ଭଗବାନଙ୍କୁବି ଛାଡିଲେନି । ମନ୍ଦିର ତାଲା ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା

କନକ ବ୍ୟୁରୋ : ମନ୍ଦିରକୁ ମଧ୍ୟ ଛାଡିଲେ ଦୁର୍ବୃତ । ବିଳମ୍ବିତ ରାତିରେ ମଠ ଓ ମନ୍ଦିରରୁ ତାଲା ଭାଙ୍ଗି ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ନାବରା ଗାଁରେ ଥିବା ନିତାୟ ଗୌର ମନ୍ଦିର ଓ ଜାମସୁଳି ଗାଁରେ ଥିବା ମଠରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ସକାଳେ ମନ୍ଦିର ପୂଜକ ମନ୍ଦିର ଆସି ତାଲା ଭାଙ୍ଗି ଲୁଟ ହୋଇଥିବାContinue reading “ଭଗବାନଙ୍କୁବି ଛାଡିଲେନି । ମନ୍ଦିର ତାଲା ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା”

ଧାରଣାରେ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷାକର୍ମୀ । ଦରମା ଦେବାରେ ଅନିୟମିତତା ଅଭିଯୋଗରେ ବ୍ୟାଖ୍ୟାନ କେନ୍ଦ୍ର ଆଗରେ ୧୦୫ କର୍ମଚାରୀଙ୍କ ପ୍ରତିବାଦ

କନକ ବ୍ୟୁରୋ : ଧାରଣାରେ ବସିଲେ କୋଣାର୍କ ସୂର୍ଯ୍ୟମନ୍ଦିରରେ କାର୍ଯ୍ୟରତ ସିକ୍ୟୁରିଟି କର୍ମଚାରୀ । କାମବନ୍ଦ କରି ସୂର୍ଯ୍ୟମନ୍ଦିର ଆଗ ବାଖ୍ୟାନ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ଏସଆଇଏସ ସିକ୍ୟୁରିଟି ସଂସ୍ଥାରେ ୧୦୫ କର୍ମଚାରୀ । ଦରମା ଦେବାରେ ଅନିୟମିତତା ଅଭିଯୋଗ କରି କାମ ବନ୍ଦ ପ୍ରତିବାଦ କରିଛନ୍ତି ସୁରକ୍ଷା କର୍ମଚାରୀମାନେ । ଏହି ସଂସ୍ଥା କର୍ମଚାରୀଙ୍କୁ ପ୍ରଥମେ ୧୭ ହଜାର ଟଙ୍କା ଦେଉଥିଲା । କିଛି ଦିନ ହେବା ପରେ ୧୨ ହଜାର ଟଙ୍କା କର୍ମଚାରୀଙ୍କୁContinue reading “ଧାରଣାରେ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷାକର୍ମୀ । ଦରମା ଦେବାରେ ଅନିୟମିତତା ଅଭିଯୋଗରେ ବ୍ୟାଖ୍ୟାନ କେନ୍ଦ୍ର ଆଗରେ ୧୦୫ କର୍ମଚାରୀଙ୍କ ପ୍ରତିବାଦ”

ଗାଁ ଗଣ୍ଡଗୋଳରୁ ଫୁଟିଲା ଗୁଳି । ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟଙ୍କୁ ଗୁଳିମାଡ

କନକ ବ୍ୟୁରୋ : ଗାଁ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟ ଉପରକୁ ଗୁଳିମାଡ । ଗୁଳିକାଣ୍ଡରେ ସମିତି ସଭ୍ୟ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧିନ ଗରେଇଝୁଳି ଗାଁରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କେନ୍ଦୁବାଡି ପଞ୍ଚାୟତର ସମିତସଭ୍ୟ ନରେନ୍ଦ୍ର ସ୍ୱାଇଁ ଇଟାଭାଟିରେ ଭୋଜି କରୁଥିଲେ । ଏହି ସମୟରେ ଗରେଇଝୁଳିରେ ଗଣ୍ଡଗୋଳ ଖବର ପାଇContinue reading “ଗାଁ ଗଣ୍ଡଗୋଳରୁ ଫୁଟିଲା ଗୁଳି । ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟଙ୍କୁ ଗୁଳିମାଡ”

