‘ମୁଁ ଭୟଭୀତ ..’, ସୁପର ପାୱାର ଆମେରିକାର ଉପରାଷ୍ଟ୍ରପତି କାହାକୁ ଡରୁଛନ୍ତି ?

୫୯ ବର୍ଷିୟ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଆଇଓଆ କାକସ୍ ଜିତିଛନ୍ତି ଏବଂ ରିପବ୍ଲିକାନ୍ ପାର୍ଟିର ସବୁଠାରୁ ପସନ୍ଦଯୋଗ୍ୟ ପ୍ରାର୍ଥୀ ହୋଇଛନ୍ତି । ଯଦିଓ ଏହା କେବଳ ଆରମ୍ଭ ମାତ୍ର କିନ୍ତୁ ଏହି ଫଳାଫଳ ଗୁଡିକ ଦର୍ଶାଉଛି ଯେ ରିପବ୍ଲିକାନ୍ ପାର୍ଟି ମଧ୍ୟରେ ଟ୍ରମ୍ପ ରାଷ୍ଟ୍ରପତି ପଦ ପାଇଁ ସର୍ବାଧିକ ପସନ୍ଦିତ ପ୍ରାର୍ଥୀ ଅଟନ୍ତି ।

‘ଯେ କୌଣସି ଯୁଦ୍ଧରେ ଜିତିବାର ଦୁଇଟି ଉପାୟ ଅଛି, ଯଦି ଆପଣଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାଁନ୍ତି, କିମ୍ବା ଆପଣ ଭବିଷ୍ୟତକୁ ଭୟ କରୁଛନ୍ତି। ଭୟ କେବଳ ଆମକୁ ଶକ୍ତି ପ୍ରଦାନ କରେ ଯାହାକୁ ଆମେ ଆମର ଭବିଷ୍ୟତକୁ କଳ୍ପନା କରିଥାଉ ଏବଂ ତା’ପରେ ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥାଉ ।‘ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏହା ହିଁ କହିଛନ୍ତି ।

ଚଳିତ ବର୍ଷ ଆମେରିକାରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ରାଜନୀତି ଅତ୍ୟନ୍ତ ଗରମାଗରମ ଅଛି । ଖୁବ୍ ଶୀଘ୍ର ଆମେରିକୀୟ ଲୋକମାନେ ପ୍ରାର୍ଥୀଙ୍କ ଭବିଷ୍ୟତ ସ୍ଥିର କରିବାକୁ ଯାଉଛନ୍ତି । ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ  ନିର୍ବାଚନ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି, ଯାହା ବର୍ତ୍ତମାନ ସବୁ ସ୍ଥାନରେ ଆଲୋଚନା ହେଉଛି । ତାଙ୍କ ବିବୃତ୍ତିରେ ହ୍ୟାରିସ୍ କହିଛନ୍ତି ଯେ ସେ ବହୁତ ଡରି ଯାଇଥିଲେ। ଆସନ୍ତୁ ଜାଣିବା ତାଙ୍କ  ଭୟର କାରଣ କ’ଣ ?

କଣ ପାଇଁ ଡରୁଛନ୍ତି କମଳା ହ୍ୟାରିସ  ?

ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ  କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ହ୍ଵାଇଟ ହାଉସକୁ ଫେରିପାରନ୍ତି ବୋଲି ସେ ବହୁତ ଡରୁଛନ୍ତି । ଆମେ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି ଡେମୋକ୍ରାଟିକ୍ ପାର୍ଟିର ସମର୍ଥକମାନଙ୍କୁ କମଳା ହ୍ୟାରିସ  ଆବେଦନ କରିଥିଲେ । କମଳା ହ୍ୟାରିସଙ୍କ ଏହି ବିବୃତ୍ତି ଆଇଓଆ କକସର ଫଳାଫଳ ଘୋଷଣା ହେବା ପରେ ଆସିଛି । ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି । ତାଙ୍କ ବିବୃତ୍ତିରେ ସେ କହିଛନ୍ତି ଯେ ଯେପରି ଆମେ ଆମ ପିଲାମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ଆମେ ବିଶ୍ରାମ ନେବାକୁ ଭୁଲିଯାଉ , ସେହିଭଳି ଭବିଷ୍ୟତରେ ଦେଶରେ କ’ଣ ହେବ ସେନେଇ ଭୟ ମଧ୍ୟ ରହିବା ଉଚିତ୍ । ମୁଁ ବହୁତ ଭୟଭୀତ ଯେ ଡୋନାଲ୍ଡ ଟ୍ରମ୍ପ ହ୍ଵାଇଟ ହାଉସକୁ ଫେରି ପାରନ୍ତି । ଆମେରିକାର ଗଣତନ୍ତ୍ର ପାଇଁ ଏହା ଭଲ ହେବ ନାହିଁ । ଆମେ ସମସ୍ତେ ଭୟଭୀତ ହେବା ଉଚିତ୍, ସେଥିପାଇଁ ମୁଁ ଦେଶ ପାଇଁ ପ୍ରଚାର କରୁଛି ।

