ପାକିସ୍ତାନରେ ଏବେ ଅଣ୍ଡା ହେଉଛି ମହରଗ । ଅଣ୍ଡା ପ୍ରତି ଦାମ ଛୁଇଁଲା ୩୦ ଟଙ୍କା । ଅଦା କିଲୋ ୧ ହଜାର ଓ ଗହମ କେଜି ୬୦ ଟଙ୍କା

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଫଳରେ ଲୋକମାନଙ୍କର ରୋଜଗାର କମିଛି । ଛୋଟ ଛୋଟ କମ୍ପାନୀ ମାନେ ସେମାନଙ୍କ କମ୍ପାନୀ ପ୍ରାୟତ ବନ୍ଦ କରିଦେଇଥିବା ବେଳେ ବଡ ବଡ କମ୍ପାନୀ ମାନେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି । ଯାହା ଫଳରେ ଲୋକଙ୍କର କ୍ରୟ କ୍ଷମତା ବି କମିବାରେ ଲାଗିଛି ।

ଏହାରି ମଧ୍ୟରେ ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଏଠାରେ ଲୋକମାନେ ଏବେ ଆମଲେଟ୍ ଖାଇବା ପୂର୍ବରୁ ନିଜ ବଜେଟ୍ ଉପରେ ନଜର କରୁଛନ୍ତି । କାରଣ କିଛିଦିନ ହେବ ପାକିସ୍ତାନରେ ଅଣ୍ଡା ଦର ହୁ ହୁ ହୋଇ ବଢିଚାଲିଛି । ସଦ୍ୟ ମିଳିଥିବା ସୂଚନା ମୁତାବକ ପାକିସ୍ତାନରେ ଗୋଟିଏ ଡର୍ଜନ ଅଣ୍ଡା ପାଇଁ ଗ୍ରାହକଙ୍କୁ ୩୫୦ ଟଙ୍କା ଦେବାକୁ ପଡୁଛି । ଏହାର ଅର୍ଥ ଗୋଟିଏ ଅଣ୍ଡାର ମୂଲ୍ୟ ୩୦ ଟଙ୍କାରେ ପହଂଚି ସାରିଛି । କେବଳ ଅଣ୍ଡା ନୁହେଁ କରୋନା ମହାମାରୀ ବେଳେ ପନିପରିବା ଓ ରୋଷେଇ ଗ୍ୟାସର ଦର ବି ଅହେତୁକ ଭାବେ ବୃଦ୍ଧି ପାଇଛି । ରାୱଲପିଣ୍ଡିରେ ଅଦା କେଜି ପ୍ରତି ୧ ହଜାର ଟଙ୍କାରେ ପହଂଚିଛି । ସେହିଭଳି ଗହମ କେଜିପ୍ରତି ୬୦ ଟଙ୍କା ଛୁଇଁଛି । ଫଳରେ ପାକିସ୍ତାନୀ ମାନଙ୍କର ମୁଖ୍ୟ ଖାଦ୍ୟ ରୁଟି ଏବେ ମହଙ୍ଗା ହେବାରେ ଲାଗିଛି । ଏହାସହ ରୋଷେଇ ଗ୍ୟାସର ଦର ବଢିଛି ଫଳରେ ଲୋକମାନଙ୍କ ଘରେ କିଛିଦିନ ମଧ୍ୟରେ ଚୁଲି ଜଳିବା ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟପଟେ ଦେଶର ରାଜନୈତିକ ଅସ୍ଥିରତା ଯୋଗୁଁ ଏଭଳି ସ୍ଥିତି ଦେଖା ଦେଇଥିବା ଅର୍ଥନୈତିକ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ : କଟକ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ

କନକ ବ୍ୟୁରୋ : ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ । କଟକରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ସାମ୍ନାକୁ ଆସୁଛି । ପ୍ରଥମେ ଟମାଟୋ ସସ୍‌, ପରେ ମସଲା, ନକଲି ଘିଅ, ଗୁଟଖା ଓ ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ଥାନା ପୁଲିସ ଉକ୍ତ କାରଖାନାରେ ଚଢ଼ାଉ ଜାରି ରଖିଛି ।

ସୂଚନାନୁଯାୟୀ, କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଛି ଜଗତପୁର ଥାନା ପୁଲିସ। ଚଢ଼ାଉ ସମୟରେ ମେସିନ୍‌ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନୀର ପ୍ୟାକିଂଗ୍‌ ବ୍ୟାଗ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି। ଏହି କାରଖାନାରେ ୪ ରୁ ୫ ବର୍ଷ ଧରି ଏଠାରେ ଏଭଳି କାରବାର କରାଯାଉଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ରହିଛି। ଏହାସହ ଦିନ ୧୧ଟା ୩୦ ମିନିଟ୍‌ ସମୟରେ ଚଢ଼ାଉକୁ ବ୍ୟାପକ କରାଯିବାର ସୂଚନା ମିଳିଛି ।

