ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ । 

କନକ ବ୍ୟୁରୋ : ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଟିକାକରଣ ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯିବ । ଏନେଇ କର୍ମଚାରୀଙ୍କୁ ଠିକ ଭାବେ ତାଲିମ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନିଜେ ଉପସ୍ଥିତ ରହି ଟିକାକରଣ ପ୍ରସ୍ତୁତିକୁ ଅନଧ୍ୟାନ କରିବେ ଜିଲ୍ଲାପାଳ ।

ଟିକାକରଣ ପାଇଁ ସଂପୂର୍ଣ୍ଣ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ୟ୍ୟାୟରେ କେଉଁମାନେ ଟିକା ନେବେ, ତା’ର ଚୂଡ଼ାନ୍ତ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରେ ଅଛନ୍ତି ୧ଲକ୍ଷ ୪୦ ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓ । ଟିକାକରଣ ପାଇଁ ୨୯ ହଜାର ୨୭୬ଟି କେନ୍ଦ୍ର ଚିହ୍ନଟ କରାଯାଇଛି ।

୮୨୭୬ ଜଣ ଟିକାଦାନ କର୍ମୀ ନିୟୋଜିତ ହେବେ । ସବୁଠୁ ବଡ଼ କଥା ହେଉଛି, ଟିକା ମହଜୁଦ ରଖିବାକୁ କୋଲ୍ଡ ଚେନ୍ ବା ଶୀତଳ ଶୃଙ୍ଖଳ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତୁତି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ଟିକାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ମୋଟ ୧୨୨୨ କୋଲ୍ଡ ଚେନ୍ ପଏଂଟ କରାଯାଇଛି ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁର ଛାତିଥରା କାହାଣୀ । ନୀରିହ କୁନି ଝିଅକୁ ନିର୍ମମ ଓ ବିଭତ୍ସ ଭାବେ ତଣ୍ଟି ଚିପି ହତ୍ୟା କରିଛି ସୈତାନ ସରୋଜ, ହତ୍ୟା ପରେ ମରଶରୀର ସହ ହୋଇଛି ଦୁଷ୍କର୍ମ ଉଦ୍ୟମ ।

କନକ ବ୍ୟୁରୋ : ନୟାଗଡର କୁନି ଝିଅ, ପରୀ ହତ୍ୟାକାଣ୍ଡ ଘଟଣା ଉପରୁ ରହସ୍ୟ ଖୋଲିଛି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟି । କିନ୍ତୁ ଯେଉଁ କାହାଣୀ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ବିଭତ୍ସ ଓ ଲୋମହର୍ଷଣକାରୀ । କେହି ଚାହିଁବ ନାହିଁ ତା ଶତ୍ରୁ ସହ ବି ଏଭଳି ଘଟଣା ଘଟୁ । ଘର ପାଖରେ ରହୁଥିବା ଏକ ଯୁବକ ତାକୁ ତଂଟିଚିପି ହତ୍ୟା କରିବା ପରେ ମରଶରୀର ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଛି । ଏ କଥା କହିବା ବେଳକୁ ବି ଖରାପ ଲାଗୁଛି, କିନ୍ତୁ ପୋଲିସର କହିବା ଅନୁସାରେ ସେହି ଯୁବକ ସରୋଜ ସେଠୀ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ।

ପରୀ ହତ୍ୟା ଘଟଣାର ଚାଂଚଲ୍ୟକର କାହାଣୀ । ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତଦନ୍ତକାରୀ ଅଧିକାରୀ । ମାତ୍ର ପାଞ୍ଚ ବର୍ଷର ଏହି କୁନି ଝିଅ ଯେତିକି ନୀରିହ ଥିଲା, ସେତିକି ନିର୍ମମ ଓ ବିଭତ୍ସ ଥିଲା ତାର ହତ୍ୟା କାହାଣୀ । ଯେତେବେଳେ ପ୍ରେସମିଟରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ରହସ୍ୟ ଉପରୁ ପରଦା ଉଠାଇବା ଆରମ୍ଭ କଲେ, ସେ ନିଜେ କହୁଥିଲେ ତାଙ୍କ ୨୨ ବର୍ଷର କ୍ୟାରିୟର ଭିତରେ ଏଭଳି ଘଟଣା ସେ ଦେଖିନଥିଲେ ।