ଓବାମା ମଧ୍ୟ କହିଥିଲେ ଏହି ଡର କଥା

ଉପରାଷ୍ଟ୍ରପତି କମଲା ହାରିସ୍ କେବଳ ଏହି କଥା କହିନାହାନ୍ତି । ଏହାପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ପୂର୍ବତନ ପ୍ରଥମ ଲେଡି ମିସେଲ ଓବାମା ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବାର ସମ୍ଭାବନାକୁ ଭୟାନକ ବୋଲି ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ ଜଣେ ପୂର୍ବତନ ରାଷ୍ଟ୍ରପତି ଯିଏ ଦୁଇଥର ମହାଭିଯୋଗର ସମ୍ମୁଖୀନ ହୋଇଥିଲେ, ତାଙ୍କ ବିରୋଧରେ ୯୧ ଟି ଅପରାଧିକ ମାମଲା ବିଚାରାଧୀନ ଅଛି, ସେ ଆମେରିକାର ଗଣତନ୍ତ୍ର ପାଇଁ ବିପଦ । ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନଙ୍କ ମଧ୍ୟରେ ଆଉ ଏକ କଡା ସଂଘର୍ଷ ହେବାର ସମ୍ଭାବନା ଅଛି ଏପରି ବିଶ୍ଵାସ ଅଛି କମଳା ହ୍ୟାରିସଙ୍କର ।

 

The post ‘ମୁଁ ଭୟଭୀତ ..’, ସୁପର ପାୱାର ଆମେରିକାର ଉପରାଷ୍ଟ୍ରପତି କାହାକୁ ଡରୁଛନ୍ତି ? first appeared on Kanak News.

from Kanak News
via <a href="https://ifttt.com/?

କଲେଜ କ୍ୟାମ୍ପସରେ ଛାତ୍ର କଂଗ୍ରେସର ପ୍ରତିବାଦ । ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ ।

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ନୂଆ ଓଡିଶା, ନବୀନ ଓଡିଶାକୁ ବିରୋଧ କରିଛି କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ, ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇଲା ଛାତ୍ର କଂଗ୍ରେସ । ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି କାର୍ଯ୍ୟକ୍ରମ ଜରିଆରେ କଲେଜ କ୍ୟାମ୍ପସରେ ବିଜେଡି ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ତେଣୁ ଏହାକୁ ବିରୋଧ କରି ରାଜ୍ୟର ସବୁ କଲେଜରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ମୁହଁ ଉପରେ ମହାପୁରୁଷ ଓ ସ୍ୱାଧିନତା ସଂଗ୍ରାମୀଙ୍କ ଫଟୋ ଲଗାଇବ ବୋଲି କହିଛି ଛାତ୍ର କଂଗ୍ରେସ ।

The post କଲେଜ କ୍ୟାମ୍ପସରେ ଛାତ୍ର କଂଗ୍ରେସର ପ୍ରତିବାଦ । ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ । first appeared on Kanak News.

from Kanak News
via <a href="https://ifttt.com/?

ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପଡିଲା ମହଙ୍ଗା । କଡା ଜବାବ ଦେଲା ଭାରତୀୟ ନୌସେନା

