ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ନୂଆ ତଥ୍ୟ । ମାଆ ମାନିଲା ମୁଁ ମାରିଛି ମୋ ଛୁଆଙ୍କୁ…

କନକ ବ୍ୟୁରୋ: ଜନ୍ମକଲା ଛୁଆଙ୍କୁ ମାରିଦେଲା ଜନ୍ମଦାତ୍ରୀ । ପିଶାଚୁଣୀ ସାଜିଲା ଜନ୍ମକଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ଏବେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ନିଜେ ମାଆ ହିଁ ୩ ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ସ୍ୱୀକାର କରିଛି ।

ପୋଲିସ ଆଗରେ ଅଭିଯୁକ୍ତ ମାଆ ଏହା ସ୍ୱୀକାର କରିଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସଡିପିଓ । ପୋଲିସର କହିବା ଅନୁସାରେ, ତପସ୍ୱିନୀର ମାନସିକ ସ୍ଥିତି ଠିକ୍ ନଥିଲା । ଗତକାଲି ରାତିରେ ଅନୁଗୁଳ ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ କୂଅରେ ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ମିଳିଥିଲା । ମୁଣ୍ଡାଢିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଘର ପଛପଟ କୂଅ ଭିତରେ ମିଳିଥିଲା ।

କିଏ ଓ କାହିଁକି ଶିଶୁ ଦୁଇଟିଙ୍କୁ କୂଅରେ ପକାଇଲା ବୋଲି ପୋଲିସ ତଦନ୍ତ କରୁଥିବାବେଳେ, ମାଆ ହିଁ ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିବାହର ୧୦ ବର୍ଷ ପରେ ସୁନୀଲ ଓ ତପସ୍ୱିନୀଙ୍କ କୋଳକୁ ଆସିଥିଲେ ଯାଆଁଳା ଶିଶୁ । ପୁଅଟିର ନାମ ସାଇ ଓ ଝିଅର ନାଁ ଶ୍ରଦ୍ଧା ରଖିଥିଲେ ପରିବାର ଲୋକେ । ହେଲେ ଜୀବନ କଣ ଜାଣିବା ଆଗୁ ଦୁଇ କଅଁଳା ଶିଶୁ ଆଖି ବୁଜିଛନ୍ତି । ଆଉ ସେମାନଙ୍କୁ ମାରିଦେଇଛି ତାଙ୍କ ନିଜ ମାଆ । ହେଲେ କାହିଁକି ମାରିଲା, କଣ ପାଇଁ କୂଅକୁ ଫିଙ୍ଗିଲା ତାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନି ।

The post ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ନୂଆ ତଥ୍ୟ । ମାଆ ମାନିଲା ମୁଁ ମାରିଛି ମୋ ଛୁଆଙ୍କୁ… first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ସମୟରେ ରୋଜଗାର ଗ୍ୟାରେଣ୍ଟି ଦେଇଥିଲା ବିଜେପି । ଏବେ ରୋଜଗାର ନାମରେ ଶ୍ରମିକଙ୍କୁ ଇସ୍ରାଏଲ ପଠାଇବାକୁ ଚାଲିଛି ପରୀକ୍ଷା

କନକ ବ୍ୟୁରୋ : ଭାରତ ସରକାର ଓ ଇସ୍ରାଏଲ ମଧ୍ୟରେ ରୋଜଗାରକୁ ନେଇ ହୋଇଥିବା ଚୁକ୍ତି କ୍ରମରେ ଏବେ ହରିଆଣା ସରକାର ୧୦ ହଜାର ବେରୋଜଗାରଙ୍କୁ ରୋଜଗାର ଦେବାକୁ ଘୋଷଣା କରିଛନ୍ତି । ଏନେଇ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ଠାରେ ଇସ୍ରାଏଲରେ ଚାକିରୀ ପାଇଁ ପରୀକ୍ଷା ନିଆଯାଉଛି । ଏହା ୬ ଦିନ ପର୍ଯ୍ୟନ୍ତ ଚାଲିବ ।

