ସବୁ ରାଜ୍ୟକୁ କେନ୍ଦ୍ର ଲେଖିଲା ଚିଠି । ଗୃହ ସଚିବ କହିଲେ, ଏବେ ବି ଯାଇନାହିଁ ଦ୍ୱିତୀୟ ଲହର ।

କନକ ବ୍ୟୁରୋ: କରୋନା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ଏଥିରେ ସେ କହିଛନ୍ତି, ଏବେ ବି କରୋନାର ୨ୟ ଲହର ଯାଇନି ତେଣୁ ବିପଦ ଟଳିନି । ରାଜ୍ୟ ଗୁଡିକ କୋଭିଡ କଟକଣା ଉପରେ ଗୁରୁୁତ୍ୱ ଦେବାକୁ ଚିଠିରେ କୁହାଯାଇଛି ।

ଚିଠିରେ ଗୃହ ସଚିବ କହିଛନ୍ତି, ବଜାରଘାଟ ଓ ପର୍ଯ୍ୟଟନ ସ୍ଥଳୀ ସହ ବିଭିନ୍ନ ସ୍ଥାନରେ ଜମୁଥିବା ଭିଡକୁ ନିୟନ୍ତ୍ରଣ କରି ସର୍ତକ ରହିବା ଜରୁରୀ । ଏ ବାବଦରେ ସବୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ବି ସେ ଚିଠିରେ କହିଛନ୍ତି । ବର୍ତମାନ ଦ୍ୱିତୀୟ ଲହରର ପ୍ରଭାବ କମିଥିଲେ ବି ଅଧିକାଂଶ ରାଜ୍ୟରେ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ଅଛି । ଏବେ ବି ମହାରାଷ୍ଟ୍ର ଓ କେରଳରେ ସକ୍ରିୟ ମାମଲା ଲକ୍ଷେ ଉପରେ ରହିଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡିଶା ଭଳି ରାଜ୍ୟରେ ଆକ୍ଟିଭ ମାମଲା ୧୦ ହଜାର ଉପରେ ରହିଛି । ଏହି ରାଜ୍ୟଗୁଡିକରେ ଅନେକ ଜିଲ୍ଲା ଚିନ୍ତା ବଢାଉଛି । ଏଭଳି ସ୍ଥିତିରେ କେନ୍ଦ୍ର ଗୃହ ସଚିବଙ୍କ ଚିଠିକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ପୂର୍ବାଞ୍ଚଳ ରାଜ୍ୟଗୁଡିକ ମୁଖ୍ୟମନ୍ତ୍ରୀଙ୍କ ସହ ଗତକାଲି ପ୍ରଧାନମନ୍ତ୍ରୀ କୋଭିଡ ନେଇ ଆଲୋଚନା କରିଛନ୍ତି ।

from Kanak News
via <a href="https://ifttt.com/?

ବଡଦାଣ୍ଡ ମନାବୋଲି ଘରେ ଗଢାହେଲା ରଥ । ମାଆ ପାଇଁ ପୁଅ, ନାତି ପାଇଁ ଜେଜେ ଗଢିଦେଲେ ନନ୍ଦିଘୋଷ । ବଡଦାଣ୍ଡ ପରି ମୋ ଦାଣ୍ଡରେ ବି ହେଲା ରଥଯାତ…

କନକ ବ୍ୟୁରୋ: ଭୂତାଣୁ ପାଇଁ ଭକ୍ତଙ୍କୁ ବଡଦାଣ୍ଡ ମନା । କଟକଣାର ଗାର ଡେଇଁ ବି କାଳିଆ ପାଖକୁ ଯାଇ ହୁଏନା । ଆଉ ଏତିକି ବେଳେ ପୁରୀ ଯାଇ ରଥ ଟାଣିବାକୁ ଜିଦ ଧରିଲା କୁନି ପୁଅ । ଶ୍ରୀକ୍ଷେତ୍ରରେ ସାଆନ୍ତେଙ୍କୁ ଦେଖିବ ବୋଲି ଗୋଡ କଚାଡି ଅଝଟ କଲା ସାଇ । ମୁଁ ପୁରୀ ଯିବି, ରଥଟାଣିବି… କାଳିଆ ଠାକୁରକୁ ଦେଖିବି… ବାପା ମତେ ନେଇଚାଲ, ଜେଜେ ମୁଁ ଜଗା ପାଖକୁ ଯିବି… କିଛି ଏମିତି ଅଝଟ କରି ଶ୍ରୀକ୍ଷେତ୍ର ଆସିବାକୁ ବାହାରିଥିଲା ସାଇ ।