ପୂର୍ବରୁ କଟକର ମାଲଗୋଦାମ, ଜଗତପୁର ଠାରେ ନକଲି ଘିଅ, ମସଲା, ଟମାଟୋ ସସ୍‌, ସୋୟାବଢ଼ି, ଗୁଟଖା କାରଖାନାରେ ଉପରେ କମିସନରେଟ୍‌ ପୁଲିସ ଚଢ଼ାଉ କରିଥିଲା । ଏହା ସହ ଗତକାଲି କଟକର ପିଠାପୁର ଅଞ୍ଚଳରେ ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଥିଲା ବାଦାମବାଡ଼ି ଥାନା ପୁଲିସ । ଚଢ଼ାଉ ସମୟରେ ବିପୁଳ ପରିମାଣର କଞ୍ଚାମାଲ ଜବତ କରାଯାଇଥିଲା।

from Kanak News
via <a href="https://ifttt.com/?

‘ପରୀ’ ହତ୍ୟା ମାମଲା : ଅଭିଯୁକ୍ତକୁ ଧରିବା ଏସଆଇଟି ପାଇଁ ଥିଲା ବଡ଼ ଚ୍ୟାଲେଂଜ; ବୋଥ୍ରା କହିଲେ, ୨୨ ବର୍ଷ ଚାକିରି କାଳରେ ଏମିତି ବୀଭତ୍ସ ହତ୍ୟାକାଣ୍ଡ ଦେଖିନଥିଲେ

କନକ ବ୍ୟୁରୋ : ପରୀ ହତ୍ୟା ଉପରୁ ଉଠିଲା ପରଦା । ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଅଭିଯୁକ୍ତକୁ ଧରିବା ଏସଆଇଟି ମୁଖ୍ୟଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ପରୀକୁ ଦୁଷ୍କର୍ମ ହୋଇଥିବା କଥା କେହି କେବେ ଭାବିନଥିଲେ । ଅଭିଯୁକ୍ତ ସରୋଜ ସେଠୀ ସନ୍ଦେହ ଘରକୁ ଆସିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଏଭଳି  ନୃଶଂସ, ଛାତିଥରା ଘଟଣା ନିଜ ୨୨ ବର୍ଷ ଚାକିରି କାଳରେ ଏମିତି ବୀଭତ୍ସ ହତ୍ୟାକାଣ୍ଡ ଦେଖିନଥିଲେ ବୋଲି ଅରୁଣ ବୋଥ୍ରା କହିଛନ୍ତି ।

କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ କହିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି । ଏପରିକି ମୃତଦେହ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଜେରା ବେଳେ ଅଭିଯୁୁକ୍ତ ହତ୍ୟା ଓ ଦୁଷ୍କର୍ମ କଥା ମାନିଛି । ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଛି ଅଭିଯୁକ୍ତ । କାଳେ ଧରାପଡ଼ିଯିବ ବୋଲି ହୋସ ଆସିବା ପରେ ପରୀକୁ ଅଖା ଭିତରେ ବାନ୍ଧି ଦେଇଥିଲା । ସରୋଜକୁ ପୂର୍ବରୁ ନେଇ ଜିଲ୍ଲା ପୁଲିସ ପଚରାଉଚରା କରିଥିଲା । ତେଣୁ ସେ ଆରମ୍ଭରୁ ସନ୍ଦେହରେ ଥିଲା । ଗାଁର ୧୨୦ ପରିବାରରର ସଂପୂର୍ଣ୍ଣ ତଥ୍ୟ ନିଆଯାଇଥିଲା ।

ପରୀ ହତ୍ୟାର ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଉଛି ଏସଆଇଟି । ଫୋଖରୀରୁ ଜଳ ନିଷ୍କାସନ ପକ୍ରିୟା ଆରମ୍ଭ ହୋଇଛି । ମଟର ପମ୍ପ ଲଗାଇ ପୋଖରୀ ମଧ୍ୟରୁ ପାଣି କଢ଼ା ଯାଉଛି । ନୟାଗଡ଼ ମୁନିସପାଲଟିର ଅଧିକାରୀ, କର୍ମଚାରୀ, ଅଗ୍ନିଶମ ବାହିନୀ ଓ ଓଡ଼୍ରାଫ ଟିମ୍ ପୋଖରୀରୁ ଜଳ ନିଷ୍କାସନ କାର୍ଯ୍ରରେ ନିୟୋଜିତ ହୋଇଛନ୍ତି । ପୋଖରୀରେ ପରୀ ପିନ୍ଧିଥିବା ଲେଗ୍ନିଂନ୍ସ ପକାଯାଇଛି । ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଯାଇଛି । ଆଜିଠୁ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେଇଛି ଏସଆଇଟି ।

from Kanak News
via <a href="https://ifttt.com/?