ଜୁଲାଇ ୧୪ ତାରିଖ । ସମୟ- ସକାଳ ୧୦ଟା ୩୦ ରୁ ୧୦ଟା ୪୦ । ଅନ୍ୟ ଦିନ ପରି ପାଖରେ ଥିବା ସରୋଜ ଘର ବାଡିରେ ଥିବା ଜାମୁ କୋଳି ଖାଇବାକୁ ଆସିଥିଲା ପରୀ । ଘରେ ଆଉ କେହି ବି ନଥିଲେ । ସରୋଜ ଏକୁଟିଆ ଥିଲା । ପୂର୍ବ ଦିନ ସାରା ରାତି ମୋବାଇଲରେ ଅଶ୍ଳିଳ ଭିଡିଓ ଦେଖୁଥିଲା । ତାକୁ କୁଆଡେ କୁନି କୁନି ଝିଅଙ୍କ ଅଶ୍ଳିଳ ଭିଡିଓ ଦେଖିବାକୁ ଭଲ ଲାଗେ । ପରୀକୁ ଏକୁଟିଆ ପାଇ ଘର ଭିତରକୁ ଡାକିନେଲା ସୈତାନ ସରୋଜ ।

ପୂର୍ବ ରାତିରେ ଅଶ୍ଳିଳ ଭିଡିଓ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇ ସାରିଥିଲା ଏବଂ କାମନାର ରାକ୍ଷସ ବନି ଯାଇଥିଲା । ପରୀର ପୋଷାକ ପତ୍ର ଓହ୍ଲାଇ ଦେବାକୁ ଚେଷ୍ଟା କଲା । ଏହି ସମୟରେ ଖୁବ୍ ଜୋରରେ ଚିତ୍କାର କରିଥିଲା ପରୀ । କାଳେ ଲୋକ ଜାଣି ଦେବେ ସେହି ଡରରେ ପରୀର ତଂଟିକୁ ଧରିପକାଇଥିଲା । ପାଞ୍ଚ ବର୍ଷର କୁନି ଝିଅ ଏଭଳି ଏକ ନରରାକ୍ଷସ ଆଗରେ କେତେ ସମୟ ବା ଲଢ଼ିପାରିଥାନ୍ତା । କିଛି ସମୟରେ ତା ଜୀବନ ଚାଲିଗଲା ।

କିନ୍ତୁ ତାପରେ ଯାହା ଘଟିଲା ତାହା ଏତେ ଘୃଣ୍ୟ ଓ ବିଭତ୍ସ ଥିଲା ଯେ ତାକୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ପରୀର ମୃତ ଦେହକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ସରୋଜ । କାରଣ ତା ମନରେ ପୂର୍ବ ରାତିର ସେହି ଅଶ୍ଳିଳ ଭିଡିଓର ନଶା ମୁଣ୍ଡକୁ ଧରି ରଖିଥିଲା । କିଛି ସମୟ ପରେ ପ୍ରକୃତିସ୍ଥ ହୋଇଥିଲା ଏବଂ ଜାଣି ପାରିଲା ସେ କ’ଣ କରୁଛି । ଏବେ ତାର ମୁଖ୍ୟ କାମ ଥିଲା ପରୀର ମୃତ ଦେହକୁ ଲୁଚାଇବା ।

ଘର ପଛ ପଟେ ପୋଖରୀ ପାଖରେ ନଡିଆ ବାହୁଁଙ୍ଗାରେ ଢ଼ାଙ୍କି ଏକ ବୁଦା ତଳେ ଫୋପାଡି ଦେଇଥିଲା ସରୋଜ । ଆଉ ଚୁପଚାପ ଘରକୁ ଫେରି କିଛି ନଜାଣିଲା ଭଳି ରହିଗଲା । କେହି ସୁରାଗ ବି ପାଇଲେନି, ଏତେବଡ ଘଟଣା ଘଟାଇ ଆରାମରେ ଏହି ଯୁବକ ସାରା ନୟାଗଡ ବୁଲୁଥିଲା ।

from Kanak News
via <a href="https://ifttt.com/?

