ଡର ଆଇଜାଜ ଓରଫ ଅବୁ ହୁରାଇରା ବୋଲି ଚିହ୍ନଟ ହୋଇଛି । ସେ ଜଣେ ପାକିସ୍ତାନୀ ନାଗରିକ ବୋଲି ଅଧିକାରୀ ଜଣକ କହିଛନ୍ତି । ଉକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଚାଲିଛି । ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା ।

from Kanak News
via <a href="https://ifttt.com/?

୧୬ ପରେ ରାଜ୍ୟରେ କିପରି ହେବ କରୋନା କଟକଣା ? ୨୮ ଜିଲ୍ଲା ହୋଇପାରେ ଅନଲକ୍

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ଲକଡାଉନ୍ ହଟିବ କି ନାହିଁ ? ଏହାକୁ ନେଇ ସାରା ରାଜ୍ୟରେ କଳ୍ପନା ଜଳ୍ପନା ଲାଗି ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିବା ବେଳେ ଲକଡାଉନ୍ କୋହଳ ହେବା ନେଇ ସାଧାରଣରେ ଆଶା ପ୍ରକାଶ ପାଇଛି । ତେବେ ଉପକୂଳ ଜିଲ୍ଲା ବିଶେଷକରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠୁ ଅଧିକ ରହୁଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇ ଜିଲ୍ଲା ।

ଏହି ଦୁଇ ଜିଲ୍ଲାକୁ ବାଦ ଦେଇ ବାକି ୨୮ଟି ଜିଲ୍ଲାରେ ଲକଡାଉନ୍ ଉଠାଇବା ନେଇ ବିଶେଷ ଅସୁବିଧା ହେବନାହିଁ । ଏହି ଦୁଇଟି ଜିଲ୍ଲାରେ ଲକଡାଉନର ରୂପରେଖ କ’ଣ ରହିବ ତାକୁ ନେଇ ଏବେ ତର୍ଜମା ଚାଲିଛି । ଗତ କିଛିଦିନର ସଂକ୍ରମଣ ଓ ପଜିଟିଭ ହାରକୁ ସମୀକ୍ଷା କରିବା ପରେ ସରକାର ଏନେଇ ନିଷ୍ପତ୍ତି ନେବେ । ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ପରୀକ୍ଷା ହେବ ତେଣୁ ନିଷ୍ପତ୍ତି ନେବା ଆଗରୁ କେନ୍ଦ୍ର ଗାଇଡଲାଇନକୁ ଅପେକ୍ଷା କରାଯାଇଛି ।

from Kanak News
via <a href="https://ifttt.com/?

ନୂଆପଡ଼ା ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଭିତରେ ପଶିଲା ଭାଲୁ : ସୁରକ୍ଷା ପାଇଁ ଜଗିବସିଛି ବନବିଭାଗ; ଭାଲୁକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜାରି ରହିଛି ଉଦ୍ୟମ

କନକ ବ୍ୟୁରୋ : ନୂଆପଡ଼ାରେ ଭାଲୁ ଆତଙ୍କ । ଜିଲ୍ଲାପାଳଙ୍କ ଘରେ ପଶିଛି ଭାଲୁ । ଭାଲୁକୁ ଉଦ୍ଧାର ପାଇଁ ଜଗି ବସିଛି ବନବିଭାଗ । ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଭିତରେ ଭାଲୁ ବୁଲୁଥିବା ଦେଖି ବନ ବିଭାଗକୁ ଫୋନ ଯୋଗେ ଜଣାଇଥଲେ କର୍ମଚାରୀ । ପରେ ଘଟଣାସ୍ଥଳରେ ବନବିଭାଗ ପହଂଚି ଭାଲୁକୁ ଉଦ୍ଧାର କରିବା ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି । ଗତ କିଛି ଦିନ ତଳେ ସ୍ଥାନୀୟ ମୃତିକା ସଂଗ୍ରକ୍ଷଣ କାର୍ଯ୍ୟାଳୟ ଭିତରେ ୧୫ ଘଂଟା ଧରି ଆତଙ୍କ ଦେଖାଇଥିଲା ଭାଲୁ ।

from Kanak News
via <a href="https://ifttt.com/?

ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତଦେହ ବେଗୁନିଆରେ ପହଂଚିବା ପରେ ଶୋକାକୁଳ ପରିବେଶ : ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ କଲେ ପରିବାର

କନକ ବ୍ୟୁରୋ : ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତଦେହ ତାଙ୍କ ଗାଁରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ତାଙ୍କ ମୃତଦେହ ବାଲେଶ୍ୱର ଜିଲ୍ଲା ଖଇରା ଥାନା ବେଗୁନିଆ ଗାଁରେ ପହଂଚିଥିଲା । ତେବେ ଦୁର୍ଘଟଣାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ନିଯୁକ୍ତ ଥିବା ସୌମ୍ୟରଞ୍ଜନ, କିଛି କାଗଜପତ୍ର ପୋଡୁଥିବାବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବାରୁ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରଥମେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ଅଣାଯାଇଥିବାବେଳେ ଶେଷରେ କଟକ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ବର୍ଷେ ତଳେ ସୌମ୍ୟରଞ୍ଜନଙ୍କ ବିବାହ ହୋଇଥିଲା ।

ତାଙ୍କ ଅଶ୍ୱାଭାବିକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାପା ଅଭିରାମ ମହାପାତ୍ର । ତାଙ୍କ କହିବା ହେଲା ପୁଅ ପୋଡି ଯାଇଥିବା ଖବର ପାଇ ସେ ବୋହୂଙ୍କୁ ଫୋନ କରିଥିଲେ । ହେଲେ କେମିତି ନିଆଁ ଲାଗିଲା ସେ ଜାଣିନଥିବା କହିଥିଲେ । ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଅଭିରାମ । ଏପରିକି ପତ୍ନୀଙ୍କ ସହ ସୌମ୍ୟରଞ୍ଜନଙ୍କର ମତାନ୍ତର ରହିଥିବା ଅଭିଯୋଗ କରିଛନ୍ତି । ତେଣୁ ପୁଅର ମୃତ୍ୟୁ ପାଇଁ ସେ ବୋହୂଙ୍କୁ ଦାୟୀ କରିବା ସହ ବିଭାଗୀୟ ଅବହେଳାକୁ ମଧ୍ୟ ଦୋଷ ଦେଇଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢିଥିବାବେଳେ ମୃତ୍ୟୁହାର କମିଛି : ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

କନକ ବ୍ୟୁରୋ : ରାଜ୍ୟରେ ବଜ୍ରପାତ ସଂଖ୍ୟା ବଢିଥିବାବେଳେ ମୃତ୍ୟୁ ହାରକୁ କମାଯାଇ ପାରିଛି ବୋଲି ଟ୍ୱିଟ କରି ସୂଚନା ଦେଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏନେଇ ସିଏମଓ ପକ୍ଷରୁ ଏକ ଟ୍ୱିଟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳରେ ବଜ୍ରପାତ ପ୍ରତିରୋଧ ବ୍ୟବସ୍ଥା କରାଯାଇଛି । ଆଇଏମଡି ପକ୍ଷରୁ ଯଥେଷ୍ଟ ପୂର୍ବରୁ ବଜ୍ରପାତ ନେଇ ଲୋକଙ୍କୁ ସଚେତନ କରାଯାଉଛି ।

୩ରୁ ୫ ଦିନ ପୂର୍ବରୁ ମିଡିୟମ ରେଞ୍ଜ ପାଇଁ ସଚେତନ କରାଯାଉଥିବାବେଳେ ୧ରୁ ୩ ଦିନ ପୂର୍ବରୁ ସର୍ଟରେଞ୍ଜ ଓ ୨ରୁ ୩ ଘଂଟା ପୂର୍ବରୁ ସତର୍କ କରିବା ପାଇଁ ନାଓକାଷ୍ଟ କରାଯାଉଛି । ସେହିଭଳି ଦାମିନୀ ଆପ ବଜ୍ରପାତର ନିର୍ଦ୍ଦିଷ୍ଟ ଅଂଚଳ ପାଇଁ ୪୦ ମିନିଟ ପୂର୍ବରୁ ସତର୍କ କରାଇ ଦେଉଛି । ଏହିସବୁ ଆଗୁଆ ସୂଚନା ଫଳରେ ବଜ୍ରାଘାତ ଜନିତ ମୃତ୍ୟୁ କମାଇ ପାରିଥିବା ଟ୍ୱିଟରେ କୁହାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started