ଭଗବାନଙ୍କ ପ୍ରେମରେ ବିଭୋର ଅଢେଇ ବର୍ଷ ଶିଶୁର ଅଝଟ ଆଗରେ ଚିନ୍ତାରେ ପଡିଯାଇଥିଲା ପରିବାର । କଟକଣା ପାଇଁ କେମିତି ଯିବେ ପୁରୀ ? ନାତିର ଅଝଟ, ନଟନାଗରକୁ ଦେଖିବାର ଅସମ୍ଭବତା ଭିତରେ ଜେଜେ ବୁଝିଥିଲେ କଅଁଳ ଶିଶୁର ମନକଥା । ଆଉ ପୁରୀ ରଥ ପରି ଘରେ ବି ଟଣାହେବ ରଥ… ଜେଜେଙ୍କ ପଦିଏ କଥା ନାତିକୁ ଦେଇଥିଲା ଆଶ୍ୱସ୍ତି, ମୁହଁରେ ଆଣିଥିଲା ହସ… ବାସ୍ ତାପରେ ଜେଜେ ଗଢିଦେଲେ କୁନି ନାତି ପାଇଁ କୁନି ନନ୍ଦିଘୋଷ ।

କାଳିଆ ପ୍ରେମର ଏମିତି ଏକ କାହାଣୀ ଆସିଛି ସୁନ୍ଦରଗଡ ପତ୍ରାପଡା ଅଞ୍ଚଳରୁ । ଯେଉଁଠି ନାତିର ଜଗା ଦେଖିବାର ଜିଦ୍ ପାଇଁ ଜେଜେ ଗଢିଦେଇଛନ୍ତି ରଥ । ତେବେ ଅଢେଇ ବର୍ଷର ଶିଶୁ ସାଇ ଯେତେବେଳେ ପୁରୀ ଯାଇ ରଥ ଟାଣିବାକୁ ଜିଦ୍ ଧରି ବସିଛି ସେତେବେଳେ ଜେଜେ ନାତି ପାଇଁ ଘରେ ତିଆରି କରିଛନ୍ତି କୁନିରଥ । ଆଉ ରଥ ନିର୍ମାଣ ପରେ ବଡଦାଣ୍ଡ ପରି ଘରଦାଣ୍ଡରେ ବି ଗଡିଛି ରଥ । ଆଉ ଜେଜେ ଜଗାର ରଥ ଟାଣିବାର ଏଡେ ବଡ ସୁଯୋଗଟିଏ କରିଦେଇଥିବାରୁ ଖୁସିରେ ନାଟି ଯାଇଛି ନାତି ।

ସେପଟେ ବାଲେଶ୍ୱରରେ ମାଆ ପାଇଁ ପୁଅ ଗଢିଦେଇଛି ତିନି ରଥ । ଗତଥର କରୋନା ପାଇଁ ପୁରୀ ଯାଇ ପାରିନଥିଲେ ମାଆ । ଆଉ ଏଥର ପୁରୀ ବୁଲେଇ ନେଇ ରଥଦେଖାଇବ ବୋଲି ମାଆକୁ କଥା ଦେଇଥିଲା । ହେଲେ ଏଥର ବି କଟକଣା କିଛି କରିଦେଲାନି । ତେଣୁ ମାଆର ମନ ଦୁଃଖ ଦେଖି ଘରେ ୩ ରଥ ତିଆରି କରିଦେଲା ପୁଅ । କାଠ ନୁହେଁ ବରଂ କାଗଜରେ ପୁରୀ ଭଳି ୩ ରଥର ଅବିକଳ କରିଦେଲେ ପୁଅ ପ୍ରତୀକ । ଆଉ ଘରେ ଶ୍ରୀଜିଉଙ୍କ ରଥ ଦେଖି ଖୁସିରେ ଆତ୍ମହରା ହେଲା ମାଆ । ପୁଅ ପାଇଁ ଯେ ସେ ଆଜି ରଥଟାଣି ପାରିଛି । ଏ କଥା ଭାବି ଖୁସିରେ କାନ୍ଦିପକାଇଛି ମାଆ ।

from Kanak News
via <a href="https://ifttt.com/?