୯ ମାସର ପରେ କାଲିଠୁ ଦର୍ଶନ ଦେବେ କାଳିଆ ଠାକୁର । ଭାବର ଠାକୁରଙ୍କୁ ଆଖି ପୁରାଇ ଦେଖିବେ ଭକ୍ତ । ପ୍ରଥମେ ସେବାୟତ, ପରେ ପୁରୀବାସିନ୍ଦା କରିବେ ଦର୍ଶନ ।

କନକ ବ୍ୟୁରୋ : କୋଟି କୋଟି ଜଗନ୍ନାଥ ପ୍ରେମୀ ଦୀର୍ଘ ୯ମାସ ହେଲା ଯେଉଁ ଦିନକୁ ଚାହିଁ ବସିଥିଲେ ରାତି ପାହିଲେ ସେହି ଦିନ ଆସିବାକୁ ଯାଉଛି । ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ଭାବର ଠାକୁର କାଳିଆ ସାଆନ୍ତଙ୍କୁ ଆଖି ପୁରାଇ ଦେଖିବେ ଭକ୍ତ । କାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ୨୬ରୁ ମାସ ଶେଷ ପର୍ଯ୍ୟନ୍ତ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୩ ତାରିଖରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଅନ୍ୟ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ।

ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ୯ ମାସର ବ୍ୟବଧାନ ପରେ ମହାପ୍ରଭୁଙ୍କ ମିଳିବ ଦର୍ଶନ । ବୁଧବାର ସକାଳୁ ସେବାୟତ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ପ୍ରଶାସନ ।

-୨୩ରୁ ୨୫ ତାରିଖ ମଧ୍ୟରେ ଦର୍ଶନ କରିବେ ସେବାୟତ
-୨୬ ତାରିଖ ସକାଳ ୭ଟା୩୦ରୁ ପୁରୀବାସୀ କରିବେ ଦର୍ଶନ

ନଜର ପକାନ୍ତୁ କେଉଁ ୱାର୍ଡ ବାସିନ୍ଦା କେବେ ଆଉ କେଉଁ ସମୟରେ କରିବେ ଦର୍ଶନ

୨୬ ତାରିଖ
୭.୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୬ ଏବଂ ୯
୧୨ଟାରୁ ୪ଟା୩୦ – ୱାର୍ଡ ନମ୍ବର ୧୨ ଏବଂ ୧୫
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୨,୩ ଏବଂ ୧୧

୨୭ ତାରିଖ
ସକାଳ ୭ଟା୩୦ରୁ ୧୧ଟା ୩୦ – ୱାର୍ଡ ନମ୍ବର ୧୩
୧୨ଟାରୁ ୪ଟା – ୱାର୍ଡ ନମ୍ବର ୧୬
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୪,୧୭,୨୦

୨୮ ତାରିଖ
ସକାଳ ୭ଟା୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୭.୧୯
୧୨ଟାରୁ ୪ଟା ୩୦ – ୱାର୍ଡ ନମ୍ବର ୮ ଏବଂ ୨୧
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୫

୨୯ ତାରିଖ
ସକାଳ ୭ଟା୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୧୪,୩୨
୧୨ଟାରୁ ୪ଟା ୩୦ – ୱାର୍ଡ ନମ୍ବର ୨୨ ଏବଂ ୨୬
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୧

୩୦ ତାରିଖ
ସକାଳ ୭ଟା୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୨୩,୨୪
୧୨ଟାରୁ ୪ଟା ୩୦ – ୱାର୍ଡ ନମ୍ବର ୨୫ ଏବଂ ୩୦
୪ଟା୩୦ରୁ ରାତ୍ର ପହୁଡ – ୱାର୍ଡ ନମ୍ବର ୨୭

୩୧ ତାରିଖ
ସକାଳ ୭ଟା୩୦ରୁ ୧୧ଟା୩୦ – ୱାର୍ଡ ନମ୍ବର ୨୮
୧୨ଟାରୁ ୪ଟା ୩୦ – ୱାର୍ଡ ନମ୍ବର ୨୯ ଏବଂ ୩୧

ତେବେ ସହରବାସୀଙ୍କୁ ମାର୍କେଟ ଛକରୁ ବାରିକେଡରେ ଆସି ଦର୍ଶନ କରିବା ପାଇଁ ୩ କିଲୋମିଟର ଚାଲିବାକୁ ପଡିବ ।

ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗିବେ ଜଗନ୍ନାଥ ଟେମ୍ପୁଲ ପୋଲିସ । ଭିତର ବେଢାରେ ସାତପାହାଚ ପାଖରେ ଗରୁଡସ୍ତମ୍ଭ ନିକଟରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହେବେ । ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ୱାରରେ ଦର୍ଶନ ବ୍ୟବସ୍ଥା ରହିବ । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।

from Kanak News
via <a href="https://ifttt.com/?