ଏଏମୟୁର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଗୀତା ଓ ରାମାୟଣ ସହିତ ରହିଛି କୁରାନର ସଂପର୍କ । ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେବା ଉପରେ ଗୁରୁତ୍ୱାରୋପ ।

କନକ ବ୍ୟୁରୋ : ଅଲୀଗଡ଼ ମୁସଲିମ ବିଶବିଦ୍ୟାଳୟ (ଏଏମୟୁ) ର ଶତବାର୍ଷିକ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉତ୍ସବରେ ଯୋଗ ଦେଇ ସେ ଛାତ୍ର ଛାତ୍ରୀ ମାନଙ୍କୁ ଦେଶ ଗଠନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସେବା କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଦେଶର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସେବା ମନୋବୃତ୍ତି ରହିଲେ ଦେଶର ବିକାଶ ହୋଇପାରିବ ବୋଲି ସେ ଏହି ସମାରୋହରେ କହିଛନ୍ତି । ଏହା ସହ ଏଏମୟୁ ଦେଶର ଇତିହାସ ସହିତ ଜଡିତ ଥିବା ଏକ ବିଶ୍ୱବିଦ୍ୟାଳୟ ଓ ଏଠାରେ ଅଧୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଦେଶ ପାଇଁ ସୁନାମ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଠାରୁ ଶିକ୍ଷା ଶେଷ କରି ବିଦେଶରେ ଚାକିରୀ ବା ବାଣିଜ୍ୟ କରୁଥିବା ଅନେକ ଶିକ୍ଷାର୍ଥୀଙ୍କୁ ଭେଟିଥିବା କଥା ମୋଦି କହିଥିଲେ ।

ଏଏମୟୁ ଏକ ମିନି ଇଣ୍ଡିଆ ଭଳି । ଏଠାରେ ଶିକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ଭାଷାରେ ଶିକ୍ଷାଦାନ କରାଯାଇଥାଏ । ଏଠିକାର ଲାଇବ୍ରେରୀରେ କୁରାନ ସହିତ ଗୀତା ଓ ରାମାୟଣ ମଧ୍ୟ ରହିଥାଏ । ଭାରତର ଶ୍ରେଷ୍ଠ ପ୍ରତିଫଳନ ଏଠାରେ ଦେଖିବାକୁ ମିଳିଥାଏ ବୋଲି ଶିକ୍ଷାର୍ଥୀ ମାନଙ୍କୁ ଉଦବୋଧନ ଦେଇ ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ୧୯୬୪ ମସିହାରେ ଏହି ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଉତ୍ସବରେ ଯୋଗ ଦେଇଥିଲେ । ଏହାପରେ ଦୀର୍ଘ ୫୬ ବର୍ଷ ଧରି କୌଣସି ପ୍ରଧାନମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟକୁ ଆସି ନଥିବା ସୂଚନା ରହିଛି ।
ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ମଙ୍ଗଳବାର ପୂର୍ବାହ୍ନ ୧୧ ଟାରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ସମ୍ବୋଦ୍ଧିତ କରିଛନ୍ତି । ଏହି ଅବସରରେ ମୋଦି ଏକ ସ୍ୱତନ୍ତ୍ର ଡାକ ଟିକେଟ୍ ଉନ୍ମୋଚନ କରିଛନ୍ତି ।

ସୂଚନା ଥାଉକି ୧୮୭୭ ମସିହାରେ ସାର୍ ସୟଦ ଅହମ୍ମଦ ଖାଁ ଙ୍କ ଦ୍ୱାରା ଏହି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ଏହାର ନାମ ଥିଲା ମହମ୍ମଡାନ୍ ଆଂଗ୍ଲୋ ଓରିଏଣ୍ଟାଲ କଲେଜ । ହେଲେ ୧୯୨୦ ରେ ଅଲୀଗଡ ମୁସଲିମ୍ ବିଶ୍ୱ ବିଦ୍ୟାଳୟ ନାମରେ ମାନ୍ୟତା ଲାଭ କରିଥିଲା । ଏହି ବିଶ୍ୱ ବିଦ୍ୟାଳୟ ୪୬୭.୬ ହେକ୍ଟର ଜମି ଉପରେ ନିର୍ମାଣ ହୋଇଛି । ଏହାସହ କେରଳର ମାଲାପୁରମ୍, ପଶ୍ଚିମବଙ୍ଗର ମୁର୍ସିଦାବାଦ୍, ଓ ବିହାରର କିଶନଗଞ୍ଜ ଠାରେ ଏହାର ଅଫ୍ କ୍ୟାମ୍ପସ୍ ରହିଛି ।