ଏହି ଚାକିରୀ ପାଇଁ ହରିଆଣାର ଯୁବକଙ୍କୁ ପ୍ରାଥମିକତା ଦିଆଯାଉଛି । ଇସ୍ରାଏଲରେ ଯୁଦ୍ଧ ଚାଲିଛି । ଏହା ପରେ ବି ଭାରତରେ ବେରୋଜଗାର ସମସ୍ୟା ଏତେ ଅଧିକ ଯେ, ଯୁବକମାନେ ଜୀବନକୁ ବାଜି ଲଗାଇ ଇସ୍ରାଏଲରେ ଚାକିରୀ କରିବାକୁ ଆଗ୍ରହ ଦେଖାଉଛନ୍ତି । ପରୀକ୍ଷା ଦେଉଥିବା ଯୁବକମାନେ କହିଛନ୍ତି କି, ଭାରତରେ ରୋଜଗାର ମିଳୁନାହିଁ । ବେରୋଜଗାରୀ କାରଣରୁ ସେମାନେ ଇସ୍ରାଏଲ ଯିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଅନ୍ୟ କିଛି ଯୁବକ କହିଛନ୍ତି କି, ମୃତ୍ୟୁ ତ ନିଶ୍ଚିନ୍ତ ଦିନେ ଆସିବ । ହେଲେ ଭାରତରେ ଭୋକ ଉପାଶରେ ଜୀବନ କାଟିବା ଅପେକ୍ଷା ଜୀବନକୁ ବାଜି ଲଗାଇ ଇସ୍ରାଏଲ ଯାଇ ରୋଜଗାର କରିବାକୁ ସେମାନେ ପଶନ୍ଦ କରନ୍ତି । ଏହା ସହ ଭାରତ ଠାରୁ ଇସ୍ରାଏଲରେ ଅଧିକ ଦରମା ମିଳୁଛି ।

ସେପଟେ ଏମଡିୟୁର ପିଆର ନିର୍ଦ୍ଦେଶକ ସୁନୀତ ମୁଖାର୍ଜୀ କହିଛନ୍ତି କି, ଇସ୍ରାଏଲ ଓ ଭାରତ ସରକାରଙ୍କ କୋଠା ନିର୍ମାଣ, ରଙ୍ଗ କାମ, ଓ ଚାଷକାମ ପାଇଁ ଶ୍ରମିକ ଯୋଗାଇବାକୁ ଚୁକ୍ତି ହୋଇଛି    ।

The post ନିର୍ବାଚନ ସମୟରେ ରୋଜଗାର ଗ୍ୟାରେଣ୍ଟି ଦେଇଥିଲା ବିଜେପି । ଏବେ ରୋଜଗାର ନାମରେ ଶ୍ରମିକଙ୍କୁ ଇସ୍ରାଏଲ ପଠାଇବାକୁ ଚାଲିଛି ପରୀକ୍ଷା first appeared on Kanak News.

from Kanak News
via <a href="https://ifttt.com/?

୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା । ଗାଇଡଲାଇନ ଜାରିକଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : କୋଚିଂ ସେଣ୍ଟରକୁ ନେଇ କେନ୍ଦ୍ର ସରକାର ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନରେ ବିଶେଷ ଭାବେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ କୋଚିଂ ସେଣ୍ଟରଗୁଡିକ ଉପରେ ମଧ୍ୟ କଡା ଆଭିମୁଖ୍ୟ ଦେଖାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଣିଥିବା ଗାଇଡଲାଇନରେ କୁହାଯାଇଛି କି, କୌଣସି କୋଚିଂ ସେଣ୍ଟର ତରଫରୁ ଲୋଭ ଦେଖାଇ ପିଲାମାନଙ୍କୁ ପିଲାମାନଙ୍କୁ ଆକର୍ଷିତ କରିପାରିବେ ନାହିଁ । ସମସ୍ତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ଶେଷ ପରେ କୋଚିଂ ନେଇପାରିବେ ।

ସେପଟେ କୋଚିଂ ସେଣ୍ଟରରେ ଗ୍ରାଜୁଏସନ ଠାରୁ କମ୍ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେ ନାହିଁ । ଏହାସହ ଭଲ ରାଙ୍କ ଓ ଭଲ ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେ ନାହିଁ କୋଚିଂ ସେଣ୍ଟର ମାଲିକ ।

The post ୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା । ଗାଇଡଲାଇନ ଜାରିକଲେ କେନ୍ଦ୍ର ସରକାର first appeared on Kanak News.

from Kanak News
via <a href="https://ifttt.com/?