କନକ ବ୍ୟୁରୋ : ଆରବ ସାଗରର ଅଦନ ନିକଟରେ ମାର୍ଚେଣ୍ଟ ସିପ୍ ଉପରେ ଆକ୍ରମଣ ଘଟଣା କମିବାର ନାଁ ନେଉନି । ଏବେ ପୁଣିଥରେ ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ କରାଯାଇଛି   । ଏହି ଆକ୍ରମଣ ଫଳରେ ଜାହାଜରେ ନିଆଁ ଲାଗିଯାଇଥିଲା । ହେଲେ ସମୟ ପୂର୍ବରୁ ନିଆଁକୁ ଆୟତ କରାଯାଇଛି । ଜାହାଜ ଉପରେ ମାଶର୍ନ ଆଇଲାଣ୍ଡର ପତାକା ଲାଗିଥିଲା । ଭାରତୀୟ ନୌସେନାର ସୂଚନା ମୁତାବକ ଗତକାଲି ରାତି ୧୧ ଟା ବେଳେ ଏଭଳି ଡ୍ରୋନ ଆକ୍ରମଣ କରାଯାଇଛି । ଜାହାଜରେ ମୋଟ ୨୨ ଜଣ କ୍ରୁୃ୍ୟ ମେମ୍ବର ରହିଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣ ଭାରତୀୟ । ଆକ୍ରମଣରେ କୌଣସି କ୍ୟୁ ମେମ୍ବରଙ୍କର କିଛି କ୍ଷତି ହୋଇ ନଥିବା କୁହାଯାଇଛି ।

ସୂଚନା ପାଇବା ପରେ ଭାରତୀୟ ନୌସେନା ତରଫରୁ ୱାରସିପ୍ ବିଶାଖପାଟନମକୁ ପଠାଯାଇଥିଲା । ସମୁଦ୍ର ଭିତରେ ହୁତି ବିଦ୍ରୋହୀ ଓ ଜଳ ଦସ୍ୟୁଙ୍କ ଏଭଳି ଆକ୍ରମଣ ଭାରତ ଉପରେ ମଧ୍ୟ ପ୍ରଭାବ ପଡୁଛି । ଉଭୟ ଗୋଷ୍ଠୀ ଅନେକ ସମୟରେ ଭାରତ ଆସୁଥିବା ଜାହାଜଗୁଡିକୁ ଟାର୍ଗେଟ୍ କରୁଛନ୍ତି । ଭାରତୀୟ ନୌସେନାର ସୂଚନା ମୁତାବକ ବୁଧବାର ରାତି ୧୧ ଟାରେ ଡ୍ରୋନ ଆକ୍ରମଣ ଖବର ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ସୂଚନା ଥାଉ କି, କିଛି ମାସ ତଳେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲାଗତର ଭାବେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ୍ କରିଥିଲେ । ଏହାକୁ ନେଇ ଆମେରିକା, ବ୍ରିଟେନ ସମତେ କିଛି ଦେଶ ମିଳିତ ଭାବେ ହୁତି ବିଦ୍ରୋହୀଙ୍କ ବିଭିନ୍ନ ଠିକଣା ଉପରେ ଆକ୍ରମଣ କରିଥିଲେ । ଏହା ସହ ଭାରତ ତରଫରୁ ସମ୍ବେଦନଶୀଳ ଇଲାକାରେ ଯୁଦ୍ଧ ଜାହାଜ ନିୟୋଜିତ କରିଛି । ଜାନ୍ରୁଆରୀ ୪ ତାରିଖରେ ସୋମାଲିଆର ସମୁଦ୍ର ତଟରୁ ଏକ ଜଳ ଜାହାଜକୁ ୍ରଅପହରଣ କରିନେଇଥିଲେ । ଏହି ସୂଚନା ପାଇବା ପରେ ଭାରତୀୟ ନୌସେନା ତରଫରୁ ଅପହୃତ ଜାହାଜର ପିଛା କରି ତାକୁ ଉଦ୍ଧାର କରିଥିଲେ ।

The post ଜଳ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପଡିଲା ମହଙ୍ଗା । କଡା ଜବାବ ଦେଲା ଭାରତୀୟ ନୌସେନା first appeared on Kanak News.

from Kanak News
via <a href="https://ifttt.com/?