୨୦୧୯ ମସିହାରେ ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଏନଆରସି ଓ ସିଏଏ ଭଳି କାନୁନକୁ ବିରୋଧ କରି ଏହି ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ପୋଲିସ ଏହି କ୍ୟାମ୍ପସରେ ପଶି ଶିକ୍ଷାର୍ଥୀ ମାନଙ୍କୁ ମାର ଧର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ ଏହାକୁ ନେଇ କିଛି ଟିପ୍ପଣୀ ରଖି ନଥିଲେ ।

from Kanak News
via <a href="https://ifttt.com/?

ରୁଚି ବାଲିଯାତ୍ରା ଗ୍ରାହକଙ୍କୁ ଆକର୍ଷଣୀୟ ପୁରସ୍କାର । କଟକର ଅପର୍ଣ୍ଣା ପଣ୍ଡା, ଡାକ୍ତର ରମାକାନ୍ତ ମହାପାତ୍ର ଓ ଭୁବନେଶ୍ୱରର କୃଷ୍ଣାଙ୍ଗୀ ସେଠୀ ଜିତିଲେ ଅର୍ଥ ପୁରସ୍କାର ।

କନକ ବ୍ୟୁରୋ : କୋଭିଡ଼୍ କଟକଣା ପାଇଁ ବାଲିଯାତ୍ରା ବନ୍ଦ ହୋଇଥିଲେ ମଧ୍ୟ ଓଡ଼ିଶାର ସୁପରିଚିତ ରୁଚି ମସଲା ଉଦ୍ୟୋଗ ତା’ର ଗ୍ରାହକମାନଙ୍କ ପାଇଁ ବାଲିଯାତ୍ରା ଅଫର ଯୋଜନାରେ ବିଜେତାମାନଙ୍କୁ ନଗଦ ଅର୍ଥରାଶି ଓ ଆକର୍ଷଣୀୟ ଉପହାର ପ୍ରଦାନ କରିଛି । ଆଜି ଉକ୍ରଳ ସିଗ୍ନେଚର୍ସ୍ଥିତ ରୁଚିର କର୍ପୋରେଟ ଅଫିସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ସମ୍ମାନିତଅତିଥି ଭାବେ ନିର୍ଦ୍ଦେଶିକା ସଲିନା ସାହୁ, ଚଳଚ୍ଚିତ୍ର ଅଭିନେତ୍ରୀ ଲିପ୍ସା ମିଶ୍ର ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଏହି ଅବସରରେ ଯୋଗଦେଇ ସମସ୍ତ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରୁଚିତା’ର ଗ୍ରାହକମାନଙ୍କ ଋଣ ସୁଝିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । କଟକ ନୂଆପଡ଼ାର ଶ୍ରୀମତୀ ଅପର୍ଣ୍ଣା ପଣ୍ଡା ପ୍ରଥମ ପୁରସ୍କାର ବିଜୟିନୀହୋଇ ୨୫ ହଜାର ଟଙ୍କା, ଭୁବନେଶ୍ୱରର କୃଷ୍ଣାଙ୍ଗୀ ସେଠୀ ଦ୍ୱିତୀୟ ପୁରସ୍କାର ଭାବେ ୧୫ ହଜାର ଟଙ୍କା ଓ କଟକ ମହାନଦୀବିହାରର ଡାକ୍ତର ରମାକାନ୍ତ ମହାପାତ୍ରଙ୍କୁ ତୃତୀୟ ପୁରସ୍କାର ଭାବେ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ସହିତ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ଜିତିଥିବା ଶହେ ଜଣଙ୍କ ମଧ୍ୟରୁ ଆଦିତ୍ୟ ମହାନ୍ତି, ସୁଜାତା ପାତ୍ର, ପୁଷ୍ପାଞ୍ଜଳି ବେହେରା, ତୃପ୍ତିରାଣୀ ଜେନା, ବିମଳା ସେଠୀ,ସୁରଭି ଆଚାର୍ଯ୍ୟ, ବର୍ଷା ପ୍ରିୟଦର୍ଶିନୀ ପାତ୍ର, ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କୁ ଆକର୍ଷଣୀୟ ଡିନର ସେଟ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉପ-ପ୍ରବନ୍ଧକ ଆଲୋକ ଦାସ, ଅରକ୍ଷିତ ରଣା, ଶ୍ରୀକାନ୍ତ ବିଶ୍ୱାଳଙ୍କ ସମେତ ବିକ୍ରୟ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା । ସାନ୍ତ୍ୱନାମୂଳକପୁରସ୍କାର ବିଜେତାମାନଙ୍କୁ କଟକ ଓ ଭୁବନେଶ୍ୱରର ରୁଚି ଆଉଟ୍ଲେଟ୍ରେ ଉପହାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।ରୁଚି ତାର ପ୍ରିୟ ଗ୍ରାହକମାନଙ୍କ ପାଇଁ କଟକ ଓ ଭୁବନେଶ୍ୱରରେ ଥିବା ନିଜର ସ୍ୱତନ୍ତ୍ର ଆଉଟଲେଟ୍ରେ ରୁଚିର ବିଭିନ୍ନ ସାମଗ୍ରୀ ଥିôବାମସଲା କିଟ୍ର ବିକ୍ରୟ ବ୍ୟବସ୍ଥା କରାଇଥିଲା । ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମାର୍କେଟିଂ ଜୋନାଲ ହେଡ଼୍ ଦିଲ୍ଲୀପ କୁମାର ସାହୁ, ମୁଖ୍ୟପ୍ରବନ୍ଧକ ବିଜୟ କୁମାର ସ୍ୱାଇଁ, ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ନାୟକ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ ପ୍ରମୁଖ ଯୋଗଦେଇଥିଲେ ।ହ୍ୱାଇଟ୍ କାନଭାସ୍ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ଓ ସେଫାଳି ଉଦ୍ଗାତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରୁଚି ପରିବାର ପକ୍ଷରୁଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

