କରୋନାର ନୂଆ ଷ୍ଟ୍ରେନ ବିରୋଧରେ କାମ କରିବ କି ନାହିଁ ଭ୍ୟାକସିନ । ବିଶେଷଜ୍ଞ କହିଲେ, ଫଳପ୍ରଦ ହେବ କୋଭିଡ ଟିକା

କନକ ବ୍ୟୁରୋ : ବ୍ରିଟେନରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ପୁଣି ଥରେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ବ୍ରିଟେନରେ ଦେଖାଯାଉଥିବା କରୋନା ଭୂତାଣୁ ୭୦ ପ୍ରତିଶତ ବେଗରେ ବଢ଼ୁଛି । ତେବେ ଏହି ନୂଆ ଷ୍ଟ୍ରେନ ଦେଖାଦେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଯେ, କରୋନା ଟିକା ଭୂତାଣୁର ଏହି ନୂଆ ରୂପ ଉପରେ କେତେ ପ୍ରଭାବୀ ହେବ । ସିଏସଆଇଆର ଡିଜିଙ୍କ ସୂଚନା ଅନୁଯାୟୀ ନୂଆ ଷ୍ଟ୍ରେନରେ ମଧ୍ୟ କୋଭିଡ ଟିକା ଫଳପ୍ରଦ ହେବ ।

ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଏବେ ଚିନ୍ତା ବଢାଇଛି । ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ କେବଳ ଇଂଲଣ୍ଡ ନୁହେଁ ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ହେଉଛି ନୂଆ ଷ୍ଟ୍ରେନ ପାଇଁ କେତେ ଫଳପ୍ରଦ ହେବ କୋଭିଡ ଟିକା ।

ଦୀର୍ଘ ମାସ ଧରି କରୋନା ଭୂତାଣୁ ସହ ଲଢେଇ ପରେ ବାହାରିଥିବା କରୋନା ଟିକା ଏହି ନୂଆ ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ଫଳପ୍ରଦ ହେବ ନା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହି ନୂଆ ଷ୍ଟ୍ରେନରେ ମଧ୍ୟ କରୋନା ଟିକା କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ସିଏସଆଇଆର ଡିଜି । ସେ କହିଛନ୍ତି କରୋନା ଟିକା ନୂଆ ଷ୍ଟ୍ରେନରେ ବି କାମ ଦେବ । ଏବଂ ଏହାକୁ ନେଇ ଅଧିକ ଚିନ୍ତା କରିବା ଅନାବଶ୍ୟକ । ଭୂତାଣୁର ନୂଆ ରୂପ ‘ଏନ୍ ୫୦୧ ୱାଇ’ ତୁଳନାତ୍ମକ ଭାବେ ଶୀଘ୍ର ସଂକ୍ରମିତ ହୁଏ କିନ୍ତୁ ଏହାକୁ ଅଧିକ ମାରାତ୍ମକ ବୋଲି ବର୍ତମାନ କହିପାରିବା ନାହିଁ ।

ଇଣ୍ଡନର ନୂଆ ଷ୍ଟ୍ରେନ୍ ଯୋଗୁଁ ସାରା ବିଶ୍ୱରେ ପୁଣି ଥରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ବ୍ରିଟେନରୁ ଭାରତକୁ ଆସିଥିବା କିଛି ଯାତ୍ରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଂଟିବଡି ପରି କେତେକ ଦିଗରେ ସାମାନ୍ୟ ଫରକ ଆସିପାରେ କିନ୍ତୁ କୋଭିଡ ଟିକା ପ୍ରଭାବୀ ହେବନାହିଁ ବୋଲି କହିବା ଅନୁଚିତ ବୋଲି ସୂଚନା ଦେଇଛନ୍ତି ସିଏସଆଇଆର ଡିଜି । ଭୂତାଣୁର ରୂପ ପରିବର୍ତନ ହୋଇଥିଲେ ମଧ୍ୟ ଟିକା ସମାନ ଭାବରେ ପ୍ରଭାବୀ ରହିବ । ଭାରତରେ କରୋନା ଭୂତାଣୁର ୪ହଜାରରୁ ଅଧିକ ଜିନୋମକୁ କ୍ରମାନୁସାରେ ରଖି ତାକୁ ଗ୍ଲୋବାଲ ଇନିସିଏଟିଭ ଅନ ସେୟାରିଂ ଅଫ ଇନଫ୍ଲୁଏଂଜା ଡାଟାକୁ ଯୋଗାଇ ଦିଆଯାଇଛି ।

ବିଶେଷଜ୍ଞଙ୍କ ମତରେ ସବୁ ପ୍ରକାର ଭୂତାଣୁ ସ୍ୱରୂପ ପରିବର୍ତନ କରିଥାନ୍ତି । ପରିବେଶ ସହିତ ଖାପ ଖୁଆଇ ନିଜକୁ ବଂଚାଇ ରଖିବାକୁ ଭୂତାଣୁର ପରିବର୍ତନ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା । ସେହି କ୍ରମରେ କୋଭିଡ ଭୂତାଣୁ ୧୭ ଥର ମ୍ୟୁଟେସନ ବା ରୂପ ବଦଳାଇ ସାରିଲାଣି ।