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨୮%କୁ ବୃଦ୍ଧି କଲେ ସରକାର ।

କନକ ବ୍ୟୁରୋ: ବୁଧବାର କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ)କୁ ୧୭ ପ୍ରତିଶତରୁ ୨୮ ପ୍ରତିଶତ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ସୂତ୍ରରୁ ଏହା ଜଣାପଡିଛି ଯେ, ଗତ ବର୍ଷ ଏହାକୁ ବନ୍ଦ କରାଯିବା ପରେ କେନ୍ଦ୍ର କ୍ୟାବିନେଟ୍ ଚଳିତ ବର୍ଷ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ, ଯେଉଁମାନେ ମାସ ମାସ ଧରି ଏହି ଘୋଷଣାକୁ ଅପେକ୍ଷା କରିଥିଲେ ସେମାନଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର |

https://platform.twitter.com/widgets.js

ଯଦିଓ ଏହି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ କରିଛି, ତଥାପି କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେପ୍ଟେମ୍ବରରୁ ଏହି ଡିଏର ଲାଭ ପାଇବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କ୍ୟାବିନେଟ୍ ଅନୁମୋଦନ ପୂର୍ବରୁ ତିନିଟି ଡିଏ କିସ୍ତି ବାକି ରହିଥିଲା ବୋଲି ଜଣାପଡ଼ିଛି | ଗତ ବର୍ଷରୁ ଗୋଟିଏ ଏବଂ ଚଳିତ ବର୍ଷ ଦୁଇଟି କିସ୍ତି ବାକିଥିବା ଜଣାଯାଇଛି | ଆଜି ତିନିଟି ବିଚାରାଧୀନ କିସ୍ତିର ଅଂଶ ଭାବରେ ୧୧ ପ୍ରତିଶତ ଡିଏ ବୃଦ୍ଧିକୁ ଅନୁମୋଦନ କରାଯାଇଛି |

ସପ୍ତମ ବେତନ କମିସନ ଅଧୀନରେ ମହଙ୍ଗା ଭତ୍ତା ଜୁଲାଇରେ ପୁନଃ ସ୍ଥାପିତ ହେବ ବୋଲି ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଜି ଏହାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି |

from Kanak News
via <a href="https://ifttt.com/?

ୟୁପିର ଅନୁମତି ଓ ଉତ୍ତରାଖଣ୍ଡର ବାରଣ ଭିତରେ ବୋଲବମ୍ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ । ନିଜଆଡୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ ।

କନକ ବ୍ୟୁରୋ: ଶ୍ରାବଣରେ ବୋଲବମ ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଅନୁମତି ଓ ଉତ୍ତରାଖଣ୍ଡ ସରକାରଙ୍କ ବାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ମହାପ୍ରଭୁ ଶିବଙ୍କୁ କାଉଡିଆମାନେ ଜଳଲାଗି କରିବା ପାଇଁ ଯିବେ ନା ନାହିଁ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଯିବାପରେ ଏହି ପ୍ରସଙ୍ଗରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ଆର ଏଫ ନରିମନ୍ ଓ ଜଷ୍ଟିସ ବି ଆର ଗଭାଇଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ କରିଛନ୍ତି ।

ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ନିଜ ପକ୍ଷ ରଖିବା ପାଇଁ ନୋଟିସ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଆଧାରରେ କୋର୍ଟ ଏହି ନୋଟିସ କରିବା ସହ ଆଗାମୀ ଶୁକ୍ରବାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । କୋର୍ଟ କହିଛନ୍ତି, ଦେଶରୁ କରୋନା ସଂକ୍ରମଣ କମିନାହିଁ । ସମ୍ଭାବ୍ୟ ତୃତୀୟ ଲହରକୁ ଏଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ଭିଡ ନକରିବାକୁ ପରାମର୍ଶ ଦେଉଛନ୍ତି । ତେଣୁ କାଉଡିଆଙ୍କ ବୋଲବମ ଯାତ୍ରାକୁ ଅନୁମତି ଦେବା କିମ୍ବା କଟକଣା ଲଗାଇବା ପଛରେ ସଂପୃକ୍ତ ସରକାରଙ୍କ ମତ କଣ, ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭାରତୀୟ ଡାକ୍ତର ସଂଘର ଚିଠି ପରେ ବୋଲବମ୍ ଯାତ୍ରାକୁ ବାରଣ କରିଛନ୍ତି ଉତ୍ତରାଖଣ୍ଡ ସରକାର । ହେଲେ ଆଗାମୀ ସପ୍ତାହରୁ ରାଜ୍ୟରେ ବୋଲବମ୍ ଯାତ୍ରାକୁ ଅନୁମତି ଦେଇଛନ୍ତି ଉତ୍ତରପ୍ରଦେଶ ସରକାର । ଆମ ରାଜ୍ୟରେ ମଧ୍ୟ ବୋଲବମ ଯାତ୍ରା ହୋଇପାରିବ ନାହିଁ ବୋଲି ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ଏବେ ମାମଲା ସୁପ୍ରିମକୋର୍ଟରେ ଥିବାରୁ କୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ବୋଲବମ ଯାତ୍ରାକୁ ନେଇ କଣ ହେବ ନିଷ୍ପତ୍ତି ।