ନଦୀରୁ ଉଦ୍ଧାର ହେଲା ଡଲଫିନ୍ । ଗାଁ ପୋଖରୀରେ ସୁରକ୍ଷିତ ଛାଡିଲେ ଗାଁ ଲୋକେ । ବାଲେଶ୍ୱର ବସ୍ତାର ଘଟଣା ।

କନକ ବ୍ୟୁରୋ: ନଦୀରୁ ଉଦ୍ଧାର ହେଲା ଡଲଫିନ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ନଦୀରୁ ଡଲଫିନ୍ ଉଦ୍ଧାର କରିଛନ୍ତି ଗାଁଲୋକ । ଡଲଫିନକୁ କାନ୍ଧରେ ବୋହିଆଣି ଗାଁ ମଠ ପୋଖରୀରେ ଛାଡ଼ିଥିଲେ ଗାଁଲୋକ । ଡଲଫିନକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଥିଲା । ନଦୀରୁ ଉଦ୍ଧାର ନେଇ ଡିଏଫଓ କହିଛନ୍ତି ପୋଖରୀରୁ ଡଲଫିନକୁ ଉଦ୍ଧାର କରି ତାର ପ୍ରାଥମିକ ଚିକିତ୍ସା କରାଯିବ । ପରେ ନଦୀରେ ଛଡ଼ାଯିବା ନେଇ କହିଛନ୍ତି ଡିଏଫଓ

The post ନଦୀରୁ ଉଦ୍ଧାର ହେଲା ଡଲଫିନ୍ । ଗାଁ ପୋଖରୀରେ ସୁରକ୍ଷିତ ଛାଡିଲେ ଗାଁ ଲୋକେ । ବାଲେଶ୍ୱର ବସ୍ତାର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

୪ ଦଫା ଦାବି ନେଇ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଭେଟନାରୀ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ବାଧାପ୍ରାପ୍ତ ପ୍ରାଣୀ ଚିକିତ୍ସା ।

କନକ ବ୍ୟୁରୋ: ପ୍ରାଣୀ ଚିକିତ୍ସକଙ୍କ ସମୂହ ଧାରଣା । ଚିକିତ୍ସା ଅଭାବରୁ ଛଟପଟ ହେଉଛନ୍ତି ଗାଈଗୋରୁ । ଏପରି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ ।

ଗୋଟିଏ ପଟେ ଭେଟେରିନାରୀ ଡାକ୍ତରଙ୍କ ଆନ୍ଦୋଳନ ତ, ଅନ୍ୟପଟେ ନଜ ଗୃହ ପାଳିତ ପଶୁଙ୍କୁ ଧରି ଛିଡା ହୋଇଛନ୍ତି ମାଲିକ । ୪ ଦଫା ନେଇ ଆଜି ଠାରୁ ରାଜ୍ୟ ବ୍ୟାପି ପ୍ରାଣୀ ଚିକିତ୍ସାକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାଣୀସେବା କ୍ଷେତ୍ରରେ ୮ ଘଣ୍ଟା ବଦଳରେ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା, କେନ୍ଦ୍ରୀୟ ପ୍ରାଣୀଚିକିତ୍ସକଙ୍କ ଭଳି ପଦୋନ୍ନତି ବ୍ୟବସ୍ଥା ପରି ୪ ଦଫା ଦାବୀ ପୁରଣ ନ ହବା ଯାଏଁ କାମରେ ଯୋଗଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଓଡିଶା ପ୍ରାଣୀ ଚିକିତ୍ସା ସେବା ସଂଘ ।

The post ୪ ଦଫା ଦାବି ନେଇ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ । ଭେଟନାରୀ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ବାଧାପ୍ରାପ୍ତ ପ୍ରାଣୀ ଚିକିତ୍ସା । first appeared on Kanak News.

from Kanak News
via <a href="https://ifttt.com/?

ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ତିଆରି ହୋଇପାରିଲାନି ଈଟା । କ୍ଷତି ପରେ ତାତିଲେ ବ୍ୟବସାୟୀ । ଟାଟା ପାୱାର ଅଫିସ ଭିତରେ ସିମେଣ୍ଟ ରଖି ପ୍ରତିବାଦ ।

କନକ ବ୍ୟୁରୋ: ବିଦ୍ୟୁତ କାଟ ଯୋଗୁଁ ନଷ୍ଟ ହୋଇଗଲା ସିମେଣ୍ଟ । ଅସନ୍ତୋଷ ପ୍ରକାଶ କରି ଟାଟା ପାୱାର ଅଫିସ ଭିତରେ ସିମେଣ୍ଟ ରଖି ପ୍ରତିବାଦ କଲେ ବ୍ୟବସାୟୀ । କେନ୍ଦ୍ରାପଡା ଜିଲ୍ଲାରେ ଥିବା ଟାଟା ପାୱାର ଅଫିସ ଭିତରେ ଇଟା ବ୍ୟବସାୟୀ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ବିରୋଧରେ ଏଭଳି ପ୍ରତିବାଦ କରିଛନ୍ତି ।