ବ୍ରିଟେନରୁ ଓଡିଶା ଆସିଲେ ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

କନକ ବ୍ୟୁରୋ : ବ୍ରିଟେନରୁ ଓଡିଶା ଆସିଲେ ଏଣିକି ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ନୂଆଷ୍ଟ୍ରେନର କରୋନା ଭାଇରସ ପାଇଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ବ୍ରିଟେନରେ ଏହି ନୂଆ କରୋନା ଭାଇରସ ଚିହ୍ନଟ ହୋଇଛି । ପୂର୍ବ କରୋନା ଭାଇରସ ତୁଳନାରେ ଏହା ଅଧିକ ବ୍ୟାପୁଛି ।

ଅନ୍ୟ ପକ୍ଷରେ ଆଜି ଭାରତରେ ବ୍ରିଟେନର କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଦିଲ୍ଲୀ ବିମାନ ବନ୍ଦରରେ ଯାଂଚ ବେଳେ ଡାକ୍ତରୀ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି ୫ ଜଣ ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାତ୍ରୀ ଓ କ୍ରୁ ମେମ୍ବର । ୨୬୬ ଜଣ ଯାତ୍ରୀ ବ୍ରିଟେନରୁ ଆସିଥିଲେ ।

ଏବେ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କୁ ନେଇ ଚିନ୍ତା ବଢାଇ ଦେଇଛି । ସେପଟେ ୟୁକେରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏସଓପି ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଗତ ନଭେମ୍ୱର ୨୫ରୁ ୮ ଡିସେମ୍ୱର ମଧ୍ୟରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଯୋଗାଯୋଗ କରାଯିବ । ସମସ୍ତେ ବ୍ୟକ୍ତିଗତ ଭାବେ ତତ୍ୱାବଧାନରେ ରହିବାକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନରେ କରୋନା ସଂକ୍ରମଣର ନୂଆ ରୂପ ଚିହ୍ନଟ ପରେ ଏବେ ଭାରତ ପାଇଁ ବି ଚିନ୍ତା ବଢିଛି ।

ଗତକାଲି ଭାରତ ସମେତ ଅନେକ ଦେଶ ବ୍ରିଟେନରୁ ବିମାନ ଚଳାଚଳ ବାତିଲ୍ କରିଛନ୍ତି । ଏହାରି ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି ବ୍ରିଟେନରେ ଦେଖା ଯାଉଥିବା କରୋନା ୭୦ ପ୍ରତିଶତ ବେଗରେ ବଢ଼ୁଛି, ହେଲେ ସେଠାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କେହି ଗୁରୁତର ହୋଇ ନାହାନ୍ତି । ହେଲେ ସଂକ୍ରମଣ ନେଇ ସତକର୍ତା ଅବଲମ୍ବନ କରିବା ଉଚିତ ।

from Kanak News
via <a href="https://ifttt.com/?

ଫେବୃଆରୀ ମାସରେ ହେବନି ସିବିଏସଇ ପରୀକ୍ଷା । ପରୀକ୍ଷା ପାଇଁ ଶୀଘ୍ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହେବ । ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ : ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଏପରିକି ଆସନ୍ତା ଫେବୃଆରୀ ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।

ଆଜି ଏକ ଓ୍ବେବିନାରରେ ସେ କହିଛନ୍ତି ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା କରାଯିବା ସମ୍ପର୍କରେ ନିଷ୍ପତ୍ତି ପରବର୍ତ୍ତି କାଳରେ ନିଆଯିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ହିଁ ହେବ । କାରଣ ଅନେକ ପରୀକ୍ଷା କେନ୍ଦ୍ର ଗ୍ରାମାଞ୍ଚଳରେ ରହିଛି । ଏଥର ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ସିଲାବସକୁ ପ୍ରାୟ ୩୦ ପ୍ରତିଶତ ହ୍ରାସ କରାଯାଇଛି । ପିଲାମାନଙ୍କ ଉପରୁ ଚାପ କମ କରିବାକୁ ଏହା କରାଯାଇଛି ।

