ଶିବସେନା ବନାମ ଶିବସେନା ଲଢ଼େଇରେ ଉଦ୍ଧବ ଗୋଷ୍ଠୀକୁୁ ବଡ଼ ଝଟକା ।  ମହାରାଷ୍ଟ୍ରର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଉଦ୍ଧବ ଗୋଷ୍ଠୀର ଆବେଦନ ଖାରଜ

କନକ ବ୍ୟୁରୋ :  ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାରୱେକର ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି କହିଛନ୍ତି । ତେଣୁ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି । ଅର୍ଥାତ୍ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କ ପଦ ବଜାୟ ରହିବ । ଯାହା ଉଦ୍ଧବ ଠାକରେଙ୍କ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରିଛି । ବାଚସ୍ପତି କହିଛନ୍ତି ଯେ ୨୦୧୮ରେ ନେତୃତ୍ୱ ଢାଂଚା ଶିବସେନାର ସମ୍ବିଧାନ ଅନୁଯାୟୀContinue reading “ଶିବସେନା ବନାମ ଶିବସେନା ଲଢ଼େଇରେ ଉଦ୍ଧବ ଗୋଷ୍ଠୀକୁୁ ବଡ଼ ଝଟକା ।  ମହାରାଷ୍ଟ୍ରର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ଉଦ୍ଧବ ଗୋଷ୍ଠୀର ଆବେଦନ ଖାରଜ”

ମହାରାଷ୍ଟ୍ର ରାଜନୀତିକୁ ନେଇ ବଡ ନିଷ୍ପତ୍ତି । ବାଚସ୍ପତି କହିଲେ, ସିନ୍ଦେ ଗୋଷ୍ଠୀ ହିଁ ଅସଲି ଶିବସେନା । ଏକନାଥଙ୍କୁ ହଟାଇବାର ଶକ୍ତି ଉଦ୍ଧବଙ୍କ ପାଖରେ ନାହିଁ ।

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିକୁ ନେଇ ଆସିଲା ବଡ ରାୟ । ବାଚସ୍ପତି ରାହୁଲ ନାର୍ବେକର ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହ ରାୟରେ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଅସଲି ଶିବସେନା ବୋଲି କହିବା ସହିତ ଏକନାଥ ସିନ୍ଦେଙ୍କୁ ହଟାଇବାର ଅଧିକାର ଉଦ୍ଧବ ଠାକରେଙ୍କ ପାଖରେ ନାହିଁ ବୋଲି ବାଚସ୍ପତି କହିଛନ୍ତି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଆଜି ଏହି ପ୍ରସଙ୍ଗରେ ରାୟ ଶୁଣାଇ କହିଛନ୍ତି, ଏକନାଥ ସିନ୍ଦେଙ୍କୁContinue reading “ମହାରାଷ୍ଟ୍ର ରାଜନୀତିକୁ ନେଇ ବଡ ନିଷ୍ପତ୍ତି । ବାଚସ୍ପତି କହିଲେ, ସିନ୍ଦେ ଗୋଷ୍ଠୀ ହିଁ ଅସଲି ଶିବସେନା । ଏକନାଥଙ୍କୁ ହଟାଇବାର ଶକ୍ତି ଉଦ୍ଧବଙ୍କ ପାଖରେ ନାହିଁ ।”

ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶରେ ଆନନ୍ଦପୁର ଚକ୍ରତୀର୍ଥ । ପ୍ରଭୁ କୃଷ୍ଣଙ୍କ ସହ ରହିଛି ପୁରୁଣା କିମ୍ବଦନ୍ତୀ, ପାହାଡି ଝରଣା ପାଲଟିଛି ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶରେ ଆନନ୍ଦପୁର ଚକ୍ରତୀର୍ଥ । ଯେଉଁ ଜାଗା ଏବେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି   । ପରିବାର ସହ ବୁଲା ବୁଲି କରିବା ସହ ବଣେଭୋଜିର ଜମୁଛି ଆସର । କେନ୍ଦୁଝର ଆନନ୍ଦପୁର –ଭଦ୍ରକ ମୁଖ୍ୟ ରାସ୍ତାର ତରତରା ଛକଠାରୁ ୧୧ କିଲୋମିଟର ଦୂରରେ ପଡେ ପର୍ଯ୍ୟଟନସ୍ଥଳୀ ଚକ୍ରତୀର୍ଥ । ଯାହାର ଉଭୟ ପାଶ୍ୱର୍ରେ ସବୁଜିମା ସାଙ୍ଗକୁ ପାହାଡିContinue reading “ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶରେ ଆନନ୍ଦପୁର ଚକ୍ରତୀର୍ଥ । ପ୍ରଭୁ କୃଷ୍ଣଙ୍କ ସହ ରହିଛି ପୁରୁଣା କିମ୍ବଦନ୍ତୀ, ପାହାଡି ଝରଣା ପାଲଟିଛି ମୁଖ୍ୟ ଆକର୍ଷଣ”

ଚୀନ୍ ଏବଂ ଆମେରିକାର ସୈନ୍ୟ ଅଧିକାରୀଙ୍କ ଆମନା ସାମନା ବୈଠକ । କଣ ବାହାରିଲା ଫଳାଫଳ ?

ପ୍ରଚଣ୍ଡ ବିରୋଧୀ ଭାବେ ଜଣାଶୁଣା ଚୀନ୍ ଏବଂ ଆମେରିକା ମଧ୍ୟରେ ସାମରିକ ଆଲୋଚନା ହୋଇଛି । ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ବେଶ ପୁରୁଣା । ଏବେ ପୁଣି ତାଇୱାନ ପ୍ରସଙ୍ଗରେ ମଧ୍ୟ ଟେନସନ ।  ଏଭଳି ପରିସ୍ଥିତିରେ ଉଭୟ ଦେଶର ସେନା ଅଧିକାରୀ ମାନେ ଦୀର୍ଘ ଦିନର ବ୍ଯବଧାନ ପରେ ଗୋଟିଏ ଟେବୁଲରେ ଏକାଠି ବସି ଅନେକ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲେ । ଆମେରିକା ଏବଂ ଚୀନ୍ ମଧ୍ୟରେ ସବୁବେଳେ ମତଭେଦ ରହିContinue reading “ଚୀନ୍ ଏବଂ ଆମେରିକାର ସୈନ୍ୟ ଅଧିକାରୀଙ୍କ ଆମନା ସାମନା ବୈଠକ । କଣ ବାହାରିଲା ଫଳାଫଳ ?”

ପ୍ରଭୁ ଜଗନ୍ନାଥଙ୍କ ରୋଷ ଶାଳରେ ମହକିବ କଳା ଜିରା ଚାଉଳ । ଶାବର ଶ୍ରୀ କ୍ଷେତ୍ରରୁ ପୁରୀକୁ ଯିବ କୋରାପୁଟରର କଳାଜିରା

କନକ ବ୍ୟୁରୋ : ପ୍ରଭୁ ଜଗନ୍ନଥଙ୍କ ରୋଷ ଶାଳରେ ମହକିବ କଳାଜିରା ଚାଉଳ । ଭୋଗରେ ଲାଗିହେବ ଏହି କଳାଜିରା କିସମ ଚାଉଳ । ପ୍ରସ୍ତୁତ ହେବ ସୁସ୍ୱାଦୁ ବ୍ୟଂଜନ ମାନ । ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷତ୍ରକୁ କଳାଜିରା ଚାଉଳ ପଠାଇବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କେବଳ ଅପେକ୍ଷା ରହିଛି ଅନୁମୋଦନକୁ । ଅନୁମୋଦନ ମିିଳିଗଲେ ଭକ୍ତ ମାନେ ପାଇବେ କଳାଜିରାରୁ ପ୍ରସ୍ୁତ ପ୍ରସାଦ । ଏହି କଳାଜିରାକୁ ଜିଆଇ ଟ୍ୟାଗ ମିଳିବା ପରେContinue reading “ପ୍ରଭୁ ଜଗନ୍ନାଥଙ୍କ ରୋଷ ଶାଳରେ ମହକିବ କଳା ଜିରା ଚାଉଳ । ଶାବର ଶ୍ରୀ କ୍ଷେତ୍ରରୁ ପୁରୀକୁ ଯିବ କୋରାପୁଟରର କଳାଜିରା”

ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । ରାଜନଗରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବ ଅଭିଯୋଗ

କନକ ବ୍ୟୁରୋ : ଗର୍ଭବତୀ ମହିଳା ଓ ଶିଶୁଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ । ଉନ୍ନତ ମାନର ଖାଦ୍ୟ ଯୋଗାଇବାକୁ ଏସଏଚଜିଙ୍କୁ ଦିଆଯାଇଛି ଦାୟିତ୍ୱ । ହେଲେ ସେଥିରେ ବି ହେରଫେର ହେଉଥିବା ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଥିବା ୨୯ ପଂଚାୟତରେ ଗର୍ଭବତୀ ମହିଳା ଓ ଶିଶୂଙ୍କୁ ଉନ୍ନତ ମାନର ଶୁଖିଲାଖାଦ୍ୟ ଯୋଗାଇବାକୁ ଦୁଇଟି ସ୍ୱୟଂ ସହାୟିକା ଗୋଷ୍ଠିକୁ ଦାୟିତ୍ୱ ଦିଆଯାଇଛି । ହେଲେ ଏଥିରେ ବି ଖୁଲମଖୁଲା ହେରଫେର କରାଯାଉଛିContinue reading “ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ । ରାଜନଗରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବ ଅଭିଯୋଗ”

ଦୀର୍ଘବର୍ଷ ଅପେକ୍ଷାର ହେବ ଅନ୍ତ । ମୟୁରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର, ବହୁ ପ୍ରତିକ୍ଷୀତ ତିନୋଟି ରେଳ ରୁଟ୍ ପାଇଁ ବ୍ୟୟ ଅଟକଳ ସହ ଡିପିଆର୍ ପ୍ରସ୍ତୁତ

କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲାର ବହୁ ପ୍ରତିକ୍ଷୀତ ତିନି ରେଳ ରୁଟ୍ ପାଇଁ ବ୍ୟୟ ଅଟକଳ ହୋଇସାରିଛି । ଏନେଇ ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ କେବଳ ମଂଜୁରୀକୁ ରହିଛି ଅପେକ୍ଷା । ଏନେଇ ୧୪୫୯.୧୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ଏହି ରୁଟରେ ଦୁଇଟି ପୁରୁଣା ରେଳଷ୍ଟେସନ ସହ ନୂତନ ୫ଟି ରେଳ ଷ୍ଟେସନ ରହିବ । ସେଗୁଡିକ ମଧ୍ୟରେ ଓଡ଼ିଶା ସୀମାରେ ବୁଡାମରା ,ଝାରପୋଖରିଆ, ଓ ଝାଡ଼ଖଣ୍ଡ ସୀମାରେ ଥିବାContinue reading “ଦୀର୍ଘବର୍ଷ ଅପେକ୍ଷାର ହେବ ଅନ୍ତ । ମୟୁରଭଞ୍ଜ ବାସୀଙ୍କ ପାଇଁ ଖୁସି ଖବର, ବହୁ ପ୍ରତିକ୍ଷୀତ ତିନୋଟି ରେଳ ରୁଟ୍ ପାଇଁ ବ୍ୟୟ ଅଟକଳ ସହ ଡିପିଆର୍ ପ୍ରସ୍ତୁତ”

ଦାଦନ ଖଟିବାକୁ ଯାଇ ପାଲଟିଲେ ପରିବାର ବୋଝ । ବିଂଝାରପୁରର ଶଯ୍ୟାଶାୟୀ ପପୁ ମଲ୍ଲିକଙ୍କ ଦୁଇଟି କିଡନୀ ନଷ୍ଟ, ଅଭାବ ଭିତରେ ହୋଇପାରୁନି ଚିକିତ୍ସା