ଡେରାବିଶ ବ୍ଲକ ଚାନ୍ଦୋଳ ଅଞ୍ଚଳରେ ରତାଡିଆ ଗାଁରେ ରହିଛି ଏହି ଈଟା ଫ୍ୟାକ୍ଟ୍ରି । ବିଦ୍ୟୁତ ଉପଭୋକ୍ତା ବେଆଇନ ଭାବେ ବିଦ୍ୟୁତ କାଟି ଦେଇଥିବା ଅଭିଯୋଗ ରହିଛି । ବିଦ୍ୟୁତ କାଟ କରିବାରୁ ସିମେଂଟ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ସେ ବକେୟା ଟଙ୍କାର ଅଧା ଦେଇଥିବା କହିଛନ୍ତି । ହେଲେ ଏହାପରେ ବି ପୁଣି ଟାଟା ପାୱାର ଲାଇନ୍ କାଟି ଦେଇଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି । ତେଣୁ ଅନେକ ଇଟା ନଷ୍ଟ ହୋଇଯାଇଥିବା ସେ ଦାବି କରିଛନ୍ତି ।

The post ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ତିଆରି ହୋଇପାରିଲାନି ଈଟା । କ୍ଷତି ପରେ ତାତିଲେ ବ୍ୟବସାୟୀ । ଟାଟା ପାୱାର ଅଫିସ ଭିତରେ ସିମେଣ୍ଟ ରଖି ପ୍ରତିବାଦ । first appeared on Kanak News.

from Kanak News
via <a href="https://ifttt.com/?

୩୦ ଏପ୍ରିଲ ସୁଦ୍ଧା ସରିବ ପୁରୀ ଜଗମୋହନ ନାଟମଣ୍ଡପ ମରାମତି । ହାଇକୋର୍ଟଙ୍କୁ ଜଣାଇଲା ଏଏସଆଇ । ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୩୦ ଭିତରେ ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି । ଏନେଇ ହାଇକୋର୍ଟକୁ ଜଣାଇଛି ଏଏସଆଇ । ହାଇକୋର୍ଟ ଏନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ । ଆମିକସ୍ କ୍ୟୁରି ନାଟମଣ୍ଡପ ମରାମତି କାମ ଜାରି ରହିଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏଏସଆଇର ମରାମତି କାମ ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିଥିଲେ ।

The post ୩୦ ଏପ୍ରିଲ ସୁଦ୍ଧା ସରିବ ପୁରୀ ଜଗମୋହନ ନାଟମଣ୍ଡପ ମରାମତି । ହାଇକୋର୍ଟଙ୍କୁ ଜଣାଇଲା ଏଏସଆଇ । ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜଣେ ଯବାନ ସହିଦ, ୨ ଜଣ ଗୁରୁତର ଆହତ ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ନୌସେରା ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କାରଣରୁ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ସକାଳ ୧୦.୩୦ରୁ ୧୧ଟା ସମୟ ଭିତରେ ଏହି ବିସ୍ଫୋରଣ ହୋଇଛି । ଯେତେବେଳେ ଏହି ବିସ୍ଫୋରଣ ହେଲା ସେତେବେଳେ ସେନାର ୩ ଯବାନ ନିୟମିତ ରୂପେ ଏଠାରେ ପହରା ଦେଉଥିଲେ ।