କ୍ଷିପ୍ର ବେଗରେ ସଂକ୍ରମଣ ବଢ଼ାଉଥିବା ଏହି ନୂଆ ଷ୍ଟ୍ରେନ୍ ମୂଳ କୋଭିଡ ଭୂତାଣୁଠାରୁ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମିତ ହେଉଛି । କିଛି ୟୁରୋପୀୟ ଦେଶରେ ମଧ୍ୟ ଏପରି ଭୂତାଣୁ ଦେଖିବାକୁ ମିଳିଛି । ଭୂତାଣୁର ରୂପରେଖ ନେଇ ଗବେଷଣା ଚାଲିଥିବା ବେଳେ ଅନେକ ଦେଶ, ବିଟ୍ରେନକୁ ବିମାନ ଚଳାଚଳ ବାତିଲ କରି ଦେଇଛନ୍ତି ।

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା । 

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ବଡ ସମ୍ମାନ । ଆମେରିକାର ସମ୍ମାନ ‘ଲେଜିଅନ ଅଫ୍ ମେରିଟ୍’ରେ ସମ୍ମାନୀତ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଭାରତ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ବୃଦ୍ଧି ତଥା ଭାରତକୁ ଏକ ବିଶ୍ୱ ଶକ୍ତି ଭାବେ ଉଭା ହେବା ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସନ୍ଧୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏବଂ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ମଧ୍ୟ ଲେଜିଅନ୍ ଅଫ୍ ମେରିଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଥିବା ଆମେରିକୀୟ ସମ୍ମାନ ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଳାୟ କହିଛି, ଏହି ପଦକ ହେଉଛି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ନେତୃତ୍ୱ । ଏହା ମାଧ୍ୟମରେ ଭାରତ-ଆମେରିକାର ରଣନୀତିକ ଭାଗୀଦାରୀ ବୃଦ୍ଧି ଓ ବିଶ୍ୱ ଶକ୍ତି ଭାବେ ଉଭା ହେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ୧୯୪୨ ଜୁଲାଇ ୨୦ରେ ଆମେରିକା ସଂସଦ ଦ୍ୱାରା ଲେଜିଅନ ଅଫ୍ ମେରିଟ ପ୍ରଦାନ ଆରମ୍ଭ ହୋଇଥିଲା । ଉଲ୍ଲେଖନୀୟ ସେବା ଏବଂ ସଫଳତା ଲାଗି ଆମେରିକୀୟ ସେନା ବିଦେଶୀ ସୈନ୍ୟ ସଦସ୍ୟ ଏବଂ ରାଜନେତା ମାନଙ୍କୁ ଏହି ସମ୍ମାନ ପ୍ରଦାନ କରିଥାଏ ।

ଲେଜିଅନ୍ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ ହେବା ପରେ ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ଏହା ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରୀ ସୁଦୃଢ ହୋଇପାରିବ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ସାବଧାନ୍ ଫେସବୁକ ୟୁଜର୍ସ । ଆପଣଙ୍କ ଆକାଉଣ୍ଟ ହ୍ୟାକ୍ କରି ଆପଣଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର । ରାଜଧାନୀରୁ ଆସିଲା ଠକେଇର ବଡ଼ ଅଭିଯୋଗ ।

କନକ ବ୍ୟୁରୋ : ରାଜଧାନୀରେ ପୁଣି ସାଇବର ଠକେଇ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରର ଅଧ୍ୟାପକ ଅଜୟ କୁମାର ତ୍ରିପାଠୀ । ଅଜୟଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ହ୍ୟାକର ୧୫୦ଜଣ ଲୋକଙ୍କୁ ଫେସବୁକ ମେସେଞ୍ଜରରେ ଟଙ୍କା ମାଗିଛି । ଗୋଟିଏ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରରେ ଗୁଗୁଲ ପେ ଏବଂ ଫୋନ ପେ ରେ ଟଙ୍କା ପଠାଇବା ପାଇଁ କହୁଥିଲା ହ୍ୟାକର ।

ତେବେ ଅଜୟଙ୍କ କିଛି ବନ୍ଧୁ ଏ ସମ୍ପର୍କରେ ତାଙ୍କୁ ପଚାରିବା ପରେ ଫେସବୁକ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡିଥିଲା । ଅଜୟଙ୍କ କିଛି ବନ୍ଧୁ ମଧ୍ୟ ହ୍ୟାକର ପାଖକୁ ଟଙ୍କା ପଠାଇଥିବା ଜଣାପଡିଛି । ଏନେଇ ଅଜୟ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