ଜଗନ୍ନାଥ ଏକ୍ସପ୍ରେସରେ ଜଗନ୍ନାଥଧାମ… ରାଜ୍ୟବାସୀଙ୍କୁ ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ପୁରୀକୁ ଗଡ଼ିବ ବସ୍ ।

କନକ ବ୍ୟୁରୋ: ସୁବିଧା ହେବ ଶ୍ରୀକ୍ଷେତ୍ରରେ ପହଞ୍ଚିବା । ଏଣିକି ପୁରୀରେ ପହଞ୍ଚିବା ଭକ୍ତଙ୍କ ପାଇଁ ସହଜ ହେବ । କାରଣଆଜିଠୁ ଜଗନ୍ନାଥଧାମକୁ ଜଗନ୍ନାଥ ଏକ୍ସପ୍ରେସ ଗଡିବ । ଓଡିଶାବାସୀଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ରାଜ୍ୟ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି ।

ଶ୍ରୀମନ୍ଦିର ଦର୍ଶନ ସହଜ ପାଇଁ ଜିଲ୍ଲା ସଦର ମହକୁମାରୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବା ପରେ ଏହା ପୁରୀକୁ ଗଡିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହେବ । ଲକ୍ଷ୍ମୀ ଯୋଜନାରେ ଏହି ବସ୍ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଆସିବ ।

ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତରୁ ପୁରୀକୁ ଗଡିବ ବସ୍ । ମାଗଣାରେ ଓଡିଶାବାସୀଙ୍କୁ ଶ୍ରୀକ୍ଷେତ୍ର ବୁଲାଇବା ପାଇଁ ରାଜ୍ୟ ସରକାର ଏହି ଅଭିଯାନର ପରିକଳ୍ପନା କରିଛନ୍ତି ।

The post ଜଗନ୍ନାଥ ଏକ୍ସପ୍ରେସରେ ଜଗନ୍ନାଥଧାମ… ରାଜ୍ୟବାସୀଙ୍କୁ ପରିକ୍ରମା ପ୍ରକଳ୍ପ ଦେଖାଇବା ପାଇଁ ପୁରୀକୁ ଗଡ଼ିବ ବସ୍ । first appeared on Kanak News.

from Kanak News
via <a href="https://ifttt.com/?

ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ଇସ୍ତଫା ଦେଲେ ହରିଆଣାର ଦଳ ମୁଖ୍ୟ

କନକ ବ୍ୟୁରୋ : ହରିଆଣା ଆମ୍ ଆଦମୀ ପାର୍ଟିର ପ୍ରଚାର କମିଟି ମୁଖ୍ୟ ଅଶୋକ ତନୱର ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ହେଉଛି କି ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ।
ଗତ ବିଧାନସଭା ନିର୍ବାଚନ ବେଳେ ହରିଆଣାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଚେହେରା ଥିଲେ ଅଶୋକ । ଏହାସହ ସେ ଦଳ ପାଇଁ ରାଜ୍ୟର ପ୍ରଚାର କମିଟିର ମୁଖ୍ୟ ମଧ୍ୟ ଥିଲେ । ହେଲେ ଏବେ ସେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଆକଳନ କରାଯାଉଛି କି ଶୁକ୍ରବାର ଦିନ ସେ ବିଜେପିରେ ଯୋଗଦେଇପାରନ୍ତି । ଏହାସହ ବିଜେପି ତାଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଗତ ସପ୍ତାହରେ ସେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଥିଲେ ।

କେବଳ ଆମ୍ ଆଦମୀ ପାର୍ଟି ନୁହେଁ ଏହା ପୂର୍ବରୁ ସେ ହରିଆଣା କଂଗ୍ରେସର ମଧ୍ୟ ମୁଖ୍ୟ ଥିଲେ । କଂଗ୍ରେସ ରାଜନୀତିରେ ଅଶୋକ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି କୁହାଯାଏ । ୨୦୨୧ ରେ କଂଗ୍ରେସ ମୁଖ୍ୟଙ୍କ ଉଦାସୀନତା କାରଣରୁ ସେ ଦଳ ଛାଡି ପ୍ରଥମେ ଟିଏମସିରେ ଯୋଗ ଦେଇଥିଲେ । ହେଲେ ସେ କଂଗ୍ରେସରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କର ତାଙ୍କ ପ୍ରତି ପ୍ରଗାଢ ବିଶ୍ୱାସ ଥିଲେ । ଯୁବନେତା ଭାବେ ତାଙ୍କୁ ହରିଆଣା କଂଗେୟସର ଅଧ୍ୟକ୍ଷ ପଦ ବି ମିଳିଥିଲା । ପ୍ରଥମେ ସେ କଂଗ୍ରେସରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ଟିଏମସି ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।