from Kanak News
via <a href="https://ifttt.com/?

ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳ ନେତା ହେଲେ ପୀୟୁଷ ଗୋୟଲ । ଥାୱରଚନ୍ଦ ଗେହଲଟଙ୍କ ସ୍ଥାନ ନେଲେ ପୀୟୁଷ ।

କନକ ବ୍ୟୁରୋ: ରାଜ୍ୟସଭାରେ ବିଜେପିର ସଂସଦୀୟ ଦଳ ନେତା ହେଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ । ଥାୱରଚନ୍ଦ ଗେହଲଟଙ୍କ ବଦଳରେ ବିଜେପି ତାଙ୍କୁ ରାଜ୍ୟସଭାରେ ନିଜର ନେତା ବାଛିଛି । କିଛି ଦିନ ତଳେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନ ହୋଇଥିଲେ । ଯେଉଁଥିରେ ରାଜ୍ୟସଭାରେ ବିଜେପିର ନେତା ଥିବା ଥାୱରଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକର ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଉ ଏହାପରେ ପୀୟୁଷ ଗୋୟଲଙ୍କୁ ଦଳ ନୂଆ କରି ରାଜ୍ୟସଭାରେ ଏହି ଦାୟିତ୍ୱ ଦେଇଛି ।

ପୀୟୁଷ ଗୋୟଲ ବିଜେପିର ଜଣେ ଆଗଧାଡିର ନେତା ଭାବେ ବେଶ ପରିଚିତ । ସେ କେନ୍ଦ୍ର ସରକାରରେ ମନ୍ତ୍ରୀ ମଧ୍ୟ ଅଛନ୍ତି । ତା ସହିତ ୨୦୧୦ ମସିହାରୁ ସେ ରାଜ୍ୟସଭାର ସଦସ୍ୟ ଥିବା ହେତୁ ଦଳ ତାଙ୍କର ଏହି ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛି । ଅନ୍ୟପଟେ ଆସନ୍ତା ଜୁଲାଇ ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରୁ ପୀୟୁଷ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରିବେ ।

https://platform.twitter.com/widgets.js

from Kanak News
via <a href="https://ifttt.com/?

ରାଜ୍ୟରେ ୪ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଆଦି ରହିଛି। ଏସବୁ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହିତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ,କେନ୍ଦୁଝର, ମୟୁରଭଞ୍ଜ,କଟକ ଓ ଯାଜପୁର ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। କାଳବୈଶାଖୀ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକୁ ବି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୫ରୁ ୧୭ ତାରିଖ ମଧ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୭ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଯାବତ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୪.୪ଡିଗ୍ରି ସେଲସିୟସ ଥିବା ବେଳେ ଫୁଲବାଣୀରେ ୧୭.୫ଡିଗ୍ରି ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଛି।

from Kanak News
via <a href="https://ifttt.com/?

ସହିଦନଗର କେଶୁରା ଅଂଚଳରୁ ୫୫୦ ଗ୍ରାମ ବ୍ରାଉନ ସୁଗାର ଜବତ ଘଟଣା : ପୋଲିସ କମିଶନର କହିଲେ କୋଲକାତାରୁ ଜଳେଶ୍ୱର ଦେଇ ରାଜ୍ୟକୁ ଆସୁଛି ବ୍ରାଉନସୁଗାର