ଦିନକୁ ଦିନ ସାଇବର ଅପରାଧ ଏବଂ ଠକେଇ ମାମଲା ବଢି ବଢି ଚାଲିଛି । ଆଉ ଏଭଳି କ୍ଷେତ୍ରରେ ଆପଣଙ୍କୁ ଅଧିକ ସଚେତନତା ଅବଲମ୍ବନ କରିବାର ଆବଶ୍ୟକତା ରହୁଛି । ଯଦି ଏଭଳି କିଛି ଘଟଣା ଘଟୁଛି ତେବେ ତୁରନ୍ତ ଆଇନର ଆଶ୍ରୟ ନିଅନ୍ତୁ, ପୋଲିସକୁ ଅବଗତ କରାନ୍ତୁ ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ୨୭ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସୀମା ସିଲ୍ କଲା ଦିଲ୍ଲୀ ପୋଲିସ । ଚିଲ୍ଲା ବର୍ଡର ସମେତ ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ପ୍ରବେଶ ବନ୍ଦ

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି । ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ଚିଲ୍ଲା ବୋର୍ଡରେ ପ୍ରତିବାଦ ଯୋଗୁଁ ସୀମାକୁ ସିଲ୍ କରିଦିଆଯାଇଛି । ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ଯାତାୟତ ଉପରେ ମଧ୍ୟ ରୋକ ଲାଗିଛି ।

୨୭ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ହାଡଭଙ୍ଗା ଶୀତରେ ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଖୋଲା ଆକାଶ ତଳେ, ଶୀତ କାକରରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ଚିଲ୍ଲା ବୋର୍ଡରେ ପ୍ରତିବାଦ ଯୋଗୁଁ ସୀମାକୁ ସିଲ୍ କରିଦିଆଯାଇଛି ।

ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ଯାତାୟତ ଉପରେ ଲାଗିଛି ରୋକ । ଆଗକୁ କଣ ହେବ ରଣନୀତି ଏନେଇ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି । ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିପାରନ୍ତି ଚାଷୀ ନେତା । ପୁର୍ନବାର ବୈଠକ କରିବା ପାଇଁ ସରକାରଙ୍କ ପକ୍ଷରୁ ୪୦ଜଣ ସଂଗଠନକୁ ନୂଆ ପ୍ରସ୍ତାବ ଦିଆଯାଇଛି । ବୈଠକ କେବେ ହେବ ସେ ନିଷ୍ପତି ଚାଷୀଙ୍କ ଉପରେ ଛାଡିଛନ୍ତି ସରକାର ।

ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ରାଜଧାନୀ ଦିଲ୍ଲୀର ପ୍ରବେଶ ପଥରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀ ଜଗିରହିଛନ୍ତି । ଦିଲ୍ଲୀ-ହରିଆଣା, ଦିଲ୍ଲୀ-ଗାଜିଆବାଦ ଓ ଦିଲ୍ଲୀ-ଉତରପ୍ରଦେଶ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଫଳରେ ଏହି ରାସ୍ତା ଗୁଡ଼ିକରେ ଗାଡ଼ି ମଟର ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଛି । ସେପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଉଛି ଆପ୍ । ଆମ ଆଦମୀ ପାର୍ଟି ନେତା ରାଘବ ଚଢଢା କହିଛନ୍ତି ସରକାରଙ୍କ ଅହଂକାର ସହ ଚାଷୀଙ୍କ ଲଢେଇ ଚାଲିଛି । ତୁରନ୍ତ ସରକାର ନିଜର ଅହଂକାର ଛାଡି ଚାଷୀଙ୍କ ଦାବି ମାନିବା ଉଚିତ ।

ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରୁ ଜଣେ ବୃଦ୍ଧ ଚାଷୀ ଗତକାଲି ବିଳମ୍ବିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସିଂଘୁ ସୀମାରେ ଧାରଣା ଦେଇଥିବା ନିଂରଜନ ସିଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

from Kanak News
via <a href="https://ifttt.com/?

ବିଳମ୍ବିତ ରାତି ଯାଏଁ ପାର୍ଟି କରିବା ପଡିଲା ମହଙ୍ଗା । ମୁମ୍ୱାଇରେ ଗିରଫ ହେଲେ କ୍ରିକେଟର ସୁରେଶ ରାଇନା ।

କନକ ବ୍ୟୁରୋ : କ୍ରିକେଟରଙ୍କୁ ମହଙ୍ଗା ପଡିଲା ବଲିଉଡ୍ ପ୍ରେମ । ମୁମ୍ୱାଇରେ କୋଭିଡ ନିୟମ ଉଲଂଘନ କରି ବଲିଉଡ୍ ସେଲିବ୍ରିଟିଙ୍କ ପାର୍ଟିରେ ରାତିରେ ଯୋଗ ଦେଇ ଗିରଫ ହୋଇଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ରାଇନାଙ୍କ ସହିତ ମୋଟ୍ ୩୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ୱାଇ ପୋଲିସ । ତେବେ ଗିରଫ ପରେ ଜାମିନରେ ମୁକୁଳିଛନ୍ତି ରାଇନା ।