ଜାତୀୟ ସ୍କେଟିଂରେ ଓଡ଼ିଆ ପୁଅଙ୍କ ସଫଳତା । ସିବିଏସଇ ନ୍ୟାସନାଲ ଗେମସ ସ୍କେଟିଂରେ ରୌପ୍ୟ ଜିତିଲେ ଦେବାଂଶ

କନକ ବ୍ୟୁରୋ : ସିବିଏସଇ ନ୍ୟାସନାଲ ଗେମସରେ ସ୍କେଟିଂ ରୌପ୍ୟ ଜିତିଛନ୍ତି ଓଡ଼ିଆ ପୁଅ ଦେବାଂଶ । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଜାତୀୟ ସ୍ତରରେ ମେଡାଲ ହାତେଇଛନ୍ତି । ବଡ଼ କଥା ହେଲା କାରଣ ସିନ୍ଥେଟିକ ଟ୍ରାକ ଅଭାବ ଥିବାରୁ ସେ ଟାଇଲ ଉପରେ ହିଁ ଅଭ୍ୟାସ କରୁଥିଲେ । ଭୁବନେଶ୍ୱର ଉତ୍କଳ ୟୁନିକର୍ଣ୍ଣ କ୍ଲବରେ ପ୍ରାୟ ୨ଶହରୁ ଅଧିକ ଖେଳାଳି ଅଭ୍ୟାସ କରନ୍ତି । ବୁଦ୍ଧ ଜୟନ୍ତୀ ପାର୍କରେ ଗୋଟିଏ ଟାଇଲର ଟ୍ରାକ ଥିବାContinue reading “ଜାତୀୟ ସ୍କେଟିଂରେ ଓଡ଼ିଆ ପୁଅଙ୍କ ସଫଳତା । ସିବିଏସଇ ନ୍ୟାସନାଲ ଗେମସ ସ୍କେଟିଂରେ ରୌପ୍ୟ ଜିତିଲେ ଦେବାଂଶ”

ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସୁଛି ପରିଚାଳନା କମିଟି ବୈଠକ

କନକ ବ୍ୟୁରୋ : ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆସନ୍ତାକାଲି ଏହାର ସୌନ୍ଦର୍ଯ୍ୟ ଦେଖିବ ଦୁନିଆ । ଏହା ପୂର୍ବରୁ ଆଜି ବସୁଛି ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହେବ । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ସମଙ୍ଗ ବଲ୍ଲଭ ପାର୍କିଂ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ,Continue reading “ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସୁଛି ପରିଚାଳନା କମିଟି ବୈଠକ”

ଶିଶିର ସରସ ମେଳାରେ ଜମୁଛି ଦର୍ଶକଙ୍କ ଭିଡ଼ । ଲାଗିଛି ୪ ଶହ ଷ୍ଟଲ, ରାଜ୍ୟ ଓ ରାଜ୍ୟ ବାହାରରୁ ବେପାର ଜମାଇଛନ୍ତି ବ୍ୟବସାୟୀ

କନକ ବ୍ୟୁରୋ : ଶୀତରାତିରେ ଶିଣିର ସରସ ମେଳାର ମଜା ନେଉଛନ୍ତି ରାଜଧାନୀବାସୀ । ପାଖାପାଖି ୪ ଶହ ଷ୍ଟଲ ଲାଗିଛି । ଏଠାରେ ବେଶ୍ କିଣାବିକା ଚାଲିଛି । ଏହାସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସାମଗ୍ରୀ ଗୋଟିଏ ଜାଗାରେ ମିଳୁଛି । ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଶିଶିର ସରସ ମେଳାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ରାଜଧାନୀର ବିଭିନ୍ନ ଅଂଚଳରୁContinue reading “ଶିଶିର ସରସ ମେଳାରେ ଜମୁଛି ଦର୍ଶକଙ୍କ ଭିଡ଼ । ଲାଗିଛି ୪ ଶହ ଷ୍ଟଲ, ରାଜ୍ୟ ଓ ରାଜ୍ୟ ବାହାରରୁ ବେପାର ଜମାଇଛନ୍ତି ବ୍ୟବସାୟୀ”