ଅନ୍ୟପକ୍ଷରେ ପରୀକ୍ଷାକୁ ବାତିଲ କରି ପିଲାମାନଙ୍କୁ ପାଶ କଲେ ତାହା ପିଲାମାନଙ୍କ ପ୍ରତି ଅବିଚାର ହେବ । କାରଣ ଭବିଷ୍ୟତରେ ସେମାନଙ୍କୁ କୋଭିଡ ସମୟର ପିଲା ବୋଲି କୁହାଯାଇପାରେ । ଏହା ସେମାନଙ୍କୁ ଉଚ୍ଚ ଶିକ୍ଷା, ଚାକିରି ଆଦି ବେଳେ ସମସ୍ୟାରେ ପକାଇପାରେ । ଏଣୁ ପରୀକ୍ଷା କୌଣସି ପରିସ୍ଥିତିରେ ବି ରଦ୍ଦ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ଦିନେ ରାସ୍ତାକଡରେ ଚଲାଉଥିଲେ ଢାବା । ଏବେ ନୂଆ ରେସ୍ତୋରାଁ ଖୋଲିଲେ ‘ବାବା କା ଢାବା’ର ମାଲିକ । ନିଜେ ରେସ୍ତୋରାଁ ବସୁଛନ୍ତି, ଲୋକଙ୍କୁ କାମରେ ଲଗାଉଛନ୍ତି ।

କନକ ବ୍ୟୁରୋ : ଦିନେ ରାସ୍ତାକଡରେ ଚଲାଉଥିଲେ ଢାବା । ଆଉ ସୋସିଆଲ ମିଡିଆର ପାୱାରରେ ହେଇଗଲେ ଫେମସ । ହଁ ଆମେ କହୁଛୁ ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କ କଥା । ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାବା କା ଢାବାର ମାଲିକ । ଢାବାରେ ବିକ୍ରି ନ ହେବା ଯୋଗୁଁ ଦିନେ କାନ୍ଦି ପକାଇଥିବା କାନ୍ତା ପ୍ରସାଦ ଆଉ ଆଜି ଖୋଲିଛନ୍ତି ଏକ ନୂଆ ରେଷ୍ଟୁରାଣ୍ଟା ଆଉ ଏଇ ରେଷ୍ଟୁରାଣ୍ଟର କ୍ୟାସ କାଉଣ୍ଟରର ଦାୟିତ୍ୱ ସମ୍ଭାଳୁଛନ୍ତି ନିଜେ କାନ୍ତାପ୍ରସାଦ । ରେଷ୍ଟୁରାଣ୍ଟର କାମ କରିବା ପାଇଁ ସେ କର୍ମଚାରୀ ମଧ୍ୟ ରଖିଛନ୍ତି ।

ସୋସିଆଲ ମିଡିଆ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇବ ତାହା କେହି ବି କହିପାରିବେନି । ଏଭଳି ସୋସିଆଲ ମିଡିଆର ପ୍ରଭାବ ପଡିଛି ବାବା କା ଢାବାର ମାଲିକ କାନ୍ତା ପ୍ରସାଦଙ୍କ ଉପରେ । ଏହାପରେ ପୂରା ବଦଳି ଯାଇଛି କାନ୍ତାପ୍ରସାଦଙ୍କ ଜୀବନ । ରାସ୍ତା କଡରେ ଢାବା ଚାଲୁ ନଥିବାରୁ ଦିନେ କାନ୍ଦି ପକାଇଥିଲେ କାନ୍ତା ପ୍ରସାଦ । ଆଉ ଭାଇରାଲ ହୋଇଯାଇଥିଲା ତାଙ୍କର ଏହି ଭିଡିଓ । ପରେ ଏହି ବୃଦ୍ଧଙ୍କୁ ସହାୟତା ପାଇଁ ଚାରିଆଡୁ ସାହାଯ୍ୟର ସୁଅ ଛୁଟିଥିଲା ।

ରେଷ୍ଟୁରାଣ୍ଟ କରିବା ପାଇଁ କାନ୍ତା ପ୍ରସାଦ ୩୫ ହଜାର ଟଙ୍କାରେ ଏକ ଦୋକାନ ଘର ଭଡା ନେଇଛନ୍ତି । ବାବାଙ୍କ ଏହି ନୂଆ ରେଷ୍ଟୁରାଣ୍ଟରେ ସିସିଟିଭ କ୍ୟାମେରା ମଧ୍ୟ ଲାଗିଛି । ଯାହା ଦ୍ୱାରା କାନ୍ତା ପ୍ରସାଦ ରେଷ୍ଟୁରାଣ୍ଟକୁ ଆସୁଥିବା ଲୋକ ଓ ନିଜ କର୍ମଚାରୀଙ୍କ କାମ ଉପରେ ନଜର ରଖୁଛନ୍ତି । ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କାନ୍ଥରେ ବିଭିନ୍ନ ପ୍ରକାର ପେଣ୍ଟିଙ୍ଗ କରାଯାଇଛି । ଏହାସହ ରେଷ୍ଟୁରାଣ୍ଟରେ ଇଣ୍ଡିଆନ ଓ ଚାଇନିଜ ଖାଦ୍ୟ ମଧ୍ୟ ତିଆରି ହେଉଛି । ତେବେ ରେଷ୍ଟୁରାଣ୍ଟ ଖୋଲିବା ପରେ ସ୍ୱାମୀ-ସ୍ତ୍ରୀ ଖୁସି ଥିବା କହିଛନ୍ତି କାନ୍ତା ପ୍ରସାଦଙ୍କ ସ୍ତ୍ରୀ ।

