ବାହାନଗା ଦୁର୍ଘଟଣାର ୮ ମାସ ପରେ ବି ସରିନି ଯନ୍ତ୍ରଣା । ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍ । ଟ୍ୱିଟ୍ କରି ରେଳମନ୍ତ୍ରୀଙ୍କୁ ଜଣାଇଲେ ଦୁଃଖ । ।

କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ୮ ମାସ ବିତିଗଲା । ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ପରିବାର ଉଜାଡ଼ି ଦେଇଛି । ଆଉ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ସେକ୍ ସଲିମ । ଦୁର୍ଘଟଣାରେ ରକ୍ତ ଜୁଡ଼ୁବୁଡ଼ୁ ଅବସାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ଏବେବି ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପରିବାର ପାଖରେ ଅର୍ଥ ନାହିଁ । ତେଣୁ ସାହାଯ୍ୟ ପାଇଁ ରେଳମନ୍ତ୍ରୀଙ୍କୁ ଟୁଇଟ କରି ସହାୟତା ମାଗିଛନ୍ତି ସଲିମଙ୍କ ପରିବାର ।

ପ୍ରଥମେ କଟକ ବଡ଼ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ପର୍ଯ୍ୟାୟକ୍ରମେ ତାଙ୍କର ଉଭୟ ହାତର ଅସ୍ତ୍ରୋପଚାର କରାଯାଇଥିଲା । ଏହାପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପୁଣି ଥରେ ତାଙ୍କର ଦୁଇ ହାତରେ ଅସ୍ତ୍ରୋପଚାର କରିବାକୁ ପଡ଼ିଛି । ଅକ୍ଟୋବରରେ ଗୋଟିଏ ହାତ ଓ ବର୍ତ୍ତମାନ ଜାନୁଆରୀରେ ଅସ୍ତିଶଲ୍ୟ ବିଭାଗରେ ଆଉ ଗୋଟିଏ ହାର ଅସ୍ତ୍ରୋପଚାର କରାଯାଇଛି । ଉଭୟ ଅସ୍ତ୍ରୋପଚାର ସଫଳ ହୋଇଥିବା ମଧ୍ୟ ଡାକ୍ତର କହିଛନ୍ତି । ତେବେ ସଲିମଙ୍କର ସ୍ୱାସ୍ଥ୍ୟକାର୍ଡ ନଥିବାରୁ ଚିକିତ୍ସା ବାବଦରେ ପ୍ରଥମେ ୪୫ ହଜାର ଓ ପରେ ତାଠାରୁ ଅଧିକ ଖର୍ଚ୍ଚ ହେଲାଣି । ଚିକିତ୍ସାଧୀନ ରୋଗୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିରୁ ମିଳଳିବାକୁ ଥିବା ୫୦ ହଜାର ଟଙ୍କା ମଧ୍ୟ ମିଳି ନାହିଁ । ତେଣୁ ସହାୟତା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟ୍ କରି ସହାୟତା ମାଗିଛନ୍ତି ତାଙ୍କ ପରିବାର ।

The post ବାହାନଗା ଦୁର୍ଘଟଣାର ୮ ମାସ ପରେ ବି ସରିନି ଯନ୍ତ୍ରଣା । ଏମ୍ସରେ ସହାୟତା ଅପେକ୍ଷାରେ ସଲିମ୍ । ଟ୍ୱିଟ୍ କରି ରେଳମନ୍ତ୍ରୀଙ୍କୁ ଜଣାଇଲେ ଦୁଃଖ । । first appeared on Kanak News.

from Kanak News
via <a href="https://ifttt.com/?