କନକ ବ୍ୟୁରୋ : ପରିବାର ପେଟ ପୋଷିବାକୁ ଯାଇଥିଲେ । ହେଲେ ନିଜେ ପରିବାର ପାଇଁ ପାଲଟିଗଲେ ବୋଝ । ଘରର ଏକମାତ୍ର ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ ହୋଇପଡିଛି । ପରିବାର ଦୁଃଖ ଦୂର କରିବାକୁ ଯାଜପୁର ବିଂଝାରପୁର ପ୍ରୀତିପୁର ଗାଁର ପପୁ ମଲ୍ଲିକ ଯାଇଥିଲେ ସୁଦୂର ତାମିଲନାଡୁ । ସେଠାରେ ଦାଦନ ଖଟୁଥିଲେ । ସବୁ କିଛି ଠିକଠାକ ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ପପୁ । ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛିContinue reading “ଦାଦନ ଖଟିବାକୁ ଯାଇ ପାଲଟିଲେ ପରିବାର ବୋଝ । ବିଂଝାରପୁରର ଶଯ୍ୟାଶାୟୀ ପପୁ ମଲ୍ଲିକଙ୍କ ଦୁଇଟି କିଡନୀ ନଷ୍ଟ, ଅଭାବ ଭିତରେ ହୋଇପାରୁନି ଚିକିତ୍ସା”

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ କଂଗ୍ରେସ ନେତା । ଦଳ କହିଲା, ଏହା ବିଜେପି ଓ ଆରଏସଏସର ରାଜନୈତିକ ଇଭେଣ୍ଟ

କନକ ବ୍ୟୁରୋ : ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ସମାରୋହଙ୍କୁ ଅନେକ ଲୋକ ଓ ରାଜନୈତିକ ଦଳମାନଙ୍କୁ ନିମନ୍ତ୍ରଣ ମିଳିଥିଲେ ବି କଂଗ୍ରେସ ନେତାମାନେ ଏହି ଉତ୍ସବରେ ଯୋଗ ଦେବେ ନାହିଁ । ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି କି, ଆମ ଦେଶର ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କର ପୂଜା କରିଥାନ୍ତି । ଧର୍ମ ଏକContinue reading “ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେ ନାହିଁ କଂଗ୍ରେସ ନେତା । ଦଳ କହିଲା, ଏହା ବିଜେପି ଓ ଆରଏସଏସର ରାଜନୈତିକ ଇଭେଣ୍ଟ”

ଗଣତନ୍ତ୍ର ଦିବସ ପରେଡ ଦେଖିବାକୁ ଅନଲାଇନରେ ବୁକିଂ ହେଉଛି ଟିକେଟ । ଜାଣନ୍ତୁ କିଭଳି କରିବେ ଏହି ଟିକେଟ୍ ବୁକିଂ

କନକ ବ୍ୟୁରୋ : ୨୬ ଜାନୁଆରୀ ଅର୍ଥାତ୍ ଗଣତନନ୍ତ୍ର ଦିବସ ଭାରତର ସମ୍ବିଧାନର ପ୍ରତୀକ ଭାବରେ ପାଳନ କରାଯାଇଥାଏ । ୨୬ ଜାନୁଆରୀ ଦିନ ବିଜୟ ଚୌକ୍ ଠାରେ ଏକ ସ୍ୱତନ୍ତ୍ର ପରେଡ୍ ମଧ୍ୟ ଆୟୋଜିତ ହୋଇଥାଏ । ୨୬ ଜାନୁଆରୀ ଦିନ ବିଜୟ ଚୌକ୍ ଠାରେ ସକାଳ ୧୦ ଟାରୁ ପରେଡ ଆରମ୍ଭ ହେବ ଆପଣମାନେ ଯଦି ପରେଡ୍ ଦେଖିବା ପାଇଁ ଚାହୁଁଛନ୍ତି । ତାହାଲେ ଆପଣ ଟିକେଟ୍ ବୁକ କରିପାରିବେ । ପରେଡ୍ ଭାରତରContinue reading “ଗଣତନ୍ତ୍ର ଦିବସ ପରେଡ ଦେଖିବାକୁ ଅନଲାଇନରେ ବୁକିଂ ହେଉଛି ଟିକେଟ । ଜାଣନ୍ତୁ କିଭଳି କରିବେ ଏହି ଟିକେଟ୍ ବୁକିଂ”

Design a site like this with WordPress.com
Get started