from Kanak News
via <a href="https://ifttt.com/?

ପରୀ ହତ୍ୟାକୁ ନେଇ ଏସଆଇଟିର ଚାଞ୍ଚଲ୍ୟକର ତଥ୍ୟ । କେମିତି ଧରାପଡିଲା ସରୋଜ ସେଠୀ । ସାମ୍ବାଦିକ ସମ୍ମିଳନୀରେ ଖୁଲାସା କଲେ ଅରୁଣ ବୋଥ୍ରା

କନକ ବ୍ୟୁରୋ : ପରୀ ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ରାଜନୀତି ସରଗରମ । ହତ୍ୟାକାରୀକୁ ଧରିବା ପାଇଁ ବିରୋଧି ମାନେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ହେଲେ ପରୀ ହତ୍ୟାକାରୀ ଭାବେ ଏସଆଇଟି ଗିରଫ୍ କରିଥିବା ସରୋଜ ସେଠୀ କୁ କେମିତି ଧରିଲା ଏସଆଇଟି ତାହା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ବୋଥ୍ରାଙ୍କ କହିବା ମୁତାବକ ସରୋଜର ମୋବାଇଲରୁ ମିଳିଲା ହତ୍ୟାର ତଥ୍ୟ । ସରୋଜର ନିଜର ଆଣ୍ଡ୍ରଏଡ ମୋବାଇଲ ନଥିବାରୁ ସେ ବେଳେ ବେଳେ ତା’ ଭଉଣୀର ମୋବାଇଲ ବ୍ୟବହାର କରେ । ସେହି ମୋବାଇଲରେ ସେ ‘ଚାଇଲ୍ଡ ପର୍ଣ୍ଣ ସାଇଟ’କୁ ଯାଇ ବିଭିନ୍ନ ଅଶ୍ଳୀଳ ଭିଡିଓ ଦେଖଥାଏ । ଦେଖି ସାରିବା ପରେ ସେ ତାଙ୍କୁ ଡିଲିଟ୍ କରିଦେଇଥାଏ ଓ ଡାଉନଲୋକ କରିଥିବା ଭିଡିଓକୁ ଏକ ଫୋଲ୍ଡର କରି ରଖିଥାଏ । ଯେଉଁ ଫୋଲଡରକୁ ସେ ସିକ୍ୟୁରିଟି ପାସୱାର୍ଡ ଦେଇଥାଏ । ଫଳରେ ସରୋଜର ଭଉଣୀ ଏବାବଦରେ ଜାଣିପାରେ ନାହିଁ ।