ହାତୀ ନେଲା ଜୀବନ । ଗାଧୋଇବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା ।

କନକ ବ୍ୟୁରୋ: ହାତୀ ନେଲା ଜୀବନ । ଶୌଚ ପାଇଁ ନଦୀକୁ ଯାଉଥିବା ବେଳେ ଦଳିଦେଲା ଦନ୍ତା । ଯାଜପୁର କୋରାଇ ବ୍ଲକ ତଣ୍ଡରା ଗାଁରେ ବଣୁଆ ହାତୀ ଆତଙ୍କ । ଆଜି ସକାଳେ ଉପେନ୍ଦ୍ର କର ନାମକ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ଦଳି ଦେଇଛି ହାତୀ । ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘରୁ ବାହାରିବାକୁ ଭୟ କରୁଛନ୍ତି । ଗାଁରେ ବନଅଧିକାରୀ ପହଂଚି ହାତୀ ଉପରେ ନଜର ରଖିଛନ୍ତି ।

The post ହାତୀ ନେଲା ଜୀବନ । ଗାଧୋଇବାକୁ ନଦୀକୁ ଯାଇଥିବାବେଳେ ଦଳିଦେଲା ଦନ୍ତା । first appeared on Kanak News.

from Kanak News
via <a href="https://ifttt.com/?

ବଟି ମାଗି ବନ୍ଧାହେଲା ଗ୍ୟାଙ୍ଗଷ୍ଟର ସକିଲ । ବିଲଡରକୁ ବଟି ମାଗିବାରୁ ସକିଲ ଓ ତାର ସହଯୋଗୀ ଗିରଫ ।

କନକ ବ୍ୟୁରୋ: ୨୦ ଲକ୍ଷ ଟଙ୍କା ଦାଦା ବଟି ମାଗିଲା ଗ୍ୟାଙ୍ଗଷ୍ଟର । ତାକୁ ଓ ସହଯୋଗୀଙ୍କୁ ଉଠାଇନେଲା ପୋଲିସ୍ । ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଟଙ୍କା ବଟି ମାଗି ଫସିଛି ଗ୍ୟାଙ୍ଗଷ୍ଟର ସେକ ସକିଲ । ସକିଲ ଓ ତାର ୫ ଜଣ ସହଯୋଗୀଙ୍କୁ ଉଠାଇ ନେଇଛି ପୋଲିସ୍ । ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଗାଡ଼ି ଓ ଅନ୍ୟ କିିଛି ବେଆଇନ ସାମଗ୍ରୀ ଜବତ ହୋଇଛି ।

ଚୌଦ୍ୱାର ଜେଲରେ ଥିବା ସମୟରେ ୨୦୧୯ ଡିସେମ୍ବରରେ ସକିଲ କଟକର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା । ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରିଥିଲା ଦରଘାବଜାର ଥାନା ପୋଲିସ୍ । ସେହିଭଳି ୨୦୨୦ ମାର୍ଚ୍ଚରେ ଦରଘାବଜାରରେ ଥିବା ଜଣେ ବ୍ୟବସାୟୀଙ୍କୁ ଭିଡିଓ କଲରେ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା ଗ୍ୟାଙ୍ଗଷ୍ଟର । ଏହାକୁ ଦେଖି ଜେଲ କର୍ତୃପକ୍ଷ ତାକୁ କେନ୍ଦୁଝର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ପୁଣରି ତାକୁ ଚୌଦ୍ୱାର ଜେଲ ଅଣାଯାଇଥିଲା ।

ତେବେ ନିକଟରେ ଜାମିନରେ ମୁକୁଳିଥିଲା ଏହି ଗ୍ୟାଙ୍ଗଷ୍ଟର ଜଣକ, ଆଉ ଜେଲରୁ ମୁକୁଳିବା ପରେ ପୁଣି ଦାଦାବଟି ଆଦାୟ କରିବାକୁ ଧମକଚମକ ଦେଉଥିଲା । ଦୁଇ ବ୍ୟବସାୟୀଙ୍କୁ ୨୦ ଲକ୍ଷ ଦାଦାବଟି ମାଗିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ସକିଲ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । କ୍ୟାଟନମେଂଟ ଥାନାରେ ୮ଟି, ମଙ୍ଗଳାବାଗ ଥାନାରେ ୬ଟି, ମାଲଗୋଦାମ ଥାନାରେ ୪ଟି, ଦରଘାବଜାର ଥାନାରେ ୨ଟି, ସଦର ଥାନାରେ ୩ଟି, ମଧୁପାଟଣା ଓ ପୁରୀଘାଟ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣାପଡ଼ିଛି ।

The post ବଟି ମାଗି ବନ୍ଧାହେଲା ଗ୍ୟାଙ୍ଗଷ୍ଟର ସକିଲ । ବିଲଡରକୁ ବଟି ମାଗିବାରୁ ସକିଲ ଓ ତାର ସହଯୋଗୀ ଗିରଫ । first appeared on Kanak News.

from Kanak News
via <a href="https://ifttt.com/?

ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା କଲା ଦିଅର । ମୟୂରଭଞ୍ଜ ଜିଲ୍ଲା ପୋଖରିଆ ଗାଁର ଘଟଣା ।

କନକ ବ୍ୟୁରୋ: ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା । ଦିଅର ଘଟାଇଲା ବିଭତ୍ସ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ଯୋକା ପଞ୍ଚାୟତ ପୋଖରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ନେଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ଭାଉଜକୁ ଡାହାଣୀ ଲାଗୁଥିବା ସନ୍ଦେହ କରି ଅତି ଅମାନବୀୟ ଭାବେ ଦିୟର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଜାରି ରଖିଛି ।

The post ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା କଲା ଦିଅର । ମୟୂରଭଞ୍ଜ ଜିଲ୍ଲା ପୋଖରିଆ ଗାଁର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ବିଜ୍ଞାପନରେ ସବୁଠୁ ଅଧିକ ଖର୍ଚ୍ଚ କରିଛି ବିଜେପି । ଗୁଗଲ ଆଡ୍ ଖର୍ଚ୍ଚରେ ଶୀର୍ଷରେ ବିଜେପି , ବର୍ଷକରେ ୧୯ କୋଟି ଖର୍ଚ୍ଚ ।

କନକ ବ୍ୟୁରୋ: ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜ୍ଞାପନ ରଣନୀତି । ବିଜ୍ଞାପନ ଜରିଆରେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜନୈତିକ ଦଳ । ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ ଗୁଗଲ ବିଜ୍ଞାପନ ଖର୍ଚ୍ଚରେ ବିଜେପି ଶୀର୍ଷରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତାକୁ ଲୋକ ଲୋଚନକୁ ଆଣିବା ପାଇଁ ଗତ ଏକ ବର୍ଷରେ ୧୯ କୋଟି ଟଙ୍କା ଖର୍ଚ୍ଚ କରିଛି ଭାରତୀୟ ଜନତା ପାର୍ଟି ।

କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ୭.୨ କୋଟି ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଥିଲା । ମାତ୍ର ସେଠାରେ ହାରି ଯାଇଥିଲା ଦଳ । ସେହିପରି ରାଜସ୍ଥାନରେ ମାତ୍ର ୨ କୋଟି ୯୮ ଲକ୍ଷ ଖର୍ଚ୍ଚ କରାଯାଇଥିଲା, ହେଲେ ସେଠାରେ ବିଜେପିକୁ ବିଜୟ ମିଳିଛି । ଗୁଗଲର ବିଜ୍ଞାପନ ବିଶେଷ କରି ଯୁବ ଗୋଷ୍ଠୀ ଓ ନୂଆ ଭୋଟରଙ୍କ ଉପରେ ପ୍ରଭାବ ପକାଉଥିବାରୁ ଏହାକୁ ଗୁରୁତ୍ୱ ଦେଇଛି ବିଜେପି ।

ବିଜ୍ଞାପନ ଖର୍ଚ୍ଚରେ ବିଜେପି ପଛକୁ କଂଗ୍ରେସ ନୁହେଁ ବରଂ ରହିଛି ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ । ବିଆରଏସ୍ ତେଲେଙ୍ଗାନାରେ ୧୧ କୋଟି ୯ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶରେ ୧୬ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ବିଜ୍ଞାପନ ରଣନୀତି ସତ୍ୱେ ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ହାରି ଯାଇଥିଲା ଦଳ । ଗୁଗୁଲ ବିଜ୍ଞାପନ ଖର୍ଚ୍ଚରେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ଗତ ବର୍ଷ ୪ କୋଟି ୫୯ ଲକ୍ଷ ଟଙ୍କା ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଛି କଂଗ୍ରେସ । ଯାହା କେବଳ କର୍ଣ୍ଣାଟକରେ ସୀମିତ ରହିଥିଲା ।

The post ବିଜ୍ଞାପନରେ ସବୁଠୁ ଅଧିକ ଖର୍ଚ୍ଚ କରିଛି ବିଜେପି । ଗୁଗଲ ଆଡ୍ ଖର୍ଚ୍ଚରେ ଶୀର୍ଷରେ ବିଜେପି , ବର୍ଷକରେ ୧୯ କୋଟି ଖର୍ଚ୍ଚ । first appeared on Kanak News.

from Kanak News
via <a href="https://ifttt.com/?