କ୍ରିକେଟ ପଡିଆରୁ ବଲିଉଡ୍ ସେଲିବ୍ରିଟିଙ୍କ ସହ ଦୋସ୍ତି ଏମିତି ମହଙ୍ଗା ପଡିଯିବ ହୁଏତ ସୁରେଶ ରାଇନା କେବେ ଭାବିନଥିଲେ । କରୋନା କାଳରେ କାଳ ହେଲା ବଲିଉଡ୍ ବନ୍ଧୁଙ୍କ ବାର୍ଥଡେ ପାର୍ଟିରେ ସାମିଲ ହେବା । ସୋମବାର ବିଳମ୍ୱିତ ରାତିରେ ମୁମ୍ୱାଇରେ ଏମିତି ଏକ ପାର୍ଟିରେ ଯୋଗ ଦେଇଥିବା ବେଳେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ରାଇନାଙ୍କୁ ଗିରଫ କରିଥିଲା ମୁମ୍ୱାଇ ପୋଲିସ ।

କରିଶ୍ମା ତନ୍ନା, ସୁଜାନ୍ ଖାନ୍, ଏକତା କପୁର, ଉର୍ବସୀ ରୌଟେଲା, ଡେଜି ଶାହା , ଗୁରୁ ରାନ୍ଧୱାଙ୍କ ପରି ବଲିଉଡ ସେଲିବ୍ରିଟି ସାମିଲ ହେଇଥିଲେ ଏହି କ୍ଲବ ପାର୍ଟିରେ । ବଲିଉଡ୍ ବନ୍ଧୁଙ୍କ ନିମନ୍ତ୍ରଣରେ ମନା କରିନପାରି ସାମିଲ ହୋଇଥିଲେ ରାଇନା । ପୋଲିସର ଅଭିଯୋଗ ପାର୍ଟିରେ କରୋନା ନିୟମର ଉଲଂଘନ ହୋଇଥିଲା । ନା ଥିଲା ସାମାଜିକ ଦୂରତା, ନା ପିନ୍ଧିଥିଲେ ମାସ୍କ । ତେବେ ମୁମ୍ୱାଇ ପୋଲିସ ସେଲିବ୍ରିଟିଙ୍କ ନାଁ ନେବାକୁ ମନା କରିଛି ।

ସୂଚନା ଅନୁସାରେ ସୁରେଶ ରାଇନାଙ୍କ ନାଁରେ ଏପିଡେମିକ୍ ଆକ୍ଟରେ ମାମଲା ରୁଜ୍ଜୁ ହୋଇଛି । ଏହି ଘଟଣା ପରେ ପରେ ସକାଳ ବେଳକୁ ରାଇନା ଜାମିନରେ ମୁକୁଳିଥିଲେ । ହେଲେ କରୋନା କାଳରେ ବାର୍ଥ ଡେ ପାର୍ଟିରେ ଯୋଗ ଦେଇ ରାଇନା ଗିରଫ ହେବା ଖବର କିନ୍ତୁ ବିଜୁଳି ବେଗରେ ଚାରିଆଡେ ଖେଳି ଯାଇଛି ।

ଏହି ଗିରଫଦାରୀ ନେଇ ପ୍ରତିକ୍ର୍ରିୟା ରଖିଛନ୍ତି ସୁରେଶ ରୈନା । ମହାରାଷ୍ଟ୍ରରେ ଲାଗିଥିବା କରୋନା କଟକଣା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି ।

from Kanak News
via <a href="https://ifttt.com/?

ଏଣିକି ମାତ୍ର ଶହେ ଟଙ୍କାରେ କରିପାରିବେ କରୋନା ଟେଷ୍ଟ । ଜାରି ହେଲା ସରକାରୀ ନିର୍ଦ୍ଦେଶନାମା । ଅଧିକ ଦାମ ଦାବି କଲେ, ଡିଏମଇଟିଙ୍କ ପାଖରେ କରିପାରିବେ ଅଭିଯୋଗ । 

କନକ ବ୍ୟୁରୋ : ଯଦି ଆପଣ ରାଜଧାନୀର କୌଣସି ଘରୋଇ ଅନୁଷ୍ଠାନରେ କରୋନା ପରୀକ୍ଷା କରିବାକୁ ଯାଉଛନ୍ତି ତେବେ ସତର୍କ ରୁହନ୍ତୁ । ହୁଏତ ଆପଣଙ୍କ ଅଜାଣତରେ ଏହି ସଂସ୍ଥା ଆପଣଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରିପାରେ । ଆରଟିପିସିଆର ଏବଂ ଆଂଟିଜେନ ଟେଷ୍ଟ ପାଇଁ ସରକାର ଗୋଟିଏ ଦର ନିର୍ଦ୍ଧାରଣ କରିଥିବା ବେଳେ ଏହି ଅନୁଷ୍ଠାନ ଗୁଡିକ ଅଧିକ ଟଙ୍କା ନେଉଥିବା କନକ ନ୍ୟୁଜ ଇନଭେଷ୍ଟିଗେସନରୁ ଜଣାପଡିଛି ।

ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ଡାଏଗ୍ନୋଷ୍ଟିକ ସେଂଟରର ଇଏ ହେଉଛି ଘଟଣା । କରୋନା ପରୀକ୍ଷା ପାଇଁ ଥିବା ଆରଟିପିସିଆର ଟେଷ୍ଟ କରିବା ପାଇଁ କେତେ ଟଙ୍କା ଦେବାକୁ ପଡିବ । କନକ ନ୍ୟୁଜ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଉତ୍ତରରେ କଷ୍ଟମର କେୟାରରେ ଥିବା ବ୍ୟକ୍ତି ଜଣଙ୍କ କହିଥିଲେ ୯୦୦ ଟଙ୍କା । ଯଦି ଘରକୁ ଯାଇ ସାମ୍ପୁଲ ଆଣିବାକୁ ପଡେ ତେବେ ୧ ହଜାର ଟଙ୍କା ଦେବାକୁ ପଡିବ । ବାସ୍ତବିକ ଏହି ପରୀକ୍ଷା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଛି ୪୦୦ ଟଙ୍କା । କାହିଁକି ଅଧିକ ଟଙ୍କା ନେଉଛ ବୋଲି ପଚାରିବାକୁ କୌଣସି ଉତ୍ତର ନଥିଲା ତାଙ୍କ ପାଖରେ ।

ରାଜଧାନୀରେ ଏହିଭଳି କିଛି ସଂସ୍ଥା କରୋନା ପରୀକ୍ଷା କରିବା ପାଇଁ ନିର୍ଦ୍ଧାରିତ ଦର ଠାରୁ ଅଧିକ ଟଙ୍କା ନେଉଥିବା କଥା ଜଣାପଡିଛି । ସରକାରୀ ନିର୍ଦ୍ଦେଶନାମା ଅନୁସାରେ ଆଂଟିଜେନ ଟେଷ୍ଟ ପାଇଁ ପୂର୍ବରୁ ୪୫୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଦେବାକୁ ପଡୁଛି ୧୦୦ଟଙ୍କା । ସେହିପରି ଆରଟିପିସିଆର ଟେଷ୍ଟ ପାଇଁ ଡିସେମ୍ବର ୨ ତାରିଖରୁ ୪୦୦ଟଙ୍କା ଦେବାକୁ ପଡୁଛି । କିନ୍ତୁ ଏହି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି ।

ସରକାରୀ ନିର୍ଦ୍ଦେଶନାମା ଗୋଟିଏ କଥା କହୁଥିବା ବେଳେ ଏହି ବେସରକାରୀ ଅନୁଷ୍ଠାନ ଗୁଡିକ ମନଇଚ୍ଛା ଟଙ୍କା ନେଉଥିବା ଅଭିଯୋଗମାନ ଆସୁଛି । ଏନେଇ ଆମେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସହିତ କଥା ହୋଇଥିଲୁ । ତାଙ୍କର କହିବା ହେଲା, ଯଦି ଏପରି ହେଉଛି ତେବେ ଡିଏମଇଟିଙ୍କ ନିକଟରେ ଅଭିଯୋଗ କରନ୍ତୁ ।

from Kanak News
via <a href="https://ifttt.com/?

ରାସ୍ତା ଉପରେ ଜଳିଗଲା କାର । ଜିଅନ୍ତା ଜଳିଗଲେ ୫ ଜଣ ଯାତ୍ରୀ । ମୃତକଙ୍କ ମଧ୍ୟରେ ରହିଛି ଜଣେ କୁନି ଛୁଆ

କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଯାତ୍ରୀବାହୀ କାର । ଜଳିଗଲେ ୫ଜଣ ଯାତ୍ରୀ । ଉତରପ୍ରଦେଶ ଆଗ୍ରାରେ ଏଭଳି ଏକ ଦୁଃଖ ଦାୟକ ଘଟଣା ଘଟିଛି । କେହି କିଛି ବୁଝିବା ଆଗରୁ ଉତର ପ୍ରଦେଶ ଆଗ୍ରାର ଯମୁନା ଏକ୍ସପ୍ରେସ ୱେ ଉପରେ ହାଠାତ୍ ଜଳି ଉଠିଥିଲା କାର । କାରରେ ଥିବା ଯାତ୍ରୀ ମାନେ ଅତି ଦୟନୀୟ ଅବସ୍ଥାରେ ଜିଅନ୍ତା ଜଳିଯାଇଥିଲେ । ଦେଖୁ ଦେଖୁ କାରରେ ଥିବା ୫ଜଣଙ୍କ ଜୀବନ ଚାଲିଯାଇଥିଲା ।

ମଙ୍ଗଳବାର ଯମୁନା ଏକ୍ସପ୍ରେସ ୱେ ଉପରେ ଏକ ଟ୍ୟାଙ୍କରରେ କାରଟି ଧକ୍କା ହେବା ଫଳରେ କାରରେ ନିଆଁ ଲାଗିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବିକ ଏକ ଟ୍ୟାଙ୍କର ଭୁଲ୍ ସାଇଡ଼ରେ ଆସୁଥିଲା । କାରରେ ଛୋଟ ଏବଂ ବଡ଼ ପିଲା ମାନେ ମିଶି ୫ଜଣ ଯାତ୍ରା କରୁଥିଲେ ।