କନକ ବ୍ୟୁରୋ : ରାଜଧାନୀରେ ବଢ଼ୁଛି ବ୍ରାଉନସୁଗାର ବ୍ୟାପାର ।  ସହିଦନଗର ଥାନା କେଶୁରା ଅଂଚଳର ଜଣଙ୍କ ଘର ଭିତରୁ ୫୫୦ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । କ୍ୱିକ ଆକ୍ସନ ଟିମ୍ ଓ ସହିଦ ନଗର ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି  ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ । ଜଣେ ମହିଳାଙ୍କ ସହ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଘଟଣାରେ ଗୋଟିଏ କାର, ୨ଟି ବାଇକ ଜବତ କରାଯାଇଛି । ତେବେ କୋଲକାତାରୁ ବାଲେଶ୍ୱରର ଜଳେଶ୍ୱର ଦେଇ ଅଧିକାଂଶ ବ୍ରାଉନସୁଗାର ରାଜ୍ୟକୁ ପ୍ରବେଶ କରୁଥିବା ପୋଲିସ କମିଶନର କହିଛନ୍ତି ।

from Kanak News
via <a href="https://ifttt.com/?

ମୁକ୍ତ ହେଲା କୁନିଝିଅକୁ କାମୁଡିଥିବା ନାଗସାପ : ଖବର ପ୍ରସାରଣ ପରେ ସାପକୁ ମୁକ୍ତ କଲା ବନବିଭାଗ; ସେପଟେ, ଗୁରୁତର କୁନିଝିଅକୁ ଏସସିବିରେ ଭର୍ତ୍ତି

କନକ ବ୍ୟୁରୋ : ବନ୍ଦୀରୁ ମୁକ୍ତ ହେଲା ନାଗସାପ । ନବରଙ୍ଗପୁରରେ କୁନି ଝିଅକୁ କାମୁଡିଥିବା ସାପ ଶେଷରେ ମୁକ୍ତ ହୋଇଛି । ଖବର ପ୍ରସାରଣ ପରେ ବନ ବିଭାଗ ସାପଟିକୁ ଉଦ୍ଧାର କରି ପାଖ ଜଙ୍ଗଲରେ ଛାଡି ଦେଇଛି । ତେବେ ସାପଟିକୁ ଚିକିତ୍ସା ପାଇଁ ନେଇଯାଉଥିବାବେଳେ ଅଧବାଟରେ ଛାଡି ଦେଇଥିବା ଜଣାପଡିଛି ।

ସେପଟେ କୁନି ଝିଅର ଯନ୍ତ୍ରଣା ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଥିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ବିଷଧର ସାପ କାମୁଡିବା ପରେ ଝିଅଟିର ଡାହାଣ ହାତ ପଚି ନଷ୍ଟ ହେବାକୁ ବସିଛି । ହେଲେ, ପରିବାରର ଆର୍ଥିକ ସ୍ଥିତି ଝିଅର ଚିକିତ୍ସା ପାଇଁ ବାଧକ ସାଜିଥିବା ଓ ଭାଗ୍ୟକୁ ଆଦରି ଗତ ମାସେ ଧରି ପଡି ରହିଥିଲା ନଅ ବର୍ଷର ଝିଅ ମଞ୍ଜୁଳା । ଏହି ଖବର ପ୍ରସାରଣ ପରେ ଛୋଟ ଝିଅଟିକୁ ରାଇଘର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଚାରି ଜଣିଆ ଡାକ୍ତରୀ ଦଳ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲକୁ ପଠାଇଥିଲେ । ଝିଅଟି କଟକ ଏସସିବି ମେଡକାଲରେ ପହଂଚିଥିବାବେଳେ ତାର ଚିକିତ୍ସା ଆରମ୍ଭ ହୋଇଛି । ଝିଅଟିର ଚିକିତ୍ସା ପାଇଁ ପ୍ରଥମେ ରେଡକ୍ରସରୁ ଜିଲ୍ଲାପାଳ ୧୦ ହଜାର ଟଙ୍କାର ଆର୍ଥିକ ସହାତୟା ପ୍ରଦାନ କରିଥିଲେ । ପରେ ହସ୍ପିଟାଲରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

from Kanak News
via <a href="https://ifttt.com/?