ଅଶୋକ ତନୱରଙ୍କ ଜନ୍ମ ହରିଆଣାର ଝାଞ୍ଜର ଜିଲ୍ଲାରେ ହୋଇଥିଲା । ସେ ଜେଏନୟୁରୁ ପିଏଚଡି କରିଛନ୍ତି । ଜେଏନୟୁରୁ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

The post ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ଇସ୍ତଫା ଦେଲେ ହରିଆଣାର ଦଳ ମୁଖ୍ୟ first appeared on Kanak News.

from Kanak News
via <a href="https://ifttt.com/?

ବଦଳିଲା ନ୍ୟାସନାଲ ପେନସନ୍ ସିଷ୍ଟମ ନିୟମ । ଫେବୃଆରୀ ପହିଲାରୁ ହେବ ଲାଗୁ

କନକ ବ୍ୟୁରୋ: ପେନସନ୍ ଫଣ୍ଡ ନିୟାମକ ଓ ବିକାଶ ପ୍ରାଧୀକରଣ ତରଫରୁ ନ୍ୟାସନାଲ ପେନସନ ସିଷ୍ଟମ ନିୟମର ବଡ ପରିବର୍ତ୍ତନ କରାଯାଇଛି । ଏନପିଏସରୁ ଟଙ୍କା ଉଠାଣ ନେଇ ଜାରି ହୋଇଥିବା ନୂଆ ନିୟମ ଫେବୃଆରୀ ପହିଲାରୁ ଲାଗୁ କରାଯିବ । ପିଏଫଆରଡିଏ ମୁତାବକ ଏନପିଏସର ନୂଆ ନିୟମ କ୍ରମରେ ଜମା ଖାତାରୁ ଏକ କାଳୀନ ସର୍ବାଧିକ ୨୫ ପ୍ରତିଶତ ଅର୍ଥ ଉଠାଣ କରିହେବ । ଏହି ଅର୍ଥ ନିଯୁକ୍ତିଦାତା ଓ କର୍ମଚାରୀ ଉଭୟଙ୍କ ଟଙ୍କାରୁ ଉଠାଣ କରିହେବ ।

ଏନପିଏସ ଖାତା ଧାରକମାନେ ତାଙ୍କ ନିବେଶ ସମୟ ମଧ୍ୟରେ କେବଳ ୩ଥର ଆଂଶିକ ଭାବେ ଉଠାଣ କରିପାରିବେ । ଯଦି ଆଂଶିକ ଉଠାଣ କରୁଛନ୍ତି ତେବେ ସର୍ବନିମ୍ନ ୩ ବର୍ଷ ନିବେଶ କରିବା ପରେ ଏହା କରିପାରିବେ । ଏହାର ଅର୍ଥ ୨୫ ପ୍ରତିଶତ ଅର୍ଥ ନିବେଶ ଆରମ୍ଭ କରିବାର ୩ବର୍ଷ ପରେ କୌଣସି ବି ସମୟରେ ଉଠାଇ ପାରିବେ । ଏହା କେବଳ ପିଲାଙ୍କ ଶିକ୍ଷା, ବାହାଘର, ଘର ନିର୍ମାଣ କିମ୍ବା ଚିକିତ୍ସା ଭଳି କାର୍ଯ୍ୟ ପାଇଁ ଉଠାଇପାରିବେ । ଏହାସହ ଆପଣ ଜମା କରିବା ଅବଧି ଶେଷ ହେବା ଯାଏଁ ମାତ୍ର ୩ ଥର ଆଂଶିକ ଉଠାଣ କରିପାରିବେ ।