ଅଚାନକ୍ କାରରେ ନିଆଁ ଲାଗିବା ଦ୍ୱାରା କାର ଭିତରେ ଥିବା ଯାତ୍ରୀ ମାନେ ବାହାରକୁ ବାହାରି ପାରିନଥିଲେ । ସ୍ଥାନୀୟ ଲୋକ ସାହାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଲୋକଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ମହିଳା, ୩ଜଣ ପୁରୁଷ ଥିବା ଜଣାପଡ଼ିଛି ।

from Kanak News
via <a href="https://ifttt.com/?

ଜମ୍ମୁ କଶ୍ମୀର ଡିଡିସି ନିର୍ବାଚନ ଫଳାଫଳ ଉପରେ ରହିଛି ନଜର । ବିଜେପିକୁ ପଛରେ ପକାଇ ଆଗରେ ଗୁପକାର ମେଣ୍ଟ । ବିଜେପି ୭୩ ଓ ଗୁପକାର ମେଂଟ ୯୭ଟି ଆସନରେ ଆଗୁଆ

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦର ନିର୍ବାଚନୀ ଫଳାଫଳ ଆଜି ପ୍ରକାଶ ପାଇବ । ଜାରି ରହିଛି ଭୋଟ ଗଣତି । ୨୮୦ ସିଟରେ  ୮ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ୨ହଜାର ୧୭୮ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଘାଟିରୁ ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ନିର୍ବାଚନ । ଯାହାକୁ ନେଇ ସମସ୍ତଙ୍କର ନଜର ରହିଛି ।
ବିଜେପି ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଗୁପକାର ଗଠବନ୍ଧନ ବିଜେପି ଠାରୁ ଆଗରେ ଥିବା ଦେଖିବାକୁ ମିଳିଛି । ବିଜେପି, କଂଗ୍ରେସ, ପିପୁଲସ ଏଲାଏନ୍ସ ଫର ଗ୍ରୁପକାର ମଧ୍ୟରେ ଚାଲିଛି ଟକ୍କର । ୭ଟି ଦଳ ମିଶି କରିଛନ୍ତି ଗୁପକାର ମେଂଟ । ବିଜେପିକୁ ପଛରେ ପକାଇ ଦେଇଛି ଗୁପକାର ମେଂଟ ।
ବିଜେପି ୭୩ଟି ଆସନରେ ଆଗୁଆ ଥିବା ବେଳେ ଏବଂ ଗୁପକାର ମେଂଟ ୯୭ଟି ସିଟରେ ଆଗୁଆ ରହିଛି । କଂଗ୍ରେସ ୨୫ଟି ଆସନରେ ଆଗୁଆ ଥିବା ବେଳେ ଅପନି ପାର୍ଟି ୧୨ ଏବଂ ଅନ୍ୟାନ ଦଳ ୭୧ଟି ଆସନରେ ଆଗୁଆ ଅଛନ୍ତି । ଜମ୍ମୁକଶ୍ମୀରରେ ୨୮୦ଟି ଆସନ ପାଇଁ ୮ଟି ପର୍ଯ୍ୟାୟରେ ହୋଇଥିଲା ମତଦାନ ।

from Kanak News
via <a href="https://ifttt.com/?

ପରୀ ହତ୍ୟା ମାମଲାରେ କାହିଁକି ସନ୍ଦେହ ଘେରକୁ ଆସିଲା ସୈତାନ ସରୋଜ ? ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଥିଲା ଅଭିଯୁକ୍ତର ମିଛ, ସବୁ ପ୍ରଶ୍ନର ଦେଇଥିଲା ମିଛ ଉତ୍ତର ।

କନକ ବ୍ୟୁରୋ : କାହିଁକି, ପରୀ ଘର ପାଖରେ ଥିବା, ସରୋଜ ସେଠୀ ଉପରେ ସନ୍ଦେହ କଲା ତଦନ୍ତକାରୀ ଟିମ୍ । ସେହି ଘର ପାଖରେ ଥାଇ ପାଂଚ ମାସ ହେଲା ଯାହାକୁ କେହି ଧରି ପାରି ନଥିଲେ ତାଉପରେ କାହିଁକି ଏସଆଇଟିର ତଦନ୍ତ ଘୁରି ବୁଲିଲା ।
ପରୀ ଘର ପାଖରେ ରହୁଥିବା ଏହି କଲେଜ ପଢୁଆ ଯୁବକ ସରୋଜ ସେଠୀକୁ ଦେଖିଲେ ଆପଣ ହୁଏତ କେବେ କଳ୍ପନା କରିପାରିବେ ନାହିଁ ଏହି ଚେହେରା ପଛରେ ଏତେ ବଡ ଜଘନ୍ୟ ଅପରାଧିର ଗୁଣ ଲୁଚି ରହିଛି । ଏସଆଇଟି ମଧ୍ୟ ପ୍ରଥମେ ପ୍ରଥମେ ସରୋଜ ଉପରେ ସେତେ ସନ୍ଦେହ କରୁ ନଥିଲା ।