ଶୀତ ଦିନେ ବି ପାଣି ପାଇଁ ହଟହଟା । ଟ୍ୟୁବୱେଲରୁ ବାହାରୁନି ପାଣି । ନାଳ ପାଣି ପିଉଛନ୍ତି ଶହଶହ ଲୋକେ ।

କନକ ବ୍ୟୁରୋ: ଶୀତ ନସରୁଣୁ ପାନୀୟ ଜଳ ସମସ୍ୟା । ସାଧାରଣତଃ ଗ୍ରୀଷ୍ମରେ ଅନେକ ସ୍ଥାନରୁ ଜଳ ସଂକଟର ଚିତ୍ର ଆସେ । ହେଲେ ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଡୁବୁରିସିଂ ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି । ଯେଉଁ ନଳକୂପ ଅଛି ସେଥିରୁ ପାଣି ବାହାରୁନି । ବାଧ୍ୟ ହୋଇ ପିଇବା ପାଣି ପାଇଁ ନାଳ ଉପରେ ଲୋକେ ଭରସା କରୁଛନ୍ତି ।

ପ୍ରାୟ ଦୁଇ କିଲୋମିଟର ପାହାଡ଼ ତଳକୁ ଖସିଲେ ଗାଁ ଲୋକ ଏହି ନାଳରୁ ପାଣି ଆଣନ୍ତି । ସେହି ନାଳ ପାଣି ପିଇ ଗାଁଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ଗ୍ରାମବାସୀ । ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଗାଁରେ ପାନୀୟ ଜଳ ସମସ୍ୟା ଏପର୍ଯନ୍ତ ଦୂର ହୋଇପାରୁନାହିଁ ।

The post ଶୀତ ଦିନେ ବି ପାଣି ପାଇଁ ହଟହଟା । ଟ୍ୟୁବୱେଲରୁ ବାହାରୁନି ପାଣି । ନାଳ ପାଣି ପିଉଛନ୍ତି ଶହଶହ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନ ଉପରେ ଇରାନ୍ ଏୟାର ଷ୍ଟ୍ରାଇକକୁ ନେଇ ଭାରତର ପ୍ରତିକ୍ରିୟା । ପ୍ରତିରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତ୍ତିି ନେଇଥିବା କହିଲା ଭାରତ ।

କନକ ବ୍ୟୁରୋ: ପାକିସ୍ତାନର ଆତଙ୍କୀ ସଙ୍ଗଠନ ଉପରେ ଇରାନ୍ ଆକ୍ରମଣକୁ ନେଇ ପ୍ରଥମ ଦେଶ ଭାବେ ପ୍ରତିକ୍ରିୟା ରଖିଛି ଭାରତ । ଇରାନର ଏୟାରଷ୍ଟ୍ରାଇକକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି – ଏହି ମାମଲା ଇରାନ୍ ଓ ପାକିସ୍ତାନ ମଧ୍ୟରେ ରହିଛି ।

ହେଲେ, ଭାରତ କଥା ଯଦି କହିବା- ଆତଙ୍କବାଦ ବିରୋଧରେ ଭାରତ ସବୁବେଳେ ଜିରୋ ଟଲରାନ୍ସ ନୀତି ଆପଣାଇ ଆସିଛି । ଇରାନ୍ ଯେଉଁ ପଦକ୍ଷେପ ନେଇଛି, ତାହାକୁ ଭାରତ ଭଲ ଭାବେ ବୁଝି ପାରୁଛି । ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ପଦକ୍ଷେପ ନେବାକୁ ଏକ ପ୍ରକାର ବାଧ୍ୟ ହୋଇଛି । ମଙ୍ଗଳବାର ପାକିସ୍ତା ବଲୁଚିସ୍ତାନରେ ଥିବା ବିଭିନ୍ନ ଆତଙ୍କୀ ସଙ୍ଗଠନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ ।