ହେଲେ ପ୍ରଥମରୁ ନୟାଗଡ ପୋଲିସ ତା ଉପରେ ସନ୍ଦେହ କରିଥିଲେ ବି ମୋବାଇଲର ଦିଗ ପ୍ରତି ଧ୍ୟାନ ଦେଇ ନଥିଲା । ଏହା ପରେ ଏସଆଇଟି ଟିମ୍ ତାକୁ ପଚରା ଉଚରା କରିବା ବେଳେ ତା ମୋବାଇଲ ବାବଦରେ ପଚାରିବାରୁ ସେ ନିଜର ମୋବାଇଲ ନାହିଁ ଓ ଭଉଣୀର ମୋବାଇଲ ବ୍ୟବହାର କରେ ବୋଲି କହିଥିଲା । ଏସଆଇଟି ସରୋଜ ଭଉଣୀର ମୋବାଇଲ ଆଣ ସେଥିରେ ଥିବା ସର୍ଚ୍ଚର୍ ହିଷ୍ଟୋରୀକୁ  ତଦନ୍ତ କରିବା ପରେ ତା ମଧ୍ୟରେ ଏକ ସିକ୍ୟୁରିଟି ଫୋଲ୍ଡର ଥିବା ଦେଖିବାକୁ ପାଇଥିଲା । ଏନେଇ ସରୋଜକୁ ପଚରା ଉଚରା କରିଲେ ମଧ୍ୟ ସେ ପାସୱାର୍ଡ ଜାଣିନଥିବା କଥା କହିଥିଲା । ଏହା ପରେ ଏସଆଇଟିର ସାଇବର ଟିମ୍ ଏହି ଫୋଲ୍ଡର ଖୋଲି ଦେଖିବାରୁ ସେହି ଫୋଲ୍ଡରରେ କେବଳ ଚାଇଲ୍ଡ ପର୍ଣ୍ଣ ଭିଡିଓ ଓ ମୃତ ଶରୀର ସହିତ କିଭଳି ଯୌନ ସଂପର୍କ କରାଯାଏ ସେହି ଆଧାରିତ ଭିଡିଓ ଥିବା ଜଣାପଡିଥିଲା । ଏହିଠାରୁ ଏସଆଇଟିର ସନ୍ଦେହ ଦୃଢିଭୂତ ହୋଇଥିଲା । ଏନେଇ ସରୋଜକୁ ପଚରା ଉଚରା କରିବାରୁ ସେ ସମ୍ପୁର୍ଣ୍ଣ କାହାଣୀ କହିଥିବା ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ପର୍ଣ୍ଣ ଫିଲ୍ମ ଦେଖି ଅପରାଧ ! ପରୀ ହତ୍ୟାର ଛାତିଥରା କାହାଣୀ । ଅପରାଧ ଘଟାଇବା ପୂର୍ବରୁ ରାତିସାରା ଅଭିଯୁକ୍ତ ଦେଖିଥିଲା ଅଶ୍ଳୀଳ ଭିଡିଓ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ‘ପରୀ’ ହତ୍ୟା ଘଟଣାର ପୁରା ତଥ୍ୟ । ପ୍ରେସମିଟରେ ‘ପରୀ’ ସମ୍ପର୍ଣ୍ଣ କାହାଣୀ କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ କହିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱୀକାର କରିଛି ।

ତେବେ କ’ଣ ଥିଲା ପୁରା ଘଟଣା ? କେମିତି ଓ କେଉଁ ପରିସ୍ଥିତିରେ ହତ୍ୟା କରିଥିଲା ଅଭିଯୁକ୍ତ ? ଦୁଷ୍କର୍ମର କାହାଣୀ ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ । ଜଘନ୍ୟକାଣ୍ଡର ଲୋକଟାଙ୍କୁରା ଘଟଣା ଶୁଣିଲେ ଆପଣ ବି କାନରେ ହାତ ଦେଇଦେବେ । ମୃତ ନାବାଳିକାଙ୍କ ପାଖରେ ଅଭିଯୁକ୍ତର ଘର ରହିଛି । ଅଭିଯୁକ୍ତର ଭଉଣୀ ସହିତ ପରୀ ମିଳାମିଶା କରେ । ସେଦିନ ଅଭିଯୁକ୍ତ ସାନ ଭଉଣୀ ଅଫିସ ଯାଇଥିଲା, ଘରେ କେହିନଥିଲେ । ଘଟଣା ଦିନ ପରୀ ଏକା ଅଭିଯୁକ୍ତ ଘରକୁ ଯାଇଥିଲା ଏବଂ ଜାମୁକୋଳି ଖାଇବାକୁ ମାଗିଥିଲା । କୋଳି ମାଗିବାରୁ ଅଭିଯୁକ୍ତ ଘର ଭିତରକୁ ଡାକିଥିଲା । ପରେ ପୋଷାକ ଖୋଲି ଦୁଷ୍କର୍ମ ଉଦ୍ୟମ କରିବାରୁ ଚିତ୍କାର କରିଥିଲା ପରୀ ।