ପିଏଫଆରଡିଏ ମୁତାବକ ଜଣେ ନିବେଶକ ୬୦ ବର୍ଷ ବୟସ ପରେ ଏନପିଏସର ସମ୍ପୂର୍ଣ୍ଣ ପରିପକ୍ୱ ରାଶିରୁ ଏକକାଳୀନ ୬୦ ପ୍ରତିଶତ ଅର୍ଥ ଉଠାଣ କରିପାରିବେ । ଏହା ଟ୍ୟାକ୍ସ ଫ୍ରି ହେବ । ବାକି ୪୦ ପ୍ରତିଶତ ପରିପକ୍ୱ ରାଶି ଆନ୍ୟୁଟି ପ୍ଲାନରେ ନିବେଶ କରିବାକୁ ପଡିବ । ଏଥିରୁ ନିବେଶକାରୀଙ୍କୁ ମାସିକ ପେନସନ୍ ମିଳିବ । ଆନ୍ୟୁଟିରେ ନିବେଶ କରାଯାଉଥିବା ରାଶି ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି, ବାକି ଆନ୍ୟୁଟିରୁ ମିଳୁଥିବା ରାଶି ଉପରେ କୌଣସି କର ଛାଡ ହେବ ନାହିଁ ।

The post ବଦଳିଲା ନ୍ୟାସନାଲ ପେନସନ୍ ସିଷ୍ଟମ ନିୟମ । ଫେବୃଆରୀ ପହିଲାରୁ ହେବ ଲାଗୁ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପ୍ରତୀକ ଏବଂ ଇରାନ ସହିତ ଯୁଦ୍ଧର ଖେଳ ! : ପାକିସ୍ତାନରେ ନିର୍ବାଚନ ସ୍ଥଗିତ ହେଇଯିବ କି ?

ଫେବୃଆରୀ  ୮ ରେ ପାକିସ୍ତାନରେ ମତଦାନ ହେବ । ଲୋକମାନେ ଦେଶର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବେ । ଏହି ନିର୍ବାଚନ ପାକିସ୍ତାନରେ ଅନୁଷ୍ଠିତ ହେଉଛି ଯେଉଁ ସମୟରେ ଇରାନ ସହ ଦେଶର ସମ୍ପର୍କ ଏକ ଖରାପ ପର୍ଯ୍ୟାୟରେ ଗତି କରୁଛି । ଏହା ବ୍ୟତୀତ ଅନେକ ଦଳର ପ୍ରାର୍ଥୀ ନିଜ ନିଜର ନିର୍ବାଚନୀ ପ୍ରତୀକ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ସେମାନେ ଏହାକୁ ନେଇ  କୋର୍ଟର ଦ୍ଵାରସ୍ତ ହେଇଛନ୍ତି ।

ପଡୋଶୀ ଦେଶ ପାକିସ୍ତାନରେ ଏବେ ନିର୍ବାଚନ ଋତୁ ଚାଲିଛି । ଦେଶର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ଲୋକମାନେ ଫେବୃଆରୀ ୮ ରେ ଭୋଟ୍ ଦେବେ। ତେବେ ନିର୍ବାଚନ ଧାର୍ଯ୍ୟ ତାରିଖରେ ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବାସ୍ତବରେ ଅନେକ ଦଳ ଓ ପ୍ରାର୍ଥୀ ନିର୍ବାଚନ ପ୍ରତୀକ ପରିବର୍ତ୍ତନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ପାକିସ୍ତାନର ନିର୍ବାଚନ ଆୟୋଗ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ନିର୍ବାଚନ ସଙ୍କେତ ବଦଳାଇବା ପ୍ରକ୍ରିୟା ବନ୍ଦ ନହୁଏ ତେବେ ସାଧାରଣ ନିର୍ବାଚନ ବିଳମ୍ବ ହୋଇପାରେ ।

ଫେବୃଆରୀ  ୮ ନିର୍ବାଚନ ପାଖେଇ ଆସୁଥିବାରୁ ସେମାନେ ପ୍ରତୀକ ବାରମ୍ବାର ପରିବର୍ତ୍ତନ କରିପାରିବେ ନାହିଁ ବୋଲି ଆୟୋଗ କହିଛନ୍ତି । ପ୍ରତୀକ ବଦଳାଇବାର ଦାବି ବ୍ୟତୀତ ବର୍ତ୍ତମାନ ପାକିସ୍ତାନ ମଧ୍ୟ ଇରାନ ସହ ଟେନସନରେ ରହିଛି । ଗତ ୪୮ ଘଣ୍ଟା ଉଭୟ ଦେଶ ପାଇଁ କଷ୍ଟସାଧ୍ୟ ହୋଇଛି । ମଙ୍ଗଳବାର ରାତିରେ ଇରାନ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ସଂଗଠନ ଜୈସ-ଅଲ-ଅଦାଲର ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏଥିରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ୨୪ ଘଣ୍ଟା ମଧ୍ୟରେ ଇରାନ ଆକ୍ରମଣର ଜବାବ ପାକିସ୍ତାନ ଦେଇଛି ।