ବିସ୍ଫୋରଣ ପରେ ତୁରନ୍ତ ଯବାନଙ୍କୁ ହେଲିକପ୍ଟର ଯୋଗେ ଉଧମପୁରର ସେନା ହସ୍ପିଟାଲକୁ ନିଆଯାଇଥିଲା । ଘଟଣାସ୍ଥଳରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଯବାନଙ୍କର ଚିକିତ୍ସା ଜାରି ରହିଛି । ତେବେ ସହିଦ ଯବାନଙ୍କ ବାବଦରେ ଅଧିକ ସୂଚନା ଏଯାଏଁ ମିଳିପାରିନାହିଁ । ଏହାପୂର୍ବରୁ ଗତବର୍ଷ ମଧ୍ୟ ଜମ୍ମୁର ରଜୌରୀ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଏକ ବିସ୍ଫୋରକ ଭର୍ତ୍ତି ସୁଡଙ୍ଗରେ ବିସ୍ଫୋରଣ ହୋଇଥିଲା । ଏଥିରେ ସେନାର ୨ ଯବାନ ଆହତ ହୋଇଥିଲେ ।
ଅନୁପ୍ରବେଶକାରୀଙ୍କୁ ଅଟକାଇବାକୁ ସୀମାବର୍ତ୍ତୀ ଅଞ୍ଚଳରେ ବାରୁଦ ଭର୍ତ୍ତି ସୁଡଙ୍ଗ ନିର୍ମାଣ ହୋଇଛି । କେବେ କେବେ ବର୍ଷା ଓ ଅନ୍ୟ ପ୍ରାକୃତିକ କାରଣରୁ ଏହାର ସ୍ଥିତି ବଦଳି ଯାଇଥାଏ । ଫଳରେ ଏଭଳି ଦୁର୍ଘଟଣାର ସାମ୍ନା କରିବାକୁ ପଡିଥାଏ । ତେଣୁ ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଅଧିକ ସର୍ତକତା ଅବଲମ୍ବନ କରିବାକୁ ସେନା ପକ୍ଷରୁ କୁହାଯାଇଛି ।

The post ଜମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜଣେ ଯବାନ ସହିଦ, ୨ ଜଣ ଗୁରୁତର ଆହତ । first appeared on Kanak News.

from Kanak News
via <a href="https://ifttt.com/?

ହତ୍ୟା ପାରେ ମା’ର ମୃତଦେହକୁ ସୁଟକେସରେ ଭର୍ତ୍ତି : ଏକ ହତ୍ୟାକାରୀ ଝିଅର କାହାଣୀ

ପ୍ରଥମେ ମ୍ୟାକ୍ ତାଙ୍କ ମାଆଙ୍କ ମୁହଁକୁ ଚାପି ଧରିଲା ଏବଂ ପରେ ଶେଫର୍ ତାଙ୍କ ମୁଣ୍ଡକୁ ଏକ ହାତୁଡିରେ ବାରମ୍ବାର ଆଘାତ କରିଥିଲା । ହୋଟେଲରେ ମା’ଙ୍କୁ ହତ୍ୟା କରିବା ପରେ ମ୍ୟାକ୍ ଏବଂ ତାଙ୍କ ପ୍ରେମିକା ଶବକୁ ଏକ ସୁଟକେସରେ ଭର୍ତ୍ତି କରି ଟ୍ୟାକ୍ସିରେ ରଖିଥିଲେ । ସୁଟକେସରେ ମୃତଦେହର ଅବଶେଷ ପୋଲିସ ଜବତ କରିଛି । ୨୦୧୪ ରେ ବାଲିରେ ଘଟିଥିବା ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ହେଥରଙ୍କୁ ଏହି ଅପରାଧ ପାଇଁ ୨୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ଆମେରିକା ବୈଷୟିକ ଜଗତରେ ଯେପରି ଉନ୍ନତ ଅପରାଧ ମାମଲାରେ ମଧ୍ୟ ସେହିପରି ବଦନାମ ଅଟେ । ଆମେରିକରୁ ବହୁତ ହୃଦୟ ବିଦାରକ ହତ୍ୟା ମାମଲା ମଝିରେ ମଝିରେ ଲୋକଲୋଚନକୁ ଆସିଥାଏ । ଏପରି ଏକ ମାମଲା ହେଲା ଜଣେ ଧନୀ ମହିଳା ଶୀଲା ଭନ୍ ୱିସେ-ମ୍ୟାକଙ୍କ ହତ୍ୟା ।  ଯାହାଙ୍କୁ  ତାଙ୍କ ଝିଅ ଏବଂ ଝିଅର ପ୍ରେମିକ ମିଶି ହତ୍ୟା କରିଥିଲେ। ଏହି ମାମଲାରେ ୨୮ ବର୍ଷିୟ ହେଥର ମ୍ୟାକ୍ ଙ୍କୁ ୨୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ଅପରାଧ ଦୁନିଆରେ ରକ୍ତ ସମ୍ପର୍କର କୌଣସି ଅର୍ଥ ନଥାଏ ।  ସେହି ସମ୍ପର୍କ କେବଳ ମା ଏବଂ ଝିଅର ମଧ୍ୟ ହେଇ ନଥାଏ ।  ଲୋକମାନେ ପ୍ରାୟତଃ ଟଙ୍କା ଅପେକ୍ଷା ରକ୍ତ ସମ୍ପର୍କକୁ ଗୁରୁତ୍ବ ଦେଇଥାନ୍ତି । ଆମେରିକାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା ​​ଯେଉଁଠାରେ ଗୋଟିଏ ଝିଅ ଅତ୍ୟନ୍ତ ନୃଶଂସ ଭାବେ ନିଜ ମା’କୁ ହତ୍ୟା କରିଥିଲା ​​ଏବଂ ତାହା ମଧ୍ୟ ଟଙ୍କା ପାଇଁ । ସିଏ ଏପରି ଏକ ଝିଅ ଯାହାର ମା ତାକୁ ବହୁତ ସ୍ନେହ ଶ୍ରଦ୍ଧାରେ ବଡ଼ କରିଥିଲା । ବାହ୍ୟ ଜଗତରେ ଘଟୁଥିବା ଘଟଣାଗୁଡ଼ିକ ତାଙ୍କୁ କେବେବି ପ୍ରଭାବିତ କରିବାକୁ ଦେଇ ନଥିଲା, କିନ୍ତୁ କିଛି ଟଙ୍କା ପାଇବା ପାଇଁ ସେହି ଝିଅ ନିଜ ମା’ର ଜୀବନ ନେବାକୁ ପଛେଇ ନଥିଲା  ଏବଂ ତା’ପରେ ତାଙ୍କ ମୃତ ଶରୀରକୁ ଏକ ସୁଟକେସରେ ଭର୍ତ୍ତି କରିଥିଲା ।