ବାହାରିଲା ଆଡପ ଅବଢ଼ା : ଭକ୍ତ ପାଇଲେ ମହାପ୍ରସାଦ; ସେପଟେ ଗତକାଲି ଆଡପ ମଣ୍ଡପରେ ନୀତିରେ ହେଲା ବିଳମ୍ବ

କନକ ବ୍ୟୁରୋ : ଆଜି ଠାରୁ ଗୁଣ୍ଡିଚା ମନ୍ଦିରରୁ ବାହାରିଛି ଆଡପ ଅବଢା । ହେଲେ ଏହା ସୀମିତ ପରିମାଣର ବାହାରିବ । ଯେହେତୁ ଭକ୍ତ ଆସିବା ଉପରେ କଟକଣା ରହିଛି, ତେଣୁ ଆଡପ ଅବଢା କମ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶ୍ରୀମନ୍ଦିର ଅବଢା ଠାରୁ ଏହି ଆଡପ ଅବଢାର ସ୍ୱାଦ ଭିନ୍ନ । ସେଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହାର ଚାହିଦା କିଛି ଅଲଗା ରହିଥାଏ ।

ସେପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତି । ଜନ୍ମବେଦୀରେ ଶ୍ରୀଜୀଉ ବିଜେ କରିବା ପରେ ଚଳଚଂଚଳ ଗୁଣ୍ଡିଚା ମନ୍ଦିର । ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଠାରୁ ଆଡପମଣ୍ଡପ ବିଜେ ପର୍ଯ୍ୟନ୍ତ ସଅଳ ହୋଇଥିଲା ନୀତିକାନ୍ତି । ମାତ୍ର ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ବିଜେ ପରେ ବିଳମ୍ବ ହୋଇଛି ନୀତିକାନ୍ତି । ନିତିକାନ୍ତିରେ ଅବହେଳା ଯୋଗୁଁ ହୋଇପାରିଲା ନାହିଁ ପହୁଡ ନୀତି । ଅପରାହ୍ନ ୨ଟା ସୁଦ୍ଧା ସଂଧ୍ୟା ଧୂପ ଓ ରାତି ୯ଟା ସୁଦ୍ଧା ପହଣ୍ଡି ସରିଥିବା ବେଳେ ରୁନ୍ଧାନୀତି ହୋଇଛି ବିଳମ୍ବ ।

ଯାହା ପାଇଁ ମହାପ୍ରଭୁଙ୍କ ପହୁଡ ନୀତି ହୋଇପାରି ନାହିଁ । କରୋନା କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡପ ଦର୍ଶନ ବନ୍ଦ ରହିଛି । ଆର୍ଥାତ୍ କୌଣସି ଭକ୍ତ ଆଡପ ଦର୍ଶନ କରିପାରିବେ ନାହିଁ । ଜନ୍ମବେଦୀରେ କେବଳ ମହାପ୍ରଭୁଙ୍କ ରୀତିନୀତି ଚାଲିବ ।

from Kanak News
via <a href="https://ifttt.com/?

କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ବୈଠକ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ସାମିଲ୍

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ବସିଛି ପ୍ରଥମ କ୍ୟାବିନେଟ ବୈଠକ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାୟ ବର୍ଷେ ପରେ ଏକାଠି ବସିଛନ୍ତି ସମସ୍ତ କ୍ୟାବିନେଟ ମନ୍ତ୍ରୀ । ପୂର୍ବରୁ କେବଳ ଭର୍ଚୁଆଲ ବୈଠକ ହେଉଥିଲା । କରୋନା ସଂକ୍ରମଣ କାରଣରୁ ଗତବର୍ଷ ଏପ୍ରିଲ ପରେ ଆଉ ଅଫଲାଇନ ବୈଠକ ହେଉନଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ଲୋକକଲ୍ୟାଣ ମାର୍ଗରେ ଥିବା ବାସଭବନରେ ଏହି ବୈଠକ ବସିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ପରିବର୍ତ୍ତନ ଓ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବା ପରେ ଏହି ବୈଠକରେ ଦୁଇ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ବାମ ପାର୍ଶ୍ବରେ ଅମିତ ଶାହା ଓ ନିର୍ମଳା ସୀତାରମଣଙ୍କ ପରେ ସ୍ମୃତି ଇରାନୀଙ୍କ ପାଖରେ ବସିଛନ୍ତି ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ମୋଦୀଙ୍କ ଡାହାଣ ପଟରେ ଅଳ୍ପ ଦୂରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବସିଛନ୍ତି । ନିକଟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟିରେ ସ୍ଥାନ ମିଳିଛି । ଯାହା ମୋଦୀ ମନ୍ତ୍ରିମଣ୍ଡଳରେ ତାଙ୍କ ପ୍ରଭାବ ବୃଦ୍ଧି ପାଉଥିବା କଥାକୁ ଦର୍ଶାଉଥିବା ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started