ଖବର ବାଜିଲା ଧାନ ଉଠିଲା । ଚାଷୀଙ୍କ ଧାନ ନେବା ପାଇଁ ଲାଗିଛି ମିଲର୍ସ ଓ ଟ୍ରକଙ୍କ ଲମ୍ବା ଲାଇନ୍

କନକ ବ୍ୟୁରୋ : ଖବର ବାଜିଲା ଧାନ ଉଠିଲା । ଯେଉଁ ମଣ୍ଡିରେ ମାସ ମାସ ଧରି ମିଲର୍ସ ଆସୁ ନଥିବା ବେଳେ ଚାଷୀଙ୍କ ଧାନ ପଡି ରହୁଥିଲା ସେଠାରେଧାନ ନେବାପାଇଁ ମିଲର୍ସ ଆଉ ଟ୍ରକଙ୍କ ଲମ୍ବା ଲାଇନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ବକ୍ସମା ଠାରେ କୁଚିଣ୍ଡା ଲ୍ୟାମ୍ପ ଚାଷୀଙ୍କ ଧାନ ସଂଗ୍ରହ କରୁଥିବା ବେଳେ ଶତାଧିକ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଥିଲାContinue reading “ଖବର ବାଜିଲା ଧାନ ଉଠିଲା । ଚାଷୀଙ୍କ ଧାନ ନେବା ପାଇଁ ଲାଗିଛି ମିଲର୍ସ ଓ ଟ୍ରକଙ୍କ ଲମ୍ବା ଲାଇନ୍”

ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ । କ୍ରିକେଟ ଆସୋସିଏସନରେ ଆର୍ଥିକ ଦୁର୍ନୀତି ନେଇ ହାଜର ହେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ । କ୍ରିକେଟ ଆସୋସିଏସନରେ ଆର୍ଥିକ ଦୁର୍ନୀତି ନେଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଡି । ଆଜି ତାଙ୍କୁ ଶ୍ରୀନଗରସ୍ଥିତ ଅଫିସରେ ହାଜର ହେବାକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ତାଙ୍କ ନାଁରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା । ଜମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ସିବିଆଇ ମଧ୍ୟ ଏହି ମାମଲାରେContinue reading “ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ । କ୍ରିକେଟ ଆସୋସିଏସନରେ ଆର୍ଥିକ ଦୁର୍ନୀତି ନେଇ ହାଜର ହେବାକୁ ନିର୍ଦ୍ଦେଶ”

ଆଜି ବି ରାଜ୍ୟରେ କୁହୁଡି ପ୍ରଭାବ । ସତର୍କ ରହି ଗାଡ଼ି ଚଳାଇବାକୁ ଚାଳକଙ୍କୁ ପରାମର୍ଶ

କନକ ବ୍ୟୁରୋ : ଆଜିବି ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ଦେଖାଦେଇଛି । ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରଭାବ ଦେଖାଦେଇଛି । ଏନେଇ ପୂର୍ବରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଥିଲା । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ । ସେପଟେ ଦୁଇ ଦିନ ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ତେବେContinue reading “ଆଜି ବି ରାଜ୍ୟରେ କୁହୁଡି ପ୍ରଭାବ । ସତର୍କ ରହି ଗାଡ଼ି ଚଳାଇବାକୁ ଚାଳକଙ୍କୁ ପରାମର୍ଶ”

ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର ।

କନକ ବ୍ୟୁରୋ: ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ପୂର୍ବରୁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ପୁରୀ ସହରର କାନ୍ଥବାଡଠାରୁ ଆରମ୍ଭ କରି ରାସ୍ତାଘାଟକୁ ହଜି ଯାଉଥିବା କଳା ସଂସ୍କୃତି, ଐତିହ୍ୟ ଗାଥା ଆଧାରରେ ଚିତ୍ରଣ କରାଯାଇଛି । ଯାହା ଶ୍ରୀକ୍ଷେତ୍ରରୁ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର । ପୁରୀର ରାସ୍ତାଘାଟଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ରର କାନ୍ଥ ରଙ୍ଗେଇ ହେଉଛି । ଲାଗୁଛିContinue reading “ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର ।”

Design a site like this with WordPress.com
Get started