ଇରାନର ସରୱାନ ସହରରେ ପାକିସ୍ତାନ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିଲା । ଇରାନର ଆକ୍ରମଣ ପରଠାରୁ ପାକିସ୍ତାନ ଯେ କୌଣସି ପ୍ରକାରେ ଏହାର ଜବାବ ଦେବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । ଆକ୍ରମଣ ପୂର୍ବରୁ ସେ ଏକ ଚେତାବନୀ ମଧ୍ୟ ଦେଇଥିଲା । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଆକ୍ରମଣ ଭଲ ପଡ଼ୋଶୀଙ୍କ ସଙ୍କେତ ନୁହେଁ । ଏହାର ଗମ୍ଭୀର ପରିଣାମ ହେବ । ପାକିସ୍ତାନ ମଧ୍ୟ ଇରାନରୁ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି ।

ନିର୍ବାଚନ ଆୟୋଗ କଣ କହିଲେ ?

ଅନ୍ୟପକ୍ଷରେ, ପ୍ରତୀକ ପରିବର୍ତ୍ତନ ଦାବିରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ଯଦି ନିର୍ବାଚନ ସଙ୍କେତ ବଦଳାଇବା ପ୍ରକ୍ରିୟା ଏହିପରି ଜାରି ରହେ, ତେବେ ନିର୍ବାଚନରେ ​​ବିଳମ୍ବ ହେବାର ଆଶଙ୍କା ରହିଛି, କାରଣ ବାଲାଟ ପେପର ଛାପିବାକୁ ପଡିବ । ପୁନର୍ବାର ସମୟ ପୂର୍ବରୁ ଏହା ସୀମିତ ଅଟେ । ଅନ୍ୟପକ୍ଷରେ ଏଥିପାଇଁ ସ୍ୱତନ୍ତ୍ର କାଗଜପତ୍ର ଉପଲବ୍ଧ ଅଛି ନା ନାହିଁ ତାହା ଦେଖିବାକୁ ପଡ଼ିବ ।  ନିକଟରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) କେନ୍ଦ୍ରୀୟ ନିର୍ବାଚନ ଦାୟିତ୍ୱରେ ଥିବା ସିନେଟର ତାଜ ହାଇଦର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ତାଙ୍କ ସାତ ଜଣ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରତୀକ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ସେ ଦଳର ନିର୍ବାଚନ ପ୍ରତୀକ ‘ତୀର’ ଦାବି କରିଥିଲେ । ହାଇଦର କହିଛନ୍ତି ଯେ ଆୟୋଗ ଦଳର ପ୍ରାର୍ଥୀଙ୍କୁ ସ୍ବାଧୀନ ବୋଲି ଘୋଷଣା କରିଛନ୍ତି ।ପିପିପି ଚେୟାରମ୍ୟାନ୍ ବିଲାୱାଲ ଭୁଟ୍ଟୋ ଜରଦାରୀ ଏବଂ ସାଧାରଣ ସମ୍ପାଦକ ନୟାର ହୁସେନ୍ ବୁଖାରୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଏହି ମାମଲା କୋର୍ଟକୁ ନିଆଯିବ। ସେହିଭଳି ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ପ୍ରତିଷ୍ଠାତା ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ସହ ଜଡିତ ଏକ ଆବେଦନ ଲାହୋର ହାଇକୋର୍ଟରେ ବିଚାରାଧୀନ ରହିଛି ।

The post ନିର୍ବାଚନ ପ୍ରତୀକ ଏବଂ ଇରାନ ସହିତ ଯୁଦ୍ଧର ଖେଳ ! : ପାକିସ୍ତାନରେ ନିର୍ବାଚନ ସ୍ଥଗିତ ହେଇଯିବ କି ? first appeared on Kanak News.

from Kanak News
via <a href="https://ifttt.com/?