ରକ୍ତ ନମୁନା ସଂଗ୍ରହକୁ ବିରୋଧ କଲା ସରୋଜ । ପଚାରିଲା, ତା ବିରୋଧରେ କଣ ପ୍ରମାଣ ଅଛି । ଡିସେମ୍ବର ଆରମ୍ଭରେ ଯେତେବେଳେ ଏସଆଇଟି ଟିମ୍, ଯଦୁପୁର ଗାଁରେ ୧୮ ରୁ ୩୫ ବର୍ଷ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରୁଥିଲା, ସେତେବେଳେ ଏହାକୁ ବିରୋଧ କଲା ସରୋଜ ।

ମୋବାଇଲର ବନ୍ଦ ଫୋଲଡରର ପାସୱାର୍ଡ ମାଗିଲା ପୋଲିସ । ସରୋଜ କହିଲା ସେ ଜାଣି ନାହିଁ ପାସୱାର୍ଡ । ଏହି ଘଟଣା ମଧ୍ୟ ପୋଲିସର ସନ୍ଦେହକୁ ବଢ଼ାଇ ଦେଲା । ପାଲଟା ସରୋଜ ପୋଲିସକୁ କହିଲା ଆପେ ଆପେ ଫୋଲଡର ଲକ୍ ହୋଇଯାଇଥିବ ।

ଅନ୍ୟପଟେ ପଲିଗ୍ରାଫ୍ ଟେଷ୍ଟକୁ ମଧ୍ୟ ମନା କଲା ସରୋଜ । ରିପୋର୍ଟରେ ଆସିଲା ପରୀ ସମ୍ପର୍କରେ ସବୁ କହିଥିଲା ମିଛ । ସତ ଓଗାଳିବା ପାଇଁ ଯଦୁପୁର ଗାଁର ୩୦ ରୁ ୪୦ ଯୁବକଙ୍କ ଯେତେବେଳେ ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ଏସଆଇଟି କହିଲା, ସମସ୍ତେ ରାଜି ହୋଇଗଲେ, କିନ୍ତୁ ମନା କରିଦେଲା ସରୋଜ ।

ମନ୍ଦିରରେ କିଏ ଅଛି ପ୍ରଶ୍ନରେ ମୁଁ କଦଳୀ ଖାଇ ନାହିଁ ବୋଲି କହିବା ପରି ତଦନ୍ତକାରୀ ଟିମକୁ ସରୋଜ ପଚାରିଲା ତା ବିରୋଧରେ କ’ଣ ପ୍ରମାଣ ଅଛି । ଶେଷରେ ରାଜି ହେଲା ଓ ରିପୋର୍ଟ ଆସିଲା ପରୀ ପ୍ରସଙ୍ଗରେ ସବୁ ମିଛ କହିଛି ।
ପରୀ ପ୍ରସଙ୍ଗରେ ତଦନ୍ତକାରୀ ଟିମର ଅଧିକାରୀମାନେ ସରୋଜକୁ ଯେତେବେଳେ ଅଧିକରୁ ଅଧିକ କଥା ପଚାରିଲେ ସେ ଧିରେ ଧିରେ ଅଧିକ ପ୍ରତିକ୍ରିୟାଶୀଳ ହେବାରେ ଲାଗିଲା । ଯେଉଁଦିନ ପରୀର ଫ୍ରକରୁ ସିମେନ୍ ମିଳିବା କଥା ଆସିଲା, ସେଦିନ ସବୁଠୁ ଅଧିକ ରାଗି ଯାଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲା ସରୋଜ ।

ଏହାଛଡା ସରୋଜ ବିରୋଧରେ ଏସଆଇଟି ଠୋସ ପ୍ରମାଣ ରଖିଛି ବୋଲି ଦାବି କରିଛି । ଏସଆଇଟି ମୁଖ୍ୟ କହିଛନ୍ତି, ଗାଁର ଦୁଇ ଜଣ ଲୋକଙ୍କୁ ପୁରା ଘଟଣା ବିଷୟରେ ବର୍ଣ୍ଣନା କରିଛି ସରୋଜ । ଆଉ ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏହାର ଭିଡିଓ ରେକର୍ଡ କରି ନେଇଛି । କୋର୍ଟରେ ଏହି ଭିଡିଓ ଦାଖଲ କରିବ ଏସଆଇଟି ।

from Kanak News
via <a href="https://ifttt.com/?