ବାବା କା ଢାବା ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଗୌରବ ୱାସନ ନାମକ ଜଣେ ୟୁଟୁବର କାନ୍ତାପ୍ରସାଦଙ୍କ କାନ୍ଦୁଥିବା ଭିଡିଓ କରି ଭାଇରାଲ କରିଥିଲେ । ଆଉ ଏହି ଭିଡିଓ ଜରିଆରେ ଏଠାରେ ଖାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଥିଲେ । ଏହାପରେ ବାବା କା ଢାବାରେ ଖାଇବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ଏହାସହ କାନ୍ତା ପ୍ରସାଦଙ୍କୁ ସାହାଯ୍ୟ କରିବା ପାଇଁ ଲୋକମାନେ ତାଙ୍କୁ ଅନଲାଇନ ଓ ଅଫଲାଇନରେ ଅନେକ ଟଙ୍କା ପଠାଇଥିଲେ । ପରେ ଟଙ୍କା ହେରଫେର ନେଇ କାନ୍ତା ପ୍ରସାଦ ଓ ଗୌରବଙ୍କ ମଧ୍ୟରେ ବିବାଦ ହୋଇଥିଲା ।

କାନ୍ତା ପ୍ରସାଦ ଗୌରବଙ୍କ ନାଁରେ ଟଙ୍କା ହଡପ କରି ନେଇଥିବା ଅଭିଯୋଗ ଆଣିଥିଲେ । ହେଲେ ଗୌରବ ଏହି ଅଭିଯୋଗକୁ ଖଣ୍ଟନ କରିଥିଲେ । ଆଉ କହିଥିଲେ ସେ କାନ୍ତା ପ୍ରସାଦଙ୍କ ସମସ୍ତ ଟଙ୍କା ତାଙ୍କୁ ଦେଇ ଦେଇଛନ୍ତି ।

from Kanak News
via <a href="https://ifttt.com/?

ରାଜକନିକାରୁ ଆସିଲା ଲୁହଭିଜା କାହାଣୀ । ପୋଖରୀରେ ବୁଡି ଏକା ସାଙ୍ଗରେ ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ । 

କନକ ବ୍ୟୁରୋ : କେହି ବିଶ୍ୱାସ କରିପାରୁ ନାହାନ୍ତି, ନିଷ୍ଠୁର ସତକୁ କେହି ସ୍ୱୀକାର ବି କରୁ ନାହାନ୍ତି । ବାପା ମାଆ ତ ଦୂରର କଥା ନା ପରିବାର ନା ଗାଁଲୋକେ । କେହି ବି ଗ୍ରହଣ କରିପାରୁ ନାହାନ୍ତି ଯେ, ସେମାନଙ୍କ ପାଖରୁ ସବୁଦିନ ପାଇଁ ଦୂରେଇ ଯାଇଛନ୍ତି ଏ ନିଷ୍ପାପ ଶିଶୁ ଦୁଇଟା । ଗାଁ ଦାଣ୍ଡରେ ଗୁଲୁଗୁଲୁରୁ ହୋଇ ଧୂଳି ମାଟିରେ ଖେଳୁଥିବା ଏ କଅଁଳ କଢି ଦୁଇ ଜଣ ମାଆ କୋଳ ଖାଲି କରିଦେଇଛନ୍ତି ଆଉ ଦୁଃଖ ଦରିଆରେ ଭସେଇ ଦେଇ ସବୁଦିନ ପାଇଁ ଆଖି ବୁଜିଛନ୍ତି ଭାଇ-ଭଉଣୀ ।