ଇପିଏଫଓର ବଡ ନିଷ୍ପତ୍ତି । ଏବେ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ଗ୍ରହଣୀୟ ହେବ ନାହିଁ ଆଧାରକାର୍ଡ

କନକ ବ୍ୟୁରୋ : ଆଧାର କାର୍ଡ ବାବଦରେ ଇପିଏଫଓ ଏକ ବଡ ନିଷ୍ପତି ନେଇଛି । ଇପିଏଫଓରେ କୌଣସି ବି କାର୍ଯ୍ୟ ପାଇଁ ଆଧାରକାର୍ଡରେ ଥିବା ଜନ୍ମ ତାରିଖ ପ୍ରମାଣପତ୍ରକୁ ବ୍ୟବହାର କରାଯାଇପାରିବ ନାହିଁ । ଇପିଏଫଓ ଏବେ ଆଧାର କାର୍ଡକୁ ବୈଧ ଦଲିଲ୍ ତାଲିକାରୁ ବାଦ ଦେଇଛି । ଏହି ପରିପ୍ରେକ୍ଷୀରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ମଧ୍ୟ ଏକ ସର୍କୁଲାର ଜାରି କରିଛି ।

ଇପିଏଫଓ କହିଛି ଯେ ଏବେ ଆଧାର ବ୍ୟବହାର କରି ନିଜ ଜନ୍ମ ତାରିଖକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ଜାନୁଆରୀ ୧୬ ରେ ଇପିଏଫଓ ଏହି ସର୍କୁଲାର ଜାରି କରିଛି । ଏହି ଅନୁଯାଇ ୟୁଆଇଡିଏଆଇ ରୁ ଏକ ଚିଠି ମଧ୍ୟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଜନ୍ମ ତାରିଖ ପରିବର୍ତ୍ତନ ପାଇଁ ଆଧାର କାର୍ଡ ବୈଧ ହେବ ନାହିଁ । ଏହାକୁ ବୈଧ ଦଲିଲ୍ ତାଲିକାରୁ ବାଦ କରାଯିବା ଉଚିତ୍ । ସେଥିପାଇଁ ଆଧାର ହଟାଇବାକୁ ନିଷ୍ପତି ନିଆଯାଇଛି ।

ଇଏଫଓ କହିବା ଅନୁସାରେ, ଜନ୍ମ ପ୍ରମାଣପତ୍ର ସାହାଯ୍ୟରେ ଏହି ପରିବର୍ତ୍ତନ କରାଯାଇପାରିବ । ଏହା ବ୍ୟତୀତ ମାର୍କସିଟ୍ ଓ ବିଦ୍ୟାଳୟ ଛାଡ ପ୍ରମାଣପତ୍ର କିମ୍ବା କୌଣସି ସରକାରୀ ବୋର୍ଡ ଏବଂ ବିଶ୍ୱବିଦ୍ୟାଳୟରୁ ବିଦ୍ୟାଳୟ ସ୍ଥାନାନ୍ତର ପ୍ରମାଣପତ୍ର ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ସିଭିଲ୍ ସର୍ଜନ, ପାସପୋର୍ଟ, ପାନ୍ ନମ୍ବର, ସରକାରୀ ପେନସନ୍ ଏବଂ ମେଡିକ୍ଲେମ ପ୍ରମାଣପତ୍ରକୁ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇପାରିବ ।

ୟୁଆଇଡିଏଆଇ କହିଛି ଯେ ଆଧାର କାର୍ଡକୁ ପରିଚୟ ପତ୍ର ଏବଂ ଆବାସିକ ପ୍ରମାଣପତ୍ର ଭାବରେ ବ୍ୟବହାର କରାଯିବ । କିନ୍ତୁ ଏହାକୁ ଜନ୍ମ ପ୍ରମାଣପତ୍ର ଭାବରେ ବ୍ୟବହାର କରିବା ଉଚିତ୍ ନୁହେଁ । ଆଧାର କାର୍ଡ ହେଉଛି ଏକ ୧୨ ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ପତ୍ର । ଏହାକୁ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଛି । ଏହା ତୁମର ପରିଚୟ ଏବଂ ସ୍ଥାୟୀ ବାସସ୍ଥାନର ପ୍ରମାଣ ଭାବରେ ସାରା ଦେଶରେ ବୈଧ । ହେଲେ ଆଧାରକୁ ଜନ୍ମ ପ୍ରମାଣପତ୍ରର ବିକଳ୍ପ ଭାବରେ ବିବେଚନା କରାଯିବା ଠିକ୍ ନୁହେଁ ।

ନିକଟରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ବନାମ ୟୁଆଇଡିଏଆଇ ଏବଂ ଅନ୍ୟାନ୍ୟ ମାମଲାରେ ମଧ୍ୟ କହିଥିଲେ ଯେ ଆଧାର ନମ୍ବରକୁ ଜନ୍ମ ପ୍ରମାଣପତ୍ର ଭାବରେ ନୁହଁ ବରଂ ପରିଚୟ ପତ୍ର ଭାବରେ ବ୍ୟବହାର କରାଯିବା ଉଚିତ୍ ।

The post ଇପିଏଫଓର ବଡ ନିଷ୍ପତ୍ତି । ଏବେ ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ଗ୍ରହଣୀୟ ହେବ ନାହିଁ ଆଧାରକାର୍ଡ first appeared on Kanak News.

from Kanak News
via <a href="https://ifttt.com/?

ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ସରକାରଙ୍କ ଘୋଷଣା । ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର ।

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଜାନୁଆରୀ ୨୨ ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି ସରକାର । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ର ଅଧିନସ୍ଥ ଶିଳ୍ପାନୁଷ୍ଠାନ ଗୁଡିକ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ରହିବ । ଏହା ଏଥିପାଇଁ କରାଯାଉଛି ଯେପରି ସରକାରୀ କର୍ମଚାରୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ଦେଖିପାରିବେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ, କର୍ମଚାରୀଙ୍କ ଭାବନା ଓ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିଭଳି ରାମମନ୍ଦିରର ଉଦଘାଟନ ପାଇଁ କଣ ପ୍ରସ୍ତୁତି ରହିଛି ସେନେଇ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଫିଡବ୍ୟାକ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାକୁ ଦୀପାବଳି ଭଳି ପାଳନ କରିବାକୁ କୁହାଯାଇଛି । ୨୨ ଜାନୁଆରୀରେ ପ୍ରତ୍ୟେକ ଘରେ ଦୀପ ପ୍ରଜ୍ୱଳନ କରିବା ସହ ଗରିବଙ୍କୁ ଖାଇବାକୁ ଦେବାକୁ କୁହାଯାଇଛି । ସେହିଭଳି ୨୨ ଜାନୁଆରୀ ପରେ ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ଅଯୋଧ୍ୟା ଆଣିବାକୁ ମଧ୍ୟ କୁହାଯାଇଛି ।

The post ରାମମନ୍ଦିର ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ସରକାରଙ୍କ ଘୋଷଣା । ଜାନୁଆରୀ ୨୨ରେ ଅଧା ଦିନ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । first appeared on Kanak News.

from Kanak News
via <a href="https://ifttt.com/?

ସରକାରଙ୍କ ବଡ ଘୋଷଣା । ପ୍ରାଣ ପ୍ରତିଷ୍ଠା ଦିବସରେ ଅଧାଦିନ ବନ୍ଦ ରହିବ ଦେଶର ସରକାରୀ କାର୍ଯ୍ୟାଳୟ

କନକ ବ୍ୟୁରୋ : ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି କି, ଏହି ଦିନ ସାରା ଦେଶରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅଧାଦିନ ବନ୍ଦ ରହିବ । ଜନ ଭାବନାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି କି, ଲୋକମାନେ ଘରେ ରହି ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିପାରିବେ । ସମସ୍ତ ସରକାରୀ କାର୍ଯ୍ୟାଳୟ ଜାନ୍ରୁ୍ରଆରୀ ୨୨ ତାରିଖ ସକାଳୁ ୨.୩୦ ମିନିଟ ପର୍ଯ୍ୟନ୍ତ ବନ୍ଦ ରଖାଯାଇପାରେ ।

https://platform.twitter.com/widgets.js

The post ସରକାରଙ୍କ ବଡ ଘୋଷଣା । ପ୍ରାଣ ପ୍ରତିଷ୍ଠା ଦିବସରେ ଅଧାଦିନ ବନ୍ଦ ରହିବ ଦେଶର ସରକାରୀ କାର୍ଯ୍ୟାଳୟ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started