ଆଶଙ୍କା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ଭୂତାଣୁର ନୂଆ ସ୍ୱରୁପ ଭିତରେ ବ୍ରିଟେନରୁ ସ୍ୱଦେଶ ଫେରିଲେ ଭାରତୀୟ, ଏକାଧିକ ଯାତ୍ରୀ କରୋନା ପଜିଟିଭ୍ ।

କନକ ବ୍ୟୁରୋ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବାବେଳେ ଭାରତକୁ ଲଣ୍ଡନରୁ ଫେରିଛନ୍ତି କିଛି ଯାତ୍ରୀ । ସେମାନଙ୍କ ମଧ୍ୟରୁ କେତେ ଜଣ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଦେହରେ କରୋନାର କେଉଁ ଷ୍ଟ୍ରେନ ରହିଛି ତାହା ଜଣାପଡିନାହିଁ । ଏସବୁକୁ ଦୃଷ୍ଟିରେ ରଖି ସତର୍କ ହୋଇ ଯାଇଛନ୍ତି ଭାରତ ସରକାର ।

କରୋନାର ନୂଆ ଷ୍ଟ୍ରେନର ଭୟ ଭିତରେ ବ୍ରିଟେନରୁ ଭାରତ ଫେରିଛନ୍ତି ଯାତ୍ରୀ । ଆଉ ଏହି ଯାତ୍ରୀମାନଙ୍କ ମଧ୍ୟରୁ କିଛି ଯାତ୍ରୀ କରୋନା ପଜିଟିଭ୍ ବି ଅଛନ୍ତି । କିନ୍ତୁ ପଜିଟିଭ୍ ଆସିଥିବା ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଅଛି ନା ନାହିଁ ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ବର୍ତମାନ ସୁଦ୍ଧା ଭାରତରେ କରୋନାର ବ୍ରିଟେନ୍ ଷ୍ଟ୍ରେନ୍ ଦେଖିବାକୁ ମିଳିନଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।

ଭକ୍ତଙ୍କ ପାଇଁ ମନ୍ଦିର ଖୋଲୁଥିବା ବେଳେ, କଟକଣା ଭିତରେ ଜୀବନଯାତ୍ରା ସ୍ୱାଭାବିକ ହେଉଥିବା ବେଳେ, ସଦୂର ବ୍ରିଟେନରୁ କରୋନାକୁ ନେଇ ଆସିଥିବା ଖବର, ପୁଣି ଥରେ ସମସ୍ତଙ୍କୁ ଏକ ବଡ଼ ଆଶଙ୍କା ଠେଲି ଦେଇଛି । ସାର୍ସ-କୋଭି-୨ (SARS-CoV-2) । ଇଏ ହେଉଛି କରୋନାର ସଦ୍ୟତମ ପରିବର୍ତିତ ସ୍ୱରୂପ । ଯାହା ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି, ଆଉ ଏଥିରୁ ଭାରତ ବାଦ୍ ପଡ଼ିନି ।

ଠିକ୍ ଏତିକି ବେଳେ ବ୍ରିଟେନରୁ ଫେରୁଥିବା ଯାତ୍ରୀ ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛନ୍ତି । କାରଣ ବିଟ୍ରେନରୁ ଭାରତ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର ।

-ନଭେମ୍ବର ୨୫ରୁ ଡିସେମ୍ବର ୮ ତାରିଖ ଭିତରେ ବ୍ରିଟେନରୁ ଭାରତ ଫେରୁଥିବା ଯାତ୍ରାଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବ
-ଆର୍ନ୍ତଜାତୀୟ ବିମାନରେ ଭାରତ ଫେରିଥିବା ଯାତ୍ରୀମାନେ ତାଙ୍କ ୧୪ ଦିନର ଯାତ୍ରା ବିବରଣୀ ଦେବେ
-ଯାତ୍ରୀ କରୋନା ପଜିଟିଭ୍ ଆସିଲେ, ନୂଆ ଷ୍ଟ୍ରେନ୍ ନେଇ ପରୀକ୍ଷା କରାଯିବ
-ଭୂତାଣୁର ବ୍ରିଟେନ୍ ଷ୍ଟ୍ରେନ୍ ସହ କୋଭିଡ୍ ପଜିଟିଭ୍ ଆସିଲେ ରୋଗୀଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍ ୟୁନିଟରେ ରଖାଯିବ

କରୋନାର ଏହି ନୂଆ ଷ୍ଟ୍ରେନ୍ ୭୦% ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ କହିବା ପରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି । ତେବେ କରୋନା ପାଇଁ ଜାରି ହୋଇଥିବା ସତର୍କତା ତଥା କୋଭିଡ୍ ନିୟମ ପାଳନ କଲେ, ଭୁତାଣୁର କୌଣସି ସ୍ୱରୁପକୁ ନିୟନ୍ତ୍ରଣ କରିବ ହେବ ବୋଲି କହିଛନ୍ତି ଡାକ୍ତର । ବଡ଼ କଥା ହେଉଛି, ବର୍ତମାନ ସୁଦ୍ଧା ଭାରତରେ କରୋନାର ନୂଆ ଷ୍ଟେନ୍ ଦେଖିବାକୁ ମିଳିନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଭାରତକୁ କରୋନାର ନୂଆ ଷ୍ଟ୍ରେନ୍ ଆସିନାହିଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started