ପାକିସ୍ତାନ ସୀମାରୁ ଇରାନ୍ ଉପରେ ଆକ୍ରମଣ ହେଉଥିବାରୁ ଏହାର ପ୍ରତିରକ୍ଷାରେ ପାକିସ୍ତାନର ବିଭିନ୍ନ ଆତଙ୍କୀ ସଙ୍ଗଠନ ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କରିଛି ଇରାନ୍ । ତେବେ ଏହା ଜବାବ୍ରେ ପାକିସ୍ତାନ ମଧ୍ୟ ଇରାନ୍ ଉପରେ ପାଲଟା ଆକ୍ରମଣ କରିଥିବା ଦାବି କରିଛି । ହେଲେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ ।

The post ପାକିସ୍ତାନ ଉପରେ ଇରାନ୍ ଏୟାର ଷ୍ଟ୍ରାଇକକୁ ନେଇ ଭାରତର ପ୍ରତିକ୍ରିୟା । ପ୍ରତିରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତ୍ତିି ନେଇଥିବା କହିଲା ଭାରତ । first appeared on Kanak News.

from Kanak News
via <a href="https://ifttt.com/?

ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ଶୋଇଥିବାବେଳେ ମା’ ପାଖରୁ ଉଠାଇ ନେଲା ଦୁର୍ବୃତ୍ତ । ସିସିଟିଭିରେ କଏଦ ପୁରା ଘଟଣା ।

କନକ ବ୍ୟୁରୋ: ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ପୁଅ ଚୋରି ହେବାର ଦୃଶ୍ୟ ସିସିଟିଭିରେ ହେଲା କଏଦ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କ କୋଳରୁ ଶିଶୁ ପୁତ୍ରକୁ ଚୋରି କରି ନେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଗତ ରାତିରେ ଖଲ୍ଲିକୋଟର ଏକ ଦୋକାନ ବାରଣ୍ଡାରେ ମା ତାର ଏକ ୯ମାସର ପୁଅ ସହ ଶୋଇ ପଡିଥିଲେ । ଶୋଇଥିବା ଅବସ୍ଥାରେ କୁନି ପୁଅକୁ କେହି ଜଣେ ଚୋରି କରି ନେଇଯାଇଥିଲେ । ତେବେ ମା ଜାଣିବା ପରେ ପୁଅକୁ ଖୋଜାଖୋଜି କରିଥିଲେ । ମହିଳାଙ୍କ କାନ୍ଦ ଦେଖି ଲୋକମାନେ ଉକ୍ତ ନିରାଶ୍ରୟ ମହିଳାଙ୍କ ଚାରିପଟେ ରୁଣ୍ଡ ହୋଇ ଯାଇଥିଲେ । ଶିଶୁପୁତ୍ରର ଖୋଜ ଖବର ନ ପାଇ ଶେଷରେ ଖଲ୍ଲିକୋଟ ଥାନରେ ଏନେଇ ଏତଲା ଦିଆଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ଶୋଇଥିବାବେଳେ ମା’ ପାଖରୁ ଉଠାଇ ନେଲା ଦୁର୍ବୃତ୍ତ । ସିସିଟିଭିରେ କଏଦ ପୁରା ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଡକାୟତି ଯୋଜନା କରିବାବେଳେ ମାଡି ବସିଲା ପୋଲିସ । ବନ୍ଧୁକ ଓ ମାରଣାସ୍ତ୍ର ସହ ୬ ଡକାୟତ ଗିରଫ ।