ଧରାପଡିଯିବା ଭୟରେ ପରୀକୁ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ ସରୋଜ ସେଠୀ । ସେତିକିରେ ପିଶାଚ ମନର କ୍ଷୁଧା ମେଣ୍ଟିନଥିଲା ପୁଣିଥରେ ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ । ହୋସ ଆସିବା ପରେ ଅଖାରେ ମୃତଦେହକୁ ପୁରାଇଥିଲା । ଘଟଣାକୁ ଲୁଚାଇବା ପାଇଁ ଘରର ପଛ ପୋଖରୀରେ ଫୋପାଡି ଦେଇଥିଲା । ସବୁଠାରୁ ବଡ କଥା ହେଉଛି, ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଛି ବୋଲି ଅଭିଯୁକ୍ତ ମାନିଛି । ପ୍ରତିଦିନ ରାତିରେ ଭଉଣୀ ମୋବାଇଲରୁ ଲୁଚିକି ଅଶ୍ଳୀଳ ଫିଲ୍ମ ଦେଖୁଥିଲା । ପରେ ଏହାକୁ ଡିଲେଟ୍ କରିଦେଉଥିଲା । ଘଟଣାର ପୂର୍ବଦିନ ରାତିସାରା ଅଶ୍ଳୀଳ ଫିଲ୍ମ ଦେଖିଥିଲା । ପରଦିନ ଅଭିଯୁକ୍ତ ଏପରି କାଣ୍ଡ ଭିଆଇଥିଲା । ଧରାପଡିଯିବା ଭୟରେ ମୋବାଇଲରୁ ସବୁ ତଥ୍ୟ ଡିଲେଟ୍ କରି ଲୁଚାଇବାକୁ ଚେଷ୍ଟା କରିଛି ।

ପ୍ରଥମେ ପଲିଗ୍ରାଫ ପରୀକ୍ଷା ପାଇଁ ଅଭିଯୁକ୍ତ ପ୍ରଥମେ ରାଜି ହେଉନଥିଲା । ପଲିଗ୍ରାଫ ପାଇଁ ରାଜି ନହେଲେ ଅଭିଯୁକ୍ତ ଧରାଯିବ କହିବାରୁ ରାଜି ହୋଇଥିଲା ସରୋଜ । ଅଭିଯୁକ୍ତ ଏସଆଇଟି ଛଡା ଅନ୍ୟ ଦୁଇଜଣଙ୍କ ଆଗରେ ଘଟଣାକୁ ସ୍ବୀକାର କରିଛି । ଅଭିଯୁକ୍ତ ସରୋଜର ସ୍ବୀକାରୋକ୍ତିର ଅଡିଓ, ଭିଡିଓ ବି ରହିଛି । ସରୋଜର ମୋବାଇଲର ଡିଲିଟ ତଥ୍ୟକୁ ରିକଭରି ଉଦ୍ୟମ କରାଯାଉଛି । ଏସଆଇଟି ମୁଖ୍ୟଙ୍କ କହିବାନୁଯାୟୀ, ପରୀ ହତ୍ୟା ମାମଲାର କୌଣସି ପ୍ରତ୍ୟକ୍ଷ ସାକ୍ଷୀ ନାହାନ୍ତି । ଏସଆଇଟିକୁ ସାଇଣ୍ଟିଫିକ୍ ପ୍ରମାଣ ମିଳିଛି  । ମୃତଦେହ ନିକଟରୁ ମିଳିଥିବା ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ କରାଯିବ । ପରୀକ୍ଷା ପରେ ରିପୋର୍ଟକୁ କୋର୍ଟରେ ପ୍ରମାଣ ଭାବେ ଦାଖଲ କରାଯିବ ।

from Kanak News
via <a href="https://ifttt.com/?

ପରୀ ମୃତ୍ୟୁ ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ: କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ? ବୋଥ୍ରା କହିଲେ ପରୀ ହତ୍ୟାକାଣ୍ଡର ପୁରା କାହାଣୀ

କଟକ ବ୍ୟୁରୋ: ପରୀ ହତ୍ୟା ଉପରୁ ଉଠିଲା ପରଦା । ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ କହିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱିକାର କରିଛି । ଏପରିକି ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା କଥା ଜେରା ବେଳେ ଅଭିଯୁୁକ୍ତ ମାନିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ତେବେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଥିଲା ଅଭିଯୁକ୍ତ । କାଳେ ଧରାପଡ଼ିଯିବ ବୋଲି ହୋସ ଆସିବା ପରେ ପରୀକୁ ଅଖା ଭିତରେ ବାନ୍ଧି ଫିଙ୍ଗି ଦେଇଥିବା କଥା ପୋଲିସ ଆଗରେ ମାନିଥିଲା ଅଭିଯୁକ୍ତ ସରୋଜ ସେଠୀ ।

from Kanak News
via <a href="https://ifttt.com/?