ମାମଲା କଣ ?

ଆମେରିକାର ବାସିନ୍ଦା ୨୮ ବର୍ଷିୟ ହେଥର ମ୍ୟାକ ନିଜ ପ୍ରେମିକ ସହିତ ମିଶି ନିଜ ମା’ଙ୍କୁ ହତ୍ୟା କରିଥିଲା  ଏବଂ ପରେ ତାଙ୍କ ଶରୀରକୁ  ସୁଟକେସରେ ଭର୍ତ୍ତି କରିଥିଲା ।  ଅନୁସନ୍ଧାନରୁ ଜଣାପଡିଛି ଯେ ହତ୍ୟା ସମୟରେ ମ୍ୟାକଙ୍କୁ ୧୮ ବର୍ଷ ବୟସ ହୋଇଥିଲା ଏବଂ ସେ  ଗର୍ଭବତୀ ଥିଲେ । ମ୍ୟାକ୍, ତାଙ୍କ ପ୍ରେମିକା ଟମି ସାଫେର୍ଙ୍କ ସହ ୧.୫ ମିଲିୟନ୍ ଡଲାର ଟ୍ରଷ୍ଟ ପାଣ୍ଠି ପାଇଁ ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ । ପ୍ରଥମେ ମ୍ୟାକ ତାଙ୍କ ମାଆଙ୍କ ମୁହଁକୁ ଚାପି ଧରିଲେ ଏବଂ ପରେ ଶେଫର୍ ତାଙ୍କୁ ମୁଣ୍ଡରେ ଆଘାତ କରିଥିଲେ । ହୋଟେଲରେ ମା’ଙ୍କୁ ହତ୍ୟା କରିବା ପରେ ମ୍ୟାକ୍ ଏବଂ ତାଙ୍କ ପ୍ରେମିକା ଶବକୁ ଏକ ସୁଟକେସରେ ଭର୍ତ୍ତି କରି ଟ୍ୟାକ୍ସିରେ ରଖିଥିଲେ। ସୁଟକେସରେ ମୃତଦେହର ଅବଶେଷ ପୋଲିସ ଜବତ କରିଛି ।