ଭଉଣୀକୁ ୭ ବର୍ଷ, ଭାଇକୁ ୩ ବର୍ଷ । ଜୀବନ କଣ ଜାଣିବା ଆଗରୁ ମୃତ୍ୟୁ ସେମାନଙ୍କୁ ଆପଣେଇ ନେଇଛି । ଭାଗ୍ୟର ଭୁଲ ନା ସମୟର ଖେଳ । ପୋଡା କପାଳକୁ ନିନ୍ଦି ମାଆ ମଥାପିଟି କାନ୍ଦୁଛି ତ ବାପା ରାହା ଧରି । ଆଖି ଆଗରୁ ସେମାନଙ୍କ ଭବିଷ୍ୟତ, ଘରର ଆଲୁଅ ଲିଭିଯିବା ପରେ ମାଆବାପାଙ୍କୁ ଚାରିଆଡେ ଅନ୍ଧାର ଦିଶୁଛି । ଜଣେ ନୁହେଁ ଡକାଡକି ହୋଇ ପୁଅଝିଅ ପାଣିରେ ବୁଡି ପର ପାରିକୁ ଚାଲିଯାଇଛନ୍ତି ।

କେନ୍ଦ୍ରାପଡା ରାଜକନିକା ଥାନା କାଟଣାବଣିଆ ପଞ୍ଚାୟତ ଡାହାଣୀଗିରି ଗାଁର ବିନୋଦ ବେହେରାଙ୍କ ପୁଅଝିଅ ପାୟଲ ଓ ବିଶ୍ୱଜିତ ପାଣିରେ ବୁଡି ଆଖିବୁଜିଛନ୍ତି । ଘର ପଛପଟେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କର ମୃତ୍ୟୁ ହୋଇଛି । ପୋଖରୀରେ ଦୁହେଁ ଭାସୁଥିବା ବେଳେ ପରିବାର ଲୋକେ ସେମାନଙ୍କୁ ମେଡିକାଲ ଆଣିଥିଲେ । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ମାଆବାପାଙ୍କୁ ପର କରି ସବୁଦିନ ପାଇଁ ଶୋଇଯାଇଥିଲେ ପାୟଲ-ବିଶ୍ୱଜିତ ।

କୁନିକୁନି ପିଲାଙ୍କ ଆକସ୍ମିକ ମୃତ୍ୟୁ ପରେ ଗାଁ ସାରା ଖେଳିଯାଇଛି ଶୋକର ଛାୟା । ଭାଇ-ଭଉଣୀଙ୍କ କଥା ଯିଏ ବି ଶୁଣୁଛି ସିଏ ଭୋ ଭୋ ହୋଇ କାନ୍ଦୁଛି । ତେବେ ମୃତ୍ୟୁ ପରେ ଗାଁ ମଶାଣୀରେ ଛୋଟ ଭାଇ-ଭଉଣୀଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଶ୍ମଶାନରେ ସମାଧି ନେଇଛି କୁନି ଝିଅ ପାୟଲ ପାଦର ରୁଣୁଝୁଣୁ ଶବ୍ଦ, ପୁଅ ବିଶ୍ୱଜିତର ଧୂଳିଖେଳର ଦୁଷ୍ଟାମି ।

from Kanak News
via <a href="https://ifttt.com/?

ରାଜ୍ୟରେ ଶୀତ ଲହରି ନେଇ ସତର୍କତା । ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରି ନେଇ ସତର୍କତା ଜାରି କରାଯାଇଛି । ରାଜ୍ୟରେ ଡିସେମ୍ବର ୨୩ ଯାଏଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଶୀତ ଲହରି ଯୋଗୁଁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସତର୍କ କରାଇଛନ୍ତି ।

ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସୁନ୍ଦରଗଡ ଓ କଳାହାଣ୍ଡିରେ ପ୍ରବଳ ଶୀତ ଯୋଗୁଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ବରଗଡ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ଦେବଗଡ ଓ କଟକରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଡିସେମ୍ବର ୨୪ ଯାଏଁ ୩ ଜିଲ୍ଲା ଅନୁଗୁଳ, ଝାରସୁଗୁଡା ଓ କଳାହାଣ୍ଡିରେ ପ୍ରବଳ ଶୀତ ଅନୁଭୂତ ହେବ । ତେଣୁ ଏଠାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଅନ୍ୟପକ୍ଷରେ ଶୀତ ଲହରୀକୁ ଦୃଷ୍ଟିରେ ରଖି ଏସଆରସି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରିବାକୁ ଚିଠିରେ କୁହାଯାଇଛି ।

ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ଓ ରାତିରେ ଦୁଇ ଚକିଆ ଯାନ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଶୀତ ଦୂର ପାଇଁ ନିଆଁ ଜାଳୁଥିଲେ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।

from Kanak News
via <a href="https://ifttt.com/?