ଦେଶରେ ବଢିଛି ଚିତାବାଘଙ୍କ ସଂଖ୍ୟା । ସରକାରଙ୍କ ବନ୍ୟଜନ୍ତୁ ସଂରକ୍ଷଣ ବ୍ୟବସ୍ଥାର ସଫଳତା । ଟ୍ୱିଟ୍ କରି ଜଣାଇଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ସାରା ଦେଶରେ ବାଘ ଗଣନାର ଚିତ୍ର ସାମ୍ନାକୁ ଆସିଛି । ଦେଶରେ ବଢିଛି ଚିତାବାଘଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କଥା ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି । ଏହି ରିପୋର୍ଟ ୨୦୧୮ ରେ ଭାରତରେ ଚିତାବାଘଙ୍କ ସ୍ଥିତି ସଂପର୍କରେ ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି କି, ୨୦୧୪ ତୁଳନାରେ ଚିତାବାଘଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୪ ରେ ଦେଶରେ ଚିତାବାଘଙ୍କ ସଂଖ୍ୟା ୭,୯୧୦ ଥିବା ବେଳେ ୨୦୧୮  ସୁଦ୍ଧା ଏହି ସଂଖ୍ୟା ୧୨,୮୫୨ ରେ ପହଂଚିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ ଯୋଗେ ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ପ୍ରଶଂସା କରିଛନ୍ତି ।

ଦେଶରେ ଥିବା ମୋଟ ଚିତାବାଘଙ୍କ ମଧ୍ୟରୁ ୫,୨୪୦ ଟି ବାଘ ବୃଦ୍ଧ ହୋଇଯାଇଛନ୍ତି । ଏହାସହ ମଧ୍ୟପ୍ରଦେଶରେ ସର୍ବାଧିକ ୩,୪୨୧ ଟି ବାଘ ରହିଥିବା ବେଳେ କର୍ଣ୍ଣାଟକରେ ୧,୭୮୩, ମହାରାଷ୍ଟ୍ରରେ ୧,୬୯୦ ରହିଥିବା ରିପୋର୍ଟରେ ପ୍ରକାଶ କରାଯାଇଛି । ଏହି ରିପୋର୍ଟକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲମନ୍ତ୍ରୀ ପ୍ରକାଶ ଜାଭେଡକର ଲୋକାର୍ପିତ କରିଛନ୍ତି ।

from Kanak News
via <a href="https://ifttt.com/?

ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିରରୁ ବିରଳ ୨୧ଟି ମୂର୍ତ୍ତି ଚୋରି: ସାଇଣ୍ଟିଫିକ୍ ଟିମର ତନାଘନା; ଷଷ୍ଠ ଶତାଦ୍ଦୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିନେଲେ ଦୁର୍ଲଭ ମୂର୍ତ୍ତି

କନକ ବ୍ୟୁରୋ: ଷଷ୍ଠ ଶତାବ୍ଦୀର ମନ୍ଦିରରୁ ମୂର୍ତି ଚୋରୀ । ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷପ୍ରଜାପତି ମନ୍ଦିରରୁ ଦୁବୃର୍ତ ଲୁଟିନେଲେ ବହୁ ପ୍ରାଚୀନ ୨୧ଟି ମୂର୍ତି । ବାଣପୁର ପୋଲିସ ସହ ସାଇଟିଂଫିକ୍ ଟିମ୍ ମନ୍ଦିରରେ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରୀ ମୂର୍ତି ଭିତରେ ବିରଳ ଓ ପ୍ରସିଦ୍ଧ ଅଷ୍ଟଧାତୁ ମୂର୍ତି ମଧ୍ୟ ରହିଛି । ରାଜ୍ୟର ଏହି ଅନ୍ୟତମ ପ୍ରାଚୀନ ମନ୍ଦିର ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ବାପ ଘର ଭାବେ ବେଶ ପରିଚିତ । ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଭଗବତୀ ଏହି ମନ୍ଦିରରେ ରହିଥାନ୍ତି । ମୂର୍ତି ଚୋରୀକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଦୁବୃର୍ତକୁ ଧରିବା ପାଇଁ ଦାବି ଜୋର ଧରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started