ହେଥର ମ୍ୟାକଙ୍କୁ ୨୬ ବର୍ଷ ଦଣ୍ଡିତ କରାଯାଇଛି

୨୦୧୪ ରେ ବାଲିରେ ଘଟିଥିବା ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ହେଥରଙ୍କୁ ୨୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୨୦୧୫ ରେ ଇଣ୍ଡୋନେସିଆରେ ହେଥର ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି  କିନ୍ତୁ ୨୦୨୧ ରେ ମୁକ୍ତ କରାଯାଇଥିଲା । ଏହା ପରେ ଆମେରିକାରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା ଷଡଯନ୍ତ୍ର କରାଯାଇଥିଲା । ମ୍ୟାକ ଗତ ଦୁଇ ବର୍ଷ ଚିକାଗୋ ଜେଲରେ ଦଣ୍ଡାଦେଶକୁ ଅପେକ୍ଷା କରିଛନ୍ତି । ଜଜ୍ ମାଥ୍ୟୁ କେନେଲି କହିଛନ୍ତି ଯେ ମ୍ୟାକ୍, ୨୮ ତାଙ୍କର ଆନୁଷ୍ଠାନିକ ଦଣ୍ଡ ପ୍ରାୟ ୨୩ ବର୍ଷ ହ୍ରାସ ପାଇବ। ମ୍ୟାକ୍ ର ପ୍ରେମିକ ଶେଫର୍ ଏବେ ଇଣ୍ଡୋନେସିଆ ଜେଲରେ ବନ୍ଦୀ ଅଛନ୍ତି ।

The post ହତ୍ୟା ପାରେ ମା’ର ମୃତଦେହକୁ ସୁଟକେସରେ ଭର୍ତ୍ତି : ଏକ ହତ୍ୟାକାରୀ ଝିଅର କାହାଣୀ first appeared on Kanak News.

from Kanak News
via <a href="https://ifttt.com/?

ଦିନେ ଥିଲେ ଜିଲ୍ଲାପାଳ, ଏବେ ବନିଲେ ସ୍ୱାମୀଜୀ । ବାବୁରୁ ବାବା ବନିଥିବା ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କୁ ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: ଥିଲେ ପ୍ରଶାସନିକ ଅଧିକାରୀ, ଏବେ ପାଲଟିଯାଇଛନ୍ତି ସନ୍ଥ । ଦିନେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ଆଉ ଏବେ ତାଙ୍କ ପରିଚୟ ହେଉଛି ସ୍ୱାମୀ ନିର୍ଲିପ୍ତାନନ୍ଦ । ଆମେ କହୁଛୁ ଆଇଏଏସ୍ ଅଫିସର ସୁନୀଲ ପଟ୍ଟନାୟକଙ୍କ କଥା । ବଲାଙ୍ଗୀର ସମେତ ଓଡିଶାର ଏକାଧିକ ସ୍ଥାନରେ ଜିଲ୍ଲାପାଳ ଓ ଅନ୍ୟ ଦାୟିତ୍ୱରେ ୨୩ ବର୍ଷ ଧରି କାମ କରିଛନ୍ତି । ହେଲେ ହଠାତ୍ ସଂସାରର ମୋହ ମାୟା ତୁଟାଇ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଯାଇ ଉତରାଖଣ୍ଡ ଋିଷିକେଶରେ ଶିବାନନ୍ଦ ଆଶ୍ରମରେ ଦୀକ୍ଷା ନେଇ ବ୍ରହ୍ମଚାରୀ ଜୀବନ ବିତାଇଛନ୍ତି । ଆଇଏଏସ ସୁନୀଲ ପଟ୍ଟନାୟକରୁ ପରିଚୟ ବଦଳିଯାଇଛି ସ୍ୱାମୀ ନିର୍ଲିପ୍ତାନନ୍ଦ ଭାବରେ ।

ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପାଇ ସ୍ୱାମୀ ଜି ଏବେ ପୁରୀ ଆସିଛନ୍ତି । ପୁରୀରେ ହୋଇଥିବା ପରିବର୍ତନ ଦେଖି ସେ ଖୁସି ଓ ଆତ୍ମବିଭୋର ହୋଇଛନ୍ତି । ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କୁ ଏବେ ୮୨ ବର୍ଷ । ୧୯୮୯ରେ ଓଡିଶା ଷ୍ଟେଟ ଫାଇନାନସିଆଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଥିବା ବେଳେ ସେ ଚାକିରିରୁ ଅବସର ନେଇଥିଲେ । ବ୍ରହ୍ମଚାରୀ ଜୀବନ ତାଙ୍କୁ ଅଧିକ ଆନନ୍ଦ ଦେଇଛି ।

The post ଦିନେ ଥିଲେ ଜିଲ୍ଲାପାଳ, ଏବେ ବନିଲେ ସ୍ୱାମୀଜୀ । ବାବୁରୁ ବାବା ବନିଥିବା ସ୍ୱାମୀ ନିର୍ଲିପ୍ତାନନ୍ଦଙ୍କୁ ନେଇ ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started