କନକ ବ୍ୟୁରୋ: ଡକାୟତି ଯୋଜନା କରିବା ବେଳେ ଡକାୟତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ ଟିମ୍ । ୪ ଟି ଦେଶୀ ବନ୍ଧୁକ, ଗୋଟିଏ ଖେଳଣା ବନ୍ଧୁକ, ୬ଟି ଗୁଳି ସହ ୬ ଡକାୟତଙ୍କୁ ରାଉରକେଲା ପୋଲିସ ଗିରଫ କରିଛି । ଡିଏଭି ପୋଖରୀ ନିକଟ ପଡିଆରେ ଡକାୟତ ଦଳ ବସି ଉଦିତନଗର ଥାନା ଅଞ୍ଚଳର ଏକ ସୁନା ଦୋକାନ ଲୁଟ କରିବାକୁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରି ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ୪ଟି ଦେଶୀ ବନ୍ଧୁକ, ୬ଟି ଗୁଳି, ଗୋଟିଏ ଭୁଜାଲି, ଆଇରନ ରଡ, ଲୁହାକଟର ବ୍ଲେଡ, ମୋବାଇଲ ଫୋନ ଜବତ ହୋଇଛି ।

ଗିରଫ ଡକାୟତ ସବୁ ରାଉରକେଲା ସହରର ବୋଲି ଜଣାପଡିଛି । ଗିରଫ ଡକାୟତ ଗ୍ୟାଙ୍ଗ ନାଁରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧ, ଚୋରି, ଡକାୟତି ଓ ଲୁଟପାଟ ଭଳି ଅନେକ ମାମଲା ରହିଛି ।

The post ଡକାୟତି ଯୋଜନା କରିବାବେଳେ ମାଡି ବସିଲା ପୋଲିସ । ବନ୍ଧୁକ ଓ ମାରଣାସ୍ତ୍ର ସହ ୬ ଡକାୟତ ଗିରଫ । first appeared on Kanak News.

from Kanak News
via <a href="https://ifttt.com/?

ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ମା’ , ପୁଅ । ଗୋଟିଏ ଘରୁ ଆଗପଛ ହୋଇ ଉଠିଲା ଦୁଇଟି କୋକେଇ ।

କନକ ବ୍ୟୁରୋ: ଆଗ ପଛ ହୋଇ ଚାଲିଗଲେ ମା’ ଓ ପୁଅ । ପୁଅର ମୃତ୍ୟୁର ୨୪ ଘଣ୍ଟା ନପୁରୁଣୁ ଗୋଟିଏ ଘରୁ ଉଠିଲା ଦୁଇଟି କୋକେଇ, ଆଉ ମଶାଣୀରେ ଜଳିଲା ୨ଟି ଜୁଇ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କାଞ୍ଜିଆପାଟଣା ଗାଁରେ ।

ମଙ୍ଗଳବାର ରବୀନ୍ଦ୍ର ମଲ୍ଲିକଙ୍କ ପୁଅ ପରେଶ ମଲ୍ଲିକ ଆତ୍ମହତ୍ୟା କରିଥିଲେ । ପୁଅର ଆତ୍ମହତ୍ୟା କରିଥିବା ଦୁଃଖକୁ ସହିନପାରି ବୁଧବାର ଆରପାରିକୁ ଚାଲିଲେ ମା’ । ପରିବାରର ଦୁଇଟି ଦୁଇଟି ବ୍ୟକ୍ତିଙ୍କ ମୃତ୍ୟୁ ପରେ ରବୀନ୍ଦ୍ରଙ୍କ ପରିବାରରେ କାନ୍ଦବୋବାଳିି ପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ପରେଶ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ପରେଶ ମଲ୍ଲିକଙ୍କ ଗୋଟିଓ ପୁଅ ଓ ଗୋଟିଏ ଝିଅ । ସେ ଟାଟା ପାଓକ୍ୱାରରେ କାମ କରୁଥିଲେ । ତେଣୁ ପରେଶଙ୍କ ପରିବାର ଓ ତାର କୁନି ପୁଅ ଝିଅର ଦାୟିତ୍ୱ ଟାଟା ପାୱାର ନେଉ ବୋଲି ଅଞ୍ଚଳର ଲୋକମାନେ ଦାବି କରିଛନ୍ତି ।

The post ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ମା’ , ପୁଅ । ଗୋଟିଏ ଘରୁ ଆଗପଛ ହୋଇ ଉଠିଲା ଦୁଇଟି କୋକେଇ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started