ବିଜେପିର ମିଶନ ବଙ୍ଗାଲ । ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ୍ ଶାହା । ମମତାଙ୍କୁ ମାତ୍ ଦେବାକୁ ପୁରା ପ୍ରସ୍ତୁତ ରାଜ୍ୟ ବିଜେପି

କନକ ବ୍ୟୁରୋ : ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେପି ଓ କ୍ଷମତାରେ ଥିବା ଟିଏମସି ମଧ୍ୟରେ ଦେଖିବାକୁ ମିଳିଛି ରକ୍ତର ରାଜନୀତି । ଏହାକୁ ନଜରରେ ରଖି ପ୍ରତିମାସରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଏନଡିଏ ସରକାରରେ ଗୃହମନ୍ତ୍ରୀ ଥିବା ଅମିତ୍ ଶାହା ନିର୍ବାଚନ ପର୍ଯ୍ୟନ୍ତ ପ୍ରତିମାସ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବୋଲି ଜଣାପଡିଛି । ଏନେଇ କିଛି ବିଧିବଧ ସୂଚନା ମିଳିନଥିଲେ ବି ଏଭଳି ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ମାନେ ।

ଏହି କ୍ରମରେ ଆସନ୍ତା ଜାନୁଆରୀ ୧୨ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ପୁଣି ଯିବେ ଅମିତ୍ ଶାହା । ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ଜୟନ୍ତୀ ଥିବାରୁ ଶାହା ସେଠାରେ ପହଂଚି ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସଂପର୍କରେ ଦଳ ମଧ୍ୟରେ ବିସ୍ତୁତ କାର୍ଯ୍ୟସୂଚୀର ଘୋଷଣା ମଧ୍ୟ କରିପାରନ୍ତି ! । କହିରଖୁ କି ଏନେଇ ହାୱାଡା ନିକଟରେ ଥିବା ଷ୍ଟାଡିୟମରେ ଏକ ଜନସଭାର ଆୟୋଜନ କରାଯିବ । ଯଦିଓ ଏନେଇ ଔପଚାରିକ ଭାବେ ଘୋଷଣା କରାଯାଇ ନାହିଁ ତଥାପି ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏଭଳି ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଥାଉକି ଶାହା ଗତ ଶୁକ୍ରବାର ରାତିରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିଲେ ।ଏହି ଗସ୍ତ ସମୟରେ ସେ ରୋଡ ସୋ ଓ ବିଭିନ୍ନ ସ୍ଥାନରେ ଜନସଭାକୁ ଉଦବୋଧନ ଦେଇଥିଲେ । ତାଙ୍କ ଜନସଭା ବେଳେ ତୃଣମୂଳ କଂଗ୍ରେସର ଅନେକ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ଦିଦିଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଗସ୍ତ ଶେଷରେ ଶ୍ରୀ ଶାହା ଏକ ସାମ୍ବାଦିକ ସମ୍ମିଳନୀ କରି ଟିଏମସି ଓ ବାମପନ୍ଥୀ ଦଳ ମାନଙ୍କ ଉପରେ ବର୍ଷିବା ସହ ସେ କେବେ ବି ଏତେ ଲୋକଗହଳି ଭିତରେ ରାଲି କରିନଥିବା କଥା କହିଥିଲେ ।

from Kanak News
via <a href="https://ifttt.com/?

ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ପରାମର୍ଶ

କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରୀ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି । ଏହାସହ ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରିବାକୁ ଚିଠିରେ କୁହାଯାଇଛି ।

ଆବଶ୍ୟକ ନଥିଲେ ରାତିରେ ଘରୁ ନବାହାରିବାକୁ ଓ ରାତିରେ ଦୁଇ ଚକିଆ ଯାନ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଶୀତ ଦୂର ପାଇଁ ନିଆଁ ଜାଳୁଥିଲେ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି ।

ରାଜ୍ୟରେ ଦୁଇ ଦିନ ହେବ ଶୀତର ପ୍ରଭାବ ଅଧିକ ରହିଛି । ତେବେ ଜନଜୀବନକୁ ଦୃଷ୍ଟିରେ ରଖି ଏସଆରସି ସତର୍କ ସୂଚନା ଦେଇଛନ୍ତି । ରାଜ୍ୟରେ ଶୀତର ପ୍ରଭାବ ଦିନ ବେଳା ମଧ୍ୟ ଅନୁଭୂତ ହେଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started